< ପ୍ରେରିତ 17 >

1 ପରେ ପାଉଲ ଏବଂ ଶିଲା ଆଂଫିପଲି ଓ ଆପଲ୍ଲୋନିଆ ସହରଗୁଡ଼ିକ ଦେଇ ଯାତ୍ରା କରି ଥେସଲନୀକୀ ସହରକୁ ଆସିଲେ; ସେଠାରେ ଯିହୁଦୀମାନଙ୍କର ଗୋଟିଏ ସମାଜଗୃହ ଥିଲା।
ପୌଲସୀଲୌ ଆମ୍ଫିପଲ୍ୟାପଲ୍ଲୋନିଯାନଗରାଭ୍ୟାଂ ଗତ୍ୱା ଯତ୍ର ଯିହୂଦୀଯାନାଂ ଭଜନଭୱନମେକମ୍ ଆସ୍ତେ ତତ୍ର ଥିଷଲନୀକୀନଗର ଉପସ୍ଥିତୌ|
2 ଆଉ ପାଉଲ ଆପଣା ରୀତି ଅନୁସାରେ ସେମାନଙ୍କ ନିକଟକୁ ଗଲେ, ପୁଣି, ତିନୋଟି ବିଶ୍ରାମବାର ପର୍ଯ୍ୟନ୍ତ ଶାସ୍ତ୍ରର ବାକ୍ୟ ଘେନି ସେମାନଙ୍କୁ ଉପଦେଶ ଦେଲେ,
ତଦା ପୌଲଃ ସ୍ୱାଚାରାନୁସାରେଣ ତେଷାଂ ସମୀପଂ ଗତ୍ୱା ୱିଶ୍ରାମୱାରତ୍ରଯେ ତୈଃ ସାର୍ଦ୍ଧଂ ଧର୍ମ୍ମପୁସ୍ତକୀଯକଥାଯା ୱିଚାରଂ କୃତୱାନ୍|
3 ପୁଣି, ଖ୍ରୀଷ୍ଟଙ୍କର ଯେ ଦୁଃଖଭୋଗ ଓ ମୃତମାନଙ୍କ ମଧ୍ୟରୁ ଉତ୍ଥାନ କରିବା ଆବଶ୍ୟକ ଥିଲା, ଆଉ ସେ ଯେଉଁ ଯୀଶୁଙ୍କୁ ସେମାନଙ୍କ ନିକଟରେ ଘୋଷଣା କରୁଅଛନ୍ତି, ସେ ଯେ ଖ୍ରୀଷ୍ଟ, ଏହାର ସ୍ପଷ୍ଟ ପ୍ରମାଣ ଦେଲେ।
ଫଲତଃ ଖ୍ରୀଷ୍ଟେନ ଦୁଃଖଭୋଗଃ କର୍ତ୍ତୱ୍ୟଃ ଶ୍ମଶାନଦୁତ୍ଥାନଞ୍ଚ କର୍ତ୍ତୱ୍ୟଂ ଯୁଷ୍ମାକଂ ସନ୍ନିଧୌ ଯସ୍ୟ ଯୀଶୋଃ ପ୍ରସ୍ତାୱଂ କରୋମି ସ ଈଶ୍ୱରେଣାଭିଷିକ୍ତଃ ସ ଏତାଃ କଥାଃ ପ୍ରକାଶ୍ୟ ପ୍ରମାଣଂ ଦତ୍ୱା ସ୍ଥିରୀକୃତୱାନ୍|
4 ସେଥିରେ ସେମାନଙ୍କ ମଧ୍ୟରୁ କେତେକ ଜଣ ବିଶ୍ୱାସ କରି ପାଉଲ ଓ ଶୀଲାଙ୍କ ସହିତ ଯୋଗ ଦେଲେ; ପୁଣି, ଯିହୁଦୀମତାବଲମ୍ବୀ ଗ୍ରୀକ୍‍ମାନଙ୍କ ମଧ୍ୟରୁ ବହୁସଂଖ୍ୟକ ଲୋକ ଓ ଅନେକ ଭଦ୍ର ମହିଳା ସେମାନଙ୍କ ସହିତ ଯୋଗ ଦେଲେ।
ତସ୍ମାତ୍ ତେଷାଂ କତିପଯଜନା ଅନ୍ୟଦେଶୀଯା ବହୱୋ ଭକ୍ତଲୋକା ବହ୍ୟଃ ପ୍ରଧାନନାର୍ୟ୍ୟଶ୍ଚ ୱିଶ୍ୱସ୍ୟ ପୌଲସୀଲଯୋଃ ପଶ୍ଚାଦ୍ଗାମିନୋ ଜାତାଃ|
