< ପ୍ରେରିତ 17 >

1 ପରେ ପାଉଲ ଏବଂ ଶିଲା ଆଂଫିପଲି ଓ ଆପଲ୍ଲୋନିଆ ସହରଗୁଡ଼ିକ ଦେଇ ଯାତ୍ରା କରି ଥେସଲନୀକୀ ସହରକୁ ଆସିଲେ; ସେଠାରେ ଯିହୁଦୀମାନଙ୍କର ଗୋଟିଏ ସମାଜଗୃହ ଥିଲା।
ପାଉଲ୍‍ ଆରି ଶୀଲା ଆମ୍ପିପଲି ଆରି ଆପଲ୍ଲୋନ୍ନିଆ ଗାଲି ବିଚେ ଥେସଲନିକୀକେ ପିଙ୍ଗ୍‍ଚା ଆର୍କେ । ଆତ୍‍ଅରିଆ ଜିଉଦିଇଂନେ ମୁଇଂ ପାର୍‌ତନା ଡୁଆଇଂ ଲେଃଗେ ।
2 ଆଉ ପାଉଲ ଆପଣା ରୀତି ଅନୁସାରେ ସେମାନଙ୍କ ନିକଟକୁ ଗଲେ, ପୁଣି, ତିନୋଟି ବିଶ୍ରାମବାର ପର୍ଯ୍ୟନ୍ତ ଶାସ୍ତ୍ରର ବାକ୍ୟ ଘେନି ସେମାନଙ୍କୁ ଉପଦେଶ ଦେଲେ,
ପାଉଲ୍‍ ମେଇଂ ନିୟମ୍‍ ଅନୁସାରେ ମେଇଂନେ ଡାଗ୍ରା ୱେକେ ବାରି ଞ୍ଜିକ୍ଲିଗ୍‌ ସାନ୍ତା କାଲା ଜାକ ଦରମ୍‌ ସାସ୍ତର୍‌ନେ ବ୍ନାଲିର୍‌ ସାଚେ ଆମେଇଂକେ ଆଦେସ୍‌ ବିକେ ।
3 ପୁଣି, ଖ୍ରୀଷ୍ଟଙ୍କର ଯେ ଦୁଃଖଭୋଗ ଓ ମୃତମାନଙ୍କ ମଧ୍ୟରୁ ଉତ୍ଥାନ କରିବା ଆବଶ୍ୟକ ଥିଲା, ଆଉ ସେ ଯେଉଁ ଯୀଶୁଙ୍କୁ ସେମାନଙ୍କ ନିକଟରେ ଘୋଷଣା କରୁଅଛନ୍ତି, ସେ ଯେ ଖ୍ରୀଷ୍ଟ, ଏହାର ସ୍ପଷ୍ଟ ପ୍ରମାଣ ଦେଲେ।
ଦରମ୍‍ ସାସ୍ତର୍‌ ଗୁଆର୍‍ଚେ ଆରି ଆଃବୁଜେଚେ ପର୍‌ମାନ୍‍ ଡିଂକେ ଜେ କିସ୍‌ଟନେ ଦୁକ୍‌ବାନେ ଆରି ଗୁଏଚେ ତଡ଼ିଆନେ ଦର୍‌କାର୍ ଲେଃଗେ । ପାଉଲ୍‍ ବାଲିର୍‍କେ “ମୁଡ଼ି ଜିସୁନେ ସାମୁଆଁ ନେଙ୍ଗ୍‍ ବାଲିର୍‍ ଣ୍ଡିଂକେ ମେଁ ଆତେନ୍‌‍ ମସିହ ।”
4 ସେଥିରେ ସେମାନଙ୍କ ମଧ୍ୟରୁ କେତେକ ଜଣ ବିଶ୍ୱାସ କରି ପାଉଲ ଓ ଶୀଲାଙ୍କ ସହିତ ଯୋଗ ଦେଲେ; ପୁଣି, ଯିହୁଦୀମତାବଲମ୍ବୀ ଗ୍ରୀକ୍‍ମାନଙ୍କ ମଧ୍ୟରୁ ବହୁସଂଖ୍ୟକ ଲୋକ ଓ ଅନେକ ଭଦ୍ର ମହିଳା ସେମାନଙ୍କ ସହିତ ଯୋଗ ଦେଲେ।
ମେଇଂ ବିତ୍‍ରେ ଉଡ଼ିରୁଆ ଆକେନ୍‍ ଆବୁଜେଚେ ରାସିଙ୍ଗ୍‌ଚେ ପାଉଲ୍‍ ଆରି ଶୀଲାଇଂ ଏତେ କୁଡ଼େଆର୍କେ; ଡେତୁଆ ସତ୍‍ ପରମେସର୍‍କେ ପାର୍‌ତନା ଡିଂଆର୍‍ଡିଂକ୍ନେ ଗୁଲେ ଗ୍ରୀକ୍‌ ରେମୁଆଁ ବାରି ଗୁଲେ ନିମାଣ୍ଡା ସେଲାମ୍ବୁଏଃଇଂ ଡିଗ୍‍ ମେଇଂ ଏତେ ମିସୁଆର୍କେ ।
