< ଦ୍ୱିତୀୟ ଶାମୁୟେଲ 19 >

1 ଏଥିଉତ୍ତାରେ କେହି ଯୋୟାବକୁ କହିଲା, “ଦେଖ, ରାଜା ଅବଶାଲୋମ ନିମନ୍ତେ ରୋଦନ ଓ ଶୋକ କରୁଅଛନ୍ତି।”
A sì rò fún Joabu pe, “Wò ó, ọba ń sọkún, ó sì ń gbààwẹ̀ fún Absalomu.”
2 ଏଣୁ ସେହି ଦିବସର ଜୟ ସକଳ ସୈନ୍ୟମାନଙ୍କ ପ୍ରତି ଶୋକଜନକ ହେଲା; କାରଣ ରାଜା ଆପଣା ପୁତ୍ର ବିଷୟରେ ରୋଦନ କରୁଅଛନ୍ତି, ଏହା ଲୋକମାନେ ସେହି ଦିନ ଶୁଣିଲେ।
Ìṣẹ́gun ọjọ́ náà sì di àwẹ̀ fún gbogbo àwọn ènìyàn náà, nítorí àwọn ènìyàn náà gbọ́ ní ọjọ́ náà bí inú ọba ti bàjẹ́ nítorí ọmọ rẹ̀.
3 ପୁଣି ଯୁଦ୍ଧକ୍ଷେତ୍ରରୁ ପଳାଇବା ବେଳେ ଲୋକମାନେ ଯେପରି ଲଜ୍ଜିତ ହୋଇ ଚୋର ପରି ଚାଲନ୍ତି, ସେପରି ସେହି ଦିନ ଚୋର ପରି ସୈନ୍ୟମାନେ ନଗରରେ ପ୍ରବେଶ କଲେ।
Àwọn ènìyàn náà sì yọ́ lọ sí ìlú ní ọjọ́ náà gẹ́gẹ́ bí àwọn bí ènìyàn tí a dójútì ṣe máa ń yọ́ lọ nígbà tí wọ́n bá sá lójú ìjà.
4 ଆଉ ରାଜା ମଧ୍ୟ ଆପଣା ମୁଖ ଢାଙ୍କିଲେ, ପୁଣି ରାଜା ଉଚ୍ଚସ୍ୱରରେ କାନ୍ଦି କହିଲେ, “ହାୟ ଆମ୍ଭ ପୁତ୍ର ଅବଶାଲୋମ, ହାୟ ଅବଶାଲୋମ, ଆମ୍ଭ ପୁତ୍ର, ଆମ୍ଭ ପୁତ୍ର।”
Ọba sì bo ojú rẹ̀, ọba sì kígbe ní ohùn rara pé, “Á à! Ọmọ mi Absalomu! Absalomu ọmọ mi, ọmọ mi!”
5 ଏଉତ୍ତାରେ ଯୋୟାବ ଗୃହ ଭିତରକୁ ରାଜାଙ୍କ ନିକଟକୁ ଆସି କହିଲା, “ଯେଉଁମାନେ ଆଜି ଆପଣଙ୍କ ଜୀବନ ଓ ଆପଣଙ୍କ ପୁତ୍ରକନ୍ୟାଗଣର ଜୀବନ ଓ ଭାର୍ଯ୍ୟାମାନଙ୍କ ଜୀବନ ଓ ଆପଣଙ୍କ ଉପପତ୍ନୀମାନଙ୍କ ଜୀବନ ରକ୍ଷା କଲେ, ଆପଣ ଆଜି ନିଜର ସେହି ସମସ୍ତ ଦାସଙ୍କୁ ଲଜ୍ଜିତ କରିଅଛନ୍ତି;
Joabu sì wọ inú ilé tọ ọba lọ, ó sì wí pé, “Ìwọ dójúti gbogbo àwọn ìránṣẹ́ rẹ lónìí, àwọn tí ó gba ẹ̀mí rẹ̀ là lónìí, àti ẹ̀mí àwọn ọmọkùnrin rẹ̀, àti ti àwọn ọmọbìnrin rẹ̀, àti àwọn aya rẹ̀, àti ẹ̀mí àwọn obìnrin rẹ.
6 କାରଣ ଯେଉଁମାନେ ଆପଣଙ୍କୁ ଘୃଣା କରୁଅଛନ୍ତି, ଆପଣ ସେମାନଙ୍କୁ ପ୍ରେମ କରୁଅଛନ୍ତି ଓ ଯେଉଁମାନେ ଆପଣଙ୍କୁ ପ୍ରେମ କରୁଅଛନ୍ତି, ଆପଣ ସେମାନଙ୍କୁ ଘୃଣା କରୁଅଛନ୍ତି। ଯେହେତୁ ଆପଣ ଆଜି ଜଣାଇ ଅଛନ୍ତି ଯେ, ଅଧିପତିମାନେ ଓ ଦାସମାନେ ଆପଣଙ୍କ ପ୍ରତି କିଛି ନୁହନ୍ତି; କାରଣ ମୁଁ ଆଜି ଦେଖୁଅଛି ଯେ, ଯଦି ଅବଶାଲୋମ ବଞ୍ଚିଥାʼନ୍ତା ଓ ଆମ୍ଭେ ସମସ୍ତେ ଆଜି ମରିଥାʼନ୍ତୁ, ତେବେ ଆପଣଙ୍କ ଦୃଷ୍ଟିରେ ଭଲ ହୋଇଥାʼନ୍ତା।
Nítorí pé ìwọ fẹ́ àwọn ọ̀tá rẹ, ìwọ sì kórìíra àwọn ọ̀rẹ́ rẹ. Nítorí tí ìwọ wí lónìí pé, Ìwọ kò náání àwọn ọmọ ọba tàbí àwọn ìránṣẹ́; èmi sì rí lónìí pé, ìbá ṣe pé Absalomu wà láààyè, kí gbogbo wa sì kú lónìí, ǹjẹ́ ìbá dùn mọ́ ọ gidigidi.
