< ଦ୍ୱିତୀୟ ଶାମୁୟେଲ 2 >
1 ଏଥିଉତ୍ତାରେ ଦାଉଦ ସଦାପ୍ରଭୁଙ୍କୁ ପଚାରି କହିଲେ, “ମୁଁ କʼଣ ଯିହୁଦାର କୌଣସି ଏକ ନଗରକୁ ଯିବି?” ସଦାପ୍ରଭୁ ତାଙ୍କୁ କହିଲେ, “ଯାଅ।” ପୁଣି ଦାଉଦ କହିଲେ, “ମୁଁ କେଉଁ ସହରକୁ ଯିବି?” ସେ କହିଲେ “ହିବ୍ରୋଣକୁ।”
Mmerɛ no ara mu, Dawid bisaa Awurade sɛ, “Mensane nkɔ Yuda anaa?” Awurade buaa no sɛ, “Kɔ.” Dawid bisaa no sɛ, “Kuro bɛn na menkɔ so?” Awurade buaa no sɛ, “Hebron.”
2 ଏଣୁ ଦାଉଦ ଓ ତାଙ୍କର ଦୁଇ ଭାର୍ଯ୍ୟା ଯିଷ୍ରିୟେଲୀୟା ଅହୀନୋୟମ୍ ଓ କର୍ମିଲୀୟ ନାବଲର ଭାର୍ଯ୍ୟା ଅବୀଗଲ ନାମ୍ନୀ ସେହି ସ୍ଥାନକୁ ଗଲେ।
Na Dawid yerenom ne Ahinoam a ɔfiri Yesreel ne Abigail a ɔfiri Karmel a na ɔyɛ Nabal yere no. Enti Dawid ne ne yerenom,
3 ଆଉ ଦାଉଦ ମଧ୍ୟ ଆପଣା ସଙ୍ଗୀମାନଙ୍କୁ ପୁଣି ସେମାନଙ୍କର ପରିବାରବର୍ଗଙ୍କୁ ନେଲେ; ତହିଁରେ ସେମାନେ ହିବ୍ରୋଣର ନଗରମାନରେ ବାସ କଲେ।
ne ne mmarima ne wɔn fiefoɔ nyinaa tu kɔɔ Yuda, na wɔkɔtenaa Hebron ne ne nkuro so.
4 ତହୁଁ ଯିହୁଦାର ଲୋକମାନେ ଆସି ସେହି ସ୍ଥାନରେ ଦାଉଦଙ୍କୁ ଯିହୁଦା ବଂଶ ଉପରେ ରାଜାଭିଷିକ୍ତ କଲେ। ଏଉତ୍ତାରେ ଯେବେ ଲୋକମାନେ ଯାବେଶ-ଗିଲୀୟଦୀୟମାନେ ଶାଉଲଙ୍କୁ କବର ଦେଲେ ବୋଲି ଦାଉଦଙ୍କୁ ଜଣାଇଲେ।
Afei, Yuda ntuanofoɔ kɔɔ Hebron, kɔsraa Dawid ngo sii no ɔhene wɔ Yuda abusuakuo so. Na ɛberɛ a Dawid tee sɛ Yabes Gilead mmarima asie Saulo no,
5 ତହିଁରେ ଦାଉଦ ଯାବେଶ-ଗିଲୀୟଦର ଲୋକମାନଙ୍କ ନିକଟକୁ ଦୂତଗଣ ପଠାଇ କହିଲେ, “ତୁମ୍ଭେମାନେ ସଦାପ୍ରଭୁଙ୍କ ଦ୍ୱାରା ଆଶୀର୍ବାଦ-ପାତ୍ର, କାରଣ ତୁମ୍ଭେମାନେ ଆପଣା ରାଜା ଶାଉଲଙ୍କ ପ୍ରତି ଏହି ଦୟା ପ୍ରକାଶ କରି ତାଙ୍କୁ କବର ଦେଇଅଛ।
ɔtoo wɔn nkra sɛ, “Awurade nhyira mo sɛ moayi nokorɛ a ɛte saa adi, ama mo wura Saulo, na moasie no animuonyam so.
