< ଦ୍ୱିତୀୟ ଶାମୁୟେଲ 20 >

1 ସେହି ସମୟରେ ବିନ୍ୟାମୀନୀୟ ବିଖ୍ରିର ପୁତ୍ର ଶେବଃ ନାମରେ ଜଣେ ଅସୁବିଧା ସୃଷ୍ଟିକାରୀ ଲୋକ ସେଠାରେ ଥିଲା; ପୁଣି ସେ ତୂରୀ ବଜାଇ କହିଲା, “ଦାଉଦଠାରେ ଆମ୍ଭମାନଙ୍କର କୌଣସି ଅଂଶ ନାହିଁ, କିଅବା ଯିଶୀର ପୁତ୍ରଠାରେ ଆମ୍ଭମାନଙ୍କର ଅଧିକାର ନାହିଁ; ହେ ଇସ୍ରାଏଲ, ପ୍ରତ୍ୟେକେ ଆପଣା ଆପଣା ତମ୍ବୁକୁ ଚାଲ।”
Ntɔkwapɛni bi a wɔfrɛ no Seba na ɔyɛ Bikri a ɔfiri Benyamin babarima, hyɛnee totorobɛnto teaam sɛ, “Yɛne Dawid nni hwee yɛ. Yɛnni agyapadeɛ biara wɔ Yisai babarima no nkyɛn. Israel mmarima, mommra na yɛn nyinaa nkɔ yɛn kurom!”
2 ତହିଁରେ ସମଗ୍ର ଇସ୍ରାଏଲ ଲୋକ ଦାଉଦଙ୍କର ପଶ୍ଚାତ୍‍ଗମନରୁ ଫେରି ବିଖ୍ରିିର ପୁତ୍ର ଶେବଃର ପଶ୍ଚାତ୍‍ଗମନ କଲେ; ମାତ୍ର ଯର୍ଦ୍ଦନଠାରୁ ଯିରୂଶାଲମ ପର୍ଯ୍ୟନ୍ତ ଯିହୁଦା-ଲୋକମାନେ ଆପଣା ରାଜାଙ୍କଠାରେ ଆସକ୍ତ ରହିଲେ।
Enti, Israel mmarima gyaa Dawid hɔ, kɔdii Seba akyi. Nanso, Yuda mmarima no deɛ, wɔtenaa wɔn ɔhene nkyɛn, na wɔwowaa no firi Asubɔnten Yordan ho, kɔsii Yerusalem.
3 ଏଉତ୍ତାରେ ଦାଉଦ ଯିରୂଶାଲମର ଆପଣା ପ୍ରାସାଦକୁ ଆସିଲେ; ପୁଣି ରାଜା ଆପଣାର ଯେଉଁ ଦଶ ଉପପତ୍ନୀଙ୍କୁ ପ୍ରାସାଦ ଜଗିବାକୁ ଛାଡ଼ି ଯାଇଥିଲେ, ସେମାନଙ୍କୁ ପ୍ରହରୀ-ଗୃହରେ ରଖି ଖାଦ୍ୟ ଯୋଗାଇଲେ, ମାତ୍ର ସେମାନଙ୍କ ସହିତ ସହବାସ କଲେ ନାହିଁ। ଏଣୁ ସେମାନେ ମରଣ ଦିନ ପର୍ଯ୍ୟନ୍ତ ରୁଦ୍ଧ ହୋଇ ବିଧବା ପରି ରହିଲେ।
Ɛberɛ a ɔduruu nʼahemfie hɔ wɔ Yerusalem no, ɔhyɛɛ sɛ ne mpenafoɔ edu a ɔgyaa wɔn no, wɔmfa wɔn nkɔhyɛ kɔkoam baabi. Na ɛsɛ sɛ wɔma wɔn wɔn ahiadeɛ nyinaa, nanso ɔne wɔn nna bio. Enti, wɔn mu biara tenaa ase sɛ okunafoɔ, kɔsii ne wuda.
