< ୨ ପିତର 1 >

1 ଶିମୋନ ପିତର, ଯୀଶୁ ଖ୍ରୀଷ୍ଟଙ୍କର ଜଣେ ଦାସ ଓ ପ୍ରେରିତ, ଆମ୍ଭମାନଙ୍କ ଈଶ୍ବର ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କର ଧାର୍ମିକତା ହେତୁ ଯେଉଁମାନେ ଆମ୍ଭମାନଙ୍କ ସହିତ ସମାନ ଭାବରେ ବହୁମୂଲ୍ୟ ବିଶ୍ୱାସ ପ୍ରାପ୍ତ କରିଅଛନ୍ତି, ସେମାନଙ୍କ ନିକଟକୁ ପତ୍ର ଲେଖୁଅଛି।
યે જના અસ્માભિઃ સાર્દ્ધમ્ અસ્તદીશ્વરે ત્રાતરિ યીશુખ્રીષ્ટે ચ પુણ્યસમ્બલિતવિશ્વાસધનસ્ય સમાનાંશિત્વં પ્રાપ્તાસ્તાન્ પ્રતિ યીશુખ્રીષ્ટસ્ય દાસઃ પ્રેરિતશ્ચ શિમોન્ પિતરઃ પત્રં લિખતિ|
2 ଈଶ୍ବର ଓ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କ ବିଷୟକ ଜ୍ଞାନ ଦ୍ୱାରା ତୁମ୍ଭମାନଙ୍କ ପ୍ରତି ଅନୁଗ୍ରହ ଓ ଶାନ୍ତି ପ୍ରଚୁର ପରିମାଣରେ ହେଉ।
ઈશ્વરસ્યાસ્માકં પ્રભો ર્યીશોશ્ચ તત્વજ્ઞાનેન યુષ્માસ્વનુગ્રહશાન્ત્યો ર્બાહુલ્યં વર્ત્તતાં|
3 ଈଶ୍ବର ଆପଣା ଗୌରବ ଓ ସଦ୍‍ଗୁଣରେ ଆମ୍ଭମାନଙ୍କୁ ଆହ୍ୱାନ କରିଅଛନ୍ତି, ତାହାଙ୍କ ବିଷୟକ ଜ୍ଞାନ ଦ୍ୱାରା ତାହାଙ୍କ ଐଶ୍ବରୀୟ ଶକ୍ତି ଆମ୍ଭମାନଙ୍କୁ ଜୀବନ ଓ ଧର୍ମପରାୟଣତା ନିମନ୍ତେ ସମସ୍ତ ଆବଶ୍ୟକୀୟ ବିଷୟ ଦାନ କରିଅଛି।
જીવનાર્થમ્ ઈશ્વરભક્ત્યર્થઞ્ચ યદ્યદ્ આવશ્યકં તત્ સર્વ્વં ગૌરવસદ્ગુણાભ્યામ્ અસ્મદાહ્વાનકારિણસ્તત્ત્વજ્ઞાનદ્વારા તસ્યેશ્વરીયશક્તિરસ્મભ્યં દત્તવતી|
4 ସେ ଆମ୍ଭମାନଙ୍କୁ ବହୁମୂଲ୍ୟ ଓ ଅତି ମହତ‍ ପ୍ରତିଜ୍ଞାମାନ ଦାନ କରିଅଛନ୍ତି, ଯେପରି ସେହିସବୁ ଦ୍ୱାରା ତୁମ୍ଭେମାନେ କୁଅଭିଳାଷରୁ ଜାତ ଯେଉଁ ବିନାଶ ଜଗତରେ ଅଛି, ସେଥିରୁ ରକ୍ଷା ପାଇ ଐଶ୍ବରୀୟ ସ୍ୱଭାବର ସହଭାଗୀ ହୁଅ।
તત્સર્વ્વેણ ચાસ્મભ્યં તાદૃશા બહુમૂલ્યા મહાપ્રતિજ્ઞા દત્તા યાભિ ર્યૂયં સંસારવ્યાપ્તાત્ કુત્સિતાભિલાષમૂલાત્ સર્વ્વનાશાદ્ રક્ષાં પ્રાપ્યેશ્વરીયસ્વભાવસ્યાંશિનો ભવિતું શક્નુથ|
5 ହଁ, ଏହି କାରଣରୁ ତୁମ୍ଭେମାନେ ଅତି ଯତ୍ନ ସହକାରେ ବିଶ୍ୱାସ ଦ୍ୱାରା ସଦ୍‍ଗୁଣ, ସଦ୍‍ଗୁଣ ଦ୍ୱାରା ଜ୍ଞାନ,
