< ଦ୍ୱିତୀୟ ଶାମୁୟେଲ 2 >

1 ଏଥିଉତ୍ତାରେ ଦାଉଦ ସଦାପ୍ରଭୁଙ୍କୁ ପଚାରି କହିଲେ, “ମୁଁ କʼଣ ଯିହୁଦାର କୌଣସି ଏକ ନଗରକୁ ଯିବି?” ସଦାପ୍ରଭୁ ତାଙ୍କୁ କହିଲେ, “ଯାଅ।” ପୁଣି ଦାଉଦ କହିଲେ, “ମୁଁ କେଉଁ ସହରକୁ ଯିବି?” ସେ କହିଲେ “ହିବ୍ରୋଣକୁ।”
這事以後,達味求問上主說:「我是否可以上猶大的一座城中去﹖」上主對他說:「可以。」達味又問說:「我上何處去﹖」答說:「往赫貝龍去。」
2 ଏଣୁ ଦାଉଦ ଓ ତାଙ୍କର ଦୁଇ ଭାର୍ଯ୍ୟା ଯିଷ୍ରିୟେଲୀୟା ଅହୀନୋୟମ୍‍ ଓ କର୍ମିଲୀୟ ନାବଲର ଭାର୍ଯ୍ୟା ଅବୀଗଲ ନାମ୍ନୀ ସେହି ସ୍ଥାନକୁ ଗଲେ।
於是達味帶著他兩個妻子:依次勒耳人阿希諾罕和作過加爾默耳人納巴耳妻子的阿彼蓋耳,上那裏去了。
3 ଆଉ ଦାଉଦ ମଧ୍ୟ ଆପଣା ସଙ୍ଗୀମାନଙ୍କୁ ପୁଣି ସେମାନଙ୍କର ପରିବାରବର୍ଗଙ୍କୁ ନେଲେ; ତହିଁରେ ସେମାନେ ହିବ୍ରୋଣର ନଗରମାନରେ ବାସ କଲେ।
凡跟隨達味的人,他也叫他們各帶家眷一起上去,住在赫類龍城各區內。
4 ତହୁଁ ଯିହୁଦାର ଲୋକମାନେ ଆସି ସେହି ସ୍ଥାନରେ ଦାଉଦଙ୍କୁ ଯିହୁଦା ବଂଶ ଉପରେ ରାଜାଭିଷିକ୍ତ କଲେ। ଏଉତ୍ତାରେ ଯେବେ ଲୋକମାନେ ଯାବେଶ-ଗିଲୀୟଦୀୟମାନେ ଶାଉଲଙ୍କୁ କବର ଦେଲେ ବୋଲି ଦାଉଦଙ୍କୁ ଜଣାଇଲେ।
以後,猶大人來,在那裏給達味傅油,立他作猶大家族的君王。有人告訴達味,基肋阿得雅貝士人埋葬了撒烏耳。
5 ତହିଁରେ ଦାଉଦ ଯାବେଶ-ଗିଲୀୟଦର ଲୋକମାନଙ୍କ ନିକଟକୁ ଦୂତଗଣ ପଠାଇ କହିଲେ, “ତୁମ୍ଭେମାନେ ସଦାପ୍ରଭୁଙ୍କ ଦ୍ୱାରା ଆଶୀର୍ବାଦ-ପାତ୍ର, କାରଣ ତୁମ୍ଭେମାନେ ଆପଣା ରାଜା ଶାଉଲଙ୍କ ପ୍ରତି ଏହି ଦୟା ପ୍ରକାଶ କରି ତାଙ୍କୁ କବର ଦେଇଅଛ।
達味就派遣使者到基肋阿得雅貝士人那裏,向他們說:「願上主祝福你們! 因為你們對你們的主上撒烏耳行了這件善事,將他埋葬了。
6 ଏଣୁ ସଦାପ୍ରଭୁ ତୁମ୍ଭମାନଙ୍କ ପ୍ରତି ଦୟା ଓ ସତ୍ୟତା ପ୍ରକାଶ କରନ୍ତୁ; ପୁଣି ତୁମ୍ଭେମାନେ ଏହି କର୍ମ କରିବାରୁ ମୁଁ ମଧ୍ୟ ତୁମ୍ଭମାନଙ୍କୁ ସେହି ଦୟାର ପ୍ରତିଦାନ କରିବି।
願上主對你們顯示他的慈愛和忠信! 因為你們作了這事,我也要恩待你們。