4 ଏଉତ୍ତାରେ ରାଜା ଅମାସାଙ୍କୁ କହିଲେ, “ତିନି ଦିନ ମଧ୍ୟରେ ଯିହୁଦାର ଲୋକମାନଙ୍କୁ ଡକାଇ ମୋʼ ଠାରେ ଏକତ୍ର କର ଓ ତୁମ୍ଭେ ମଧ୍ୟ ଉପସ୍ଥିତ ହୁଅ।”
Ɔhene no hyɛɛ Amasa sɛ ɔmfa nnansa mmoaboa Yuda akodɔm ano, na ɔmmɛka biribi nkyerɛ no saa ɛberɛ no mu.
5 ତହିଁରେ ଅମାସା ଯିହୁଦାର ଲୋକମାନଙ୍କୁ ଡାକି ଏକତ୍ର କରିବାକୁ ଗଲା; ମାତ୍ର ସେ ରାଜାଙ୍କ ଦତ୍ତ ନିରୂପିତ ସମୟରୁ ଅଧିକ ବିଳମ୍ବ କଲା।
Enti, Amasa kɔbɔɔ akodɔm no amaneɛ, nanso nʼahoboa no boroo nnansa no.
6 ତହିଁରେ ଦାଉଦ ଅବୀଶୟକୁ କହିଲେ, “ଏବେ ଅବଶାଲୋମ ଅପେକ୍ଷା ବିଖ୍ରିିର ପୁତ୍ର ଶେବଃ ଆମ୍ଭମାନଙ୍କର ଅଧିକ ଅନିଷ୍ଟ କରିବ; ତୁମ୍ଭେ ଆପଣା ପ୍ରଭୁଙ୍କ ଦାସମାନଙ୍କୁ ଓ ସୈନ୍ୟମାନଙ୍କୁ ନେଇ ତାହାର ପଛେ ପଛେ ଗୋଡ଼ାଅ, ନୋହିଲେ ସେ ପ୍ରାଚୀର-ବେଷ୍ଟିତ କୌଣସି କୌଣସି ନଗରକୁ ଯାଇ ଆମ୍ଭମାନଙ୍କ ଦୃଷ୍ଟିରୁ ପଳାଇବ।”
Na Dawid ka kyerɛɛ Abisai sɛ, “Saa ntɔkwapɛni Seba no rebɛha yɛn asene sɛ deɛ Absalom haa yɛn no. Ntɛm, fa mʼakodɔm no, na taa ne so ansa na wabɔ ne ho adwaa wɔ abanbɔeɛ nkuro no mu baabi a yɛn nsa renka no.”
7 ଏଣୁ ଯୋୟାବର ଲୋକ ଓ କରେଥୀୟ ଓ ପଲେଥୀୟ ଲୋକ ଓ ସମସ୍ତ ବୀର ଲୋକମାନେ ତାହା ପଛରେ ବାହାରିଲେ, ଆଉ ସେମାନେ ଯିରୂଶାଲମରୁ ବାହାରି ବିଖ୍ରିିର ପୁତ୍ର ଶେବଃର ପଛେ ପଛେ ଗୋଡ଼ାଇଲେ।
Enti, Abisai ne Yoab yiyii awɛmfoɔ a wɔdi mu firii Yoab akodɔm ne ɔhene no ankasa deɛ mu de tii Seba.
8 ସେମାନେ ଗିବୀୟୋନ୍‍ସ୍ଥ ବୃହତ ପ୍ରସ୍ତର ନିକଟରେ ଉପସ୍ଥିତ ହୁଅନ୍ତେ, ଅମାସା ସେମାନଙ୍କର ନିକଟକୁ ଆସିଲେ। ସେହି ସମୟରେ ଯୋୟାବ ଆପଣା ପରିହିତ ଯୁଦ୍ଧବସ୍ତ୍ର ଭିଡ଼ି ପିନ୍ଧିଥିଲା, ତହିଁ ଉପରେ ଏକ କଟିବନ୍ଧନ ଓ କୋଷାବଦ୍ଧ ଖଡ୍ଗ ତାହାର କଟିଦେଶରେ ବନ୍ଧା ଥିଲା; ପୁଣି ସେ ଯାଉ ଯାଉ ତାହା ବାହାରି ପଡ଼ିଲା।
Na wɔduruu Gibeon ɔbo kɛseɛ no ho no, Amasa hyiaa wɔn. Na Yoab hyɛ nʼakotadeɛ a ɔde akofena abɔ nʼataaso. Ɔtuu nten kɔɔ nʼanim sɛ, ɔrekɔkyea Amasa pɛ, ɔyɛɛ nwaa twee akofena no firii bɔha mu.
