< ୨ ପିତର 1 >

1 ଶିମୋନ ପିତର, ଯୀଶୁ ଖ୍ରୀଷ୍ଟଙ୍କର ଜଣେ ଦାସ ଓ ପ୍ରେରିତ, ଆମ୍ଭମାନଙ୍କ ଈଶ୍ବର ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କର ଧାର୍ମିକତା ହେତୁ ଯେଉଁମାନେ ଆମ୍ଭମାନଙ୍କ ସହିତ ସମାନ ଭାବରେ ବହୁମୂଲ୍ୟ ବିଶ୍ୱାସ ପ୍ରାପ୍ତ କରିଅଛନ୍ତି, ସେମାନଙ୍କ ନିକଟକୁ ପତ୍ର ଲେଖୁଅଛି।
ମୁଇ ସିମନ୍‌ ପିତର୍‌, ଜିସୁକିରିସ୍‌ଟର୍‌ ଗଟେକ୍‌ ଗତିଦାଙ୍ଗ୍‌ଡା ଆରି ପେରିତ୍‌ ଅଇଆଚି । ଆମେ ଜେନ୍ତି ଜିସୁକିରିସ୍‌ଟକେ ବିସ୍‌ବାସ୍‌ କରିଆଚୁ, ସେନ୍ତାରି ବିସ୍‌ବାସ୍‌ କର୍‌ବା ଲକ୍‌ମନ୍‌କେ ଏ ଚିଟି ଲେକ୍‌ଲିନି । ସେ ଆମର୍‌ ପର୍‌ମେସର୍‌ ଆରି ମୁକ୍‌ତିକାରିଆ । ତାକେ ବିସ୍‌ବାସ୍‌ କର୍‌ବାକେ ସେ ଆକା ଆମ୍‌କେ ବପୁଦେଲାଆଚେ । ସେ କର୍‌ବା ସବୁ କାମ୍‌ ଟିକ୍‌ ଆରି କାଇ ଅନିଆଇ ନାଇ । ।
2 ଈଶ୍ବର ଓ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କ ବିଷୟକ ଜ୍ଞାନ ଦ୍ୱାରା ତୁମ୍ଭମାନଙ୍କ ପ୍ରତି ଅନୁଗ୍ରହ ଓ ଶାନ୍ତି ପ୍ରଚୁର ପରିମାଣରେ ହେଉ।
ପର୍‌ମେସର୍‌କେ ଆରି ଆମର୍‌ ମାପ୍‌ରୁ ଜିସୁକିରିସ୍‌ଟକେ ତମେ ଜାନ୍‌ଲାର୍‌ ପାଇ ତାର୍‌ ସାନ୍ତି ଆରି ସେ ଜିବନ୍‌ ଦୁକାଇ ଦୟା କଲାଟା ତମ୍‌କେ ମିଲ ।
3 ଈଶ୍ବର ଆପଣା ଗୌରବ ଓ ସଦ୍‍ଗୁଣରେ ଆମ୍ଭମାନଙ୍କୁ ଆହ୍ୱାନ କରିଅଛନ୍ତି, ତାହାଙ୍କ ବିଷୟକ ଜ୍ଞାନ ଦ୍ୱାରା ତାହାଙ୍କ ଐଶ୍ବରୀୟ ଶକ୍ତି ଆମ୍ଭମାନଙ୍କୁ ଜୀବନ ଓ ଧର୍ମପରାୟଣତା ନିମନ୍ତେ ସମସ୍ତ ଆବଶ୍ୟକୀୟ ବିଷୟ ଦାନ କରିଅଛି।
