< ଦ୍ୱିତୀୟ ଶାମୁୟେଲ 23 >
1 “ଯିଶୀର ପୁତ୍ର ଦାଉଦ, ଯେ ବ୍ୟକ୍ତି ଉଚ୍ଚୀକୃତ, ଯେ ଯାକୁବର ପରମେଶ୍ୱରଙ୍କ ଅଭିଷିକ୍ତ ଓ ଇସ୍ରାଏଲର ମଧୁର ଗାୟକ, ଦାଉଦଙ୍କର ଶେଷ କଥା ଏହି;
Ja nämät ovat Davidin viimeiset sanat. David, Isain poika, sanoi, se mies sanoi, joka korotettu on, Jakobin Jumalan voideltu, ja suloinen Israelin psalmein veisaaja:
2 ମୋʼ ଦ୍ୱାରା ସଦାପ୍ରଭୁଙ୍କ ଆତ୍ମା କହିଲେ ଓ ତାହାଙ୍କର ବାକ୍ୟ ମୋʼ ଜିହ୍ୱାରେ ଥିଲା।
Herran Henki on puhunut minun kauttani, ja hänen sanansa on tapahtunut minun kieleni kautta.
3 ଇସ୍ରାଏଲର ପରମେଶ୍ୱର କହିଲେ, ଇସ୍ରାଏଲର ଶୈଳ ମୋତେ କହିଲେ; ଯେଉଁ ବ୍ୟକ୍ତି ଧର୍ମରେ ଲୋକମାନଙ୍କ ଉପରେ ରାଜତ୍ୱ କରିବ, ସେ ପରମେଶ୍ୱରଙ୍କ ଭୟରେ ରାଜତ୍ୱ କରିବ।
Israelin Jumala on sanonut minulle, Israelin turva on minulle puhunut, ihmisten hallitsiasta, vanhurskaasta, joka hallitsee Jumalan pelvossa.
4 ସେ ସୂର୍ଯ୍ୟୋଦୟ ସମୟର ପ୍ରାତଃକାଳୀନ ଦୀପ୍ତି ତୁଲ୍ୟ, ମେଘରହିତ ପ୍ରଭାତ ତୁଲ୍ୟ ହେବ; ସେହି ସମୟରେ ବୃଷ୍ଟି ଉତ୍ତାରେ ନିର୍ମଳ କିରଣ ଦ୍ୱାରା ଭୂମିରୁ କୋମଳ ତୃଣ ଅଙ୍କୁରିତ ହୁଏ।
Niinkuin valkeus on aamulla, kuin aurinko koittaa, varhain ilman pilvetä, ja paisteesta sateen jälkeen ruoho kasvaa maasta.
5 ସତ୍ୟ, ମୋହର ବଂଶ ପରମେଶ୍ୱରଙ୍କ ନିକଟରେ ସେପରି ନୁହେଁ କି? ସେ ମୋʼ ସହିତ ସର୍ବ ବିଷୟରେ ସୁସମ୍ପନ୍ନ ଓ ସୁରକ୍ଷିତ ଏକ ଅନନ୍ତକାଳୀନ ନିୟମ କରି ନାହାନ୍ତି କି? ସେ କି ମୋର ରକ୍ଷା କରିବେ ନାହିଁ?
Eikö minun huoneeni ole niin Jumalan tykönä? Sillä hän on tehnyt ijainkaikkisen liiton minun kanssani, kaikella muodolla lujan ja vahvan; sillä se on kaikki minun autuuteni ja haluni; eikö se ole kasvava?
6 ମାତ୍ର ପାପାଧମ ସମସ୍ତେ ଉତ୍ପାଟନୀୟ କଣ୍ଟକ ସ୍ୱରୂପ, କାରଣ ସେମାନେ ହସ୍ତରେ ଧରା ଯାଇ ନ ପାରନ୍ତି;
Mutta ilkiät ihmiset kaikki hävitetään niinkuin orjantappurat, joihin ei taideta käsin ruveta.
