< ପ୍ରେରିତ 13 >

1 ସେତେବେଳେ ଆନ୍ତିୟଖିଆସ୍ଥିତ ମଣ୍ଡଳୀରେ ବର୍ଣ୍ଣବ୍ବା, ଶିମିୟୋନ, ଯାହାଙ୍କୁ ନିଗର ବୋଲି କହନ୍ତି, କୂରୀଣୀୟ ଲୂକୀୟ, ସାମନ୍ତରାଜା ହେରୋଦଙ୍କ ସହପାଳିତ ମନହେମ୍‍ ଓ ଶାଉଲ, ଏହିପରି ଭାବବାଦୀ ଓ ଶିକ୍ଷକମାନେ ଥିଲେ।
ଆନ୍ତିୟୋଖ୍‌ କାଲିସିୟାରେ ଚିମିନ୍‌ ନାବୀକ ଆଡଃ ଇତୁହଡ଼କ ତାଇକେନା, ଇନ୍‌କୁଏତେ ବର୍ଣ୍ଣବାସ୍‌, ନିଗର୍‌ ହଡ଼ ମେନ୍ତେ କାଜିୟଃ ତାଇକେନ୍‌ ଶିମୋନ୍‌, କୁରିନିରେନ୍‌ ଲୁସିୟସ୍‌, ଲାଟ୍‌ସାହେବ୍‌ ହେରୋଦ୍‌ଆଃ ଅଡ଼ାଃରେ ଆସୁଲ୍‌ହାରାକାନ୍‌ନିଃ ମନହେମ୍‌, ଆଡଃ ଶାଉଲ୍‌ ।
2 ସେମାନେ ପ୍ରଭୁଙ୍କ ସେବା ଓ ଉପବାସ କରୁଥିବା ସମୟରେ ପବିତ୍ର ଆତ୍ମା କହିଲେ, ଯେଉଁ କର୍ମ ନିମନ୍ତେ ଆମ୍ଭେ ବର୍ଣ୍ଣବ୍ବା ଓ ଶାଉଲକୁ ଆହ୍ୱାନ କରିଅଛୁ, ସେଥିପାଇଁ ସେମାନଙ୍କୁ ପୃଥକ୍ କର।
ଇନ୍‌କୁ ପ୍ରାଭୁକେ ସେୱାତାନ୍‌ ଆଡଃ କାଟାବ୍‌ତାନ୍‍ ତାଇକେନ୍‌ ଇମ୍‌ତା ପାବିତାର୍‌ ଆତ୍ମା ଇନ୍‌କୁକେ କାଜିୟାଦ୍‍କଆ, “ଆଇଙ୍ଗ୍‌ ଅକ କାମି ନାଗେନ୍ତେ ବର୍ଣ୍ଣବାସ୍‌ ଆଡଃ ଶାଉଲ୍‌କେ ସାଲାକାଦ୍‌କିନାଇଙ୍ଗ୍‌, ଏନାମେନ୍ତେ ଇନ୍‌କିନ୍‌କେ ଆଇଁୟାଃ ନାଙ୍ଗ୍‌ ଗେନା ଆତମ୍‌କିନ୍‌ପେ ।”
3 ସେଥିରେ ସେମାନେ ଉପବାସ ଓ ପ୍ରାର୍ଥନା କଲା ଉତ୍ତାରେ ସେମାନଙ୍କ ଉପରେ ହସ୍ତାର୍ପଣ କରି ସେମାନଙ୍କୁ ବିଦାୟ ଦେଲେ।
ଏନ୍ତେ ଇନ୍‌କୁ କାଟାବ୍‌କେଦ୍‌ତେ ଏନ୍‌ ବାରାନ୍‌କିନାଃ ଚେତାନ୍‌ରେ ତିଃଇ ଦହତାନ୍‌ଲଃ ବିନ୍ତିକେଦାକ ଆଡଃ ଇନ୍‌କିନ୍‌କେ ସେୱାକାମି ନାଗେନ୍ତେକ କୁଲ୍‌କେଦ୍‌କିନା ।
4 ଏହି ପ୍ରକାରେ ସେମାନେ ପବିତ୍ର ଆତ୍ମାଙ୍କ ଦ୍ୱାରା ପ୍ରେରିତ ହୋଇ ସେଲୂକିଆକୁ ଗଲେ; ସେଠାରୁ ସେମାନେ ଜାହାଜରେ ଚଢ଼ି ସାଇପ୍ରସ୍ ଦ୍ବୀପକୁ ଗଲେ।
ନେ'ଲେକାତେ ବର୍ଣ୍ଣବାସ୍‌ ଆଡଃ ଶାଉଲ୍‌ ପାବିତାର୍‌ ଆତ୍ମାତେ କୁଲ୍‌ୟାନାକିନ୍‌ ଆଡଃ ସେଲ୍ୟୁକିଆତେକିନ୍‌ ସେନଃୟାନା ଆଡଃ ଏନ୍ତାଃଏତେ ଦାଆଃ ଜାହାଜ୍‌ରେ ଦୁବ୍‌କେଦ୍‌ତେ ସାଇପ୍ରସ୍‌ ଟାପୁତେକିନ୍‌ ସେନଃୟାନା ।
5 ସେମାନେ ସାଲାମି ସହରରେ ପହଞ୍ଚିଲା ଉତ୍ତାରେ ଯିହୁଦୀମାନଙ୍କ ସମସ୍ତ ସମାଜଗୃହରେ ଈଶ୍ବରଙ୍କ ବାକ୍ୟ ପ୍ରଚାର କରିବାକୁ ଲାଗିଲେ; ଆଉ ଯୋହନ ମଧ୍ୟ ପରିଚାରକସ୍ୱରୂପେ ସେମାନଙ୍କ ସହିତ ଥିଲେ।
ଇନ୍‌କିନ୍‌ ସଲାମି ସାହାର୍‌ତେ ସେଟେର୍‌କେଦ୍‌ତେ ଯିହୁଦୀକଆଃ ସାମାଜ୍‌ ଅଡ଼ାଃକରେ ପାର୍‌ମେଶ୍ୱାର୍‌ଆଃ ବାଚାନ୍‌ ଉଦୁବ୍‌କେଦାକିନ୍‌ । ଯୋହାନ୍‌ ମାର୍କ ଇନ୍‌କିନ୍‌ଲଃ ତାଇକେଦ୍‌ତେ ଦେଙ୍ଗାକିନ୍‌ ତାଇକେନା ।
6 ପୁଣି, ସେମାନେ ସମସ୍ତ ଦ୍ୱୀପ ପରିଭ୍ରମଣ କରି ପାଫ ସହରକୁ ଆସି ଜଣେ ମାୟାବୀ ଭଣ୍ଡ ଭାବବାଦୀଙ୍କୁ ଦେଖିଲେ; ସେ ଜଣେ ଯିହୁଦୀ, ଆଉ ତାହାର ନାମ ବର୍ଯୀଶୁ।
ଇନ୍‌କୁ ସାଇପ୍ରସ୍‌ ଟାପୁ ପାରମ୍‌କେଦ୍‌ତେ ପାଫସ୍‌ ସାହାର୍‌ତେ ସେନଃୟାନାକ । ଏନ୍ତାଃରେ ଇନ୍‌କୁ ବାର୍‌ୟୀଶୁ ନୁତୁମ୍‌ ମିଆଁଦ୍‌ ଯିହୁଦୀ ଦେଅଁଣା ହଡ଼ଲଃ ନାପାମ୍‌ୟାନାକ । ଇନିଃ ଆପାନ୍‌କେ ନାବୀ ମେନ୍ତେ କାଜିନ୍‌ ତାଇକେନା ।
7 ସେ ଶାସନକର୍ତ୍ତା ସେର୍ଗିୟ ପାଉଲଙ୍କ ସାଙ୍ଗରେ ଥିଲା, ସେହି ଶାସନକର୍ତ୍ତା ଜଣେ ବୁଦ୍ଧିମାନ ବ୍ୟକ୍ତି। ସେ ବର୍ଣ୍ଣବ୍ବା ଓ ଶାଉଲଙ୍କୁ ଆପଣା ନିକଟକୁ ଡାକି ଈଶ୍ବରଙ୍କ ବାକ୍ୟ ଶୁଣିବାକୁ ଇଚ୍ଛା କଲେ।
