< ଦ୍ୱିତୀୟ ଶାମୁୟେଲ 12 >

1 ଏଥିଉତ୍ତାରେ ସଦାପ୍ରଭୁ ଦାଉଦଙ୍କ ନିକଟକୁ ନାଥନଙ୍କୁ ପ୍ରେରଣ କଲେ। ତହୁଁ ସେ ତାଙ୍କ ନିକଟକୁ ଆସି ତାଙ୍କୁ କହିଲେ, “ଏକ ନଗରରେ ଦୁଇ ଲୋକ ଥିଲେ; ଜଣେ ଧନୀ ଓ ଜଣେ ଦରିଦ୍ର।
So the LORD sent Nathan to David. And he came to him, and said to him, "Tell me how you judge this case. There were two men in a certain city, the one rich and the other poor.
2 ଧନୀ ଲୋକର ଅତି ପ୍ରଚୁର ଗୋମେଷାଦି ଓ ପଲ ଥିଲା;
The rich man had very many flocks and herds,
3 ମାତ୍ର ଦରିଦ୍ର ଲୋକର ଗୋଟିଏ ସାନ ମେଷବତ୍ସା ବିନା ଅନ୍ୟ ଆଉ କିଛି ନ ଥିଲା, ଯାହା ସେ କିଣି ପାଳିଥିଲା; ତାହା ସଙ୍ଗେ ଓ ତାହାର ବାଳକମାନଙ୍କ ସଙ୍ଗେ ସେ ଏକତ୍ର ବଢ଼ିଲା; ସେ ତାହାର ନିଜ ତୁଣ୍ଡର ଆହାରରୁ ଖାଇଲା ଓ ତାହାର ନିଜ ପାତ୍ରରୁ ପାନ କଲା ଓ ତାହାର କୋଳରେ ଶୟନ କଲା, ପୁଣି ତାହା ପ୍ରତି ସେ କନ୍ୟା ତୁଲ୍ୟ ଥିଲା।
but the poor man had nothing, except one little ewe lamb, which he had acquired. And he raised it and it grew up alongside him and his children. It used to eat of his morsel and drink from his cup and sleep in his arms, and it was like a daughter to him.
4 ଦିନେ ସେହି ଧନୀ ଲୋକ ନିକଟକୁ ଜଣେ ଯାତ୍ରୀ ଆସିଲା, କିନ୍ତୁ ସେ ଧନୀ ଲୋକ ଆପଣା ନିକଟକୁ ଆଗତ ପଥିକ ପାଇଁ ରାନ୍ଧିବାକୁ ନିଜ ପଲରୁ ଓ ନିଜ ଗୋଠରୁ ନେବାକୁ କୁଣ୍ଠିତ ହେଲା, ମାତ୍ର ସେହି ଦରିଦ୍ର ଲୋକର ମେଷବତ୍ସାଟିକୁ ନେଇ ଆଗନ୍ତୁକ ଲୋକ ପାଇଁ ରାନ୍ଧିଲା।”
Now a traveler came to the rich man, but he was unwilling to take from his own flock or his own herd to prepare for the traveler who had come to him, but took the poor man's lamb and prepared it for the man who had come to him."
5 ଏଥିରେ ସେହି ଧନୀ ଲୋକ ପ୍ରତି ଦାଉଦଙ୍କର କ୍ରୋଧ ଅତିଶୟ ପ୍ରଜ୍ୱଳିତ ହେଲା; ପୁଣି ସେ ନାଥନଙ୍କୁ କହିଲେ, “ଯେଉଁ ବ୍ୟକ୍ତି ଏହା କରିଅଛି, ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ସେ ମୃତ୍ୟୁର ଯୋଗ୍ୟ;
Then David became very angry with that man, and he said to Nathan, "As the LORD lives, the man who has done this deserves death.
6 ସେ ଏହି କର୍ମ କରିବାରୁ ଓ ସେ କିଛି ଦୟା ନ କରିବାରୁ ସେହି ମେଷବତ୍ସାର ଚାରିଗୁଣ ଫେରାଇ ଦେବ।”
He must restore the lamb fourfold, because he did this thing, and because he had no pity."
7 ଏଥିରେ ନାଥନ ଦାଉଦଙ୍କୁ କହିଲେ, “ସେହି ବ୍ୟକ୍ତି ତ ତୁମ୍ଭେ। ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ‘ଆମ୍ଭେ ତୁମ୍ଭକୁ ଇସ୍ରାଏଲ ଉପରେ ରାଜାଭିଷିକ୍ତ କଲୁ, ଆମ୍ଭେ ତୁମ୍ଭକୁ ଶାଉଲଙ୍କ ହସ୍ତରୁ ରକ୍ଷା କଲୁ;
Then Nathan said to David, "You are the man. This is what the LORD, the God of Israel, says: 'I anointed you king over Israel, and I delivered you out of the hand of Saul.