7 ମାତ୍ର ଯେଉଁ ଲୋକ ସେମାନଙ୍କୁ ସ୍ପର୍ଶ କରିବ, ଲୌହ ଓ ବର୍ଚ୍ଛାଦଣ୍ଡରେ ତାହାକୁ ସଜ୍ଜିତ ହେବାକୁ ହେବ; ସେମାନେ ଆପଣା ଆପଣା ସ୍ଥାନରେ ସମ୍ପୂର୍ଣ୍ଣ ରୂପେ ଅଗ୍ନିରେ ଦଗ୍ଧ ହେବେ।”
Mutta jos joku tahtoo tarttua niihin, hänellä pitää täydellisesti oleman rauta ja keihään varsi; ja ne pitää kokonansa poltettaman tulella heidän sioissansa.
8 ଦାଉଦଙ୍କର ବୀରମାନଙ୍କ ନାମାବଳୀ ଏହି; ତଖମୋନୀୟ ଯୋଶେବ୍-ବଶେବତ୍, ସେନାପତିମାନଙ୍କର ପ୍ରଧାନ ଥିଲା; ସେ ଏକକାଳୀନ ଆଠ ଶହ ଲୋକର ହତ୍ୟା କଲା।
Nämät ovat Davidin sankarien nimet: Josebbaselet Tahkemonilainen, ylimmäinen päämiehistä: hän oli se AdoniEtsniläinen, joka nousi kahdeksaasataa vastaan, jotka tapettiin yhdellä erällä.
9 ପୁଣି ତାହା ଉତ୍ତାରେ ଅହୋହୀୟ ବଂଶଜ ଦୋଦୟର ପୁତ୍ର ଇଲୀୟାସର, ଦାଉଦଙ୍କ ସଙ୍ଗେ ଥିବା ତିନି ବୀରଙ୍କ ମଧ୍ୟରେ ଜଣେ ଥିଲା, ସେମାନେ ଯୁଦ୍ଧାର୍ଥେ ଏକତ୍ରିତ ପଲେଷ୍ଟୀୟମାନଙ୍କୁ ଧିକ୍କାର କରନ୍ତେ ଓ ଇସ୍ରାଏଲ ଲୋକମାନେ ପଳାନ୍ତେ,
Sitälähin oli Eleatsar Dodon poika Ahohin pojan, niiden kolmen sankarien keskellä Davidin kanssa, kuin he pilkkasivat Philistealaisia, jotka olivat sinne kokoontuneet sotaan, ja Israelin miehet menivät ylös.
10 ସେ ଉଠି ଆପଣା ହସ୍ତ କ୍ଳାନ୍ତ ଓ ଆପଣା ହସ୍ତ ଖଡ୍ଗରେ ଜଡ଼ିତ ହେବା ପର୍ଯ୍ୟନ୍ତ ପଲେଷ୍ଟୀୟମାନଙ୍କୁ ବଧ କଲା; ପୁଣି ସେହି ଦିନ ସଦାପ୍ରଭୁ ମହା ଜୟ ସାଧନ କଲେ; ଆଉ ସୈନ୍ୟଦଳ କେବଳ ଲୁଟିବାକୁ ତାହାର ପଶ୍ଚାତ୍ଗାମୀ ହେଲେ।
Se nousi ja löi Philistealaiset, siihenasti että hänen kätensä väsyi ja puuntui miekasta. Ja Herra antoi suuren autuuden siihen aikaan, niin että kansa palasi hänen jälkeensä ainoasti ryöstämään.
11 ପୁଣି ତାହା ଉତ୍ତାରେ ହରାରୀୟ ଆଗିର ପୁତ୍ର ଶମ୍ମ। ଏକ ସମୟରେ ପଲେଷ୍ଟୀୟମାନେ କୌଣସି ମସୁରପୂର୍ଣ୍ଣ କ୍ଷେତ୍ର ନିକଟରେ ଏକତ୍ର ଦଳବଦ୍ଧ ହୁଅନ୍ତେ, ଲୋକମାନେ ପଲେଷ୍ଟୀୟମାନଙ୍କ ଆଗରୁ ପଳାଇଲେ।
Hänen jälkeensä oli Samma Agen Hararilaisen poika: koska Philistealaiset kokosivat itsensä yhteen kylään ja siellä oli yksi peltosarka täynnä herneitä, ja kansa pakeni Philistealaisia;
12 ମାତ୍ର ଶମ୍ମ ସେହି କ୍ଷେତ୍ର ମଧ୍ୟରେ ଠିଆ ହୋଇ ତାହା ରକ୍ଷା କଲା ଓ ପଲେଷ୍ଟୀୟମାନଙ୍କୁ ବଧ କଲା; ତହିଁରେ ସଦାପ୍ରଭୁ ମହା ଜୟ ସାଧନ କଲେ।
Silloin seisoi hän keskellä sarkaa ja varjeli sen, löi Philistealaiset, ja Herra antoi suuren autuuden.
