< ୨ ପିତର 2 >
1 କିନ୍ତୁ ଲୋକମାନଙ୍କ ମଧ୍ୟରେ ଭଣ୍ଡ ଭାବବାଦୀମାନେ ମଧ୍ୟ ଉତ୍ପନ୍ନ ହେଲେ; ସେହିପରି ତୁମ୍ଭମାନଙ୍କ ମଧ୍ୟରେ ସୁଦ୍ଧା ଭଣ୍ଡ ଶିକ୍ଷକମାନେ ଉତ୍ପନ୍ନ ହେବେ; ସେମାନେ ବିନାଶଜନକ ଭ୍ରାନ୍ତ ମତ ଗୁପ୍ତରେ ପ୍ରଚଳନ କରି ସେମାନଙ୍କର କ୍ରୟକର୍ତ୍ତା ପ୍ରଭୁଙ୍କୁ ହିଁ ଅସ୍ୱୀକାର କରିବେ, ପୁଣି, ଆପଣାମାନଙ୍କର ଆକସ୍ମିକ ସର୍ବନାଶ ଘଟାଇବେ।
Palawiriti wambuyi yawapayira pakati pa wantu na ntambu iraa ayi wafunda wa upayira hawalawili pakati penu. Wantu awa hawayingiziyi mafundu ga upayira gagajega uharabisiya na kumlema Mtuwa yakawakomboriti na kwa njira ayi hawajegi vumu maharabisiwu makulu kwawu weni.
2 ଆଉ, ଅନେକେ ସେମାନଙ୍କ କାମୁକତାର ଅନୁଗାମୀ ହେବେ, ଫଳତଃ ଏମାନଙ୍କ ହେତୁ ସତ୍ୟ ମାର୍ଗ ନିନ୍ଦିତ ହେବ।
Kayi wantu wavuwa hawazifati njira zyawu zya undiyandiya na toziya ya shilii shawatenda su njira ya unakaka hayigilangwi.
3 ସେମାନେ ଧନଲୋଭରେ ଛଳବାକ୍ୟ ଦ୍ୱାରା ତୁମ୍ଭମାନଙ୍କଠାରୁ ଅର୍ଥଲାଭ କରିବାକୁ ଚେଷ୍ଟା କରିବେ; ସେମାନଙ୍କର ଦଣ୍ଡ ଅନେକ କାଳରୁ ଘଟି ଆସୁଅଛି ଓ ସେମାନଙ୍କର ବିନାଶ ବିଳମ୍ବ ହେବ ନାହିଁ।
Kwa matamata zyawu zidoda zya ulunda hawapati mota kwa kuwagambira tambu zya upayira. Mlungu katuliti kwanjira makashu kuwera hakawatozi na kagonja ndiri, nakaka hakawaharabisiyi nakamu!
4 କାରଣ ଈଶ୍ବର ପାପରେ ପତିତ ଦୂତମାନଙ୍କୁ ନ ଛାଡ଼ି ନର୍କରେ ନିକ୍ଷେପ କରି ବିଚାର ନିମନ୍ତେ ଅନ୍ଧକାରମୟ ଗହ୍ୱରରେ ରଖିଅଛନ୍ତି (Tartaroō )
Mlungu kawalekiti ndiri wantumintumi wa kumpindi pawatenditi vidoda, su kawasiti pahala pa ntabiku, kweni aku watawitwi kwa minyololu muluwindu dunu pawahepa lishaka lya kutoza kwawu. (Tartaroō )
5 ସେ ପୁରାତନ ଜଗତକୁ ମଧ୍ୟ ଛାଡ଼ିଲେ ନାହିଁ, କିନ୍ତୁ କେବଳ ଧର୍ମପ୍ରଚାରକ ନୋହଙ୍କୁ ଅନ୍ୟ ସାତ ଜଣ ସହିତ ରକ୍ଷା କରି ଧର୍ମଭ୍ରଷ୍ଟ ଜଗତରେ ଜଳପ୍ଳାବନ ଘଟାଇଲେ;
Viraa Mlungu kapalekiti ndiri pasipanu pa makashu, su kajegiti mafuriku gavuwa paisi kwa wantu yawamguwiriti ndiri Mlungu, kumbiti Nuhu yakawubweriti uheri, Mlungu kamlopoziyiti mweni pamuhera na wantu wamonga saba.
