< ୨ ପିତର 1 >

1 ଶିମୋନ ପିତର, ଯୀଶୁ ଖ୍ରୀଷ୍ଟଙ୍କର ଜଣେ ଦାସ ଓ ପ୍ରେରିତ, ଆମ୍ଭମାନଙ୍କ ଈଶ୍ବର ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କର ଧାର୍ମିକତା ହେତୁ ଯେଉଁମାନେ ଆମ୍ଭମାନଙ୍କ ସହିତ ସମାନ ଭାବରେ ବହୁମୂଲ୍ୟ ବିଶ୍ୱାସ ପ୍ରାପ୍ତ କରିଅଛନ୍ତି, ସେମାନଙ୍କ ନିକଟକୁ ପତ୍ର ଲେଖୁଅଛି।
ସିମନ୍ ପିତର୍‌, ଜିସୁ କ୍ରିସ୍ଟର୍‌ ଗଟେକ୍‌ ଗତିଦଃଙ୍ଗ୍‌ଳା ଆର୍‌ ପେରିତ୍‌ ଅଃମିମଃନାର୍‌ ଇସ୍ୱରାର୍‌ ଆର୍‌ ମୁକ୍ତିକାରି ଜିସୁକ୍ରିସ୍ଟାର୍‌ ଦଃର୍ମି ଲାଗି ଜୁୟ୍‌ମଃନ୍‌ ଅଃମିମଃନାର୍‌ ସଃଙ୍ଗେ ସଃମାନ୍ ବାବେ ଜଃବର୍‌ ମଲାର୍‌ ବିସ୍ୱାସ୍‌ ହାୟ୍‌ ଆଚ୍‌ତି ସେମଃନାର୍‌ ହାକ୍‌ ଚିଟି ଲେକୁଲେ ।
2 ଈଶ୍ବର ଓ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କ ବିଷୟକ ଜ୍ଞାନ ଦ୍ୱାରା ତୁମ୍ଭମାନଙ୍କ ପ୍ରତି ଅନୁଗ୍ରହ ଓ ଶାନ୍ତି ପ୍ରଚୁର ପରିମାଣରେ ହେଉ।
ଇସ୍ୱର୍‌ ଆର୍‌ ଅଃମିମଃନାର୍‌ ମାପ୍ରୁ ଜିସୁ କ୍ରିସ୍ଟର୍‌ ବିସୟାର୍‌ ଗିଆନ୍ ଗିନେ ତୁମିମଃନ୍‌କେ ଦଃୟା ଆର୍‌ ସୁସ୍ତା ବୁତେକ୍‌ ଅଃଉଅ ।
3 ଈଶ୍ବର ଆପଣା ଗୌରବ ଓ ସଦ୍‍ଗୁଣରେ ଆମ୍ଭମାନଙ୍କୁ ଆହ୍ୱାନ କରିଅଛନ୍ତି, ତାହାଙ୍କ ବିଷୟକ ଜ୍ଞାନ ଦ୍ୱାରା ତାହାଙ୍କ ଐଶ୍ବରୀୟ ଶକ୍ତି ଆମ୍ଭମାନଙ୍କୁ ଜୀବନ ଓ ଧର୍ମପରାୟଣତା ନିମନ୍ତେ ସମସ୍ତ ଆବଶ୍ୟକୀୟ ବିଷୟ ଦାନ କରିଅଛି।
ଜେ ଅଃହ୍‌ଣାର୍‌ ଜଃଜ୍‌ମାନ୍ ଆର୍‌ ସଃତ୍‌ଗୁଣେ ଅଃମିମଃନ୍‌କ୍‌ କୁଦିଆଚେ, ତାର୍‌ ବିସୟାର୍‌ ଗିଆନ୍‌ ତଃୟ୍‌ ଇସ୍ୱରାର୍‌ ସଃକ୍ତି ଅଃମିମଃନ୍‌କ୍‌ ଜିବନ୍ ଆର୍‌ ଦର୍ମି ଜିବନ୍ ଅଃଉଁକେ ସଃବୁ ଲଳାରିଲାର୍‌ ବିସୟ୍‌ ଦାନ୍‌ ଦଃୟ୍‌ ଆଚେ ।