9 ଏଥିରେ ଯୋୟାବ ଅମାସାଙ୍କୁ ପଚାରିଲା, “କି ଭାଇ, ସବୁ ମଙ୍ଗଳ ତ?” ତହୁଁ ଯୋୟାବ ଅମାସାଙ୍କୁ ଚୁମ୍ବନ କରିବା ପାଇଁ ଆପଣା ଦକ୍ଷିଣ ହସ୍ତରେ ତାହାର ଦାଢ଼ି ଧରିଲା।
Yoab bisaa no sɛ, “Me nua, wo ho te sɛn?” Ɛhɔ ara na Yoab de ne nsa nifa sɔɔ nʼabɔgyesɛ mu, sɛ deɛ ɔrefe nʼano.
10 ମାତ୍ର ଯୋୟାବର ବାମ ହସ୍ତରେ ଥିବା ଖଡ୍ଗ ପ୍ରତି ଅମାସା କିଛି ମନୋଯୋଗ କଲା ନାହିଁ; ତହୁଁ ଯୋୟାବ ସେହି ଖଡ୍ଗରେ ତାହାର ଉଦରକୁ ଆଘାତ କରି ତାହାର ଅନ୍ତବୁଜୁଳି କାଢ଼ି ଭୂମିରେ ପକାଇଦେଲା, ସେ ଦ୍ୱିତୀୟ ଥର ଆଘାତ କଲା ନାହିଁ; ତହିଁରେ ହିଁ ସେ ମଲା। ଏଉତ୍ତାରେ ଯୋୟାବ ଓ ତାହାର ଭ୍ରାତା ଅବୀଶୟ ବିଖ୍ରିିର ପୁତ୍ର ଶେବଃର ପଛେ ଗୋଡ଼ାଇଲେ।
Amasa anhunu sɛ akofena no hyɛ ne nsa benkum mu. Na Yoab de akofena no wɔɔ ne yam, maa ne nsono tu guu fam. Ɛho anhia sɛ Yoab bɛtia ne so koraa, na Amasa wuiɛ. Yoab ne ne nuabarima Abisai gyaa no hɔ, toaa so tii Bikri babarima Seba.
11 ଏଥିମଧ୍ୟରେ ଯୋୟାବର ଜଣେ ଲୋକ ତାହା ନିକଟରେ ଠିଆ ହୋଇ କହିଲା, “ଯେ ଯୋୟାବକୁ ଭଲ ପାଏ ଓ ଯେ ଦାଉଦଙ୍କର ପକ୍ଷ, ସେ ଯୋୟାବର ପଛେ ଯାଉ।”
Yoab akodɔm no mu aberanteɛ a ɔyɛ panin wɔ akodɔm no so no mu baako teaam kyerɛɛ Amasa akodɔm no sɛ, “Obiara a ɔtaa Yoab akyi ne obiara a ɔwɔ Dawid afa no, ɔmmɛdi Yoab akyi.”