8 ପୁଣି ଆମ୍ଭେ ତୁମ୍ଭକୁ ତୁମ୍ଭ ପ୍ରଭୁର ଗୃହ ଓ ତୁମ୍ଭ କୋଳରେ ତୁମ୍ଭ ପ୍ରଭୁର ଭାର୍ଯ୍ୟାମାନଙ୍କୁ ଦେଲୁ, ପୁଣି ଇସ୍ରାଏଲ ଓ ଯିହୁଦା ବଂଶ ମଧ୍ୟ ତୁମ୍ଭକୁ ଦେଲୁ; ଆଉ ଯଦି ଏହା ଅଳ୍ପ ହୋଇଥାʼନ୍ତା, ତେବେ ଆମ୍ଭେ ତୁମ୍ଭକୁ ଆହୁରି ଅନ୍ୟାନ୍ୟ ବିଷୟ ଦେଇଥାʼନ୍ତୁ।
I gave you your master's house, and your master's wives into your care, and gave you the house of Israel and of Judah; and if that would have been too little, I would have added to you many more such things.
9 ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ମନ୍ଦ, ତାହା କରିବା ପାଇଁ ତୁମ୍ଭେ କାହିଁକି ତାହାଙ୍କ ବାକ୍ୟ ତୁଚ୍ଛ କଲ? ତୁମ୍ଭେ ଖଡ୍ଗ ଦ୍ୱାରା ହିତ୍ତୀୟ ଊରୀୟକୁ ମାରିଅଛ ଓ ତାହାର ଭାର୍ଯ୍ୟାକୁ ତୁମ୍ଭର ଭାର୍ଯ୍ୟା ହେବା ପାଇଁ ନେଇଅଛ, ପୁଣି ଅମ୍ମୋନ-ସନ୍ତାନଗଣର ଖଡ୍ଗ ଦ୍ୱାରା ଊରୀୟକୁ ବଧ କରିଅଛ।
Why have you despised the LORD, to do that which is evil in his sight? You have struck Uriah the Hethite with the sword, and have taken his wife to be your wife, and have slain him with the sword of the people of Ammon.
10 ଏହେତୁ ତୁମ୍ଭ ଗୃହରୁ ଖଡ୍ଗ କେବେ ଯିବ ନାହିଁ; କାରଣ ତୁମ୍ଭେ ଆମ୍ଭକୁ ତୁଚ୍ଛ କରି ତୁମ୍ଭ ଭାର୍ଯ୍ୟା ହେବା ପାଇଁ ହିତ୍ତୀୟ ଊରୀୟର ଭାର୍ଯ୍ୟାକୁ ନେଇଅଛ।’
Now therefore the sword will never depart from your house, because you have despised me, and have taken the wife of Uriah the Hethite to be your wife.'
11 ସଦାପ୍ରଭୁ ଏହି କଥା କହନ୍ତି, ‘ଦେଖ, ଆମ୍ଭେ ତୁମ୍ଭ ନିଜ ବଂଶରୁ ତୁମ୍ଭ ବିରୁଦ୍ଧରେ ଅମଙ୍ଗଳ ଉତ୍ପନ୍ନ କରିବା ଓ ଆମ୍ଭେ ତୁମ୍ଭ ଭାର୍ଯ୍ୟାମାନଙ୍କୁ ତୁମ୍ଭ ସମ୍ମୁଖରେ ନେଇ ତୁମ୍ଭ ଆତ୍ମୀୟକୁ ଦେବା; ତହିଁରେ ସେ ପ୍ରକାଶ୍ୟରେ ତୁମ୍ଭ ଭାର୍ଯ୍ୟାଗଣ ସହିତ ଶୟନ କରିବ।
"This is what the LORD says: 'Look, I will raise up evil against you out of your own house; and I will take your wives before your eyes, and give them to your neighbor, and he will lie with your wives in the sight of this sun.
12 ତୁମ୍ଭେ ଏହା ଗୋପନରେ କଲ, ମାତ୍ର ଆମ୍ଭେ ଏହି କର୍ମ ସମୁଦାୟ ଇସ୍ରାଏଲ ଆଗରେ ଓ ପ୍ରକାଶ୍ୟରେ କରିବା।’”
For you did it secretly, but I will do this thing before all Israel, and before the sun.'"