7 ଏହେତୁ ଏବେ ତୁମ୍ଭମାନଙ୍କ ହସ୍ତ ସବଳ ହେଉ ଓ ତୁମ୍ଭେମାନେ ସାହସିକ ହୁଅ; କାରଣ ତୁମ୍ଭମାନଙ୍କ ରାଜା ଶାଉଲ ମରିଅଛନ୍ତି, ମଧ୍ୟ ଯିହୁଦା ବଂଶ ଆପଣା ଉପରେ ମୋତେ ରାଜାଭିଷିକ୍ତ କରିଅଛନ୍ତି।”
現在你們要加強自己的力量,作勇敢的人,因為你們的主上撒烏耳已經陣亡,但猶大家族已給我傅油,立我做了他們的君王。」
8 ଏଥିମଧ୍ୟରେ ନେର୍‍ର ପୁତ୍ର ଅବ୍‍ନର ନାମକ ଶାଉଲଙ୍କର ସୈନ୍ୟଦଳର ସେନାପତି ଶାଉଲଙ୍କର ପୁତ୍ର ଈଶ୍‍ବୋଶତକୁ ମହନୟିମକୁ ନେଇଯାଇ,
那時,撒烏耳的軍長,乃爾的兒子阿貝乃爾,已帶領撒烏耳的兒子依市巴耳過河,到了瑪哈納殷,
9 ଗିଲୀୟଦ ଓ ଅଶୂରି ଓ ଯିଷ୍ରିୟେଲ ଓ ଇଫ୍ରୟିମ ଓ ବିନ୍ୟାମୀନ୍ ଓ ସମସ୍ତ ଇସ୍ରାଏଲ ଉପରେ ରାଜା କଲେ।
立他為基肋阿得、革叔爾、依次勒耳、厄弗辣因、本雅明,全以色列的君王。
10 ଶାଉଲଙ୍କର ପୁତ୍ର ଈଶ୍‍ବୋଶତ ଚାଳିଶ ବର୍ଷ ବୟସରେ ଇସ୍ରାଏଲ ବଂଶ ଉପରେ ରାଜ୍ୟ କରିବାକୁ ଆରମ୍ଭ କରି ଦୁଇ ବର୍ଷ ରାଜତ୍ୱ କଲା। ମାତ୍ର ଯିହୁଦା ବଂଶ ଦାଉଦଙ୍କର ପଶ୍ଚାଦ୍‍ଗାମୀ ହେଲେ।
撒烏耳的兒子依市巴耳為以色列王時,已四十歲,為王兩年。此時隨從達味的,只有猶大家族。
11 ପୁଣି ହିବ୍ରୋଣରେ ଯିହୁଦା ବଂଶ ଉପରେ ଦାଉଦଙ୍କ ରାଜା ହେବାର ସାତ ବର୍ଷ ଛଅ ମାସ ଥିଲା।
達味在赫貝龍作猶大家族君王的年數,共七年零六個月。
12 ନେର୍‍ର ପୁତ୍ର ଅବ୍‍ନର ଓ ଶାଉଲଙ୍କର ପୁତ୍ର ଈଶ୍‍ବୋଶତର ଦାସମାନେ ମହନୟିମରୁ ବାହାରି ଗିବୀୟୋନ୍‍କୁ ଗଲେ।
乃爾的兒子阿貝乃爾和撒烏耳的兒子依市巴耳的臣僕,從瑪哈納殷來到基貝紅。
13 ସେତେବେଳେ ସରୁୟାର ପୁତ୍ର ଯୋୟାବ ଓ ଦାଉଦଙ୍କର ଦାସଗଣ ବାହାରି ଗିବୀୟୋନ୍‍ର ପୁଷ୍କରିଣୀ ନିକଟରେ ସେମାନଙ୍କୁ ଭେଟିଲେ; ପୁଣି ସେମାନଙ୍କର ଏକ ଦଳ ପୁଷ୍କରିଣୀର ଏକ ପାଖରେ, ଅନ୍ୟ ଦଳ ପୁଷ୍କରିଣୀର ଅନ୍ୟ ପାଖରେ ବସିଲେ।
責魯雅的兒子約阿布和達味的臣僕,也從赫貝龍出發,彼此在基貝紅池旁相遇,雙方就都停下,各立在水池一邊。
14 ଏଥିରେ ଅବ୍‍ନର ଯୋୟାବକୁ କହିଲା, “ଯୁବାମାନଙ୍କୁ ଆମ୍ଭମାନଙ୍କ ସମ୍ମୁଖରେ ଉଠି ଖେଳିବା ପାଇଁ କହନ୍ତୁ।” ତହୁଁ ଯୋୟାବ କହିଲା, “ଉଠନ୍ତୁ।”
阿貝乃爾對約阿布說:「讓青年人出來,在我們面前比比武! 」約阿布答說:「好,叫他們出來! 」