6 ଏଣୁ ସଦାପ୍ରଭୁ ତୁମ୍ଭମାନଙ୍କ ପ୍ରତି ଦୟା ଓ ସତ୍ୟତା ପ୍ରକାଶ କରନ୍ତୁ; ପୁଣି ତୁମ୍ଭେମାନେ ଏହି କର୍ମ କରିବାରୁ ମୁଁ ମଧ୍ୟ ତୁମ୍ଭମାନଙ୍କୁ ସେହି ଦୟାର ପ୍ରତିଦାନ କରିବି।
Na afei, Awurade ne mo nni no yie na ɔntua mo dɔ sononko yi so ka. Na me nso mɛtua mo deɛ moayɛ yi so ka.
7 ଏହେତୁ ଏବେ ତୁମ୍ଭମାନଙ୍କ ହସ୍ତ ସବଳ ହେଉ ଓ ତୁମ୍ଭେମାନେ ସାହସିକ ହୁଅ; କାରଣ ତୁମ୍ଭମାନଙ୍କ ରାଜା ଶାଉଲ ମରିଅଛନ୍ତି, ମଧ୍ୟ ଯିହୁଦା ବଂଶ ଆପଣା ଉପରେ ମୋତେ ରାଜାଭିଷିକ୍ତ କରିଅଛନ୍ତି।”
Afei a Saulo awu yi, mepɛ sɛ mobɛyɛ mʼasomfoɔ nokwafoɔ sɛ Yudafoɔ a wɔasra me ngo sɛ menni wɔn so ɔhene no.”
8 ଏଥିମଧ୍ୟରେ ନେର୍ର ପୁତ୍ର ଅବ୍ନର ନାମକ ଶାଉଲଙ୍କର ସୈନ୍ୟଦଳର ସେନାପତି ଶାଉଲଙ୍କର ପୁତ୍ର ଈଶ୍ବୋଶତକୁ ମହନୟିମକୁ ନେଇଯାଇ,
Na Ner babarima Abner a na ɔyɛ Saulo safohene wɔ nʼakodɔm so ne Saulo babarima Is-Boset kɔɔ Mahanaim.
9 ଗିଲୀୟଦ ଓ ଅଶୂରି ଓ ଯିଷ୍ରିୟେଲ ଓ ଇଫ୍ରୟିମ ଓ ବିନ୍ୟାମୀନ୍ ଓ ସମସ୍ତ ଇସ୍ରାଏଲ ଉପରେ ରାଜା କଲେ।
Ɛhɔ na ɔsii Is-Boset ɔhene wɔ Gilead, Yesreel, Efraim, Benyamin, Asurifoɔ asase ne Israel nyinaa so.
10 ଶାଉଲଙ୍କର ପୁତ୍ର ଈଶ୍ବୋଶତ ଚାଳିଶ ବର୍ଷ ବୟସରେ ଇସ୍ରାଏଲ ବଂଶ ଉପରେ ରାଜ୍ୟ କରିବାକୁ ଆରମ୍ଭ କରି ଦୁଇ ବର୍ଷ ରାଜତ୍ୱ କଲା। ମାତ୍ର ଯିହୁଦା ବଂଶ ଦାଉଦଙ୍କର ପଶ୍ଚାଦ୍ଗାମୀ ହେଲେ।
Ɛberɛ a Is-Boset dii adeɛ no, na wadi mfirinhyia aduanan, na ɔdii adeɛ firi Mahanaim mfeɛ mmienu. Na Yuda abusuakuo no dii Dawid nokorɛ.
11 ପୁଣି ହିବ୍ରୋଣରେ ଯିହୁଦା ବଂଶ ଉପରେ ଦାଉଦଙ୍କ ରାଜା ହେବାର ସାତ ବର୍ଷ ଛଅ ମାସ ଥିଲା।
Dawid yɛɛ Hebron ne kuropɔn. Na ɔdii Yuda so ɔhene mfirinhyia nson ne fa.