ତାକେ ସାର୍‌ଦା କରାଇଲାପାରା ଚଲାଚଲ୍‌ତି କର୍‌ବାକେ ସେ ଆମ୍‌କେ ଲଡାକେ ଆଇବା ସବୁ ବିସଇ ଦେଲାଆଚେ । ତାର୍‌ ବପୁର୍‌ଲାଗି ସେ ଆମ୍‌କେ ଏଟା ଦେଲାଆଚେ ଆରି ଆମେ ତାକେ ଜାନ୍‌ଲାର୍‌ପାଇ ମିସା । ତାର୍‌ ମଇମାଇ ଆରି ଦରମେ ମିସ୍‌ବାକେ ସେ ସେ ଆମ୍‌କେ ଡାକିଆଚେ ।
4 ସେ ଆମ୍ଭମାନଙ୍କୁ ବହୁମୂଲ୍ୟ ଓ ଅତି ମହତ‍ ପ୍ରତିଜ୍ଞାମାନ ଦାନ କରିଅଛନ୍ତି, ଯେପରି ସେହିସବୁ ଦ୍ୱାରା ତୁମ୍ଭେମାନେ କୁଅଭିଳାଷରୁ ଜାତ ଯେଉଁ ବିନାଶ ଜଗତରେ ଅଛି, ସେଥିରୁ ରକ୍ଷା ପାଇ ଐଶ୍ବରୀୟ ସ୍ୱଭାବର ସହଭାଗୀ ହୁଅ।
ତାର୍‌ ମଇମା ଆରି ଦରମର୍‌ ଲାଗି ସେ ଆମ୍‌କେ ବେସି ବଡ୍‌ ଆରି ବେସି ମୁଲିଅ ରଇବା ଦାନ୍‌ ଦେଲାଆଚେ । କିରିସ୍‌ଟକେ ବିସ୍‌ବାସ୍‌ ନ କଲା ଲକ୍‌ମନ୍‌ ଜେନ୍ତିକି କାରାପ୍‌ ବିସଇ କର୍‌ବାକେ ମନ୍‌ କର୍‌ବାଇ, ସେନ୍ତାରି ମନ୍‌କର୍‌ବା ଟାନେଅନି ମୁକ୍‌ଲାଇବାକେ ସେ ଆମ୍‌କେ ଏନ୍ତାରି କଲାଆଚେ । ଏ ସବୁ ବିସଇ ତାକର୍‌ ମନ୍‌କେ ନସାଇସି । ମାତର୍‌ ତମେ ପର୍‌ମେସରର୍‌ ପାରା ଦରମ୍‌ ଅଇପାର୍‌ସା ।
5 ହଁ, ଏହି କାରଣରୁ ତୁମ୍ଭେମାନେ ଅତି ଯତ୍ନ ସହକାରେ ବିଶ୍ୱାସ ଦ୍ୱାରା ସଦ୍‍ଗୁଣ, ସଦ୍‍ଗୁଣ ଦ୍ୱାରା ଜ୍ଞାନ,
ତେବେ କିରିସ୍‌ଟକେ ବିସ୍‌ବାସ୍‌ କଲାର୍‌ ପାଇ ନିକ ଚଲାଚଲ୍‌ତି କର୍‌ବାକେ ଚେସ୍‌ଟା କରା । ଏଟାର୍‌ ସଙ୍ଗ୍‍, ଗିଆନ୍‌ ସଙ୍ଗ୍‍ ଜିଉନାକାଉନା କର୍‌ବାକେ,
6 ଜ୍ଞାନ ଦ୍ୱାରା ସଂଯମ, ସଂଯମ ଦ୍ୱାରା ଧୈର୍ଯ୍ୟ, ଧୈର୍ଯ୍ୟ ଦ୍ୱାରା ଧର୍ମପରାୟଣତା,
ଜିଉନାକାଉନା ସଙ୍ଗ୍‍ ନିଜେ ଜାଗ୍‌ରତ୍‌ ଅଇରଇବାକେ, ଜାଗ୍‌ରତ୍‌ ରଇକରି ମୁର୍‌ଚି ରଇବାକେ, ମୁର୍‌ଚିକରି ରଇ ପର୍‌ମେସର୍‌କେ ସାର୍‌ଦା କର୍‌ବା ଗୁନ୍‌ଚଲନ୍‌ କର୍‌ବାକେ,