ସର୍ଗିୟସ୍‌ ପାଉଲୁସ୍‌ ମେନ୍ତେ ଇନିୟାଃ ମିଆଁଦ୍‌ ଗାତି ତାଇକେନାଏ, ଇନିଃ ଏନ୍‌ ଟାପୁରେନ୍‌ ଲାଟ୍‌ସାହେବ୍‌ ତାଇକେନାଏ । ସର୍ଗିୟସ୍‌ ପାଉଲୁସ୍‌ ମିହୁଡ଼୍‌ ସେଣାଁନ୍‌ ହଡ଼ ତାଇକେନାଏ । ଇନିଃ ପାର୍‌ମେଶ୍ୱାର୍‌ଆଃ ବାଚାନ୍‌ ଆୟୁମ୍‌ ନାଙ୍ଗ୍‌ ସାନାଙ୍ଗ୍‌କେଦ୍‌ ହରାତେ ବର୍ଣ୍ଣବାସ୍‌ ଆଡଃ ଶାଉଲ୍‌କେ ଆୟାଃତାଃ କେଡ଼ାକେଦ୍‌କିନାଏ ।
8 କିନ୍ତୁ ସେହି ମାୟାବୀ ଅଲ୍ଲୀମା (ଅନୁବାଦ କଲେ ଏହି ନାମର ଅର୍ଥ ମାୟାବୀ) ସେହି ଶାସନକର୍ତ୍ତାଙ୍କୁ ବିଶ୍ୱାସରୁ ବିମୁଖ କରିବା ଚେଷ୍ଟାରେ ସେମାନଙ୍କର ପ୍ରତିରୋଧ କରିବାକୁ ଲାଗିଲା।
ମେନ୍‌ଦ ଦେଅଁଣାହଡ଼ରାଃ ଗ୍ରୀକ୍‌ ନୁତୁମ୍‌ ଏଲିମାସ୍‌, ଏନ୍‌ ଲାଟ୍‌ସାହେବ୍‌ ଆଲକାଏ ବିଶ୍ୱାସେକା ମେନ୍ତେ ଇନିଃ ଇନ୍‌କୁକେ କାଜିକଟଙ୍ଗ୍‌ କେଦ୍‌କଆ ।
9 ମାତ୍ର ଶାଉଲ, ଯାହାକୁ ପାଉଲ ମଧ୍ୟ କହନ୍ତି, ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇ ତାହାକୁ ନିରୀକ୍ଷଣ କରି କହିଲେ,
ମେନ୍‌ଦ ଶାଉଲ୍‌, ଅକଏକେଚି ପାଉଲୁସ୍‌ ମେନ୍ତେହ କାଜିୟାଃକ, ଇନିଃ ପାବିତାର୍‌ ଆତ୍ମାତେ ପେରେଃୟାନ୍‌ଲଃ ଦେଅଁଣାହଡ଼କେ ମିଦ୍‌ଢିଟ୍‌ଗି ନେଲ୍‌କିୟାଏ, ଆଡଃ କାଜିକିୟାଏ,
10 ଆରେ ସମସ୍ତ ପ୍ରକାର ଛଳ ଓ ମନ୍ଦତାରେ ପରିପୂର୍ଣ୍ଣ ଆଉ ସମସ୍ତ ପ୍ରକାର ଧାର୍ମିକତାର ଶତ୍ରୁ, ଶୟତାନର ସନ୍ତାନ, ତୁମ୍ଭେ ପ୍ରଭୁଙ୍କର ସରଳ ପଥକୁ ବକ୍ର କରିବାରୁ କି କ୍ଷାନ୍ତ ହେବ ନାହିଁ?
୧୦“ଏ ସାଏତାନ୍‌ଆଃ ହନ୍‌, ଆମ୍‌ ସବେନ୍‌ ବୁଗିନ୍‌ ବିଷାଏରେୟାଃ ବାଇରିତାନ୍‌ମେ । ଆମ୍‌ ସବେନ୍‌ ଲେକାନ୍‌ ଏତ୍‌କାନ୍‌ ବେଦାତେ ପେରେଜାକାନାମ୍‌ ଆଡଃ ସବେନ୍‌ ଇମ୍‌ତା ପ୍ରାଭୁଆଃ ସାନାର୍‌ତି ହରାକେ ହସଡ଼ ମେନ୍ତେ କାଜି ନାଙ୍ଗ୍‌ ଚେଷ୍ଟାଏ ତାନାମ୍‌ ।
11 ଆଉ ଏବେ ଦେଖ, ପ୍ରଭୁଙ୍କର ହସ୍ତ ତୁମ୍ଭ ଉପରେ ରହିଅଛି, ତୁମ୍ଭେ ଅନ୍ଧ ହୋଇ କେତେକ ସମୟ ପର୍ଯ୍ୟନ୍ତ ସୂର୍ଯ୍ୟ ଦେଖିବ ନାହିଁ। ସେହିକ୍ଷଣି କୁହୁଡ଼ି ଓ ଅନ୍ଧକାର ତାହାକୁ ଘୋଡ଼ାଇ ପକାଇଲା, ତେଣୁ ତାହାକୁ ହାତ ଧରି ବାଟ କଢ଼ାଇବା ନିମନ୍ତେ ସେ ଏଣେ-ତେଣେ ଦରାଣ୍ଡି ଲୋକ ଖୋଜିବାକୁ ଲାଗିଲା।
୧୧ନାହାଁଃଗି ପ୍ରାଭୁ ଆମ୍‌କେ ସାଜାଇ ଏମାମେୟାଁଏ, ଆମାଃ ମେଦ୍‌ କାଣାଁଅଃଆ ଆଡଃ ଚିମିନ୍‌ ନେଡା ଜାକେଦ୍‌ ସିଙ୍ଗିରେ ଜେତ୍‌ନାଃ କାମ୍‌ ନେଲ୍‌ ଦାଡ଼ିୟା ।” ଇମ୍‌ତାଙ୍ଗି ଏଲିମାସ୍‌ ଆୟାଃ ମେଦ୍‌ରେ ନୁବାଃ ଦାଲବ୍‌ୟାନ୍‌ ଲେକାଏ ଆଟ୍‌କାର୍‌କେଦା ଆଡଃ ଜେତାଏ ମିହୁଡ଼୍‌ ଆୟାଃ ତିଃଇ ସାବ୍‌କେଦ୍‌ତେ ସୁତୁଃଇଦିକାକ ମେନ୍ତେ ଦାଣାଁକେଦ୍‌କଆ ।
12 ସେହି ଶାସନକର୍ତ୍ତା ଏହି ଘଟଣା ଦେଖି ପ୍ରଭୁଙ୍କ ଶିକ୍ଷାରେ ଆଶ୍ଚର୍ଯ୍ୟ ହୋଇ ବିଶ୍ୱାସ କଲେ।
୧୨ନେଆଁ ନେଲ୍‌କେଦ୍‌ତେ ଲାଟ୍‌ସାହେବ୍‌ ବିଶ୍ୱାସ୍‌କେଦାଏ, ଚିଆଃଚି ଇନିଃ ପ୍ରାଭୁଆଃ ଇନିତୁ ଆୟୁମ୍‌କେଦ୍‌ତେ ପୁରାଃଗି ଆକ୍‌ଚାକାଅଃ ତାଇକେନା ।
13 ପରେ ପାଉଲ ଓ ତାହାଙ୍କ ସଙ୍ଗୀମାନେ ପାଫ ସହରରୁ ଜଳଯାତ୍ରା କରି ପଂଫୂଲିଆ ଦେଶରେ ପର୍ଗୀ ସହରକୁ ଆସିଲେ; କିନ୍ତୁ ଯୋହନ ସେମାନଙ୍କୁ ପରିତ୍ୟାଗ କରି ଯିରୂଶାଲମ ସହରକୁ ବାହୁଡ଼ିଗଲେ।
