< ଦ୍ୱିତୀୟ ଶାମୁୟେଲ 15 >

1 ଏଥିଉତ୍ତାରେ ଅବଶାଲୋମ ଆପଣା ନିମନ୍ତେ ଏକ ରଥ ଓ ଅଶ୍ୱମାନ ଓ ଆପଣା ଆଗେ ଆଗେ ଦୌଡ଼ିବା ନିମନ୍ତେ ପଚାଶ ଅଙ୍ଗରକ୍ଷକ ରଖିଲା।
Après cela, Absalom se procura un char et des chevaux, et cinquante hommes qui couraient devant lui.
2 ପୁଣି ଅବଶାଲୋମ ପ୍ରଭାତରେ ଉଠି ରାଜଦ୍ୱାରର ପଥ ପାର୍ଶ୍ୱରେ ଠିଆ ହୁଏ; ଆଉ ଏପରି କରେ ଯେ, କାହାରି ବିଚାରାର୍ଥେ ରାଜାଙ୍କ ନିକଟକୁ ଆସିବାର ଯୋଗ୍ୟ କୌଣସି ବିବାଦ ଥିଲେ, ଅବଶାଲୋମ ତାହାକୁ ଡାକି କହେ, “ତୁମ୍ଭେ କେଉଁ ନଗରର ଲୋକ?” ତହିଁରେ “ଆପଣଙ୍କ ଦାସ ଆମ୍ଭେ ଇସ୍ରାଏଲର ଗୋଟିଏ ବଂଶର ଲୋକ ବୋଲି କହିଲେ,”
Absalom se levait de bonne heure, et se tenait près de l'avenue de la porte; et chaque fois qu'un homme ayant un procès se rendait vers le roi pour obtenir un jugement, Absalom l'appelait et disait: « De quelle ville es-tu? » Lorsqu'il avait répondu: « Ton serviteur est de telle tribu d'Israël, »
3 ଅବଶାଲୋମ ତାହାକୁ କହେ, “ଦେଖ, ତୁମ୍ଭ କଥା ଉତ୍ତମ ଓ ଯଥାର୍ଥ; ମାତ୍ର ତୁମ୍ଭ କଥା ଶୁଣିବାକୁ ରାଜାଙ୍କର କୌଣସି ଲୋକ ନିଯୁକ୍ତ ନାହିଁ।”
Absalom lui disait: « Vois, ta cause est bonne et juste; mais personne ne t'écoutera de la part du roi. »
4 ଅବଶାଲୋମ ଆହୁରି କହେ, “ଆଃ, ମୁଁ ଯେବେ ଦେଶର ବିଚାରକର୍ତ୍ତା ହୁଅନ୍ତି ଓ କାହାରି କୌଣସି ବିବାଦ ବା କୌଣସି କଥା ଥିଲେ ଯେବେ ସେ ମୋʼ ନିକଟକୁ ଆସନ୍ତା, ତେବେ ମୁଁ ତାହାର ଯଥାର୍ଥ ବିଚାର କରନ୍ତି।”
Absalom ajoutait: « Qui m'établira juge dans le pays! Quiconque aurait un procès ou une affaire viendrait à moi, et je lui rendrais justice. »
5 ଆହୁରି କେହି ପ୍ରଣାମ କରିବା ପାଇଁ ତାହା ନିକଟକୁ ଆସିଲେ, ସେ ଆପଣା ହାତ ବଢ଼ାଇ ତାହାକୁ ଧରି ଚୁମ୍ବନ କରେ।
Et lorsque quelqu'un s'approchait pour se prosterner devant lui, il lui tendait la main, le prenait et le baisait.
6 ଇସ୍ରାଏଲର ଯେତେ ଲୋକ ବିଚାରାର୍ଥେ ରାଜାଙ୍କ ନିକଟକୁ ଆସନ୍ତି, ଅବଶାଲୋମ ସେହି ସମସ୍ତଙ୍କ ପ୍ରତି ଏହିପରି କରେ; ଏହି ପ୍ରକାରେ ଅବଶାଲୋମ ଇସ୍ରାଏଲ ଲୋକମାନଙ୍କ ମନ ହରଣ କଲା।
Absalom agissait ainsi envers tous ceux d'Israël qui se rendaient vers le roi pour demander justice; et il séduisait les cœurs des gens d'Israël.
