< ଦ୍ୱିତୀୟ ରାଜାବଳୀ 1 >

1 ଏଥିଉତ୍ତାରେ ଆହାବଙ୍କର ମୃତ୍ୟୁୁ ଉତ୍ତାରେ ମୋୟାବ ଦେଶ ଇସ୍ରାଏଲ ବିରୁଦ୍ଧରେ ବିଦ୍ରୋହ ଆଚରଣ କଲେ।
Lẹ́yìn ikú Ahabu, Moabu ṣọ̀tẹ̀ sí Israẹli.
2 ପୁଣି ଅହସୀୟ ଶମରୀୟାସ୍ଥ ଆପଣା ଉପରିସ୍ଥ କୋଠରିର ଝରକା ଦେଇ ପଡ଼ି ପୀଡ଼ିତ ହେଲେ; ଆଉ ସେ ଦୂତଗଣ ପଠାଇ ସେମାନଙ୍କୁ କହିଲେ, “ଯାଅ, ଏହି ପୀଡ଼ାରୁ ମୁଁ ସୁସ୍ଥ ହେବି କି ନାହିଁ, ଏହା ଇକ୍ରୋଣର ଦେବତା ବାଲ୍‍ସବୂବକୁ ପଚାର।”
Nísinsin yìí Ahasiah ti ṣubú láàrín fèrèsé láti òkè yàrá rẹ̀ tí ó wà ní Samaria, ó sì fi ara pa. Ó sì rán oníṣẹ́, ó sì wí fún wọn pé, “Ẹ lọ ṣe ìwádìí lọ́wọ́ Baali-Sebubu, òrìṣà Ekroni, bóyá èmi ó lè rí ìwòsàn ìfarapa yìí.”
3 ମାତ୍ର ସଦାପ୍ରଭୁଙ୍କ ଦୂତ ତିଶ୍‍ବୀୟ ଏଲୀୟଙ୍କୁ କହିଲେ, “ଉଠ, ଶମରୀୟା ରାଜାଙ୍କର ଦୂତଗଣକୁ ସାକ୍ଷାତ କରିବାକୁ ଯାଅ ଓ ସେମାନଙ୍କୁ କୁହ, ‘ଇସ୍ରାଏଲ ମଧ୍ୟରେ ପରମେଶ୍ୱର ନାହାନ୍ତି ବୋଲି କି ତୁମ୍ଭେମାନେ ଇକ୍ରୋଣର ଦେବତା ବାଲ୍‍ସବୂବକୁ ପଚାରିବାକୁ ଯାଉଅଛ?’
Ṣùgbọ́n angẹli Olúwa wí fún Elijah ará Tiṣibi pé, “Lọ sókè kí o lọ bá ìránṣẹ́ ọba Samaria kí o sì béèrè lọ́wọ́ wọn, ‘Ṣé nítorí pé kò sí Ọlọ́run ní Israẹli ni ẹ̀yìn fi jáde lọ ṣèwádìí lọ́wọ́ Baali-Sebubu òrìṣà Ekroni?’
4 ଏହେତୁ ସଦାପ୍ରଭୁ ଏହି କଥା କହନ୍ତି, ‘ତୁମ୍ଭେ ଯେଉଁ ଶଯ୍ୟା ଉପରକୁ ଯାଇଅଛ, ତହିଁରୁ ତଳକୁ ଆସିବ ନାହିଁ, ମାତ୍ର ନିଶ୍ଚୟ ମରିବ।’” ଏଉତ୍ତାରେ ଏଲୀୟ ପ୍ରସ୍ଥାନ କଲେ।
Nítorí náà ohun tí Olúwa sọ ní èyí, ‘Ìwọ kò ní kúrò lórí ibùsùn tí o dùbúlẹ̀ lé. Dájúdájú ìwọ yóò kú!’” Bẹ́ẹ̀ ni Elijah lọ.
5 ତହୁଁ ଦୂତମାନେ ଅହସୀୟଙ୍କର ନିକଟକୁ ଫେରି ଆସନ୍ତେ, ସେ ସେମାନଙ୍କୁ ପଚାରିଲେ, “ତୁମ୍ଭେମାନେ କାହିଁକି ଫେରି ଆସିଲ?”
Nígbà tí ìránṣẹ́ náà padà sí ọ̀dọ̀ ọba, ó béèrè ní ọwọ́ wọn pé, “Kí ni ó dé tí ẹ̀yin fi tètè padà wá?”