12 ସେସମୟରେ ଅମାସା ରାସ୍ତା ମଧ୍ୟରେ ଆପଣା ରକ୍ତରେ ଲଟ୍‍ପଟ୍‍ ହୋଇ ପଡ଼ିଥିଲା। ପୁଣି ସେହି ମନୁଷ୍ୟ ସମସ୍ତ ଲୋକଙ୍କୁ ଠିଆ ହେବାର ଦେଖି ଅମାସାଙ୍କୁ ରାସ୍ତାରୁ କ୍ଷେତ୍ରକୁ ନେଇଗଲା, ଆଉ ଯେତେ ଲୋକ ତାହା ନିକଟ ଦେଇ ଆସିଲେ, ପ୍ରତ୍ୟେକଙ୍କୁ ଠିଆ ହେବାର ଦେଖନ୍ତେ, ସେ ତାହା ଉପରେ ଖଣ୍ଡେ ବସ୍ତ୍ର ପକାଇଦେଲା।
Amasa daa ne mogyabura mu, wɔ ɛkwan no mfimfini. Na ɔbarima no hunuu sɛ akodɔm no aduru hɔ a wɔagyina rehwɛ Amasa no, ɔtwee no firii ɛkwan no mu, de no too wiram, de atadeɛ kataa ne so.
13 ଅମାସା ରାସ୍ତାରୁ ବାହର କରାଯାʼନ୍ତେ, ସମସ୍ତ ଲୋକ ବିଖ୍ରିିର ପୁତ୍ର ଶେବଃର ପଛେ ଗୋଡ଼ାଇବା ପାଇଁ ଯୋୟାବର ଅନୁଗାମୀ ହେଲେ।
Wɔyii Amasa firii ɛkwan no mu akyi no, mmarima no nyinaa dii Yoab akyi sɛ wɔrekɔkyere Bikri babarima Seba.
14 ଏଉତ୍ତାରେ ଯୋୟାବ ଇସ୍ରାଏଲର ସମସ୍ତ ବଂଶ ମଧ୍ୟଦେଇ ଆବେଲ୍‍ ଓ ବେଥ୍‍ମାଖା ଓ ସମସ୍ତ ବେରୀମ୍‍ ଅଞ୍ଚଳ ପର୍ଯ୍ୟନ୍ତ ଗମନ କଲା; ତହିଁରେ ଲୋକମାନେ ଏକତ୍ରିତ ହେଲେ, ମଧ୍ୟ ତାହାର ପଛେ ପଛେ ଗମନ କଲେ।
Saa ɛberɛ no, Seba kyinii Israel nyinaa boaboaa ne fiefoɔ Bikrifoɔ ano wɔ Abel-Bet-Maaka.
15 ପୁଣି ସେମାନେ ଆସି ବେଥ୍‍-ମାଖାସ୍ଥିତ ଆବେଲ୍‍ରେ ଶେବଃଙ୍କୁ ଆକ୍ରମଣ କଲେ ଓ ନଗର ନିକଟରେ ଓ ଗଡ଼-ପାଚେରୀ ନିକଟରେ ଏକ ଢିପିନିର୍ମିତ ହେଲା; ତହିଁରେ ଯୋୟାବର ସହିତ ଥିବା ସମସ୍ତ ସୈନ୍ୟ ପାଚେରୀ ଭୂମିସାତ୍‍ କରିବା ପାଇଁ ଭାଙ୍ଗିବାକୁ ଲାଗିଲେ।
Yoab akodɔm no duruu hɔ no, wɔto hyɛɛ Abel-Bet-Maaka so. Wɔsisii epie wɔ kuro no akyi, de bɔɔ wɔn ho ban firii atamfoɔ ho na wɔpempem afasuo no, pɛɛ sɛ wɔdwiri guo.
16 ସେତେବେଳେ ନଗର ମଧ୍ୟରୁ ଏକ ବୁଦ୍ଧିମତୀ ସ୍ତ୍ରୀ ଡାକି କହିଲା, “ଶୁଣ, ଶୁଣ! ମୁଁ ବିନୟ କରୁଅଛି, ଯୋୟାବକୁ ଏହି ସ୍ଥାନକୁ ଆସିବାକୁ କୁହ, ଯେପରି ମୁଁ ତାଙ୍କ ସହିତ କଥାବାର୍ତ୍ତା କରିପାରେ।”
Na ɔbaa nyansafoɔ bi teaam firi kuro no mu sɛ, “Montie! Montie! Monka nkyerɛ Yoab sɛ, ɔmmra ha, na menka asɛm bi nkyerɛ no.”