7 ଏଥିଉତ୍ତାରେ ଚାରି ବର୍ଷ ଶେଷରେ ଅବଶାଲୋମ ରାଜାଙ୍କୁ କହିଲା, “ମୁଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମାନତ କରିଅଛି, ତାହା ପୂର୍ଣ୍ଣ କରିବା ପାଇଁ ମୋତେ ହିବ୍ରୋଣକୁ ଯିବାକୁ ଦିଅନ୍ତୁ।
Au bout de quatre ans, Absalom dit au roi: « Permets, je te prie, que j'aille à Hébron pour m'acquitter du vœu que j'ai fait à Yahweh.
8 କାରଣ ଆପଣଙ୍କ ଦାସ ଅରାମ ଦେଶସ୍ଥ ଗଶୂରରେ ଥିବା ବେଳେ ମାନତ କରି କହିଅଛି, ‘ଯଦି ସଦାପ୍ରଭୁ ନିଶ୍ଚୟ ମୋତେ ପୁନର୍ବାର ଯିରୂଶାଲମକୁ ଆଣିବେ, ତେବେ ମୁଁ ସଦାପ୍ରଭୁଙ୍କର ସେବା କରିବି।’”
Car pendant que je demeurais à Gessur en Aram, ton serviteur a fait un vœu, en disant: “Si Yahweh me ramène à Jérusalem, je servirai Yahweh.” »
9 ତହିଁରେ ରାଜା ତାହାକୁ କହିଲେ, “କୁଶଳରେ ଯାଅ।” ତହୁଁ ସେ ଉଠି ହିବ୍ରୋଣକୁ ଗଲା।
Le roi lui dit: « Va en paix! » Il se leva et partit pour Hébron.
10 ମାତ୍ର ଅବଶାଲୋମ ସମୁଦାୟ ଇସ୍ରାଏଲ ବଂଶ ନିକଟକୁ ଗୁପ୍ତଚର ପଠାଇ କହିଥିଲା, “ତୁମ୍ଭେମାନେ ତୂରୀଧ୍ୱନି ଶୁଣିବା କ୍ଷଣେ ‘ଅବଶାଲୋମ ହିବ୍ରୋଣରେ ରାଜା ହେଲେ’ ବୋଲି କହିବ।”
Absalom envoya des émissaires dans toutes les tribus d'Israël, pour dire: « Dès que vous entendrez le son de la trompette, vous direz: Absalom règne à Hébron! »
11 ଆଉ ଅବଶାଲୋମ ସଙ୍ଗେ ଯିରୂଶାଲମରୁ ଦୁଇ ଶହ ଲୋକ ଗଲେ; ସେମାନେ ନିମନ୍ତ୍ରିତ ହୋଇ ସରଳ ମନରେ ଗଲେ; ସେମାନେ କୌଣସି କଥା ଜାଣି ନ ଥିଲେ।
Avec Absalom partirent deux cents hommes de Jérusalem: c'étaient des invités qui allaient en toute simplicité, sans se douter de rien.
12 ପୁଣି ଅବଶାଲୋମ ବଳିଦାନ କରିବା ସମୟରେ ଲୋକ ପଠାଇ ଦାଉଦଙ୍କର ମନ୍ତ୍ରୀ ଗୀଲୋନୀୟ ଅହୀଥୋଫଲକୁ ତାହାର ନଗର ଗୀଲୋରୁ ଡକାଇଲା। ତାଙ୍କର ଚକ୍ରାନ୍ତ ଦୃଢ଼ ହେଲା; କାରଣ ଅବଶାଲୋମର ସପକ୍ଷ ଲୋକ ଆହୁରି ଆହୁରି ଅନେକ ବୃଦ୍ଧି ପାଇଲେ।
Pendant qu'Absalom offrait les sacrifices, il envoya chercher à sa ville de Gilo Achitophel le Gilonite, conseiller de David. La conjuration devint puissante, car le peuple était de plus en plus nombreux autour d'Absalom.
