< ଦ୍ୱିତୀୟ ଶାମୁୟେଲ 9 >

1 ଏଥିଉତ୍ତାରେ ଦାଉଦ ପଚାରିଲେ, “ଯୋନାଥନ ସକାଶୁ ମୁଁ ଯାହା ପ୍ରତି ଦୟା ପ୍ରକାଶ କରିପାରେ, ଏପରି କେହି କି ଶାଉଲଙ୍କ ବଂଶରେ ଅବଶିଷ୍ଟ ଅଛି?”
וַיֹּ֣אמֶר דָּוִ֔ד הֲכִ֣י יֶשׁ־ע֔וֹד אֲשֶׁ֥ר נוֹתַ֖ר לְבֵ֣ית שָׁא֑וּל וְאֶעֱשֶׂ֤ה עִמּוֹ֙ חֶ֔סֶד בַּעֲב֖וּר יְהוֹנָתָֽן׃
2 ତହିଁରେ ଲୋକମାନେ ସୀବଃ ନାମକ ଶାଉଲଙ୍କ ବଂଶର ଏକ ଦାସକୁ ଦାଉଦଙ୍କ ନିକଟକୁ ଡାକନ୍ତେ, ରାଜା ତାହାକୁ ପଚାରିଲେ, “ତୁମ୍ଭେ କି ସୀବଃ?” ତହୁଁ ସେ କହିଲା, “ଆପଣଙ୍କ ଦାସ ସେହି।”
וּלְבֵ֨ית שָׁא֥וּל עֶ֙בֶד֙ וּשְׁמ֣וֹ צִיבָ֔א וַיִּקְרְאוּ־ל֖וֹ אֶל־דָּוִ֑ד וַיֹּ֨אמֶר הַמֶּ֧לֶךְ אֵלָ֛יו הַאַתָּ֥ה צִיבָ֖א וַיֹּ֥אמֶר עַבְדֶּֽךָ׃
3 ତହିଁରେ ରାଜା ପଚାରିଲେ, “ମୁଁ ଯାହା ପ୍ରତି ପରମେଶ୍ୱରଙ୍କ ଦୟା ପ୍ରକାଶ କରିପାରେ, ଏପରି କେହି କି ଏବେ ଶାଉଲଙ୍କ ବଂଶରେ ଅଛି?” ଏଥିରେ ସୀବଃ ରାଜାଙ୍କୁ କହିଲା, “ଯୋନାଥନର ଏକ ପୁତ୍ର ଏବେ ଅଛି, ତାହାର ପାଦ ଛୋଟା।”
וַיֹּ֣אמֶר הַמֶּ֗לֶךְ הַאֶ֨פֶס ע֥וֹד אִישׁ֙ לְבֵ֣ית שָׁא֔וּל וְאֶעֱשֶׂ֥ה עִמּ֖וֹ חֶ֣סֶד אֱלֹהִ֑ים וַיֹּ֤אמֶר צִיבָא֙ אֶל־הַמֶּ֔לֶךְ ע֛וֹד בֵּ֥ן לִיהוֹנָתָ֖ן נְכֵ֥ה רַגְלָֽיִם׃
4 ତହୁଁ ରାଜା ତାହାକୁ ପଚାରିଲେ, “ସେ କେଉଁଠାରେ ଅଛି?” ତହିଁରେ ସୀବଃ ରାଜାଙ୍କୁ କହିଲା, “ଦେଖନ୍ତୁ, ସେ ଲୋ-ଦବାରରେ ଅମ୍ମୀୟେଲର ପୁତ୍ର ମାଖୀରର ଗୃହରେ ଅଛି।”
וַיֹּֽאמֶר־ל֥וֹ הַמֶּ֖לֶךְ אֵיפֹ֣ה ה֑וּא וַיֹּ֤אמֶר צִיבָא֙ אֶל־הַמֶּ֔לֶךְ הִנֵּה־ה֗וּא בֵּ֛ית מָכִ֥יר בֶּן־עַמִּיאֵ֖ל בְּל֥וֹ דְבָֽר׃
5 ତେବେ ଦାଉଦ ରାଜା ଲୋ-ଦବାରକୁ ଲୋକ ପଠାଇ ଅମ୍ମୀୟେଲର ପୁତ୍ର ମାଖୀରର ଗୃହରୁ ତାହାକୁ ଅଣାଇଲେ।
