< ଦ୍ୱିତୀୟ ଶାମୁୟେଲ 10 >
1 ଏଥିଉତ୍ତାରେ ଅମ୍ମୋନ-ସନ୍ତାନଗଣର ରାଜା ମରନ୍ତେ, ତାହାର ପୁତ୍ର ହାନୂନ୍ ତାହାର ବଦଳରେ ରାଜା ହେଲା।
Ó sì ṣe lẹ́yìn èyí, ọba àwọn ará Ammoni sì kú, Hanuni ọmọ rẹ̀ sì jẹ ọba ní ipò rẹ̀.
2 ତହିଁରେ ଦାଉଦ କହିଲେ, “ହାନୂନ୍ର ପିତା ନାହଶ୍ ଯେପରି ମୋʼ ପ୍ରତି ଦୟା ପ୍ରକାଶ କରିଥିଲା, ସେପରି ମୁଁ ହାନୂନ୍ ପ୍ରତି ଦୟା ପ୍ରକାଶ କରିବି।” ତେଣୁ ତାହାକୁ ପିତୃଶୋକରୁ ସାନ୍ତ୍ୱନା କରିବା ନିମନ୍ତେ ଦାଉଦ ଆପଣା ଦାସମାନଙ୍କୁ ପଠାଇଲେ। ତହୁଁ ଦାଉଦଙ୍କର ଦାସମାନେ ଅମ୍ମୋନ-ସନ୍ତାନଗଣର ଦେଶରେ ଉପସ୍ଥିତ ହେଲେ।
Dafidi sì wí pé, “Èmi yóò ṣe oore fún Hanuni ọmọ Nahaṣi gẹ́gẹ́ bí baba rẹ̀ sì ti ṣe oore fún mi.” Dafidi sì ránṣẹ́ láti tù Hanuni nínú láti ọwọ́ àwọn ìránṣẹ́ rẹ̀ wá, nítorí ti baba rẹ̀. Àwọn ìránṣẹ́ Dafidi sì wá sí ilé àwọn ọmọ Ammoni.
3 ମାତ୍ର ଅମ୍ମୋନ-ସନ୍ତାନଗଣର ଅଧିପତିମାନେ ସେମାନଙ୍କ ପ୍ରଭୁ ହାନୂନ୍କୁ କହିଲେ, “ଦାଉଦ ଆପଣଙ୍କ ନିକଟକୁ ସାନ୍ତ୍ୱନାକାରୀମାନଙ୍କୁ ପଠାଇଅଛି ବୋଲି ସେ ଯେ ଆପଣଙ୍କ ପିତାଙ୍କର ସମ୍ଭ୍ରମ କରୁଅଛି, ଏହା କି ଆପଣ ବିଚାର କରନ୍ତି? ଦାଉଦ କି ନଗର ଅନୁସନ୍ଧାନ କରିବା ଅଭିପ୍ରାୟରେ ତହିଁରେ ଭ୍ରମଣ କରିବାକୁ ଓ ତାହା ନାଶ କରିବାକୁ ଆପଣା ଦାସମାନଙ୍କୁ ତୁମ୍ଭ କତିକି ପଠାଇ ନାହିଁ?”
Àwọn olórí àwọn ọmọ Ammoni sì wí fún Hanuni olúwa wọn pé, “Ǹjẹ́ o rò pé Dafidi ń bu ọlá fún baba rẹ nígbà tí ó rán ènìyàn wá láti bá ọ kẹ́dùn? Kò ha ṣe pé Dafidi rán àwọn ìránṣẹ́ sí ọ láti wo ìlú àti láti yọ́ ọ wò àti láti gbà ọ́.”
4 ତହିଁରେ ହାନୂନ୍ ଦାଉଦଙ୍କର ଦାସମାନଙ୍କୁ ଧରି ସେମାନଙ୍କ ଦାଢ଼ିର ଅଧେ କ୍ଷୌର କଲା ଓ ସେମାନଙ୍କ ପିଚା ପାଖ ବସ୍ତ୍ର ମଝିରୁ କାଟି ପକାଇ ସେମାନଙ୍କୁ ବିଦାୟ କରିଦେଲା।
Hanuni sì mú àwọn ìránṣẹ́ Dafidi ó fá apá kan irùngbọ̀n wọn, ó sì gé ààbọ̀ kúrò ní agbádá wọn, títí ó fi dé ìdí wọn, ó sì rán wọn lọ.