13 ଏଥିଉତ୍ତାରେ ଜଣେ ଦାସ ଦାଉଦଙ୍କ ନିକଟକୁ ଆସି କହିଲା, “ଇସ୍ରାଏଲ ଲୋକମାନଙ୍କର ମନ ଅବଶାଲୋମ ଆଡ଼େ ଅଛି।”
On vint en informer David, en disant: « Le cœur des hommes d'Israël s'est mis à la suite d'Absalom. »
14 ତହିଁରେ ଦାଉଦ ଆପଣା ସଙ୍ଗେ ଯିରୂଶାଲମରେ ଥିବା ସମସ୍ତ ଦାସଙ୍କୁ କହିଲେ, “ଉଠ, ଆମ୍ଭେମାନେ ପଳାଉ; ନୋହିଲେ ଆମ୍ଭେମାନେ କେହି ଅବଶାଲୋମଠାରୁ ରକ୍ଷା ପାଇବୁ ନାହିଁ; ଏଣୁ ଚଞ୍ଚଳ ଚାଲ, କେଜାଣି ସେ ଶୀଘ୍ର ଆମ୍ଭମାନଙ୍କୁ ଧରି ଆମ୍ଭମାନଙ୍କୁ ବିପଦଗ୍ରସ୍ତ କରିବ ଓ ଖଡ୍ଗଧାରରେ ନଗର ଆଘାତ କରିବ।”
Et David dit à tous ses serviteurs qui étaient avec lui à Jérusalem: « Levez-vous, fuyons, car il n'y a pas moyen pour nous d'échapper devant Absalom. Hâtez-vous de partir, de peur que, se hâtant, il ne nous surprenne, qu'il ne fasse tomber sur nous le malheur et qu'il ne frappe la ville du tranchant de l'épée. »
15 ତହୁଁ ରାଜାଙ୍କ ଦାସମାନେ ରାଜାଙ୍କୁ କହିଲେ, “ଦେଖନ୍ତୁ, ଆମ୍ଭମାନଙ୍କ ପ୍ରଭୁ ମହାରାଜ ଯାହା ପସନ୍ଦ କରନ୍ତି, ତାହା କରିବାକୁ ଆପଣଙ୍କ ଦାସମାନେ ପ୍ରସ୍ତୁତ ଅଛନ୍ତି।”
Les serviteurs du roi lui dirent: « Quelque parti que prenne mon seigneur le roi, voici tes serviteurs. »
16 ତହୁଁ ରାଜା ଓ ତାଙ୍କ ପଛେ ପଛେ ତାଙ୍କର ସମସ୍ତ ପରିବାର ପ୍ରସ୍ଥାନ କଲେ। କିନ୍ତୁ ରାଜା ଗୃହ ଜଗିବା ନିମନ୍ତେ ଦଶ ଜଣ ଉପପତ୍ନୀ ଛାଡ଼ିଗଲେ।
Le roi partit, avec toute sa famille, à pied, et il laissa dix concubines pour garder la maison.
17 ଏରୂପେ ରାଜା ଓ ତାଙ୍କ ପଛେ ତାଙ୍କର ସମସ୍ତ ଲୋକ ପ୍ରସ୍ଥାନ କରି ବେଥ୍-ହମ୍ମିର୍ହକରେ (ଦୂର ସ୍ଥାନରେ) ରହିଲେ।
Le roi sortit avec tout le peuple à pied, et ils s'arrêtèrent à la dernière maison.