13 ସେତେବେଳେ ଦାଉଦ ନାଥନଙ୍କୁ କହିଲେ, “ମୁଁ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିଅଛି।” ଏଥିରେ ନାଥନ ଦାଉଦଙ୍କୁ କହିଲେ, “ସଦାପ୍ରଭୁ ତୁମ୍ଭର ପାପ ମଧ୍ୟ ଦୂର କରିଅଛନ୍ତି; ତୁମ୍ଭେ ମରିବ ନାହିଁ।
David said to Nathan, "I have sinned against the LORD." Nathan said to David, "The LORD also has put away your sin. You will not die.
14 ତଥାପି ଏହି କର୍ମ ଦ୍ୱାରା ତୁମ୍ଭେ ସଦାପ୍ରଭୁଙ୍କୁ ନିନ୍ଦା କରିଅଛ, ଏହେତୁ ତୁମ୍ଭର ଏହି ଯେଉଁ ସନ୍ତାନ ଜନ୍ମିଅଛି, ସେ ନିଶ୍ଚୟ ମରିବ।”
However, because by this deed you have shown utter contempt for the LORD, the child also who is born to you shall surely die."
15 ଏଥିଉତ୍ତାରେ ନାଥନ ଆପଣା ଗୃହକୁ ଚାଲିଗଲେ। ଏଥିଉତ୍ତାରେ ସଦାପ୍ରଭୁ ଊରୀୟର ଭାର୍ଯ୍ୟାଠାରୁ ଜାତ ଦାଉଦଙ୍କର ପୁତ୍ରକୁ ଆଘାତ କରନ୍ତେ, ସେ ଅତ୍ୟନ୍ତ ପୀଡ଼ିତ ହେଲା।
Then Nathan went to his home. And God struck the child that Uriah's wife bore to David, and it was very sick.
16 ଏହେତୁ ଦାଉଦ ବାଳକ ନିମନ୍ତେ ପରମେଶ୍ୱରଙ୍କ ନିକଟରେ ନିବେଦନ କଲେ ଓ ଦାଉଦ ଉପବାସ କଲେ ଓ ଭିତରେ ଯାଇ ସାରା ରାତି ଭୂମିରେ ପଡ଼ି ରହିଲେ।
Then David sought from God on behalf of the child. And David fasted, and went in and lay all night on the ground.
17 ଏଥିରେ ଦାଉଦଙ୍କ ଗୃହସ୍ଥ ପ୍ରାଚୀନମାନେ ଉଠି ତାଙ୍କୁ ଭୂମିରୁ ଉଠାଇବା ପାଇଁ ତାଙ୍କ ନିକଟରେ ଛିଡ଼ା ହେଲେ; ମାତ୍ର ସେ ଉଠିଲେ ନାହିଁ, କିଅବା ସେମାନଙ୍କ ସଙ୍ଗେ ଭୋଜନ କଲେ ନାହିଁ।
And the elders of his house approached him to lift him up from the ground, but he was unwilling, and he would not eat food with them.
18 ଏଉତ୍ତାରେ ସପ୍ତମ ଦିନରେ ବାଳକ ମଲା। ମାତ୍ର ବାଳକ ଯେ ମରିଅଛି, ଏହି କଥା ଦାଉଦଙ୍କୁ ଜଣାଇବା ପାଇଁ ତାଙ୍କର ଦାସମାନେ ଭୟ କଲେ; କାରଣ ସେମାନେ କହିଲେ, “ଦେଖ, ବାଳକ ବଞ୍ଚିଥିବା ବେଳେ ଆମ୍ଭେମାନେ ବହୁତ କହିଲେ ହେଁ ସେ ଆମ୍ଭମାନଙ୍କ ରବ ଶୁଣିଲେ ନାହିଁ; ଏବେ ବାଳକ ମରିଅଛି, ଏ କଥା ତାଙ୍କୁ ଜଣାଇଲେ, ସେ ଆପଣାର କି ଅନିଷ୍ଟ ନ କରିବେ?”
It happened on the seventh day, that the child died. The servants of David feared to tell him that the child was dead; for they said, "Look, while the child was yet alive, we spoke to him, and he did not listen to our voice. How will he then harm himself, if we tell him that the child is dead?"
