< ଦ୍ୱିତୀୟ ଶାମୁୟେଲ 16 >

1 ଏଥିଉତ୍ତାରେ ଦାଉଦ ଉଠାଣି ଶୃଙ୍ଗ ପାର ହୋଇ ଅଳ୍ପ ବାଟ ଅଗ୍ରସର ହେଲା ଉତ୍ତାରେ ଦେଖ, ମଫୀବୋଶତ୍‍ର ଦାସ ସୀବଃ ସଜ୍ଜିତ ଦୁଇ ଗର୍ଦ୍ଦଭ ସଙ୍ଗେ ନେଇ ତାଙ୍କୁ ଭେଟିଲା, ସେହି ଗର୍ଦ୍ଦଭମାନଙ୍କ ଉପରେ ଦୁଇ ଶହ ରୁଟି, ଶହେ ପେନ୍ଥା ଦ୍ରାକ୍ଷାଫଳ ଓ ଶହେ ଗ୍ରୀଷ୍ମକାଳୀନ ଫଳ ଓ ଏକ କୁମ୍ପା (ବୋତୋଲ୍) ଦ୍ରାକ୍ଷାରସ ଥିଲା।
And when David was a little past the top of the hill, behold, Ziba the servant of Mephibosheth met him, with a couple of asses saddled, and on them two hundred loaves of bread, and an hundred bunches of raisins, and an hundred of summer fruits, and a bottle of wine.
2 ତହିଁରେ ରାଜା ସୀବଃକୁ କହିଲେ, “ଏସବୁରେ ତୁମ୍ଭର ଅଭିପ୍ରାୟ କଅଣ?” ତହୁଁ ସୀବଃ କହିଲା, “ଏ ଗର୍ଦ୍ଦଭ ଦୁଇଟି ରାଜପରିବାରଙ୍କ ଚଢ଼ିବା ନିମନ୍ତେ; ପୁଣି ଏହି ରୁଟି ଓ ଗ୍ରୀଷ୍ମକାଳୀନ ଫଳ ଯୁବାମାନଙ୍କ ଆହାର ନିମନ୍ତେ, ଆଉ ଦ୍ରାକ୍ଷାରସ ପ୍ରାନ୍ତରରେ କ୍ଳାନ୍ତ ହେବା ଲୋକମାନେ ପାନ କରିବେ।”
And the king said to Ziba, What mean you by these? And Ziba said, The asses be for the king’s household to ride on; and the bread and summer fruit for the young men to eat; and the wine, that such as be faint in the wilderness may drink.
3 ତେବେ ରାଜା କହିଲେ, “ତୁମ୍ଭ ପ୍ରଭୁର ପୁତ୍ର କାହିଁ?” ତହିଁରେ ସୀବଃ ରାଜାଙ୍କୁ କହିଲା, “ଦେଖନ୍ତୁ, ସେ ଯିରୂଶାଲମରେ ଅଛନ୍ତି, କାରଣ ସେ କହିଲେ, ‘ଇସ୍ରାଏଲ ବଂଶ ଆଜି ଆମ୍ଭ ପୈତୃକ ରାଜ୍ୟ ଆମ୍ଭକୁ ଫେରାଇ ଦେବେ।’”
And the king said, And where is your master’s son? And Ziba said to the king, Behold, he stays at Jerusalem: for he said, To day shall the house of Israel restore me the kingdom of my father.
4 ଏଥିରେ ରାଜା ସୀବଃକୁ କହିଲେ, “ଦେଖ, ମଫୀବୋଶତ୍‍ର ସର୍ବସ୍ୱ ତୁମ୍ଭର ହେଲା।” ତହୁଁ ସୀବଃ କହିଲା, “ମୁଁ ପ୍ରଣାମ କରୁଅଛି, ହେ ମୋହର ପ୍ରଭୋ, ମହାରାଜ, ମୁଁ ଆପଣଙ୍କ ଦୃଷ୍ଟିରେ ଯେପରି ଅନୁଗ୍ରହ ପାଏ।”
Then said the king to Ziba, Behold, your are all that pertained to Mephibosheth. And Ziba said, I humbly beseech you that I may find grace in your sight, my lord, O king.