18 ପୁଣି ତାଙ୍କର ସମସ୍ତ ଦାସ ଅଗ୍ରସର ହେଲେ ଓ ଗାଥ୍‍ ନଗରରୁ ତାଙ୍କ ପଛେ ଯେଉଁ ଛଅ ଶହ ଲୋକ ଆସିଥିଲେ, ସେହି କରେଥୀୟ ଓ ପଲେଥୀୟ ଓ ଗାଥୀୟ ଲୋକ ସମସ୍ତେ ରାଜାଙ୍କ ସମ୍ମୁଖରେ ପାର ହୋଇଗଲେ।
Tous ses serviteurs marchaient à ses côtés, tous les Céréthiens et tous les Phéléthiens; et tous les Géthéens, au nombre de six cents hommes, qui étaient venus de Geth sur ses pas, marchaient devant le roi.
19 ସେତେବେଳେ ରାଜା ଗାଥୀୟ ଇତ୍ତୟକୁ କହିଲେ, “ତୁମ୍ଭେ କାହିଁକି ଆମ୍ଭମାନଙ୍କ ସଙ୍ଗେ ଯାଉଅଛ? ଫେରିଯାଅ, ରାଜାଙ୍କ ସଙ୍ଗେ ରୁହ; କାରଣ ତୁମ୍ଭେ ତ ଜଣେ ବିଦେଶୀ, ମଧ୍ୟ ନିର୍ବାସିତ ଲୋକ; ତୁମ୍ଭେ ନିଜ ସ୍ଥାନକୁ ଫେରିଯାଅ।
Le roi dit à Ethaï le Géthéen: « Pourquoi viendrais-tu, toi aussi, avec nous? Retourne et reste avec le roi, car tu es un étranger et même tu es un exilé sans domicile.
20 ଆମ୍ଭେ ଯେଉଁଆଡ଼େ ପାରିବୁ, ସେହିଆଡ଼େ ଯିବୁ, ତୁମ୍ଭେ ତ କେବଳ କାଲି ଆସିଲ, ଆଜି ଆମ୍ଭେ କି ତୁମ୍ଭକୁ ଆମ୍ଭମାନଙ୍କ ସଙ୍ଗେ ନେଇ ଏଣେତେଣେ ବୁଲାଇବା? ତୁମ୍ଭେ ଫେରିଯାଅ, ତୁମ୍ଭ ଭାଇମାନଙ୍କୁ ଫେରାଇ ନିଅ; ଦୟା ଓ ସତ୍ୟତା ତୁମ୍ଭ ସହବର୍ତ୍ତୀ ହେଉ।”
Tu es arrivé d'hier, et aujourd'hui je te ferais errer avec nous, alors que moi-même je m'en vais je ne sais où! Retourne et emmène tes frères avec toi; sur toi soient la grâce et la fidélité de Yahweh! »
21 ଏଥିରେ ଇତ୍ତୟ ରାଜାଙ୍କୁ ଉତ୍ତର କରି କହିଲା, “ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ଓ ମୋର ପ୍ରଭୁ ମହାରାଜ ଜୀବିତ ଥିବା ପ୍ରମାଣେ, ଜୀବନ ପାଇଁ ହେଉ ବା ମରଣ ପାଇଁ ହେଉ, ଅବଶ୍ୟ ମୋହର ପ୍ରଭୁ ମହାରାଜ ଯେଉଁଠାରେ ରହିବେ, ସେଠାରେ ମଧ୍ୟ ଆପଣଙ୍କ ଦାସ ରହିବ।”
Ethaï répondit au roi et dit: « Yahweh est vivant et mon seigneur le roi est vivant! A l'endroit où sera mon seigneur le roi, soit pour mourir soit pour vivre, là sera ton serviteur. »
22 ତହୁଁ ଦାଉଦ ଇତ୍ତୟକୁ କହିଲେ, “ତେବେ ଯାଅ, ଅଗ୍ରସର ହୁଅ।” ତହିଁରେ ଗାଥୀୟ ଇତ୍ତୟ ଓ ତାହାର ସମସ୍ତ ଲୋକ ଓ ତାହା ସହିତ ଥିବା ସମସ୍ତ ବାଳକ ଅଗ୍ରସର ହୋଇଗଲେ।
David dit à Ethaï: « Va, passe! » Et Ethaï le Géthéen passa avec tous ses hommes et tous les enfants qui étaient avec lui.
