< ଦ୍ୱିତୀୟ ଶାମୁୟେଲ 2 >

1 ଏଥିଉତ୍ତାରେ ଦାଉଦ ସଦାପ୍ରଭୁଙ୍କୁ ପଚାରି କହିଲେ, “ମୁଁ କʼଣ ଯିହୁଦାର କୌଣସି ଏକ ନଗରକୁ ଯିବି?” ସଦାପ୍ରଭୁ ତାଙ୍କୁ କହିଲେ, “ଯାଅ।” ପୁଣି ଦାଉଦ କହିଲେ, “ମୁଁ କେଉଁ ସହରକୁ ଯିବି?” ସେ କହିଲେ “ହିବ୍ରୋଣକୁ।”
Lẹ́yìn àkókò yìí, Dafidi wádìí lọ́wọ́ Olúwa. Ó sì béèrè pé, “Ṣé èmi lè gòkè lọ sí ọ̀kan lára àwọn ìlú Juda?” Olúwa sì wí pé, “Gòkè lọ.” Dafidi sì béèrè pé, “Ní ibo ni kí èmi kí ó lọ?” Olúwa sì dá a lóhùn pé, “Sí Hebroni.”
2 ଏଣୁ ଦାଉଦ ଓ ତାଙ୍କର ଦୁଇ ଭାର୍ଯ୍ୟା ଯିଷ୍ରିୟେଲୀୟା ଅହୀନୋୟମ୍‍ ଓ କର୍ମିଲୀୟ ନାବଲର ଭାର୍ଯ୍ୟା ଅବୀଗଲ ନାମ୍ନୀ ସେହି ସ୍ଥାନକୁ ଗଲେ।
Nígbà náà ni Dafidi gòkè lọ síbẹ̀ pẹ̀lú ìyàwó rẹ̀ méjì Ahinoamu ará Jesreeli, àti Abigaili obìnrin opó Nabali ti Karmeli.
3 ଆଉ ଦାଉଦ ମଧ୍ୟ ଆପଣା ସଙ୍ଗୀମାନଙ୍କୁ ପୁଣି ସେମାନଙ୍କର ପରିବାରବର୍ଗଙ୍କୁ ନେଲେ; ତହିଁରେ ସେମାନେ ହିବ୍ରୋଣର ନଗରମାନରେ ବାସ କଲେ।
Dafidi sì mú àwọn ọkùnrin tí ó wà pẹ̀lú rẹ̀, olúkúlùkù pẹ̀lú ìdílé rẹ̀, wọ́n sì ń gbé ní Hebroni àti ìlú rẹ̀ mìíràn.
4 ତହୁଁ ଯିହୁଦାର ଲୋକମାନେ ଆସି ସେହି ସ୍ଥାନରେ ଦାଉଦଙ୍କୁ ଯିହୁଦା ବଂଶ ଉପରେ ରାଜାଭିଷିକ୍ତ କଲେ। ଏଉତ୍ତାରେ ଯେବେ ଲୋକମାନେ ଯାବେଶ-ଗିଲୀୟଦୀୟମାନେ ଶାଉଲଙ୍କୁ କବର ଦେଲେ ବୋଲି ଦାଉଦଙ୍କୁ ଜଣାଇଲେ।
Nígbà náà àwọn ọkùnrin ará Juda wá sí Hebroni, níbẹ̀ ni wọ́n ti fi àmì òróró yan Dafidi gẹ́gẹ́ bí ọba lórí ilé Juda. Nígbà tí wọ́n sọ fún Dafidi pé, àwọn ọkùnrin ti Jabesi Gileadi ni ó sin òkú Saulu,
5 ତହିଁରେ ଦାଉଦ ଯାବେଶ-ଗିଲୀୟଦର ଲୋକମାନଙ୍କ ନିକଟକୁ ଦୂତଗଣ ପଠାଇ କହିଲେ, “ତୁମ୍ଭେମାନେ ସଦାପ୍ରଭୁଙ୍କ ଦ୍ୱାରା ଆଶୀର୍ବାଦ-ପାତ୍ର, କାରଣ ତୁମ୍ଭେମାନେ ଆପଣା ରାଜା ଶାଉଲଙ୍କ ପ୍ରତି ଏହି ଦୟା ପ୍ରକାଶ କରି ତାଙ୍କୁ କବର ଦେଇଅଛ।
Dafidi rán oníṣẹ́ sí àwọn ọkùnrin Jabesi Gileadi láti sọ fún wọn pé, “Olúwa bùkún un yín fún fífi inú rere yín hàn sí Saulu ọ̀gá yín nípa sí sin ín.