4 ସେ ଆମ୍ଭମାନଙ୍କୁ ବହୁମୂଲ୍ୟ ଓ ଅତି ମହତ‍ ପ୍ରତିଜ୍ଞାମାନ ଦାନ କରିଅଛନ୍ତି, ଯେପରି ସେହିସବୁ ଦ୍ୱାରା ତୁମ୍ଭେମାନେ କୁଅଭିଳାଷରୁ ଜାତ ଯେଉଁ ବିନାଶ ଜଗତରେ ଅଛି, ସେଥିରୁ ରକ୍ଷା ପାଇ ଐଶ୍ବରୀୟ ସ୍ୱଭାବର ସହଭାଗୀ ହୁଅ।
ସେତାର୍‌ଗିନେ ସେ ଅଃମିମଃନ୍‌କ୍‌ ବଃଡେ ମଲାର୍‌ ଆର୍‌ ସଃବ୍‌କେ ଉଟ୍ୟା ସଃୟ୍‌ତ୍‌ମଃନ୍‌ ଦିଲାଆଚେ, ଜଃନ୍‌କଃରି ସେରିସଃବୁ ତଃୟହୁଣି ତୁମିମଃନ୍ କଃରାବ୍‌ ଇଚା ତଃୟ୍‌ହୁଣି ଜୁୟ୍‌ ନାସ୍‌ଅଃଉତା ଜଃଗତେ ଆଚେ, ସେତିହୁଣି ବାଚିକ୍‌ରି ଇସ୍ୱରାର୍‌ ଗୁଣାର୍‌ ବାଟା ହାଉଆସ୍‌ ।
5 ହଁ, ଏହି କାରଣରୁ ତୁମ୍ଭେମାନେ ଅତି ଯତ୍ନ ସହକାରେ ବିଶ୍ୱାସ ଦ୍ୱାରା ସଦ୍‍ଗୁଣ, ସଦ୍‍ଗୁଣ ଦ୍ୱାରା ଜ୍ଞାନ,
ହେଁ ଇତାର୍‌ ଗିନେ ତୁମିମଃନ୍ ବଃଡେ ଜଃତୁନାର୍‌ ସଃଙ୍ଗ୍ ବିସ୍ୱାସ୍‌ ସଃଙ୍ଗ୍ ସଃତ୍‌ଗୁଣ୍‌, ସଃତ୍‌ଗୁଣ୍‌ ସଃଙ୍ଗ୍ ଗିଆନ୍,
6 ଜ୍ଞାନ ଦ୍ୱାରା ସଂଯମ, ସଂଯମ ଦ୍ୱାରା ଧୈର୍ଯ୍ୟ, ଧୈର୍ଯ୍ୟ ଦ୍ୱାରା ଧର୍ମପରାୟଣତା,
ଗିଆନାର୍‌ ସଃଙ୍ଗ୍ ନିଜ୍‌କେ ସଃମ୍ୱାଳ୍‌ତାର୍‌, ସଃମ୍ୱାଳ୍‌ତା ସଃଙ୍ଗ୍ ସାସ୍‌, ସାସ୍‌ ସଃଙ୍ଗ୍ ଦଃର୍ମି ଜିବନ୍,
7 ଧର୍ମପରାୟଣତା ଦ୍ୱାରା ଭ୍ରାତୃପ୍ରେମ, ପୁଣି, ଭ୍ରାତୃପ୍ରେମ ଦ୍ୱାରା ପ୍ରେମ ଲାଭ କର।
ଦଃର୍ମିଜିବନ୍ ସଃଙ୍ଗ୍ ବାୟ୍‌ ଲାଡ୍‌, ଆରେକ୍‌ ବାୟ୍‌ ଲାଡ୍‌ ସଃଙ୍ଗ୍ ଲାଡ୍‌ ମିସାଉଆ ।
8 ଏହିସବୁ ତୁମ୍ଭମାନଙ୍କଠାରେ ବୃଦ୍ଧି ପାଇଲେ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବିଷୟକ ଜ୍ଞାନରେ ପୂର୍ଣ୍ଣତା ଲାଭ କରିବା ନିମନ୍ତେ ତୁମ୍ଭମାନଙ୍କୁ ଶିଥିଳ ଓ ଫଳଶୂନ୍ୟ ହେବାକୁ ଦେବ ନାହିଁ।