7 ଏଣୁ ଏବେ ଉଠି ବାହାରକୁ ଯାଇ ଆପଣା ଦାସମାନଙ୍କୁ ଦୟାରେ କଥା କହନ୍ତୁ; କାରଣ ମୁଁ ସଦାପ୍ରଭୁଙ୍କ ନାମରେ ଶପଥ କରୁଅଛି, ଯଦି ଆପଣ ବାହାରକୁ ନ ଯାʼନ୍ତି, ତେବେ ଏହି ରାତ୍ରି ଆପଣଙ୍କ ସହିତ ଜଣେ ହେଁ ରହିବ ନାହିଁ; ଆଉ ଆପଣଙ୍କ ଯୌବନକାଳ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଯେତେ ଅମଙ୍ଗଳ ଆପଣଙ୍କୁ ଘଟିଅଛି, ସେ ସବୁରୁ ହିଁ ଏହି ଅମଙ୍ଗଳ ଆପଣଙ୍କ ପ୍ରତି ଅଧିକ ହେବ।”
Sì dìde nísinsin yìí, lọ, kí o sì sọ̀rọ̀ ìtùnú fún àwọn ìránṣẹ́ rẹ, nítorí pé èmi fi Olúwa búra, bí ìwọ kò bá lọ, ẹnìkan kì yóò bá ọ dúró ni alẹ́ yìí, èyí ni yóò sì burú fún ọ ju gbogbo ibi tí ojú rẹ ti ń rí láti ìgbà èwe rẹ wá títí ó fi di ìsinsin yìí.”
8 ତହିଁରେ ରାଜା ଉଠି ନଗର-ଦ୍ୱାରରେ ବସିଲେ। ସେତେବେଳେ ସମସ୍ତ ଲୋକଙ୍କୁ କୁହାଗଲା, ଦେଖ, ରାଜା ନଗର-ଦ୍ୱାରରେ ବସିଅଛନ୍ତି; ତହୁଁ ସମସ୍ତ ଲୋକ ରାଜାଙ୍କ ସମ୍ମୁଖକୁ ଆସିଲେ। ଏଥିମଧ୍ୟରେ ଇସ୍ରାଏଲର ପ୍ରତ୍ୟେକ ଲୋକ ଆପଣା ଆପଣା ତମ୍ବୁକୁ ପଳାଇ ଯାଇଥିଲେ।
Ọba sì dìde, ó sì jókòó ní ẹnu-ọ̀nà, wọ́n sì wí fún gbogbo àwọn ènìyàn náà pé, “Wò ó, ọba jókòó ní ẹnu-ọ̀nà.” Gbogbo ènìyàn sì wá sí iwájú ọba. Nítorí pé, Israẹli ti sá, olúkúlùkù sí àgọ́ rẹ̀.
9 ଆଉ ଇସ୍ରାଏଲର ସମୁଦାୟ ବଂଶ ମଧ୍ୟରେ ସମସ୍ତ ଲୋକ ପରସ୍ପର କଳହ କରି କହୁଥିଲେ, “ରାଜା ଆମ୍ଭମାନଙ୍କ ଶତ୍ରୁମାନଙ୍କ ହସ୍ତରୁ ଆମ୍ଭମାନଙ୍କୁ ରକ୍ଷା କରିଥିଲେ ଓ ପଲେଷ୍ଟୀୟମାନଙ୍କ ହସ୍ତରୁ ଆମ୍ଭମାନଙ୍କୁ ଉଦ୍ଧାର କରିଥିଲେ ଏବେ ସେ ଅବଶାଲୋମ ଭୟରେ ଦେଶରୁ ପଳାଇଅଛନ୍ତି।
Gbogbo àwọn ènìyàn náà sì ń bà ara wọn jà nínú gbogbo ẹ̀yà Israẹli, pé, “Ọba ti gbà wá là lọ́wọ́ àwọn ọ̀tá wa, ó sì ti gbà wá kúrò lọ́wọ́ àwọn Filistini; òun sì wá sá kúrò ní ìlú nítorí Absalomu.
10 ପୁଣି ଆମ୍ଭେମାନେ ଯେଉଁ ଅବଶାଲୋମଙ୍କୁ ଆପଣାମାନଙ୍କ ଉପରେ ଅଭିଷିକ୍ତ କରିଥିଲୁ, ସେ ଯୁଦ୍ଧରେ ମରିଅଛି। ଏହେତୁ ତୁମ୍ଭେମାନେ ଏବେ ରାଜାଙ୍କୁ ଫେରାଇ ଆଣିବା ବିଷୟରେ କାହିଁକି ତୁନି ହୋଇ ରହିଅଛ?”
Absalomu, tí àwa fi jẹ ọba lórí wa sì kú ní ogun, ǹjẹ́ èéṣe tí ẹ̀yin fi dákẹ́ tí ẹ̀yin kò sì sọ̀rọ̀ kan láti mú ọba padà wá?”
