< ଦ୍ୱିତୀୟ ଶାମୁୟେଲ 6 >
1 ଏଥିଉତ୍ତାରେ ଦାଉଦ ପୁନର୍ବାର ଇସ୍ରାଏଲର ତିରିଶ ହଜାର ବଛା ଲୋକ ସମସ୍ତଙ୍କୁ ସଂଗ୍ରହ କଲେ।
congregavit autem rursum David omnes electos ex Israhel triginta milia
2 ଆଉ ଦାଉଦ ଓ ତାଙ୍କର ସଙ୍ଗୀ ଲୋକ ସମସ୍ତେ ଉଠି, ସେହି ନାମରେ ଖ୍ୟାତ, ଅର୍ଥାତ୍, କିରୂବଗଣ ମଧ୍ୟରେ ଉପବିଷ୍ଟ ସୈନ୍ୟାଧିପତି ସଦାପ୍ରଭୁଙ୍କ ନାମରେ ଖ୍ୟାତ, ପରମେଶ୍ୱରଙ୍କ ସିନ୍ଦୁକ ବାଲି-ଯିହୁଦାଠାରୁ ଆଣିବାକୁ ଗଲେ।
surrexitque et abiit et universus populus qui erat cum eo de viris Iuda ut adducerent arcam Dei super quam invocatum est nomen Domini exercituum sedentis in cherubin super eam
3 ପୁଣି ସେମାନେ ପରମେଶ୍ୱରଙ୍କ ସିନ୍ଦୁକ ଏକ ନୂଆ ଶଗଡ଼ରେ ରଖି ପର୍ବତସ୍ଥ ଅବୀନାଦବର ଗୃହରୁ ଆଣିଲେ; ପୁଣି ଅବୀନାଦବର ପୁତ୍ର ଉଷ ଓ ଅହୀୟୋ ସେହି ନୂଆ ଶଗଡ଼ ଚଳାଇଲେ।
et inposuerunt arcam Domini super plaustrum novum tuleruntque eam de domo Abinadab qui erat in Gabaa Oza autem et Haio filii Abinadab minabant plaustrum novum
4 ଆଉ ସେମାନେ ପର୍ବତସ୍ଥ ଅବୀନାଦବର ଗୃହରୁ ପରମେଶ୍ୱରଙ୍କ ସିନ୍ଦୁକ ସହିତ ତାହା ଆଣିଲେ; ଅହୀୟୋ ସିନ୍ଦୁକର ଆଗେ ଆଗେ ଚାଲିଲା।
cumque tulissent eam de domo Abinadab qui erat in Gabaa custodiens arcam Dei Haio praecedebat arcam
5 ପୁଣି ଦାଉଦ ଓ ସମୁଦାୟ ଇସ୍ରାଏଲ ବଂଶ ସଦାପ୍ରଭୁଙ୍କ ସମ୍ମୁଖରେ ଦେବଦାରୁ କାଷ୍ଠରେ ନିର୍ମିତ ନାନା ପ୍ରକାର ବାଦ୍ୟଯନ୍ତ୍ର, ବୀଣା ଓ ନେବଲ ଓ ଦାରା ଓ ମନ୍ଦିରା ଓ କରତାଳ ବଜାଇଲେ।
David autem et omnis Israhel ludebant coram Domino in omnibus lignis fabrefactis et citharis et lyris et tympanis et sistris et cymbalis
6 ଆଉ ସେମାନେ ନାଖୋନ ନାମକ ଶସ୍ୟମର୍ଦ୍ଦନ ସ୍ଥାନରେ ଉପସ୍ଥିତ ହୁଅନ୍ତେ, ବଳଦମାନେ ଅମଣା ହେବାରୁ ଉଷ ହସ୍ତ ବିସ୍ତାର କରି ପରମେଶ୍ୱରଙ୍କ ସିନ୍ଦୁକ ଧରିଲା।
postquam autem venerunt ad aream Nachon extendit manum Oza ad arcam Dei et tenuit eam quoniam calcitrabant boves