13 ଆଉ ତିରିଶ ଜଣ ପ୍ରଧାନ ସୈନ୍ୟମାନଙ୍କ ମଧ୍ୟରୁ ତିନି ଜଣ ଶସ୍ୟଚ୍ଛେଦନ ସମୟରେ ଅଦୁଲ୍ଲମ ଗୁମ୍ଫାକୁ ଦାଉଦଙ୍କ ନିକଟକୁ ଆସିଥିଲେ; ସେତେବେଳେ ପଲେଷ୍ଟୀୟମାନଙ୍କ ସୈନ୍ୟ ରଫାୟୀମ ତଳଭୂମିରେ ଛାଉଣି ସ୍ଥାପନ କରିଥିଲେ।
Ja nämät kolme ylimmäistä kolmenkymmenen keskellä tulivat alas elonaikana Davidin tykö Adullamin luolaan; ja Philistealaisten leiri oli Rephaimin laaksossa.
14 ସେସମୟରେ ଦାଉଦ ଦୁର୍ଗମ ସ୍ଥାନରେ ଥିଲେ ଓ ପଲେଷ୍ଟୀୟମାନଙ୍କ ପ୍ରହରୀ-ସୈନ୍ୟଦଳ ବେଥଲିହିମରେ ଥିଲେ।
Mutta David oli siihen aikaan linnassa, ja Philistealaisten kansa oli Betlehemissä.
15 ଏଉତ୍ତାରେ ଦାଉଦ ତୃଷାର୍ତ୍ତ ହୋଇ କହିଲେ, “ଆଃ, କେହି ବେଥଲିହିମ-ନଗରଦ୍ୱାର ନିକଟସ୍ଥ କୂପ ଜଳ ପାନ କରିବାକୁ ମୋତେ ଦିଅନ୍ତା କି!”
Ja David himoitsi ja sanoi: kuka tuo minulle juoda vettä Betlehemin kaivosta portin tyköä.
16 ତହିଁରେ ସେହି ତିନି ବୀର ପଲେଷ୍ଟୀୟମାନଙ୍କ ସୈନ୍ୟ ମଧ୍ୟଦେଇ ପଶିଯାଇ ବେଥଲିହିମ-ନଗରଦ୍ୱାର ନିକଟସ୍ଥ କୂପରୁ ଜଳ କାଢ଼ି ଦାଉଦଙ୍କ ନିକଟକୁ ତାହା ଆଣିଲେ; ମାତ୍ର ସେ ତହିଁରୁ ପାନ କରିବାକୁ ସମ୍ମତ ନ ହୋଇ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତାହା ଢାଳିଦେଲେ।
Niin ne kolme sankaria menivät Philistealaisten leiriin ja ammensivat vettä Betlehemin kaivosta, joka on portin tykönä, kantoivat ja toivat Davidille; mutta ei hän tahtonut sitä juoda, vaan kaasi Herran eteen,
17 ପୁଣି ସେ କହିଲେ, “ହେ ସଦାପ୍ରଭୋ, ମୁଁ ଯେ ଏ କର୍ମ କରିବି, ଏହା ମୋʼ ଠାରୁ ଦୂର ହେଉ; ପ୍ରାଣପଣରେ ଗମନକାରୀ ମନୁଷ୍ୟମାନଙ୍କ ରକ୍ତ କି ମୁଁ ପାନ କରିବି? ଏଣୁ ସେ ତାହା ପାନ କରିବାକୁ ସମ୍ମତ ନୋହିଲେ।” ଏହି ସକଳ କର୍ମ ସେହି ତିନି ବୀର କରିଥିଲେ।
Ja sanoi: Herra, olkoon se minusta kaukana, että minä se tekisin: eikö tämä ole niiden miesten veri, jotka itsensä antoivat hengenvaaraan ja sinne mienivät? Ja ei tahtonut sitä juoda. Tämän tekivät ne kolme sankaria.