11 ଏଉତ୍ତାରେ ଦାଉଦ ରାଜା ସାଦୋକ ଓ ଅବୀୟାଥର ଯାଜକମାନଙ୍କ ନିକଟକୁ ଦୂତ ପଠାଇ କହିଲେ, “ତୁମ୍ଭେମାନେ ଯିହୁଦାର ପ୍ରାଚୀନବର୍ଗଙ୍କୁ କୁହ, ‘ରାଜାଙ୍କୁ ତାଙ୍କ ଗୃହକୁ ଆଣିବା ପାଇଁ ସମସ୍ତ ଇସ୍ରାଏଲର କଥା ତାଙ୍କ ନିକଟରେ ଉପସ୍ଥିତ ହେଲାଣି, ଏନିମନ୍ତେ ରାଜାଙ୍କୁ ତାଙ୍କ ଗୃହକୁ ଫେରାଇ ଆଣିବା ପାଇଁ ତୁମ୍ଭେମାନେ କାହିଁକି ପଛଘୁଞ୍ଚା ହେଉଅଛ?
Dafidi ọba sì ránṣẹ́ sí Sadoku, àti sí Abiatari àwọn àlùfáà pé, “Sọ fún àwọn àgbàgbà Juda, pé, ‘Èéṣe tí ẹ̀yin fi kẹ́yìn láti mú ọba padà wá sí ilé rẹ̀? Ọ̀rọ̀ gbogbo Israẹli sì ti dé ọ̀dọ̀ ọba àní ní ilé rẹ̀.
12 ତୁମ୍ଭେମାନେ ଆମ୍ଭର ଭ୍ରାତା, ତୁମ୍ଭେମାନେ ଆମ୍ଭର ଅସ୍ଥି ଓ ଆମ୍ଭର ମାଂସ; ତେବେ ତୁମ୍ଭେମାନେ କାହିଁକି ରାଜାଙ୍କୁ ଫେରାଇ ଆଣିବା ପାଇଁ ପଛଘୁଞ୍ଚା ହେଉଅଛ?’
Ẹ̀yin ni ara mi, ẹ̀yin ni egungun mi, àti ẹran-ara mi: èéṣì ti ṣe tí ẹ̀yin fi kẹ́yìn láti mú ọba padà wá.’
13 ପୁଣି ତୁମ୍ଭେମାନେ ଅମାସାଙ୍କୁ କୁହ, ‘ତୁମ୍ଭେ କି ଆମ୍ଭର ଅସ୍ଥି ଓ ଆମ୍ଭର ମାଂସ ନୁହଁ? ଯଦି ତୁମ୍ଭେ ଯୋୟାବ ପଦରେ ନିତ୍ୟ ଆମ୍ଭ ସାକ୍ଷାତରେ ସେନାପତି ନ ହୁଅ, ତେବେ ପରମେଶ୍ୱର ଆମ୍ଭକୁ ସେହି ଦଣ୍ଡ, ମଧ୍ୟ ତହିଁରୁ ଅଧିକ ଦେଉନ୍ତୁ।’”
Kí ẹ̀yin sì wí fún Amasa pé, ‘Egungun àti ẹran-ara mi kọ́ ni ìwọ jẹ́ bí? Kí Ọlọ́run ó ṣe bẹ́ẹ̀ sí mi àti jù bẹ́ẹ̀ lọ pẹ̀lú, bí ìwọ kò ba ṣe olórí ogun níwájú mi títí, ní ipò Joabu.’”
14 ଏହିରୂପେ ସେ ଯିହୁଦାର ସମସ୍ତ ଲୋକଙ୍କ ହୃଦୟକୁ ଜଣକର ହୃଦୟ ତୁଲ୍ୟ ଜୟ କଲେ; ତହିଁରେ ସେମାନେ ରାଜାଙ୍କ ନିକଟକୁ ଲୋକ ପଠାଇ କହିଲେ, “ଆପଣ ଓ ଆପଣଙ୍କ ସମସ୍ତ ଦାସ ଫେରି ଆସନ୍ତୁ।”
Òun sì yí gbogbo àwọn ọkùnrin Juda lọ́kàn padà àní bí ọkàn ènìyàn kan; wọ́n sì ránṣẹ́ sí ọba, pé, “Ìwọ padà àti gbogbo àwọn ìránṣẹ́ rẹ.”
15 ତହୁଁ ରାଜା ଫେରି ଯର୍ଦ୍ଦନ ପର୍ଯ୍ୟନ୍ତ ଗଲେ, ତହିଁରେ ଯିହୁଦାର ଲୋକମାନେ ରାଜାଙ୍କୁ ଭେଟିବା ନିମନ୍ତେ ଗିଲ୍‍ଗଲ୍‍କୁ ଯାଇ ଯର୍ଦ୍ଦନ ପାର କରି ରାଜାଙ୍କୁ ଆଣିଲେ।
Ọba sì padà, o sì wá sí odò Jordani. Juda sì wá sí Gilgali láti lọ pàdé ọba, àti láti mú ọba kọjá odò Jordani.
16 ସେତେବେଳେ ଦାଉଦ ରାଜାଙ୍କୁ ସାକ୍ଷାତ କରିବା ପାଇଁ ବହୁରୀମ ନିବାସୀ ଗେରାର ପୁତ୍ର ବିନ୍ୟାମୀନୀୟ ଶିମୀୟି ଶୀଘ୍ର ଯିହୁଦାର ଲୋକମାନଙ୍କ ସଙ୍ଗରେ ଆସିଲା।
Ṣimei ọmọ Gera, ará Benjamini ti Bahurimu, ó yára ó sì bá àwọn ọkùnrin Juda sọ̀kalẹ̀ láti pàdé Dafidi ọba.