୧୩ପାଉଲୁସ୍‌ ଆଡଃ ଆୟାଃଲଃ ମିସାତେ ହରାସେନ୍‌ତାନ୍‌କ ପାଫସ୍‌ତାଃଏତେ ଦାଆଃ ଜାହାଜ୍‌ତେ ପାମ୍ପିଲିଆ ନାଗାର୍‌ରେୟାଃ ପେର୍‌ଗା ସାହାର୍‌ତେକ ହିଜୁଃୟାନା, ଏନ୍ତାଃରେ ଯୋହାନ୍‌ ମାର୍କ ଇନ୍‌କୁକେ ବାଗିକେଦ୍‌ତେ ଯୀରୁଶାଲେମ୍‌ତେ ସେନଃରୁହାଡ଼୍‌ୟାନା ।
14 ସେମାନେ ପର୍ଗୀଠାରୁ ଯାତ୍ରା କରି ପିସିଦିଆ ଦେଶରେ ଆନ୍ତିୟଖିଆ ସହରରେ ପହଞ୍ଚିଲେ, ଆଉ ବିଶ୍ରାମବାର ଦିନରେ ସମାଜଗୃହକୁ ଯାଇ ବସିଲେ।
୧୪ଇନ୍‌କୁ ପେର୍‌ଗାଏତେ ସେନ୍‌କେଦ୍‌ତେ ପିସିଦିଆରେୟାଃ ଆନ୍ତିୟୋଖ୍‌ତେକ ସେଟେର୍‌ୟାନା ଆଡଃ ରୁଡ଼ୁନ୍‌ ହୁଲାଙ୍ଗ୍‌ରେ ସାମାଜ୍‌ ଅଡ଼ାଃରେ ବଲକେଦ୍‌ତେକ ଦୁବ୍‌ୟାନା ।
15 ପୁଣି, ମୋଶାଙ୍କ ବ୍ୟବସ୍ଥା ଓ ଭାବବାଦୀମାନଙ୍କ ଶାସ୍ତ୍ରପାଠ ପରେ ସମାଜଗୃହର ଅଧ୍ୟକ୍ଷମାନେ ସେମାନଙ୍କ ନିକଟକୁ ଏହା କହି ପଠାଇଲେ, ଭାଇମାନେ, ଲୋକମାନଙ୍କ ନିମନ୍ତେ ଯଦି ଆପଣମାନଙ୍କର କୌଣସି ଉପଦେଶର ବିଷୟ ଅଛି, ତେବେ କହନ୍ତୁ।
୧୫ମୁଶା ନାବୀଆଃ ଆନ୍‌ଚୁ ଆଡଃ ନାବୀକଆଃ ଅନଲ୍‌ ପାଢ଼ାଅକେଦ୍‌ ତାୟମ୍‌ତେ, ସାମାଜ୍‌ଅଡ଼ାଃରେନ୍‌ ଆଗୁଆଇକ ନେଆଁ କାଜିକୁଲ୍‌କେଦାକ, “ହାଗା ମିଶିକ, ହଡ଼କ ନାଗେନ୍ତେ ଜୀଉରେ ରାସ୍‌କାଅଃ ଲେକାନ୍‌ କାଜି ମେନାଃରେଦ, କାଜିପେ ମେନ୍ତେଲେ ସାନାଙ୍ଗ୍‌ତାନା ।”
16 ସେଥିରେ ପାଉଲ ଠିଆ ହୋଇ ହସ୍ତରେ ସଙ୍କେତ କରି କହିବାକୁ ଲାଗିଲେ, ହେ ଇସ୍ରାଏଲୀୟ ଲୋକମାନେ ଓ ଈଶ୍ବର ଭୟକାରୀମାନେ, ଶ୍ରବଣ କରନ୍ତୁ।
୧୬ପାଉଲୁସ୍‌ ତିଙ୍ଗୁକେଦ୍‌ତେ, ହଡ଼କକେ ତିଃଇ ହିଲାଅତାନ୍‌ଲଃ କାଜିୟାଦ୍‌କଆ, “ନେତାଃରେ ମେନାପେ ସବେନ୍‌ ଇସ୍ରାଏଲ୍‌ ଆଡଃ ପାର୍‌ମେଶ୍ୱାର୍‌କେ ବରୱାଇତାନ୍‌ ସାଅଁସାର୍‌ ହଡ଼କ, ଆଇଁୟାଃ କାଜି ଆୟୁମେପେ,
17 ଏହି ଇସ୍ରାଏଲ ଜାତିର ଈଶ୍ବର ଆମ୍ଭମାନଙ୍କ ପିତୃପୁରୁଷମାନଙ୍କୁ ମନୋନୀତ କଲେ, ଆଉ ସେମାନେ ମିସର ଦେଶରେ ପ୍ରବାସ କରୁଥିବା ସମୟରେ ସେମାନଙ୍କୁ ଉନ୍ନତ କଲେ, ପୁଣି, ପରାକ୍ରମୀ ବାହୁ ଦ୍ୱାରା ସେଠାରୁ ସେମାନଙ୍କୁ କଢ଼ାଇ ଆଣିଲେ।
୧୭ନେ ଇସ୍ରାଏଲ୍‌ ହଡ଼କଆଃ ପାର୍‌ମେଶ୍ୱାର୍‌ ଆବୁଆଃ ପୁର୍‌ଖା ହଡ଼କକେ ସାଲାକେଦ୍‌କଆ ଆଡଃ ମିସାର୍‌ ଦିଶୁମ୍‌ରେ ଇନ୍‌କୁ ଏଟାଃ ଦିଶୁମ୍‌ରେନ୍‌ ହଡ଼କ ଲେକାକ ତାଇନଃ ତାଇକେନା, ଇମ୍‌ତା ଇନ୍‌କୁ ପୁରାଃ ଗାଦେଲ୍‌ ହଡ଼କ ହବାୟାନା । ପାର୍‌ମେଶ୍ୱାର୍‌ ଆୟାଃ ପୁରାଃ ପେଡ଼େଃତେ ଇନ୍‌କୁକେ ମିସାର୍‌ ଦିଶୁମ୍‌ହେତେ ଅଡଙ୍ଗ୍‌ ଆଉକେଦ୍‌କଆ,
18 ପରେ ପ୍ରାୟ ଚାଳିଶ ବର୍ଷ ପର୍ଯ୍ୟନ୍ତ ପ୍ରାନ୍ତରରେ ସେ ସେମାନଙ୍କ ବ୍ୟବହାର ସହ୍ୟ କଲେ,
୧୮ଆଡଃ ଇନ୍‌କୁ ଇନିୟାଃ କାଜି କାକ ମାନାତିଙ୍ଗ୍‌ ତାଇକେନ୍‌ରେୟଗି, ଇନିଃ ବାର୍‌ହିସି ବାରାଷ୍‌ ଜାକେଦ୍‌ ବିର୍‌ରେ ଇନ୍‌କୁକେ ଆସୁଲ୍‌କେଦ୍‌କଆ ।
19 ପୁଣି, କିଣାନ ଦେଶରେ ସାତଗୋଟି ଜାତିକୁ ବିନାଶ କରି ପ୍ରାୟ ଚାରିଶହ ପଚାଶ ବର୍ଷ ପର୍ଯ୍ୟନ୍ତ ସେମାନଙ୍କୁ ଆପଣା ଦେଶ ଅଧିକାରସ୍ୱରୂପେ ଦେଲେ।
୧୯ଇନିଃ କିନାନ୍‌ ଦିଶୁମ୍‌ରେ ଏୟା କିଲିକଆଃ ଦିଶୁମ୍‌ ଜିୟନ୍‌କେଦ୍‌ତେ ଆୟାଃ ସାଲାକାନ୍‌ ହଡ଼କକେ ଏନ୍‌ ଦିଶୁମାଏ ଏମାଦ୍‌କଆ ।
