< ୨ ତୀମଥି 1 >

1 ପାଉଲ, ଖ୍ରୀଷ୍ଟ ଯୀଶୁଙ୍କଠାରେ ଥିବା ଜୀବନ ସମ୍ବନ୍ଧୀୟ ପ୍ରତିଜ୍ଞା ଅନୁସାରେ ଈଶ୍ବରଙ୍କ ଇଚ୍ଛା ଦ୍ୱାରା ଖ୍ରୀଷ୍ଟ ଯୀଶୁଙ୍କ ଜଣେ ପ୍ରେରିତ,
ମୁଇ ପାଉଲ୍‌ ଏ ଚିଟି ଲେକ୍‌ଲିନି । ଜିସୁକିରିସ୍‌ଟର୍‌ ଗଟେକ୍‌ ପେରିତ୍‌ ଅଇବାକେ ପର୍‌ମେସର୍‌ ମକେ ବାଚ୍‌ଲା ଆଚେ । ନ ସାର୍‌ବା ଜିବନ୍‌ ପାଇବା ଜନ୍‌ ସୁବ୍‌ କବର୍‌ ପର୍‌ମେସର୍‌ କାତା ଦେଇରଇଲା, ସେଟା ଜାନାଇବାକେ ମକେ ପାଟାଇଲାଆଚେ । ସେ ଜିବନ୍‌ କିରିସ୍‌ଟର୍‌ ସଙ୍ଗ୍‍ ମିସିରଇବା ଜିବନ୍‌ ।
2 ପ୍ରିୟ ପୁତ୍ର ତୀମଥିଙ୍କ ନିକଟକୁ ପତ୍ର; ପିତା ଈଶ୍ବର ଓ ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କଠାରୁ ଅନୁଗ୍ରହ, ଦୟା ଓ ଶାନ୍ତି ତୁମ୍ଭ ପ୍ରତି ହେଉ।
ଏ ଚିଟି ତିମତି ମୁଇ ତକେ ଲେକ୍‌ଲିନି । ତୁଇ ମର୍‌ ଆଲାଦର୍‌ ପଅ ପାରା ଅଇ ଆଚୁସ୍‌ । ଆମର୍‌ ବାବା ପର୍‌ମେସର୍‌ ଆରି ଆମର୍‌ ମାପ୍‌ରୁ ଜିସୁକିରିସ୍‌ଟ, ତକେ ଜିବନ୍‌ ଦୁକାଇ ଦୟା ଦେକାଅ ଆରି ସାନ୍ତି ଦେଅ ।
3 ପିତୃ-ପୁରୁଷମାନଙ୍କ ମତ ଅନୁସାରେ ଶୁଦ୍ଧ ବିବେକରେ ମୁଁ ଯେଉଁ ଈଶ୍ବରଙ୍କର ଉପାସନା କରେ, ଦିନରାତି ମୋହର ପ୍ରାର୍ଥନାରେ ସର୍ବଦା ତୁମ୍ଭର ନାମ ସ୍ମରଣ କରି ମୁଁ ତାହାଙ୍କୁ ଧନ୍ୟବାଦ ଦେଇଥାଏ;
ମୁଇ ପର୍‌ମେସର୍‌କେ ଦନିଅବାଦ୍‌ ଦେଲିନି । ମର୍‌ ଆନିଦାଦିମନ୍‌ ଜେନ୍ତାର୍‌ ତାକେ ସେବା କଲାଇ, ସେନ୍ତାରି ମୁଇ ମିସା ତାକେ ସେବା କଲିନି । ମର୍‌ ବିବେକ୍‌ ମକେ ଦସ୍‌ ଦେଏ ନାଇ । ମୁଇ ତର୍‌ପାଇ ଦିନ୍‌ରାତି ପାର୍‌ତନା କଲିନି ।
4 ମୁଁ ଯେପରି ଆନନ୍ଦରେ ପରିପୂର୍ଣ୍ଣ ହୁଏ, ଏଥିନିମନ୍ତେ ତୁମ୍ଭର ଲୋତକ ସ୍ମରଣ କରି ତୁମ୍ଭକୁ ଦେଖିବା ପାଇଁ ଏକାନ୍ତ ଇଚ୍ଛା କରୁଅଛି;