5 କିନ୍ତୁ ଯିହୁଦୀମାନେ ଈର୍ଷାରେ ଜଳିଉଠି ବଜାରର କେତେକ ଦୁଷ୍ଟ ଲୋକଙ୍କୁ ସାଙ୍ଗରେ ଘେନି ଲୋକଗହଳ କରି ନଗରରେ ଗଣ୍ଡଗୋଳ ଲଗାଇଦେଲେ, ଆଉ ଯାସୋନଙ୍କ ଗୃହ ଆକ୍ରମଣ କରି ସେମାନଙ୍କୁ ଲୋକମାନଙ୍କ ନିକଟକୁ ବାହାର କରି ଆଣିବା ପାଇଁ ଚେଷ୍ଟା କଲେ।
ଏଲେଡିଗ୍‍ ଜିଉଦିଇଂ ଇଂସା ଡିଂଆର୍କେ ଆରି ଉଡ଼ିରୁଆ ଦଦ୍ୟା‍ ରକମ୍‍ନେ ରେମୁଆଁଇଂକେ ରାସିଂଚେ ସର୍‍ତେ ଇନିପାକା ଆଅଁ ବିଆର୍‌କେ । ମେଇଂ ପାଉଲ୍ ଆରି ଶୀଲାକେ ତୁର୍‍ଚେ ରେମୁଆଁଇଂ ଡାଗ୍ରା ଡୁଙ୍ଗ୍‍ପାଙ୍ଗ୍‍ ନ୍‍ସା ଜେସନ୍‍ ତେମ୍ନିକ୍ନେ ମୁଇଂ ରେମୁଆଁ ଡୁଆକେ ଗେରେଆର୍କେ ।
6 ମାତ୍ର ସେମାନଙ୍କୁ ନ ପାଇବାରୁ ସେମାନେ ଯାସୋନ ଓ କେତେକ ବିଶ୍ୱାସୀ ଭାଇମାନଙ୍କୁ ନଗରର ଶାସନକର୍ତ୍ତାମାନଙ୍କ ନିକଟକୁ ଟାଣିଆଣି ଉଚ୍ଚସ୍ୱରରେ ଡାକି କହିଲେ, ଏ ଯେଉଁ ଲୋକଗୁଡ଼ାକ ଜଗତକୁ ଓଲଟପାଲଟ କରିପକାଇଲେଣି, ସେମାନେ ଏଠାକୁ ମଧ୍ୟ ଆସିଅଛନ୍ତି; ସେମାନଙ୍କୁ ଯାସୋନ ଗ୍ରହଣ କରିଅଛି।
ଏଲେଣ୍ଡିଗ୍‍ ଆତ୍‍ଅରିଆ ପାଉଲ୍ ଆରି ଶୀଲାକେ ମାଅବାଚେ ମେଇଂ ଜେସନ୍‍ ଆରି ବିନ୍‍ ଉଡ଼ିରୁଆ ବୟାଁଇଂକେ ଇନିବାନ୍‍ ଇନିନେ ନେତାଇଂ ଡାଗ୍ରା ଗୁ ଡୁଙ୍ଗ୍‍ୱେଚେ ୱାସାର୍‍ଚେ ବାଲିର୍‍ଆର୍କେ “ଏନ୍‍ ରେମୁଆଁଇଂ କ୍ଲିଗ୍‍ ମଞ୍ଚ୍‌ପୁର୍‌କେ ଉଲ୍‍ଟା ପାଲ୍‍ଟା ଆଃଡିଂଆର୍‍ଡିଂକେ! ଏବେ ଆକ୍‍ମେଇଂ ନେଁ ଇନି ପାଙ୍ଗ୍‍ଲେଃ ଆର୍କେ ।
7 ଯୀଶୁ ନାମରେ ଆଉ ଜଣେ ରାଜା ଅଛି ବୋଲି କହି ଏମାନେ ସମସ୍ତେ କାଇସରଙ୍କ ଆଜ୍ଞାର ବିରୁଦ୍ଧାଚରଣ କରୁଅଛନ୍ତି।
ଜେସନ୍‍ ଆମେଇଂକେ ମେଁ ଡୁଆ ବକେ । ଜିସୁନେ ମ୍ନିରେ ଆର୍‍ମୁଇଂଜା ଇଃସାଙ୍ଗ୍‌ ଲେଃକେ ଡାଗ୍‍ଚେ ବାଲିର୍‍ଚେ ମେଇଂ କାଇସରନେ ସର୍‍ତେ ନିଅମ୍‍ ମାନେଃ ଆଡିଂଆର୍‍କେ ।”
8 ସେମାନଙ୍କର ଏହି କଥା ଶୁଣି ଲୋକସମୂହ ଓ ନଗରର ଶାସନକର୍ତ୍ତାମାନେ ବିଚଳିତ ହେଲେ।
ଆକେନ୍‍ ସାମୁଆଁ ବାଲିର୍‍ଚେ ମେଇଂ ରେମୁଆଁକେ ଆରି ଇନି ନେତାଇଂ ବିତ୍‍ରେ ଜବର୍‍ ୱିଙ୍ଗ୍‍ଆଁରିଙ୍ଗ୍‌ଆ ତାର୍‌କେ ।
9 ପରେ ସେମାନେ ଯାସୋନ ଓ ତାହାଙ୍କ ସଙ୍ଗୀମାନଙ୍କଠାରୁ ଜାମିନ୍ ନେଇ ସେମାନଙ୍କୁ ଛାଡ଼ିଦେଲେ।