17 ପୁଣି ତାହା ସଙ୍ଗେ ବିନ୍ୟାମୀନୀୟ ଏକ ସହସ୍ର ଲୋକ ଥିଲେ, ଆଉ ଶାଉଲଙ୍କ ଗୃହର ଦାସ ସୀବଃ ଓ ତାଙ୍କର ପନ୍ଦର ପୁତ୍ର ଓ କୋଡ଼ିଏ ଦାସ ତାଙ୍କ ସଙ୍ଗରେ ଥିଲେ। ସେମାନେ ରାଜାଙ୍କ ସାକ୍ଷାତରେ ଯର୍ଦ୍ଦନରେ ପଶି ପାର ହୋଇଗଲେ।
Ẹgbẹ̀rún ọmọkùnrin sì wà lọ́dọ̀ rẹ̀ nínú àwọn ọmọkùnrin Benjamini, Ṣiba ìránṣẹ́ ilé Saulu, àti àwọn ọmọkùnrin rẹ̀ mẹ́ẹ̀ẹ́dógún àti ogún ìránṣẹ́ sì pẹ̀lú rẹ̀; wọ́n sì gòkè odò Jordani ṣáájú ọba.
18 ସେତେବେଳେ ସେମାନେ ରାଜାଙ୍କର ପରିବାରବର୍ଗଙ୍କୁ ପାର କରିବା ପାଇଁ ଓ ତାଙ୍କ ଦୃଷ୍ଟିରେ ଯାହା ଭଲ ଦିଶେ ତାହା କଲେ। ଏଣୁ ରାଜା ଯର୍ଦ୍ଦନ ପାର ହେବା ସମୟରେ ଗେରାର ପୁତ୍ର ଶିମୀୟି ରାଜାଙ୍କ ସମ୍ମୁଖରେ ମୁହଁ ମାଡ଼ି ପଡ଼ିଲା।
Ọkọ̀ èrò kan ti rékọjá láti kó àwọn ènìyàn ilé ọba sí òkè, àti láti ṣe èyí tí ó tọ́ lójú rẹ̀. Ṣimei ọmọ Gera wólẹ̀. Ó sì dojúbolẹ̀ níwájú ọba, bí ó tí gòkè odò Jordani.
19 ଆଉ ଶିମୀୟି ରାଜାଙ୍କୁ କହିଲା, “ମୋʼ ପ୍ରଭୁ, ମୋହର ଅପରାଧ ଗଣନା ନ କରନ୍ତୁ, ଅବା ମୋʼ ପ୍ରଭୁ ମହାରାଜ ଯିରୂଶାଲମରୁ ବାହାରି ଯିବା ଦିନ ଆପଣଙ୍କ ଦାସ ଅବାଧ୍ୟତାପୂର୍ବକ ଯାହା କରିଅଛି, ତାହା ଆପଣ ସ୍ମରଣ ନ କରନ୍ତୁ, ମହାରାଜ ତାହା ଆପଣା ମନକୁ ନ ନେଉନ୍ତୁ।
Ó sì wí fún ọba pé, “Kí olúwa mi ó má ṣe ka ẹ̀ṣẹ̀ sí mi lọ́rùn, má sì ṣe rántí àfojúdi tí ìránṣẹ́ rẹ̀ ṣe ni ọjọ́ tí olúwa mi ọba jáde ní Jerusalẹmu, kí ọba má sì fi sí inú.
20 କାରଣ ଆପଣଙ୍କ ଦାସ ମୁଁ ଯେ ପାପ କରିଅଛି, ଏହା ଜାଣେ; ଏହେତୁ ଦେଖନ୍ତୁ, ଯୋଷେଫର ସମୁଦାୟ ବଂଶ ମଧ୍ୟରେ ପ୍ରଥମେ ମୁଁ ଆଜି ମୋʼ ପ୍ରଭୁ ମହାରାଜାଙ୍କୁ ସାକ୍ଷାତ କରିବା ପାଇଁ ଆସିଲି।”
Nítorí pé ìránṣẹ́ rẹ mọ̀ pé èmi ti ṣẹ̀; sì wò ó, mo wá lónìí yìí, ẹni àkọ́kọ́ ní gbogbo ìdílé Josẹfu tí yóò sọ̀kalẹ̀ wá pàdé olúwa mi ọba.”
21 ମାତ୍ର ସରୁୟାର ପୁତ୍ର ଅବୀଶୟ ଉତ୍ତର କରି କହିଲା, “ଶିମୀୟି ସଦାପ୍ରଭୁଙ୍କ ଅଭିଷିକ୍ତଙ୍କୁ ଶାପ ଦେଇଅଛି, ଏହି କାରଣରୁ କି ତାହାର ପ୍ରାଣଦଣ୍ଡ ହେବ ନାହିଁ?”
Ṣùgbọ́n Abiṣai ọmọ Seruiah dáhùn ó sì wí pé, “Kò ha tọ́ kí a pa Ṣimei nítorí èyí? Nítorí pé òun ti bú ẹni àmì òróró Olúwa.”
