< ଦ୍ୱିତୀୟ ଶାମୁୟେଲ 5 >

1 ଏଥିଉତ୍ତାରେ ଇସ୍ରାଏଲର ସମସ୍ତ ବଂଶ ହିବ୍ରୋଣକୁ ଦାଉଦଙ୍କ ନିକଟକୁ ଆସି କହିଲେ, “ଦେଖ, ଆମ୍ଭେମାନେ ତୁମ୍ଭର ଅସ୍ଥି ଓ ତୁମ୍ଭର ମାଂସ।
Gbogbo ẹ̀yà Israẹli sì tọ Dafidi wá ní Hebroni, wọ́n sì wí pé, “Ẹran-ara rẹ àti ẹ̀jẹ̀ rẹ ni àwa ń í ṣe.
2 ଅତୀତରେ ଶାଉଲ ଆମ୍ଭମାନଙ୍କ ଉପରେ ରାଜା ଥିବା ସମୟରେ ତୁମ୍ଭେ ଇସ୍ରାଏଲର ସେନାକୁ ନେତୃତ୍ଵ ଦେଉଥିଲ; ପୁଣି ସଦାପ୍ରଭୁ ତୁମ୍ଭକୁ କହିଅଛନ୍ତି, ‘ତୁମ୍ଭେ ଆମ୍ଭ ଇସ୍ରାଏଲ ଲୋକଙ୍କୁ ପାଳନ କରିବ ଓ ତୁମ୍ଭେ ଇସ୍ରାଏଲର ଅଗ୍ରଣୀ ହେବ।’”
Àti nígbà àtijọ́, nígbà tí Saulu fi jẹ ọba lórí wa, ìwọ ni ẹni tí ó máa ń kó Israẹli jáde, ìwọ sì ni ó máa ń mú wọn bọ̀ wá ilé: Olúwa sì wí fún ọ pé, ‘Ìwọ yóò ṣe olùṣọ́ Israẹli àwọn ènìyàn mi, ìwọ yóò sì jẹ́ olórí fún Israẹli.’”
3 ଏହିରୂପେ ଇସ୍ରାଏଲର ସମସ୍ତ ପ୍ରାଚୀନ ହିବ୍ରୋଣକୁ ରାଜାଙ୍କ ନିକଟକୁ ଆସିଲେ; ତହିଁରେ ଦାଉଦ ରାଜା ହିବ୍ରୋଣରେ ସଦାପ୍ରଭୁଙ୍କ ସମ୍ମୁଖରେ ସେମାନଙ୍କ ସଙ୍ଗରେ ନିୟମ କଲେ ଓ ସେମାନେ ଇସ୍ରାଏଲ ଉପରେ ଦାଉଦଙ୍କୁ ରାଜାଭିଷିକ୍ତ କଲେ।
Gbogbo àgbàgbà Israẹli sì tọ ọba wá ní Hebroni, Dafidi ọba sì bá wọn ṣe àdéhùn kan ní Hebroni, níwájú Olúwa: wọ́n sì fi òróró yan Dafidi ní ọba Israẹli.
4 ଦାଉଦ ତିରିଶ ବର୍ଷ ବୟସରେ ରାଜତ୍ୱ କରିବାକୁ ଆରମ୍ଭ କଲେ ଓ ସେ ଚାଳିଶ ବର୍ଷ ରାଜତ୍ୱ କଲେ।
Dafidi sì jẹ́ ẹni ọgbọ̀n ọdún nígbà tí ó jẹ ọba; ó sì jẹ ọba ní ogójì ọdún.
5 ସେ ହିବ୍ରୋଣରେ ଯିହୁଦା ଉପରେ ସାତ ବର୍ଷ ଛଅ ମାସ ରାଜତ୍ୱ କଲେ; ପୁଣି ସେ ଯିରୂଶାଲମରେ ସମସ୍ତ ଇସ୍ରାଏଲ ଓ ଯିହୁଦା ଉପରେ ତେତିଶ ବର୍ଷ ରାଜତ୍ୱ କଲେ।
Ó jẹ ọba ní Hebroni ní ọdún méje àti oṣù mẹ́fà lórí Juda, ó sì jẹ ọba ní Jerusalẹmu ní ọdún mẹ́tàlélọ́gbọ̀n lórí gbogbo Israẹli àti Juda.