ଇନି ନେତାଇଂ ଜେସନ୍‍ ଆରି ବିସ୍‍ବାସିଇଂବାନ୍‍ ଡାବୁ ଡୁଙ୍ଗ୍‍ୱିଗ୍‍ଚେ ଆମେଇଂକେ ଜାମିନ୍‌ରେ ଆନ୍ତାର୍‍ ବିଆର୍‌କେ ।
10 ପୁଣି, ଭାଇମାନେ ଅବିଳମ୍ବରେ ପାଉଲ ଓ ଶୀଲାଙ୍କୁ ରାତି ସମୟରେ ବେରିୟା ନଗରକୁ ପଠାଇଦେଲେ; ସେମାନେ ସେହି ସ୍ଥାନରେ ପହଞ୍ଚି ଯିହୁଦୀମାନଙ୍କ ସମାଜଗୃହକୁ ଗଲେ।
ମିଡିଗ୍‌କ୍ନେ ଦାପ୍ରେ ବୟାଁଇଂ ପାଉଲ୍ ଆରି ଶୀଲାକେ ବେରିଆ ପାକା ବେବିଆର୍କେ । ମେଇଂ ଆତ୍‍ଅରିଆ ୱେଚାଚେ ଜିଉଦିଇଂନେ ପାର୍‌ତନା ଡୁଆ ଡାଗ୍ରା ୱେଆର୍କେ ।
11 ଥେସଲନୀକୀ ସହରରେ ଥିବା ଯିହୁଦୀମାନଙ୍କଠାରୁ ଏମାନେ ସୁଶୀଳ ଥିଲେ। ଏମାନେ ପୂର୍ଣ୍ଣ ଆଗ୍ରହରେ ବାକ୍ୟ ଗ୍ରହଣ କଲେ, ପୁଣି, ଏହି ସମସ୍ତ ସତ୍ୟ କି ନା, ତାହା ଜାଣିବା ନିମନ୍ତେ ପ୍ରତିଦିନ ଶାସ୍ତ୍ର ଅନୁସନ୍ଧାନ କରୁଥିଲେ।
ଥେସଲନିକୀନେ ରେମୁଆଁଇଂକେ ବାଦୁଲ୍‍ରେ ଆତ୍‍ନେ ରେମୁଆଁଇଂ ଜବର୍‍ ଦୟାବାନ୍‍ଣ୍ଡ୍ରେ ଲେଃଆର୍‍ଗେ । ମେଇଂ ଜବର୍‍ ସାର୍‍ଦାରେ ସିସ୍‍ଇଂନେ ପ୍ରସ୍‌ନ ଅଁଆର୍କେ ଆରି ପାଉଲ୍‍ନେ ସତ୍‍ ବ୍ନାଲିର୍‍ ମେଃନେ ଆତେନ୍‌‍ ମ୍ୟାନ୍‍ସା ଦିନ୍‍କେ ଦରମ୍‌ ସାସ୍ତର୍‌ ଲଆର୍କେ ।
12 ତେଣୁ ସେମାନଙ୍କ ମଧ୍ୟରୁ ଅନେକେ ଓ ଗ୍ରୀକ୍‌ମାନଙ୍କ ମଧ୍ୟରୁ ଅନେକ ସମ୍ଭ୍ରାନ୍ତ ମହିଳା ଓ ପୁରୁଷ ମଧ୍ୟ ବିଶ୍ୱାସ କଲେ।
ମେଇଂ ବିତ୍‍ରେ ଜବର୍‍ ବିସ୍‍ବାସ୍‍ ଡିଂଆର୍କେ । ଗୁଲେରେ ସମ୍ରାନ୍ତ ଗ୍ରୀକ୍‌ ସେଲାମ୍ୱୁଏଇଂ ଆରି ଙ୍ଗିର୍‌ବଏଃ ରେମୁଆଁଇଂ ଡିଗ୍‍ ବିସ୍‍ବାସ୍‍ ଡିଂଆର୍କେ ।
13 କିନ୍ତୁ ଯେତେବେଳେ ଥେସଲନୀକୀ ସହରରେ ଯିହୁଦୀମାନେ ଜାଣିଲେ ଯେ, ଈଶ୍ବରଙ୍କ ବାକ୍ୟ ପାଉଲଙ୍କ ଦ୍ୱାରା ବେରିୟାରେ ସୁଦ୍ଧା ପ୍ରଚାରିତ ହେଉଅଛି, ସେତେବେଳେ ସେମାନେ ସେ ସ୍ଥାନକୁ ମଧ୍ୟ ଆସି ଲୋକସମୂହଙ୍କୁ ଉତ୍ତେଜିତ ଓ ବିଚଳିତ କଲେ।
ଏଲେଣ୍ଡିଗ୍ ଉଡ଼ିବେଲା ଥେସଲନିକୀ ଜିଉଦିଇଂ ମ୍ୟାଃଆର୍କେ ଜେ ବେରିଆ ନ୍ତୁଗ୍‍ ଣ୍ଡିଗ୍‍ ପାଉଲ୍‍ ଇସ୍‍ପର୍‍ନେ ସାମୁଆଁ ବାଲିର୍‍ ଡିଂଆର୍‍କେ ମେଇଂ ଆତ୍‍ତେ ପାଙ୍ଗ୍‍ଚେ ୱିଙ୍ଗ୍‍ଆନେ ନ୍‍ସା ରେମୁଆଁଇଂକେ ବାସଙ୍ଗ୍‌ଆର୍କେ ।