22 ଏଥିରେ ଦାଉଦ କହିଲେ, “ହେ ସରୁୟାର ପୁତ୍ରଗଣ, ତୁମ୍ଭମାନଙ୍କ ସହିତ ଆମ୍ଭର ବିଷୟ କʼଣ ଯେ, ତୁମ୍ଭେମାନେ ଆଜି ମୋର ବିପକ୍ଷ ହେଉଅଛ? ଆଜି ଇସ୍ରାଏଲ ମଧ୍ୟରେ କʼଣ କାହାରି ପ୍ରାଣଦଣ୍ଡ ହେବ? ଆଜି ମୁଁ ଇସ୍ରାଏଲ ଉପରେ ରାଜା ଅଟେ, ଏହା କʼଣ ମୁଁ ଜାଣୁ ନାହିଁ?”
Dafidi sì wí pé, “Kí ni èmi ní ṣe pẹ̀lú yín, ẹ̀yin ọmọ Seruiah tí ẹ dàbí ọ̀tá fún mi lónìí? A ha lè pa ènìyàn kan lónìí ní Israẹli? Tàbí èmi kò ha mọ̀ pé lónìí èmi ni ọba Israẹli.”
23 ତହୁଁ ରାଜା ଶିମୀୟିଙ୍କୁ କହିଲେ, “ତୁମ୍ଭେ ମରିବ ନାହିଁ।” ପୁଣି ରାଜା ତାହା ନିକଟରେ ଶପଥ କଲେ।
Ọba sì wí fún Ṣimei pé, “Ìwọ kì yóò kú!” Ọba sì búra fún un.
24 ଏଉତ୍ତାରେ ଶାଉଲଙ୍କ ପୌତ୍ର ମଫୀବୋଶତ୍‍ ରାଜାଙ୍କୁ ସାକ୍ଷାତ କରିବା ପାଇଁ ଆସିଲା; ଆଉ ରାଜା ପ୍ରସ୍ଥାନ କରିବା ଦିନଠାରୁ କୁଶଳରେ ଗୃହକୁ ଆସିବା ଦିନ ପର୍ଯ୍ୟନ୍ତ ମଫୀବୋଶତ୍‍ ଆପଣା ପାଦ ପରିଷ୍କାର କରି ନ ଥିଲା, କି ଦାଢ଼ି କ୍ଷୌର ହୋଇ ନ ଥିଲା, କିଅବା ଆପଣା ବସ୍ତ୍ର ଧୌତ କରି ନ ଥିଲା।
Mefiboṣeti ọmọ Saulu sì sọ̀kalẹ̀ láti wá pàdé ọba, kò wẹ ẹsẹ̀ rẹ̀, kò sí tọ́ irùngbọ̀n rẹ̀, bẹ́ẹ̀ ni kò sì fọ aṣọ rẹ̀ láti ọjọ́ tí ọba ti jáde títí ó fi di ọjọ́ tí ó fi padà ní àlàáfíà.
25 ପୁଣି ସେ ରାଜାଙ୍କୁ ଭେଟିବା ପାଇଁ ଯିରୂଶାଲମକୁ ଆସନ୍ତେ, ରାଜା ତାହାକୁ କହିଲେ, “ମଫୀବୋଶତ୍‍, ତୁମ୍ଭେ କାହିଁକି ମୋʼ ସଙ୍ଗରେ ଗଲ ନାହିଁ?”
Nígbà tí òun sì wá sí Jerusalẹmu láti pàdé ọba, ọba sì wí fún un pé, “Èéṣe tí ìwọ kò fi bá mi lọ, Mefiboṣeti?”
26 ତହିଁରେ ସେ ଉତ୍ତର କଲା, “ହେ ମୋହର ପ୍ରଭୋ, ମହାରାଜ, ଆପଣଙ୍କ ଦାସ ତ ଛୋଟା, ‘ଗର୍ଦ୍ଦଭ ସଜାଇ ତାହା ଉପରେ ଚଢ଼ି ମହାରାଜଙ୍କ ନିକଟକୁ ଯିବା ପାଇଁ ମୋହର ମନସ୍ଥ ଥିଲା,’ ମାତ୍ର ମୋହର ଦାସ ମୋତେ ପ୍ରବଞ୍ଚନା କଲା।
Òun sì dáhùn wí pé, “Olúwa mi, ọba, ìránṣẹ́ mi ni ó tàn mí, nítorí ìránṣẹ́ rẹ wí fún un pé, ‘Di kẹ́tẹ́kẹ́tẹ́ ní gàárì fún mi èmi ó gùn ún, èmi ó sì tọ ọba lọ.’ Nítorí tí ìránṣẹ́ rẹ yarọ.
27 ଆହୁରି ମୋହର ପ୍ରଭୁ ମହାରାଜଙ୍କ ନିକଟରେ ସେ ଆପଣଙ୍କ ଏହି ଦାସର ଅପମାନ କରିଅଛି; ମାତ୍ର ମୋହର ପ୍ରଭୁ ମହାରାଜ ପରମେଶ୍ୱରଙ୍କ ଦୂତ ତୁଲ୍ୟ; ଏଣୁ ଆପଣଙ୍କ ଦୃଷ୍ଟିରେ ଯାହା ଭଲ, ତାହା କରନ୍ତୁ।
Ó sì sọ̀rọ̀ ìbàjẹ́ sí ìránṣẹ́ rẹ, fún olúwa mi ọba, ṣùgbọ́n bí angẹli Ọlọ́run ni olúwa mi ọba rí, nítorí náà ṣe èyí tí ó dára lójú rẹ.