וַיִּשְׁלַ֖ח הַמֶּ֣לֶךְ דָּוִ֑ד וַיִּקָּחֵ֗הוּ מִבֵּ֛ית מָכִ֥יר בֶּן־עַמִּיאֵ֖ל מִלּ֥וֹ דְבָֽר׃
6 ଏଥିରେ ଶାଉଲଙ୍କର ପୌତ୍ର, ଯୋନାଥନର ପୁତ୍ର ମଫୀବୋଶତ୍‍ ଦାଉଦଙ୍କ ନିକଟକୁ ଆସି ମୁହଁ ମାଡ଼ି ପଡ଼ି ପ୍ରଣାମ କଲା। ତହୁଁ ଦାଉଦ କହିଲେ, “ହେ ମଫୀବୋଶତ୍‍।” ସେ ଉତ୍ତର କଲା, “ଦେଖନ୍ତୁ, ଆପଣଙ୍କ ଦାସ ଉପସ୍ଥିତ ଅଛି।”
וַ֠יָּבֹא מְפִיבֹ֨שֶׁת בֶּן־יְהוֹנָתָ֤ן בֶּן־שָׁאוּל֙ אֶל־דָּוִ֔ד וַיִּפֹּ֥ל עַל־פָּנָ֖יו וַיִּשְׁתָּ֑חוּ וַיֹּ֤אמֶר דָּוִד֙ מְפִיבֹ֔שֶׁת וַיֹּ֖אמֶר הִנֵּ֥ה עַבְדֶּֽךָ׃
7 ତହିଁରେ ଦାଉଦ ତାହାକୁ କହିଲେ, “ଭୟ ନ କର; କାରଣ ମୁଁ ତୁମ୍ଭ ପିତା ଯୋନାଥନ ସକାଶୁ ଅବଶ୍ୟ ତୁମ୍ଭ ପ୍ରତି ଦୟା ପ୍ରକାଶ କରିବି ଓ ତୁମ୍ଭ ପିତାମହ ଶାଉଲଙ୍କର ସମସ୍ତ ଭୂମି ତୁମ୍ଭକୁ ଫେରାଇ ଦେବି ଓ ତୁମ୍ଭେ ନିତ୍ୟ ମୋହର ମେଜରେ ଭୋଜନ କରିବ।”
וַיֹּאמֶר֩ ל֨וֹ דָוִ֜ד אַל־תִּירָ֗א כִּ֣י עָשֹׂה֩ אֶעֱשֶׂ֨ה עִמְּךָ֥ חֶ֙סֶד֙ בַּֽעֲבוּר֙ יְהוֹנָתָ֣ן אָבִ֔יךָ וַהֲשִׁבֹתִ֣י לְךָ֔ אֶֽת־כָּל־שְׂדֵ֖ה שָׁא֣וּל אָבִ֑יךָ וְאַתָּ֗ה תֹּ֥אכַל לֶ֛חֶם עַל־שֻׁלְחָנִ֖י תָּמִֽיד׃
8 ତେଣୁ ସେ ପ୍ରଣାମ କରି କହିଲା, “ମୁଁ ତ ମଲା କୁକ୍କୁର ପରି, ଆପଣ ଯେ ମୋତେ ଅନାଇବେ, ଆପଣଙ୍କ ଦାସ ଏପରି କଅଣ?”
וַיִּשְׁתַּ֕חוּ וַיֹּ֖אמֶר מֶ֣ה עַבְדֶּ֑ךָ כִּ֣י פָנִ֔יתָ אֶל־הַכֶּ֥לֶב הַמֵּ֖ת אֲשֶׁ֥ר כָּמֽוֹנִי׃
9 ତେବେ ରାଜା ଶାଉଲଙ୍କର ଦାସ ସୀବଃକୁ ଡାକି କହିଲେ, “ମୁଁ ତୁମ୍ଭ କର୍ତ୍ତାର ପୁତ୍ରକୁ ଶାଉଲଙ୍କର ଓ ତାଙ୍କ ବଂଶର ସର୍ବସ୍ୱ ଦେଲି।
וַיִּקְרָ֣א הַמֶּ֗לֶךְ אֶל־צִיבָ֛א נַ֥עַר שָׁא֖וּל וַיֹּ֣אמֶר אֵלָ֑יו כֹּל֩ אֲשֶׁ֨ר הָיָ֤ה לְשָׁאוּל֙ וּלְכָל־בֵּית֔וֹ נָתַ֖תִּי לְבֶן־אֲדֹנֶֽיךָ׃