18 ସେହି ତିନି ଜଣଙ୍କ ମଧ୍ୟରେ ସରୁୟାର ପୁତ୍ର ଯୋୟାବର ଭ୍ରାତା ଅବୀଶୟ ପ୍ରଧାନ ଥିଲା। ସେ ତିନି ଶହ ଲୋକ ବିରୁଦ୍ଧରେ ଆପଣା ବର୍ଚ୍ଛା ଉଠାଇ ସେମାନଙ୍କୁ ବଧ କରିଥିଲା, ଏଣୁ ସେ ଏହି ତିନିଙ୍କ ମଧ୍ୟରେ ନାମ ପାଇଲା।
Abisai Joabin veli ZeruJan poika oli myös ylimmäinen kolmen keskellä, hän nosti keihäänsä ja löi kolmesataa, ja oli myös ylistetty kolmen keskellä,
19 ଏହି ତିନିଙ୍କ ମଧ୍ୟରେ ସେ କʼଣ ଅତ୍ୟନ୍ତ ମର୍ଯ୍ୟାଦାପନ୍ନ ନ ଥିଲା? ଏହେତୁ ସେ ସେମାନଙ୍କର ସେନାପତି ହେଲା; ତଥାପି ସେ ପ୍ରଥମ ତିନି ଜଣଙ୍କ ତୁଲ୍ୟ ନ ଥିଲା।
Ja kaikkein jaloin kolmen keskellä ja oli heidän päämiehensä, mutta ei hän tullut niiden kolmen tykö.
20 ଆଉ ପରାକ୍ରାନ୍ତ କର୍ମକାରୀ କବ୍ସେଲୀୟ ଏକ ବିକ୍ରମୀ ପୁରୁଷର ପୌତ୍ର, ଯିହୋୟାଦାର ପୁତ୍ର ଯେ ବନାୟ, ସେ ମୋୟାବୀୟ ଅରୀୟଲର ଦୁଇ ପୁତ୍ରଙ୍କୁ ବଧ କଲା; ମଧ୍ୟ ସେ ହିମପାତ ସମୟରେ ଯାଇ ଗର୍ତ୍ତ ମଧ୍ୟରେ ଏକ ସିଂହକୁ ବଧ କଲା।
Ja Benaja Jojadan poika, kuuluisan miehen poika suurista töistänsä Kabselista löi kaksi Moabin väkevää niinkuin jalopeuraa, ja hän meni alas ja löi yhden jalopeuran kaivon tykönä lumen aikana.
21 ଆହୁରି ସେ ଏକ ଜଣ ମିସରୀୟ ବଳବାନ ପୁରୁଷକୁ ବଧ କଲା ଓ ସେହି ମିସରୀୟ ଆପଣା ହସ୍ତରେ ବର୍ଚ୍ଛା ଧରିଥିଲା; ତଥାପି ବନାୟ ଏକ ଯଷ୍ଟି ନେଇ ତାହା ନିକଟକୁ ଗଲା ଓ ସେହି ମିସରୀୟ ହସ୍ତରୁ ବର୍ଚ୍ଛା ଛଡ଼ାଇ ତାହାରି ବର୍ଚ୍ଛାରେ ତାହାକୁ ବଧ କଲା।
Ja hän löi hirmuisen Egyptin miehen, jolla oli keihäs kädessä, mutta hän meni hänen tykönsä seipäällä, ja tempasi Egyptin miehen kädestä keihään, ja löi hänen kuoliaaksi omalla keihäällänsä.
22 ଯିହୋୟାଦାର ପୁତ୍ର ବନାୟ ଏହି ସକଳ କର୍ମ କଲା, ଏଣୁ ସେ ଏହି ତିନି ବୀରଙ୍କ ମଧ୍ୟରେ ନାମ ପାଇଲା।
Nämät teki Benaja Jojadan poika, ja oli ylistetty kolmen sankarin keskellä,
23 ସେ ତିରିଶ ଜଣ ଅପେକ୍ଷା ଅଧିକ ମର୍ଯ୍ୟାଦାପନ୍ନ ଥିଲା, ତଥାପି ସେ ପ୍ରଥମ ତିନି ଜଣଙ୍କ ତୁଲ୍ୟ ନ ଥିଲା; ଆଉ ଦାଉଦ ତାହାକୁ ଆପଣା ପ୍ରହରୀ-ଦଳ ଉପରେ ନିଯୁକ୍ତ କଲେ।
Ja oli jalompi kuin ne kolmekymmentä mutta ei hän tullut niiden kolmen tykö; ja David asetti hänen salaiseksi neuvonantajaksensa.