5 କିନ୍ତୁ ଯିହୁଦୀମାନେ ଈର୍ଷାରେ ଜଳିଉଠି ବଜାରର କେତେକ ଦୁଷ୍ଟ ଲୋକଙ୍କୁ ସାଙ୍ଗରେ ଘେନି ଲୋକଗହଳ କରି ନଗରରେ ଗଣ୍ଡଗୋଳ ଲଗାଇଦେଲେ, ଆଉ ଯାସୋନଙ୍କ ଗୃହ ଆକ୍ରମଣ କରି ସେମାନଙ୍କୁ ଲୋକମାନଙ୍କ ନିକଟକୁ ବାହାର କରି ଆଣିବା ପାଇଁ ଚେଷ୍ଟା କଲେ।
କିନ୍ତୁ ୱିଶ୍ୱାସହୀନା ଯିହୂଦୀଯଲୋକା ଈର୍ଷ୍ୟଯା ପରିପୂର୍ଣାଃ ସନ୍ତୋ ହଟଟ୍ସ୍ୟ କତିନଯଲମ୍ପଟଲୋକାନ୍ ସଙ୍ଗିନଃ କୃତ୍ୱା ଜନତଯା ନଗରମଧ୍ୟେ ମହାକଲହଂ କୃତ୍ୱା ଯାସୋନୋ ଗୃହମ୍ ଆକ୍ରମ୍ୟ ପ୍ରେରିତାନ୍ ଧୃତ୍ୱା ଲୋକନିୱହସ୍ୟ ସମୀପମ୍ ଆନେତୁଂ ଚେଷ୍ଟିତୱନ୍ତଃ|
6 ମାତ୍ର ସେମାନଙ୍କୁ ନ ପାଇବାରୁ ସେମାନେ ଯାସୋନ ଓ କେତେକ ବିଶ୍ୱାସୀ ଭାଇମାନଙ୍କୁ ନଗରର ଶାସନକର୍ତ୍ତାମାନଙ୍କ ନିକଟକୁ ଟାଣିଆଣି ଉଚ୍ଚସ୍ୱରରେ ଡାକି କହିଲେ, ଏ ଯେଉଁ ଲୋକଗୁଡ଼ାକ ଜଗତକୁ ଓଲଟପାଲଟ କରିପକାଇଲେଣି, ସେମାନେ ଏଠାକୁ ମଧ୍ୟ ଆସିଅଛନ୍ତି; ସେମାନଙ୍କୁ ଯାସୋନ ଗ୍ରହଣ କରିଅଛି।
ତେଷାମୁଦ୍ଦେଶମ୍ ଅପ୍ରାପ୍ୟ ଚ ଯାସୋନଂ କତିପଯାନ୍ ଭ୍ରାତୃଂଶ୍ଚ ଧୃତ୍ୱା ନଗରାଧିପତୀନାଂ ନିକଟମାନୀଯ ପ୍ରୋଚ୍ଚୈଃ କଥିତୱନ୍ତୋ ଯେ ମନୁଷ୍ୟା ଜଗଦୁଦ୍ୱାଟିତୱନ୍ତସ୍ତେ ଽତ୍ରାପ୍ୟୁପସ୍ଥିତାଃ ସନ୍ତି,
7 ଯୀଶୁ ନାମରେ ଆଉ ଜଣେ ରାଜା ଅଛି ବୋଲି କହି ଏମାନେ ସମସ୍ତେ କାଇସରଙ୍କ ଆଜ୍ଞାର ବିରୁଦ୍ଧାଚରଣ କରୁଅଛନ୍ତି।
ଏଷ ଯାସୋନ୍ ଆତିଥ୍ୟଂ କୃତ୍ୱା ତାନ୍ ଗୃହୀତୱାନ୍| ଯୀଶୁନାମକ ଏକୋ ରାଜସ୍ତୀତି କଥଯନ୍ତସ୍ତେ କୈସରସ୍ୟାଜ୍ଞାୱିରୁଦ୍ଧଂ କର୍ମ୍ମ କୁର୍ୱ୍ୱତି|
8 ସେମାନଙ୍କର ଏହି କଥା ଶୁଣି ଲୋକସମୂହ ଓ ନଗରର ଶାସନକର୍ତ୍ତାମାନେ ବିଚଳିତ ହେଲେ।
ତେଷାଂ କଥାମିମାଂ ଶ୍ରୁତ୍ୱା ଲୋକନିୱହୋ ନଗରାଧିପତଯଶ୍ଚ ସମୁଦ୍ୱିଗ୍ନା ଅଭୱନ୍|
9 ପରେ ସେମାନେ ଯାସୋନ ଓ ତାହାଙ୍କ ସଙ୍ଗୀମାନଙ୍କଠାରୁ ଜାମିନ୍ ନେଇ ସେମାନଙ୍କୁ ଛାଡ଼ିଦେଲେ।