5 ତହୁଁ ସେମାନେ ଦାଉଦଙ୍କୁ ଏହା ଜ୍ଞାତ କରାନ୍ତେ, ସେ ସେମାନଙ୍କୁ ଭେଟିବା ପାଇଁ ଲୋକ ପଠାଇଲେ; କାରଣ ସେମାନେ ଅତିଶୟ ଲଜ୍ଜିତ ଥିଲେ। ପୁଣି ରାଜା କହିଲେ, “ତୁମ୍ଭମାନଙ୍କ ଦାଢ଼ି ବଢ଼ିବା ପର୍ଯ୍ୟନ୍ତ ଯିରୀହୋ ନଗରରେ ଥାଅ, ତହିଁ ଉତ୍ତାରେ ଫେରି ଆସିବ।”
Wọ́n sì sọ fún Dafidi, ó sì ránṣẹ́ lọ pàdé wọn, nítorí tí ojú ti àwọn ọkùnrin náà púpọ̀: ọba sì wí pé, “Ẹ dúró ní Jeriko títí irùngbọ̀n yín yóò fi hù, nígbà náà ni kí ẹ tó máa bọ̀.”
6 ଏଥିରେ ଅମ୍ମୋନ-ସନ୍ତାନମାନେ ଦେଖିଲେ ଯେ, ସେମାନେ ଦାଉଦଙ୍କ ସମ୍ମୁଖରେ ଦୁର୍ଗନ୍ଧ ସ୍ୱରୂପ ହୋଇଅଛନ୍ତି, ଏହେତୁ ଅମ୍ମୋନ-ସନ୍ତାନଗଣ ଲୋକ ପଠାଇ ବେଥ୍-ରହୋବସ୍ଥ ଓ ସୋବାସ୍ଥିତ ଅରାମୀୟ କୋଡ଼ିଏ ହଜାର ପଦାତିକକୁ ଓ ଏକ ହଜାର ଲୋକ ସହିତ ମାଖାର ରାଜାକୁ ଓ ଟୋବର ବାର ହଜାର ଲୋକଙ୍କୁ ବେତନ ଦେଇ ରଖିଲେ।
Àwọn ará Ammoni sì ri pé, wọ́n di ẹni ìríra níwájú Dafidi, àwọn ọmọ Ammoni sì ránṣẹ́, wọ́n sì fi owó bẹ́ ogún àwọn ará Siria ti Beti-Rehobu; àti Siria-Soba, ogún ẹgbẹ̀rún ẹlẹ́ṣẹ̀ àti ti ọba Maaka, ẹgbẹ̀rún ọkùnrin àti ti Tobu ẹgbàá mẹ́fà ọkùnrin lọ́wẹ̀.
7 ଆଉ ଦାଉଦ ଏହା ଶୁଣି ଯୋୟାବକୁ ଓ ବୀର ସୈନ୍ୟ ସମସ୍ତଙ୍କୁ ପଠାଇଲେ।
Dafidi sì gbọ́, ó sì rán Joabu, àti gbogbo ogún àwọn ọkùnrin alágbára.
8 ତହିଁରେ ଅମ୍ମୋନ-ସନ୍ତାନଗଣ ବାହାର ହୋଇ ଆସି ଦ୍ୱାର-ପ୍ରବେଶ ସ୍ଥାନ ନିକଟରେ ଯୁଦ୍ଧ କରିବାକୁ ପ୍ରସ୍ତୁତ କଲେ; ପୁଣି ସୋବା ଓ ରହୋବର ଅରାମୀୟ ଲୋକମାନେ, ଆଉ ଟୋବର ଓ ମାଖାର ଲୋକମାନେ କ୍ଷେତ୍ରରେ ଅଲଗା ରହିଲେ।
Àwọn ọmọ Ammoni sì jáde wá, wọ́n sì tẹ́ ogun ní ẹnu odi; ará Siria-Soba, àti ti Rehobu, àti Tobu, àti Maaka, wọ́n sì tẹ ogun ni pápá fún ara wọn.
9 ଏହିରୂପେ ଯୋୟାବ ଆପଣା ବିରୁଦ୍ଧରେ ଆଗେ ଓ ପଛେ ଯୁଦ୍ଧ ପ୍ରସ୍ତୁତ ହେବାର ଦେଖି ଇସ୍ରାଏଲର ସମୁଦାୟ ବଛା ଲୋକ ମଧ୍ୟରୁ ଲୋକ ବାଛି ଅରାମୀୟମାନଙ୍କ ବିରୁଦ୍ଧରେ ସୈନ୍ୟ ସଜାଇଲା।
Nígbà tí Joabu sì rí i pé ogun náà dojúkọ òun níwájú àti lẹ́yìn, ó sì yàn nínú gbogbo àwọn akíkanjú ọkùnrin ní Israẹli, ó sì tẹ́ ogun kọjú sí àwọn ará Siria.
