< ଦ୍ୱିତୀୟ ଶାମୁୟେଲ 17 >
1 ଆହୁରି ଅହୀଥୋଫଲ ଅବଶାଲୋମଙ୍କୁ କହିଲା, “ମୁଁ ବାର ହଜାର ଲୋକ ବାଛି ଆଜି ରାତ୍ରି ଉଠି ଦାଉଦଙ୍କର ପଛେ ଗୋଡ଼ାଇବି।
Ahitofeli sì wí fún Absalomu pé, “Èmi ó yan ẹgbàá mẹ́fà ọkùnrin èmi ó sì dìde, èmi ó sì lépa Dafidi lóru yìí.
2 ପୁଣି ସେ କ୍ଳାନ୍ତ ଓ ଶିଥିଳ ହସ୍ତ ଥିବା ବେଳେ ମୁଁ ତାଙ୍କୁ ଆକ୍ରମଣ କରି ଭୟ ଦେଖାଇବି; ତହିଁରେ ତାଙ୍କର ସମସ୍ତ ସଙ୍ଗୀ ଲୋକ ପଳାଇବେ; ପୁଣି ମୁଁ କେବଳ ରାଜାଙ୍କୁ ଆଘାତ କରିବି।
Èmi ó sì yọ sí i nígbà tí àárẹ̀ bá mú un tí ọwọ́ rẹ̀ sì ṣe aláìle, èmi ó sì dá a ní ìjì, gbogbo àwọn ènìyàn tí ó wà lọ́dọ̀ rẹ̀ yóò sì sá, èmi ó sì kọlu ọba nìkan ṣoṣo.
3 ଆଉ ଯେପରି ଜଣେ ସ୍ତ୍ରୀ ବିବାହ ପରେ ସ୍ୱାମୀଙ୍କ ନିକଟକୁ ଆସେ; ସେହିପରି ମୁଁ ସମସ୍ତ ଲୋକଙ୍କୁ ତୁମ୍ଭ ନିକଟକୁ ଫେରାଇ ଆଣିବି; ତହିଁରେ ସମସ୍ତ ଲୋକ ତୁମ୍ଭ ଅଧୀନରେ ଶାନ୍ତିରେ ରହିବେ।”
Èmi ó sì mú gbogbo àwọn ènìyàn padà sọ́dọ̀ rẹ bi ìgbà tí ìyàwó bá padà sí ọ̀dọ̀ ọkọ rẹ̀. Ọkàn ẹnìkan ṣoṣo tí ìwọ ń wá yìí ni ó túmọ̀ sí ìpadàbọ̀ gbogbo wọn; gbogbo àwọn ènìyàn yóò sì wà ní àlàáfíà.”
4 ସେତେବେଳେ ଏହି କଥା ଅବଶାଲୋମର ଓ ଇସ୍ରାଏଲୀୟ ସମସ୍ତ ପ୍ରାଚୀନବର୍ଗର ଦୃଷ୍ଟିରେ ପସନ୍ଦ ହେଲା।
Ọ̀rọ̀ náà sì tọ́ lójú Absalomu, àti lójú gbogbo àwọn àgbàgbà Israẹli.
5 ତେବେ ଅବଶାଲୋମ କହିଲା, “ଅର୍କୀୟ ହୂଶୟକୁ ମଧ୍ୟ ଡାକ, ଆଉ ସେ କʼଣ କହେ, ତାହା ମଧ୍ୟ ଶୁଣିବା।”
Absalomu sì wí pé, “Ǹjẹ́ pe Huṣai ará Arki, àwa ó sì gbọ́ èyí tí ó wà lẹ́nu rẹ̀ pẹ̀lú.”
6 ତହୁଁ ହୂଶୟ ଅବଶାଲୋମ ନିକଟକୁ ଆସନ୍ତେ, ଅବଶାଲୋମ ତାହାକୁ କହିଲା, “ଅହୀଥୋଫଲ ଏପରି ଏପରି କହୁଅଛି; ଆମ୍ଭେମାନେ ତାହା କଥାନୁସାରେ କରିବା କି? ଯଦି ନ କରିବା, ତେବେ ତୁମ୍ଭେ କୁହ।”
Huṣai sì dé ọ̀dọ̀ Absalomu, Absalomu sì wí fún un pé, “Báyìí ni Ahitofeli wí, kí àwa ṣe bí ọ̀rọ̀ rẹ bí? Bí ko bá sì tọ́ bẹ́ẹ̀, ìwọ wí.”