28 ମୋହର ପ୍ରଭୁ ମହାରାଜଙ୍କ ସାକ୍ଷାତରେ ମୋʼ ପିତୃବଂଶ ସମସ୍ତେ ନିତାନ୍ତ ମୃତ୍ୟୁର ଯୋଗ୍ୟ ଥିଲେ; ତଥାପି ଆପଣ ଆପଣଙ୍କର ଏହି ଦାସକୁ ନିଜ ମେଜରେ ଭୋଜନକାରୀ ଲୋକମାନଙ୍କ ସଙ୍ଗରେ ସ୍ଥାନ ଦେଲେ। ଏହେତୁ ଏବେ ମହାରାଜଙ୍କ ନିକଟରେ ଆଉ କ୍ରନ୍ଦନ କରିବା ପାଇଁ ମୋହର କେଉଁ ଅଧିକାର ଅଛି?”
Nítorí pé gbogbo ilé baba mi bí òkú ènìyàn ni wọ́n sá à rí níwájú olúwa mi ọba, ìwọ sì fi ipò fún ìránṣẹ́ rẹ láàrín àwọn tí ó ń jẹun ní ibi oúnjẹ. Nítorí náà àre kín ni èmi ní tí èmi yóò fi máa ké pe ọba síbẹ̀.”
29 ତହିଁରେ ରାଜା ତାହାକୁ କହିଲେ, “ତୁମ୍ଭେ ଆପଣା ବିଷୟ ଆଉ କାହିଁକି କହୁଅଛ? ମୁଁ କହୁଅଛି, ତୁମ୍ଭେ ଓ ସୀବଃ ସେହି ଭୂମି ବାଣ୍ଟି ନିଅ।”
Ọba sì wí fún un pé, “Èéṣe tí ìwọ fi ń sọ ọ̀ràn ara rẹ fún mi èmi sá à ti wí pé, kí ìwọ àti Ṣiba pín ilẹ̀ náà.”
30 ତହୁଁ ମଫୀବୋଶତ୍‍ ରାଜାଙ୍କୁ କହିଲା, “ହେଉ, ମୋହର ପ୍ରଭୁ ମହାରାଜ ତ କୁଶଳରେ ଆପଣା ଗୃହକୁ ଆସିଲେଣି, ତେବେ ସେ ସବୁ ନେଉ।”
Mefiboṣeti sì wí fún ọba pé, “Jẹ́ kí ó mú gbogbo rẹ̀, kí olúwa mi ọba sá à ti padà bọ̀ wá ilé rẹ̀ ni àlàáfíà.”
31 ଏଉତ୍ତାରେ ଗିଲୀୟଦୀୟ ବର୍ସିଲ୍ଲୟ ରୋଗଲୀମରୁ ଆସିଲା ଓ ସେ ରାଜାଙ୍କୁ ଯର୍ଦ୍ଦନ ନଦୀ ପାର କରାଇ ନେବା ପାଇଁ ତାଙ୍କ ସଙ୍ଗେ ଯର୍ଦ୍ଦନକୁ ପାର ହୋଇଗଲା।
Barsillai ará Gileadi sì sọ̀kalẹ̀ láti Rogelimu wá, ó sì bá ọba gòkè odò Jordani, láti ṣe ìkẹ́ rẹ̀ sí ìkọjá odò Jordani.
32 ସେହି ବର୍ସିଲ୍ଲୟ ଅଶୀ ବର୍ଷ ବୟସ୍କ ଅତି ବୃଦ୍ଧ ଲୋକ ଥିଲା; ଆଉ ସେ ଅତି ଧନୀ ଲୋକ ଥିବାରୁ ରାଜା ମହନୟିମରେ ଥିବା ବେଳେ ତାଙ୍କୁ ଖାଦ୍ୟସାମଗ୍ରୀ ଯୋଗାଇଥିଲା।
Barsillai sì jẹ́ arúgbó ọkùnrin gidigidi, ẹni ogbó ọgọ́rin ọdún sì ni, ó sì pèsè ohun jíjẹ fún ọba nígbà tí ó ti wà ní Mahanaimu; nítorí pé ọkùnrin ọlọ́lá ni òun ń ṣe.
33 ପୁଣି ରାଜା ବର୍ସିଲ୍ଲୟଙ୍କୁ କହିଲେ, “ତୁମ୍ଭେ ମୋʼ ସଙ୍ଗେ ପାର ହୋଇ ଆସ, ମୁଁ ତୁମ୍ଭକୁ ଯିରୂଶାଲମରେ ଆପଣା ସଙ୍ଗେ ପ୍ରତିପାଳନ କରିବି।”
Ọba sì wí fún Barsillai pé, “Ìwọ wá bá mi gòkè odò, èmi ó sì máa pèsè fún ọ ní Jerusalẹmu.”
34 ଏଥିରେ ବର୍ସିଲ୍ଲୟ ରାଜାଙ୍କୁ କହିଲା, “ମୋହର ପରମାୟୁ ବର୍ଷର ଆଉ କେତେ ଦିନ ଅଛି ଯେ, ମୁଁ ମହାରାଜଙ୍କ ସଙ୍ଗେ ଯିରୂଶାଲମକୁ ଯିବି?
Barsillai sì wí fún ọba pé, “Ọjọ́ mélòó ni ọdún ẹ̀mí mi kù, tí èmi ó fi bá ọba gòkè lọ sí Jerusalẹmu.