ତଦା ଯାସୋନସ୍ତଦନ୍ୟେଷାଞ୍ଚ ଧନଦଣ୍ଡଂ ଗୃହୀତ୍ୱା ତାନ୍ ପରିତ୍ୟକ୍ତୱନ୍ତଃ|
10 ପୁଣି, ଭାଇମାନେ ଅବିଳମ୍ବରେ ପାଉଲ ଓ ଶୀଲାଙ୍କୁ ରାତି ସମୟରେ ବେରିୟା ନଗରକୁ ପଠାଇଦେଲେ; ସେମାନେ ସେହି ସ୍ଥାନରେ ପହଞ୍ଚି ଯିହୁଦୀମାନଙ୍କ ସମାଜଗୃହକୁ ଗଲେ।
ତତଃ ପରଂ ଭ୍ରାତୃଗଣୋ ରଜନ୍ୟାଂ ପୌଲସୀଲୌ ଶୀଘ୍ରଂ ବିରଯାନଗରଂ ପ୍ରେଷିତୱାନ୍ ତୌ ତତ୍ରୋପସ୍ଥାଯ ଯିହୂଦୀଯାନାଂ ଭଜନଭୱନଂ ଗତୱନ୍ତୌ|
11 ଥେସଲନୀକୀ ସହରରେ ଥିବା ଯିହୁଦୀମାନଙ୍କଠାରୁ ଏମାନେ ସୁଶୀଳ ଥିଲେ। ଏମାନେ ପୂର୍ଣ୍ଣ ଆଗ୍ରହରେ ବାକ୍ୟ ଗ୍ରହଣ କଲେ, ପୁଣି, ଏହି ସମସ୍ତ ସତ୍ୟ କି ନା, ତାହା ଜାଣିବା ନିମନ୍ତେ ପ୍ରତିଦିନ ଶାସ୍ତ୍ର ଅନୁସନ୍ଧାନ କରୁଥିଲେ।
ତତ୍ରସ୍ଥା ଲୋକାଃ ଥିଷଲନୀକୀସ୍ଥଲୋକେଭ୍ୟୋ ମହାତ୍ମାନ ଆସନ୍ ଯତ ଇତ୍ଥଂ ଭୱତି ନ ୱେତି ଜ୍ଞାତୁଂ ଦିନେ ଦିନେ ଧର୍ମ୍ମଗ୍ରନ୍ଥସ୍ୟାଲୋଚନାଂ କୃତ୍ୱା ସ୍ୱୈରଂ କଥାମ୍ ଅଗୃହ୍ଲନ୍|
12 ତେଣୁ ସେମାନଙ୍କ ମଧ୍ୟରୁ ଅନେକେ ଓ ଗ୍ରୀକ୍‌ମାନଙ୍କ ମଧ୍ୟରୁ ଅନେକ ସମ୍ଭ୍ରାନ୍ତ ମହିଳା ଓ ପୁରୁଷ ମଧ୍ୟ ବିଶ୍ୱାସ କଲେ।
ତସ୍ମାଦ୍ ଅନେକେ ଯିହୂଦୀଯା ଅନ୍ୟଦେଶୀଯାନାଂ ମାନ୍ୟା ସ୍ତ୍ରିଯଃ ପୁରୁଷାଶ୍ଚାନେକେ ୱ୍ୟଶ୍ୱସନ୍|
13 କିନ୍ତୁ ଯେତେବେଳେ ଥେସଲନୀକୀ ସହରରେ ଯିହୁଦୀମାନେ ଜାଣିଲେ ଯେ, ଈଶ୍ବରଙ୍କ ବାକ୍ୟ ପାଉଲଙ୍କ ଦ୍ୱାରା ବେରିୟାରେ ସୁଦ୍ଧା ପ୍ରଚାରିତ ହେଉଅଛି, ସେତେବେଳେ ସେମାନେ ସେ ସ୍ଥାନକୁ ମଧ୍ୟ ଆସି ଲୋକସମୂହଙ୍କୁ ଉତ୍ତେଜିତ ଓ ବିଚଳିତ କଲେ।
କିନ୍ତୁ ବିରଯାନଗରେ ପୌଲେନେଶ୍ୱରୀଯା କଥା ପ୍ରଚାର୍ୟ୍ୟତ ଇତି ଥିଷଲନୀକୀସ୍ଥା ଯିହୂଦୀଯା ଜ୍ଞାତ୍ୱା ତତ୍ସ୍ଥାନମପ୍ୟାଗତ୍ୟ ଲୋକାନାଂ କୁପ୍ରୱୃତ୍ତିମ୍ ଅଜନଯନ୍|