7 ତହିଁରେ ହୂଶୟ ଅବଶାଲୋମଙ୍କୁ କହିଲା, “ଅହୀଥୋଫଲ ଯେଉଁ ମନ୍ତ୍ରଣା ଦେଇଅଛି, ତାହା ଭଲ ନୁହେଁ।”
Huṣai sì wí fún Absalomu pé, “Ìmọ̀ tí Ahitofeli gbà yìí, kò dára nísinsin yìí.”
8 ହୂଶୟ ଆହୁରି କହିଲା, “ଆପଣ ଆପଣା ପିତାଙ୍କୁ ଓ ତାଙ୍କ ଲୋକମାନଙ୍କୁ ଜାଣନ୍ତି, ସେମାନେ ତ ବୀର ଓ କ୍ଷେତ୍ରରେ ଛୁଆହରା ଭଲ୍ଲୁକୀ ପରି ସେମାନେ ଉଗ୍ର ହୋଇଥିବେ, ପୁଣି ଆପଣଙ୍କ ପିତା ଯୋଦ୍ଧା ଓ ସେ ରାତ୍ରିରେ ଲୋକମାନଙ୍କ ସଙ୍ଗରେ ରହିବେ ନାହିଁ।
Huṣai sì wí pé, “Ìwọ mọ baba rẹ àti àwọn ọmọkùnrin rẹ̀ pé alágbára ni wọ́n, wọ́n sì wà ní kíkorò ọkàn bí àmọ̀tẹ́kùn tí a gbà ní ọmọ ni pápá, baba rẹ sì jẹ́ jagunjagun ọkùnrin kì yóò bá àwọn ènìyàn náà gbé pọ̀ lóru.
9 ଦେଖନ୍ତୁ, ସେ ଏବେ କୌଣସି ଗର୍ତ୍ତରେ କି ଅନ୍ୟ କୌଣସି ସ୍ଥାନରେ ଲୁଚି କରିଅଛନ୍ତି; ଆଉ ପ୍ରଥମେ ଏମାନଙ୍କ ମଧ୍ୟରୁ କେତେକ ପତିତ ହେଲେ ବୋଲି କେହି ଶୁଣିଲେ କହିବ ଯେ, ‘ଅବଶାଲୋମର ଅନୁଗାମୀ ଲୋକମାନଙ୍କ ମଧ୍ୟରେ ସଂହାର ହେଉଅଛି।’
Kíyèsi i, ó ti fi ara rẹ̀ pamọ́ nísinsin yìí ni ihò kan, tàbí ní ibòmíràn: yóò sì ṣe, nígbà tí díẹ̀ nínú wọn bá kọ́ ṣubú, ẹnikẹ́ni tí ó bá gbọ́ yóò sì wí pé, ‘Ìparun sì ń bẹ́ nínú àwọn ènìyàn tí ń tọ Absalomu lẹ́yìn.’
10 ତାହାହେଲେ, ଯେଉଁ ବିକ୍ରମଶାଳୀର ହୃଦୟ ସିଂହର ହୃଦୟ ତୁଲ୍ୟ, ସେ ମଧ୍ୟ ନିତାନ୍ତ ତରଳି ଯିବ; କାରଣ ଆପଣଙ୍କ ପିତା ଯେ ବୀର ଓ ତାଙ୍କ ସଙ୍ଗୀମାନେ ଯେ ବିକ୍ରମଶାଳୀ ଲୋକ, ଏହା ସମୁଦାୟ ଇସ୍ରାଏଲ ଜାଣନ୍ତି।
Ẹni tí ó sì ṣe alágbára, tí ọkàn rẹ̀ sì dàbí ọkàn kìnnìún, yóò sì rẹ̀ ẹ́: nítorí gbogbo Israẹli ti mọ̀ pé alágbára ni baba rẹ, àti pé, àwọn tí ń bẹ lọ́dọ̀ rẹ jẹ́ alágbára.
11 ମାତ୍ର ମୋହର ମନ୍ତ୍ରଣା ଏହି ଯେ, ଦାନ୍ଠାରୁ ବେର୍ଶେବା ପର୍ଯ୍ୟନ୍ତ ସମୁଦାୟ ଇସ୍ରାଏଲ ସମୁଦ୍ରତୀରସ୍ଥ ବାଲୁକା ତୁଲ୍ୟ ଅସଂଖ୍ୟ ହୋଇ ଆପଣଙ୍କ ନିକଟରେ ସଂଗୃହୀତ ହେଉନ୍ତୁ; ପୁଣି ଆପଣ ସ୍ୱୟଂ ଯୁଦ୍ଧକୁ ଯାଉନ୍ତୁ।
“Nítorí náà èmi dámọ̀ràn pé, kí gbogbo Israẹli wọ́jọ pọ̀ sọ́dọ̀ rẹ, láti Dani títí dé Beerṣeba, gẹ́gẹ́ bí iyanrìn létí òkun fún ọ̀pọ̀lọpọ̀; àti pé, kí ìwọ tìkára rẹ̀ ó lọ sí ogun náà.