20 ଏଥିଉତ୍ତାରେ ଭାବବାଦୀ ଶାମୁୟେଲଙ୍କ ପର୍ଯ୍ୟନ୍ତ ବିଚାରକର୍ତ୍ତାମାନଙ୍କୁ ନିଯୁକ୍ତ କଲେ।
୨୦“ନେ ସବେନାଃ ୪୫୦ ବାରାଷ୍‌ରେ ହବାୟାନା । ନେ ସବେନାଃରେୟାଃ ତାୟମ୍‌ତେ ନାବୀ ଶାମୁଏଲ୍‌ ଜାକେଦ୍‌ ପାର୍‌ମେଶ୍ୱାର୍‌ ଇନ୍‌କୁ ନାଙ୍ଗ୍‌ ବିଚାର୍‌ ହଡ଼କକେ ସାଲାକେଦ୍‌କଆ ।
21 ତତ୍ପରେ ସେମାନେ ଜଣେ ରାଜା ପାଇବା ନିମନ୍ତେ ପ୍ରାର୍ଥନା କଲେ, ଆଉ ଈଶ୍ବର ଚାଳିଶ ବର୍ଷ ପର୍ଯ୍ୟନ୍ତ ବିନ୍ୟାମୀନ୍ ଗୋଷ୍ଠୀର କୀଶଙ୍କ ପୁତ୍ର ଶାଉଲଙ୍କୁ ସେମାନଙ୍କୁ ଦେଲେ।
୨୧ଆଡଃ ଇନ୍‌କୁ ମିଆଁଦ୍‌ ରାଜା ଆସିକେନାକ, ଇମ୍‌ତା ପାର୍‌ମେଶ୍ୱାର୍‌ ଇନ୍‌କୁଆଃ ଚେତାନ୍‌ରେ ୪୦ ବାରାଷ୍‌ ଜାକେଦ୍‌ ରାଇଜେ ନାଗେନ୍ତେ ବେଞ୍ଜାମିନ୍‌ କିଲିରେନ୍‌ କୀଶ୍‌ଆଃ ହନ୍‌ ଶାଉଲ୍‌କେ ଏମ୍‌କିୟା ।
22 ପରେ ସେ ତାହାଙ୍କୁ ପଦଚ୍ୟୁତ କରି ସେମାନଙ୍କର ରାଜା ହେବା ନିମନ୍ତେ ଦାଉଦଙ୍କୁ ଉତ୍ଥାପନ କଲେ; ସେ ମଧ୍ୟ ତାହାଙ୍କ ବିଷୟରେ ସାକ୍ଷ୍ୟ ଦେଇ କହିଲେ, ଆମ୍ଭେ ଯିଶୀର ପୁତ୍ର ଦାଉଦଙ୍କୁ ପାଇଅଛୁ, ସେ ଆମ୍ଭର ମନର ମତ ବ୍ୟକ୍ତି, ସେ ସମସ୍ତ ବିଷୟରେ ଆମ୍ଭର ଇଚ୍ଛା ପାଳନ କରିବେ।
୨୨ଏନ୍ତେ ପାର୍‌ମେଶ୍ୱାର୍‌ ଇନିଃକେ ରାଜ୍‌ଗାଦିହେତେ ଆତମ୍‌କେଦ୍‌ତେ, ଦାଉଦ୍‌କେ ଇନ୍‌କୁଆଃ ରାଜାଏ ବାଇକିୟା । ପାର୍‌ମେଶ୍ୱାର୍‌ ଦାଉଦ୍‌ଆଃ ବିଷାଏରେ ଗାୱା ଏମ୍‌କେଦ୍‌ତେ କାଜିକେଦା, ‘ଆଇଙ୍ଗ୍‌ ଚିଲ୍‌କା ହଡ଼କକେ ଦୁଲାଡ଼୍‌କଆଇଙ୍ଗ୍‌, ଯିଶିରାଃ ହନ୍‌ ଦାଉଦ୍‌ ଏନ୍‌ଲେକାନ୍‌ନିଃ ମିହୁଡ଼୍‌ ତାନିଃ । ଇନିଃ ଆଇଁୟାଃ ମନ୍‌ସୁରୁଦ୍‌ରେୟାଃ ଇଛାସାନାଙ୍ଗ୍‌ ଲେକା ସବେନାଃଏ କାମିୟା ।’
23 ତାହାଙ୍କ ବଂଶରୁ ଈଶ୍ବର ପ୍ରତିଜ୍ଞାନୁସାରେ ଇସ୍ରାଏଲ ନିମନ୍ତେ ଜଣେ ତ୍ରାଣକର୍ତ୍ତା; ଅର୍ଥାତ୍‍ ଯୀଶୁଙ୍କୁ ଉତ୍ପନ୍ନ କରିଅଛନ୍ତି।
୨୩ନେ ଦାଉଦାଃ କିଲିରେନ୍‌ ୟୀଶୁକେ ପାର୍‌ମେଶ୍ୱାର୍‌ ଆୟାଃ ବାନାର୍‌ସା ଲେକାତେ ଇସ୍ରାଏଲ୍‌ ହଡ଼କଆଃ ଜୀଉବାଞ୍ଚାଅନିଃ ବାଇକିୟାଏ ।
24 ତାହାଙ୍କ ଆଗମନ ପୂର୍ବେ ଯୋହନ ସମସ୍ତ ଇସ୍ରାଏଲ ଲୋକଙ୍କ ନିକଟରେ ପ୍ରଥମରେ ମନ-ପରିବର୍ତ୍ତନର ବାପ୍ତିସ୍ମ ଘୋଷଣା କରିଥିଲେ;
୨୪ୟୀଶୁ ଆୟାଃ କାମି ଏନେଟେଦ୍‌ ସିଦାରେ ଯୋହାନ୍‌ ଇସ୍ରାଏଲ୍‌ରେନ୍‌ ସବେନ୍‌ ହଡ଼କତାଃରେ ଉଦୁବ୍‌କେଦ୍‌ତେ କାଜିକେଦାଏ, ‘ଇନ୍‌କୁକେ ପାପ୍‌ହେତେ ହେୟାତିଙ୍ଗ୍‌ତାନ୍‌ଲଃ ଦାଆଃରେ ବାପ୍ତିସ୍ମା ଇଦି ଲାଗାତିଙ୍ଗ୍‌ୟାଁଃ ।’
25 ଆଉ ଯୋହନ ଆପଣାର ନିରୂପିତ କର୍ମ ସମାପ୍ତ କରୁ କରୁ କହିଲେ, ମୁଁ ଯେ ବୋଲି ତୁମ୍ଭେମାନେ ମନେ କରୁଅଛ, ମୁଁ ସେ ନୁହେଁ। କିନ୍ତୁ ଦେଖ, ମୋ ପଛରେ ଜଣେ ଆସୁଅଛନ୍ତି, ତାହାଙ୍କ ପାଦର ପାଦୁକା ଫିଟାଇବାକୁ ମୁଁ ଯୋଗ୍ୟ ନୁହେଁ।
୨୫ଆଡଃ ଯୋହାନ୍‌ ଆୟାଃ ସେୱାକାମି ଟୁଣ୍ଡୁଇତାନ୍‌ ଇମ୍‌ତା ହଡ଼କକେ କୁଲିକେଦ୍‌କଆ, ‘ଆଇଁୟାଃ ବିଷାଏରେ ଆପେ ଚିନାଃପେ ଉଡ଼ୁଃତାନା? ଆପେ ଅକଏକେପେ ନେଲ୍‌ହରାତାନା, ଇନିଃ ଆଇଙ୍ଗ୍‌ ନାହାଁଲିଙ୍ଗ୍‌ । ମେନ୍‌ଦ ଆୟୁମେପେ, ଆଇଁୟାଃ ତାୟମ୍‌ତେ ଅକଏ ହିଜୁଃତାନାଏ, ଇନିୟାଃ ଖାର୍‌ପାରେୟାଃ ତନଲ୍‌ ରାଡ଼ାଏ ଲେକାନ୍‌ନିଃ ନାହାଁଲିଙ୍ଗ୍‌ ।’