10 ଆଉ ତୁମ୍ଭେ ଓ ତୁମ୍ଭ ପୁତ୍ରମାନେ ଓ ତୁମ୍ଭ ଦାସମାନେ ତାହା ପାଇଁ ଭୂମିର କୃଷିକର୍ମ କରିବ ଓ ତୁମ୍ଭ କର୍ତ୍ତାର ପୁତ୍ରର ଖାଦ୍ୟ ନିମନ୍ତେ ତହିଁର ଫଳ ଆଣି ଦେବ; ମାତ୍ର ତୁମ୍ଭ କର୍ତ୍ତାର ପୁତ୍ର ମଫୀବୋଶତ୍‍ ନିତ୍ୟ ମୋହର ମେଜରେ ଭୋଜନ କରିବ।” ଏହି ସୀବଃର ପନ୍ଦର ପୁତ୍ର ଓ କୋଡ଼ିଏ ଦାସ ଥିଲେ।
וְעָבַ֣דְתָּ לּ֣וֹ אֶֽת־הָאֲדָמָ֡ה אַתָּה֩ וּבָנֶ֨יךָ וַעֲבָדֶ֜יךָ וְהֵבֵ֗אתָ וְהָיָ֨ה לְבֶן־אֲדֹנֶ֤יךָ לֶּ֙חֶם֙ וַאֲכָל֔וֹ וּמְפִיבֹ֙שֶׁת֙ בֶּן־אֲדֹנֶ֔יךָ יֹאכַ֥ל תָּמִ֛יד לֶ֖חֶם עַל־שֻׁלְחָנִ֑י וּלְצִיבָ֗א חֲמִשָּׁ֥ה עָשָׂ֛ר בָּנִ֖ים וְעֶשְׂרִ֥ים עֲבָדִֽים׃
11 ତେବେ ସୀବଃ ରାଜାଙ୍କୁ କହିଲା, “ଆମ୍ଭ ପ୍ରଭୁ ମହାରାଜ ଆପଣା ଦାସକୁ ଯେଉଁସବୁ ଆଜ୍ଞା ଦେଉଅଛନ୍ତି, ତଦନୁସାରେ ଆପଣଙ୍କ ଦାସ କରିବ।” ମଫୀବୋଶତ୍‍ ବିଷୟରେ ରାଜା କହିଲେ, “ସେ ଏକ ରାଜପୁତ୍ର ପରି ଆମ୍ଭ ମେଜରେ ଭୋଜନ କରିବ।”
וַיֹּ֤אמֶר צִיבָא֙ אֶל־הַמֶּ֔לֶךְ כְּכֹל֩ אֲשֶׁ֨ר יְצַוֶּ֜ה אֲדֹנִ֤י הַמֶּ֙לֶךְ֙ אֶת־עַבְדּ֔וֹ כֵּ֖ן יַעֲשֶׂ֣ה עַבְדֶּ֑ךָ וּמְפִיבֹ֗שֶׁת אֹכֵל֙ עַל־שֻׁלְחָנִ֔י כְּאַחַ֖ד מִבְּנֵ֥י הַמֶּֽלֶךְ׃
12 ସେହି ମଫୀବୋଶତ୍‍ର ଏକ ସାନ ପୁତ୍ର ଥିଲା, ତାହାର ନାମ ମୀକା। ପୁଣି ସୀବଃର ଗୃହରେ ବାସକାରୀ ସମସ୍ତ ଲୋକ ମଫୀବୋଶତ୍‍ର ଦାସ ହେଲେ।
וְלִמְפִיבֹ֥שֶׁת בֵּן־קָטָ֖ן וּשְׁמ֣וֹ מִיכָ֑א וְכֹל֙ מוֹשַׁ֣ב בֵּית־צִיבָ֔א עֲבָדִ֖ים לִמְפִיבֹֽשֶׁת׃
13 ଏହିରୂପେ, ମଫୀବୋଶତ୍‍ ଯିରୂଶାଲମରେ ବାସ କଲା; ସେ ନିତ୍ୟ ରାଜମେଜରେ ଭୋଜନ କଲା; ଯଦିଓ ତାହାର ଦୁଇ ପାଦ ଛୋଟା ଥିଲା।
וּמְפִיבֹ֗שֶׁת יֹשֵׁב֙ בִּיר֣וּשָׁלִַ֔ם כִּ֣י עַל־שֻׁלְחַ֥ן הַמֶּ֛לֶךְ תָּמִ֖יד ה֣וּא אֹכֵ֑ל וְה֥וּא פִסֵּ֖חַ שְׁתֵּ֥י רַגְלָֽיו׃ פ

< ଦ୍ୱିତୀୟ ଶାମୁୟେଲ 9 >