ଇସଃବୁ ତୁମାର୍‌ ତଃୟ୍‌ ବାଡ୍‌ଲେକ୍‌ ଅଃମିମଃନାର୍‌ ମାପ୍ରୁ ଜିସୁ କ୍ରିସ୍ଟାର୍‌ କଃତାର୍‌ ଗିଆନେ ହୁର୍ନ୍‌ ଅଃଉଁକେ ତୁମିମଃନ୍‌କେ ଅଃଳ୍‌ସିଆ ଆର୍‌ ହଃଳ୍‌ ନୟ୍‌ଲା ହର୍‌ ନଃଉଁଆସ୍‌ ।
9 ମାତ୍ର ଏହିସବୁ ଯାହାଠାରେ ନାହିଁ, ସେ ଦୂରଦର୍ଶୀ ନ ହୋଇ ଅନ୍ଧ ହୋଇଅଛି, ପୁଣି, ଆପଣା ପୂର୍ବକୃତ ପାପରୁ ପରିଷ୍କୃତ ହେବା ବିଷୟ ପାସୋରି ଯାଇଅଛି।
ମଃତର୍‌ ଇ ସଃବୁ ଜାର୍‌ ତଃୟ୍‌ ନାୟ୍‌, ସେ ଦୁରିକ୍‌ ଦଃକ୍‌ତା ହର୍‌ ନଃୟ୍‌କଃରି କାଣା ଅୟ୍‌ଆଚେ, ଆରେକ୍‌ ଅଃହ୍‌ଣାର୍‌ ଆଗେ କ୍‌ରିରିଲା ହାହେହୁଣି ନିର୍ମୁଳ୍‌ ଅୟ୍‌ଲା କଃତା ହାସ୍ରି ଆଚେ ।
10 ଅତଏବ, ହେ ଭାଇମାନେ, ତୁମ୍ଭେମାନେ ଆପଣା ଆପଣା ଆହ୍ୱାନ ଓ ମନୋନୟନକୁ ସ୍ଥିର କରିବା ନିମନ୍ତେ ଅଧିକ ଯତ୍ନଶୀଳ ହୁଅ; ଯେଣୁ ଏପରି କଲେ ତୁମ୍ଭେମାନେ କେବେ ହେଁ ଝୁଣ୍ଟିପଡ଼ିବ ନାହିଁ।
ବଃଲେକ୍‌ ଏ ବାୟ୍‌ବେଣିମଃନ୍‌, ତୁମିମଃନ୍ ଅଃହ୍‌ଣା ଅଃହ୍‌ଣାର୍‌ କୁଦ୍‌ଲାର୍‌ ଆର୍‌ ବାଚ୍‌ଲାର୍‌ ତିର୍‌ କଃରୁକେ ଅଃଦିକ୍‌ ଜାଗ୍ରତ୍‌ ଅଃଉଆ; ବଃଲେକ୍‌ ଇବାନ୍ୟା କଃଲେକ୍‌ ତୁମିମଃନ୍ କଃବେହେଁ ବିସ୍ୱାସେ ହୁଣି ଜଟ୍ୟାୟ୍‌ ନଃଉଁଆସ୍‌ ।
11 ଆଉ ଏହି ପ୍ରକାରେ ଆମ୍ଭମାନଙ୍କ ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ଅନନ୍ତ ରାଜ୍ୟରେ ସ୍ୱଚ୍ଛନ୍ଦରେ ପ୍ରବେଶ କରିବାକୁ ତୁମ୍ଭମାନଙ୍କୁ ଦିଆଯିବ। (aiōnios g166)