6 ଏଣୁ ସଦାପ୍ରଭୁ ତୁମ୍ଭମାନଙ୍କ ପ୍ରତି ଦୟା ଓ ସତ୍ୟତା ପ୍ରକାଶ କରନ୍ତୁ; ପୁଣି ତୁମ୍ଭେମାନେ ଏହି କର୍ମ କରିବାରୁ ମୁଁ ମଧ୍ୟ ତୁମ୍ଭମାନଙ୍କୁ ସେହି ଦୟାର ପ୍ରତିଦାନ କରିବି।
Kí Olúwa kí ó fi inú rere àti òtítọ́ fún un yín, èmi náà yóò sì san oore yìí fún un yín, nítorí tí ẹ̀yin ti ṣe èyí.
7 ଏହେତୁ ଏବେ ତୁମ୍ଭମାନଙ୍କ ହସ୍ତ ସବଳ ହେଉ ଓ ତୁମ୍ଭେମାନେ ସାହସିକ ହୁଅ; କାରଣ ତୁମ୍ଭମାନଙ୍କ ରାଜା ଶାଉଲ ମରିଅଛନ୍ତି, ମଧ୍ୟ ଯିହୁଦା ବଂଶ ଆପଣା ଉପରେ ମୋତେ ରାଜାଭିଷିକ୍ତ କରିଅଛନ୍ତି।”
Ǹjẹ́ nísinsin yìí, ẹ mú ara yín le, kí ẹ sì ní ìgboyà, nítorí Saulu ọba yín ti kú, ilé Juda sì ti fi àmì òróró yàn mí ní ọba lórí wọn.”
8 ଏଥିମଧ୍ୟରେ ନେର୍‍ର ପୁତ୍ର ଅବ୍‍ନର ନାମକ ଶାଉଲଙ୍କର ସୈନ୍ୟଦଳର ସେନାପତି ଶାଉଲଙ୍କର ପୁତ୍ର ଈଶ୍‍ବୋଶତକୁ ମହନୟିମକୁ ନେଇଯାଇ,
Lákòókò yìí, Abneri ọmọ Neri olórí ogun Saulu ti mú Iṣboṣeti ọmọ Saulu, ó sì mú un kọjá sí Mahanaimu.
9 ଗିଲୀୟଦ ଓ ଅଶୂରି ଓ ଯିଷ୍ରିୟେଲ ଓ ଇଫ୍ରୟିମ ଓ ବିନ୍ୟାମୀନ୍ ଓ ସମସ୍ତ ଇସ୍ରାଏଲ ଉପରେ ରାଜା କଲେ।
Ó sì fi jẹ ọba lórí Gileadi Aṣuri àti Jesreeli àti lórí Efraimu àti lórí Benjamini àti lórí gbogbo Israẹli.
10 ଶାଉଲଙ୍କର ପୁତ୍ର ଈଶ୍‍ବୋଶତ ଚାଳିଶ ବର୍ଷ ବୟସରେ ଇସ୍ରାଏଲ ବଂଶ ଉପରେ ରାଜ୍ୟ କରିବାକୁ ଆରମ୍ଭ କରି ଦୁଇ ବର୍ଷ ରାଜତ୍ୱ କଲା। ମାତ୍ର ଯିହୁଦା ବଂଶ ଦାଉଦଙ୍କର ପଶ୍ଚାଦ୍‍ଗାମୀ ହେଲେ।
Iṣboṣeti ọmọ Saulu sì jẹ́ ọmọ ogójì ọdún nígbà tí ó jẹ ọba lórí Israẹli, ó sì jẹ ọba fún ọdún méjì. Ilé Juda sì ń tọ Dafidi lẹ́yìn.
11 ପୁଣି ହିବ୍ରୋଣରେ ଯିହୁଦା ବଂଶ ଉପରେ ଦାଉଦଙ୍କ ରାଜା ହେବାର ସାତ ବର୍ଷ ଛଅ ମାସ ଥିଲା।
Gbogbo àkókò tí Dafidi fi jẹ ọba ní Hebroni lórí ilé Juda sì jẹ́ ọdún méje àti oṣù mẹ́fà.