12 ତହିଁରେ ଯେଉଁ ସ୍ଥାନରେ ତାଙ୍କର ସନ୍ଧାନ ମିଳିବ, ସେହି ସ୍ଥାନରେ ଆମ୍ଭେମାନେ ତାଙ୍କ ନିକଟରେ ଉପସ୍ଥିତ ହେବୁ ଓ ଭୂମିରେ ଶିଶିର ପଡ଼ିବା ପରି ତାଙ୍କ ଉପରେ ପଡ଼ିବୁ; ପୁଣି ତାଙ୍କର ଓ ତାଙ୍କ ସଙ୍ଗୀମାନଙ୍କ ମଧ୍ୟରୁ ଜଣକୁ ହିଁ ଅବଶିଷ୍ଟ ରଖିବୁ ନାହିଁ।
Àwa ó sì yọ sí i níbikíbi tí àwa o gbé rí i, àwa ó sì yí i ká bí ìrì ti ń ṣẹ̀ sí ilẹ̀ àní, ọkàn kan kì yóò kù pẹ̀lú rẹ̀ nínú gbogbo àwọn ọmọkùnrin tí ó wà lọ́dọ̀ rẹ̀.
13 ଆହୁରି ଯଦି ସେ କୌଣସି ନଗରକୁ ଯାଇଥିବେ, ତେବେ ସମସ୍ତ ଇସ୍ରାଏଲ ସେହି ନଗରକୁ ଦଉଡ଼ି ଆଣିବେ ଓ ତହିଁରେ ଗୋଟିଏ ଗୋଡ଼ି ନ ରହିବା ପର୍ଯ୍ୟନ୍ତ ଆମ୍ଭେମାନେ ତାହା ନଦୀକୁ ଟାଣି ନେବୁ।”
Bí o bá sì bọ́ sí ìlú kan, gbogbo Israẹli yóò mú okùn wá sí ìlú náà, àwa ó sì fà á lọ sí odò, títí a kì yóò fi rí òkúta kéékèèké kan níbẹ̀.”
14 ତହିଁରେ ଅବଶାଲୋମ ଓ ସମୁଦାୟ ଇସ୍ରାଏଲ ଲୋକ କହିଲେ, “ଅହୀଥୋଫଲର ମନ୍ତ୍ରଣା ଅପେକ୍ଷା ଅର୍କୀୟ ହୂଶୟର ମନ୍ତ୍ରଣା ଉତ୍ତମ।” ଯେହେତୁ ସଦାପ୍ରଭୁ ଅବଶାଲୋମ ପ୍ରତି ଅମଙ୍ଗଳ ଘଟାଇବା ଅଭିପ୍ରାୟରେ ଅହୀଥୋଫଲର ଉତ୍ତମ ମନ୍ତ୍ରଣା ବ୍ୟର୍ଥ କରିବା ପାଇଁ ସ୍ଥିର କରିଥିଲେ।
Absalomu àti gbogbo ọkùnrin Israẹli sì wí pé, “Ìmọ̀ Huṣai ará Arki sàn ju ìmọ̀ Ahitofeli lọ! Nítorí Olúwa fẹ́ láti yí ìmọ̀ rere ti Ahitofeli po.” Nítorí kí Olúwa lè mú ibi wá sórí Absalomu.
15 ଏଥିଉତ୍ତାରେ ସାଦୋକ ଓ ଅବୀୟାଥର ଯାଜକମାନଙ୍କୁ ହୂଶୟ କହିଲା, “ଅବଶାଲୋମଙ୍କୁ ଓ ଇସ୍ରାଏଲର ପ୍ରାଚୀନଗଣଙ୍କୁ ଅହୀଥୋଫଲ ଏହିପରି ଭାବରେ ମନ୍ତ୍ରଣା ଦେଇଥିଲା, ମାତ୍ର ମୁଁ ଏହିପରି ଭାବରେ ମନ୍ତ୍ରଣା ଦେଲି।
Huṣai sì wí fún Sadoku àti fún Abiatari àwọn àlùfáà pé, “Báyìí ni Ahitofeli ti bá Absalomu àti àwọn àgbàgbà Israẹli dámọ̀ràn, báyìí lèmi sì bá a dámọ̀ràn.
