< ୨ ପିତର 3 >

1 ହେ ପ୍ରିୟମାନେ, ମୁଁ ବର୍ତ୍ତମାନ ତୁମ୍ଭମାନଙ୍କ ନିକଟକୁ ଏହି ଦ୍ୱିତୀୟ ପତ୍ର ଲେଖୁଅଛି।
Tu vam, ljubljeni, pišem že drugi list, v obéh zbujam v opominu vaš čisti razum;
2 ତୁମ୍ଭେମାନେ ଯେପରି ପବିତ୍ର ଭାବବାଦୀମାନଙ୍କ ଦ୍ୱାରା ପୂର୍ବକାଳରେ ଉକ୍ତ ବାକ୍ୟସବୁ ପୁଣି, ତୁମ୍ଭମାନଙ୍କ ପ୍ରେରିତମାନଙ୍କ ଦ୍ୱାରା କଥିତ ପ୍ରଭୁ ଓ ତ୍ରାଣକର୍ତ୍ତାଙ୍କର ଆଜ୍ଞାଗୁଡ଼ିକ ସ୍ମରଣରେ ରଖ, ଏଥିନିମନ୍ତେ ଉଭୟ ପତ୍ରରେ ମୁଁ ତୁମ୍ଭମାନଙ୍କୁ ସେହିସବୁ ସ୍ମରଣ କରାଇ ତୁମ୍ଭମାନଙ୍କ ସରଳ ମନକୁ ଉତ୍ତେଜିତ କରିବାକୁ ଚେଷ୍ଟା କରୁଅଛି।
Da se spominjate prej govorjenih besed svetih prerokov, in nas aposteljnov zapovedi Gospoda in zveličarja;
3 ପ୍ରଥମେ ଏହା ଜ୍ଞାତ ହୁଅ ଯେ, ଶେଷକାଳରେ ଆପଣା ଆପଣା ଅଭିଳାଷାନୁସାରେ ଆଚରଣକାରୀ ପରିହାସକ ଲୋକେ ଉପସ୍ଥିତ ହୋଇ ପରିହାସ କରି କହିବେ,
To najprej vedóč, da pridejo v zadnjih dnevih posmehovalci, hodeči po lastnih svojih poželenjih,
4 ତାହାଙ୍କ ଆଗମନର ପ୍ରତିଜ୍ଞା କାହିଁ? କାରଣ ପିତୃ-ପୁରୁଷମାନଙ୍କର ମହାନିଦ୍ରାପ୍ରାପ୍ତ ହେବା ସମୟଠାରୁ ଏପର୍ଯ୍ୟନ୍ତ ସମସ୍ତ ବିଷୟ ସୃଷ୍ଟିର ଆରମ୍ଭରେ ଯେପରି ଥିଲା, ସେହିପରି ରହିଅଛି।
In govoreči: Kje je obljuba prihoda njegovega? Kajti odkar so legli očetje, vse ostane tako od stvarjenja začetka.
5 ସେମାନେ ଜାଣି ଜାଣି ଭୁଲିଯାଆନ୍ତି ଯେ, ପୁରାକାଳରେ ଆକାଶମଣ୍ଡଳ ଓ ଈଶ୍ବରଙ୍କ ବାକ୍ୟ ଦ୍ୱାରା ଜଳରୁ ନିର୍ଗତ ଓ ଜଳରେ ଅବସ୍ଥିତ ପୃଥିବୀ ଥିଲା,
Kajti hotoma ne vedó tega, da so bila od nekdaj nebesa in zemlja, ki je postala iz vode in z vodo, po besedi Božji;
6 ଆଉ ତଦ୍ୱାରା ସେହି କାଳର ଜଗତ ଜଳରେ ପ୍ଳାବିତ ହୋଇ ବିନଷ୍ଟ ହେଲା;
Po katerih je tedanji svet poginil z vodo potopljen;
7 ପୁଣି, ଏହି ବର୍ତ୍ତମାନ ଆକାଶମଣ୍ଡଳ ଓ ପୃଥିବୀ ସେହି ବାକ୍ୟ ଦ୍ୱାରା ଅଧାର୍ମିକ ଲୋକମାନଙ୍କର ବିଚାର ଓ ବିନାଶର ଦିନ ପର୍ଯ୍ୟନ୍ତ ସଞ୍ଚିତ ହୋଇ ଅଗ୍ନି ନିମନ୍ତେ ରକ୍ଷିତ ହୋଇଅଛି।
Sedanja nebesa pa in zemlja shranjena so z isto besedo, ognju hranjena za dan sodbe in pogube brezbožnih ljudî.