7 ଧର୍ମପରାୟଣତା ଦ୍ୱାରା ଭ୍ରାତୃପ୍ରେମ, ପୁଣି, ଭ୍ରାତୃପ୍ରେମ ଦ୍ୱାରା ପ୍ରେମ ଲାଭ କର।
ଗୁନ୍‌ଚଲନ୍‌ସଙ୍ଗ୍‍ ବାଇବଇନିକେ ଆଲାଦ୍‌ କର୍‌ବାକେ, ବାଇବଇନିକେ ଆଲାଦ୍‌‌ କରି ସବୁଲକ୍‌କେ ଆଲାଦ୍‌ କର୍‌ବାକେ ଚେସ୍‌ଟା କରା ।
8 ଏହିସବୁ ତୁମ୍ଭମାନଙ୍କଠାରେ ବୃଦ୍ଧି ପାଇଲେ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବିଷୟକ ଜ୍ଞାନରେ ପୂର୍ଣ୍ଣତା ଲାଭ କରିବା ନିମନ୍ତେ ତୁମ୍ଭମାନଙ୍କୁ ଶିଥିଳ ଓ ଫଳଶୂନ୍ୟ ହେବାକୁ ଦେବ ନାହିଁ।
ତମର୍‌ ଚଲାଚଲ୍‌ତି ଜଦି ଏନ୍ତାରି ଅଦିକ୍‌ ଅଦିକ୍‌ ଅଇ ଆଇଲେ, ଆମର୍‌ ମାପ୍‌ରୁ ଜିସୁକିରିସ୍‌ଟକେ ଜାନ୍‌ବା ବିସଇତେଇ ତମେ ଅଦିକ୍‌ ଅଦିକ୍‌ ବଡିଆଇସା ।
9 ମାତ୍ର ଏହିସବୁ ଯାହାଠାରେ ନାହିଁ, ସେ ଦୂରଦର୍ଶୀ ନ ହୋଇ ଅନ୍ଧ ହୋଇଅଛି, ପୁଣି, ଆପଣା ପୂର୍ବକୃତ ପାପରୁ ପରିଷ୍କୃତ ହେବା ବିଷୟ ପାସୋରି ଯାଇଅଛି।
ଜଦି ଗଟେକ୍‌ ଲକ୍‌ ଏନ୍ତାରି ଜିଉନାକାଉନା ନ କଲେ, ସେ ଗଟେକ୍‌ ନିକ ନ ଡିସ୍‌ବା ଲକର୍‌ପାରା ଅଇଆଚେ । ସେ ପୁର୍‌ବେ କରିରଇଲା ପାପର୍‌ ଲାଗି ପର୍‌ମେସର୍‌ କେମା ଦେଲାଆଚେ ବଲି ପାସ୍‌ରିଦେଇ ଆଚେ ।
10 ଅତଏବ, ହେ ଭାଇମାନେ, ତୁମ୍ଭେମାନେ ଆପଣା ଆପଣା ଆହ୍ୱାନ ଓ ମନୋନୟନକୁ ସ୍ଥିର କରିବା ନିମନ୍ତେ ଅଧିକ ଯତ୍ନଶୀଳ ହୁଅ; ଯେଣୁ ଏପରି କଲେ ତୁମ୍ଭେମାନେ କେବେ ହେଁ ଝୁଣ୍ଟିପଡ଼ିବ ନାହିଁ।
୧୦ତେବର୍‌ପାଇ ଏ ମର୍‌ ବାଇବଇନିମନ୍‌, ନିକ ଚଲାଚଲ୍‌ତି କର୍‌ବାକେ ଚେସ୍‌ଟା କରା । ସେନ୍ତାର୍‌କଲେ ପର୍‌ମେସର୍‌ ତମ୍‌କେ ବାଚିକରି ତାର୍‌ ଲକ୍‌ ଅଇବାକେ ଡାକ୍‌ଲାଆଚେବଲି ସବୁଲକ୍‌କେ ଡିସ୍‌ସି । ଏ ସବୁ ବିସଇ କଲେ ତମେ କେବେ ମିସା ତାର୍‌ତେଇଅନି ବିନ୍‌ବାଟେ ନ ଜାଆସ୍‌ ।