14 ସେଥିରେ ଭାଇମାନେ ଅବିଳମ୍ବରେ ପାଉଲଙ୍କୁ ସମୁଦ୍ର ଆଡ଼କୁ ଯିବା ପାଇଁ ପଠାଇଦେଲେ, ଆଉ ଶୀଲା ଓ ତୀମଥି ସେହି ସ୍ଥାନରେ ରହିଲେ।
ଅଃତେନ୍‌ ବେଲା ବୟାଁଇଂ ପାଉଲ୍‍ଇଂକେ କେଣ୍ଡିଆ ଡାଗ୍ରା ବେବିଆର୍କେ; ମାତର୍ ଶୀଲା ଆରି ତିମତି ମ୍ୱାୟା ବେରିଆନ୍ତୁଗ୍‍ ଲେଃୱେଆର୍‍ଗେ ।
15 କିନ୍ତୁ ଯେଉଁମାନେ ପାଉଲଙ୍କୁ ସାଙ୍ଗରେ ଘେନିଗଲେ, ସେମାନେ ତାହାଙ୍କୁ ଆଥିନୀ ପର୍ଯ୍ୟନ୍ତ ଆଣିଲେ, ଆଉ ଶୀଲା ଓ ତୀମଥି ଯେପରି ଅତି ଶୀଘ୍ର ତାହାଙ୍କ ନିକଟକୁ ଆସନ୍ତି, ଏହି ଆଜ୍ଞା ପାଇ ସେମାନେ ପ୍ରସ୍ଥାନ କଲେ।
ପାଉଲ୍‍ଇଂକେ ଡୁଙ୍ଗ୍‍ୱେକ୍ନେ ରେମୁଆଁଇଂ ମେଁ ଏତେ ଆଥେନ୍‌ସ୍ ଜାକ ୱେଆର୍କେ । ଆତ୍‍ବାନ୍‍ ମେଇଂ ବେରିଆ ପାକା ଆଣ୍ଡେଚେ ଶୀଲା ଆରି ତିମତିଇଂକେ ବାଲିର୍‍ଆର୍କେ ମେଇଂ ଗିଆ ପାଉଲ୍‍ଇଂ ଏତେ ମିସୁ ବିଃପା ଡାଗ୍‍ଚେ ପାଉଲ୍‍ ଆଦେସ୍‌ ବିକେ ।
16 ଆଥିନୀରେ ପାଉଲ ସେମାନଙ୍କ ଅପେକ୍ଷାରେ ଥିବା ସମୟରେ ସେହି ନଗରକୁ ପ୍ରତିମାରେ ପରିପୂର୍ଣ୍ଣ ଦେଖି ତାହାଙ୍କ ଆତ୍ମା ଉତ୍ତପ୍ତ ହୋଇ ଉଠିଲା।
ଆଥେନ୍‌ସ୍‌ନ୍ନିଆ ଶୀଲା ଆରି ତିମତିଇଂକେ ଉର୍‍ ଲେଃକ୍ନେ ବେଲା ଇନିନ୍ନିଆ ସଇତାନ୍‍ ମୁର୍‍ତିରେ ବର୍‍ତି ଡିଂଲେଃକ୍ନେ ପାଉଲ୍‍ କେଚେ ଜାବର୍‌ ଆତ୍ମାନ୍ନିଆ ଗାବ୍‌ରା ଡିଂୱେକେ ।
17 ତେଣୁ ସେ ସମାଜଗୃହରେ ଯିହୁଦୀ ଓ ଯିହୁଦୀମତାବଲମ୍ବୀ ଅଣଯିହୁଦୀମାନଙ୍କ ସହିତ, ଆଉ ବଜାର ଛକରେ ପ୍ରତିଦିନ ଯେଉଁମାନଙ୍କ ସାଙ୍ଗରେ ଦେଖା ହେଉଥିଲା, ସେମାନଙ୍କୁ ଉପଦେଶ ଦେଉଥିଲେ।
ତେନ୍‍ସା ମେଁ ପାର୍‌ତନା ଡୁଆ ନ୍ତୁଗ୍‍ ଜିଉଦିଇଂ ଏତେ ଇସ୍‍ପର୍‍ନେ ପାର୍‌ତନା ଡିଂଣ୍ଡ୍ରେ ଅଣଜିଉଦି‍ଇଂ ଏତେ ଆକେନ୍‍ ସାମୁଆଁ ଦିନ୍‍କେ ଅବାଲିର୍‍ ଆର୍କେ । ସହର୍‌ନେ ଚକ୍‍ଇଂ ଡାଗ୍ରା ୱେୱିଗ୍‍ ଡିଂଆର୍‌ଡିଂକ୍ନେ ରେମୁଆଁଇଂ ଏତେ ଆତେନ୍‌‍ ସାମୁଆଁ ଅବାଲିର୍‍ ଆର୍କେ ।
18 ସେଥିରେ ଏପିକୂୂରୀୟ ଓ ସ୍ତୋୟିକ ଦର୍ଶନଶାସ୍ତ୍ରର କେତେକ ଦାର୍ଶନିକ ମଧ୍ୟ ତାହାଙ୍କ ସହିତ ବାଦାନୁବାଦ କରିବାକୁ ଲାଗିଲେ, ପୁଣି, କେହି କେହି କହିଲେ, ଏ ବାଚାଳଟା କଅଣ କହିବାକୁ ଇଚ୍ଛା କରୁଅଛି? ଆଉ କେହି କେହି କହିଲେ, ସେ ଅଜଣା ଦେବତାମାନଙ୍କର ପ୍ରଚାରକ ହେଲା ପରି ଜଣାଯାଉଅଛି; କାରଣ ସେ ଯୀଶୁ ଓ ପୁନରୁତ୍ଥାନ ବିଷୟକ ସୁସମାଚାର ପ୍ରଚାର କରୁଥିଲେ।