15 ତେଣୁ ସେମାନେ ସଂଖ୍ୟାନୁସାରେ ଉଠିଲେ; ବିନ୍ୟାମୀନ୍ ଓ ଶାଉଲଙ୍କର ପୁତ୍ର ଈଶ୍‍ବୋଶତ ପକ୍ଷରେ ବାର ଜଣ ଓ ଦାଉଦଙ୍କର ଦାସମାନଙ୍କ ମଧ୍ୟରୁ ବାର ଜଣ ଅଗ୍ରସର ହେଲେ।
他們就出來,點了人數,十二個本雅明人在撒烏耳的兒子依市巴耳一面,由達味的僕味的僕從中,也出來十二個人。
16 ତହୁଁ ସେମାନେ ପ୍ରତ୍ୟେକେ ଆପଣା ଆପଣା ସହଯୋଦ୍ଧାର ମସ୍ତକ ଧରି ଏକଆରେକ ବକ୍ଷରେ ଖଡ୍ଗ ଭୁସିଲେ; ତହୁଁ ସେମାନେ ସମସ୍ତେ ଏକତ୍ର ମଲେ; ଏହେତୁ ଗିବୀୟୋନ୍‍-ମଧ୍ୟବର୍ତ୍ତୀ ସେହି ସ୍ଥାନର ନାମ ହିଲ୍‍କତ୍‍ ହତ୍‍ସୂରୀମ୍‍ ହେଲା।
每人抓住對方的頭,用力猛刺對方的腰,雙方都同時倒下;因此那地方叫作匝得平原,離基貝紅不遠。
17 ସେହି ଦିନ ଅତି ଘୋର ଯୁଦ୍ଧ ହେଲା; ପୁଣି ଅବ୍‍ନର ଓ ଇସ୍ରାଏଲ ଲୋକମାନେ ଦାଉଦଙ୍କର ଦାସମାନଙ୍କ ସମ୍ମୁଖରେ ପରାସ୍ତ ହେଲେ।
那天也發生了很激烈的戰鬥,阿貝乃爾和以色列人,竟為達味的臣僕打敗。
18 ସେହି ସ୍ଥାନରେ ଯୋୟାବ ଓ ଅବୀଶୟ ଓ ଅସାହେଲ ନାମରେ ସରୁୟାର ତିନି ପୁତ୍ର ଥିଲେ; ସେହି ଅସାହେଲ କ୍ଷେତ୍ରସ୍ଥ ମୃଗ ପରି ଦ୍ରୁତଗତି ଥିଲା।
責魯雅的三個兒子約阿布、阿彼瑟與阿撒耳,那時都在場,阿撒耳的腿快捷像野羚羊。
19 ପୁଣି ଅସାହେଲ ଅବ୍‍ନର ପଛେ ପଛେ ଗୋଡ଼ାଇଲା; ଆଉ ଅବ୍‍ନରର ପଛେ ଗଲା ବେଳେ ସେ ଦକ୍ଷିଣ କି ବାମକୁ ଫେରିଲା ନାହିଁ।
阿撒耳便去追趕阿貝乃爾,不左不右,直追阿貝乃爾。
20 ତେବେ ଅବ୍‍ନର ଆପଣା ପଛକୁ ଅନାଇ କହିଲା, “ଅସାହେଲ, ଏ କି ତୁମ୍ଭେ?” ସେ ଉତ୍ତର କଲା, “ମୁଁ।”
阿貝乃爾轉過身來問說:「你是阿撒耳嗎﹖」他答說:「我是。」
21 ଏଥିରେ ଅବ୍‍ନର ତାହାକୁ କହିଲା, “ତୁମ୍ଭେ ଆପଣା ଡାହାଣ କି ବାମ ଆଡ଼େ ଫେରି ଏହି ଯୁବାମାନଙ୍କର କୌଣସି ଜଣକୁ ଧରି ତାହାର ସଜ୍ଜା ଲୁଟି ନିଅ।” ମାତ୍ର ଅସାହେଲ ତାହାର ପଶ୍ଚାତ୍‍ଗମନରୁ ଫେରିଲା ନାହିଁ।
阿貝乃爾對他說:「你轉左或轉右,捉住一個青年,奪取他的裝備罷! 」但阿撒耳卻不肯放鬆他。
22 ତହୁଁ ଅବ୍‍ନର ପୁନର୍ବାର ଅସାହେଲକୁ କହିଲା, “ମୋହର ପଶ୍ଚାଦ୍‍ଗମନରୁ ଫେର; ମୁଁ କାହିଁକି ତୁମ୍ଭକୁ ଆଘାତ କରି ଭୂମିସାତ୍‍ କରିବି? ତାହା କଲେ ମୁଁ କିପରି ତୁମ୍ଭ ଭାଇ ଯୋୟାବ ଆଗରେ ମୁଖ ଦେଖାଇବି?”