7 ସେତେବେଳେ ଉଷ ପ୍ରତି ସଦାପ୍ରଭୁଙ୍କ କ୍ରୋଧ ପ୍ରଜ୍ୱଳିତ ହେଲା; ଏଣୁ ପରମେଶ୍ୱର ତାହାର ଭ୍ରମ ସକାଶୁ ତାହାକୁ ଆଘାତ କରନ୍ତେ, ସେ ସେହିଠାରେ ପରମେଶ୍ୱରଙ୍କ ସିନ୍ଦୁକ ପାଖରେ ମଲା।
iratusque est indignatione Dominus contra Ozam et percussit eum super temeritate qui mortuus est ibi iuxta arcam Dei
8 ପୁଣି ସଦାପ୍ରଭୁ ଉଷକୁ ଆକ୍ରମଣ କରିବାରୁ ଦାଉଦ ଅସନ୍ତୁଷ୍ଟ ହେଲେ, ଏଣୁ ସେ ସେହି ସ୍ଥାନର ନାମ ପେରସ-ଉଷ (ଉଷ ପ୍ରତି ଆକ୍ରମଣ) ରଖିଲେ; ଆଜି ପର୍ଯ୍ୟନ୍ତ ସେହି ନାମ ଅଛି।
contristatus autem est David eo quod percussisset Dominus Ozam et vocatum est nomen loci illius Percussio Oza usque in diem hanc
9 ପୁଣି ଦାଉଦ ସେହି ଦିନ ସଦାପ୍ରଭୁଙ୍କୁ ଭୟ କରି କହିଲେ, “ସଦାପ୍ରଭୁଙ୍କ ସିନ୍ଦୁକ କିପ୍ରକାରେ ମୋʼ ନିକଟକୁ ଆସିବ?”
et extimuit David Dominum in die illa dicens quomodo ingredietur ad me arca Domini
10 ତହୁଁ ଦାଉଦ ସଦାପ୍ରଭୁଙ୍କ ସିନ୍ଦୁକ ଦାଉଦ-ନଗରକୁ ଆପଣା କତିକି ଆଣିବାକୁ ଅନିଚ୍ଛୁକ ହେଲେ; ମାତ୍ର ଦାଉଦ ତାହା ନେଇ ପଥପାର୍ଶ୍ଵସ୍ଥ ଗାଥୀୟ ଓବେଦ୍-ଇଦୋମର ଗୃହରେ ରଖିଲେ,
et noluit devertere ad se arcam Domini in civitate David sed devertit eam in domo Obededom Getthei
11 ତହିଁରେ ସଦାପ୍ରଭୁଙ୍କ ସିନ୍ଦୁକ ଗାଥୀୟ ଓବେଦ୍-ଇଦୋମର ଗୃହରେ ତିନି ମାସ ରହିଲା; ପୁଣି ସଦାପ୍ରଭୁ ଓବେଦ୍-ଇଦୋମକୁ ଓ ତାହାର ସମସ୍ତ ପରିବାରକୁ ଆଶୀର୍ବାଦ କଲେ।
et habitavit arca Domini in domo Obededom Getthei tribus mensibus et benedixit Dominus Obededom et omnem domum eius
12 ଏଉତ୍ତାରେ ପରମେଶ୍ୱରଙ୍କ ସିନ୍ଦୁକ ସକାଶୁ ସଦାପ୍ରଭୁ ଓବେଦ୍-ଇଦୋମର ପରିବାରକୁ ଓ ତାହାର ସର୍ବସ୍ୱକୁ ଆଶୀର୍ବାଦ କରିଅଛନ୍ତି ବୋଲି ଦାଉଦ ରାଜାଙ୍କୁ ଜ୍ଞାତ କରାଗଲା। ତହୁଁ ଦାଉଦ ଯାଇ ଓବେଦ୍-ଇଦୋମର ଗୃହରୁ ଆନନ୍ଦପୂର୍ବକ ପରମେଶ୍ୱରଙ୍କ ସିନ୍ଦୁକକୁ ଦାଉଦ-ନଗରକୁ ଆଣିଲେ।
nuntiatumque est regi David benedixit Dominus Obededom et omnia eius propter arcam Dei abiit ergo David et adduxit arcam Dei de domo Obededom in civitatem David cum gaudio
13 ଆଉ, ସଦାପ୍ରଭୁଙ୍କ ସିନ୍ଦୁକ-ବାହକମାନେ ଛଅ ପାଦ ଗଲା ଉତ୍ତାରେ ସେ ଏକ ଗୋରୁ ଓ ଏକ ପୁଷ୍ଟ ପଶୁ ବଳିଦାନ କଲେ।
