< ୩ ଯୋହନ 1 >

1 ପ୍ରାଚୀନ ଯେ ମୁଁ, ପ୍ରିୟତମ ଗାୟଙ୍କ ନିକଟକୁ ପତ୍ର ଲେଖୁଅଛି; ତାହାଙ୍କୁ ମୁଁ ସତ୍ୟ ରୂପେ ପ୍ରେମ କରେ।
The elder, to Gaius, the beloved, whom I love in the truth.
2 ପ୍ରିୟ ବନ୍ଧୁ, ତୁମ୍ଭ ଜୀବନର ଯେପରି ମଙ୍ଗଳ ହେଉଅଛି, ସେହିପରି ସର୍ବ ବିଷୟରେ ତୁମ୍ଭର ମଙ୍ଗଳ ହେଉ ଏବଂ ତୁମ୍ଭେ ସ୍ୱାସ୍ଥ୍ୟ ଭୋଗ କରୁଥାଅ, ଏହା ମୋହର ପ୍ରାର୍ଥନା।
Beloved, I pray, that with respect to all things, you may prosper and be in health, even as your soul prospers.
3 କାରଣ ଭାଇମାନେ ଆସି ଯେତେବେଳେ ସତ୍ୟ ପ୍ରତି ତୁମ୍ଭର ନିଷ୍ଠାଭାବ, ଅର୍ଥାତ୍‍ ସତ୍ୟରେ ତୁମ୍ଭର ଆଚରଣ ବିଷୟରେ ସାକ୍ଷ୍ୟ ଦେଲେ, ସେତେବେଳେ ମୁଁ ବିଶେଷ ଆନନ୍ଦିତ ହେଲି।
For I rejoiced greatly, when the brethren came, and bore witness to your truth, even as you walk in truth.
4 ମୋହର ସନ୍ତାନମାନେ ଯେ ସତ୍ୟରେ ଆଚରଣ କରୁଅଛନ୍ତି, ଏହା ଶୁଣିବାଠାରୁ ମୋହର ଆନନ୍ଦର ଆଉ ବଡ଼ ବିଷୟ ନାହିଁ।
I have no greater joy than that which I have when I hear my children are walking in truth.
5 ପ୍ରିୟ ବନ୍ଧୁ, ତୁମ୍ଭେ ଆପଣା ଭ୍ରାତୃଗଣ ପ୍ରତି ଏବଂ ବିଶେଷତଃ ବିଦେଶୀ ଭ୍ରାତୃଗଣ ପ୍ରତି ଯାହା କରୁଅଛ, ତାହା ବିଶ୍ୱସ୍ତ ଭାବରେ କରୁଅଛ।
Beloved, you do faithfully what you perform for the brethren, and for the strangers.
6 ସେମାନେ ମଣ୍ଡଳୀ ନିକଟରେ ତୁମ୍ଭ ପ୍ରେମ ବିଷୟରେ ସାକ୍ଷ୍ୟ ଦେଇଅଛନ୍ତି; ତୁମ୍ଭେ ଯଦି ସେମାନଙ୍କୁ ଈଶ୍ବରଙ୍କ ଯୋଗ୍ୟ ଉପକାର ଦେଇ ବାଟ ବଳାଇଦିଅ, ତେବେ ଉତ୍ତମ କାର୍ଯ୍ୟ କରିବ,
These have borne testimony to your love, in the presence of the congregation; whom, if you help forward on their journey, in a manner worthy of God, you will do well.
7 ଯେଣୁ ସେମାନେ ଅଣଯିହୁଦୀମାନଙ୍କଠାରୁ କିଛି ହିଁ ଗ୍ରହଣ ନ କରି ଖ୍ରୀଷ୍ଟଙ୍କ ନାମ ସକାଶେ ବାହାରି ଅଛନ୍ତି।
Because for his name's sake, they went forth, receiving nothing from the Gentiles.
8 ଅତଏବ, ଆମ୍ଭେମାନେ ଯେପରି ସତ୍ୟ ସକାଶେ ସେମାନଙ୍କର ସହକର୍ମୀ ହୋଇପାରୁ, ଏଥିନିମନ୍ତେ ସେମାନଙ୍କର ଉପକାର କରିବା ଆମ୍ଭମାନଙ୍କର କର୍ତ୍ତବ୍ୟ।
We, therefore, ought to entertain such, that we may be joint laborers in the truth.