23 ତେଣୁ ଦେଶଯାକ ଉଚ୍ଚସ୍ୱର କରି ରୋଦନ କଲେ ଓ ସମସ୍ତ ଲୋକ ଅଗ୍ରସର ହେଲେ; ରାଜା ମଧ୍ୟ ଆପେ କିଦ୍ରୋଣ ନଦୀ ପାର ହୋଇଗଲେ ଓ ସମସ୍ତ ଲୋକ ପାର ହୋଇ ପ୍ରାନ୍ତର-ପଥ ଆଡ଼େ ଗଲେ।
Toute la contrée pleurait et poussait des cris au passage de tout ce peuple. Le roi ayant passé le torrent de Cédron, tout le peuple passa vis-à-vis du chemin du désert.
24 ଆଉ ଦେଖ, ସାଦୋକ ମଧ୍ୟ ଓ ତାହା ସଙ୍ଗେ ସମସ୍ତ ଲେବୀୟ ଲୋକ ପରମେଶ୍ୱରଙ୍କ ନିୟମ-ସିନ୍ଦୁକ ବହି ଆସିଲେ, ପୁଣି ନଗରରୁ ସମସ୍ତ ଲୋକ ବାହାର ହୋଇ ଯିବା ପର୍ଯ୍ୟନ୍ତ ସେମାନେ ପରମେଶ୍ୱରଙ୍କ ସିନ୍ଦୁକ ଓହ୍ଲାଇ ରଖିଲେ ଓ ଅବୀୟାଥର ଉପରକୁ ଗଲା।
Et voici que Sadoc, et avec lui tous les lévites qui portaient l'arche de l'alliance de Dieu, déposèrent l'arche de Dieu, tandis qu'Abiathar montait, jusqu'à ce que tout le peuple eut achevé de sortir de la ville.
25 ତହୁଁ ରାଜା ସାଦୋକଙ୍କୁ କହିଲେ, “ପରମେଶ୍ୱରଙ୍କ ସିନ୍ଦୁକ ନଗରକୁ ଫେରାଇ ନିଅ; ଯେବେ ମୁଁ ସଦାପ୍ରଭୁଙ୍କ ଦୃଷ୍ଟିରେ ଅନୁଗ୍ରହ ପାଏ, ତେବେ ସେ ମୋତେ ପୁନର୍ବାର ଆଣିବେ, ପୁଣି ଏହା ଓ ଆପଣା ନିବାସ ସ୍ଥାନ ମୋତେ ଦେଖାଇବେ।
Alors le roi dit à Sadoc: « Reporte l'arche de Dieu dans la ville. Si je trouve grâce aux yeux de Yahweh, il me ramènera et me fera voir l'arche et sa demeure.
26 ମାତ୍ର ‘ତୁମ୍ଭଠାରେ ଆମ୍ଭର ସନ୍ତୋଷ ନାହିଁ,’ ଯଦି ସେ ଏପରି କହିବେ, ତେବେ ଦେଖ, ମୁଁ ଉପସ୍ଥିତ ଅଛି, ଯାହା ତାହାଙ୍କୁ ଭଲ ଦିଶେ, ତାହା ସେ ମୋʼ ପ୍ରତି କରନ୍ତୁ।”
Mais s'il dit: Je n'ai pas de plaisir en toi, — me voici: qu'il me traite comme il lui semblera bon. »
27 ରାଜା ସାଦୋକ ଯାଜକକୁ ଆହୁରି କହିଲେ, “ତୁମ୍ଭେ କି ଦର୍ଶକ ନୁହଁ? ତୁମ୍ଭେ ଓ ତୁମ୍ଭ ସହିତ ତୁମ୍ଭ ପୁତ୍ର ଅହୀମାସ୍‍ ଓ ଅବୀୟାଥରର ପୁତ୍ର ଯୋନାଥନ, ତୁମ୍ଭମାନଙ୍କର ଏହି ଦୁଇ ପୁତ୍ର କୁଶଳରେ ନଗରକୁ ଫେରିଯାଅ।
Le roi dit encore au prêtre Sadoc: « O toi, voyant, retourne en paix dans la ville, avec Achimaas, ton fils, et Jonathas, fils d'Abiathar: vos deux fils avec vous.