12 ନେର୍‍ର ପୁତ୍ର ଅବ୍‍ନର ଓ ଶାଉଲଙ୍କର ପୁତ୍ର ଈଶ୍‍ବୋଶତର ଦାସମାନେ ମହନୟିମରୁ ବାହାରି ଗିବୀୟୋନ୍‍କୁ ଗଲେ।
Abneri ọmọ Neri pẹ̀lú àwọn ọkùnrin ti Iṣboṣeti ọmọkùnrin Saulu kúrò ní Mahanaimu, wọ́n sì lọ sí Gibeoni.
13 ସେତେବେଳେ ସରୁୟାର ପୁତ୍ର ଯୋୟାବ ଓ ଦାଉଦଙ୍କର ଦାସଗଣ ବାହାରି ଗିବୀୟୋନ୍‍ର ପୁଷ୍କରିଣୀ ନିକଟରେ ସେମାନଙ୍କୁ ଭେଟିଲେ; ପୁଣି ସେମାନଙ୍କର ଏକ ଦଳ ପୁଷ୍କରିଣୀର ଏକ ପାଖରେ, ଅନ୍ୟ ଦଳ ପୁଷ୍କରିଣୀର ଅନ୍ୟ ପାଖରେ ବସିଲେ।
Joabu ọmọ Seruiah pẹ̀lú àwọn ọkùnrin Dafidi jáde lọ láti lọ bá wọn ní adágún Gibeoni. Ẹgbẹ́ kan sì jókòó ní apá kan adágún, àti ẹgbẹ́ kejì ní apá kejì adágún.
14 ଏଥିରେ ଅବ୍‍ନର ଯୋୟାବକୁ କହିଲା, “ଯୁବାମାନଙ୍କୁ ଆମ୍ଭମାନଙ୍କ ସମ୍ମୁଖରେ ଉଠି ଖେଳିବା ପାଇଁ କହନ୍ତୁ।” ତହୁଁ ଯୋୟାବ କହିଲା, “ଉଠନ୍ତୁ।”
Nígbà náà, Abneri sọ fún Joabu pé, “Jẹ́ kí díẹ̀ nínú àwọn ọ̀dọ́mọkùnrin yìí ó dìde láti bá ara wọn jà níwájú wa.” Joabu sì dáhùn pé, “Ó dára, jẹ́ kí wọ́n ṣe é.”
15 ତେଣୁ ସେମାନେ ସଂଖ୍ୟାନୁସାରେ ଉଠିଲେ; ବିନ୍ୟାମୀନ୍ ଓ ଶାଉଲଙ୍କର ପୁତ୍ର ଈଶ୍‍ବୋଶତ ପକ୍ଷରେ ବାର ଜଣ ଓ ଦାଉଦଙ୍କର ଦାସମାନଙ୍କ ମଧ୍ୟରୁ ବାର ଜଣ ଅଗ୍ରସର ହେଲେ।
Bẹ́ẹ̀ ni wọ́n dìde sókè, a sì kà wọ́n sí ọkùnrin méjìlá fún Benjamini àti Iṣboṣeti ọmọ Saulu àti méjìlá fún Dafidi.
16 ତହୁଁ ସେମାନେ ପ୍ରତ୍ୟେକେ ଆପଣା ଆପଣା ସହଯୋଦ୍ଧାର ମସ୍ତକ ଧରି ଏକଆରେକ ବକ୍ଷରେ ଖଡ୍ଗ ଭୁସିଲେ; ତହୁଁ ସେମାନେ ସମସ୍ତେ ଏକତ୍ର ମଲେ; ଏହେତୁ ଗିବୀୟୋନ୍‍-ମଧ୍ୟବର୍ତ୍ତୀ ସେହି ସ୍ଥାନର ନାମ ହିଲ୍‍କତ୍‍ ହତ୍‍ସୂରୀମ୍‍ ହେଲା।
Nígbà náà olúkúlùkù ọkùnrin gbá ẹnìkejì rẹ̀ mú ní orí, ó sì fi idà gún ẹnìkejì rẹ̀ lẹ́gbẹ̀ẹ́, wọ́n sì ṣubú lulẹ̀ papọ̀. Bẹ́ẹ̀ ni ibẹ̀ ni Gibeoni ti à ń pè ni Helikatihu Hasurimu.