5 ଏଥିଉତ୍ତାରେ ଦାଉଦ ରାଜା ବହୁରୀମରେ ଉପସ୍ଥିତ ହୁଅନ୍ତେ, ଦେଖ, ଶାଉଲ ବଂଶର ପରିବାରଭୁକ୍ତ ଏକ ବ୍ୟକ୍ତି ସେଠାରୁ ବାହାର ହୋଇ ଆସିଲା, ତାହାର ନାମ ଶିମୀୟି, ସେ ଗେରାର ପୁତ୍ର; ସେ ବାହାରି ଆସିବା ବେଳେ ଅଭିଶାପ ଦେଉ ଦେଉ ଆସିଲା।
And when king David came to Bahurim, behold, there came out a man of the family of the house of Saul, whose name was Shimei, the son of Gera: he came forth, and cursed still as he came.
6 ଆଉ ସେ ଦାଉଦଙ୍କୁ ଓ ଦାଉଦ ରାଜାଙ୍କର ସବୁ ଦାସଙ୍କୁ ପଥର ମାରିଲା; ସେତେବେଳେ ସମସ୍ତ ଲୋକ ଓ ସମସ୍ତ ବୀର ତାଙ୍କର ଦକ୍ଷିଣରେ ଓ ବାମରେ ଥିଲେ।
And he cast stones at David, and at all the servants of king David: and all the people and all the mighty men were on his right hand and on his left.
7 ପୁଣି ଶିମୀୟି ଅଭିଶାପ ଦେଉ ଦେଉ ଏପରି କହିଲା, “ଆରେ ରକ୍ତପାତୀ ମନୁଷ୍ୟ, ଆରେ ପାପାଧମ ଲୋକ, ଦୁର୍ ହୁଅ, ଚାଲିଯାଅ!
And thus said Shimei when he cursed, Come out, come out, you bloody man, and you man of Belial:
8 ଯାହାର ପଦରେ ତୁ ରାଜ୍ୟ କରୁଥିଲୁ, ସେହି ଶାଉଲ ବଂଶର ସମସ୍ତ ରକ୍ତପାତର ପ୍ରତିଫଳ ତୋତେ ସଦାପ୍ରଭୁ ଦେଉଅଛନ୍ତି; ପୁଣି ସଦାପ୍ରଭୁ ତୋର ପୁତ୍ର ଅବଶାଲୋମ ହସ୍ତରେ ରାଜ୍ୟ ସମର୍ପଣ କରିଅଛନ୍ତି; ଆଉ ଦେଖ୍, ତୁ ତୋʼ ନିଜ ଦୁଷ୍ଟତାରେ ଧରା ପଡ଼ିଅଛୁ, କାରଣ ତୁ ରକ୍ତପାତୀ ମନୁଷ୍ୟ।”
The LORD has returned on you all the blood of the house of Saul, in whose stead you have reigned; and the LORD has delivered the kingdom into the hand of Absalom your son: and, behold, you are taken in your mischief, because you are a bloody man.
9 ସେତେବେଳେ ସରୁୟାର ପୁତ୍ର ଅବୀଶୟ ରାଜାଙ୍କୁ କହିଲା, “ଏ ମଲା କୁକ୍କୁରଟା କାହିଁକି ମୋʼ ପ୍ରଭୁ ମହାରାଜାଙ୍କୁ ଅଭିଶାପ ଦେବ? ଅନୁମତି ଦେଉନ୍ତୁ, ମୁଁ ପାର ହୋଇଯାଇ ତାହାର ମୁଣ୍ଡ କାଟି ପକାଏ।”
Then said Abishai the son of Zeruiah to the king, Why should this dead dog curse my lord the king? let me go over, I pray you, and take off his head.
10 ତହିଁରେ ରାଜା କହିଲେ, “ହେ ସରୁୟାର ପୁତ୍ରମାନେ, ତୁମ୍ଭମାନଙ୍କ ସହିତ ମୋʼ ର କʼଣ କରିବାର ଅଛି? ସେ ତ ଅଭିଶାପ ଦେଉଅଛି, ପୁଣି ଦାଉଦଙ୍କୁ ‘ଅଭିଶାପ ଦିଅ’ ବୋଲି ସଦାପ୍ରଭୁ ତାହାକୁ କହିଅଛନ୍ତି? ‘ଏଥିପାଇଁ କିଏ କହିବ, ତୁମ୍ଭେ କାହିଁକି ଏପରି କଲ?’”
And the king said, What have I to do with you, you sons of Zeruiah? so let him curse, because the LORD has said to him, Curse David. Who shall then say, Why have you done so?