ଆର୍‌ ଇରଃକମ୍‌ ଅଃମିମଃନାର୍‌ ମାପ୍ରୁ ଆର୍‌ ମୁକ୍ତିକଃର୍ତା ଜିସୁ କ୍ରିସ୍ଟର୍‌ ସଃବୁ ଦିନାର୍‌ ରାଇଜେ ସଃର୍ଦାୟ୍‌ ଜଃଉଁକେ ତୁମିମଃନ୍‌କେ ଦିଆ ଅୟ୍‌ଦ୍‌ । (aiōnios g166)
12 ଅତଏବ, ତୁମ୍ଭେମାନେ ଯଦ୍ୟପି ଏହିସବୁ ବିଷୟ ଜାଣ ଓ ପ୍ରାପ୍ତ ସତ୍ୟରେ ସ୍ଥିରୀକୃତ ହୋଇଅଛ, ତଥାପି ମୁଁ ଏହିସବୁ ବିଷୟ ତୁମ୍ଭମାନଙ୍କୁ ସ୍ମରଣ କରାଇବାକୁ ସର୍ବଦା ପ୍ରସ୍ତୁତ ହୋଇ ରହିବି।
ବଃଲେକ୍‌ ତୁମିମଃନ୍ ଜଦି ଇ ସଃବୁ କଃତା ଜାଣାସ୍‌ ଆର୍‌ ହାୟ୍‌ରିଲା ସଃତି ତିର୍‌ କଃରା ଅୟ୍‌ ଆଚାସ୍‌, ଅୟ୍‌ଲେ, ହେଁ ମୁଁୟ୍‌ ଇ ସଃବୁ କଃତା ତୁମିମଃନ୍‌କେ ଏତାୟ୍‌ ଦେଉଁକେ ସଃବୁବଃଳ୍‌ ଜାଗ୍ରତ୍‌ ଅୟ୍‌ନ୍ଦ୍ ରଃୟ୍‌ଦ୍‌ ।
13 ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟ ମୋତେ ଯେପରି ଜଣାଇ ଅଛନ୍ତି, ତଦନୁସାରେ ଶୀଘ୍ର ମୋତେ ଏହି ଶରୀରରୂପ ତମ୍ବୁ ଯେ ତ୍ୟାଗ କରିବାକୁ ହେବ,
ଅଃମିମଃନାର୍‌ ମାପ୍ରୁ ଜିସୁ କ୍ରିସ୍ଟ ମକେ ଜଃନ୍‌କଃରି ଜାଣାୟ୍‌ ଆଚେ, ସେ ହଃର୍କାରେ ବେଗି ମକେ ଇ ଗଃଗାଳ୍‌ ହର୍‌ ତୁମ୍‌ ଜେ ଚାଡୁକ୍‌ ଟିକ୍‌ ଅୟ୍‌ଦ୍‌ ।
14 ଏହା ଜାଣି, ଯେପର୍ଯ୍ୟନ୍ତ ଏହି ତମ୍ବୁରେ ଥାଏ, ସେପର୍ଯ୍ୟନ୍ତ ତୁମ୍ଭମାନଙ୍କୁ ସ୍ମରଣ କରାଇ ଜାଗ୍ରତ କରାଇବା ବିହିତ ମନେ କରୁଅଛି।
ବେଗି ମୁୟ୍‌ଁ ଇ ନଃସ୍ଟ୍‌ ଅଃଉତା ଗଃଗାଳେ ହୁଣି ଦୁରି ଜାୟ୍‌ନ୍ଦ୍, ଅଃମିମଃନାର୍‌ ମାପ୍ରୁ ଜିସୁ କ୍ରିସ୍ଟ କୟ୍‌ ଆଚେ ।
15 ଆଉ ମୋହର ମହାପ୍ରସ୍ଥାନ ଉତ୍ତାରେ ତୁମ୍ଭେମାନେ ଏହି ସମସ୍ତ ବିଷୟ ଯେପରି ସର୍ବଦା ସ୍ମରଣରେ ଆଣି ପାରିବ, ଏଥିନିମନ୍ତେ ମୁଁ ଯତ୍ନ କରିବି।