26 ହେ ଭାଇମାନେ, ଅବ୍ରହାମଙ୍କ ବଂଶର ସନ୍ତାନସନ୍ତତି ଓ ଆପଣମାନଙ୍କ ମଧ୍ୟରୁ ଈଶ୍ବର ଭୟକାରୀମାନେ, ଆମ୍ଭମାନଙ୍କ ନିକଟକୁ ଏହି ପରିତ୍ରାଣର ବାକ୍ୟ ପ୍ରେରିତ ହୋଇଅଛି।
୨୬“ହେ ଇସ୍ରାଏଲ୍‌ ହାଗାକ, ଆବ୍ରାହାମ୍‌ଆଃ କିଲିରେନ୍‌ ହନ୍‌କ ଆଡଃ ପାର୍‌ମେଶ୍ୱାର୍‌କେ ବରୱାଇତାନ୍‌ ସବେନ୍‌ ସାଅଁସାର୍‌ ହଡ଼କ, ଆବୁକେଗି ନେ ଜୀଉବାଞ୍ଚାଅରେୟାଃ କାନାଜି ଏମାକାନା ।
27 କାରଣ ଯିରୂଶାଲମ ନିବାସୀମାନେ ଆଉ ସେମାନଙ୍କର ଅଧ୍ୟକ୍ଷଗଣ ତାହାଙ୍କୁ ପୁଣି, ପ୍ରତି ବିଶ୍ରାମବାର ଦିନରେ ପାଠ କରାଯାଉଥିବା ଭାବବାଦୀମାନଙ୍କର ବାକ୍ୟସବୁକୁ ନ ଜାଣିବାରୁ ତାହାଙ୍କୁ ଦୋଷୀ କରି ସେ ସମସ୍ତ ସଫଳ କଲେ,
୨୭ମେନ୍‌ଦ ଇନିଃ ଜୀଉବାଞ୍ଚାଅନିଃ ତାନିଃ ମେନ୍ତେ ଯୀରୁଶାଲେମ୍‌ରେ ତାଇନ୍‌ତାନ୍‌ ହଡ଼କ ଆଡଃ ଇନ୍‌କୁଆଃ ଆଗୁଆଇକ କାକ ସାରିକାଦ୍‌ ତାଇକେନା । ଇନ୍‌କୁ ସବେନ୍‌ ରୁଡ଼ୁନ୍‌ ହୁଲାଙ୍ଗ୍‌ରେ ପାଢ଼ାଅଃ ତାଇକେନ୍‌ ନାବୀକଆଃ କାଜି କାକ ଆଟ୍‌କାର୍‌ଉରୁମେ ତାଇକେନା । ଏନ୍‌ରେୟ ଇନ୍‌କୁ ୟୀଶୁକେ ଚିଟାକେଦ୍‌ତେ ନାବୀକଆଃ କାଜିକେ ପୁରାକେଦାକ ।
28 ଆଉ ପ୍ରାଣଦଣ୍ଡର କୌଣସି କାରଣ ନ ପାଇଲେ ସୁଦ୍ଧା ତାହାଙ୍କୁ ବଧ କରିବା ନିମନ୍ତେ ପୀଲାତଙ୍କୁ ନିବେଦନ କଲେ।
୨୮ଇନ୍‌କୁ ଗନଏଃ ସାଜାଇ ଏମ୍‌ରେୟାଃ ଜେତାନ୍‌ ଗୁହ୍ନାଁ କାକ ନାମ୍‌କେଦ୍‌ରେୟ, ଇନିଃକେ ଗନଏଃ ସାଜାଇ ଏମ୍‌ ନାଗେନ୍ତେ ପିଲାତୁସ୍‌କେ କାଜିକିୟାକ ।
29 ପୁଣି, ତାହାଙ୍କ ବିଷୟରେ ଯାହାସବୁ ଲେଖାଅଛି, ସେ ସମସ୍ତ ପୂର୍ଣ୍ଣ କଲା ଉତ୍ତାରେ ତାହାଙ୍କୁ କ୍ରୁଶରୁ ଓହ୍ଲାଇ ଆଣି ସମାଧିରେ ରଖିଦେଲେ।
୨୯ଇନିୟାଃ ବିଷାଏରେ ଧାରାମ୍‌ପୁଥିରେ ଅଲାକାନ୍‌ ଲେକାଗି ସବେନ୍‌ କାମି ରିକାକେଦ୍‌ ତାୟମ୍‌ତେ ଇନ୍‌କୁ ଇନିଃକେ କ୍ରୁଶ୍‌ଏତେ ଆଡ଼୍‌ଗୁକିୟାକ ଆଡଃ ତପାଗାଡ଼ାରେ ଦହକିୟାକ ।
30 କିନ୍ତୁ ଈଶ୍ବର ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଲେ,
୩୦ମେନ୍‌ଦ ପାର୍‌ମେଶ୍ୱାର୍‌ ଇନିଃକେ ଗନଏଃହେତେ ଜୀଉବିରିଦ୍‌କିୟା,
31 ପୁଣି, ଯେଉଁମାନେ ତାହାଙ୍କ ସହିତ ଗାଲିଲୀରୁ ଯିରୂଶାଲମ ସହରକୁ ଆସିଥିଲେ, ସେମାନେ ଅନେକ ଦିନ ପର୍ଯ୍ୟନ୍ତ ତାହାଙ୍କ ଦର୍ଶନ ପାଇଲେ; ସେମାନେ ବର୍ତ୍ତମାନ ଲୋକମାନଙ୍କ ନିକଟରେ ତାହାଙ୍କର ସାକ୍ଷୀ।
୩୧ଆଡଃ ପୁରାଃ ମାହାଁ ଜାକେଦ୍‌ ଇନିଃଲଃ ଗାଲିଲ୍‌ଏତେ ଯୀରୁଶାଲେମ୍‌ତେ ହିଜୁଃ ସେନଃତାନ୍‌ ହଡ଼କତାଃରେ ଉଦୁବେନ୍‌ୟାନା । ଇନ୍‌କୁ ନାହାଁଃ ଇସ୍ରାଏଲ୍‌ ହଡ଼କତାଃରେ ଇନିୟାଃ ଗାୱାକ ତାନ୍‌କ ।
32 ଆଉ ପିତୃ-ପୁରୁଷମାନଙ୍କ ନିକଟରେ କୃତ ପ୍ରତିଜ୍ଞା ବିଷୟରେ ଆମ୍ଭେମାନେ ଆପଣମାନଙ୍କୁ ଏହି ସୁସମାଚାର ଜଣାଉଅଛୁ ଯେ,
୩୨ଆଡଃ ଆଲିଙ୍ଗ୍‌ ଆପେକେ ଏନ୍‌ ସୁକୁକାଜି ଉଦୁବ୍‌ ନାଗେନ୍ତେ ନେତାଃରେ ମେନାଲିୟାଁ, ଅକ୍‌ନାଃଚି ପାର୍‌ମେଶ୍ୱାର୍‌ ଆବୁଆଃ ପୁର୍‌ଖା ହାଡ଼ାମ୍‌ହଡ଼କକେ ବାନାର୍‌ସା ଏମାକାଦ୍‌କ ତାଇକେନାଏ,
33 ଈଶ୍ବର ଯୀଶୁଙ୍କୁ ଉତ୍ଥାପନ କରି ସେମାନଙ୍କର ସନ୍ତାନ ଯେ ଆମ୍ଭେମାନେ, ଆମ୍ଭମାନଙ୍କ ପ୍ରତି ସେହି ପ୍ରତିଜ୍ଞା ସଫଳ କରିଅଛନ୍ତି, ଯେପରି ଦ୍ବିତୀୟ ଗୀତସଂହିତାରେ ମଧ୍ୟ ଲେଖାଅଛି, “ତୁମ୍ଭେ ଆମ୍ଭର ପୁତ୍ର, ଆଜି ଆମ୍ଭେ ତୁମ୍ଭକୁ ଜନ୍ମ ଦେଲୁ।”