24 ଯୋୟାବର ଭ୍ରାତା ଅସାହେଲ ଉକ୍ତ ତିରିଶ ଜଣ ମଧ୍ୟରେ ଜଣେ ଥିଲା; ବେଥଲିହିମସ୍ଥ ଦୋଦୟର ପୁତ୍ର ଇଲ୍ହାନନ୍;
Asahel, Joabin veli, kolmenkymmenen keskellä, Elhanan Dodonin poika Betlehemistä;
25 ହରୋଦୀୟ ଶମ୍ମ, ହରୋଦୀୟ ଇଲୀକା;
Samma Harodilainen, Elika Harodilainen;
26 ପଲ୍ଟୀୟ ହେଲସ୍, ତକୋୟୀୟ ଇକ୍କେଶର ପୁତ୍ର ଈରା;
Helets Paltilainen, Ira Ikeksen Tekoalaisen poika;
27 ଅନାଥୋତୀୟ ଅବୀୟେଷର, ହୂଶାତୀୟ ମବୁନ୍ନୟ;
Abieser Anatotilainen, Mebunai Husatilainen;
28 ଅହୋହୀୟ ସଲମୋନ୍, ନଟୋଫାତୀୟ ମହରୟ;
Salmon Ahohilainen, Maharai Netophatilainen;
29 ନଟୋଫାତୀୟ ବାନାର ପୁତ୍ର ହେଲବ, ବିନ୍ୟାମୀନ୍ ବଂଶୀୟ ଗିବୀୟା ନିବାସୀ ରୀବୟର ପୁତ୍ର ଇତ୍ତୟ;
Heleb Baenan poika Netophatilainen, Ittai Ribain poika BenJaminin lasten Gibeasta;
30 ପିରୀୟାଥୋନୀୟ ବନାୟ, ଗାଶ୍-ନଦୀତୀର ନିବାସୀ ହିଦ୍ଦୟ;
Benaja Pirtagonilainen, Hiddai Gasin ojista;
31 ଅର୍ବତୀୟ ଅବିୟେଲ୍ବୋନ, ବରହୂମୀୟ ଅସ୍ମାବତ୍;
Abialbon Arbatilainen, Asmavet Barhumilainen;
32 ଶାଲ୍ବୋନୀୟ ଇଲୀୟହବା, ଯାଶେନ୍ର ପୁତ୍ରଗଣ, ଯୋନାଥନ;
Eliaheba Saalbonilainen Jasennin Jonathanin pojan;
33 ହରାରୀୟ ଶମ୍ମ, ହରାରୀୟ ଶାରରର ପୁତ୍ର ଅହୀୟାମ;
Samma Hararilainen, Ahiam Sararin poika Ararilainen;
34 ମାଖାଥୀୟର ପୌତ୍ର ଅହସ୍ବୟର ପୁତ୍ର ଇଲୀଫେଲଟ୍, ଗୀଲୋନୀୟ ଅହୀଥୋଫଲର ପୁତ୍ର ଇଲୀୟାମ;
Eliphelet Maakatin pojan Ahasbain poika, Eliam Ahitophelin Gilonilaisen poika;
35 କର୍ମିଲୀୟ ହିଷ୍ରୟ, ଅର୍ବୀୟ ପାରୟ;
Hesrai Karmelilainen, Paerai Arbilainen;
36 ସୋବା ନିବାସୀ ନାଥନର ପୁତ୍ର ଯିଗାଲ, ଗାଦୀୟ ବାନି;
Jigal Natanin poika Zobasta, Bani Gadilainen;
37 ଅମ୍ମୋନୀୟ ସେଲକ୍, ସରୁୟାର ପୁତ୍ର ଯୋୟାବର ଅସ୍ତ୍ରବାହକ ବେରୋତୀୟ ନହରୟ;
Zelek Ammonilainen; Naharai Beerotilainen, Joabin ZeruJan pojan sota-asetten kantaja,
38 ଯିତ୍ରୀୟ ଈରା, ଯିତ୍ରୀୟ ଗାରେବ୍;
Ira Jitriläinen, Gareb Jitriläinen;
39 ହିତ୍ତୀୟ ଊରୀୟ; ସର୍ବସୁଦ୍ଧା ସଇଁତିରିଶ ଜଣ।
Uria Hetiläinen. Kaikki yhteen seitsemänneljättäkymmentä.