阿貝乃爾就再對阿撒耳說:「你不要再追趕我了,為什麼逼我將你擊倒在地,叫我日後怎有臉再見你的兄弟約阿布﹖
23 ତଥାପି ସେ ଫେରିବାକୁ ମନା କଲା; ଏଣୁ ଅବ୍‍ନର ବର୍ଚ୍ଛାର ପଛ ଅଗରେ ତାହାର ପେଟ ଭୁସି ଦିଅନ୍ତେ, ବର୍ଚ୍ଛା ତାହାର ପଛଆଡ଼େ ଫୁଟି ବାହାରିଲା; ତହୁଁ ସେ ସେହିଠାରେ ପଡ଼ି ସେହି ସ୍ଥାନରେ ମଲା; ପୁଣି ଯେତେ ଲୋକ ଅସାହେଲର ପଡ଼ିବା ଓ ମରିବା ସ୍ଥାନକୁ ଆସିଲେ, ସେମାନେ ଠିଆ ହୋଇ ରହିଲେ।
阿撒耳仍不肯罷休。阿貝乃爾就調過槍來,擊中了他的腹部,槍由背後穿出,他就倒在那裏,當下死了。凡來到阿撒耳倒斃的地方的人,都站住了。
24 ମାତ୍ର ଯୋୟାବ ଓ ଅବୀଶୟ ଅବ୍‍ନରର ପଛେ ପଛେ ଗୋଡ଼ାଇଲେ; ପୁଣି ସେମାନେ ଗିବୀୟୋନ୍‍ ପ୍ରାନ୍ତରର ପଥ ନିକଟବର୍ତ୍ତୀ ଗୀଆ ସମ୍ମୁଖସ୍ଥ ଅମା ପର୍ବତ ନିକଟରେ ଉପସ୍ଥିତ ହେବା ବେଳକୁ ସୂର୍ଯ୍ୟାସ୍ତ ହେଲା।
約阿布和阿彼瑟仍在追趕阿貝乃爾,當他們來到往革巴曠野去的路上,基亞前的阿瑪山崗時,太陽就快要西落。
25 ଏଥିମଧ୍ୟରେ ବିନ୍ୟାମୀନ୍-ସନ୍ତାନଗଣ ଅବ୍‍ନରର ପଶ୍ଚାତ୍‍ ମିଳି ଏକ ଦଳ ହୋଇ ଗୋଟିଏ ପର୍ବତ ଶୃଙ୍ଗରେ ଠିଆ ହେଲେ।
本雅明人集結成隊,跟在阿貝乃爾後邊,站在一座小山頭上。
26 ତେବେ ଅବ୍‍ନର ଯୋୟାବକୁ ଡାକି କହିଲା, “ଖଡ୍ଗ କʼଣ ସର୍ବଦା ଗ୍ରାସ କରିବ? ଶେଷରେ ତାହା ଯେ ତିକ୍ତ ହେବ, ଏହା କʼଣ ତୁମ୍ଭେ ଜାଣ ନାହିଁ? ତେବେ ତୁମ୍ଭେ ଲୋକମାନଙ୍କୁ ସେମାନଙ୍କ ଭାଇମାନଙ୍କ ପଶ୍ଚାଦ୍‍ଗମନରୁ ଫେରିବା ପାଇଁ କେତେ କାଳ ଆଜ୍ଞା ନ ଦେବ?”