10 ପୁଣି ସେ ଅବଶିଷ୍ଟ ଲୋକମାନଙ୍କୁ ଆପଣା ଭାଇ ଅବୀଶୟ ହସ୍ତରେ ସମର୍ପଣ କଲା; ତହିଁରେ ସେ ସେମାନଙ୍କୁ ନେଇ ଅମ୍ମୋନ-ସନ୍ତାନଗଣ ବିରୁଦ୍ଧରେ ସୈନ୍ୟ ସଜାଇଲା।
Ó sì fi àwọn ènìyàn tí ó kù lé Abiṣai àbúrò rẹ̀ lọ́wọ́, kí ó lè tẹ ogun kọjú sí àwọn ọmọ Ammoni.
11 ପୁଣି ସେ କହିଲା, “ଯଦି ଅରାମୀୟମାନେ ମୋ ନିମନ୍ତେ ଅଧିକ ଶକ୍ତିଶାଳୀ ହେବେ, ତେବେ ତୁମ୍ଭେ ମୋତେ ସାହାଯ୍ୟ କରିବ; ମାତ୍ର ଯଦି ଅମ୍ମୋନ-ସନ୍ତାନମାନେ ତୁମ୍ଭ ନିମନ୍ତେ ଅଧିକ ଶକ୍ତିଶାଳୀ ହେବେ, ତେବେ ମୁଁ ଆସି ତୁମ୍ଭକୁ ସାହାଯ୍ୟ କରିବି।
Ó sì wí pé, “Bí agbára àwọn ará Siria bá pọ̀ ju èmi lọ, ìwọ yóò sì wá ràn mí lọ́wọ́, ṣùgbọ́n bí ọwọ́ àwọn ọmọ Ammoni bá sì pọ̀jù ọ́ lọ, èmi ó sì wá ràn ọ́ lọ́wọ́.
12 ବଳବାନ ହୁଅ, ଆମ୍ଭେମାନେ ଆପଣା ଲୋକମାନଙ୍କ ନିମନ୍ତେ ଓ ଆମ୍ଭମାନଙ୍କ ପରମେଶ୍ୱରଙ୍କ ନଗରମାନଙ୍କ ନିମନ୍ତେ ଆପଣାମାନଙ୍କୁ ବଳବାନ କରୁ; ପୁଣି ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ଭଲ, ସେ ତାହା କରନ୍ତୁ।”
Mú ọkàn lè, jẹ́ kí a ṣe onígboyà nítorí àwọn ènìyàn wa, àti nítorí àwọn ìlú Ọlọ́run wa; Olúwa yóò sì ṣe èyí tí ó dára lójú rẹ̀.”
13 ତହିଁରେ ଯୋୟାବ ଓ ତାହାର ସଙ୍ଗୀ ଲୋକମାନେ ଅରାମୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ନିକଟକୁ ଆସନ୍ତେ, ସେମାନେ ତାଙ୍କ ସମ୍ମୁଖରୁ ପଳାଇଲେ।
Joabu àti àwọn ènìyàn tí ń bẹ lọ́dọ̀ rẹ̀ sì bá àwọn ará Siria pàdé ìjà, wọ́n sì sá níwájú rẹ̀.
14 ଏଥିରେ ଅରାମୀୟମାନଙ୍କୁ ପଳାଇବାର ଦେଖି ଅମ୍ମୋନ-ସନ୍ତାନଗଣ ମଧ୍ୟ ଅବୀଶୟ ସମ୍ମୁଖରୁ ପଳାଇ ନଗରରେ ପ୍ରବେଶ କଲେ। ତେବେ ଯୋୟାବ ଅମ୍ମୋନ-ସନ୍ତାନମାନଙ୍କ ନିକଟରୁ ଯିରୂଶାଲମକୁ ଫେରି ଆସିଲା।
Nígbà tí àwọn ọmọ Ammoni sì rí i pé àwọn ará Siria sá, àwọn pẹ̀lú sì sá níwájú Abiṣai, wọ́n sì wọ inú ìlú lọ. Joabu sì padà kúrò lẹ́yìn àwọn ọmọ Ammoni, ó sì wá sí Jerusalẹmu.