ଉଡ଼ିରୁଆ “ଏପିକ୍ୟୁରିଆନ୍ ଆରି ସ୍ତୋୟିକ୍” ପାଟ୍‍ ଗୁରୁଇଂ ଏତେ ମେଇଂନେ ଜୁକ୍ତାଜୁକ୍ତି ଡିଂଆର୍କେ । ମେଇଂ ବିତ୍‍ରେ ଉଡ଼ିରୁଆ ବାଲିର୍‍ଆର୍କେ “ଆକେନ୍‍ ନିର୍ବୁଦି ରେମୁଆଁ ମେଁନେ ବାଲିର୍‍ନେ ନ୍‌ସା ଚେସ୍‌ଟା ଡିଂଡିଂକେ?” ବିନ୍‍ଣ୍ଡ୍ରେ ବାଲିର୍‍ଆର୍କେ “ବିଦେସ୍‍ନେ ଦେବ୍‍ତାଇଂନେ ବିସୟ୍‍ରେ ମେଁ ବାସଙ୍ଗ୍‌‌ ଡିଂନେ ସୁଗୁଆ ଜାନା ପଡ଼େଡିଂକେ ।” ଜିସୁ ଆରି ମେଁନେ ଗୁଏଃଚେ ତଃଡ଼୍ୟାଃକ୍ନେ ବିସୟ୍‍ରେ ପାଉଲ୍‍ ପର୍‌ଚାର୍ ଡିଂଡିଂକ୍ନେ ଅଁଚେ ମେଇଂ ଦେକ୍‍ ବାସଙ୍ଗ୍‍ଆର୍କେ ।
19 ପରେ ସେମାନେ ତାହାଙ୍କୁ ଆରିୟପାଗକୁ ଘେନିଯାଇ କହିଲେ, ଏହି ଯେ ନୂତନ ଶିକ୍ଷା ଆପଣ ଦେଉଅଛନ୍ତି, ତାହା କଅଣ ବୋଲି ଆମ୍ଭେମାନେ ଜାଣି ପାରିବା କି?
ତେନ୍‍ସା ମେଇଂ ପାଉଲ୍‍ଇଂକେ ସା ଡୁଙ୍ଗ୍‍ୱେଆର୍କେ ଆରି ଆମେଇଂକେ ଏରିୟପାଗସ୍‍ ମ୍ନିକ୍ନେ ଇନି କୁକପାର୍‌ନ୍ତୁଗ୍‍ ଡୁଙ୍ଗ୍‍ପାଙ୍ଗ୍‍ଚେ ବାଲିର୍‍ଆର୍କେ “ପେ ଆଣ୍ଡିନେ ତ୍ମି ଗ୍ୟାନ୍‌ ନ୍‍ସା ବାଲିର୍‍ ପେଡିଙ୍ଗ୍‍କେ ତେନ୍‍ ସାମୁଆଁ ନେ ଣ୍ଡିଙ୍ଗ୍‍ ନେମ୍ୟାଏ ।
20 କାରଣ ଆପଣ କେତେକ ଅଦ୍ଭୁତ ବିଷୟ ଆମ୍ଭମାନଙ୍କ କର୍ଣ୍ଣଗୋଚର କରୁଅଛନ୍ତି; ଅତଏବ ଏହି ସମସ୍ତ କଥାର ଅର୍ଥ କଅଣ, ଆମ୍ଭେମାନେ ତାହା ଜାଣିବାକୁ ଇଚ୍ଛା କରୁ।
ନା ବାଲିର୍‍ ନାଡିଂକ୍ନେ ଉଡ଼ି ସାମୁଆଁ ଆନେକେ କାବା ଲାଗେଡିଂକେ । ନେ ଆତେନ୍‌‍ ଅର୍ତ ମ୍ୟାନେ ଚାଏଁନେଡିଂକେ ।”
21 ଆଥିନୀ ସହରର ଲୋକ ସମସ୍ତେ ଓ ସେଠାରେ ପ୍ରବାସୀ ବିଦେଶୀୟମାନେ କେବଳ କୌଣସି ନୂତନ କଥା କହିବା ଓ ଶୁଣିବା ଛଡ଼ା ଆଉ କାହିଁରେ କାଳକ୍ଷେପଣ କରୁ ନ ଥିଲେ।
ଆଥେନ୍‌ସ୍‌ନେ ରେମୁଆଁଇଂ ଆରି ଆତ୍‍ତେ ଲେଃଡିଂକ୍ନେ ବିଦେସୀଇଂ ତ୍ମି ସାମୁଆଁ ଅଁନ୍‍ସା ଆରି ବାଲିର୍‍ନ୍‌ସା ମାଣ୍ଡା ବଲ୍‍ବା ଡିଂଆର୍‌ଗେ । ଆକ୍‍କେ ମେଇଂ ଗୁଲୁଏ ପର୍ ଲେଃଆର୍‍ଗେ ।