ଆମେ ଦୁଇ ଲକ୍‌ ବେଗଲ୍‌ଲାବେଲେ ତୁଇ ଦୁକ୍‌ ଅଇ ଆଁସୁ ଜରାଇଲୁସ୍‌, ସେଟା ମର୍‌ ମନେଆଚେ । ତେବର୍‌ପାଇ ତକେ ଦେକ୍‌ବି ବଲି ମୁଇ ବେସି ମନ୍‍ କଲିନି । ଜେନ୍ତାରି କି ମୁଇ ପୁରାପୁରୁନ୍‌ ସାର୍‌ଦା ଅଇବି ।
5 କାରଣ ଯେଉଁ ନିଷ୍କପଟ ବିଶ୍ୱାସ ତୁମ୍ଭର ଜେଜେମା ଲୋୟି ଓ ତୁମ୍ଭର ମାଆ ଇଉନୀକୀଙ୍କଠାରେ ଥିଲା, ପୁଣି, ତୁମ୍ଭଠାରେ ମଧ୍ୟ ଅଛି ବୋଲି ମୋହର ଦୃଢ଼ ବିଶ୍ୱାସ, ତୁମ୍ଭର ସେହି ନିଷ୍କପଟ ବିଶ୍ୱାସ ବିଷୟରେ ମୁଁ ଖବର ପାଇଅଛି।
ତୁଇ ସତଇସେ ଜିସୁକିରିସ୍‌ଟକେ ବିସ୍‌ବାସ୍‌ କରିଆଚୁସ୍‌ ବଲି ମର୍‌ ମନେଆଚେ । ତୁଇ ବିସ୍‌ବାସ୍‌ କର୍‌ବା ଆଗ୍‌ତୁ ତର୍‌ ଆମା ଲଇ ଆରି ତର୍‌ ଆୟା ଉନିସ୍‌ ତାକେ ବିସ୍‌ବାସ୍‌ କର୍‌ତେରଇଲାଇ । ସେନ୍ତାରିସେ ତୁଇ ବିସ୍‌ବାସ୍‌ କର୍‌ବାଟା ଡାଁଟ୍‌ ଆଚେବଲି ମୁଇ ଜାନ୍‌ଲିନି ।
6 ଏହି କାରଣରୁ ମୁଁ ତୁମ୍ଭକୁ ସ୍ମରଣ କରାଉଅଛି ଯେ, ତୁମ୍ଭଠାରେ ଈଶ୍ବରଙ୍କ ଯେଉଁ ଅନୁଗ୍ରହ ଦାନ ଅଛି, ତାହା ପୁନର୍ବାର ପ୍ରଜ୍ୱଳିତ କର।
ତେବର୍‌ପାଇ ମୁଇ ମର୍‌ ଆତ୍‌, ତର୍‌ ମୁଣ୍ଡେ ସଙ୍ଗଇ ପାର୍‌ତନା କଲାବେଲେ, ଜନ୍‌ ଆତ୍‌ମାର୍‌ ଦାନ୍‌ ପର୍‌ମେସର୍‌ ତକେ ଦେଇରଇଲା, ସେଟା ବଁଚାଇକରି ସଙ୍ଗ ବଲି ଏତାଇଦେଲିନି ।
7 କାରଣ ଈଶ୍ବର ଆମ୍ଭମାନଙ୍କୁ ଭୟର ଆତ୍ମା ଦେଇ ନାହାନ୍ତି, ମାତ୍ର ଶକ୍ତି, ପ୍ରେମ ଓ ସୁବୁଦ୍ଧିର ଆତ୍ମା ଦେଇଅଛନ୍ତି।
କାଇକେବଇଲେ ଜନ୍‌ ଆତ୍‌ମା ପର୍‌ମେସର୍‌ ଆମ୍‌କେ ଦେଲାଆଚେ, ସେଟା ଆମ୍‌କେ ଡର୍‌ବାକେ ନ ଦେଏ । ତାର୍‌ ବାଦୁଲେ ଆତ୍‌ମାଇ ବପୁ ଦେଇସି, ବିନ୍‌ ଲକ୍‌ମନ୍‌କେ ଆଲାଦ୍‌ କର୍‌ବାକେ ସିକାଇସି ଆରି ନିଜ୍‌କେ ଜାଗରତ୍‌ ରଇବାକେ ସିକାଇସି ।
8 ଅତଏବ, ଆମ୍ଭମାନଙ୍କ ପ୍ରଭୁଙ୍କ ବିଷୟରେ ସାକ୍ଷ୍ୟ ଦେବା ପାଇଁ କିଅବା ତାହାଙ୍କ ନିମନ୍ତେ ବନ୍ଦୀ ଯେ ମୁଁ, ମୋ ବିଷୟରେ ଲଜ୍ଜିତ ହୁଅ ନାହିଁ, ବରଂ ଈଶ୍ବରଙ୍କ ଶକ୍ତି ଅନୁସାରେ ସୁସମାଚାର ନିମନ୍ତେ ମୋ ସହିତ କ୍ଲେଶ ସହ୍ୟ କର;