11 ଆହୁରି ଦାଉଦ ଅବୀଶୟକୁ ଓ ଆପଣାର ଦାସ ସମସ୍ତଙ୍କୁ କହିଲେ, “ଦେଖ, ମୋହର ଔରସରୁ ଜାତ ମୋର ପୁତ୍ର ମୋର ପ୍ରାଣ ନେବାକୁ ଚାହୁଁଅଛି, ତେବେ ଏ ବିନ୍ୟାମୀନୀୟ ଲୋକ କି ଏବେ ତତୋଧିକ ନ କରିବ? ତାଙ୍କୁ ଛାଡ଼, ସେ ଅଭିଶାପ ଦେଉ; କାରଣ ସଦାପ୍ରଭୁ ତାହାକୁ ଅନୁମତି ଦେଇଅଛନ୍ତି।
And David said to Abishai, and to all his servants, Behold, my son, which came forth of my bowels, seeks my life: how much more now may this Benjamite do it? let him alone, and let him curse; for the LORD has bidden him.
12 ହୋଇପାରେ, ମୋʼ ପ୍ରତି କୃତ ଏହି ଅପରାଧକୁ ସଦାପ୍ରଭୁ ଦୃଷ୍ଟିପାତ କରିବେ ଓ ଆଜି ତାହାର ଦତ୍ତ ଅଭିଶାପ ପରିବର୍ତ୍ତେ ସଦାପ୍ରଭୁ ମୋହର ମଙ୍ଗଳ କରିବେ।”
It may be that the LORD will look on my affliction, and that the LORD will requite me good for his cursing this day.
13 ଏହିରୂପେ ଦାଉଦ ଓ ତାଙ୍କର ଲୋକମାନେ ପଥ ଦେଇ ଗଲେ; ପୁଣି ଶିମୀୟି ତାଙ୍କ ପାଖେ ପାଖେ ପର୍ବତ ପାର୍ଶ୍ୱ ଦେଇ ଚାଲିଲା, ପୁଣି ଚାଲୁ ଚାଲୁ ଅଭିଶାପ ଦେଲା ଓ ତାଙ୍କ ଉପରେ ପଥର ଓ ଧୂଳି ପକାଇଲା।
And as David and his men went by the way, Shimei went along on the hill’s side over against him, and cursed as he went, and threw stones at him, and cast dust.
14 ଏଉତ୍ତାରେ ରାଜା ଓ ତାଙ୍କର ସଙ୍ଗୀ ଲୋକ ସମସ୍ତେ କ୍ଳାନ୍ତ ହୋଇ ଆସିଲେ; ପୁଣି ସେଠାରେ ସେମାନେ ରାତିରେ ବିଶ୍ରାମ କଲେ।
And the king, and all the people that were with him, came weary, and refreshed themselves there.
15 ଏଥିମଧ୍ୟରେ ଅବଶାଲୋମ ଓ ତାହା ସଙ୍ଗେ ଅହୀଥୋଫଲ ଓ ସମସ୍ତ ଇସ୍ରାଏଲୀୟ ଲୋକ ଯିରୂଶାଲମକୁ ଆସିଲେ।
And Absalom, and all the people the men of Israel, came to Jerusalem, and Ahithophel with him.
16 ପୁଣି ଦାଉଦଙ୍କର ମିତ୍ର ଅର୍କୀୟ ହୂଶୟ ଅବଶାଲୋମ ନିକଟକୁ ଆସନ୍ତେ, ହୂଶୟ ଅବଶାଲୋମଙ୍କୁ କହିଲା, “ମହାରାଜ ଚିରଜୀବୀ ହେଉନ୍ତୁ, ମହାରାଜ ଚିରଜୀବୀ ହେଉନ୍ତୁ!”
And it came to pass, when Hushai the Archite, David’s friend, was come to Absalom, that Hushai said to Absalom, God save the king, God save the king.
17 ତହିଁରେ ଅବଶାଲୋମ ହୂଶୟକୁ କହିଲା, “ତୁମ୍ଭ ମିତ୍ର ପ୍ରତି ତୁମ୍ଭର କି ଏହି ଦୟା? ତୁମ୍ଭେ କାହିଁକି ଆପଣା ମିତ୍ର ସଙ୍ଗରେ ଗଲ ନାହିଁ?”
And Absalom said to Hushai, Is this your kindness to your friend? why went you not with your friend?