12 ନେର୍ର ପୁତ୍ର ଅବ୍ନର ଓ ଶାଉଲଙ୍କର ପୁତ୍ର ଈଶ୍ବୋଶତର ଦାସମାନେ ମହନୟିମରୁ ବାହାରି ଗିବୀୟୋନ୍କୁ ଗଲେ।
Ɛda koro bi, Abner dii Is-Boset akodɔm anim, firi Mahanaim kɔɔ Gibeon.
13 ସେତେବେଳେ ସରୁୟାର ପୁତ୍ର ଯୋୟାବ ଓ ଦାଉଦଙ୍କର ଦାସଗଣ ବାହାରି ଗିବୀୟୋନ୍ର ପୁଷ୍କରିଣୀ ନିକଟରେ ସେମାନଙ୍କୁ ଭେଟିଲେ; ପୁଣି ସେମାନଙ୍କର ଏକ ଦଳ ପୁଷ୍କରିଣୀର ଏକ ପାଖରେ, ଅନ୍ୟ ଦଳ ପୁଷ୍କରିଣୀର ଅନ୍ୟ ପାଖରେ ବସିଲେ।
Saa ɛberɛ korɔ no ara mu, Seruia babarima Yoab nso dii Dawid akodɔm anim, firi Hebron na wɔhyiaa Abner wɔ Gibeon ɔtadeɛ ho. Akuo mmienu no tenatenaa ase a na wɔdi nhwɛanimu.
14 ଏଥିରେ ଅବ୍ନର ଯୋୟାବକୁ କହିଲା, “ଯୁବାମାନଙ୍କୁ ଆମ୍ଭମାନଙ୍କ ସମ୍ମୁଖରେ ଉଠି ଖେଳିବା ପାଇଁ କହନ୍ତୁ।” ତହୁଁ ଯୋୟାବ କହିଲା, “ଉଠନ୍ତୁ।”
Afei, Abner susuu ho kyerɛɛ Yoab sɛ, “Ma yɛmfa yɛn akofoɔ no mu kakra, na wɔmfa wɔn nsa nni ako nyɛ oyikyerɛ.” Yoab penee so kaa sɛ, “Wɔnsɔre nko ɛ.”
15 ତେଣୁ ସେମାନେ ସଂଖ୍ୟାନୁସାରେ ଉଠିଲେ; ବିନ୍ୟାମୀନ୍ ଓ ଶାଉଲଙ୍କର ପୁତ୍ର ଈଶ୍ବୋଶତ ପକ୍ଷରେ ବାର ଜଣ ଓ ଦାଉଦଙ୍କର ଦାସମାନଙ୍କ ମଧ୍ୟରୁ ବାର ଜଣ ଅଗ୍ରସର ହେଲେ।
Enti, wɔyii mmarima dumienu firii ekuo biara mu sɛ wɔnni wɔn ho ako.
16 ତହୁଁ ସେମାନେ ପ୍ରତ୍ୟେକେ ଆପଣା ଆପଣା ସହଯୋଦ୍ଧାର ମସ୍ତକ ଧରି ଏକଆରେକ ବକ୍ଷରେ ଖଡ୍ଗ ଭୁସିଲେ; ତହୁଁ ସେମାନେ ସମସ୍ତେ ଏକତ୍ର ମଲେ; ଏହେତୁ ଗିବୀୟୋନ୍-ମଧ୍ୟବର୍ତ୍ତୀ ସେହି ସ୍ଥାନର ନାମ ହିଲ୍କତ୍ ହତ୍ସୂରୀମ୍ ହେଲା।
Obiara sɔɔ ne tiafoɔ tirinwi mu, de nʼakofena wowɔɔ wɔn ho, maa wɔn nyinaa wuwuiɛ. Enti, wɔfrɛ atɔeɛ mu hɔ sɛ Akofena Afuo de bɛsi ɛnnɛ.