તતો હેતો ર્યૂયં સમ્પૂર્ણં યત્નં વિધાય વિશ્વાસે સૌજન્યં સૌજન્યે જ્ઞાનં
6 ଜ୍ଞାନ ଦ୍ୱାରା ସଂଯମ, ସଂଯମ ଦ୍ୱାରା ଧୈର୍ଯ୍ୟ, ଧୈର୍ଯ୍ୟ ଦ୍ୱାରା ଧର୍ମପରାୟଣତା,
જ્ઞાન આયતેન્દ્રિયતામ્ આયતેન્દ્રિયતાયાં ધૈર્ય્યં ધૈર્ય્ય ઈશ્વરભક્તિમ્
7 ଧର୍ମପରାୟଣତା ଦ୍ୱାରା ଭ୍ରାତୃପ୍ରେମ, ପୁଣି, ଭ୍ରାତୃପ୍ରେମ ଦ୍ୱାରା ପ୍ରେମ ଲାଭ କର।
ઈશ્વરભક્તૌ ભ્રાતૃસ્નેહે ચ પ્રેમ યુઙ્ક્ત|
8 ଏହିସବୁ ତୁମ୍ଭମାନଙ୍କଠାରେ ବୃଦ୍ଧି ପାଇଲେ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବିଷୟକ ଜ୍ଞାନରେ ପୂର୍ଣ୍ଣତା ଲାଭ କରିବା ନିମନ୍ତେ ତୁମ୍ଭମାନଙ୍କୁ ଶିଥିଳ ଓ ଫଳଶୂନ୍ୟ ହେବାକୁ ଦେବ ନାହିଁ।
એતાનિ યદિ યુષ્માસુ વિદ્યન્તે વર્દ્ધન્તે ચ તર્હ્યસ્મત્પ્રભો ર્યીશુખ્રીષ્ટસ્ય તત્ત્વજ્ઞાને યુષ્માન્ અલસાન્ નિષ્ફલાંશ્ચ ન સ્થાપયિષ્યન્તિ|
9 ମାତ୍ର ଏହିସବୁ ଯାହାଠାରେ ନାହିଁ, ସେ ଦୂରଦର୍ଶୀ ନ ହୋଇ ଅନ୍ଧ ହୋଇଅଛି, ପୁଣି, ଆପଣା ପୂର୍ବକୃତ ପାପରୁ ପରିଷ୍କୃତ ହେବା ବିଷୟ ପାସୋରି ଯାଇଅଛି।
કિન્ત્વેતાનિ યસ્ય ન વિદ્યન્તે સો ઽન્ધો મુદ્રિતલોચનઃ સ્વકીયપૂર્વ્વપાપાનાં માર્જ્જનસ્ય વિસ્મૃતિં ગતશ્ચ|
10 ଅତଏବ, ହେ ଭାଇମାନେ, ତୁମ୍ଭେମାନେ ଆପଣା ଆପଣା ଆହ୍ୱାନ ଓ ମନୋନୟନକୁ ସ୍ଥିର କରିବା ନିମନ୍ତେ ଅଧିକ ଯତ୍ନଶୀଳ ହୁଅ; ଯେଣୁ ଏପରି କଲେ ତୁମ୍ଭେମାନେ କେବେ ହେଁ ଝୁଣ୍ଟିପଡ଼ିବ ନାହିଁ।
તસ્માદ્ હે ભ્રાતરઃ, યૂયં સ્વકીયાહ્વાનવરણયો ર્દૃઢકરણે બહુ યતધ્વં, તત્ કૃત્વા કદાચ ન સ્ખલિષ્યથ|
11 ଆଉ ଏହି ପ୍ରକାରେ ଆମ୍ଭମାନଙ୍କ ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ଅନନ୍ତ ରାଜ୍ୟରେ ସ୍ୱଚ୍ଛନ୍ଦରେ ପ୍ରବେଶ କରିବାକୁ ତୁମ୍ଭମାନଙ୍କୁ ଦିଆଯିବ। (aiōnios g166)
યતો ઽનેન પ્રકારેણાસ્માકં પ્રભોસ્ત્રાતૃ ર્યીશુખ્રીષ્ટસ્યાનન્તરાજ્યસ્ય પ્રવેશેન યૂયં સુકલેન યોજયિષ્યધ્વે| (aiōnios g166)