cumque transcendissent qui portabant arcam Domini sex passus immolabat bovem et arietem
14 ପୁଣି ଦାଉଦ ଆପଣାର ସମସ୍ତ ବଳରେ ସଦାପ୍ରଭୁଙ୍କ ସମ୍ମୁଖରେ ନୃତ୍ୟ କଲେ; ସେହି ସମୟରେ ଦାଉଦ ଶୁକ୍ଳ ଏଫୋଦ ପିନ୍ଧିଥିଲେ।
et David saltabat totis viribus ante Dominum porro David erat accinctus ephod lineo
15 ଏହିରୂପେ ଦାଉଦ ଓ ସମୁଦାୟ ଇସ୍ରାଏଲ ବଂଶ ଜୟଧ୍ୱନି ଓ ତୂରୀଧ୍ୱନି କରି ସଦାପ୍ରଭୁଙ୍କ ସିନ୍ଦୁକ ଆଣିଲେ।
et David et omnis domus Israhel ducebant arcam testamenti Domini in iubilo et in clangore bucinae
16 ପୁଣି ସଦାପ୍ରଭୁଙ୍କ ସିନ୍ଦୁକ ଦାଉଦ-ନଗରରେ ଉପସ୍ଥିତ ହେବା ବେଳେ ଶାଉଲଙ୍କର କନ୍ୟା ମୀଖଲ ଝରକା ଦେଇ ଅନାଇ ଦାଉଦ ରାଜାଙ୍କୁ ସଦାପ୍ରଭୁଙ୍କ ସମ୍ମୁଖରେ କୁଦିବାର ଓ ନାଚିବାର ଦେଖିଲା; ଏଣୁ ସେ ଆପଣା ମନେ ମନେ ତାଙ୍କୁ ତୁଚ୍ଛ କଲା।
cumque intrasset arca Domini civitatem David Michol filia Saul prospiciens per fenestram vidit regem David subsilientem atque saltantem coram Domino et despexit eum in corde suo
17 ଏଉତ୍ତାରେ ଲୋକମାନେ ସଦାପ୍ରଭୁଙ୍କ ସିନ୍ଦୁକ ଭିତରକୁ ଆଣି ସେହି ସ୍ଥାନରେ, ଅର୍ଥାତ୍, ତହିଁ ପାଇଁ ଦାଉଦ ଯେଉଁ ତମ୍ବୁ ସ୍ଥାପନ କରିଥିଲେ, ତହିଁ ମଧ୍ୟରେ ରଖିଲେ; ତହୁଁ ଦାଉଦ ସଦାପ୍ରଭୁଙ୍କ ସମ୍ମୁଖରେ ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ।
et introduxerunt arcam Domini et posuerunt eam in loco suo in medio tabernaculi quod tetenderat ei David et obtulit David holocausta coram Domino et pacifica
18 ପୁଣି ଦାଉଦ ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରି ସାରିଲା ଉତ୍ତାରେ ସୈନ୍ୟାଧିପତି ସଦାପ୍ରଭୁଙ୍କ ନାମରେ ସେ ଲୋକମାନଙ୍କୁ ଆଶୀର୍ବାଦ କଲେ।
cumque conplesset offerens holocaustum et pacifica benedixit populo in nomine Domini exercituum
19 ପୁଣି ସେ ଇସ୍ରାଏଲର ସମୁଦାୟ ଜନତା ମଧ୍ୟରେ ସମସ୍ତ ଲୋକଙ୍କୁ, ପୁରୁଷ ଓ ସ୍ତ୍ରୀ ଉଭୟ ମଧ୍ୟରେ ପ୍ରତ୍ୟେକଙ୍କୁ ଏକ ଏକ ଖଣ୍ଡ ରୁଟି ଓ ଏକ ଏକ ଅଂଶ ମାଂସ ଓ ଏକ ଏକ ଦ୍ରାକ୍ଷାଚକ୍ତି ପରିବେଷଣ କଲେ। ତହିଁରେ ସମସ୍ତ ଲୋକ ପ୍ରତ୍ୟେକେ ଆପଣା ଆପଣା ଗୃହକୁ ପ୍ରସ୍ଥାନ କଲେ।