ତେବର୍‌ପାଇ ଆମର୍‌ ମାପ୍‌ରୁ ଜିସୁକିରିସ୍‌ଟର୍‌ ବିସଇ, ବିନ୍‌ ଲକ୍‌କେ ଜାନାଇବାକେ ଲାଜ୍‌ ଅ ନାଇ । ତାର୍‍ ପାଇ ମୁଇ ଏବେ ବନ୍ଦିଗରେ ଆଚି, ମର୍‌ପାଇ ମିସା ଲାଜ୍‌ ଅ ନାଇ । ମାତର୍‌ ସୁବ୍‌ କବରର୍‌ ଲାଗି ଦୁକ୍‌ କସ୍‌ଟ ପାଇବାକେ ମର୍‌ସଙ୍ଗ୍‍ ମିସ୍‌ । ସେନ୍ତି କର୍‌ବାକେ ପର୍‌ମେସର୍‌ ତକେ ବପୁ ଦେଇସି । ପର୍‌ମେସର୍‌ ଆମ୍‌କେ ନ ସାର୍‌ବା ମରନେଅନି ବଁଚାଇକରି ଗଟେକ୍‌ ସୁକଲ୍‌ ଚଲାଚଲ୍‌ତି କର୍‌ବାକେ ଡାକିନେଲା ଆଚେ ।
9 ସେ ଆମ୍ଭମାନଙ୍କୁ ପରିତ୍ରାଣ କରିଅଛନ୍ତି ଓ ପବିତ୍ର ଆହ୍ୱାନରେ ଆହ୍ୱାନ କରିଅଛନ୍ତି; ଆମ୍ଭମାନଙ୍କ କର୍ମ ଅନୁସାରେ ସେ ତାହା କରି ନାହାନ୍ତି, ମାତ୍ର ତାହାଙ୍କ ନିଜ ସଂକଳ୍ପ ଓ ଅନୁଗ୍ରହ ଅନୁସାରେ କରିଅଛନ୍ତି; ସେହି ଅନୁଗ୍ରହ ଜଗତର ସୃଷ୍ଟି ପୂର୍ବେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଆମ୍ଭମାନଙ୍କୁ ଦିଆଯାଇଥିଲା, (aiōnios g166)
ନିକ କାମ୍‌ କଲାର୍‌ ପାଇ ସେ ଆମ୍‌କେ ବାଚେନାଇ । ମାତର୍‌ ତାର୍‌ ନିଜର୍‌ ଜଜ୍‌ନା ଇସାବେ ସେ ଆମ୍‌କେ ବାଚିକରି ତାର୍‌ ଦୟା ଦେକାଇଲା ଆଚେ । ଏ ଜଗତ୍‌ ତିଆର୍‌ ନ ଅଇତେ ପର୍‌ମେସର୍‌ ଜିବନ୍‌ ଦୁକାଇ, ଜିସୁକିରିସ୍‌ଟକେ ଆମର୍‌ଲାଗି ଏ ଜଗତେ ପାଟାଇଲା । (aiōnios g166)
10 କିନ୍ତୁ ଏବେ ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଖ୍ରୀଷ୍ଟ ଯୀଶୁଙ୍କର ଆଗମନ ହେବା ଦ୍ୱାରା ପ୍ରକାଶିତ ହୋଇଅଛି; ସେ ମୃତ୍ୟୁକୁ ଲୋପ କରିଅଛନ୍ତି, ପୁଣି, ସୁସମାଚାର ଦ୍ୱାରା ଜୀବନ ଓ ଅମରତାକୁ ଆଲୋକରେ ପ୍ରକାଶ କରିଅଛନ୍ତି;