8 କିନ୍ତୁ ହେ ପ୍ରିୟମାନେ, ପ୍ରଭୁଙ୍କ ନିକଟରେ ଗୋଟିଏ ଦିନ ଯେ ସହସ୍ର ବର୍ଷ ତୁଲ୍ୟ ଓ ସହସ୍ର ବର୍ଷ ଯେ ଗୋଟିଏ ଦିନ ତୁଲ୍ୟ, ଏହି ବିଶେଷ ବିଷୟ ତୁମ୍ଭେମାନେ ଭୁଲିଯାଅ ନାହିଁ।
To eno pa vam ne bodi skrito, ljubljeni, da je en dan pred Gospodom kakor tisoč let, in tisoč let kakor en dan.
9 ବିଳମ୍ବ ବୋଲି ଯେପରି କେତେକ ଭାବନ୍ତି, ପ୍ରଭୁ ଆପଣା ପ୍ରତିଜ୍ଞା ବିଷୟରେ ସେପରି ବିଳମ୍ବ କରନ୍ତି ନାହିଁ; କିନ୍ତୁ ଯେପରି କେହି ବିନଷ୍ଟ ନ ହୁଅନ୍ତି, ବରଂ ସମସ୍ତେ ମନ-ପରିବର୍ତ୍ତନ କରନ୍ତି, ଏହା ଇଚ୍ଛା କରି ସେ ତୁମ୍ଭମାନଙ୍କ ପ୍ରତି ଦୀର୍ଘସହିଷ୍ଣୁ ଅଟନ୍ତି।
Gospod ne odlaša z obljubo, kar neki imajo za odlašanje; nego potrpežljiv je z nami, ker noče, da se pogubé neki, nego da vsi pridejo do pokore.
10 ପ୍ରଭୁଙ୍କ ଦିନ ଚୋରର ପରି ଉପସ୍ଥିତ ହେବ। ସେହି ଦିନ ଆକାଶମଣ୍ଡଳ ମହାଶବ୍ଦ ସହ ଲୋପ ପାଇବ, ପୁଣି, ମୌଳିକ ବସ୍ତୁସବୁ ପ୍ରଚଣ୍ଡ ଉତ୍ତାପରେ ତରଳିଯିବ ଏବଂ ପୃଥିବୀ ଓ ତନ୍ମଧ୍ୟସ୍ଥ ମନୁଷ୍ୟକୃତ ବସ୍ତୁସବୁ ଦଗ୍ଧ ହେବ।
Prišel pa bode dan Gospodov kakor tat po noči, v katerem preidejo nebesa z ropotom, in prvine, razpadejo goreč, in zemlja in dela na nji zgoré.
11 ଏହି ସମସ୍ତ ବିଷୟ ଏହି ପ୍ରକାରେ ଲୁପ୍ତ ହେବାରୁ, ଈଶ୍ବରଙ୍କ ଯେଉଁ ଦିନରେ ଆକାଶମଣ୍ଡଳ ଜ୍ୱଳିଉଠି ଲୁପ୍ତ ହେବ ଓ ମୌଳିକ ବସ୍ତୁସବୁ ପ୍ରଚଣ୍ଡ ଉତ୍ତାପରେ ତରଳିଯିବ,
Ko torej vse to razpada, koliki morate biti v svetem vedenji in pobožnosti,
12 ସେହି ଈଶ୍ବରଙ୍କ ନ୍ୟାୟବିଚାର ଦିନର ଅପେକ୍ଷା କରି, ତାହା ଯେପରି ଶୀଘ୍ର ଆସିବ, ଏଥିପାଇଁ ତୁମ୍ଭେମାନେ ସଦାଚାରୀ ଓ ଧର୍ମପରାୟଣ ହେବା ଉଚିତ।
Čakajoč in hrepeneč po prihodu dneva Gospodovega, po katerem nebesa razpadejo v ognji, in se prvine goreč raztopé?
13 ଆମ୍ଭେମାନେ ତାହାଙ୍କ ପ୍ରତିଜ୍ଞାନୁସାରେ ଗୋଟିଏ ନୂତନ ଆକାଶମଣ୍ଡଳ ଓ ନୂତନ ପୃଥିବୀର ଅପେକ୍ଷାରେ ଅଛୁ, ଯାହା ଧାର୍ମିକତାର ଆବାସସ୍ଥଳ ହେବ।
Novih pa nebes in zemlje nove pričakujemo po obljubi njegovi, v katerih prebiva pravica.