14 ସେଥିରେ ଭାଇମାନେ ଅବିଳମ୍ବରେ ପାଉଲଙ୍କୁ ସମୁଦ୍ର ଆଡ଼କୁ ଯିବା ପାଇଁ ପଠାଇଦେଲେ, ଆଉ ଶୀଲା ଓ ତୀମଥି ସେହି ସ୍ଥାନରେ ରହିଲେ।
ଅତଏୱ ତସ୍ମାତ୍ ସ୍ଥାନାତ୍ ସମୁଦ୍ରେଣ ଯାନ୍ତୀତି ଦର୍ଶଯିତ୍ୱା ଭ୍ରାତରଃ କ୍ଷିପ୍ରଂ ପୌଲଂ ପ୍ରାହିଣ୍ୱନ୍ କିନ୍ତୁ ସୀଲତୀମଥିଯୌ ତତ୍ର ସ୍ଥିତୱନ୍ତୌ|
15 କିନ୍ତୁ ଯେଉଁମାନେ ପାଉଲଙ୍କୁ ସାଙ୍ଗରେ ଘେନିଗଲେ, ସେମାନେ ତାହାଙ୍କୁ ଆଥିନୀ ପର୍ଯ୍ୟନ୍ତ ଆଣିଲେ, ଆଉ ଶୀଲା ଓ ତୀମଥି ଯେପରି ଅତି ଶୀଘ୍ର ତାହାଙ୍କ ନିକଟକୁ ଆସନ୍ତି, ଏହି ଆଜ୍ଞା ପାଇ ସେମାନେ ପ୍ରସ୍ଥାନ କଲେ।
ତତଃ ପରଂ ପୌଲସ୍ୟ ମାର୍ଗଦର୍ଶକାସ୍ତମ୍ ଆଥୀନୀନଗର ଉପସ୍ଥାପଯନ୍ ପଶ୍ଚାଦ୍ ଯୁୱାଂ ତୂର୍ଣମ୍ ଏତତ୍ ସ୍ଥାନଂ ଆଗମିଷ୍ୟଥଃ ସୀଲତୀମଥିଯୌ ପ୍ରତୀମାମ୍ ଆଜ୍ଞାଂ ପ୍ରାପ୍ୟ ତେ ପ୍ରତ୍ୟାଗତାଃ|
16 ଆଥିନୀରେ ପାଉଲ ସେମାନଙ୍କ ଅପେକ୍ଷାରେ ଥିବା ସମୟରେ ସେହି ନଗରକୁ ପ୍ରତିମାରେ ପରିପୂର୍ଣ୍ଣ ଦେଖି ତାହାଙ୍କ ଆତ୍ମା ଉତ୍ତପ୍ତ ହୋଇ ଉଠିଲା।
ପୌଲ ଆଥୀନୀନଗରେ ତାୱପେକ୍ଷ୍ୟ ତିଷ୍ଠନ୍ ତନ୍ନଗରଂ ପ୍ରତିମାଭିଃ ପରିପୂର୍ଣଂ ଦୃଷ୍ଟ୍ୱା ସନ୍ତପ୍ତହୃଦଯୋ ଽଭୱତ୍|
17 ତେଣୁ ସେ ସମାଜଗୃହରେ ଯିହୁଦୀ ଓ ଯିହୁଦୀମତାବଲମ୍ବୀ ଅଣଯିହୁଦୀମାନଙ୍କ ସହିତ, ଆଉ ବଜାର ଛକରେ ପ୍ରତିଦିନ ଯେଉଁମାନଙ୍କ ସାଙ୍ଗରେ ଦେଖା ହେଉଥିଲା, ସେମାନଙ୍କୁ ଉପଦେଶ ଦେଉଥିଲେ।
ତତଃ ସ ଭଜନଭୱନେ ଯାନ୍ ଯିହୂଦୀଯାନ୍ ଭକ୍ତଲୋକାଂଶ୍ଚ ହଟ୍ଟେ ଚ ଯାନ୍ ଅପଶ୍ୟତ୍ ତୈଃ ସହ ପ୍ରତିଦିନଂ ୱିଚାରିତୱାନ୍|
18 ସେଥିରେ ଏପିକୂୂରୀୟ ଓ ସ୍ତୋୟିକ ଦର୍ଶନଶାସ୍ତ୍ରର କେତେକ ଦାର୍ଶନିକ ମଧ୍ୟ ତାହାଙ୍କ ସହିତ ବାଦାନୁବାଦ କରିବାକୁ ଲାଗିଲେ, ପୁଣି, କେହି କେହି କହିଲେ, ଏ ବାଚାଳଟା କଅଣ କହିବାକୁ ଇଚ୍ଛା କରୁଅଛି? ଆଉ କେହି କେହି କହିଲେ, ସେ ଅଜଣା ଦେବତାମାନଙ୍କର ପ୍ରଚାରକ ହେଲା ପରି ଜଣାଯାଉଅଛି; କାରଣ ସେ ଯୀଶୁ ଓ ପୁନରୁତ୍ଥାନ ବିଷୟକ ସୁସମାଚାର ପ୍ରଚାର କରୁଥିଲେ।