୧୦ଆରି ଏବେ ସେ ଜିବନ୍‌ ଦୁକାଇ ଦୟା ଦେକାଇଲାଟା, ପର୍‌ମେସର୍‌ ଆମ୍‌କେ ଜାନାଇଆଚେ । ଏଟା ଆମର୍‌ ରକିଆକାରି ଜିସୁକିରିସ୍‌ଟ ଜେ କି ଆମର୍‌ଟାନେ ଆଇଲା । ମରନର୍‌ ବପୁକେ ସେ କୁରୁପ୍‌ନାସ୍‌ କଲା । ଆରି ସୁବ୍‌ କବର୍‌ ଜାନ୍‌ଲାର୍‌ପାଇ ନ ସାର୍‌ବା ଜିବନ୍‌ ପାଇବାକେ ସେ ଆମ୍‌କେ ବାଟ୍‌ ଦେକାଇଲା ।
11 ସେହି ସୁସମାଚାରର ମୁଁ ଜଣେ ପ୍ରଚାରକ, ପ୍ରେରିତ ଓ ଶିକ୍ଷକ ସ୍ୱରୂପେ ନିଯୁକ୍ତ ହୋଇଅଛି।
୧୧ଜିସୁକିରିସ୍‌ଟର୍‌ ବିସଇ ରଇବା ଏ ସୁବ୍‌ କବର୍‌ ପର୍‌ମେସର୍‌ ମକେ ଜାନାଇବାକେ କଇଆଚେ । ଗଟେକ୍‌ ସିକାଇବା ଲକ୍‌ ଆରି ପେରିତ୍‌ ଇସାବେ, ସେ ମକେ ବାଚିଆଚେ ।
12 ଏହି କାରଣ ଯୋଗୁଁ ମୁଁ ଏହିସବୁ ମଧ୍ୟ ଦୁଃଖଭୋଗ କରୁଅଛି; ତଥାପି ମୁଁ ଲଜ୍ଜିତ ନୁହେଁ, କାରଣ ମୁଁ ଯାହାଙ୍କଠାରେ ବିଶ୍ୱାସ କରିଅଛି, ତାହାଙ୍କୁ ଜାଣେ, ପୁଣି, ମୁଁ ତାହାଙ୍କ ହାତରେ ଯାହା ସମର୍ପଣ କରିଅଛି, ତାହା ମହାଦିନ ପର୍ଯ୍ୟନ୍ତ ସୁରକ୍ଷା କରିବାକୁ ସେ ଯେ ସମର୍ଥ ଅଟନ୍ତି, ଏହା ଦୃଢ଼ରୂପେ ବିଶ୍ୱାସ କରୁଅଛି।
୧୨ଏଟାର୍‌ ଲାଗି ମୁଇ ଏ ବନ୍ଦିଗରେ ଦୁକ୍‌ କସ୍‌ଟ ପାଇଲିନି । ପାଇଲେ ମିସା ଲାଜ୍‌ ଅଇନାଇ । କାଇକେବଇଲେ ମୁଇ ଜାକେ ବିସ୍‌ବାସ୍‌ କରିଆଚି, ତାକେ ଜାନି, ଆରି ମୁଇ ତାକେ ଜନ୍‌ଟା ସର୍‌ପି ଆଚେ, ସେଟା ସେ ବାଉଡି ଆଇବା ଦିନ୍‌ ଜାକ, ଜତନ୍‌ କରି ସଙ୍ଗଇବାକେ ତାର୍‌ ବପୁ ଆଚେ । ଏଟା ମୁଇ ଡାଟ୍‌ ସଙ୍ଗ୍‌ ବିସ୍‌ବାସ୍‌ କଲିନି ।
13 ମୋʼଠାରୁ ଯେଉଁ ସବୁ ହିତଜନକ ବାକ୍ୟ ଶୁଣିଅଛ, ଖ୍ରୀଷ୍ଟ ଯୀଶୁଙ୍କ ସମ୍ବନ୍ଧୀୟ ବିଶ୍ୱାସ ଓ ପ୍ରେମରେ ତାହା ଆଦର୍ଶରୂପେ ଧରି ରଖ।
୧୩ତୁଇ ମର୍‌ଟାନେଅନି ସତ୍‌ ସିକିଆ ସୁନିଆଚୁସ୍‌ । ସେନ୍ତାରିସେ ଚଲାଚଲ୍‌ତି କର୍‌ । ଜିସୁକିରିସ୍‌ଟର୍‌ ସଙ୍ଗ୍‍ ମିସ୍‌ଲାର୍‌ ପାଇ ଏଟା ବିସ୍‌ବାସ୍‌ ଆରି ଆଲାଦ୍‌ ସଙ୍ଗ୍‍ କର୍‌ ।