11 ଆଉ ଏହି ପ୍ରକାରେ ଆମ୍ଭମାନଙ୍କ ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ଅନନ୍ତ ରାଜ୍ୟରେ ସ୍ୱଚ୍ଛନ୍ଦରେ ପ୍ରବେଶ କରିବାକୁ ତୁମ୍ଭମାନଙ୍କୁ ଦିଆଯିବ। (aiōnios g166)
୧୧ଆମର୍‌ ମାପ୍‌ରୁ ଜିସୁକିରିସ୍‌ଟର୍‌ କେବେ ନ ସାର୍‌ବା ରାଇଜେ ପର୍‌ମେସର୍‌ ତମ୍‌କେ ସାର୍‌ଦା ସଙ୍ଗ୍‍ ଡାକିନେଇସି । (aiōnios g166)
12 ଅତଏବ, ତୁମ୍ଭେମାନେ ଯଦ୍ୟପି ଏହିସବୁ ବିଷୟ ଜାଣ ଓ ପ୍ରାପ୍ତ ସତ୍ୟରେ ସ୍ଥିରୀକୃତ ହୋଇଅଛ, ତଥାପି ମୁଁ ଏହିସବୁ ବିଷୟ ତୁମ୍ଭମାନଙ୍କୁ ସ୍ମରଣ କରାଇବାକୁ ସର୍ବଦା ପ୍ରସ୍ତୁତ ହୋଇ ରହିବି।
୧୨ଏ ସବୁ ବିସଇ ତମେ ଜାନିରଇଲେ ମିସା, ଆରି ପାଇଲା ସତ୍‌ ବିସଇଟାନେ ଡାଟ୍‌ ଆଚାସ୍‌ ମିସା, ଏ ସବୁ ବିସଇ ତମ୍‌କେ ଏତାଇଦେଇତେ ରଇବି ।
13 ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟ ମୋତେ ଯେପରି ଜଣାଇ ଅଛନ୍ତି, ତଦନୁସାରେ ଶୀଘ୍ର ମୋତେ ଏହି ଶରୀରରୂପ ତମ୍ବୁ ଯେ ତ୍ୟାଗ କରିବାକୁ ହେବ,
୧୩ମୁଇ ବଁଚିରଇବା ଜାକ ଏ ସବୁ ବିସଇ କାତା ଅଇବାଟା ନିକ । ଜେନ୍ତିକି ତମେ ସେଟା ଆରି ନ ପାସ୍‌ରାସ୍‌ ।
14 ଏହା ଜାଣି, ଯେପର୍ଯ୍ୟନ୍ତ ଏହି ତମ୍ବୁରେ ଥାଏ, ସେପର୍ଯ୍ୟନ୍ତ ତୁମ୍ଭମାନଙ୍କୁ ସ୍ମରଣ କରାଇ ଜାଗ୍ରତ କରାଇବା ବିହିତ ମନେ କରୁଅଛି।
୧୪ମର୍‌ ଜିବନ୍‌ ଦାପ୍‌ରେ ସାରିଜାଇସି ବଲି ମୁଇ ଜାନି । କାଇକେବଇଲେ ଆମର୍‌ ମାପ୍‌ରୁ ଜିସୁକିରିସ୍‌ଟ ମକେ ନିକସଙ୍ଗ୍‍ ଜାନାଇଆଚେ ।