14 ଅତଏବ, ହେ ପ୍ରିୟମାନେ, ତୁମ୍ଭେମାନେ ଏହି ସମସ୍ତ ବିଷୟ ଅପେକ୍ଷା କରୁଥିବାରୁ ତାହାଙ୍କ ଛାମୁରେ ଯେପରି ନିଷ୍କଳଙ୍କ ଓ ଅନିନ୍ଦନୀୟ ହୋଇ ଶାନ୍ତିରେ ଥିବାର ଦେଖାଯିବ, ଏଥିପାଇଁ ଯତ୍ନ କର;
Zato, ljubljeni, tega čakajoč, trudite se, da bodete brez madeža in brez hibe najdeni v miru pred njim;
15 ପୁଣି, ଆମ୍ଭମାନଙ୍କ ପ୍ରଭୁଙ୍କର ଦୀର୍ଘସହିଷ୍ଣୁତା ତ୍ରାଣଜନକ ବୋଲି ଜ୍ଞାନ କର। ଆମ୍ଭମାନଙ୍କ ପ୍ରିୟ ଭ୍ରାତା ପାଉଲ ମଧ୍ୟ ଆପଣାକୁ ଦିଆଯାଇଥିବା ଜ୍ଞାନାନୁସାରେ ତୁମ୍ଭମାନଙ୍କ ନିକଟକୁ ସେପରି ଲେଖିଅଛନ୍ତି।
In potrpežljivost Gospoda našega imejte za blaginjo; kakor vam je tudi ljubljeni brat naš Pavel pisal po dani mu modrosti;
16 ସେ ଆପଣାର ସମସ୍ତ ପତ୍ରରେ ମଧ୍ୟ ଏହିସବୁ ବିଷୟ ଉଲ୍ଲେଖ କରି ସେହି ପ୍ରକାରେ କହନ୍ତି; ସେହି ସବୁରେ ଏପରି କେତେକ ବିଷୟ ଅଛି, ଯାହାକି ବୁଝିବାକୁ ଜଟିଳ, ପୁଣି, ଅଶିକ୍ଷିତ ଚଞ୍ଚଳମତି ଲୋକେ ଆପଣା ଆପଣା ବିନାଶାର୍ଥେ ଅନ୍ୟ ସମସ୍ତ ଶାସ୍ତ୍ରର ଯେପରି, ସେସବୁର ମଧ୍ୟ ସେହିପରି ବିକୃତ ଅର୍ଥ କରନ୍ତି।
Kakor tudi v vseh listih, govoreč v njih o tem; v katerih je nekaj težko razumljivega, kar nevedni in neutrjeni zavijajo, kakor tudi ostala pisma, v lastno pogubo svojo.
17 ଅତଏବ, ହେ ପ୍ରିୟମାନେ, ତୁମ୍ଭେମାନେ ପୂର୍ବରୁ ଏହିସବୁ ଜାଣି ସତର୍କ ହୋଇଥାଅ, କାଳେ ଦୂରାଚାରୀମାନଙ୍କ ଭ୍ରାନ୍ତିରେ ପଡ଼ି ତୁମ୍ଭେମାନେ ମଧ୍ୟ ଆପଣାମାନଙ୍କ ଦୃଢ଼ତାରୁ ସ୍ଖଳିତ ହୁଅ,
Vi torej, ljubljeni, ki to naprej veste, pazite, da vas pregrešnih zmota za seboj ne potegne in ne padete iz lastnega trdega stanja;
18 ବରଂ ଆମ୍ଭମାନଙ୍କ ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ଓ ଜ୍ଞାନରେ ବୃଦ୍ଧି ପାଅ। ବର୍ତ୍ତମାନ ଓ ଅନନ୍ତକାଳ ପର୍ଯ୍ୟନ୍ତ ଗୌରବ ତାହାଙ୍କର, ଆମେନ୍‍। (aiōn g165)
Temveč rastite v milosti in spoznanji Gospoda našega in zveličarja Jezusa Kristusa. Njemu slava sedaj in vekomaj! Amen. (aiōn g165)

< ୨ ପିତର 3 >

The Great Flood
The Great Flood