16 ଏହେତୁ ଏବେ ଶୀଘ୍ର ଲୋକ ପଠାଇ ଦାଉଦଙ୍କୁ ଜଣାଇ କୁହ, ‘ପ୍ରାନ୍ତରସ୍ଥ ଘାଟି ନିକଟରେ ଆଜି ରାତ୍ରି ଯାପନ କର ନାହିଁ, ମାତ୍ର କୌଣସିମତେ ପାର ହୋଇ ଚାଲିଯାଅ; ନୋହିଲେ ମହାରାଜା ଓ ତାଙ୍କ ସଙ୍ଗୀ ଲୋକ ସମସ୍ତେ ସଂହାରିତ ହେବେ।’”
Nítorí náà yára ránṣẹ́ nísinsin yìí kí o sì sọ fún Dafidi pé, ‘Má ṣe dúró ní pẹ̀tẹ́lẹ̀ ijù náà lálẹ́ yìí, ṣùgbọ́n yára rékọjá kí a má bá a gbé ọba mì, àti gbogbo àwọn ènìyàn tí ó ń bẹ lọ́dọ̀ rẹ.’”
17 ସେହି ସମୟରେ ଯୋନାଥନ ଓ ଅହୀମାସ୍ ଐନ୍-ରୋଗେଲରେ ରହିଥିଲେ; ଆଉ ସେମାନେ ଯେପରି ନଗରକୁ ଆସିବାର ଦେଖା ନ ଯିବେ, ଏଥିପାଇଁ ଏକ ଦାସୀ ଯାଇ ସେମାନଙ୍କୁ ସମ୍ବାଦ ଦେଉଥାଏ; ଆଉ ସେମାନେ ଯାଇ ଦାଉଦ ରାଜାଙ୍କୁ ସମ୍ବାଦ ଦେଉଥାʼନ୍ତି।
Jonatani àti Ahimasi sì dúró ní En-Rogeli ọ̀dọ́mọdébìnrin kan sì lọ, ó sì sọ fún wọn, wọ́n sì lọ wọ́n sọ fún Dafidi ọba nítorí pé kí a má bá à rí wọn pé wọ́n wọ ìlú.
18 ମାତ୍ର ଏକ ଯୁବା ସେମାନଙ୍କୁ ଦେଖି ଅବଶାଲୋମଙ୍କୁ ଜଣାଇଲା; ତହୁଁ ସେ ଦୁହେଁ ଶୀଘ୍ର ଯାଇ ବହୁରୀମରେ ଜଣକର ଗୃହରେ ପ୍ରବେଶ କଲେ ଓ ତାହାର ପ୍ରାଙ୍ଗଣ ମଧ୍ୟରେ ଏକ କୂପ ଥିବାରୁ, ସେମାନେ ତହିଁ ଭିତରକୁ ଗଲେ।
Ṣùgbọ́n ọ̀dọ́mọdékùnrin kan rí wọn, ó sì wí fún Absalomu, ṣùgbọ́n àwọn méjèèjì sì yára lọ kúrò, wọ́n sì wá sí ilé ọkùnrin kan ní Bahurimu, ẹni tí ó ní kànga kan ní ọgbà rẹ̀, wọ́n sì sọ̀kalẹ̀ sí ibẹ̀.
19 ତହିଁରେ ଗୃହିଣୀ ଗୋଟିଏ ଢାଙ୍କୁଣୀ ନେଇ କୂପ ମୁଖରେ ଦେଇ ତହିଁ ଉପରେ ମର୍ଦ୍ଦିତ ଶସ୍ୟ ବିଛାଇ ଦେଲା; ଏଣୁ କିଛି ଜଣା ପଡ଼ିଲା ନାହିଁ।
Obìnrin rẹ̀ sì mú nǹkan ó fi bo kànga náà, ó sì sá àgbàdo sórí rẹ̀, a kò sì mọ̀.