ଆର୍‌ ମୁୟ୍‌ଁ ମଃଲା ହଃଚେ ତୁମିମଃନ୍ ଇସଃବୁ କଃତା ଜଃନ୍‌କଃରି ସଃବୁବଃଳ୍‌ ଏତାଉଁ ହାରାସ୍‌, ଇତାର୍‌ ଗିନେ ମୁୟ୍‌ଁ ଜଃତୁନ୍ କଃରିନ୍ଦ୍‌ ।
16 କାରଣ ଆମ୍ଭେମାନେ ଯେତେବେଳେ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଶକ୍ତି ଓ ଆଗମନ କଥା ତୁମ୍ଭମାନଙ୍କୁ ଜଣାଇଲୁ, ସେତେବେଳେ ଚତୁରତା ସହ କଳ୍ପିତ କୌଣସି କାହାଣୀ ଅବଲମ୍ବନ କରି ନ ଥିଲୁ, ମାତ୍ର ତାହାଙ୍କ ମହିମାର ଚାକ୍ଷୁଷ ସାକ୍ଷୀ ହୋଇଥିଲୁ।
କାୟ୍‌ତାକ୍‌ବଃଲେକ୍‌ ଅଃମିମଃନ୍‌ ଜଃଡ୍‌ବଳ୍‌ ଅଃମିମଃନାର୍‌ ମାପ୍ରୁ ଜିସୁ କ୍ରିସ୍ଟର୍‌ ସଃକ୍ତି ଆର୍‌ ଆସ୍ତା କଃତା ତୁମିମଃନ୍‌କେ ଜାଣାୟ୍‌ଲୁ, ସଃଡେବଃଳ୍‌ ଚଃଲାକି ସଃଙ୍ଗ୍ କାୟ୍‌ କଃତା ହେଁ ମଃନେ ହାଜି କୟ୍‌ ନଃରିଲୁ ମଃତର୍‌ ତାର୍‌ ଜଃଜ୍‌ମାନାର୍‌ ଆକାୟ୍‌ ଦଃକ୍‌ଲା ସାକି ଅୟ୍‌ରିଲୁ ।
17 ଯେଣୁ ଯେତେବେଳେ ମହା ଗୌରବ ମଧ୍ୟରୁ ତାହାଙ୍କ ପ୍ରତି ଏହି ବାଣୀ ହେଲା, ଏ ଆମ୍ଭର ପ୍ରିୟ ପୁତ୍ର, ଏହାଙ୍କଠାରେ ଆମ୍ଭର ପରମ ସନ୍ତୋଷ, ସେତେବେଳେ ସେ ପିତା ଈଶ୍ବରଙ୍କଠାରୁ ସମ୍ଭ୍ରମ ଓ ଗୌରବପ୍ରାପ୍ତ ହେଲେ;
ବଃଲେକ୍‌ ଜଃଡ୍‌ବଳ୍‌ ବଃଡେ ଜଃଜ୍‌ମାନ୍ ବିତ୍ରେହୁଣି ତାର୍‌ ଗିନେ ଇ କଃତା ସୁଣାଗଃଲି, “ଏ ମର୍‌ ଲାଡାର୍‌ ହଅ, ତର୍‌ ତଃୟ୍‌ଁ ମର୍‌ ବଃଡେ ସଃଲ୍‌ମତ୍‌, ସଃଡେବଃଳ୍‌ ସେ ଉବା ଇସ୍ୱରାର୍‌ ତଃୟହୁଣି ମାୟ୍‌ନ୍‌ ଆର୍‌ ଜଃଜ୍‌ମାନ୍ ହାୟ୍‌ଲା ।”
18 ଆମ୍ଭେମାନେ ତାହାଙ୍କ ସହିତ ପବିତ୍ର ପର୍ବତରେ ଥିବାବେଳେ ନିଜେ ଆକାଶରୁ ନିର୍ଗତ ଏହି ବାଣୀ ଶୁଣିଲୁ।
ଅଃମିମଃନ୍‌ ତାର୍‌ ସଃଙ୍ଗ୍ ପବିତ୍ର ହଃର୍ବାତେ ରିଲାବଃଳ୍‌ ନିଜେ ଅଃଗାସେ ହୁଣି ଆୟ୍‌ଲାର୍‌ ଇ କଃତା ସୁଣ୍‌ଲୁ ।