35 ଆଜି ମୁଁ ଅଶୀ ବର୍ଷ ବୟସ୍କ; ମୁଁ କʼଣ ଭଲ ଓ ମନ୍ଦର ପ୍ରଭେଦ କରିପାରେ? ଆପଣଙ୍କ ଦାସ ମୁଁ ଯାହା ଭୋଜନ କି ପାନ କରେ, କʼଣ ତହିଁର ଆସ୍ୱାଦ ପାଇ ପାରେ? ମୁଁ କି ଗାୟକ ଓ ଗାୟିକାମାନଙ୍କ ସ୍ୱର ଆଉ ଶୁଣି ପାରେ? ତେବେ କାହିଁକି ଆପଣଙ୍କ ଦାସ ମୋହର ସ୍ୱାମୀ ମହାରାଜଙ୍କ ପ୍ରତି ଭାର ସ୍ୱରୂପ ହେବ?
Ẹni ogbó ọgọ́rin ọdún sá à ni èmi lónìí, ǹjẹ́ èmi mọ ìyàtọ̀ nínú rere àti búburú? Ǹjẹ́ ìránṣẹ́ rẹ le mọ adùn ohun tí òun ń jẹ tàbí ohun ti òun ń mu bí? Èmi tún lè mọ adùn ohùn àwọn ọkùnrin tí ń kọrin àti àwọn obìnrin tí ń kọrin bí, ǹjẹ́ nítorí kín ni ìránṣẹ́ rẹ yóò ṣe jẹ́ ìyọnu síbẹ̀ fún olúwa mi ọba.
36 ଆପଣଙ୍କ ଦାସ କେବଳ ଯର୍ଦ୍ଦନ ପାର ହୋଇ ମହାରାଜଙ୍କ ସଙ୍ଗେ ଯିବ; ଆଉ ମହାରାଜ ତହିଁ ପାଇଁ କାହିଁକି ମୋତେ ଏପରି ପୁରସ୍କାର ଦେବେ?
Ìránṣẹ́ rẹ yóò sì sin ọba lọ díẹ̀ gòkè odò Jordani; èéṣì ṣe tí ọba yóò fi san ẹ̀san yìí fún mi.
37 ମୁଁ ଯେପରି ନିଜ ନଗରରେ ମୋର ପିତା ଓ ମୋʼ ମାତାଙ୍କ କବର ନିକଟରେ ମରିବି, ଏଥିପାଇଁ ଆପଣଙ୍କ ଏହି ଦାସକୁ ଫେରି ଯିବାକୁ ଅନୁମତି ଦେଉନ୍ତୁ। ମାତ୍ର ଆପଣଙ୍କ ଦାସ କିମ୍‍ହମ୍‍କୁ ଦେଖନ୍ତୁ; ସେ ମୋହର ପ୍ରଭୁ ମହାରାଜଙ୍କ ସଙ୍ଗେ ପାର ହୋଇଯାଉ, ଆଉ ଆପଣଙ୍କ ଦୃଷ୍ଟିରେ ଯାହା ଭଲ ଦିଶେ, ତାହା ପ୍ରତି ତାହା କରନ୍ତୁ।”
Èmi bẹ̀ ọ́, jẹ́ kí ìránṣẹ́ rẹ padà, èmi ó sì kú ní ìlú mi, a ó sì sin mí ní ibojì baba àti ìyá mi. Sì wo Kimhamu ìránṣẹ́ rẹ, yóò bá olúwa mi ọba gòkè; ìwọ ó sì ṣe ohun tí ó bá tọ́ lójú rẹ fún un.”
38 ଏଥିରେ ରାଜା ଉତ୍ତର କଲେ, “କିମ୍‍ହମ୍‍ ମୋʼ ସଙ୍ଗେ ପାର ହୋଇଯିବ, ଯାହା ତୁମ୍ଭକୁ ଭଲ ଦିଶେ, ତାହା ମୁଁ ତାହା ପ୍ରତି କରିବି; ପୁଣି ତୁମ୍ଭେ ମୋʼ ଉପରେ ଯେଉଁ ଭାର ଦେବାକୁ ମନୋନୀତ କରିବ, ତାହା ମୁଁ ତୁମ୍ଭ ନିମନ୍ତେ କରିବି।”
Ọba sì dáhùn wí pé, “Kimhamu yóò bá mi gòkè, èmi ó sì ṣe èyí tí ó tọ́ lójú rẹ̀ fún un; ohunkóhun tí ìwọ bá sì béèrè lọ́wọ́ mi, èmi ó ṣe é fún ọ.”
39 ଏଉତ୍ତାରେ ସମସ୍ତ ଲୋକ ଯର୍ଦ୍ଦନ ପାର ହେଲେ, ଏବଂ ରାଜା ମଧ୍ୟ ପାର ହେଲେ; ପୁଣି ରାଜା ବର୍ସିଲ୍ଲୟଙ୍କୁ ଚୁମ୍ବନ କରି ଆଶୀର୍ବାଦ କଲେ; ତହୁଁ ବର୍ସିଲ୍ଲୟ ଆପଣା ସ୍ଥାନକୁ ଫେରିଗଲା।
Gbogbo àwọn ènìyàn sì gòkè odò Jordani ọba sì gòkè; ọba sì fi ẹnu ko Barsillai lẹ́nu, ó sì súre fún un; òun sì padà sí ilé rẹ̀.