17 ତହୁଁ ସେ ତାହା ନିକଟକୁ ଆସନ୍ତେ, ସେ ସ୍ତ୍ରୀ ପଚାରିଲା, “ଆପଣ କʼଣ ଯୋୟାବ?” ସେ ଉତ୍ତର କଲା, “ହଁ।” ତେବେ ସେ ସ୍ତ୍ରୀ ତାହାକୁ କହିଲା, “ଆପଣା ଦାସୀର କଥା ଶୁଣନ୍ତୁ।” ସେ ଉତ୍ତର କଲା, “ମୁଁ ଶୁଣୁଅଛି।”
Yoab kɔɔ ne nkyɛn, na ɔbisaa no sɛ, “Wo na wɔfrɛ wo Yoab no?” Ɔbuaa sɛ, “Aane.” Ɔkaa sɛ, “Tie asɛm a wʼafenaa pɛ sɛ ɔka no.” Ɔbuaa sɛ, “Meretie.”
18 ତହୁଁ ସେ କହିଲା, “ପୂର୍ବକାଳରେ ଲୋକମାନେ କହୁଥାʼନ୍ତି, ‘ଲୋକେ ଆବେଲ୍‍ରେ ଅବଶ୍ୟ ପରାମର୍ଶ ପଚାରିବେ,’ ଆଉ ଏହିରୂପେ କାର୍ଯ୍ୟ ସମାପ୍ତ ହେବ।
Ɔkaa sɛ, “Tete no, na yɛka sɛ ‘Yɛrekɔpɛ afotuo wɔ Abel.’
19 ମୁଁ ଇସ୍ରାଏଲର ଶାନ୍ତ ଓ ବିଶ୍ୱସ୍ତ ଲୋକମାନଙ୍କ ମଧ୍ୟରୁ ଜଣେ; ଆପଣ ଏକ ନଗରକୁ ଓ ଇସ୍ରାଏଲ ମଧ୍ୟରେ ଏକ ମାତାକୁ ବିନାଶ କରିବା ପାଇଁ ଚେଷ୍ଟା କରୁଅଛନ୍ତି; ଆପଣ ସଦାପ୍ରଭୁଙ୍କ ଅଧିକାରକୁ କାହିଁକି ଗ୍ରାସ କରିବେ?”
Yɛpɛ asomdwoeɛ ne nokorɛ wɔ Israel. Wopɛ sɛ wosɛe kuro a adi nokorɛ wɔ Israel. Adɛn enti na wopɛ sɛ wosɛe ade a ɛyɛ Awurade dea?”
20 ଏଥିରେ ଯୋୟାବ ଉତ୍ତର କରି କହିଲା, “ଏହା ଦୂର ହେଉ, ମୁଁ ଯେ ଗ୍ରାସ କରିବି କି ବିନାଶ କରିବି, ତାହା ମୋʼ ଠାରୁ ଦୂର ହେଉ।
Yoab buaa sɛ, “Ɛnyɛ sɛ mepɛ sɛ mesɛe wo kuropɔn.
21 କଥା ସେପରି ନୁହେଁ; ମାତ୍ର ବିଖ୍ରିିର ପୁତ୍ର ଶେବଃ ନାମରେ ଜଣେ ଇଫ୍ରୟିମ-ପର୍ବତମୟ ଦେଶୀୟ ଲୋକ ଦାଉଦ ରାଜାଙ୍କ ପ୍ରତିକୂଳରେ ଆପଣା ହସ୍ତ ଉଠାଇଅଛି; କେବଳ ତାଙ୍କୁ ସମର୍ପି ଦିଅ, ତହିଁରେ ମୁଁ ଏ ନଗରରୁ ପ୍ରସ୍ଥାନ କରିବି।” ତହୁଁ ସେ ସ୍ତ୍ରୀ ଯୋୟାବକୁ କହିଲା, “ଦେଖନ୍ତୁ, ପ୍ରାଚୀର ଦେଇ ତାହାର ମସ୍ତକ ଆପଣଙ୍କ ନିକଟକୁ ପକାଯିବ।”
Deɛ merehwehwɛ no ara ne ɔbarima bi a ne din de Seba a ɔyɛ Bikri babarima a ɔfiri Efraim bepɔ so, na wama ne ho so atia ɔhene, ɔhene Dawid. Fa saa ɔbarima no bra, na mɛfiri kuro no mu.” Ɔbaa no ka kyerɛɛ Yoab sɛ, “Wɔbɛto ne ti afiri ɔfasuo no so ama wo.”
