< ଦ୍ୱିତୀୟ ଶାମୁୟେଲ 4 >

1 ଆଉ ଶାଉଲଙ୍କର ପୁତ୍ର ଈଶ୍‍ବୋଶତ ଯେତେବେଳେ ଶୁଣିଲା ଯେ, ହିବ୍ରୋଣରେ ଅବ୍‍ନର ମରିଅଛି, ସେତେବେଳେ ତାହାର ହସ୍ତ ଦୁର୍ବଳ ହେଲା ଏବଂ ସମୁଦାୟ ଇସ୍ରାଏଲ ନିରାଶ ହେଲେ।
扫罗的儿子伊施波设听见押尼珥死在希伯 ,手就发软;以色列众人也都惊惶。
2 ପୁଣି ଶାଉଲଙ୍କର ପୁତ୍ର ଈଶ୍‍ବୋଶତର ଦୁଇ ଜଣ ଦଳପତି ଥିଲେ; ଜଣକର ନାମ ବାନା ଓ ଅନ୍ୟର ନାମ ରେଖବ; ଏମାନେ ବିନ୍ୟାମୀନ୍-ବଂଶଜାତ ବେରୋତୀୟ ରିମ୍ମୋନ୍‍ର ପୁତ୍ର। (କାରଣ ବେରୋତ ମଧ୍ୟ ବିନ୍ୟାମୀନ୍‍ର ଅଧିକାରରେ ଗଣିତ;
扫罗的儿子伊施波设有两个军长,一名巴拿,一名利甲,是便雅悯支派、比录人临门的儿子。比录也属便雅悯。
3 ମାତ୍ର ବେରୋତୀୟମାନେ ଗିତ୍ତୟିମକୁ ପଳାଇଲେ ଓ ସେହି ସ୍ଥାନରେ ଆଜି ପର୍ଯ୍ୟନ୍ତ ବାସ କରୁଅଛନ୍ତି।)
比录人早先逃到基他音,在那里寄居,直到今日。
4 ଶାଉଲଙ୍କର ପୁତ୍ର ଯୋନାଥନଙ୍କର ଗୋଟିଏ ପୁତ୍ର ଥିଲା, ତାହାର ଦୁଇ ପାଦ ଛୋଟା। ଯିଷ୍ରିୟେଲରୁ ଶାଉଲ ଓ ଯୋନାଥନ ବିଷୟକ ସମ୍ବାଦ ଆସିବା ବେଳେ ତାହାକୁ ପାଞ୍ଚ ବର୍ଷ ହୋଇଥିଲା, ପୁଣି ତାହାର ସେବିକା ତାହାକୁ ନେଇ ପଳାଇଲା; ମାତ୍ର ପଳାଇବା ପାଇଁ ଚଞ୍ଚଳ ହେବାରୁ ପିଲା ପଡ଼ିଯାଇ ଛୋଟା ହେଲା। ତାହାର ନାମ ମଫୀବୋଶତ୍‍।
扫罗的儿子约拿单有一个儿子名叫米非波设,是瘸腿的。扫罗和约拿单死亡的消息从耶斯列传到的时候,他才五岁。他乳母抱着他逃跑;因为跑得太急,孩子掉在地上,腿就瘸了。
5 ଏଥିଉତ୍ତାରେ ଈଶ୍‍ବୋଶତ ମଧ୍ୟାହ୍ନ ସମୟରେ ବିଶ୍ରାମ ନେବା ବେଳେ ବେରୋତୀୟ ରିମ୍ମୋନ୍‍ର ପୁତ୍ର ରେଖବ ଓ ବାନା ଯାଇ ପ୍ରାୟ ଖରା ବେଳେ ତାହାର ଗୃହରେ ଉପସ୍ଥିତ ହେଲେ।
一日,比录人临门的两个儿子利甲和巴拿出去,约在午热的时候到了伊施波设的家;伊施波设正睡午觉。
6 ପୁଣି ସେମାନେ ସେଠାରେ ପ୍ରବେଶ କରି ଗହମ ଆଣିବା ଛଳରେ ଗୃହ ଭିତରକୁ ଯାଇ ତାହାର ପେଟରେ ଆଘାତ କଲେ। ତହୁଁ ରେଖବ ଓ ତାହାର ଭାଇ ବାନା ପଳାଇଗଲେ।
他们进了房子,假作要取麦子,就刺透伊施波设的肚腹,逃跑了。
7 (ଘଟଣା) ଏରୂପ ହେଲା ଯେ, ସେମାନେ ଗୃହ ଭିତରକୁ ଆସି ସେ ଆପଣା ଶୟନ ଗୃହରେ ଶଯ୍ୟା ଉପରେ ଶୋଇଥିବା ସମୟରେ ତାହାକୁ ଆଘାତ କରି ବଧ କଲେ ଓ ତାହାର ମସ୍ତକ କାଟି ସେହି ମସ୍ତକ ନେଇ ଆରବା ନାମକ ଅର୍ଥାତ୍‍ ଯର୍ଦ୍ଦନ ଉପତ୍ୟକା ଦେଇ ରାତ୍ରିସାରା ଗମନ କଲେ।