17 ସେହି ଦିନ ଅତି ଘୋର ଯୁଦ୍ଧ ହେଲା; ପୁଣି ଅବ୍ନର ଓ ଇସ୍ରାଏଲ ଲୋକମାନେ ଦାଉଦଙ୍କର ଦାସମାନଙ୍କ ସମ୍ମୁଖରେ ପରାସ୍ତ ହେଲେ।
Afei, akodɔm mmienu no de ɔko hyehyɛɛ so, na saa da no baa awieeɛ no, na Dawid akodɔm no adi Abner ne Israel so nkonim.
18 ସେହି ସ୍ଥାନରେ ଯୋୟାବ ଓ ଅବୀଶୟ ଓ ଅସାହେଲ ନାମରେ ସରୁୟାର ତିନି ପୁତ୍ର ଥିଲେ; ସେହି ଅସାହେଲ କ୍ଷେତ୍ରସ୍ଥ ମୃଗ ପରି ଦ୍ରୁତଗତି ଥିଲା।
Na Yoab, Abisai ne Asahel a wɔyɛ Seruia mmammarima baasa no ka Dawid akodɔm no ho saa da no. Na Asahel tu mmirika te sɛ ɔforoteɛ,
19 ପୁଣି ଅସାହେଲ ଅବ୍ନର ପଛେ ପଛେ ଗୋଡ଼ାଇଲା; ଆଉ ଅବ୍ନରର ପଛେ ଗଲା ବେଳେ ସେ ଦକ୍ଷିଣ କି ବାମକୁ ଫେରିଲା ନାହିଁ।
na ɔpamoo Abner ara sɛ, ɔbɛkyere no.
20 ତେବେ ଅବ୍ନର ଆପଣା ପଛକୁ ଅନାଇ କହିଲା, “ଅସାହେଲ, ଏ କି ତୁମ୍ଭେ?” ସେ ଉତ୍ତର କଲା, “ମୁଁ।”
Ɛberɛ a Abner twaa nʼani hunuu sɛ ɔgu ne so no, ɔteaam sɛ, “Wo nie, Asahel!” Ɔbuaa sɛ, “Aane, ɛyɛ me!”
21 ଏଥିରେ ଅବ୍ନର ତାହାକୁ କହିଲା, “ତୁମ୍ଭେ ଆପଣା ଡାହାଣ କି ବାମ ଆଡ଼େ ଫେରି ଏହି ଯୁବାମାନଙ୍କର କୌଣସି ଜଣକୁ ଧରି ତାହାର ସଜ୍ଜା ଲୁଟି ନିଅ।” ମାତ୍ର ଅସାହେଲ ତାହାର ପଶ୍ଚାତ୍ଗମନରୁ ଫେରିଲା ନାହିଁ।
Na Abner ka kyerɛɛ no sɛ, “Ɛnneɛ, kɔpɛ obi foforɔ, na wone no nko. Kɔ na kɔsi mmeranteɛ no baako so, na gye nʼakodeɛ a ɛwɔ ne ho nyinaa.” Nanso, Asahel, kɔɔ so taa no.
22 ତହୁଁ ଅବ୍ନର ପୁନର୍ବାର ଅସାହେଲକୁ କହିଲା, “ମୋହର ପଶ୍ଚାଦ୍ଗମନରୁ ଫେର; ମୁଁ କାହିଁକି ତୁମ୍ଭକୁ ଆଘାତ କରି ଭୂମିସାତ୍ କରିବି? ତାହା କଲେ ମୁଁ କିପରି ତୁମ୍ଭ ଭାଇ ଯୋୟାବ ଆଗରେ ମୁଖ ଦେଖାଇବି?”
Bio, Abner teaam ka kyerɛɛ Asahel sɛ, “Firi ha kɔ! Sɛ mekum wo a, merentumi nhwɛ wo nuabarima Yoab anim.”