22 ଏଉତ୍ତାରେ ସେ ସ୍ତ୍ରୀ ଆପଣା ବୁଦ୍ଧିରେ ସମସ୍ତ ଲୋକଙ୍କ ନିକଟକୁ ଗଲା। ତହୁଁ ଲୋକମାନେ ବିଖ୍ରିିର ପୁତ୍ର ଶେବଃର ମସ୍ତକ କାଟି ଯୋୟାବ ନିକଟକୁ ବାହାରେ ପକାଇଦେଲେ। ତହିଁରେ ସେ ତୂରୀ ବଜାନ୍ତେ, ଲୋକମାନେ ନଗରରୁ ଛିନ୍ନଭିନ୍ନ ହୋଇ ପ୍ରତ୍ୟେକ ଲୋକ ଆପଣା ଆପଣା ତମ୍ବୁକୁ ଗଲେ। ପୁଣି ଯୋୟାବ ଯିରୂଶାଲମକୁ ରାଜାଙ୍କ ନିକଟକୁ ଫେରିଗଲା।
Afei, ɔbaa no kɔkaa nʼafotu pa no kyerɛɛ nnipa no nyinaa. Na wɔtwaa Bikri babarima Seba ti, to maa Yoab. Enti, ɔhyɛnee totorobɛnto, maa ne mmarima no bɔ hweteeɛ, maa obiara kɔɔ ne fie. Na Yoab sane kɔɔ ɔhene nkyɛn wɔ Yerusalem.
23 ସେସମୟରେ ଯୋୟାବ ଇସ୍ରାଏଲର ସମସ୍ତ ସୈନ୍ୟଦଳର ଉପରେ ଥିଲା; ପୁଣି ଯିହୋୟାଦାର ପୁତ୍ର ବନାୟ କରେଥୀୟ ଓ ପଲେଥୀୟମାନଙ୍କ ଉପରେ ଥିଲା।
Yoab bɛyɛɛ Dawid akodɔm so sahene bio. Na Yehoiada babarima Benaia nso yɛ ɔhene banbɔfoɔ so panin.
24 ଆଉ ଅଦୋନୀରାମ୍‍ ବେଠିକର୍ମକାରୀଙ୍କ ଅଧ୍ୟକ୍ଷ ଥିଲା ଓ ଅହୀଲୂଦର ପୁତ୍ର ଯିହୋଶାଫଟ୍‍ ଇତିହାସ ଲେଖକ,
Adorinam na na ɔhwɛ adwumayɛfoɔ so, na Yehosafat a ɔyɛ Ahilud babarima twerɛ ahemfo ho abakɔsɛm.
25 ଶିବା ଲେଖକ ଥିଲା; ପୁଣି ସାଦୋକ ଓ ଅବୀୟାଥର ଯାଜକ ଥିଲେ;
Na Sewa yɛ asɛnniiɛ twerɛfoɔ. Na Sadok ne Abiatar nso yɛ asɔfoɔ.
26 ପୁଣି ଯାୟୀରୀୟ ଈରା ମଧ୍ୟ ଦାଉଦଙ୍କର ଯାଜକ ଥିଲା।
Ɛnna Yairini Ira nso yɛ Dawid ɔsɔfoɔ.

< ଦ୍ୱିତୀୟ ଶାମୁୟେଲ 20 >