9 ମୁଁ ମଣ୍ଡଳୀ ନିକଟକୁ କିଛି ଲେଖିଲି; ମାତ୍ର ଦୀୟତ୍ରଫା ମଣ୍ଡଳୀ ମଧ୍ୟରେ ପ୍ରଧାନ ହେବାକୁ ଭଲ ପାଇ ଆମ୍ଭମାନଙ୍କୁ ଅଗ୍ରାହ୍ୟ କରେ।
I wrote to the congregation: but Diotrephes, who affects a pre-eminence among them, does not receive us.
10 ସେ ଆମ୍ଭମାନଙ୍କ ବିରୁଦ୍ଧରେ ମନ୍ଦ କଥା କହି ଆମ୍ଭମାନଙ୍କ ନିନ୍ଦା କରେ, ପୁଣି, ସେଥିରେ ତୃପ୍ତ ନ ହୋଇ ନିଜେ ଭାଇମାନଙ୍କର ଆତିଥ୍ୟ କରେ ନାହିଁ, ପୁଣି, ଅନ୍ୟମାନେ ତାହା କରିବାକୁ ଇଚ୍ଛା କଲେ ସେମାନଙ୍କୁ ମନା କରେ, ଆଉ ମଣ୍ଡଳୀରୁ ସେମାନଙ୍କୁ ଉଚ୍ଛିନ୍ନ କରେ; ଏଣୁ ମୁଁ ଗଲେ ତାହାର ଏହି ସମସ୍ତ କୃତ କର୍ମ ସ୍ମରଣରେ ଆଣିବି।
For this cause, when I come, I will bring his deeds to remembrance, which he practices--prating against us with malicious words; and, not content with this, he does not himself receive the brethren, and forbids them who would, and casts them out of the congregation.
11 ପ୍ରିୟ ବନ୍ଧୁ, ତୁମ୍ଭେ ଦୁଷ୍କର୍ମର ଅନୁକାରୀ ନ ହୋଇ ସତ୍କର୍ମର ଅନୁକାରୀ ହୁଅ। ଯେ ସତ୍କର୍ମ କରେ, ସେ ଈଶ୍ବରଙ୍କଠାରୁ ଜାତ; ଯେ ଦୁଷ୍କର୍ମ କରେ, ସେ ଈଶ୍ବରଙ୍କୁ ଦର୍ଶନ କରି ନାହିଁ।
Beloved, do not imitate what is evil, but what is good. He who does good, is of God; but he who does evil, has not seen God.
12 ଦୀମିତ୍ରୀୟଙ୍କ ସପକ୍ଷରେ ସମସ୍ତେ ସାକ୍ଷ୍ୟ ଦେଇଅଛନ୍ତି; ସତ୍ୟ ନିଜେ ସୁଦ୍ଧା ସାକ୍ଷ୍ୟ ଦେଇଅଛି; ଆମ୍ଭେମାନେ ମଧ୍ୟ ସାକ୍ଷ୍ୟ ଦେଉଅଛୁ, ଆଉ ଆମ୍ଭମାନଙ୍କ ସାକ୍ଷ୍ୟ ଯେ ସତ୍ୟ; ଏହା ତୁମ୍ଭେ ଜାଣୁଅଛ।
Testimony is borne to Demetrius, by all, and by the truth itself; and we also bear testimony; and you know that our testimony is true.
13 ତୁମ୍ଭ ନିକଟକୁ ମୋହର ଅନେକ ବିଷୟ ଲେଖିବାକୁ ଅଛି, କିନ୍ତୁ କାଳି ଓ କଲମରେ ତାହା ଲେଖିବାକୁ ଇଚ୍ଛା କରୁ ନାହିଁ।
I have many things to write; but I do not incline to write them to you with pen and ink:
14 ମୋହର ଆଶା ଯେ, ଶୀଘ୍ର ତୁମ୍ଭ ସହିତ ଦେଖା ହେବ, ଆଉ ଆମ୍ଭେମାନେ ମୁଖାମୁଖି ହୋଇ କଥାବାର୍ତ୍ତା କରିବା। ତୁମ୍ଭ ପ୍ରତି ଶାନ୍ତି ହେଉ; ମିତ୍ରମାନେ ତୁମ୍ଭକୁ ନମସ୍କାର ଜଣାଉଅଛନ୍ତି। ପ୍ରତ୍ୟେକଙ୍କ ନାମ ଘେନି ମିତ୍ରମାନଙ୍କୁ ନମସ୍କାର ଜଣାଅ।
for I hope immediately to see you, and so we shall speak face to face. Salute the friends by name.

< ୩ ଯୋହନ 1 >