15 ଏଉତ୍ତାରେ ଅରାମୀୟମାନେ ଇସ୍ରାଏଲ ସମ୍ମୁଖରେ ଆପଣାମାନଙ୍କୁ ପରାସ୍ତ ଦେଖି ଏକତ୍ର ହେଲେ।
Nígbà tí àwọn ará Siria sì rí i pé àwọn ṣubú níwájú Israẹli, wọ́n sì kó ara wọn jọ
16 ପୁଣି ହଦଦେଷର ଲୋକ ପଠାଇ ଫରାତ୍ ନଦୀର ସେପାରିସ୍ଥିତ ଅରାମୀୟମାନଙ୍କୁ ଅଣାଇଲା; ତହୁଁ ସେମାନେ ହେଲମକୁ ଆସିଲେ; ହଦଦେଷରର ସେନାପତି ଶୋବକ ସେମାନଙ୍କର ଅଗ୍ରଗାମୀ ଥିଲା।
Hadadeseri sì ránṣẹ́, ó sì mú àwọn Siria tí ó wà ní òkè odò Eufurate jáde wá, wọ́n sì wá sí Helami; Sobaki olórí ogun Hadadeseri sì ṣe olórí wọn.
17 ଏଉତ୍ତାରେ ଦାଉଦଙ୍କୁ ଏହା ଜ୍ଞାତ କରାଯାʼନ୍ତେ, ସେ ସମୁଦାୟ ଇସ୍ରାଏଲକୁ ଏକତ୍ର କରି ଯର୍ଦ୍ଦନ ପାର ହୋଇ ହେଲମକୁ ଆସିଲେ। ତହିଁରେ ଅରାମୀୟମାନେ ଦାଉଦଙ୍କ ସମ୍ମୁଖରେ ସୈନ୍ୟ ସଜାଇ ତାଙ୍କ ସଙ୍ଗେ ଯୁଦ୍ଧ କଲେ।
Nígbà tí a sọ fún Dafidi, ó sì kó gbogbo Israẹli jọ, wọ́n sì kọjá Jordani, wọ́n sì wá sí Helami, àwọn ará Siria sì tẹ́ ogun kọjú sí Dafidi, wọ́n sì bá a jà.
18 ମାତ୍ର ଅରାମୀୟମାନେ ଇସ୍ରାଏଲ ସମ୍ମୁଖରୁ ପଳାଇଲେ; ପୁଣି ଦାଉଦ ଅରାମୀୟମାନଙ୍କ ସାତ ଶହ ରଥାରୂଢ଼ ଓ ଚାଳିଶ ହଜାର ଅଶ୍ୱାରୂଢ଼ ସୈନ୍ୟ ବଧ କଲେ, ପୁଣି ସେ ସେମାନଙ୍କ ସେନାପତି ଶୋବକକୁ ଆଘାତ କରନ୍ତେ, ସେ ସେହିଠାରେ ମଲା।
Àwọn ará Siria sì sá níwájú Israẹli, Dafidi sì pa nínú àwọn ará Siria ẹ̀ẹ́dẹ́gbẹ̀rin àwọn oníkẹ̀kẹ́, àti ọ̀kẹ́ méjì ẹlẹ́ṣin, wọ́n sì kọlu Sobaki olórí ogun wọn, ó sì kú níbẹ̀.
19 ତହୁଁ ହଦଦେଷରର ଅଧୀନ ସମସ୍ତ ରାଜା ଇସ୍ରାଏଲ ସମ୍ମୁଖରେ ଆପଣାମାନଙ୍କୁ ପରାସ୍ତ ଦେଖି ଇସ୍ରାଏଲ ସହିତ ଶାନ୍ତିର ଚୁକ୍ତି କରି ସେମାନଙ୍କର ଦାସ ହେଲେ। ଏହେତୁ ଅରାମୀୟମାନେ ଅମ୍ମୋନ-ସନ୍ତାନଗଣକୁ ଆଉ ସାହାଯ୍ୟ କରିବାକୁ ଭୟ କଲେ।
Nígbà tí gbogbo àwọn ọba tí ó wà lábẹ́ Hadadeseri sì rí i pé wọ́n di bíbì ṣubú níwájú Israẹli, wọ́n sì bá Israẹli làjà, wọ́n sì ń sìn wọ́n. Àwọn ará Siria sì bẹ̀rù láti máa ran àwọn ọmọ Ammoni lọ́wọ́ mọ́.