22 ଏଥିରେ ପାଉଲ ଆରିୟପାଗର ମଧ୍ୟସ୍ଥଳରେ ଠିଆ ହୋଇ କହିଲେ, ହେ ଆଥିନୀ ସହରର ଲୋକମାନେ, ଆପଣମାନେ ଯେ ସମସ୍ତ ବିଷୟରେ ବଡ଼ ଦେବ ଭକ୍ତ, ଏହା ମୁଁ ଦେଖୁଅଛି।
ପାଉଲ୍‍ ଆରିୟପାଗସ୍‍ ସବା ସାମ୍‍ନେ ତୁଆଁଚେ ବାଲିର୍‍କେ “ଆଥେନ୍‌ସ୍‌ନେ ରେମୁଆଁଇଂ ପେ ସର୍‍ତେରେ ସାପା ଦରମ୍‍ କରମ୍‌ନ୍ନିଆ ଦରମ୍ ପେଲେଃକେ ଡାଗ୍‌ଚେ ନେ ଏତେ ନେଡିଂକେ ।
23 କାରଣ ମୁଁ ଭ୍ରମଣ କରିବା ସମୟରେ ଆପଣମାନଙ୍କର ପୂଜିତ ବସ୍ତୁସମସ୍ତ ଦେଖୁ ଦେଖୁ ଗୋଟିଏ ବେଦି ମଧ୍ୟ ଦେଖିଲି, ଯାହା ଉପରେ ଏହି କଥା ଲେଖା ହୋଇଅଛି, “ଅଜ୍ଞାତ ଦେବତାଙ୍କ ଉଦ୍ଦେଶ୍ୟରେ।” ଅତଏବ, ଆପଣମାନେ ନ ଜାଣି ଯାହାଙ୍କର ପୂଜା କରୁଅଛନ୍ତି, ମୁଁ ତାହାଙ୍କୁ ଆପଣମାନଙ୍କ ନିକଟରେ ପ୍ରଚାର କରୁଅଛି।
ନେଙ୍ଗ୍‍ ପେନେ ଇନି ଅଲେଙ୍ଗ୍‍ ୱେବେଲା ପେନେ ପୁଜା ଜିନିସ୍ ଙ୍କେକେ ।” ମୁଇଂ ଜଗ୍ୟ ବେଦି ଆଡ଼ାତ୍ରା ଗୁଆର୍‍ବକ୍ନେ ମୁଇଂ ଇସ୍‍ପର୍‍ ଆଜାକେ ନେ ନେମ୍ୟାକେ ଣ୍ଡୁ ତେସା ପେ ମାମ୍ୟାଚେ ଆଜାକେ ପୁଜା ଡିଂ ପେଡିଂକେ ନେଙ୍ଗ୍‍ ମେଁନେ ସାମୁଆଁ ପେ ଡାଗ୍ରା ବାଲିର୍‍ଣ୍ଡିଂକେ ।
24 ଯେଉଁ ଈଶ୍ବର ଜଗତ ଓ ତନ୍ମଧ୍ୟସ୍ଥ ସମସ୍ତ ପଦାର୍ଥ ସୃଷ୍ଟି କରିଅଛନ୍ତି, ସେ ସ୍ୱର୍ଗ ଓ ପୃଥିବୀର ପ୍ରଭୁ ହେବାରୁ ହସ୍ତନିର୍ମିତ ମନ୍ଦିର-ସମୂହରେ ବାସ କରନ୍ତି ନାହିଁ,
ଇସ୍‍ପର୍‍ ମଞ୍ଚ୍‌ପୁର୍‌ ଆରି ଆତ୍‍ଅରିଆ ଲେଃକ୍ନେ ସର୍‍ତେ ସାମୁଆଁ ଆଃରେକେ । ମେଁ କିତଂଇନି ଆରି ମଞ୍ଚ୍‌ପୁର୍‌ନେ ମାପ୍‌ରୁ । ରେମୁଆଁ ନ୍ତିରେ ଆଃରେକ୍ନେ ମନ୍ଦିର୍‍ଇଂ ଡାଗ୍ରା ମେଁ ଆଲେଃ ଣ୍ଡୁ ।
25 କିଅବା ତାହାଙ୍କର କୌଣସି ଅଭାବ ଥିବାରୁ ମନୁଷ୍ୟହସ୍ତ ଦ୍ୱାରା ସେବିତ ହୁଅନ୍ତି ନାହିଁ, ଯେଣୁ ସେ ସ୍ୱୟଂ ସମସ୍ତଙ୍କୁ ଜୀବନ, ନିଶ୍ୱାସ, ଓ ସମସ୍ତ ପଦାର୍ଥ ଦାନ କରନ୍ତି।
ନେ ମେଇଂ ନ୍‍ସା ସ୍ଲେଚେ ଆମେଇଂକେ ବିଃ ୟାକେ ସୁଗୁଆ ମେଃଣ୍ଡିଗ୍‍ ସାମୁଆଁ ଆଚାଏଁ ଣ୍ଡୁ; ମାତର୍‍ ମେଁ ସର୍‍ତେରେ ଜିବନ୍‍, ଜିବନ୍‍ୱେଡ଼ିଆ ଆରି ସର୍‍ତେ ଦର୍‍କାର୍‍ନେ ବିସୟ୍ ବିବକେ ।