6 ସେ ସଦୋମ ଓ ଗମୋରା ନଗରସବୁକୁ ଭସ୍ମରେ ପରିଣତ କରି ସମ୍ପୂର୍ଣ୍ଣ ରୂପେ ଧ୍ୱଂସ ପାଇବା ନିମନ୍ତେ ଦଣ୍ଡାଜ୍ଞା ଦେଲେ ଓ ସେମାନଙ୍କୁ ଭବିଷ୍ୟତକାଳର ଅଧାର୍ମିକମାନଙ୍କ ଦୃଷ୍ଟାନ୍ତ ସ୍ୱରୂପ କଲେ,
Viraa Mlungu kalutoziti lushi zya Sodoma na Gomora na kalilunguziyiti tikitiki kwa motu, kazitenda ziweri mfanu gwa vitwatira haviwapati wantu yawamguwira ndiri Mlungu,
7 ପୁଣି, ସେ ଦୂରାଚାରୀମାନଙ୍କ କାମୁକତାପୂର୍ଣ୍ଣ ଆଚରଣରେ ବ୍ୟଥିତ ଧାର୍ମିକ ଲୋଟଙ୍କୁ ଉଦ୍ଧାର କଲେ,
na kamlopoziyiti Lutu, muntu yakamfiriziyiti Mlungu, muntu yakahinginikiti nentu na mgenderanu gwa undiyandiya gwa wantu yawatenditi ukondola.
8 ଯେଣୁ ସେହି ଧାର୍ମିକ ଲୋକ ସେମାନଙ୍କ ମଧ୍ୟରେ ବାସ କରି ସେମାନଙ୍କ ଅନ୍ୟାୟ କାର୍ଯ୍ୟ ଦେଖି ଓ ସେ ବିଷୟ ଶୁଣି ପ୍ରତିଦିନ ଆପଣା ଧର୍ମପରାୟଣ ପ୍ରାଣରେ ଯନ୍ତ୍ରଣା ଭୋଗ କଲେ।
Lutu yakaweriti muntu yakamfiriziyiti Mlungu, kalikaliti pakati pawu na kila lishaka moyu gwakuwi guweriti na hinginiku nentu kwa kupikinira na kugawona matendu gawu ga udoda gawatenditi.
9 ଏହି ପ୍ରକାରେ ପ୍ରଭୁ ଧର୍ମପରାୟଣମାନଙ୍କୁ ପରୀକ୍ଷାରୁ ରକ୍ଷା କରିବାକୁ ପୁଣି, ଅଧାର୍ମିକମାନଙ୍କୁ, ବିଶେଷତଃ ଯେଉଁମାନେ ଶରୀରର କୁତ୍ସିତ କାମାଭିଳାଷରେ ଚାଳିତ ହୋଇ ପ୍ରଭୁତ୍ୱ ଅବଜ୍ଞା କରନ୍ତି, ସେମାନଙ୍କୁ ବିଚାର ଦିନ ନିମନ୍ତେ ଦଣ୍ଡର ଅଧୀନରେ ରଖିବାକୁ ଜାଣନ୍ତି।
Payiwera hangu, Mtuwa kavimana ntambu ya kuwalopoziya mumajeru wantu yawamfiriziya Mlungu na ntambu ya kuwatula wantu yawatenda ukondola su kawaazibu mulishaka lya utoza.
10 ସେମାନେ ଦୁଃସାହସୀ ଓ ସ୍ୱେଚ୍ଛାଚାରୀ ହୋଇ ଅଲୌକିକ ଶକ୍ତିମାନଙ୍କର ନିନ୍ଦା କରିବାକୁ ଭୟ କରନ୍ତି ନାହିଁ,
Nakamu kwa walii yawafata matamata zidoda zya nshimba na kuwubeza uwezu wa Mlungu. Kwa msindu na masinganu, wantu awa watira ndiri na wavitakulira madoda viwumbi vyaviwera na ukwisa kumpindi.
11 ଯଦ୍ୟପି ଅଧିକ ଶକ୍ତି ଓ ପରାକ୍ରମଶାଳୀ ଦୂତମାନେ ପ୍ରଭୁଙ୍କ ଛାମୁରେ ନିନ୍ଦା କରି ସେମାନଙ୍କର ବିଚାର କରନ୍ତି ନାହିଁ।
Kumbiti ata wantumintumi wa kumpindi, womberi wawera na uwezu na makakala nentu, wawasitaki ndiri kwakwigiranga viwumbi avi kulongolu kwa Mtuwa.