20 ଏଉତ୍ତାରେ ଅବଶାଲୋମର ଦାସମାନେ ସେହି ସ୍ତ୍ରୀର ଗୃହକୁ ଆସି ପଚାରିଲେ, “ଅହୀମାସ୍ ଓ ଯୋନାଥନ କାହାନ୍ତି?” ତହିଁରେ ସେ ସ୍ତ୍ରୀ ସେମାନଙ୍କୁ କହିଲା, “ସେମାନେ ନଦୀ ପାର ହୋଇ ଗଲେଣି।” ତହୁଁ ସେମାନେ ଖୋଜି ନ ପାଇବାରୁ ଯିରୂଶାଲମକୁ ଫେରିଗଲେ।
Àwọn ìránṣẹ́ Absalomu sì tọ obìnrin náà wá sí ilé náà, wọ́n sì béèrè pé, “Níbo ni Ahimasi àti Jonatani gbé wà?” Obìnrin náà sì wí fún wọn pé, “Wọ́n ti gòkè rékọjá ìṣàn odò náà.” Wọ́n sì wá wọn kiri, wọn kò sì rí wọn, wọ́n sì yípadà sí Jerusalẹmu.
21 ଏଣୁ ସେମାନେ ଗଲା ଉତ୍ତାରେ ସେ ଦୁଇ ଜଣ କୂପରୁ ବାହାରି ଦାଉଦ ରାଜାଙ୍କ ନିକଟକୁ ଯାଇ ଜଣାଇଲେ; ଆଉ ସେମାନେ ଦାଉଦଙ୍କୁ କହିଲେ, “ତୁମ୍ଭେମାନେ ଉଠ, ଶୀଘ୍ର ଜଳ ପାର ହୋଇଯାଅ, କାରଣ ଅହୀଥୋଫଲ ତୁମ୍ଭମାନଙ୍କ ବିରୁଦ୍ଧରେ ଏପରି ଏପରି ମନ୍ତ୍ରଣା ଦେଇଅଛି।”
Ó sì ṣe lẹ́yìn ìgbà tí wọ́n ti lọ tán, àwọn ọkùnrin náà sì jáde kúrò nínú kànga, wọ́n sì lọ wọ́n sì rò fún Dafidi ọba. Wọ́n sọ fún Dafidi pé, “Dìde kí o sì gòkè odò kánkán, nítorí pé báyìí ni Ahitofeli gbìmọ̀ sí ọ.”
22 ଏଥିରେ ଦାଉଦ ଓ ତାଙ୍କ ସଙ୍ଗୀ ସମସ୍ତ ଲୋକ ଉଠି ଯର୍ଦ୍ଦନ ପାର ହୋଇଗଲେ; ପ୍ରଭାତ ଆଲୁଅ ସମୟ ପୁର୍ବରୁ ଯେ ଯର୍ଦ୍ଦନ ପାର ହୋଇଯାଇ ନ ଥିଲା, ଏପରି ଜଣେ ଅବଶିଷ୍ଟ ରହିଲା ନାହିଁ।
Dafidi sì dìde, àti gbogbo àwọn ènìyàn tí ń bẹ lọ́dọ̀ rẹ̀, wọ́n sì gòkè odò Jordani: kí ilẹ̀ tó mọ́, ènìyàn kò kù tí kò gòkè odò Jordani.
23 ଏଉତ୍ତାରେ ଅହୀଥୋଫଲ ଆପଣା ମନ୍ତ୍ରଣାନୁସାରେ କର୍ମ କରା ନ ଯିବାର ଦେଖି ଆପଣା ଗର୍ଦ୍ଦଭ ସଜାଇ ଉଠି ନିଜ ଗୃହ ଓ ନିଜ ନଗରକୁ ଗଲା ଓ ଆପଣା ଗୃହ ସମସ୍ତ ବିଷୟ ସଜାଡ଼ି ଆପଣାକୁ ଫାଶୀ ଦେଲା; ଏରୂପେ ସେ ମଲା, ପୁଣି ଆପଣା ପିତାର କବରରେ କବର ପାଇଲା।
Nígbà tí Ahitofeli sì rí i pé wọn kò fi ìmọ̀ tirẹ̀ ṣe, ó sì di kẹ́tẹ́kẹ́tẹ́ rẹ̀ ni gàárì, ó sì dìde, ó lọ ilé rẹ̀, ó sì palẹ̀ ilé rẹ̀ mọ̀, ó sì so, ó sì kú, a sì sin ín sí ibojì baba rẹ̀. Absalomu gbógun ti Dafidi.