et partitus est multitudini universae Israhel tam viro quam mulieri singulis collyridam panis unam et assaturam bubulae carnis unam et similam frixam oleo et abiit omnis populus unusquisque in domum suam
20 ଏଥିଉତ୍ତାରେ ଦାଉଦ ଆପଣା ପରିବାରକୁ ଆଶୀର୍ବାଦ କରିବା ପାଇଁ ଫେରିଗଲେ। ତହିଁରେ ଶାଉଲଙ୍କର କନ୍ୟା ମୀଖଲ ଦାଉଦଙ୍କୁ ଭେଟିବା ପାଇଁ ବାହାରେ ଆସି କହିଲା, “ଆଜି ଇସ୍ରାଏଲର ରାଜା କେଡ଼େ ଗୌରବ ପାଇଲେ, ସେ ଆଜି ଆପଣା ଦାସଗଣର ଦାସୀମାନଙ୍କ ସାକ୍ଷାତରେ ବିବସ୍ତ୍ର ହୋଇଥିଲେ, ଯେପରି କୌଣସି ଅଗାଡ଼ି ଲୋକ ନିର୍ଲଜ ରୂପେ ବିବସ୍ତ୍ର ହୁଏ!”
reversusque est et David ut benediceret domui suae et egressa Michol filia Saul in occursum David ait quam gloriosus fuit hodie rex Israhel discoperiens se ante ancillas servorum suorum et nudatus est quasi si nudetur unus de scurris
21 ଏଥିରେ ଦାଉଦ ମୀଖଲକୁ କହିଲେ, “ତାହା ତ ସଦାପ୍ରଭୁଙ୍କ ସମ୍ମୁଖରେ ହେଲା, ସେ ତ ତୁମ୍ଭ ପିତା ଓ ତାଙ୍କର ସମସ୍ତ ବଂଶ ଅପେକ୍ଷା ସଦାପ୍ରଭୁଙ୍କ ଲୋକ ଇସ୍ରାଏଲ ଉପରେ ଅଗ୍ରଣୀ ରୂପେ ନିଯୁକ୍ତ କରିବାକୁ ମୋତେ ମନୋନୀତ କରିଅଛନ୍ତି; ଏହେତୁ ସଦାପ୍ରଭୁଙ୍କ ସମ୍ମୁଖରେ ମୁଁ ଆମୋଦ କରିବି।
dixitque David ad Michol ante Dominum qui elegit me potius quam patrem tuum et quam omnem domum eius et praecepit mihi ut essem dux super populum Domini Israhel
22 ପୁଣି ମୁଁ ଏଥିରୁ ହିଁ ଆହୁରି କ୍ଷୁଦ୍ର ହେବି ଓ ନିଜ ଦୃଷ୍ଟିରେ ନୀଚ ହେବି; ତଥାପି ତୁମ୍ଭେ ଯେଉଁ ଦାସୀମାନଙ୍କ କଥା କହିଲ, ସେମାନଙ୍କଠାରୁ ମୁଁ ଗୌରବ ପାଇବି।”
et ludam et vilior fiam plus quam factus sum et ero humilis in oculis meis et cum ancillis de quibus locuta es gloriosior apparebo
23 ଏହେତୁ ଶାଉଲଙ୍କର କନ୍ୟା ମୀଖଲର ମରଣ ଦିନ ପର୍ଯ୍ୟନ୍ତ ସନ୍ତାନ ହେଲା ନାହିଁ।
igitur Michol filiae Saul non est natus filius usque ad diem mortis suae