6 ଏଉତ୍ତାରେ ରାଜା ଓ ତାଙ୍କର ଲୋକମାନେ ଦେଶବାସୀ ଯିବୂଷୀୟମାନଙ୍କ ବିରୁଦ୍ଧରେ ଯିରୂଶାଲମକୁ ଯାତ୍ରା କଲେ, ତହିଁରେ ଦାଉଦ ଏହି ସ୍ଥାନକୁ ଆସି ପାରିବେ ନାହିଁ ବୋଲି ମନେ କରି ସେମାନେ ଦାଉଦଙ୍କୁ କହିଲେ, “ତୁମ୍ଭେ ଅନ୍ଧ ଓ ଛୋଟାମାନଙ୍କୁ ଦୂର ନ କଲେ, ଏହି ସ୍ଥାନକୁ ଆସିପାରିବ ନାହିଁ।”
Àti ọba àti àwọn ọmọkùnrin rẹ̀ sì lọ sí Jerusalẹmu sọ́dọ̀ àwọn ará Jebusi, àwọn ènìyàn ilẹ̀ náà; àwọn tí ó sì ti wí fún Dafidi pé, “Bí kò ṣe pé ìwọ bá mú àwọn afọ́jú àti àwọn arọ kúrò, ìwọ kì yóò wọ ìhín wá.” Wọ́n sì wí pé, “Dafidi kì yóò lè wá síyìn-ín.”
7 ତଥାପି ଦାଉଦ ସିୟୋନର ଦୃଢ଼ ଗଡ଼କୁ ଅଧିକାର କଲେ; ଯାହା ଦାଉଦ-ନଗର ହେଲା।
Ṣùgbọ́n Dafidi fi agbára gba ìlú odi Sioni: èyí náà ni í ṣe ìlú Dafidi.
8 ପୁଣି ଦାଉଦ ସେହି ଦିନ କହିଲେ, “ଯେକେହି ଯିବୂଷୀୟମାନଙ୍କୁ ବଧ କରେ, ସେ ଜଳ ପ୍ରଣାଳୀକୁ ଯାଇ ଦାଉଦ-ପ୍ରାଣର ଘୃଣିତ ସେହି ‘ଛୋଟା ଓ ଅନ୍ଧମାନଙ୍କୁ’ ବଧ କରୁ।” ଏହେତୁ ଲୋକେ କହନ୍ତି, “ଅନ୍ଧ ଓ ଛୋଟାମାନେ ସେଠାରେ ଅଛନ୍ତି; ସେ ସଦାପ୍ରଭୁଙ୍କ ଗୃହ ଭିତରକୁ ଆସିପାରିବ ନାହିଁ।”
Dafidi sọ lọ́jọ́ náà pé, “Ẹnikẹ́ni tí yóò kọlu àwọn ará Jebusi, jẹ́ kí ó gba ojú àgbàrá, kí o sí kọlu àwọn arọ, àti àwọn afọ́jú tí ọkàn Dafidi kórìíra.” Nítorí náà ni wọ́n ṣe wí pé, “Afọ́jú àti arọ wà níbẹ̀, kì yóò lè wọlé.”
9 ଏଥିଉତ୍ତାରେ ଦାଉଦ ସେହି ଦୃଢ଼ ଗଡ଼ରେ ବାସ କରି ତାହାର ନାମ ଦାଉଦ-ନଗର ରଖିଲେ। ଆଉ ଦାଉଦ ମିଲ୍ଲୋଠାରୁ ଭିତର ଆଡ଼େ ଚତୁର୍ଦ୍ଦିଗରେ ଗଡ଼ ନିର୍ମାଣ କଲେ।
Dafidi sì jókòó ní ilé àwọn ọmọ-ogun tí ó ní odi, a sì ń pè é ní ìlú Dafidi. Dafidi mọ ògiri yí i ká láti Millo wá, ó sì kọ́ ilé nínú rẹ̀.