23 ତଥାପି ସେ ଫେରିବାକୁ ମନା କଲା; ଏଣୁ ଅବ୍ନର ବର୍ଚ୍ଛାର ପଛ ଅଗରେ ତାହାର ପେଟ ଭୁସି ଦିଅନ୍ତେ, ବର୍ଚ୍ଛା ତାହାର ପଛଆଡ଼େ ଫୁଟି ବାହାରିଲା; ତହୁଁ ସେ ସେହିଠାରେ ପଡ଼ି ସେହି ସ୍ଥାନରେ ମଲା; ପୁଣି ଯେତେ ଲୋକ ଅସାହେଲର ପଡ଼ିବା ଓ ମରିବା ସ୍ଥାନକୁ ଆସିଲେ, ସେମାନେ ଠିଆ ହୋଇ ରହିଲେ।
Nanso, Asahel antie ara, enti Abner de ne pea no wɔɔ ne yafunu mu, maa pea no pue firii nʼakyi. Ɔbu hwee fam hɔ wuiɛ. Na obiara a ɔduruu atɔeɛ mu hɔ no gyinaa dinn hwɛɛ Asahel sɛ ɔda hɔ.
24 ମାତ୍ର ଯୋୟାବ ଓ ଅବୀଶୟ ଅବ୍ନରର ପଛେ ପଛେ ଗୋଡ଼ାଇଲେ; ପୁଣି ସେମାନେ ଗିବୀୟୋନ୍ ପ୍ରାନ୍ତରର ପଥ ନିକଟବର୍ତ୍ତୀ ଗୀଆ ସମ୍ମୁଖସ୍ଥ ଅମା ପର୍ବତ ନିକଟରେ ଉପସ୍ଥିତ ହେବା ବେଳକୁ ସୂର୍ଯ୍ୟାସ୍ତ ହେଲା।
Ɛberɛ a Yoab ne Abisai tee asɛm a asi no, wɔkɔɔ sɛ wɔrekɔhwehwɛ Abner. Ɛberɛ a wɔduruu Amma bepɔ a ɛbɛn Gia a ɛwɔ ɛkwan a ɛda hɔ kɔ Gibeon ɛserɛ so no, na onwunu adwo.
25 ଏଥିମଧ୍ୟରେ ବିନ୍ୟାମୀନ୍-ସନ୍ତାନଗଣ ଅବ୍ନରର ପଶ୍ଚାତ୍ ମିଳି ଏକ ଦଳ ହୋଇ ଗୋଟିଏ ପର୍ବତ ଶୃଙ୍ଗରେ ଠିଆ ହେଲେ।
Abner akodɔm a wɔfiri Benyamin abusuakuo mu no boaa wɔn ho ano wɔ bepɔ no so yɛɛ krado maa ɔko.
26 ତେବେ ଅବ୍ନର ଯୋୟାବକୁ ଡାକି କହିଲା, “ଖଡ୍ଗ କʼଣ ସର୍ବଦା ଗ୍ରାସ କରିବ? ଶେଷରେ ତାହା ଯେ ତିକ୍ତ ହେବ, ଏହା କʼଣ ତୁମ୍ଭେ ଜାଣ ନାହିଁ? ତେବେ ତୁମ୍ଭେ ଲୋକମାନଙ୍କୁ ସେମାନଙ୍କ ଭାଇମାନଙ୍କ ପଶ୍ଚାଦ୍ଗମନରୁ ଫେରିବା ପାଇଁ କେତେ କାଳ ଆଜ୍ଞା ନ ଦେବ?”
Ɛhɔ na Abner teaam, ka kyerɛɛ Yoab sɛ, “Enti, ɛsɛ sɛ daa yɛfa akofena so de ka yɛn ntam asɛm anaa? Monnhunu sɛ, saa ɛkwan no de nitan bɛto yɛn ntam? Da bɛn na wobɛfrɛ wo mmarima no aka akyerɛ wɔn sɛ, wɔnnyae wɔn nuanom Israelfoɔ akyidie?”