୩୩ପାର୍‌ମେଶ୍ୱାର୍‌ ୟୀଶୁକେ ଜୀଉବିରିଦ୍‌କିଃ ହରାତେ ଆବୁ ନାଗେନ୍ତେ ନାହାଁଃ ପୁରାକାଦାଏ ଆଡଃ ଆବୁ ଇନ୍‌କୁଆଃ କିଲିରେନ୍‌କ ହବାକାନାବୁ । ଦାଉଦ୍‌ଆଃ ଦୁରାଙ୍ଗ୍‌ପୁଥି ୨ ଆଧ୍ୟାଏରେ ନେ'ଲେକା ଅଲାକାନା, “‘ଆମ୍‌ ଆଇଁୟାଃ ହନ୍‌, ତିସିଙ୍ଗ୍‌ ଆଇଙ୍ଗ୍‌ ଆମାଃ ଆପୁ ହବାୟାନାଇଙ୍ଗ୍‌ ।’
34 ସେ ଯେ ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଅଛନ୍ତି; ପୁଣି, ସେ ଯେ ଆଉ କ୍ଷୟସ୍ଥାନକୁ ଫେରିବେ ନାହିଁ, ଏହି ବିଷୟରେ ସେ ଏହି ପ୍ରକାର କହିଅଛନ୍ତି, “‘ଆମ୍ଭେ ଦାଉଦଙ୍କ ନିକଟରେ ପ୍ରତିଜ୍ଞାତ ପବିତ୍ର ଓ ଅଟଳ ଆଶୀର୍ବାଦ ସବୁ ତୁମ୍ଭମାନଙ୍କୁ ପ୍ରଦାନ କରିବା।’
୩୪ଆଡଃ ତପାଗାଡ଼ାରେ ଆଲକାଏ ଜିୟନଃକା ମେନ୍ତେ ଇନିଃକେ ଗନଏଃହେତେ ଜୀଉବିରିଦି ନାଗେନ୍ତେ ପାର୍‌ମେଶ୍ୱାର୍‌ ନେ'ଲେକାଏ କାଜିକାଦ୍‌ ତାଇକେନା, ‘ଦାଉଦ୍‌କେ ଏମାକାଇ ବାନାର୍‌ସା ଲେକାଗି ଆଇଙ୍ଗ୍‌ ଆମ୍‌କେ ପାବିତାର୍‌ ଆଡଃ ସାର୍‍ତିଗିଇଙ୍ଗ୍‌ ଆଶିଷ୍‌ମେୟାଁ ।’
35 ପୁଣି, ସେ ମଧ୍ୟ ଆଉ ଗୋଟିଏ ଗୀତସଂହିତାରେ କହିଅଛନ୍ତି, ‘ତୁମ୍ଭେ ଆପଣା ପବିତ୍ର ଜଣକୁ କ୍ଷୟ ପାଇବାକୁ ଦେବ ନାହିଁ।’”
୩୫ଦୁରାଙ୍ଗ୍‌ପୁଥିରେୟାଃ ଏଟାଃତାଃରେ ଅଲାକାନା, ‘ଆମ୍‌ ଆମାଃ ପାବିତାର୍‌ ଦାସିକେ ତପାଗାଡ଼ାରେ ଜିୟନଃ ନାଗେନ୍ତେ କାମ୍‌ ବାଗିଇଚିୟା ।’”
36 ଦାଉଦ ତ ଆପଣା ସମକାଳୀନ ଲୋକମାନଙ୍କ ମଧ୍ୟରେ ଈଶ୍ବରଙ୍କର ସଙ୍କଳ୍ପ ଅନୁସାରେ ସେବକର କାର୍ଯ୍ୟ କଲା ଉତ୍ତାରେ ମହାନିଦ୍ରାପ୍ରାପ୍ତ ହେଲେ ଏବଂ ଆପଣା ପିତୃ-ପୁରୁଷମାନଙ୍କ ନିକଟରେ ସମାଧିସ୍ଥ ହୋଇ କ୍ଷୟ ପାଇଲେ;
୩୬ଦାଉଦ୍‌ ଆୟାଃ ଜୀନିଦ୍‌ ଦିପିଲିରେ ପାର୍‌ମେଶ୍ୱାର୍‌ଆଃ ଇଛାସାନାଙ୍ଗ୍‌ ଲେକାଗି, ସୁସାର୍‌କେଦ୍‌ତେ ଜୀଉତାୟାଃ ଟୁଣ୍ଡୁକେଦା ଆଡଃ ପୁର୍‌ଖା ହାଡ଼ାମ୍‌କଲଃ ତପାୟାନାଏ । ଆୟାଃ ଗନଏଃ ହଡ଼୍‌ମ ତପାଗାଡ଼ାରେୟାଃ ହାସାରେ ମେସାୟାନା ।
37 କିନ୍ତୁ ଯାହାଙ୍କୁ ଈଶ୍ବର ଉଠାଇଅଛନ୍ତି, ସେ କ୍ଷୟ ପାଇ ନାହାନ୍ତି।
୩୭ମେନ୍‌ଦ ପାର୍‌ମେଶ୍ୱାର୍‌ ଅକଏକେ ଗନଏଃହେତେ ଜୀଉବିରିଦ୍‌କିୟାଏ, ଇନିଃ ହାସାରେ କାଏ ମେସାକାନା ।
38 ଅତଏବ, ହେ ଭାଇମାନେ, ଆପଣମାନେ ଏହା ଅବଗତ ହେଉନ୍ତୁ, ଏହି ବ୍ୟକ୍ତିଙ୍କ ଦ୍ୱାରା ଆପଣମାନଙ୍କ ନିକଟରେ ପାପ କ୍ଷମା ପ୍ରଚାର କରାଯାଉଅଛି,
୩୮ଏନାମେନ୍ତେ, ହେ ଇସ୍ରାଏଲ୍‌ରେନ୍‌ ହାଗାକ, ଆପେ ସବେନ୍‌କକେ ନେଆଁ ସାରି ଲାଗାତିଙ୍ଗ୍‌ୟାଁଃ ଯେ, ୟୀଶୁଆଃ ହରାତେ ଏସ୍‌କାର୍‌ ଆପେତାଃରେ ପାପ୍‌ ଛାମାରେୟାଃ କାନାଜି ଉଦୁବ୍‌କାନା । ଆଡଃ ମୁଶା ନାବୀଆଃ ଆନ୍‌ଚୁ ହରାତେ ପାପ୍‌ହେତେ କା ରାଡ଼ା ଦାଡ଼ିକାନ୍‌ ସବେନ୍‌ ହଡ଼କ,
39 ପୁଣି, ମୋଶାଙ୍କ ବ୍ୟବସ୍ଥା ଦ୍ୱାରା ଯେ ସମସ୍ତ ବିଷୟରୁ ଆପଣମାନେ ମୁକ୍ତ ହୋଇ ଧାର୍ମିକ ଗଣିତ ହୋଇପାରିଲେ ନାହିଁ, ବିଶ୍ୱାସକାରୀ ପ୍ରତ୍ୟେକ ଲୋକ ତାହାଙ୍କ ଦ୍ୱାରା ସେହି ସମସ୍ତ ବିଷୟରୁ ମୁକ୍ତ ହୋଇ ଧାର୍ମିକ ଗଣିତ ହୁଅନ୍ତି।
୩୯ଏନ୍‌ ୟୀଶୁତାଃରେ ବିଶ୍ୱାସ୍‌କେଦ୍‌ ହରାତେ ଜୀଉବାଞ୍ଚାଅକ ନାମେୟା, ନେଆଁ ଆପେକେ ସାରି ଲାଗାତିଙ୍ଗ୍‌ୟାଁଃ ।