12 ଅତଏବ, ତୁମ୍ଭେମାନେ ଯଦ୍ୟପି ଏହିସବୁ ବିଷୟ ଜାଣ ଓ ପ୍ରାପ୍ତ ସତ୍ୟରେ ସ୍ଥିରୀକୃତ ହୋଇଅଛ, ତଥାପି ମୁଁ ଏହିସବୁ ବିଷୟ ତୁମ୍ଭମାନଙ୍କୁ ସ୍ମରଣ କରାଇବାକୁ ସର୍ବଦା ପ୍ରସ୍ତୁତ ହୋଇ ରହିବି।
યદ્યપિ યૂયમ્ એતત્ સર્વ્વં જાનીથ વર્ત્તમાને સત્યમતે સુસ્થિરા ભવથ ચ તથાપિ યુષ્માન્ સર્વ્વદા તત્ સ્મારયિતુમ્ અહમ્ અયત્નવાન્ ન ભવિષ્યામિ|
13 ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟ ମୋତେ ଯେପରି ଜଣାଇ ଅଛନ୍ତି, ତଦନୁସାରେ ଶୀଘ୍ର ମୋତେ ଏହି ଶରୀରରୂପ ତମ୍ବୁ ଯେ ତ୍ୟାଗ କରିବାକୁ ହେବ,
યાવદ્ એતસ્મિન્ દૂષ્યે તિષ્ઠામિ તાવદ્ યુષ્માન્ સ્મારયન્ પ્રબોધયિતું વિહિતં મન્યે|
14 ଏହା ଜାଣି, ଯେପର୍ଯ୍ୟନ୍ତ ଏହି ତମ୍ବୁରେ ଥାଏ, ସେପର୍ଯ୍ୟନ୍ତ ତୁମ୍ଭମାନଙ୍କୁ ସ୍ମରଣ କରାଇ ଜାଗ୍ରତ କରାଇବା ବିହିତ ମନେ କରୁଅଛି।
યતો ઽસ્માકં પ્રભુ ર્યીશુખ્રીષ્ટો માં યત્ જ્ઞાપિતવાન્ તદનુસારાદ્ દૂષ્યમેતત્ મયા શીઘ્રં ત્યક્તવ્યમ્ ઇતિ જાનામિ|
15 ଆଉ ମୋହର ମହାପ୍ରସ୍ଥାନ ଉତ୍ତାରେ ତୁମ୍ଭେମାନେ ଏହି ସମସ୍ତ ବିଷୟ ଯେପରି ସର୍ବଦା ସ୍ମରଣରେ ଆଣି ପାରିବ, ଏଥିନିମନ୍ତେ ମୁଁ ଯତ୍ନ କରିବି।
મમ પરલોકગમનાત્ પરમપિ યૂયં યદેતાનિ સ્મર્ત્તું શક્ષ્યથ તસ્મિન્ સર્વ્વથા યતિષ્યે|
16 କାରଣ ଆମ୍ଭେମାନେ ଯେତେବେଳେ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଶକ୍ତି ଓ ଆଗମନ କଥା ତୁମ୍ଭମାନଙ୍କୁ ଜଣାଇଲୁ, ସେତେବେଳେ ଚତୁରତା ସହ କଳ୍ପିତ କୌଣସି କାହାଣୀ ଅବଲମ୍ବନ କରି ନ ଥିଲୁ, ମାତ୍ର ତାହାଙ୍କ ମହିମାର ଚାକ୍ଷୁଷ ସାକ୍ଷୀ ହୋଇଥିଲୁ।
યતો ઽસ્માકં પ્રભો ર્યીશુખ્રીષ્ટસ્ય પરાક્રમં પુનરાગમનઞ્ચ યુષ્માન્ જ્ઞાપયન્તો વયં કલ્પિતાન્યુપાખ્યાનાન્યન્વગચ્છામેતિ નહિ કિન્તુ તસ્ય મહિમ્નઃ પ્રત્યક્ષસાક્ષિણો ભૂત્વા ભાષિતવન્તઃ|