କିନ୍ତ୍ୱିପିକୂରୀଯମତଗ୍ରହିଣଃ ସ୍ତୋଯିକୀଯମତଗ୍ରାହିଣଶ୍ଚ କିଯନ୍ତୋ ଜନାସ୍ତେନ ସାର୍ଦ୍ଧଂ ୱ୍ୟୱଦନ୍ତ| ତତ୍ର କେଚିଦ୍ ଅକଥଯନ୍ ଏଷ ୱାଚାଲଃ କିଂ ୱକ୍ତୁମ୍ ଇଚ୍ଛତି? ଅପରେ କେଚିଦ୍ ଏଷ ଜନଃ କେଷାଞ୍ଚିଦ୍ ୱିଦେଶୀଯଦେୱାନାଂ ପ୍ରଚାରକ ଇତ୍ୟନୁମୀଯତେ ଯତଃ ସ ଯୀଶୁମ୍ ଉତ୍ଥିତିଞ୍ଚ ପ୍ରଚାରଯତ୍|
19 ପରେ ସେମାନେ ତାହାଙ୍କୁ ଆରିୟପାଗକୁ ଘେନିଯାଇ କହିଲେ, ଏହି ଯେ ନୂତନ ଶିକ୍ଷା ଆପଣ ଦେଉଅଛନ୍ତି, ତାହା କଅଣ ବୋଲି ଆମ୍ଭେମାନେ ଜାଣି ପାରିବା କି?
ତେ ତମ୍ ଅରେଯପାଗନାମ ୱିଚାରସ୍ଥାନମ୍ ଆନୀଯ ପ୍ରାୱୋଚନ୍ ଇଦଂ ଯନ୍ନୱୀନଂ ମତଂ ତ୍ୱଂ ପ୍ରାଚୀକଶ ଇଦଂ କୀଦୃଶଂ ଏତଦ୍ ଅସ୍ମାନ୍ ଶ୍ରାୱଯ;
20 କାରଣ ଆପଣ କେତେକ ଅଦ୍ଭୁତ ବିଷୟ ଆମ୍ଭମାନଙ୍କ କର୍ଣ୍ଣଗୋଚର କରୁଅଛନ୍ତି; ଅତଏବ ଏହି ସମସ୍ତ କଥାର ଅର୍ଥ କଅଣ, ଆମ୍ଭେମାନେ ତାହା ଜାଣିବାକୁ ଇଚ୍ଛା କରୁ।
ଯାମିମାମ୍ ଅସମ୍ଭୱକଥାମ୍ ଅସ୍ମାକଂ କର୍ଣଗୋଚରୀକୃତୱାନ୍ ଅସ୍ୟା ଭାୱାର୍ଥଃ କ ଇତି ୱଯଂ ଜ୍ଞାତୁମ୍ ଇଚ୍ଛାମଃ|
21 ଆଥିନୀ ସହରର ଲୋକ ସମସ୍ତେ ଓ ସେଠାରେ ପ୍ରବାସୀ ବିଦେଶୀୟମାନେ କେବଳ କୌଣସି ନୂତନ କଥା କହିବା ଓ ଶୁଣିବା ଛଡ଼ା ଆଉ କାହିଁରେ କାଳକ୍ଷେପଣ କରୁ ନ ଥିଲେ।
ତଦାଥୀନୀନିୱାସିନସ୍ତନ୍ନଗରପ୍ରୱାସିନଶ୍ଚ କେୱଲଂ କସ୍ୟାଶ୍ଚନ ନୱୀନକଥାଯାଃ ଶ୍ରୱଣେନ ପ୍ରଚାରଣେନ ଚ କାଲମ୍ ଅଯାପଯନ୍|
22 ଏଥିରେ ପାଉଲ ଆରିୟପାଗର ମଧ୍ୟସ୍ଥଳରେ ଠିଆ ହୋଇ କହିଲେ, ହେ ଆଥିନୀ ସହରର ଲୋକମାନେ, ଆପଣମାନେ ଯେ ସମସ୍ତ ବିଷୟରେ ବଡ଼ ଦେବ ଭକ୍ତ, ଏହା ମୁଁ ଦେଖୁଅଛି।