10 ଆଉ ସଦାପ୍ରଭୁ ସୈନ୍ୟାଧିପତି ପରମେଶ୍ୱର ଦାଉଦଙ୍କର ସହାୟ ହେବାରୁ ସେ ଅଧିକରୁ ଅଧିକ ମହାନ ହେଲେ।
Dafidi sì ń pọ̀ sí i, Olúwa Ọlọ́run àwọn ọmọ-ogun sì wà pẹ̀lú rẹ̀.
11 ଏଥିଉତ୍ତାରେ ସୋରର ରାଜା ହୂରମ୍‍ ଦାଉଦଙ୍କ ନିକଟକୁ ଦୂତଗଣ ଓ ଏରସ କାଠ ଓ ବଢ଼େଇ ଓ ରାଜମିସ୍ତ୍ରୀମାନଙ୍କୁ ପଠାଇଲା; ତହିଁରେ ସେମାନେ ଦାଉଦଙ୍କ ନିମନ୍ତେ ଗୃହ ନିର୍ମାଣ କଲେ।
Hiramu ọba Tire sì rán àwọn ìránṣẹ́ sí Dafidi, àti igi kedari, àti àwọn gbẹ́nàgbẹ́nà, àti àwọn tí ń gbẹ́ òkúta, wọ́n kọ́ ilé kan fún Dafidi.
12 ତହିଁରେ ସଦାପ୍ରଭୁ ଦାଉଦଙ୍କୁ ଇସ୍ରାଏଲର ରାଜପଦରେ ସ୍ଥିର କଲେ ଓ ଆପଣା ଇସ୍ରାଏଲ ଲୋକଙ୍କ ସକାଶୁ ତାଙ୍କ ରାଜ୍ୟ ଉନ୍ନତ କଲେ, ଏହା ସେ ବୁଝିଲେ।
Dafidi sì kíyèsi i pé, Olúwa ti fi ìdí òun múlẹ̀ láti jẹ ọba lórí Israẹli, àti pé, ó gbé ìjọba rẹ̀ ga nítorí Israẹli àwọn ènìyàn rẹ̀.
13 ଏଥିଉତ୍ତାରେ ଦାଉଦ ହିବ୍ରୋଣରୁ ଆସିଲା ଉତ୍ତାରେ ଯିରୂଶାଲମରେ ଆଉ ଅନେକ ଉପପତ୍ନୀ ଓ ଭାର୍ଯ୍ୟା ଗ୍ରହଣ କଲେ; ତହିଁରେ ଦାଉଦଙ୍କର ଆହୁରି ପୁତ୍ରକନ୍ୟା ଜାତ ହେଲେ।
Dafidi sì tún mú àwọn àlè àti aya sí i láti Jerusalẹmu wá, lẹ́yìn ìgbà tí ó ti Hebroni bọ̀, wọ́n sì bí ọmọkùnrin àti ọmọbìnrin fún Dafidi.
14 ଯିରୂଶାଲମରେ ତାଙ୍କର ଔରସରେ ଯେଉଁମାନେ ଜନ୍ମିଲେ, ସେମାନଙ୍କର ନାମ ଏହି: ଯଥା: - ଶମ୍ମୂୟ ଓ ଶୋବବ୍‍ ଓ ନାଥନ ଓ ଶଲୋମନ
Èyí sì ni orúkọ àwọn tí a bí fún un ní Jerusalẹmu; Ṣammua, Ṣobabu, Natani àti Solomoni.
15 ଓ ୟିଭର ଓ ଇଲୀଶୂୟ ଓ ନେଫଗ୍‍ ଓ ଯାଫୀୟ
Àti Ibhari, àti Eliṣua, àti Nefegi, àti Jafia.