17 ଯେଣୁ ଯେତେବେଳେ ମହା ଗୌରବ ମଧ୍ୟରୁ ତାହାଙ୍କ ପ୍ରତି ଏହି ବାଣୀ ହେଲା, ଏ ଆମ୍ଭର ପ୍ରିୟ ପୁତ୍ର, ଏହାଙ୍କଠାରେ ଆମ୍ଭର ପରମ ସନ୍ତୋଷ, ସେତେବେଳେ ସେ ପିତା ଈଶ୍ବରଙ୍କଠାରୁ ସମ୍ଭ୍ରମ ଓ ଗୌରବପ୍ରାପ୍ତ ହେଲେ;
યતઃ સ પિતુરીશ્વરાદ્ ગૌરવં પ્રશંસાઞ્ચ પ્રાપ્તવાન્ વિશેષતો મહિમયુક્તતેજોમધ્યાદ્ એતાદૃશી વાણી તં પ્રતિ નિર્ગતવતી, યથા, એષ મમ પ્રિયપુત્ર એતસ્મિન્ મમ પરમસન્તોષઃ|
18 ଆମ୍ଭେମାନେ ତାହାଙ୍କ ସହିତ ପବିତ୍ର ପର୍ବତରେ ଥିବାବେଳେ ନିଜେ ଆକାଶରୁ ନିର୍ଗତ ଏହି ବାଣୀ ଶୁଣିଲୁ।
સ્વર્ગાત્ નિર્ગતેયં વાણી પવિત્રપર્વ્વતે તેન સાર્દ્ધં વિદ્યમાનૈરસ્માભિરશ્રાવિ|
19 ଏଥିରେ ଭାବବାଣୀ ଆମ୍ଭମାନଙ୍କ ନିକଟରେ ଅଧିକ ଦୃଢ଼ ହୋଇଅଛି; ତୁମ୍ଭେମାନେ ତାହା ଅନ୍ଧକାରମୟ ସ୍ଥାନରେ ପ୍ରଜ୍ୱଳିତ ହେଉଥିବା ପ୍ରଦୀପ ସଦୃଶ ମନେ କରି ରାତ୍ରି ପାହାନ୍ତା ନ ହେବା ପର୍ଯ୍ୟନ୍ତ ଓ ତୁମ୍ଭମାନଙ୍କ ହୃଦୟରେ ପ୍ରଭାତୀତାରା ଉଦିତ ନ ହେବା ପର୍ଯ୍ୟନ୍ତ ତାହା ପ୍ରତି ମନୋଯୋଗ କଲେ ଭଲ ହେବ।
અપરમ્ અસ્મત્સમીપે દૃઢતરં ભવિષ્યદ્વાક્યં વિદ્યતે યૂયઞ્ચ યદિ દિનારમ્ભં યુષ્મન્મનઃસુ પ્રભાતીયનક્ષત્રસ્યોદયઞ્ચ યાવત્ તિમિરમયે સ્થાને જ્વલન્તં પ્રદીપમિવ તદ્ વાક્યં સમ્મન્યધ્વે તર્હિ ભદ્રં કરિષ્યથ|
20 ପ୍ରଥମରେ ଏହା ଜ୍ଞାତ ହୁଅ ଯେ, ଶାସ୍ତ୍ରର କୌଣସି ଭାବବାଣୀ ସ୍ୱତନ୍ତ୍ର ଭାବରେ ବ୍ୟାଖ୍ୟା କରିବାର ବିଷୟ ନୁହେଁ,
શાસ્ત્રીયં કિમપિ ભવિષ્યદ્વાક્યં મનુષ્યસ્ય સ્વકીયભાવબોધકં નહિ, એતદ્ યુષ્માભિઃ સમ્યક્ જ્ઞાયતાં|
21 କାରଣ କୌଣସି ଭାବବାଣୀ କେବେ ହେଁ ମନୁଷ୍ୟର ଇଚ୍ଛାରୁ ଉତ୍ପନ୍ନ ହୋଇ ନାହିଁ, ମାତ୍ର ଈଶ୍ବର ପ୍ରେରିତ ମନୁଷ୍ୟମାନେ ପବିତ୍ର ଆତ୍ମାଙ୍କ ଦ୍ୱାରା ଚାଳିତ ହୋଇ କଥା କହିଥିଲେ।
યતો ભવિષ્યદ્વાક્યં પુરા માનુષાણામ્ ઇચ્છાતો નોત્પન્નં કિન્ત્વીશ્વરસ્ય પવિત્રલોકાઃ પવિત્રેણાત્મના પ્રવર્ત્તિતાઃ સન્તો વાક્યમ્ અભાષન્ત|

< ୨ ପିତର 1 >