19 ମାତ୍ର ଦାଉଦ ଆପଣା ଦାସମାନଙ୍କୁ ପରସ୍ପର ଫୁସ୍‍ ଫୁସ୍‍ ହେଉଥିବାର ଦେଖି ଅନୁମାନ କଲେ ଯେ, ବାଳକ ମରିଅଛି; ଏଣୁ ଦାଉଦ ଆପଣା ଦାସମାନଙ୍କୁ ପଚାରିଲେ, “ବାଳକ ମଲାଣି କି?” ସେମାନେ କହିଲେ, “ମଲାଣି।”
But when David noticed that his servants were whispering together, David perceived that the child was dead; and David said to his servants, "Is the child dead?" They said, "He is dead."
20 ଏଥିରେ ଦାଉଦ ଭୂମିରୁ ଉଠି ସ୍ନାନ ଓ ମର୍ଦ୍ଦନ ଓ ବସ୍ତ୍ର ପରିବର୍ତ୍ତନ କରି ସଦାପ୍ରଭୁଙ୍କ ଗୃହକୁ ଯାଇ ପ୍ରଣାମ କଲେ; ତହିଁ ଉତ୍ତାରେ ସେ ଆପଣା ଗୃହକୁ ଆସି ଆଜ୍ଞା ଦିଅନ୍ତେ, ଲୋକମାନେ ତାଙ୍କ ସମ୍ମୁଖରେ ଖାଦ୍ୟଦ୍ରବ୍ୟ ରଖିଲେ, ତହୁଁ ସେ ଭୋଜନ କଲେ।
Then David arose from the ground, and washed, and anointed himself, and changed his clothing; and he came into the house of the LORD, and worshiped. Then he went to his own house, and he asked for bread to eat. And they set bread before him, and he ate.
21 ଏଥିରେ ତାଙ୍କର ଦାସମାନେ ତାଙ୍କୁ କହିଲେ, “ଆପଣ ଏ କି ପ୍ରକାର କର୍ମ କଲେ? ବାଳକ ବଞ୍ଚିଥିବା ବେଳେ ଆପଣ ତାହା ପାଇଁ ଉପବାସ ଓ ରୋଦନ କଲେ; ମାତ୍ର ବାଳକ ମଲା ଉତ୍ତାରେ ଆପଣ ଉଠି ଭୋଜନ କଲେ।”
Then his servants said to him, "What is this that you have done? You fasted and wept and kept vigil for the child while he was alive; but when the child was dead, you rose up and ate bread."
22 ତହିଁରେ ସେ କହିଲେ, “ବାଳକ ବଞ୍ଚିଥିବା ବେଳେ ମୁଁ ଉପବାସ ଓ ରୋଦନ କଲି; କାରଣ ମୁଁ କହିଲି, କେଜାଣି ସଦାପ୍ରଭୁ ମୋʼ ପ୍ରତି କୃପା କଲେ, ମୋହର ବାଳକଟି ବଞ୍ଚି ପାରିବ।
He said, "While the child was yet alive, I fasted and wept; for I said, 'Who knows whether the LORD will not be gracious to me, that the child may live?'
23 ମାତ୍ର ଏବେ ତ ସେ ମଲା, ମୁଁ କାହିଁକି ଉପବାସ କରିବି? ମୁଁ କି ତାକୁ ଫେରାଇ ଆଣି ପାରିବି? ମୁଁ ତାହା ନିକଟକୁ ଯିବି, ମାତ୍ର ସେ ମୋʼ ନିକଟକୁ ଫେରି ଆସିବ ନାହିଁ।”
But now he is dead, why should I fast? Can I bring him back? I shall go to him, but he will not return to me."
24 ଏଥିଉତ୍ତାରେ ଦାଉଦ ଆପଣା ଭାର୍ଯ୍ୟା ବତ୍‍ଶେବାକୁ ସାନ୍ତ୍ୱନା କଲେ ଓ ତାହା ନିକଟକୁ ଯାଇ ତାହାର ସହବାସ କଲେ; ଏଥିଉତ୍ତାରେ ବତ୍‍ଶେବା ପୁତ୍ର ପ୍ରସବ କରନ୍ତେ, ଦାଉଦ ତାହାର ନାମ ଶଲୋମନ ଦେଲେ, ଆଉ ସଦାପ୍ରଭୁ ତାହାକୁ ପ୍ରେମ କଲେ।
David comforted Bathsheba his wife, and went in to her, and lay with her. She bore a son, and he called his name Solomon. The LORD loved him;
25 ପୁଣି ସେ ନାଥନ ଭବିଷ୍ୟଦ୍‍ବକ୍ତାଙ୍କ ଦ୍ୱାରା କହି ପଠାନ୍ତେ, ସଦାପ୍ରଭୁଙ୍କ ସକାଶୁ ସେ ତାହାର ନାମ ଯିଦିଦୀୟ ଦେଲେ।
and he sent by the hand of Nathan the prophet; and he named him Jedidiah, for the LORD's sake.