阿貝乃爾向約阿布喊說:「刀劍豈能永遠擊殺﹖你豈不知結局更為不幸﹖幾時你纔命眾人轉身,不再追趕自己的兄弟﹖」
27 ଏଥିରେ ଯୋୟାବ କହିଲା, “ପରମେଶ୍ୱର ଜୀବିତ ଥିବା ପ୍ରମାଣେ (କହୁ), ତୁମ୍ଭେ କହି ନ ଥିଲେ ତ ମୋର ସୈନିକମାନେ ନିଶ୍ଚୟ ସକାଳ ପର୍ଯ୍ୟନ୍ତ ପ୍ରତ୍ୟେକେ ଆପଣା ଭାଇ ପଛରେ ଗୋଡ଼ାଇ ଥାʼନ୍ତେ।”
約阿布答說:「上主永在! 若你不發言,眾人直到早晨,連一個也不會停止追趕自己的兄弟! 」
28 ତହୁଁ ଯୋୟାବ ତୂରୀ ବଜାନ୍ତେ, ସମସ୍ତ ଲୋକ ଅଟକି ରହିଲେ ଓ ଇସ୍ରାଏଲ ପଛରେ ଆଉ ଗୋଡ଼ାଇଲେ ନାହିଁ, କି ଆଉ ଯୁଦ୍ଧ କଲେ ନାହିଁ।
約阿布遂吹號,眾人就停下,不再追趕以色列人,不再進攻。
29 ଏଉତ୍ତାରେ ଅବ୍‍ନର ଓ ତାହାର ଲୋକମାନେ ସେହି ରାତ୍ରିସାରା ପଦାଭୂମି ଦେଇ ଗମନ କଲେ ଓ ସେମାନେ ଯର୍ଦ୍ଦନ ପାର ହୋଇ ସମୁଦାୟ ବିଥ୍ରୋଣ ଦେଶ ଦେଇ ଯାଇ ମହନୟିମରେ ଉପସ୍ଥିତ ହେଲେ।
阿貝乃爾同他的人,那一整夜走過了阿辣巴平原,過了約但河,以後,又走了一上午,終于到了瑪哈納殷。
30 ଆଉ ଯୋୟାବ ଅବ୍‍ନରର ପଶ୍ଚାଦ୍‍ଗମନରୁ ଫେରିଲା; ପୁଣି ସେ ସମୁଦାୟ ଲୋକଙ୍କୁ ଏକତ୍ର କରନ୍ତେ, ଦାଉଦଙ୍କର ସୈନିକମାନଙ୍କ ମଧ୍ୟରୁ ଊଣେଇଶ ଜଣ ଓ ଅସାହେଲ ଅନୁପସ୍ଥିତ ଥିଲେ।
約阿布追趕阿貝乃爾回來,召集了自己的人,達味僕人中,除阿撒耳外,少了十九人。
31 ମାତ୍ର ଦାଉଦଙ୍କର ଦାସମାନେ ଆଘାତ କରିବାରୁ ବିନ୍ୟାମୀନ୍‍ର ଓ ଅବ୍‍ନରର ଲୋକମାନଙ୍କ ମଧ୍ୟରୁ ତିନି ଶହ ଷାଠିଏ ଲୋକ ମରିଥିଲେ।
但阿貝乃爾所帶的本雅明人中,有三百六十人,為達味的臣僕殺死。
32 ଏଉତ୍ତାରେ ସେମାନେ ଅସାହେଲକୁ ଉଠାଇ ନେଇ ବେଥଲିହିମସ୍ଥିତ ତାହାର ପିତାର କବରରେ କବର ଦେଲେ। ପୁଣି ଯୋୟାବ ଓ ତାହାର ଲୋକମାନେ ସାରାରାତ୍ରି ଯାତ୍ରା କଲେ ଓ ହିବ୍ରୋଣ ନିକଟରେ ସେମାନେ ସକାଳ ପହଞ୍ଚିଲେ।
遂將阿撒耳的屍體帶回,埋在白冷他父親的墳墓內。約阿布同他的人走了一夜,天亮時已到赫貝龍。

< ଦ୍ୱିତୀୟ ଶାମୁୟେଲ 2 >