17 ସେହି ଦିନ ଅତି ଘୋର ଯୁଦ୍ଧ ହେଲା; ପୁଣି ଅବ୍‍ନର ଓ ଇସ୍ରାଏଲ ଲୋକମାନେ ଦାଉଦଙ୍କର ଦାସମାନଙ୍କ ସମ୍ମୁଖରେ ପରାସ୍ତ ହେଲେ।
Ogun náà ní ọjọ́ náà gbóná. Àwọn ọmọkùnrin Dafidi sì ṣẹ́gun Abneri pẹ̀lú àwọn ọkùnrin Israẹli.
18 ସେହି ସ୍ଥାନରେ ଯୋୟାବ ଓ ଅବୀଶୟ ଓ ଅସାହେଲ ନାମରେ ସରୁୟାର ତିନି ପୁତ୍ର ଥିଲେ; ସେହି ଅସାହେଲ କ୍ଷେତ୍ରସ୍ଥ ମୃଗ ପରି ଦ୍ରୁତଗତି ଥିଲା।
Àwọn ọmọkùnrin Seruiah mẹ́tẹ̀ẹ̀ta ni ó wà níbẹ̀: Joabu, Abiṣai àti Asaheli. Nísinsin yìí ẹsẹ̀ Asaheli sì fẹ́rẹ̀ bí ẹsẹ̀ èsúró tí ó wà ní pápá.
19 ପୁଣି ଅସାହେଲ ଅବ୍‍ନର ପଛେ ପଛେ ଗୋଡ଼ାଇଲା; ଆଉ ଅବ୍‍ନରର ପଛେ ଗଲା ବେଳେ ସେ ଦକ୍ଷିଣ କି ବାମକୁ ଫେରିଲା ନାହିଁ।
Asaheli sì ń lépa Abneri, bí òun tí ń lọ kò sì yípadà sí ọ̀tún tàbí sí òsì láti máa tọ́ Abneri lẹ́yìn.
20 ତେବେ ଅବ୍‍ନର ଆପଣା ପଛକୁ ଅନାଇ କହିଲା, “ଅସାହେଲ, ଏ କି ତୁମ୍ଭେ?” ସେ ଉତ୍ତର କଲା, “ମୁଁ।”
Abneri bojú wo ẹ̀yìn rẹ̀, Ó sì béèrè pé, “Ṣé ìwọ Asaheli ni?” Ó dáhùn pé, “Bẹ́ẹ̀ ni.”
21 ଏଥିରେ ଅବ୍‍ନର ତାହାକୁ କହିଲା, “ତୁମ୍ଭେ ଆପଣା ଡାହାଣ କି ବାମ ଆଡ଼େ ଫେରି ଏହି ଯୁବାମାନଙ୍କର କୌଣସି ଜଣକୁ ଧରି ତାହାର ସଜ୍ଜା ଲୁଟି ନିଅ।” ମାତ୍ର ଅସାହେଲ ତାହାର ପଶ୍ଚାତ୍‍ଗମନରୁ ଫେରିଲା ନାହିଁ।
Nígbà náà, Abneri sọ fún un pé, “Yípadà sí ọ̀tún tàbí òsì; mú ọ̀kan lára àwọn ọ̀dọ́mọkùnrin kí o sì bọ́ ìhámọ́ra rẹ.” Ṣùgbọ́n Asaheli kọ̀ láti dẹ́kun lílépa rẹ̀.
22 ତହୁଁ ଅବ୍‍ନର ପୁନର୍ବାର ଅସାହେଲକୁ କହିଲା, “ମୋହର ପଶ୍ଚାଦ୍‍ଗମନରୁ ଫେର; ମୁଁ କାହିଁକି ତୁମ୍ଭକୁ ଆଘାତ କରି ଭୂମିସାତ୍‍ କରିବି? ତାହା କଲେ ମୁଁ କିପରି ତୁମ୍ଭ ଭାଇ ଯୋୟାବ ଆଗରେ ମୁଖ ଦେଖାଇବି?”
Abneri tún kìlọ̀ fún Asaheli, “Dẹ́kun lílépa mi! Èéṣe tí èmi yóò fi lù ọ́ bolẹ̀? Báwo ni èmi yóò ti wo arákùnrin rẹ Joabu lójú?”