16 ଓ ଇଲୀଶାମା ଓ ଇଲୀୟାଦା ଓ ଇଲୀଫେଲଟ୍‍।
Àti Eliṣama, àti Eliada, àti Elifeleti.
17 ଏଉତ୍ତାରେ ଲୋକମାନେ ଦାଉଦଙ୍କୁ ଇସ୍ରାଏଲ ଉପରେ ରାଜାଭିଷିକ୍ତ କରିଅଛନ୍ତି, ଏହା ପଲେଷ୍ଟୀୟମାନେ ଶୁଣି ସମସ୍ତ ପଲେଷ୍ଟୀୟ ଲୋକ ଦାଉଦଙ୍କୁ ଅନ୍ୱେଷଣ କରିବାକୁ ଆସିଲେ; ତହୁଁ ଦାଉଦ ତାହା ଶୁଣି ଗଡ଼କୁ ଚାଲିଗଲେ।
Ṣùgbọ́n nígbà tí àwọn Filistini gbọ́ pé, wọ́n ti fi Dafidi jẹ ọba lórí Israẹli, gbogbo àwọn Filistini sì gòkè wá láti wá Dafidi; Dafidi sì gbọ́, ó sì sọ̀kalẹ̀ lọ sí ìlú olódi.
18 ଏହି ସମୟରେ ପଲେଷ୍ଟୀୟମାନେ ଆସି ରଫାୟୀମ ତଳଭୂମିରେ ବିସ୍ତାର ହୋଇଥିଲେ
Àwọn Filistini sì wá, wọ́n sì tẹ ara wọn ní àfonífojì Refaimu.
19 ଏଥିରେ ଦାଉଦ ସଦାପ୍ରଭୁଙ୍କଠାରୁ ସାହାଯ୍ୟ ମାଗି କହିଲେ, “ମୁଁ କି ପଲେଷ୍ଟୀୟମାନଙ୍କ ବିରୁଦ୍ଧରେ ଉଠି ଯିବି? ତୁମ୍ଭେ କି ସେମାନଙ୍କୁ ମୋʼ ହସ୍ତରେ ସମର୍ପଣ କରିବ?” ତହିଁରେ ସଦାପ୍ରଭୁ ଦାଉଦଙ୍କୁ କହିଲେ, “ଉଠିଯାଅ, କାରଣ ଆମ୍ଭେ ନିଶ୍ଚୟ ପଲେଷ୍ଟୀୟମାନଙ୍କୁ ତୁମ୍ଭ ହସ୍ତରେ ସମର୍ପଣ କରିବା।”
Dafidi sì béèrè lọ́dọ̀ Olúwa pé, “Kí èmi ó gòkè tọ àwọn Filistini bí? Ìwọ ó fi wọ́n lé mi lọ́wọ́ bí?” Olúwa sì wí fún Dafidi pé, “Gòkè lọ, nítorí pé dájúdájú èmi ó fi àwọn Filistini lé ọ lọ́wọ́.”
20 ତହୁଁ ଦାଉଦ ବାଲ୍‍-ପରାସୀମ୍‍କୁ ଆସିଲେ ଓ ଦାଉଦ ସେଠାରେ ସେମାନଙ୍କୁ ଆଘାତ କଲେ; ପୁଣି ସେ କହିଲେ, “ସଦାପ୍ରଭୁ ମୋʼ ସମ୍ମୁଖରେ ମୋʼ ଶତ୍ରୁମାନଙ୍କୁ ଜଳ ଦ୍ୱାରା ସେତୁଭଙ୍ଗ ତୁଲ୍ୟ ଭଗ୍ନ କରିଅଛନ୍ତି।” ଏହେତୁ ସେ ସେହି ସ୍ଥାନର ନାମ ବାଲ୍‍-ପରାସୀମ୍‍ (ଭଗ୍ନ ସ୍ଥାନ) ରଖିଲେ।
Dafidi sì dé Baali-Perasimu, Dafidi sì pa wọ́n níbẹ̀, ó sì wí pé, “Olúwa ti ya lu àwọn ọ̀tá mi níwájú mi, gẹ́gẹ́ bí omi ti ń ya.” Nítorí náà ni òun ṣe pe orúkọ ibẹ̀ náà ni Baali-Perasimu.