40 ତେଣୁ ସାବଧାନ, କାଳେ ଭାବବାଦୀମାନଙ୍କ ଶାସ୍ତ୍ରରେ ଯାହା କୁହାଯାଇଅଛି, ତାହା ଯେପରି ଆପଣମାନଙ୍କ ପ୍ରତି ନ ଘଟେ,
୪୦ଏନାମେନ୍ତେ ଚିର୍ଗାଲ୍‌କାନ୍‌ପେ, ନାବୀକ କାଜିକାଦ୍‌ତେୟାଃ ଆପେରେ ଆଲକା ହବାଅଃକା,
41 “‘ହେ ଅବଜ୍ଞାକାରୀମାନେ, ତୁମ୍ଭେମାନେ ଦେଖି ପୁଣି, ଚମତ୍କୃତ ହୋଇ ବିନଷ୍ଟ ହୁଅ; ଯେଣୁ ଆମ୍ଭେ ତୁମ୍ଭମାନଙ୍କ ସମୟରେ ଗୋଟିଏ କାର୍ଯ୍ୟ ସାଧନ କରୁଅଛୁ, ଯଦି କେହି ସେହି କାର୍ଯ୍ୟ ତୁମ୍ଭମାନଙ୍କ ନିକଟରେ ବର୍ଣ୍ଣନା କରେ, ତେବେ ତୁମ୍ଭେମାନେ କୌଣସି ପ୍ରକାରେ ତାହା ବିଶ୍ୱାସ କରିବ ନାହିଁ।’”
୪୧“‘ଆଇଙ୍ଗ୍‌କେ ଲାନ୍ଦାଇଙ୍ଗ୍‌ତାନ୍‌ ହଡ଼କ, ଆପେ ଆକ୍‌ଦାନ୍ଦାଅକେଦ୍‌ତେ ଜିୟନଃପେ, ଚିଆଃଚି ତିସିଙ୍ଗ୍‌ ଆଇଙ୍ଗ୍‌ କାମିତାନ୍‌ତେୟାଃ, ଜେତାଏ ଆପେକେ ଉଦୁବାପେରେୟ ଆପେ କାପେ ବିଶ୍ୱାସେୟା ।’”
42 ସେମାନେ ବାହାରିଯାଉଥିବା ସମୟରେ, ଯେପରି ପରବର୍ତ୍ତୀ ବିଶ୍ରାମବାର ଦିନରେ ସେହିସବୁ କଥା ସେମାନଙ୍କୁ କୁହାଯାଏ, ଏଥିପାଇଁ ସେମାନେ ବିନତି କରିବାକୁ ଲାଗିଲେ।
୪୨ପାଉଲୁସ୍‌ ଆଡଃ ବର୍ଣ୍ଣବାସ୍‌ ସାମାଜ୍‌ ଅଡ଼ାଃ ବାଗିକେଦ୍‌ତେ ସେନଃ ତାଇକେନାକିନ୍‌ ଇମ୍‌ତା, ହଡ଼କ ଏଟାଃ ରୁଡ଼ୁନ୍‌ ହୁଲାଙ୍ଗ୍‌ରେ ହିଜୁଃ ରୁହାଡ଼୍‌କେଦ୍‌ତେ ନେ ସବେନ୍‌ ବିଷାଏରେ ଆଡଃଗି ପୁରାଃତେ କାଜି ନାଙ୍ଗ୍‌ ଇନ୍‌କିନ୍‌କେ ବିନ୍ତିକେଦ୍‌କିନାକ ।
43 ସଭା ସମାପ୍ତ ହେଲା ଉତ୍ତାରେ ଯିହୁଦୀ ଓ ଯିହୁଦୀମତାବଲମ୍ବୀ ଅଣଯିହୁଦୀମାନଙ୍କ ମଧ୍ୟରୁ ଅନେକେ ପାଉଲ ଓ ବର୍ଣ୍ଣବ୍ବାଙ୍କ ପଛେ ପଛେ ଗଲେ; ସେମାନେ ସେମାନଙ୍କ ସହିତ କଥାବାର୍ତ୍ତା କରି ଈଶ୍ବରଙ୍କ ଅନୁଗ୍ରହରେ ସ୍ଥିର ହୋଇ ରହିବାକୁ ସେମାନଙ୍କୁ ପ୍ରବର୍ତ୍ତାଇଲେ।
୪୩ହଡ଼କ ପାଞ୍ଚେଟ୍‌ ବାଗିକେଦ୍‌ତେ ସେନଃୟାନ୍‌ ତାୟମ୍‌ତେ, ପୁରାଃ ଯିହୁଦୀ ଆଡଃ ସାଅଁସାର୍‌ହେତେ ଯିହୁଦୀ ଧାରାମ୍‌ତେ ବାଦ୍‌ଲାଅକାନ୍‌ ହଡ଼କ, ପାଉଲୁସ୍‌ ଆଡଃ ବର୍ଣ୍ଣବାସ୍‌କେ ଅତଙ୍ଗ୍‌କେଦ୍‌କିନାକ । ପ୍ରେରିତ୍‌କ ଇନ୍‌କୁଲଃ ଜାଗାର୍‌କେଦାକ ଆଡଃ ପାର୍‌ମେଶ୍ୱାର୍‌ଆଃ ସାୟାଦ୍‌ତେ ଜୀଦାନ୍‌ ବିତାଅ ନାଗେନ୍ତେ ଉସ୍‍କୁର୍‍କେଦ୍‌କଆକ ।
44 ପୁଣି, ପରବର୍ତ୍ତୀ ବିଶ୍ରାମବାର ଦିନରେ ପ୍ରାୟ ସମସ୍ତ ନଗରବାସୀ ଈଶ୍ବରଙ୍କ ବାକ୍ୟ ଶୁଣିବା ନିମନ୍ତେ ଏକତ୍ରିତ ହେଲେ।
୪୪ଏଟାଃ ରୁଡ଼ୁନ୍‌ ହୁଲାଙ୍ଗ୍‌ରେ, ସାହାର୍‌ରେନ୍‌ ଲାଗ୍‌ଭାଗ୍‌ ସବେନ୍‌ ହଡ଼କ ପ୍ରାଭୁଆଃ ବାଚାନ୍‌ ଆୟୁମ୍‌ ନାଗେନ୍ତେକ ହିଜୁଃୟାନା ।
45 କିନ୍ତୁ ଯିହୁଦୀମାନେ ଲୋକସମୂହଙ୍କୁ ଦେଖି ଈର୍ଷାରେ ପୂର୍ଣ୍ଣ ହେଲେ, ପୁଣି, ନିନ୍ଦା କରୁ କରୁ ପାଉଲଙ୍କ କଥାରେ ପ୍ରତିବାଦ କରିବାକୁ ଲାଗିଲେ।
୪୫ଯିହୁଦୀ ହଡ଼କ ଗାଦେଲ୍‌ ହଡ଼କକେ ନେଲ୍‌କେଦ୍‌ତେ ହିସ୍‌ଙ୍ଗାତେ ପେରେଃୟାନାକ ଆଡଃ ପାଉଲୁସ୍‌ଆଃ କାଜିରେ କାଜିକଟଙ୍ଗ୍‌କେଦ୍‌ତେ ଇନିଃକେ ଲାନ୍ଦାକିୟାକ ।
46 ସେଥିରେ ପାଉଲ ଓ ବର୍ଣ୍ଣବ୍ବା ସାହସପୂର୍ବକ କହିଲେ, ପ୍ରଥମରେ ଆପଣମାନଙ୍କ ନିକଟରେ ଈଶ୍ବରଙ୍କ ବାକ୍ୟ କୁହାଯିବା ଆବଶ୍ୟକ ଥିଲା; ଆପଣମାନେ ତାହା ଅଗ୍ରାହ୍ୟ କରି ଆପଣା ଆପଣାକୁ ଅନନ୍ତ ଜୀବନର ଅଯୋଗ୍ୟ ବୋଲି ବିଚାର କରୁଥିବାରୁ, ଦେଖନ୍ତୁ, ଆମ୍ଭେମାନେ ଅଣଯିହୁଦୀମାନଙ୍କ ନିକଟକୁ ଯାଉଅଛୁ, (aiōnios g166)