15 ଆଉ ମୋହର ମହାପ୍ରସ୍ଥାନ ଉତ୍ତାରେ ତୁମ୍ଭେମାନେ ଏହି ସମସ୍ତ ବିଷୟ ଯେପରି ସର୍ବଦା ସ୍ମରଣରେ ଆଣି ପାରିବ, ଏଥିନିମନ୍ତେ ମୁଁ ଯତ୍ନ କରିବି।
୧୫ଏ ସବୁ ବିସଇ ତମ୍‌କେ ଏତାଇଦେବାକେ ମୁଇ ବେସି ଆବଡ୍‌ ଅଇଲିନି । ଜେନ୍ତାରିକି ମୁଇ ମଲାପଚେ ମିସା ଏ ସବୁ ବିସଇ ଏତାଇସା ।
16 କାରଣ ଆମ୍ଭେମାନେ ଯେତେବେଳେ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଶକ୍ତି ଓ ଆଗମନ କଥା ତୁମ୍ଭମାନଙ୍କୁ ଜଣାଇଲୁ, ସେତେବେଳେ ଚତୁରତା ସହ କଳ୍ପିତ କୌଣସି କାହାଣୀ ଅବଲମ୍ବନ କରି ନ ଥିଲୁ, ମାତ୍ର ତାହାଙ୍କ ମହିମାର ଚାକ୍ଷୁଷ ସାକ୍ଷୀ ହୋଇଥିଲୁ।
୧୬ଆମର୍‌ ମାପ୍‌ରୁ ଜିସୁକିରିସ୍‌ଟ ତାର୍‌ ସବୁ ବପୁର୍‌ସଙ୍ଗ୍‍ ବାଉଡି ଆଇସି ବଲି ତମ୍‌କେ କଇରଇଲୁ । ସେଟା ବିନ୍‌ ଲକ୍‌ ତାକର୍‌ ଚାଲାକିକରି ତିଆର୍‌କଲା ଗଟେକ୍‌ କାତାନି ନଏଁ ।
17 ଯେଣୁ ଯେତେବେଳେ ମହା ଗୌରବ ମଧ୍ୟରୁ ତାହାଙ୍କ ପ୍ରତି ଏହି ବାଣୀ ହେଲା, ଏ ଆମ୍ଭର ପ୍ରିୟ ପୁତ୍ର, ଏହାଙ୍କଠାରେ ଆମ୍ଭର ପରମ ସନ୍ତୋଷ, ସେତେବେଳେ ସେ ପିତା ଈଶ୍ବରଙ୍କଠାରୁ ସମ୍ଭ୍ରମ ଓ ଗୌରବପ୍ରାପ୍ତ ହେଲେ;
୧୭ଆମେ ନିଜେ ଆଁକିସଙ୍ଗ୍‍ ତାର୍‌ ମଇମା ଦେକ୍‌ଲୁ । ବାବା ପର୍‌ମେସର୍‌ ତାକେ ଡାକ୍‌ପୁଟା କରି ମଇମା ଦେଲାବେଲେ ଆମେ ତେଇ ରଇଲୁ । ସେ ନିଜେ ସବୁର୍‌ଟାନେଅନି ମଇମାର୍‌ ପର୍‌ମେସର୍‌ କଇରଇଲା “ଏଟା ମର୍‌ ଆଲାଦର୍‌ ପ, ତାର୍‌ଟାନେ ମୁଇ ବେସି ସାର୍‌ଦା ।”
18 ଆମ୍ଭେମାନେ ତାହାଙ୍କ ସହିତ ପବିତ୍ର ପର୍ବତରେ ଥିବାବେଳେ ନିଜେ ଆକାଶରୁ ନିର୍ଗତ ଏହି ବାଣୀ ଶୁଣିଲୁ।