ପୌଲୋଽରେଯପାଗସ୍ୟ ମଧ୍ୟେ ତିଷ୍ଠନ୍ ଏତାଂ କଥାଂ ପ୍ରଚାରିତୱାନ୍, ହେ ଆଥୀନୀଯଲୋକା ଯୂଯଂ ସର୍ୱ୍ୱଥା ଦେୱପୂଜାଯାମ୍ ଆସକ୍ତା ଇତ୍ୟହ ପ୍ରତ୍ୟକ୍ଷଂ ପଶ୍ୟାମି|
23 କାରଣ ମୁଁ ଭ୍ରମଣ କରିବା ସମୟରେ ଆପଣମାନଙ୍କର ପୂଜିତ ବସ୍ତୁସମସ୍ତ ଦେଖୁ ଦେଖୁ ଗୋଟିଏ ବେଦି ମଧ୍ୟ ଦେଖିଲି, ଯାହା ଉପରେ ଏହି କଥା ଲେଖା ହୋଇଅଛି, “ଅଜ୍ଞାତ ଦେବତାଙ୍କ ଉଦ୍ଦେଶ୍ୟରେ।” ଅତଏବ, ଆପଣମାନେ ନ ଜାଣି ଯାହାଙ୍କର ପୂଜା କରୁଅଛନ୍ତି, ମୁଁ ତାହାଙ୍କୁ ଆପଣମାନଙ୍କ ନିକଟରେ ପ୍ରଚାର କରୁଅଛି।
ଯତଃ ପର୍ୟ୍ୟଟନକାଲେ ଯୁଷ୍ମାକଂ ପୂଜନୀଯାନି ପଶ୍ୟନ୍ ‘ଅୱିଜ୍ଞାତେଶ୍ୱରାଯ’ ଏତଲ୍ଲିପିଯୁକ୍ତାଂ ଯଜ୍ଞୱେଦୀମେକାଂ ଦୃଷ୍ଟୱାନ୍; ଅତୋ ନ ୱିଦିତ୍ୱା ଯଂ ପୂଜଯଧ୍ୱେ ତସ୍ୟୈୱ ତତ୍ୱଂ ଯୁଷ୍ମାନ୍ ପ୍ରତି ପ୍ରଚାରଯାମି|
24 ଯେଉଁ ଈଶ୍ବର ଜଗତ ଓ ତନ୍ମଧ୍ୟସ୍ଥ ସମସ୍ତ ପଦାର୍ଥ ସୃଷ୍ଟି କରିଅଛନ୍ତି, ସେ ସ୍ୱର୍ଗ ଓ ପୃଥିବୀର ପ୍ରଭୁ ହେବାରୁ ହସ୍ତନିର୍ମିତ ମନ୍ଦିର-ସମୂହରେ ବାସ କରନ୍ତି ନାହିଁ,
ଜଗତୋ ଜଗତ୍ସ୍ଥାନାଂ ସର୍ୱ୍ୱୱସ୍ତୂନାଞ୍ଚ ସ୍ରଷ୍ଟା ଯ ଈଶ୍ୱରଃ ସ ସ୍ୱର୍ଗପୃଥିୱ୍ୟୋରେକାଧିପତିଃ ସନ୍ କରନିର୍ମ୍ମିତମନ୍ଦିରେଷୁ ନ ନିୱସତି;
25 କିଅବା ତାହାଙ୍କର କୌଣସି ଅଭାବ ଥିବାରୁ ମନୁଷ୍ୟହସ୍ତ ଦ୍ୱାରା ସେବିତ ହୁଅନ୍ତି ନାହିଁ, ଯେଣୁ ସେ ସ୍ୱୟଂ ସମସ୍ତଙ୍କୁ ଜୀବନ, ନିଶ୍ୱାସ, ଓ ସମସ୍ତ ପଦାର୍ଥ ଦାନ କରନ୍ତି।
ସ ଏୱ ସର୍ୱ୍ୱେଭ୍ୟୋ ଜୀୱନଂ ପ୍ରାଣାନ୍ ସର୍ୱ୍ୱସାମଗ୍ରୀଶ୍ଚ ପ୍ରଦଦାତି; ଅତଏୱ ସ କସ୍ୟାଶ୍ଚିତ୍ ସାମଗ୍ୟ୍ରା ଅଭାୱହେତୋ ର୍ମନୁଷ୍ୟାଣାଂ ହସ୍ତୈଃ ସେୱିତୋ ଭୱତୀତି ନ|