୪୬ମେନ୍‌ଦ ପାଉଲୁସ୍‌ ଆଡଃ ବର୍ଣ୍ଣବାସ୍‌ ଆଡଃଗି ବେଗାର୍‌ ବରତେ କାଜିକେଦାକିନ୍‌, “ଆପେତାଃରେ ପାହିଲାତେ ପାର୍‌ମେଶ୍ୱାର୍‌ଆଃ ବାଚାନ୍‌ କାଜିୟଃ ଲାଗାତିଙ୍ଗ୍‌ ତାଇକେନା । ମେନ୍‌ଦ ଆପେ ଜାନାଅ ଜୀଦାନ୍‌ ନାମେକାଲେ ମେନ୍ତେ କାପେ ବିଚାର୍‌କେଦ୍‌ ହରାତେ, ଆଲିଙ୍ଗ୍‌ ଆପେକେ ବାଗିକେଦ୍‌ତେ ସାଅଁସାର୍‌ ହଡ଼କତାଃତେଲିଙ୍ଗ୍‌ ସେନା । (aiōnios g166)
47 କାରଣ ପ୍ରଭୁ ଆମ୍ଭମାନଙ୍କୁ ଏହି ପ୍ରକାର ଆଜ୍ଞା ଦେଇଅଛନ୍ତି, “‘ଆମ୍ଭେ ତୁମ୍ଭକୁ ଅଣଯିହୁଦୀମାନଙ୍କ ନିମନ୍ତେ ଆଲୋକସ୍ୱରୂପେ ସ୍ଥାପନ କରିଅଛୁ, ଯେପରି ତୁମ୍ଭେ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ପରିତ୍ରାଣ ଆଣିବ।’”
୪୭ଚିଆଃଚି ପ୍ରାଭୁ ଆଲିଙ୍ଗ୍‌କେ ନେ ଲେକାଏ ଆଚୁକାଦ୍‌ଲିୟାଁ, “‘ଆଇଙ୍ଗ୍‌ ଆମ୍‌କେ ସାଅଁସାର୍‌ ହଡ଼କଆଃ ନାଗେନ୍ତେ ମାର୍ସାଲ୍‌ ଲେକାଇଙ୍ଗ୍‌ ବାଇୟାକାଦ୍‌ମା, ଜେ'ଲେକାଚି ସବେନ୍‌ ଅତେଦିଶୁମ୍‌ରେ ଜୀଉବାଞ୍ଚାଅ ନାମଃଆ ।’”
48 ଅଣଯିହୁଦୀମାନେ ଏହା ଶୁଣି ଆନନ୍ଦିତ ହେଲେ ଆଉ ଈଶ୍ବରଙ୍କ ବାକ୍ୟର ଗୌରବ କରିବାକୁ ଲାଗିଲେ, ପୁଣି, ଯେତେ ଲୋକ ଅନନ୍ତ ଜୀବନ ନିମନ୍ତେ ନିରୂପିତ ହୋଇଥିଲେ, ସେମାନେ ବିଶ୍ୱାସ କଲେ, (aiōnios g166)
୪୮ସାଅଁସାର୍‌ ହଡ଼କ ନେଆଁ ଆୟୁମ୍‌କେଦ୍‌ତେ ରାସ୍‌କାୟାନାକ ଆଡଃ ପ୍ରାଭୁଆଃ କାନାଜି ନାଗେନ୍ତେ ମାନାରାଙ୍ଗ୍‌କେଦାକ । ଅକ ହଡ଼କ ଜାନାଅ ଜୀଦାନ୍‌ ନାମେ ନାଗେନ୍ତେ ସାଲାୟାନାକ, ଇନ୍‌କୁ ଏନ୍‌ କାନାଜିରେ ବିଶ୍ୱାସ୍‌କେଦାକ ଆଡଃ ବିଶ୍ୱାସୀ ହବାୟାନାକ । (aiōnios g166)
49 ଆଉ ସମୁଦାୟ ଅଞ୍ଚଳରେ ପ୍ରଭୁଙ୍କର ବାକ୍ୟ ବ୍ୟାପିଗଲା।
୪୯ପ୍ରାଭୁଆଃ ବାଚାନ୍‌ ଏନ୍‌ ପାର୍‌ଗାନ୍‌ରେୟାଃ ସବେନ୍‌ସାଃରେ ନିତିର୍‌ୟାନା ।
50 କିନ୍ତୁ ଯିହୁଦୀମତାବଲମ୍ବୀ ଅଣଯିହୁଦୀ ପ୍ରମୁଖ ମହିଳାମାନଙ୍କୁ ଓ ନଗରର ପ୍ରଧାନ ପ୍ରଧାନ ବ୍ୟକ୍ତିଙ୍କୁ ଯିହୁଦୀମାନେ ଉତ୍ତେଜିତ କଲେ, ପୁଣି, ପାଉଲ ଓ ବର୍ଣ୍ଣବ୍ବାଙ୍କ ପ୍ରତି ତାଡ଼ନା ଘଟାଇ ଆପଣାମାନଙ୍କ ସୀମାରୁ ସେମାନଙ୍କୁ ବାହାର କରିଦେଲେ।
୫୦ମେନ୍‌ଦ ନାଗାର୍‌ରେନ୍‌ ଆଗୁଆଇ ହଡ଼କକେ ଆଡଃ ସାମାଜ୍‌ରେ ମାଇନ୍‌ ନାମେତାନ୍‌ ସାଅଁସାର୍‌ କୁଡ଼ିକ, ଅକନ୍‌କଚି ପାର୍‌ମେଶ୍ୱାର୍‌କେ ବରଭାକ୍ତିତାନାକ, ଇନ୍‌କୁକେ ଯିହୁଦୀ ହଡ଼କ ଉସ୍‌କୁର୍‌କେଦ୍‌ତେ ପାଉଲୁସ୍‌ ଆଡଃ ବର୍ଣ୍ଣବାସ୍‌କିନାଃ ବିରୁଧ୍‌ରେ ସାସାତି ଏଟେଦ୍‌କେଦାକ ଆଡଃ ଇନ୍‌କିନ୍‌କେ ଏନ୍‌ ପାର୍‌ଗାନ୍‌ତାଃଏତେ ଅଡଙ୍ଗ୍‌କେଦ୍‌କିନାକ ।
51 ସେଥିରେ ସେମାନେ ଆପଣା ଆପଣା ପାଦର ଧୂଳି ସେମାନଙ୍କ ବିରୁଦ୍ଧରେ ଝାଡ଼ିଦେଇ ଇକନୀୟ ସହରକୁ ଗଲେ,
୫୧ପ୍ରେରିତ୍‌କିନ୍‌ ଆକିନାଃ କାଟାରେୟାଃ ଧୁଡ଼ି ଇନ୍‌କୁଆଃ ବିରୁଧ୍‌ରେ କଟାବାଗିକେଦ୍‌ତେ ଇକନିୟାତେକିନ୍‌ ସେନଃୟାନା ।
52 ଆଉ ଶିଷ୍ୟମାନେ ଆନନ୍ଦରେ ଓ ପବିତ୍ର ଆତ୍ମାରେ ପୂର୍ଣ୍ଣ ହେବାକୁ ଲାଗିଲେ।
୫୨ଆଡଃ ଆନ୍ତିୟୋଖ୍‌ରେନ୍‌ ବିଶ୍ୱାସୀକ ପାବିତାର୍‌ ଆତ୍ମା ଆଡଃ ରାସ୍‌କାତେ ପେରେଃୟାନାକ ।

< ପ୍ରେରିତ 13 >