27 ଏଥିରେ ଯୋୟାବ କହିଲା, “ପରମେଶ୍ୱର ଜୀବିତ ଥିବା ପ୍ରମାଣେ (କହୁ), ତୁମ୍ଭେ କହି ନ ଥିଲେ ତ ମୋର ସୈନିକମାନେ ନିଶ୍ଚୟ ସକାଳ ପର୍ଯ୍ୟନ୍ତ ପ୍ରତ୍ୟେକେ ଆପଣା ଭାଇ ପଛରେ ଗୋଡ଼ାଇ ଥାʼନ୍ତେ।”
Na Yoab kaa sɛ, “Sɛ woankasa a anka, Onyankopɔn nko ara na ɔnim deɛ ɛbɛba; anka yɛbɛtaa wo anadwo mu no nyinaa.”
28 ତହୁଁ ଯୋୟାବ ତୂରୀ ବଜାନ୍ତେ, ସମସ୍ତ ଲୋକ ଅଟକି ରହିଲେ ଓ ଇସ୍ରାଏଲ ପଛରେ ଆଉ ଗୋଡ଼ାଇଲେ ନାହିଁ, କି ଆଉ ଯୁଦ୍ଧ କଲେ ନାହିଁ।
Enti, Yoab hyɛn ne totorobɛnto, maa ne mmarima no gyaee Israel akodɔm no so taa.
29 ଏଉତ୍ତାରେ ଅବ୍ନର ଓ ତାହାର ଲୋକମାନେ ସେହି ରାତ୍ରିସାରା ପଦାଭୂମି ଦେଇ ଗମନ କଲେ ଓ ସେମାନେ ଯର୍ଦ୍ଦନ ପାର ହୋଇ ସମୁଦାୟ ବିଥ୍ରୋଣ ଦେଶ ଦେଇ ଯାଇ ମହନୟିମରେ ଉପସ୍ଥିତ ହେଲେ।
Anadwo mu no nyinaa, Abner ne ne mmarima nante kɔɔ Araba. Wɔtwaa Yordan bɔnhwa, toaa so kɔɔ Bitron, bɛduruu Mahanaim.
30 ଆଉ ଯୋୟାବ ଅବ୍ନରର ପଶ୍ଚାଦ୍ଗମନରୁ ଫେରିଲା; ପୁଣି ସେ ସମୁଦାୟ ଲୋକଙ୍କୁ ଏକତ୍ର କରନ୍ତେ, ଦାଉଦଙ୍କର ସୈନିକମାନଙ୍କ ମଧ୍ୟରୁ ଊଣେଇଶ ଜଣ ଓ ଅସାହେଲ ଅନୁପସ୍ଥିତ ଥିଲେ।
Na Yoab gyaee Abner akyidie, na ɔboaboaa ne mmarima ano. Asahel akyi no, wɔhunuu sɛ Dawid mmarima no mu dunkron ayera.
31 ମାତ୍ର ଦାଉଦଙ୍କର ଦାସମାନେ ଆଘାତ କରିବାରୁ ବିନ୍ୟାମୀନ୍ର ଓ ଅବ୍ନରର ଲୋକମାନଙ୍କ ମଧ୍ୟରୁ ତିନି ଶହ ଷାଠିଏ ଲୋକ ମରିଥିଲେ।
Nanso, na Dawid mmarima no akunkum Benyaminfoɔ no mu nnipa ahansia ne aduosia a na wɔka Abner ho no.
32 ଏଉତ୍ତାରେ ସେମାନେ ଅସାହେଲକୁ ଉଠାଇ ନେଇ ବେଥଲିହିମସ୍ଥିତ ତାହାର ପିତାର କବରରେ କବର ଦେଲେ। ପୁଣି ଯୋୟାବ ଓ ତାହାର ଲୋକମାନେ ସାରାରାତ୍ରି ଯାତ୍ରା କଲେ ଓ ହିବ୍ରୋଣ ନିକଟରେ ସେମାନେ ସକାଳ ପହଞ୍ଚିଲେ।
Wɔfaa Asahel siee no wɔ nʼagya ɔboda mu wɔ Betlehem. Na Yoab ne ne mmarima nantee anadwo mu no nyinaa kɔduruu Hebron adekyeeɛ.