12 କିନ୍ତୁ ଏମାନେ ଅଜ୍ଞାନ ପଶୁ ତୁଲ୍ୟ ସ୍ୱଭାବାନୁସାରେ ଧୃତ ଓ ବିନଷ୍ଟ ହେବା ନିମନ୍ତେ ଜାତ ହୋଇ, ଯେଉଁ ଯେଉଁ ବିଷୟ ଅଜ୍ଞାତ, ସେହି ସେହି ବିଷୟର ନିନ୍ଦା କରି ସେଗୁଡ଼ାକର ବିନାଶରେ ନିଜେ ବିନଷ୍ଟ ହେବେ,
Kumbiti wantu awa wavigilanga vitwatira vyawavimana ndiri, su womberi walifana na wankanyama yawahera mahala, wayiwuka na shakapanu wakamulwa na kulagwa na gambira wankanyama wakalipa womberi viraa hawagamiziwi nakamu.
13 ପୁଣି, ଅନ୍ୟାୟ ବେତନ ସ୍ୱରୂପେ ଅଧର୍ମର ଫଳ ଭୋଗ କରିବେ; ସେମାନେ ଦିନବେଳେ ବିଳାସ କରିବାରେ ସୁଖ ପାଆନ୍ତି, ପୁଣି, କଳଙ୍କ ଓ ନିନ୍ଦାର କାରଣ ହୋଇ ତୁମ୍ଭମାନଙ୍କ ସହିତ ଭୋଜନପାନରେ ସୁଖ ପାଇବା ସମୟରେ ଆପଣାମାନଙ୍କର ଭ୍ରଷ୍ଟ କଳ୍ପନାରେ ଉନ୍ମତ୍ତ ହୁଅନ୍ତି।
Womberi hawapati ntabiku kwa ntabiku yawayijegiti. Nemeleru zyawu ndo kutenda vitwatira vya staleyi zya nshimba paliwala. Womberi wawera madodisiya na soni hera pawanemelera njira zyawu zya upayira pawatenda msambu pamuhera na mwenga.
14 ସେମାନଙ୍କର ଚକ୍ଷୁ ବ୍ୟଭିଚାରିଣୀ ସ୍ତ୍ରୀରେ ପରିପୂର୍ଣ୍ଣ ହୋଇ ପାପରୁ କ୍ଷାନ୍ତ ହୁଏ ନାହିଁ, ସେମାନେ ଚଞ୍ଚଳମତି ଲୋକମାନଙ୍କୁ ପ୍ରଲୋଭିତ କରନ୍ତି, ସେମାନଙ୍କର ହୃଦୟ ଧନଲୋଭରେ ଅଭ୍ୟସ୍ତ, ସେମାନେ ଅଭିଶାପର ସନ୍ତାନ,
Masu gawu gamema uhumba na hapeni waleki kutenda vidoda. Wazyangazyanga walii yawagangamala ndiri, womberi moyu yawu izowelera kuwera na matamata zya ulunda, wapangilirwa na Mlungu.
15 ସେମାନେ ଅନ୍ୟାୟ ବେତନର ଲାଳସାକାରୀ ବିୟୋରର ପୁତ୍ର ବିଲୀୟାମର ମାର୍ଗ ଅନୁସରଣ କଲେ ଓ ସତ୍ୟ ମାର୍ଗ ପରିତ୍ୟାଗ କରି ବିପଥଗାମୀ ହେଲେ;
Wayileka njira yayinyoshikiti, womberi wagamiriti na kufata njira ya yakayigendiriti Balamu mwana gwa Biori yakafiriti shibenamgongu sha ukondola.
16 କିନ୍ତୁ ସେ ଆପଣା ଅପରାଧ ସକାଶେ ଅନୁଯୋଗ ପ୍ରାପ୍ତ ହେଲା, ଗୋଟିଏ ମୂକ ପଶୁ ମନୁଷ୍ୟ ସ୍ୱରରେ କଥା କହି ଭାବବାଦୀର ଉନ୍ମତ୍ତତା ନିବୃତ୍ତ କଲା।
Kumbiti toziya ukondola wakuwi su kakalipiritwi na nkanyama punda yakatakula ndiri na katakuliti kwa liziwu lya muntu na kumlewelera mbuyi ayu gwa Mlungu yakafiriti kutenda shintu sha lukwali.