18 ହୂଶୟ ଅବଶାଲୋମଙ୍କୁ କହିଲା, “ତାହା ନୁହେଁ! ମାତ୍ର ସଦାପ୍ରଭୁ ଓ ଏହି ଲୋକମାନେ ଓ ସମୁଦାୟ ଇସ୍ରାଏଲ ଲୋକ ଯାହାଙ୍କୁ ମନୋନୀତ କଲେ, ମୁଁ ତାଙ୍କରି ହେବି ଓ ତାଙ୍କ ସଙ୍ଗେ ମୁଁ ରହିବି।
And Hushai said to Absalom, No; but whom the LORD, and this people, and all the men of Israel, choose, his will I be, and with him will I abide.
19 ପୁନଶ୍ଚ ମୁଁ କାହାର ସେବା କରିବି? ମୁଁ କି ତାଙ୍କ ପୁତ୍ର ସାକ୍ଷାତରେ ସେବା କରିବି ନାହିଁ? ମୁଁ ଯେପରି ତୁମ୍ଭ ପିତାଙ୍କ ସାକ୍ଷାତରେ ସେବା କରିଅଛି, ସେପରି ଆପଣଙ୍କ ସାକ୍ଷାତରେ ମଧ୍ୟ କରିବି।”
And again, whom should I serve? should I not serve in the presence of his son? as I have served in your father’s presence, so will I be in your presence.
20 ସେତେବେଳେ ଅବଶାଲୋମ ଅହୀଥୋଫଲକୁ କହିଲା, “ଏବେ ଆମ୍ଭମାନଙ୍କର କି କର୍ତ୍ତବ୍ୟ, ଏ ବିଷୟରେ ତୁମ୍ଭେ ପରାମର୍ଶ ଦିଅ।”
Then said Absalom to Ahithophel, Give counsel among you what we shall do.
21 ତହିଁରେ ଅହୀଥୋଫଲ ଅବଶାଲୋମଙ୍କୁ କହିଲା, “ତୁମ୍ଭ ପିତା ଗୃହ ଜଗିବା ନିମନ୍ତେ ଆପଣାର ଯେଉଁ ଉପପତ୍ନୀମାନଙ୍କୁ ଛାଡ଼ି ଯାଇଅଛନ୍ତି, ତୁମ୍ଭେ ସେମାନଙ୍କ ସହିତ ସହବାସ କର; ତହିଁରେ ତୁମ୍ଭେ ଆପଣା ପିତାର ଦୁର୍ଗନ୍ଧ ସ୍ୱରୂପ ହେବ, ଏହା ସମୁଦାୟ ଇସ୍ରାଏଲ ଶୁଣିବେ; ତହୁଁ ତୁମ୍ଭ ସଙ୍ଗୀ ସମସ୍ତ ଲୋକଙ୍କ ହସ୍ତ ସବଳ ହେବ।”
And Ahithophel said to Absalom, Go in to your father’s concubines, which he has left to keep the house; and all Israel shall hear that you are abhorred of your father: then shall the hands of all that are with you be strong.
22 ଏଉତ୍ତାରେ ଲୋକମାନେ ଅବଶାଲୋମ ନିମନ୍ତେ ଗୃହର ଛାତ ଉପରେ ଏକ ତମ୍ବୁ ପ୍ରସାରିଲେ; ତହୁଁ ଅବଶାଲୋମ ସମସ୍ତ ଇସ୍ରାଏଲ ସାକ୍ଷାତରେ ଆପଣା ପିତାଙ୍କ ଉପପତ୍ନୀମାନଙ୍କ ସହିତ ସହବାସ କଲା।
So they spread Absalom a tent on the top of the house; and Absalom went in to his father’s concubines in the sight of all Israel.
23 ସେସମୟରେ ଅହୀଥୋଫଲ ଯେଉଁ ମନ୍ତ୍ରଣା ଦିଏ, ସେହି ମନ୍ତ୍ରଣା ପରମେଶ୍ୱରଙ୍କ ବାକ୍ୟ ଦ୍ୱାରା ଉତ୍ତର ପାଇବା ତୁଲ୍ୟ ଥିଲା; ଦାଉଦ ଓ ଅବଶାଲୋମ ଉଭୟଙ୍କ ପ୍ରତି ଅହୀଥୋଫଲର ସମସ୍ତ ମନ୍ତ୍ରଣା ଏହି ପ୍ରକାର ଥିଲା।
And the counsel of Ahithophel, which he counceled in those days, was as if a man had inquired at the oracle of God: so was all the counsel of Ahithophel both with David and with Absalom.

< ଦ୍ୱିତୀୟ ଶାମୁୟେଲ 16 >