26 ଆଉ, ସେ ପୃଥିବୀର ସର୍ବତ୍ର ବାସ କରିବା ନିମନ୍ତେ ଏକ ବ୍ୟକ୍ତିଠାରୁ ସମସ୍ତ ମାନବଜାତି ସୃଷ୍ଟି କରିଅଛନ୍ତି; ସେ ସେମାନଙ୍କର ନିର୍ଦ୍ଦିଷ୍ଟ କାଳ ଓ ନିବାସର ସୀମା ସ୍ଥିର କରିଅଛନ୍ତି,
ସ ଭୂମଣ୍ଡଲେ ନିୱାସାର୍ଥମ୍ ଏକସ୍ମାତ୍ ଶୋଣିତାତ୍ ସର୍ୱ୍ୱାନ୍ ମନୁଷ୍ୟାନ୍ ସୃଷ୍ଟ୍ୱା ତେଷାଂ ପୂର୍ୱ୍ୱନିରୂପିତସମଯଂ ୱସତିସୀମାଞ୍ଚ ନିରଚିନୋତ୍;
27 ସେମାନେ ଯେପରି ଈଶ୍ବରଙ୍କର ଅନ୍ୱେଷଣ କରି କାଳେ ଦରାଣ୍ଡି ଦରାଣ୍ଡି ତାହାଙ୍କର ଉଦ୍ଦେଶ୍ୟ ପାଇ ପାରନ୍ତି, ଯଦ୍ୟପି ସେ ଆମ୍ଭମାନଙ୍କର କାହାରିଠାରୁ ଦୂରରେ ନାହାନ୍ତି।
ତସ୍ମାତ୍ ଲୋକୈଃ କେନାପି ପ୍ରକାରେଣ ମୃଗଯିତ୍ୱା ପରମେଶ୍ୱରସ୍ୟ ତତ୍ୱଂ ପ୍ରାପ୍ତୁଂ ତସ୍ୟ ଗୱେଷଣଂ କରଣୀଯମ୍|
28 କାରଣ ତାହାଙ୍କଠାରେ ଆମ୍ଭମାନଙ୍କର ଅସ୍ତି, ଗତି ଓ ସ୍ଥିତି, ଯେପରି ଆପଣମାନଙ୍କର ନିଜ କବିମାନଙ୍କ ମଧ୍ୟରୁ ସୁଦ୍ଧା କେତେକ କହିଅଛନ୍ତି, “କାରଣ ଆମ୍ଭେମାନେ ମଧ୍ୟ ତାହାଙ୍କ ବଂଶ।”
କିନ୍ତୁ ସୋଽସ୍ମାକଂ କସ୍ମାଚ୍ଚିଦପି ଦୂରେ ତିଷ୍ଠତୀତି ନହି, ୱଯଂ ତେନ ନିଶ୍ୱସନପ୍ରଶ୍ୱସନଗମନାଗମନପ୍ରାଣଧାରଣାନି କୁର୍ମ୍ମଃ, ପୁନଶ୍ଚ ଯୁଷ୍ମାକମେୱ କତିପଯାଃ କୱଯଃ କଥଯନ୍ତି ‘ତସ୍ୟ ୱଂଶା ୱଯଂ ସ୍ମୋ ହି’ ଇତି|
29 ତେବେ, ଆମ୍ଭେମାନେ ଈଶ୍ବରଙ୍କର ବଂଶ ହେବାରୁ ଈଶ୍ବରଙ୍କ ସ୍ୱରୂପକୁ ମନୁଷ୍ୟର ଶିଳ୍ପ ଓ କଳ୍ପନା ଅନୁସାରେ ଖୋଦିତ ସ୍ୱର୍ଣ୍ଣ କି ରୌପ୍ୟ କି ପ୍ରସ୍ତର ତୁଲ୍ୟ ବୁଝିବା ଆମ୍ଭମାନଙ୍କର ଉଚିତ୍ ନୁହେଁ।
ଅତଏୱ ଯଦି ୱଯମ୍ ଈଶ୍ୱରସ୍ୟ ୱଂଶା ଭୱାମସ୍ତର୍ହି ମନୁଷ୍ୟୈ ର୍ୱିଦ୍ୟଯା କୌଶଲେନ ଚ ତକ୍ଷିତଂ ସ୍ୱର୍ଣଂ ରୂପ୍ୟଂ ଦୃଷଦ୍ ୱୈତେଷାମୀଶ୍ୱରତ୍ୱମ୍ ଅସ୍ମାଭି ର୍ନ ଜ୍ଞାତୱ୍ୟଂ|
30 ଈଶ୍ବର ସେହି ଅଜ୍ଞାନତାର କାଳ ଉପେକ୍ଷା କରିଅଛନ୍ତି ସତ୍ୟ, କିନ୍ତୁ ଏବେ ସେ ସର୍ବତ୍ର ସମସ୍ତ ମନୁଷ୍ୟଙ୍କୁ ମନ-ପରିବର୍ତ୍ତନ କରିବା ନିମନ୍ତେ ଜଣାନ୍ତି;