23 ତଥାପି ସେ ଫେରିବାକୁ ମନା କଲା; ଏଣୁ ଅବ୍‍ନର ବର୍ଚ୍ଛାର ପଛ ଅଗରେ ତାହାର ପେଟ ଭୁସି ଦିଅନ୍ତେ, ବର୍ଚ୍ଛା ତାହାର ପଛଆଡ଼େ ଫୁଟି ବାହାରିଲା; ତହୁଁ ସେ ସେହିଠାରେ ପଡ଼ି ସେହି ସ୍ଥାନରେ ମଲା; ପୁଣି ଯେତେ ଲୋକ ଅସାହେଲର ପଡ଼ିବା ଓ ମରିବା ସ୍ଥାନକୁ ଆସିଲେ, ସେମାନେ ଠିଆ ହୋଇ ରହିଲେ।
Ṣùgbọ́n ó sí kọ̀ láti padà, Abneri sì fi òdì ọ̀kọ̀ gún un lábẹ́ inú, ọ̀kọ̀ náà sì jáde ní ẹ̀yìn rẹ̀: òun sì ṣubú lulẹ̀ níbẹ̀, ó sì kú ní ibi kan náà; ó sí ṣe gbogbo ènìyàn tí ó dé ibi tí Asaheli gbé ṣubú si, tí ó sì kú, sì dúró jẹ́.
24 ମାତ୍ର ଯୋୟାବ ଓ ଅବୀଶୟ ଅବ୍‍ନରର ପଛେ ପଛେ ଗୋଡ଼ାଇଲେ; ପୁଣି ସେମାନେ ଗିବୀୟୋନ୍‍ ପ୍ରାନ୍ତରର ପଥ ନିକଟବର୍ତ୍ତୀ ଗୀଆ ସମ୍ମୁଖସ୍ଥ ଅମା ପର୍ବତ ନିକଟରେ ଉପସ୍ଥିତ ହେବା ବେଳକୁ ସୂର୍ଯ୍ୟାସ୍ତ ହେଲା।
Joabu àti Abiṣai sì lépa Abneri: oòrùn sì wọ̀, wọ́n sì dé òkè ti Amima tí o wà níwájú Giah lọ́nà ijù Gibeoni.
25 ଏଥିମଧ୍ୟରେ ବିନ୍ୟାମୀନ୍-ସନ୍ତାନଗଣ ଅବ୍‍ନରର ପଶ୍ଚାତ୍‍ ମିଳି ଏକ ଦଳ ହୋଇ ଗୋଟିଏ ପର୍ବତ ଶୃଙ୍ଗରେ ଠିଆ ହେଲେ।
Àwọn ọmọ Benjamini sì kó ara wọn jọ wọ́n tẹ̀lé Abneri, wọ́n sì wá di ẹgbẹ́ kan, wọ́n sì dúró lórí òkè kan.
26 ତେବେ ଅବ୍‍ନର ଯୋୟାବକୁ ଡାକି କହିଲା, “ଖଡ୍ଗ କʼଣ ସର୍ବଦା ଗ୍ରାସ କରିବ? ଶେଷରେ ତାହା ଯେ ତିକ୍ତ ହେବ, ଏହା କʼଣ ତୁମ୍ଭେ ଜାଣ ନାହିଁ? ତେବେ ତୁମ୍ଭେ ଲୋକମାନଙ୍କୁ ସେମାନଙ୍କ ଭାଇମାନଙ୍କ ପଶ୍ଚାଦ୍‍ଗମନରୁ ଫେରିବା ପାଇଁ କେତେ କାଳ ଆଜ୍ଞା ନ ଦେବ?”
Abneri sì pe Joabu, ó sì bi í léèrè pé, “Idà yóò máa parun títí láéláé bí? Ǹjẹ́ ìwọ kò ì tí ì mọ̀ pé yóò korò níkẹyìn? Ǹjẹ́ yóò ha ti pẹ́ tó kí ìwọ tó sọ fún àwọn ènìyàn náà, kí wọ́n dẹ́kun láti máa lépa arákùnrin wọn.”
27 ଏଥିରେ ଯୋୟାବ କହିଲା, “ପରମେଶ୍ୱର ଜୀବିତ ଥିବା ପ୍ରମାଣେ (କହୁ), ତୁମ୍ଭେ କହି ନ ଥିଲେ ତ ମୋର ସୈନିକମାନେ ନିଶ୍ଚୟ ସକାଳ ପର୍ଯ୍ୟନ୍ତ ପ୍ରତ୍ୟେକେ ଆପଣା ଭାଇ ପଛରେ ଗୋଡ଼ାଇ ଥାʼନ୍ତେ।”
Joabu sì wí pé, “Bí Ọlọ́run ti ń bẹ, bí kò ṣe bí ìwọ ti wí, nítòótọ́ ní òwúrọ̀ ni àwọn ènìyàn náà ìbá padà lẹ́yìn arákùnrin wọn.”