17 ସେମାନେ ନିର୍ଜଳର ନିର୍ଝର ଓ ପ୍ରଚଣ୍ଡ ବାୟୁରେ ଚାଳିତ ମେଘ ତୁଲ୍ୟ, ସେମାନଙ୍କ ନିମନ୍ତେ ଘୋର ଅନ୍ଧକାର ରକ୍ଷିତ ହୋଇଅଛି।
Wantu awa wawera gambira mbwiru zyaziyumiti ama gambira mawundu yagasukumitwi na lipuga likulu, luwindu dunu litulwa kala kwajili womberi. ()
18 କାରଣ ସେମାନେ ନିରର୍ଥକ ଅହଙ୍କାରର କଥା କହି ଭ୍ରାନ୍ତ ଆଚରଣକାରୀମାନଙ୍କଠାରୁ ପ୍ରାୟ ଉଦ୍ଧାର ପାଉଥିବା ଲୋକମାନଙ୍କୁ ଶାରୀରିକ ସୁଖାଭିଳାଷରେ କାମୁକତା ଦ୍ୱାରା ପ୍ରଲୋଭିତ କରନ୍ତି;
Toziya womberi watakuliti visoweru vizigizigi na kwa matamata zidoda zya nshimba na undiyandiya wawazyanga wantu yawanjiti kulitula gweka pa wantu yawalikaliti muwupayira.
19 ସେମାନେ ସେମାନଙ୍କୁ ସ୍ୱାଧୀନତାର ପ୍ରତିଜ୍ଞା ଦିଅନ୍ତି, କିନ୍ତୁ ନିଜେ ବିନାଶର ଦାସ ଅଟନ୍ତି; କାରଣ ଯେ ଯାହା ଦ୍ୱାରା ପରାସ୍ତ ହୁଏ, ସେ ସେଥିର ଦାସ।
Womberi wawalagira ulekeziwu, uganu womberi weni wawera wamanda wa ukondola toziya muntu kawera mumanda gwa shintu shoseri shashimkolamlima.
20 ଯେଣୁ ସେମାନେ ଯଦି ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ବିଷୟକ ଜ୍ଞାନ ଦ୍ୱାରା ସଂସାରର ଅଶୁଚିତାରୁ ରକ୍ଷା ପାଇ ପୁନର୍ବାର ସେଥିର ବନ୍ଧନରେ ଆବଦ୍ଧ ହୋଇ ପରାସ୍ତ ହୁଅନ୍ତି, ତାହାହେଲେ ସେମାନଙ୍କ ପ୍ରଥମ ଦଶା ଅପେକ୍ଷା ଶେଷ ଦଶା ଅଧିକ ମନ୍ଦ ହୁଏ।
Wantu yawalituliti gweka muukondola wa pasipanu kwa kumumana Mtuwa na Mlopoziya gwetu Yesu Kristu, shakapanu wajimira kayi kugomiziwa na kusinda, su wantu awa hawaweri wadoda kuliku kwanja ntambu yawaweriti.
21 କାରଣ ଧାର୍ମିକତାର ମାର୍ଗ ଜାଣି ଆପଣାମାନଙ୍କ ନିକଟରେ ସମର୍ପିତ ପବିତ୍ର ଆଜ୍ଞାରୁ ବିମୁଖ ହେବା ଅପେକ୍ଷା ବରଂ ସେହି ମାର୍ଗ ନ ଜାଣିବା ସେମାନଙ୍କ ପକ୍ଷରେ ଭଲ ହୋଇଥାଆନ୍ତା।
Meiweri mbaka kwa womberi kuwera mewavimani ndiri nakamu njira yaimfiriziya Mlungu kuliku kuyimana shakapanu kuyileka na kulyagamiziya lilagaliru linanagala lyawapananitwi.
22 କୁକୁର ଆପଣା ବାନ୍ତି ଖାଇବାକୁ ଓ ଧୌତ ହୋଇଥିବା ଘୁଷୁରି କାଦୁଅରେ ଲୋଟିବାକୁ ପୁନର୍ବାର ଫେରେ, ଏହି ସତ୍ୟ ଦୃଷ୍ଟାନ୍ତବାକ୍ୟ ସେମାନଙ୍କ ପ୍ରତି ଘଟିଅଛି।
Kwana mesali yayilonga, “Ng'ang'a kagawuyira galii gakatapikiti,” na, “Mtumbi yakaguluritwi kala kagalagataga kayi mumadika.” Ntambu ayi iwera kwawu vinu.