他们进房子的时候,伊施波设正在卧房里躺在床上,他们将他杀死,割了他的首级,拿着首级在亚拉巴走了一夜,
8 ଏଉତ୍ତାରେ ସେମାନେ ଈଶ୍‍ବୋଶତର ମସ୍ତକ ହିବ୍ରୋଣରେ ଦାଉଦଙ୍କ କତିକି ଆଣିଲେ ଓ ରାଜାଙ୍କୁ କହିଲେ, “ଦେଖନ୍ତୁ, ଆପଣଙ୍କ ପ୍ରାଣ ଅନ୍ୱେଷଣକାରୀ ଶତ୍ରୁ ଯେ ଶାଉଲ, ତାଙ୍କର ପୁତ୍ର ଈଶ୍‍ବୋଶତର ମସ୍ତକ ଏହି; ସଦାପ୍ରଭୁ ଆଜି ଆମ ପ୍ରଭୁ ମହାରାଜାଙ୍କ ପକ୍ଷରେ ଶାଉଲ ଓ ତାଙ୍କର ବଂଶଠାରୁ ପରିଶୋଧ ନେଇଅଛନ୍ତି।”
将伊施波设的首级拿到希伯 见大卫王,说:“王的仇敌扫罗曾寻索王的性命。看哪,这是他儿子伊施波设的首级;耶和华今日为我主我王在扫罗和他后裔的身上报了仇。”
9 ମାତ୍ର ଦାଉଦ ବେରୋତୀୟ ରିମ୍ମୋନ୍‍ର ପୁତ୍ର ରେଖବକୁ ଓ ତାହାର ଭାଇ ବାନାକୁ ଉତ୍ତର ଦେଇ କହିଲେ, “ଯେ ସମୁଦାୟ କ୍ଳେଶରୁ ମୋʼ ପ୍ରାଣକୁ ମୁକ୍ତ କରିଅଛନ୍ତି, ସେହି ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ କହୁଅଛି,
大卫对比录人临门的儿子利甲和他兄弟巴拿说:“我指着救我性命脱离一切苦难、永生的耶和华起誓:
10 ଯେତେବେଳେ ଜଣେ ଆପଣାକୁ ଶୁଭ ବାର୍ତ୍ତାବାହକ ମନେ କରି ମୋତେ କହିଲା, ‘ଦେଖନ୍ତୁ, ଶାଉଲ ମରିଅଛି,’ ସେତେବେଳେ ମୁଁ ତହିଁର ପୁରସ୍କାର ଦେବା ନିମନ୍ତେ ତାହାକୁ ଧରି ସିକ୍ଲଗ୍‍ଠାରେ ବଧ କଲି।
从前有人报告我说,扫罗死了,他自以为报好消息;我就拿住他,将他杀在洗革拉,这就作了他报消息的赏赐。
11 ତେବେ ଯେଉଁମାନେ ଧାର୍ମିକ ଲୋକକୁ ତାହାର ନିଜ ଗୃହ ଭିତରେ, ତାହାର ଶଯ୍ୟା ଉପରେ ମାରି ପକାଇଅଛନ୍ତି, ଏପରି ଦୁଷ୍ଟ ଲୋକଙ୍କୁ କି ତତୋଧିକ ନ କରିବି, ଏବେ ମୁଁ କି ତୁମ୍ଭମାନଙ୍କ ହସ୍ତରୁ ତାହାର ରକ୍ତର ପରିଶୋଧ ନ ନେବି ଓ ପୃଥିବୀରୁ ତୁମ୍ଭମାନଙ୍କୁ ଉଚ୍ଛିନ୍ନ ନ କରିବି?”
何况恶人将义人杀在他的床上,我岂不向你们讨流他血的罪、从世上除灭你们呢?”
12 ତହିଁରେ ଦାଉଦ ଆପଣା ଯୁବାମାନଙ୍କୁ ଆଜ୍ଞା ଦିଅନ୍ତେ, ସେମାନେ ସେମାନଙ୍କୁ ବଧ କଲେ, ଆଉ ସେମାନଙ୍କର ହସ୍ତ ଓ ପାଦ ଛେଦନ କରି ହିବ୍ରୋଣର ପୁଷ୍କରିଣୀ ନିକଟରେ ଟଙ୍ଗାଇ ଦେଲେ। ମାତ୍ର ସେମାନେ ଈଶ୍‍ବୋଶତର ମସ୍ତକ ନେଇ ହିବ୍ରୋଣରେ ଅବ୍‍ନର-କବରରେ କବର ଦେଲେ।
于是大卫吩咐少年人将他们杀了,砍断他们的手脚,挂在希伯 的池旁,却将伊施波设的首级葬在希伯 、押尼珥的坟墓里。

< ଦ୍ୱିତୀୟ ଶାମୁୟେଲ 4 >