19 ଏଥିରେ ଭାବବାଣୀ ଆମ୍ଭମାନଙ୍କ ନିକଟରେ ଅଧିକ ଦୃଢ଼ ହୋଇଅଛି; ତୁମ୍ଭେମାନେ ତାହା ଅନ୍ଧକାରମୟ ସ୍ଥାନରେ ପ୍ରଜ୍ୱଳିତ ହେଉଥିବା ପ୍ରଦୀପ ସଦୃଶ ମନେ କରି ରାତ୍ରି ପାହାନ୍ତା ନ ହେବା ପର୍ଯ୍ୟନ୍ତ ଓ ତୁମ୍ଭମାନଙ୍କ ହୃଦୟରେ ପ୍ରଭାତୀତାରା ଉଦିତ ନ ହେବା ପର୍ଯ୍ୟନ୍ତ ତାହା ପ୍ରତି ମନୋଯୋଗ କଲେ ଭଲ ହେବ।
ଇତାକ୍‌ ବାବ୍‌ବାଦିମଃନ୍ କୟ୍‌ରିଲା ବାବ୍‌ବାଣି ଅଃମିମଃନାର୍‌ ତଃୟ୍‌ ଅଃଦିକ୍‌ ଅଃଟୁଆ ଅୟ୍‌ଆଚେ, ତୁମିମଃନ୍ ସେରି ଜିଙ୍ଗ୍‌ଜିଙ୍ଗା ଅଃନ୍ଦାର୍‌ ଟାଣେ କଃଚ୍‌ତା କୁପି ହର୍‌ ମଃନେ ବାବି ଉଜାଳ୍‌ ନଃହାଉତା ହଃତେକ୍‌ ଆର୍‌ ତୁମିମଃନାର୍‌ ମଃନେ ହାଉଁତିଆ ତାରା ନଃଉଦ୍‌ତା ହଃତେକ୍‌ ତାକେ ମଃନ୍‌ ଦିଆନ୍‌ କଃଲେକ୍‌ ନିକ ଅୟ୍‌ଦ୍‌ ।
20 ପ୍ରଥମରେ ଏହା ଜ୍ଞାତ ହୁଅ ଯେ, ଶାସ୍ତ୍ରର କୌଣସି ଭାବବାଣୀ ସ୍ୱତନ୍ତ୍ର ଭାବରେ ବ୍ୟାଖ୍ୟା କରିବାର ବିଷୟ ନୁହେଁ,
ହଃର୍ତୁ ଇରି ଜାଣା ଜେ, ସାସ୍ତରାର୍‌ କୁୟ୍‌ ହେଁ ବଃଚନ୍ ଅଃଲ୍‌ଗା ବାବେ ବାଡାୟ୍‌କଃରି କଃଉତା ବିସୟ୍‌ ନଃୟ୍‌ ।
21 କାରଣ କୌଣସି ଭାବବାଣୀ କେବେ ହେଁ ମନୁଷ୍ୟର ଇଚ୍ଛାରୁ ଉତ୍ପନ୍ନ ହୋଇ ନାହିଁ, ମାତ୍ର ଈଶ୍ବର ପ୍ରେରିତ ମନୁଷ୍ୟମାନେ ପବିତ୍ର ଆତ୍ମାଙ୍କ ଦ୍ୱାରା ଚାଳିତ ହୋଇ କଥା କହିଥିଲେ।
କାୟ୍‌ତାକ୍‌ ବଃଲେକ୍‌ କୁୟ୍‌ ବାବ୍‌ବାଣି କଃବେ ହେଁ ମାନାଇର୍‌ ଇଚାୟ୍‌ ଉବ୍‌ଜି ନଃକେରେ, ମଃତର୍‌ ଇସ୍ୱର୍‌ ହଃଟାୟ୍‌ଲା ପେରିତ୍‌ ମାନାୟ୍‌ମଃନ୍ ପବିତ୍ର ଆତ୍ମାୟ୍‌ ହୁର୍ନ୍‌ ଅୟ୍‌ କଃତା କୟ୍‌ରିଲାୟ୍‌ ।

< ୨ ପିତର 1 >