28 ଦେଖ, ତୁମ୍ଭମାନଙ୍କଠାରୁ ମୋʼ ଠାକୁ ତଥ୍ୟ-ବାର୍ତ୍ତା ଆସିବା ପର୍ଯ୍ୟନ୍ତ ମୁଁ ପ୍ରାନ୍ତରସ୍ଥ ଘାଟି ପାଖରେ ଅପେକ୍ଷା କରିବି।”
Voyez! Moi j'attendrai dans les plaines du désert, jusqu'à ce qu'il m'arrive un mot de vous qui me renseigne. »
29 ଏଣୁ ସାଦୋକ ଓ ଅବୀୟାଥର ପୁନର୍ବାର ଯିରୂଶାଲମକୁ ପରମେଶ୍ୱରଙ୍କ ସିନ୍ଦୁକ ନେଇଗଲେ ଓ ସେମାନେ ସେଠାରେ ରହିଲେ।
Sadoc et Abiathar reportèrent donc l'arche de Dieu à Jérusalem, et ils y restèrent.
30 ଏଥିଉତ୍ତାରେ ଦାଉଦ ଜୈତୁନ ପର୍ବତର ଉଠାଣି ଦେଇ ଗଲେ ଓ ଉପରକୁ ଯିବା ବେଳେ ରୋଦନ କରି କରି ଉପରକୁ ଗଲେ; ସେହି ସମୟରେ ତାଙ୍କର ମସ୍ତକ ଆଚ୍ଛାଦିତ ଥିଲା ଓ ସେ ଖାଲି ପାଦରେ ଚାଲୁଥିଲେ; ପୁଣି ତାଙ୍କର ସଙ୍ଗୀ ଲୋକମାନେ ପ୍ରତ୍ୟେକେ ଆପଣା ଆପଣା ମସ୍ତକ ଆଚ୍ଛାଦନ କରିଥିଲେ ଓ ସେମାନେ ଉପରକୁ ଯିବା ବେଳେ ରୋଦନ କରୁ କରୁ ଉପରକୁ ଗଲେ।
David gravissait la colline des Oliviers; il montait en pleurant, la tête voilée, et il marchait nu-pieds; et tout le peuple qui était avec lui avait aussi la tête couverte, et ils montaient en pleurant.
31 ଏଥିମଧ୍ୟରେ ଜଣେ ଦାଉଦଙ୍କୁ କହିଲା, “ଅବଶାଲୋମ ସଙ୍ଗେ ଚକ୍ରାନ୍ତକାରୀମାନଙ୍କ ମଧ୍ୟରେ ଅହୀଥୋଫଲ ଅଛି।” ତହିଁରେ ଦାଉଦ କହିଲେ, “ହେ ସଦାପ୍ରଭୋ, ବିନୟ କରୁଅଛି, ଅହୀଥୋଫଲର ମନ୍ତ୍ରଣାକୁ ମୂର୍ଖତା କର।”
On apporta à David cette nouvelle: « Achitophel est avec Absalom parmi les conjurés. » Et David dit: « Yahweh réduisez à néant, je vous prie, les conseils d'Achitophel. »
32 ଏଉତ୍ତାରେ ଲୋକେ ଯେଉଁଠାରେ ପରମେଶ୍ୱରଙ୍କର ଆରାଧନା କରନ୍ତି, ଉଠାଣିର ସେହି ଶୃଙ୍ଗ ନିକଟରେ ଦାଉଦ ଉପସ୍ଥିତ ହୁଅନ୍ତେ, ଦେଖ, ଅର୍କୀୟ ହୂଶୟ ଆପଣା ଚିରା ଜାମା ପିନ୍ଧି ଓ ମସ୍ତକରେ ମୃତ୍ତିକା ଦେଇ ତାଙ୍କୁ ଭେଟିବା ପାଇଁ ଉପସ୍ଥିତ ହେଲା।
Lorsque David fut arrivé au sommet, là où l'on adore Dieu, voici que Chusaï l'Arachite vint au-devant de lui, la tunique déchirée et de la terre sur la tête.