14 ତୁମ୍ଭ ହସ୍ତରେ ସମର୍ପିତ ଯେଉଁ ଉତ୍ତମ ବିଷୟ, ତାହା ଆମ୍ଭମାନଙ୍କଠାରେ ବାସ କରୁଥିବା ପବିତ୍ର ଆତ୍ମାଙ୍କ ଦ୍ୱାରା ସୁରକ୍ଷା କର,
୧୪ଜନ୍‌ ସୁବ୍‌କବର୍‌ ପର୍‌ମେସର୍‌ ତକେ ଦେଇଆଚେ, ସେଟାକେ ଦେକାରକା କର୍‌ । ଆମର୍‌ ବିତ୍‌ରେ ରଇବା ସୁକଲ୍‌ ଆତ୍‌ମାର୍‌ ବପୁସଙ୍ଗ୍‍ ସେଟା ଦେକାରକା କର୍‌ ।
15 ଏସିଆ ଅଞ୍ଚଳର ସମସ୍ତ ଲୋକ ଯେ ମୋ ପ୍ରତି ବିମୁଖ ହୋଇଅଛନ୍ତି, ଏହା ତୁମ୍ଭେ ଜାଣ; ଫୁଗେଲ ଓ ହର୍ମଗେନା ସେମାନଙ୍କ ମଧ୍ୟରେ ଅନ୍ତର୍ଗତ।
୧୫ଆସିଆ ଦେସେ ରଇବା ବେସି ବିସ୍‌ବାସିମନ୍‌ ମକେ ଚାଡିକରି ଗାଲାଇ ଆଚତ୍‌ ବଲି ତୁଇ ଜାନିଆଚୁସ୍‌ । ତେଇ ପୁଗେଲ୍‌ ଆରି ଅର୍‌ମଗେନା ମିସା ମକେ ଚାଡି ଉଟିଗାଲାଇ ।
16 ଅନୀସିଫରଙ୍କ ପରିବାରକୁ ପ୍ରଭୁ ଦୟା କରନ୍ତୁ, କାରଣ ସେ ବାରମ୍ବାର ମୋତେ ସାନ୍ତ୍ୱନା ଦେଇଅଛନ୍ତି, ପୁଣି, ମୋହର ବନ୍ଦୀ ଅବସ୍ଥା ପାଇଁ ଲଜ୍ଜିତ ହୋଇ ନାହାନ୍ତି,
୧୬ଅନିସିପର୍‌ ଆରି ତାର୍‌ କୁଟୁମ୍‌କେ ମାପ୍‌ରୁ ଦୟାକର । କାଇକେବଇଲେ ମୁଇ ବନ୍ଦିଗରେ ରଇଲାବେଲେ ସେ ମକେ ଦେକ୍‌ବାକେ ଲାଜ୍‌ ଅଏନାଇ । ତାର୍‌ ବାଦୁଲେ ସେ ତର୍‌କେ ତର୍‌ ଆସି ମକେ ସାର୍‌ଦା କରାଇଲା ।
17 ବରଂ ସେ ରୋମ ସହରରେ ଥିବା ସମୟରେ ମୋତେ ଯତ୍ନ ସହକାରେ ଅନ୍ୱେଷଣ କରି ମୋ ସହିତ ସାକ୍ଷାତ କଲେ,
୧୭ସେ ରମ୍‌ ଦେସେ ଆଇଲା ଦାପ୍‌ରେ ମକେ ବେଟ୍‌ ଅଇବାଜାକ ସବୁ ଜାଗାଇ କଜ୍‌ଲା ।
18 ମହାଦିନରେ ସେ ଯେପରି ପ୍ରଭୁଙ୍କଠାରୁ ଦୟା ପ୍ରାପ୍ତ ହୁଅନ୍ତି, ଏହା ପ୍ରଭୁ ତାହାଙ୍କ ପ୍ରତି ଅନୁଗ୍ରହ କରନ୍ତୁ, ଆଉ ଏଫିସରେ ସେ କିପରି ଅନେକ ସେବା କରିଅଛନ୍ତି, ତାହା ତୁମ୍ଭେ ଉତ୍ତମ ରୂପେ ଜାଣିଅଛ।
୧୮ବଡ୍‌ ବିଚାର୍‌ନା ଦିନେ ତାକେ ଜେନ୍ତି ମାପ୍‌ରୁ ଦୟା କର । ତୁଇ ନିଜେ ଜାନିଆଚୁସ୍‌ ଏପିସିତେଇ ସେ ମକେ କେତେକ୍‌ ସାଇଜ କଲା ।

< ୨ ତୀମଥି 1 >