40 ଏହିରୂପେ ରାଜା ପାର ହୋଇ ଗିଲ୍‍ଗଲ୍‍କୁ ଗଲେ ଓ କିମ୍‍ହମ୍‍ ତାଙ୍କ ସଙ୍ଗେ ପାର ହୋଇଗଲା; ପୁଣି ଯିହୁଦାର ସମସ୍ତ ସୈନ୍ୟ, ଏବଂ ଇସ୍ରାଏଲର ଅର୍ଦ୍ଧେକ ସୈନ୍ୟ ମଧ୍ୟ ରାଜାଙ୍କୁ ଘେନି ଆସିଲେ।
Ọba sì ń lọ́ sí Gilgali, Kimhamu sì ń bà a lọ, gbogbo àwọn ènìyàn Juda sì ń ṣe ìkẹ́ ọba, àti ààbọ̀ àwọn ènìyàn Israẹli.
41 ଏଥିରେ ଦେଖ, ସମୁଦାୟ ଇସ୍ରାଏଲ ଲୋକ ରାଜାଙ୍କ ନିକଟକୁ ଆସି ରାଜାଙ୍କୁ କହିଲେ, “ଆମ୍ଭମାନଙ୍କ ଭ୍ରାତୃବର୍ଗ ଯିହୁଦା-ଲୋକେ କାହିଁକି ଆପଣଙ୍କୁ ଚୋରି କରି ନେଲେ, ଆଉ ମହାରାଜଙ୍କୁ ଓ ତାଙ୍କ ପରିଜନବର୍ଗଙ୍କୁ ଓ ଦାଉଦଙ୍କ ସଙ୍ଗେ ତାଙ୍କର ସମସ୍ତ ଲୋକଙ୍କୁ ଯର୍ଦ୍ଦନ ପାର କରି ଆଣିଲେ? ସେତେବେଳେ ଦାଉଦଙ୍କର ସମସ୍ତ ଲୋକ ତାଙ୍କ ସଙ୍ଗରେ ଥିଲେ।”
Sì wò ó, gbogbo àwọn ọkùnrin Israẹli sì tọ ọba wá, wọ́n sì wí fún ọba pé, “Èéṣe tí àwọn arákùnrin wa àwọn ọkùnrin Juda fi jí ọ kúrò, tí wọ́n sì fi mú ọba àti àwọn ará ilé rẹ̀ gòkè odò Jordani, àti gbogbo àwọn ènìyàn Dafidi pẹ̀lú rẹ?”
42 ତହୁଁ ଯିହୁଦାର ସମସ୍ତ ଲୋକ ଇସ୍ରାଏଲ ଲୋକମାନଙ୍କୁ ଉତ୍ତର କଲେ, “ରାଜା ତ ଆମ୍ଭମାନଙ୍କର ନିକଟ-କୁଟୁମ୍ବ; ତେବେ ତୁମ୍ଭେମାନେ କାହିଁକି ଏ ବିଷୟରେ କ୍ରୋଧ କରୁଅଛ? ଆମ୍ଭେମାନେ କʼଣ ରାଜାଙ୍କର କିଛି ଖାଇଅଛୁ? ଅବା ସେ କʼଣ ଆମ୍ଭମାନଙ୍କୁ କିଛି ଭେଟି ଦେଇଅଛନ୍ତି?”
Gbogbo ọkùnrin Juda sì dá àwọn ọkùnrin Israẹli lóhùn pé, “Nítorí pé ọba bá wa tan ni; èéṣe tí ẹ̀yin fi bínú nítorí ọ̀ràn yìí? Àwa jẹ nínú oúnjẹ ọba rárá bí? Tàbí ó fi ẹ̀bùn kan fún wa bí?”
43 ତହିଁରେ ଇସ୍ରାଏଲ ଲୋକମାନେ ଯିହୁଦା-ଲୋକମାନଙ୍କୁ ଉତ୍ତର କରି କହିଲେ, “ରାଜାଙ୍କଠାରେ ଆମ୍ଭମାନଙ୍କର ଦଶ ଅଂଶ ଅଧିକାର ଅଛି, କାରଣ ଦଶ ଗୋଷ୍ଠୀର ସମ୍ପର୍କ ରାଜାଙ୍କ ସହିତ ଅଛି ଏବଂ ଦାଉଦଙ୍କଠାରେ ତୁମ୍ଭମାନଙ୍କ ଅପେକ୍ଷା ମଧ୍ୟ ଆମ୍ଭମାନଙ୍କ ଅଧିକାର ଅଧିକ; ତେବେ ଆମ୍ଭମାନଙ୍କ ରାଜାଙ୍କୁ ଫେରାଇ ଆଣିବା ପାଇଁ ଆମ୍ଭମାନଙ୍କ ପରାମର୍ଶ ପ୍ରଥମେ ନ ନେଇ ତୁମ୍ଭେମାନେ କାହିଁକି ଆମ୍ଭମାନଙ୍କୁ ତୁଚ୍ଛ କଲ?” ତହୁଁ ଇସ୍ରାଏଲ ଲୋକମାନଙ୍କ ବାକ୍ୟ ଅପେକ୍ଷା ଯିହୁଦା ଲୋକମାନଙ୍କ ବାକ୍ୟ ଅଧିକ କଠୋର ହେଲା।
Àwọn ọkùnrin Israẹli náà sì dá àwọn ọkùnrin Juda lóhùn pé, “Àwa ní ipá mẹ́wàá nínú ọba, àwa sì ní nínú Dafidi jù yín lọ, èéṣì ṣe tí ẹ̀yin kò fi kà wá sí, tí ìmọ̀ wa kò fi ṣáájú láti mú ọba wa padà?” Ọ̀rọ̀ àwọn ọkùnrin Juda sì le ju ọ̀rọ̀ àwọn ọkùnrin Israẹli.

< ଦ୍ୱିତୀୟ ଶାମୁୟେଲ 19 >