21 ସେହି ସ୍ଥାନରେ ସେମାନେ ଆପଣା ପ୍ରତିମାଗଣକୁ ପରିତ୍ୟାଗ କରିଥିଲେ, ତହିଁରେ ଦାଉଦ ଓ ତାଙ୍କର ଲୋକମାନେ ସେହି ସବୁ ଦଗ୍ଧ କଲେ।
Wọ́n sì fi òrìṣà wọn sílẹ̀ níbẹ̀, Dafidi àti àwọn ọmọkùnrin rẹ̀ sì kó wọn.
22 ଏଥିଉତ୍ତାରେ ପଲେଷ୍ଟୀୟମାନେ ପୁନର୍ବାର ଆସି ରଫାୟୀମ ତଳଭୂମିରେ ବିସ୍ତାର (ବିଶ୍ରାମ ନେଲେ) ହେଲେ।
Àwọn Filistini sì tún gòkè wá, wọ́n sì tan ara wọn kalẹ̀ ní àfonífojì Refaimu.
23 ତହିଁରେ ଦାଉଦ ସଦାପ୍ରଭୁଙ୍କୁ ସାହାଯ୍ୟ ମାଗନ୍ତେ, ସେ କହିଲେ, “ତୁମ୍ଭେ ଉଠି ଉଠିଯାଅ ନାହିଁ; ସେମାନଙ୍କ ପଶ୍ଚାତ୍‍ ଘୁରି ଆସି ତୂତ ବୃକ୍ଷ ତୋଟା ସମ୍ମୁଖରେ ସେମାନଙ୍କୁ ଆକ୍ରମଣ କର।
Dafidi sì béèrè lọ́dọ̀ Olúwa, òun sì wí pé, “Má ṣe gòkè lọ; ṣùgbọ́n bù wọ́n lẹ́yìn, kí o sì kọlù wọ́n níwájú àwọn igi Baka.
24 ପୁଣି ତୁମ୍ଭେ ସେହି ତୂତ ବୃକ୍ଷ ତୋଟା ଉପରେ ସୈନ୍ୟଗମନର ଶବ୍ଦ ଶୁଣିଲେ ଆକ୍ରମଣ କରିବ; କାରଣ ସେତେବେଳେ ସଦାପ୍ରଭୁ ପଲେଷ୍ଟୀୟମାନଙ୍କ ସୈନ୍ୟଦଳକୁ ଆଘାତ କରିବା ପାଇଁ ତୁମ୍ଭ ସମ୍ମୁଖରେ ଅଗ୍ରସର ହେବେ।”
Yóò sì ṣe, nígbà tí ìwọ bá gbọ́ ìró ẹsẹ̀ lórí àwọn igi Baka náà, nígbà náà ni ìwọ yóò sì yára, nítorí pé nígbà náà ni Olúwa yóò jáde lọ níwájú rẹ láti kọlù ogun àwọn Filistini.”
25 ତହିଁରେ ସଦାପ୍ରଭୁ ଯେପରି ଆଜ୍ଞା ଦେଲେ, ଦାଉଦ ସେପରି କଲେ ଓ ଗେବାଠାରୁ ଗେଷର ନିକଟ ପର୍ଯ୍ୟନ୍ତ ପଲେଷ୍ଟୀୟମାନଙ୍କୁ ଆଘାତ କଲେ।
Dafidi sì ṣe bẹ́ẹ̀, gẹ́gẹ́ bí Olúwa ti pàṣẹ fún un; ó sì kọlu àwọn Filistini láti Geba títí dé Geseri.

< ଦ୍ୱିତୀୟ ଶାମୁୟେଲ 5 >