26 ଏଥିମଧ୍ୟରେ ଯୋୟାବ ଅମ୍ମୋନ-ସନ୍ତାନଗଣର ରବ୍ବା ନଗର ପ୍ରତିକୂଳରେ ଯୁଦ୍ଧ କରି ରାଜନଗର ଅଧିକାର କଲା।
Now Joab fought against Rabbah of the people of Ammon, and took the royal city.
27 ପୁଣି ଯୋୟାବ ଦାଉଦଙ୍କ ନିକଟକୁ ଦୂତଗଣ ପଠାଇ କହିଲା, “ମୁଁ ରବ୍ବା ବିରୁଦ୍ଧରେ ଯୁଦ୍ଧ କରିଅଛି, ଆହୁରି ଜଳନଗର ଅଧିକାର କରିଅଛି।
Joab sent messengers to David, and said, "I have fought against Rabbah, and have also taken the water supply of the city.
28 ଏହେତୁ ଆପଣ ଅବଶିଷ୍ଟ ଲୋକମାନଙ୍କୁ ଏକତ୍ର କରି ନଗର ନିକଟରେ ଛାଉଣି ସ୍ଥାପନ କରି ତାହା ଅଧିକାର କରନ୍ତୁ, ନୋହିଲେ ମୁଁ ସେ ନଗର ଅଧିକାର କଲେ, ତାହା ମୋʼ ନାମାନୁସାରେ ଖ୍ୟାତ ହେବ।”
Now therefore gather the rest of the people together, and besiege the city and capture it yourself, or I will capture the city, and it will be named after me."
29 ଏଣୁ ଦାଉଦ ସମସ୍ତ ଲୋକଙ୍କୁ ଏକତ୍ର କରି ରବ୍ବାକୁ ଗଲେ ଓ ତହିଁ ବିରୁଦ୍ଧରେ ଯୁଦ୍ଧ କରି ତାହା ଅଧିକାର କଲେ।
David gathered all the people together, and went to Rabbah, and fought against it, and took it.
30 ପୁଣି ଦାଉଦ ସେମାନଙ୍କର ରାଜାର ମସ୍ତକରୁ ମୁକୁଟ କାଢ଼ି ନେଲେ; ତାହା ଏକ ତାଳନ୍ତ ପରିମିତ ସୁବର୍ଣ୍ଣ ଓ ତହିଁରେ ବହୁମୂଲ୍ୟ ପ୍ରସ୍ତରମାନ ଥିଲା; ଆଉ ତାହା ଦାଉଦଙ୍କର ମସ୍ତକରେ ଦିଆଗଲା। ପୁଣି ସେ ସେହି ନଗରରୁ ପ୍ରଚୁର ଲୁଟିତ ଦ୍ରବ୍ୟ ବାହାର କରି ଆଣିଲେ।
He took the crown of their king from off his head; and its weight was a talent of gold, and in it were precious stones; and it was set on David's head. He brought out the spoil of the city, a very great amount.
31 ଆହୁରି ସେ ତନ୍ମଧ୍ୟବର୍ତ୍ତୀ ଲୋକମାନଙ୍କୁ ବାହାର କରି ଆଣି ସେମାନଙ୍କୁ କରତ ଓ ଲୁହା ମଇ ଓ ଲୁହା କୁହ୍ରାଡ଼ି ଦ୍ୱାରା ଦଣ୍ଡ ଦେଲେ ଓ ସେମାନଙ୍କୁ ଇଟା ଭାଟିରେ କାମ କରାଇଲେ; ସେ ଅମ୍ମୋନ-ସନ୍ତାନଗଣର ସମୁଦାୟ ନଗର ପ୍ରତି ଏହି ପ୍ରକାର କଲେ। ଏଉତ୍ତାରେ ଦାଉଦ ଓ ସମସ୍ତ ଲୋକ ଯିରୂଶାଲମକୁ ଫେରି ଆସିଲେ।
He brought out the people who were in it, and put them to work with saws, and iron picks, and iron axes, and to labor at the brick kiln. And he did the same to all the cities of the people of Ammon. David and all the people returned to Jerusalem.

< ଦ୍ୱିତୀୟ ଶାମୁୟେଲ 12 >