ତେଷାଂ ପୂର୍ୱ୍ୱୀଯଲୋକାନାମ୍ ଅଜ୍ଞାନତାଂ ପ୍ରତୀଶ୍ୱରୋ ଯଦ୍ୟପି ନାୱାଧତ୍ତ ତଥାପୀଦାନୀଂ ସର୍ୱ୍ୱତ୍ର ସର୍ୱ୍ୱାନ୍ ମନଃ ପରିୱର୍ତ୍ତଯିତୁମ୍ ଆଜ୍ଞାପଯତି,
31 କାରଣ ଯେଉଁ ଦିନ ସେ ଆପଣା ନିରୂପିତ ବ୍ୟକ୍ତିଙ୍କ ଦ୍ୱାରା ଧାର୍ମିକତାରେ ଜଗତର ବିଚାର କରିବେ, ଏହିପରି ଗୋଟିଏ ଦିନ ସ୍ଥିର କରିଅଛନ୍ତି, ଆଉ ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉତ୍ଥାପନ କରି ଏହି ବିଷୟରେ ସମସ୍ତଙ୍କ ନିକଟରେ ପ୍ରମାଣ ଦେଇଅଛନ୍ତି।
ଯତଃ ସ୍ୱନିଯୁକ୍ତେନ ପୁରୁଷେଣ ଯଦା ସ ପୃଥିୱୀସ୍ଥାନାଂ ସର୍ୱ୍ୱଲୋକାନାଂ ୱିଚାରଂ କରିଷ୍ୟତି ତଦ୍ଦିନଂ ନ୍ୟରୂପଯତ୍; ତସ୍ୟ ଶ୍ମଶାନୋତ୍ଥାପନେନ ତସ୍ମିନ୍ ସର୍ୱ୍ୱେଭ୍ୟଃ ପ୍ରମାଣଂ ପ୍ରାଦାତ୍|
32 ମୃତମାନଙ୍କର ପୁନରୁତ୍ଥାନ କଥା ଶୁଣି କେହି କେହି ପରିହାସ କରିବାକୁ ଲାଗିଲେ; ଆଉ କେହି କେହି କହିଲେ, ଆମ୍ଭେମାନେ ଆଉ ଥରେ ଆପଣଙ୍କଠାରୁ ଏହି ବିଷୟ ଶୁଣିବା।
ତଦା ଶ୍ମଶାନାଦ୍ ଉତ୍ଥାନସ୍ୟ କଥାଂ ଶ୍ରୁତ୍ୱା କେଚିଦ୍ ଉପାହମନ୍, କେଚିଦୱଦନ୍ ଏନାଂ କଥାଂ ପୁନରପି ତ୍ୱତ୍ତଃ ଶ୍ରୋଷ୍ୟାମଃ|
33 ଏହି ପ୍ରକାରେ ପାଉଲ ସେମାନଙ୍କ ମଧ୍ୟରୁ ବାହାରିଗଲେ।
ତତଃ ପୌଲସ୍ତେଷାଂ ସମୀପାତ୍ ପ୍ରସ୍ଥିତୱାନ୍|
34 କିନ୍ତୁ କୌଣସି କୌଣସି ଲୋକ ତାହାଙ୍କ ସପକ୍ଷ ହୋଇ ବିଶ୍ୱାସ କଲେ; ସେମାନଙ୍କ ମଧ୍ୟରେ ଏରିୟପାଗୀୟ ଦିୟନୂସୀୟ, ଦାମାରି ନାମ୍ନୀ ଜଣେ ମହିଳା ସେମାନଙ୍କ ସହିତ ଆଉ କେତେକ ଲୋକ ଥିଲେ।
ତଥାପି କେଚିଲ୍ଲୋକାସ୍ତେନ ସାର୍ଦ୍ଧଂ ମିଲିତ୍ୱା ୱ୍ୟଶ୍ୱସନ୍ ତେଷାଂ ମଧ୍ୟେ ଽରେଯପାଗୀଯଦିଯନୁସିଯୋ ଦାମାରୀନାମା କାଚିନ୍ନାରୀ କିଯନ୍ତୋ ନରାଶ୍ଚାସନ୍|

< ପ୍ରେରିତ 17 >