୧୮ସେ ସବଦ୍‌ ସୁନ୍‌ଲାବେଲେ ପର୍‌ମେସରର୍‌ ସୁକଲ୍‌ ପର୍‌ବତେ ଆମେ ମିସା କିରିସ୍‌ଟର୍‌ ସଙ୍ଗ୍‍ ରଇଲୁ ।
19 ଏଥିରେ ଭାବବାଣୀ ଆମ୍ଭମାନଙ୍କ ନିକଟରେ ଅଧିକ ଦୃଢ଼ ହୋଇଅଛି; ତୁମ୍ଭେମାନେ ତାହା ଅନ୍ଧକାରମୟ ସ୍ଥାନରେ ପ୍ରଜ୍ୱଳିତ ହେଉଥିବା ପ୍ରଦୀପ ସଦୃଶ ମନେ କରି ରାତ୍ରି ପାହାନ୍ତା ନ ହେବା ପର୍ଯ୍ୟନ୍ତ ଓ ତୁମ୍ଭମାନଙ୍କ ହୃଦୟରେ ପ୍ରଭାତୀତାରା ଉଦିତ ନ ହେବା ପର୍ଯ୍ୟନ୍ତ ତାହା ପ୍ରତି ମନୋଯୋଗ କଲେ ଭଲ ହେବ।
୧୯ବବିସତ୍‌ବକ୍‌ତାମନର୍‌ କାତା ସତ୍‌ ଆଚେ ବଲି ଆମେ ଜାନିଆଚୁ । ଏ ସବୁ କାତା ତମେ ମନ୍‌ଦିଆନ୍‌ ଦେଇ ସୁନା । କାଇକେବଇଲେ ସେଟା ଆନ୍ଦାରେ ଲାଗିରଇବା ଗଟେକ୍‌ ବତିର୍‌ ଉଜଲ୍‌ ପାରା ଆଚେ । ସାକ୍‌ଲିଆ ଉଜଲ୍‌ ଡିସ୍‌ବା ତାରାର୍‌ପାରା ତମର୍‌ ମନ୍‌ବିତ୍‌ରେ ଉଜଲ୍‌ ଦେଇସି ।
20 ପ୍ରଥମରେ ଏହା ଜ୍ଞାତ ହୁଅ ଯେ, ଶାସ୍ତ୍ରର କୌଣସି ଭାବବାଣୀ ସ୍ୱତନ୍ତ୍ର ଭାବରେ ବ୍ୟାଖ୍ୟା କରିବାର ବିଷୟ ନୁହେଁ,
୨୦ବବିସତ୍‌ବକ୍‌ତାମନ୍‌ କେ ମିସା ନିଜେ ବାବିକରି ସାସ୍‌ତର୍‌ଟାନେ ଲେକତ୍‌ନାଇ । ଏଟା ତମେ ବାଇଦରେ ଜାନ୍‌ବାର୍‌ ଆଚେ ।
21 କାରଣ କୌଣସି ଭାବବାଣୀ କେବେ ହେଁ ମନୁଷ୍ୟର ଇଚ୍ଛାରୁ ଉତ୍ପନ୍ନ ହୋଇ ନାହିଁ, ମାତ୍ର ଈଶ୍ବର ପ୍ରେରିତ ମନୁଷ୍ୟମାନେ ପବିତ୍ର ଆତ୍ମାଙ୍କ ଦ୍ୱାରା ଚାଳିତ ହୋଇ କଥା କହିଥିଲେ।
୨୧କାଇକେବଇଲେ, ସେମନ୍‌ କେବେମିସା ନିଜର୍‌ତେଇଅନି କାଇ ବବିସତ୍‌ କାତା କଅତ୍‌ ନାଇ । ମାତର୍‌ ପର୍‌ମେସର୍‌ଟାନେଅନି ଆଇଲା କାତା ସୁକଲ୍‌ଆତ୍‌ମାର୍‌ ସାଇଜ ସଙ୍ଗ୍‍ କଇରଇଲାଇ ।

< ୨ ପିତର 1 >