28 ତହୁଁ ଯୋୟାବ ତୂରୀ ବଜାନ୍ତେ, ସମସ୍ତ ଲୋକ ଅଟକି ରହିଲେ ଓ ଇସ୍ରାଏଲ ପଛରେ ଆଉ ଗୋଡ଼ାଇଲେ ନାହିଁ, କି ଆଉ ଯୁଦ୍ଧ କଲେ ନାହିଁ।
Joabu sì fọ́n ìpè, gbogbo ènìyàn sì dúró jẹ́ẹ́, wọn kò sì lépa Israẹli mọ́, bẹ́ẹ̀ ni wọn kò sì tún jà mọ́.
29 ଏଉତ୍ତାରେ ଅବ୍‍ନର ଓ ତାହାର ଲୋକମାନେ ସେହି ରାତ୍ରିସାରା ପଦାଭୂମି ଦେଇ ଗମନ କଲେ ଓ ସେମାନେ ଯର୍ଦ୍ଦନ ପାର ହୋଇ ସମୁଦାୟ ବିଥ୍ରୋଣ ଦେଶ ଦେଇ ଯାଇ ମହନୟିମରେ ଉପସ୍ଥିତ ହେଲେ।
Abneri àti àwọn ọmọkùnrin rẹ̀ sì fi gbogbo òru náà rìn ní pẹ̀tẹ́lẹ̀, wọ́n sì kọjá Jordani, wọ́n sì rìn ní gbogbo Bitironi, wọ́n sì wá sí Mahanaimu.
30 ଆଉ ଯୋୟାବ ଅବ୍‍ନରର ପଶ୍ଚାଦ୍‍ଗମନରୁ ଫେରିଲା; ପୁଣି ସେ ସମୁଦାୟ ଲୋକଙ୍କୁ ଏକତ୍ର କରନ୍ତେ, ଦାଉଦଙ୍କର ସୈନିକମାନଙ୍କ ମଧ୍ୟରୁ ଊଣେଇଶ ଜଣ ଓ ଅସାହେଲ ଅନୁପସ୍ଥିତ ଥିଲେ।
Joabu sì dẹ́kun àti máa tọ Abneri lẹ́yìn: ó sì kó gbogbo àwọn ènìyàn náà jọ, ènìyàn mọ́kàndínlógún ni ó kú pẹ̀lú Asaheli nínú àwọn ìránṣẹ́ Dafidi.
31 ମାତ୍ର ଦାଉଦଙ୍କର ଦାସମାନେ ଆଘାତ କରିବାରୁ ବିନ୍ୟାମୀନ୍‍ର ଓ ଅବ୍‍ନରର ଲୋକମାନଙ୍କ ମଧ୍ୟରୁ ତିନି ଶହ ଷାଠିଏ ଲୋକ ମରିଥିଲେ।
Ṣùgbọ́n àwọn ìránṣẹ́ Dafidi sì pa nínú àwọn ènìyàn Benjamini: nínú àwọn ọmọkùnrin Abneri; òjìdínnírinwó ènìyàn.
32 ଏଉତ୍ତାରେ ସେମାନେ ଅସାହେଲକୁ ଉଠାଇ ନେଇ ବେଥଲିହିମସ୍ଥିତ ତାହାର ପିତାର କବରରେ କବର ଦେଲେ। ପୁଣି ଯୋୟାବ ଓ ତାହାର ଲୋକମାନେ ସାରାରାତ୍ରି ଯାତ୍ରା କଲେ ଓ ହିବ୍ରୋଣ ନିକଟରେ ସେମାନେ ସକାଳ ପହଞ୍ଚିଲେ।
Wọ́n si gbé Asaheli wọ́n sì sin ín sínú ibojì baba rẹ̀ tí ó wà ní Bẹtilẹhẹmu. Joabu àti àwọn ọmọkùnrin rẹ̀ fi gbogbo òru náà rìn, ilẹ̀ sì mọ́ wọn sí Hebroni.

< ଦ୍ୱିତୀୟ ଶାମୁୟେଲ 2 >