26 ଆଉ, ସେ ପୃଥିବୀର ସର୍ବତ୍ର ବାସ କରିବା ନିମନ୍ତେ ଏକ ବ୍ୟକ୍ତିଠାରୁ ସମସ୍ତ ମାନବଜାତି ସୃଷ୍ଟି କରିଅଛନ୍ତି; ସେ ସେମାନଙ୍କର ନିର୍ଦ୍ଦିଷ୍ଟ କାଳ ଓ ନିବାସର ସୀମା ସ୍ଥିର କରିଅଛନ୍ତି,
ମୁଇଂ ରେମୁଆଁବାନ୍‍ ମେଁ ସର୍‍ତେ ରେମୁଆଁ ବଂସକେ ଆଃରେବକେ ଆରି ମେଁନେ ସାମୁଆଁରେ ମେଇଂ ମଞ୍ଚ୍‌ପୁର୍‌ନେ ସର୍‍ତେ ଟାନ୍‍ନ୍ତୁଗ୍‍ ଲେଃଡିଂକେ । ଉଡ଼ିବେଲା ଜାଣ୍ଡେ ଆଣ୍ଡିଡାଗ୍ରା ଲେଃଏ ମୁଲେବାନ୍‍ ଇସ୍‍ପର୍‍ ଆତେନ୍‌‍ ତିଆର୍ ଡିଂବକେ ।
27 ସେମାନେ ଯେପରି ଈଶ୍ବରଙ୍କର ଅନ୍ୱେଷଣ କରି କାଳେ ଦରାଣ୍ଡି ଦରାଣ୍ଡି ତାହାଙ୍କର ଉଦ୍ଦେଶ୍ୟ ପାଇ ପାରନ୍ତି, ଯଦ୍ୟପି ସେ ଆମ୍ଭମାନଙ୍କର କାହାରିଠାରୁ ଦୂରରେ ନାହାନ୍ତି।
ମେଁନେ ଉଦେସ୍ ଲେଃଗେ ସାପାରେ ଡିଡିକି ଆମେକେ ତୁର୍‍ଚେ ଅବାଆର୍‍ଏ । ଏଲେଡିଗ୍‍ ବାସଙ୍ଗ୍‍ନେ ୱେଲା ଇସ୍‍ପର୍‍ ଜା ଡାଗ୍ରାବାନ୍‍ ଡିଗ୍‍ ସ୍ଲ ଆୱେ ଣ୍ଡୁ ।
28 କାରଣ ତାହାଙ୍କଠାରେ ଆମ୍ଭମାନଙ୍କର ଅସ୍ତି, ଗତି ଓ ସ୍ଥିତି, ଯେପରି ଆପଣମାନଙ୍କର ନିଜ କବିମାନଙ୍କ ମଧ୍ୟରୁ ସୁଦ୍ଧା କେତେକ କହିଅଛନ୍ତି, “କାରଣ ଆମ୍ଭେମାନେ ମଧ୍ୟ ତାହାଙ୍କ ବଂଶ।”
ଡାଗ୍ଲା ନେ ମେଁ ଏତେ ଲେଃନେଡିଂକେ ମେଁ ଏତେ ଅଲେଙ୍ଗ୍‍ ନେଡିଂକେ ବାରି ମେଁ ଡାଗ୍ରା ନେଁନେ ଞ୍ଚିୟା ଲେଃକେ । ପେ ବିତ୍‍ରେବାନ୍‍ ଉଡ଼ିରୁଆ ଗୁଆର୍‍ରେ ଡିଗ୍‍ ଆକେନ୍‍ ବାଲିର୍‍ବକେ ଜେ “ନେ ଣ୍ଡିଗ୍‍ ମେଇଂନେ ଉଙ୍ଗ୍‍ଡେ ।”
29 ତେବେ, ଆମ୍ଭେମାନେ ଈଶ୍ବରଙ୍କର ବଂଶ ହେବାରୁ ଈଶ୍ବରଙ୍କ ସ୍ୱରୂପକୁ ମନୁଷ୍ୟର ଶିଳ୍ପ ଓ କଳ୍ପନା ଅନୁସାରେ ଖୋଦିତ ସ୍ୱର୍ଣ୍ଣ କି ରୌପ୍ୟ କି ପ୍ରସ୍ତର ତୁଲ୍ୟ ବୁଝିବା ଆମ୍ଭମାନଙ୍କର ଉଚିତ୍ ନୁହେଁ।
“ନେ ଇସ୍‍ପର୍‍ନେ ଉଂ ଡିଂନେଲେଃକେ ସା ରେମୁଆଁଇଂନେ କୁଲିବୁତିନ୍‍ସା ଆଃରେକ୍ନେ ମୁର୍‍ତି ଡାଗ୍‍ଚେ ବାବେ ଣ୍ଡୁ ବାରି ସୁନା ଡାବୁ କି ରୁପା ଡାବୁ କି ମୁଲ୍ୟବାନ୍ ବ୍ରି ସୁଗୁଆ ବୁଜେନେ ନେନେ ଟିକ୍ ଣ୍ଡୁ ।
30 ଈଶ୍ବର ସେହି ଅଜ୍ଞାନତାର କାଳ ଉପେକ୍ଷା କରିଅଛନ୍ତି ସତ୍ୟ, କିନ୍ତୁ ଏବେ ସେ ସର୍ବତ୍ର ସମସ୍ତ ମନୁଷ୍ୟଙ୍କୁ ମନ-ପରିବର୍ତ୍ତନ କରିବା ନିମନ୍ତେ ଜଣାନ୍ତି;