24 ଏଥିମଧ୍ୟରେ ଦାଉଦ ମହନୟିମରେ ଉପସ୍ଥିତ ହେଲେ। ପୁଣି ଅବଶାଲୋମ ଓ ତାହାର ସଙ୍ଗୀ ସମସ୍ତ ଇସ୍ରାଏଲ ଲୋକ ଯର୍ଦ୍ଦନ ପାର ହେଲେ।
Dafidi sì wá sí Mahanaimu, Absalomu sì gòkè odò Jordani, òun àti gbogbo àwọn ọkùnrin Israẹli pẹ̀lú rẹ̀.
25 ଆଉ ଅବଶାଲୋମ ଯୋୟାବ ବଦଳରେ ଅମାସାଙ୍କୁ ସୈନ୍ୟ ଉପରେ ନିଯୁକ୍ତ କଲା। ଏହି ଅମାସା ଇସ୍ରାଏଲୀୟ ଯେଥର ନାମକ ଏକ ବ୍ୟକ୍ତିର ପୁତ୍ର, ସେ ବ୍ୟକ୍ତି ଯୋୟାବର ମାତା ସରୁୟାର ଭଗିନୀ, ନାହଶର କନ୍ୟା ଅବୀଗଲ ସହିତ ସହବାସ କରିଥିଲା।
Absalomu sì fi Amasa ṣe olórí ogun ní ipò Joabu: Amasa ẹni tí í ṣe ọmọ ẹnìkan, orúkọ ẹni tí a ń pè ní Itira, ará Israẹli, tí ó wọlé tọ Abigaili ọmọbìnrin Nahaṣi, arábìnrin Seruiah, ìyá Joabu.
26 ପୁଣି ଇସ୍ରାଏଲ ଓ ଅବଶାଲୋମ ଗିଲୀୟଦ ଦେଶରେ ଛାଉଣି ସ୍ଥାପନ କଲେ।
Israẹli àti Absalomu sì dó ní ilẹ̀ Gileadi.
27 ଏଥିଉତ୍ତାରେ ଦାଉଦ ମହନୟିମରେ ଉପସ୍ଥିତ ହୁଅନ୍ତେ, ଅମ୍ମୋନ-ସନ୍ତାନଗଣର ରବ୍ବା ନିବାସୀ ନାହଶର ପୁତ୍ର ଶୋବି ଓ ଲୋ-ଦବାର ନିବାସୀ ଅମ୍ମୀୟେଲର ପୁତ୍ର ମାଖୀର, ଆଉ ରୋଗଲୀମ ନିବାସୀ ଗିଲୀୟଦୀୟ ବର୍ସିଲ୍ଲୟ ଦାଉଦ ଓ ତାଙ୍କର ସଙ୍ଗୀ ଲୋକମାନଙ୍କ ନିମନ୍ତେ
Nígbà tí Dafidi sì wá sí Mahanaimu, Ṣobi ọmọ Nahaṣi ti Rabba tí àwọn ọmọ Ammoni, àti Makiri ọmọ Ammieli ti Lo-Debari, àti Barsillai ará Gileadi ti Rogelimu.
28 ଶଯ୍ୟା, ପାନପାତ୍ର, ମୃତ୍ତିକା ପାତ୍ର, ପୁଣି ଆହାରାର୍ଥେ ଗହମ, ଯବ, ମଇଦା, ଭଜା ଶସ୍ୟ, ଶିମ, ମସୁର ଓ ଭଜା ବିରି
Mú àwọn àkéte, àti àwọn àwo, àti ìkòkò amọ̀, àti alikama, àti ọkà barle, àti ìyẹ̀fun, àti àgbàdo díndín, àti ẹ̀wà, àti erèé, àti lẹntili.
29 ପୁଣି ମଧୁ, ଦହି, ମେଷ ଓ ଗୋ-ଛେନା ଆଣିଲେ; ତହୁଁ ଦାଉଦ ଓ ତାଙ୍କ ସହିତ ଥିବା ଲୋକମାନେ ଖାଇଲେ; କାରଣ ସେମାନେ କହିଲେ, “ଲୋକମାନେ ପ୍ରାନ୍ତରରେ କ୍ଷୁଧିତ ଓ କ୍ଳାନ୍ତ ଓ ତୃଷିତ ହୋଇଥିବେ।”
Àti oyin, àti òrí-àmọ́, àti àgùntàn, àti wàràǹkàṣì màlúù, wá fún Dafidi àti fún àwọn ènìyàn tí ń bẹ lọ́dọ̀ rẹ̀, láti jẹ: nítorí tí wọ́n wí pé, “Ebi ń pa àwọn ènìyàn, ó sì rẹ̀ wọ́n, òǹgbẹ sì ń gbẹ wọ́n ní aginjù.”