33 ତହିଁରେ ଦାଉଦ ତାହାଙ୍କୁ କହିଲେ, “ଯେବେ ତୁମ୍ଭେ ମୋʼ ସଙ୍ଗେ ଅଗ୍ରସର ହୁଅ, ତେବେ ତୁମ୍ଭେ ମୋʼ ପ୍ରତି ଭାର ସ୍ୱରୂପ ହେବ।
David lui dit: « Si tu passes avec moi, tu me seras à charge.
34 ମାତ୍ର ଯେବେ ତୁମ୍ଭେ ନଗରକୁ ଫେରିଯାଇ ଅବଶାଲୋମଙ୍କୁ କହିବ, ‘ହେ ମହାରାଜ, ମୁଁ ଆପଣଙ୍କର ଦାସ ହେବି; ମୁଁ ପୂର୍ବରେ ଯେପରି ଆପଣଙ୍କ ପିତାଙ୍କର ଦାସ ଥିଲି, ସେପରି ଏବେ ମୁଁ ଆପଣଙ୍କର ଦାସ ହେବି,’ ତେବେ ତୁମ୍ଭେ ଆମ୍ଭ ପକ୍ଷରେ ଅହୀଥୋଫଲର ମନ୍ତ୍ରଣା ବ୍ୟର୍ଥ କରି ପାରିବ।
Mais si, retournant dans la ville, tu dis à Absalom: O roi, je veux être ton serviteur; j'ai été le serviteur de ton père autrefois, je serai maintenant le tien, — tu déjoueras en ma faveur le conseil d'Achitophel.
35 ସେଠାରେ ତୁମ୍ଭ ସଙ୍ଗେ କି ସାଦୋକ ଓ ଅବୀୟାଥର ଯାଜକମାନେ ନ ଥିବେ? ଏଣୁ ତୁମ୍ଭେ ରାଜଗୃହରୁ ଯାହା କିଛି ଶୁଣିବ, ତାହା ସାଦୋକ ଓ ଅବୀୟାଥର ଯାଜକମାନଙ୍କୁ ଜଣାଇବ।
Tu auras là avec toi les prêtres Sadoc et Abiathar, et tout ce que tu apprendras de la maison du roi, tu le feras savoir aux prêtres Sadoc et Abiathar.
36 ଦେଖ, ସେହି ସ୍ଥାନରେ ସେମାନଙ୍କ ସଙ୍ଗେ ସେମାନଙ୍କର ଦୁଇ ପୁତ୍ର, ଅର୍ଥାତ୍‍, ସାଦୋକର ପୁତ୍ର ଅହୀମାସ୍‍ ଓ ଅବୀୟାଥରର ପୁତ୍ର ଯୋନାଥନ ଅଛନ୍ତି, ତୁମ୍ଭେମାନେ ଯାହା ଯାହା ଶୁଣିବ, ସେହି ସବୁ କଥା ସେମାନଙ୍କ ହାତରେ ମୋʼ ନିକଟକୁ କହି ପଠାଇବ।”
Et comme ils ont auprès d'eux leurs deux fils, Achimaas, fils de Sadoc, et Jonathas, fils d'Abiathar, vous m'informerez par eux de tout ce que vous aurez appris. »
37 ତହୁଁ ଦାଉଦଙ୍କର ମିତ୍ର ହୂଶୟ ନଗରକୁ ଆସିଲା; ପୁଣି ଅବଶାଲୋମ ଯିରୂଶାଲମକୁ ଆସିଲା।
Et Chusaï, ami de David, retourna à la ville, au même temps qu'Absalom faisait son entrée à Jérusalem.

< ଦ୍ୱିତୀୟ ଶାମୁୟେଲ 15 >