ରେମୁଆଁଇଂ ଇସ୍‍ପର୍‍କେ ଆମ୍ୟାକ୍ନେ ବେଲା ମେଁ ଦସ୍‍ ସା ଆବଗେ ଣ୍ଡୁ ଏଲେଣ୍ଡିଗ୍‍ ଏବେ ମେଁ ସର୍‍ତେ ପାକା ସର୍‍ତେରେକେ ମେଇଂନେ ପାପ୍‍ ଗାଲିବାନ୍‍ ଆଣ୍ଡେ ପାଙ୍ଗ୍‌ନ୍‍ସା ବାଲିର୍‍ ଡିଂଆର୍କେ ।
31 କାରଣ ଯେଉଁ ଦିନ ସେ ଆପଣା ନିରୂପିତ ବ୍ୟକ୍ତିଙ୍କ ଦ୍ୱାରା ଧାର୍ମିକତାରେ ଜଗତର ବିଚାର କରିବେ, ଏହିପରି ଗୋଟିଏ ଦିନ ସ୍ଥିର କରିଅଛନ୍ତି, ଆଉ ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉତ୍ଥାପନ କରି ଏହି ବିଷୟରେ ସମସ୍ତଙ୍କ ନିକଟରେ ପ୍ରମାଣ ଦେଇଅଛନ୍ତି।
ମେଁ ମେସୁଆ ଆଃରେବକେ । ତେନ୍‍ କାଲା ମେଇଂନେ ସ୍ରିବ୍ନ ରେମୁଆଁଇଂ ଏତେ ସର୍‍ତେ ଦର୍‌ତନି ନ୍ୟାୟ୍‍ ବିଚାର୍‌ ଡିଂଏ । ତେନ୍‍ ରେମୁଆଁଇଂ ଗୁଏକ୍ନେବାନ୍ ଆଃତଡ଼ିଆକ୍ନେ ନ୍‍ସା ମେଁ ଆକେନ୍‍ ସାମୁଆଁନେ ସତ୍‌ ସାପାରେକେ ସାକି ବିଃବ‍ଆର୍‌କେ ।”
32 ମୃତମାନଙ୍କର ପୁନରୁତ୍ଥାନ କଥା ଶୁଣି କେହି କେହି ପରିହାସ କରିବାକୁ ଲାଗିଲେ; ଆଉ କେହି କେହି କହିଲେ, ଆମ୍ଭେମାନେ ଆଉ ଥରେ ଆପଣଙ୍କଠାରୁ ଏହି ବିଷୟ ଶୁଣିବା।
ପାଉଲ୍‍ବାନ୍‍ ଗୁଏଚେ ତଃଡ଼ିଆକ୍ନେବାନ୍‍ ତଡ଼୍ୟାକ୍ନେ ସାମୁଆଁ ଅଁଚେ ମେଇଂ ବିତ୍‍ରେ ଉଡ଼ିରୁଆ ଆମେଇଂକେ ଲୁଆଃଆର୍କେ, ଏଲେଡିଗ୍ ବିନ୍‍ ରେମୁଆଁ ବାଲିର୍‍କେ “ନାବାନ୍‍ ଆକେନ୍‍ ସାମୁଆଁକେ ନେ ବାରି ମୁଇଂତର୍‍ ଅଁନେ ଚାଏଁନେଡିଂକେ ।”
33 ଏହି ପ୍ରକାରେ ପାଉଲ ସେମାନଙ୍କ ମଧ୍ୟରୁ ବାହାରିଗଲେ।
ଦେତ୍‌ରକମ୍ ପାଉଲ୍ କୁକପାର୍‍ବାନ୍ ତାର୍ ଲାଗ୍‍ଡଗେ ।
34 କିନ୍ତୁ କୌଣସି କୌଣସି ଲୋକ ତାହାଙ୍କ ସପକ୍ଷ ହୋଇ ବିଶ୍ୱାସ କଲେ; ସେମାନଙ୍କ ମଧ୍ୟରେ ଏରିୟପାଗୀୟ ଦିୟନୂସୀୟ, ଦାମାରି ନାମ୍ନୀ ଜଣେ ମହିଳା ସେମାନଙ୍କ ସହିତ ଆଉ କେତେକ ଲୋକ ଥିଲେ।
ଡାୟୋନିସିଅସ୍‍ ମ୍ନିକ୍ନେ ଇନି କପାର୍‍ନେ ମୁଇଂ ରେମୁଆଁ ଦାମାରୀ ନାମ୍ନି ମୁଇଂ ସେଲାମ୍ବୁଏଃ ଆରି ଉଡ଼ିରୁଆ ବିସ୍‍ବାସ୍‍ ଡିଂଆର୍କେ ଆରି ମେଇଂ ଏତେ ମିସୁ ବିଆର୍‌କେ ।

< ପ୍ରେରିତ 17 >