6 ଏଥିରେ ସେମାନେ ତାଙ୍କୁ କହିଲେ, “ଜଣେ ଲୋକ ଆମ୍ଭମାନଙ୍କୁ ସାକ୍ଷାତ କରିବାକୁ ଆସି କହିଲା, ‘ଯେଉଁ ରାଜା ତୁମ୍ଭମାନଙ୍କୁ ପଠାଇଅଛି, ତାହା ନିକଟକୁ ଫେରିଯାଇ ତାହାକୁ କୁହ, ସଦାପ୍ରଭୁ ଏହି କଥା କହନ୍ତି, ଇସ୍ରାଏଲ ମଧ୍ୟରେ ପରମେଶ୍ୱର ନାହାନ୍ତି ବୋଲି କି ତୁମ୍ଭେ ଇକ୍ରୋଣର ଦେବତା ବାଲ୍‍ସବୂବ ନିକଟକୁ ପଚାରି ପଠାଉଅଛ? ଏହେତୁ ତୁମ୍ଭେ ଯେଉଁ ଶଯ୍ୟା ଉପରକୁ ଯାଇଅଛ, ତହିଁରୁ ତଳକୁ ଆସିବ ନାହିଁ, ମାତ୍ର ନିଶ୍ଚୟ ମରିବ।’”
Wọ́n dáhùn pé, “Ọkùnrin kan wá láti pàdé wa, ó sì wí fún wa pé, ‘Ẹ padà sí ọ̀dọ̀ ọba tí ó rán an yín kí ẹ sì wí fún un pé, “Èyí ni ohun tí Olúwa wí: Ṣé nítorí wí pé kò sí Ọlọ́run ní Israẹli ni o fi ń rán àwọn ènìyàn láti lọ ṣe ìwádìí lọ́wọ́ Baali-Sebubu, òrìṣà Ekroni? Nítorí náà ìwọ kò ní fi orí ibùsùn tí ìwọ dùbúlẹ̀ lé sílẹ̀. Láìsí àní àní ìwọ yóò kùú!”’”
7 ତହିଁରେ ଅହସୀୟ ସେମାନଙ୍କୁ ପଚାରିଲେ, “ଯେ ତୁମ୍ଭମାନଙ୍କୁ ସାକ୍ଷାତ କରିବାକୁ ଆସି ଏହିସବୁ କଥା କହିଲା, ସେ କି ପ୍ରକାର ଲୋକ?”
Ọba béèrè lọ́wọ́ wọn pé, “Irú ọkùnrin wo ni ó wá pàdé yín, tí ó sì sọ irú èyí fún un yín?”
8 ତହୁଁ ସେମାନେ ତାଙ୍କୁ ଉତ୍ତର କଲେ, “ସେ ଲୋମଶ ମନୁଷ୍ୟ ଓ ତାହାର କଟି ଚର୍ମପଟୁକାରେ ବନ୍ଧା ଥିଲା।” ତହିଁରେ ରାଜା କହିଲେ, “ସେ ତ ତିଶ୍‍ବୀୟ ଏଲୀୟ।”
Wọ́n dáhùn pé, “Ó jẹ́ ọkùnrin tí ó wọ ẹ̀wù onírun lára pẹ̀lú ọ̀já àmùrè aláwọ tí ó gbà yíká ìbàdí rẹ̀.” Ọba sì wí pé, “Elijah ará Tiṣibi ni.”
9 ତେବେ ରାଜା ଏଲୀୟଙ୍କ ନିକଟକୁ ଜଣେ ପଚାଶପତିଙ୍କୁ ତାହାର ପଚାଶ ଲୋକ ସହିତ ପଠାଇଲେ। ତହୁଁ ପଚାଶପତି ଏଲୀୟଙ୍କ ନିକଟକୁ ଗଲା; ଆଉ ଦେଖ, ଏଲୀୟ ପର୍ବତ ଶୃଙ୍ଗରେ ବସିଥିଲେ। ଏଥିରେ ପଚାଶପତି ତାଙ୍କୁ କହିଲା, “ହେ ପରମେଶ୍ୱରଙ୍କ ଲୋକ, ରାଜା କହିଅଛନ୍ତି, ‘ତଳକୁ ଆସ।’”
Ó sì rán balógun pẹ̀lú àwọn ẹgbẹ́ ogun àádọ́ta rẹ̀. Balógun náà sì gòkè tọ Elijah lọ, ẹni tí ó jókòó ní orí òkè, wọ́n sì wí fún un pé, “Ènìyàn Ọlọ́run, ọba wí pé, ‘Sọ̀kalẹ̀ wá!’”
10 ତହୁଁ ଏଲୀୟ ସେହି ପଚାଶପତିଙ୍କୁ ଉତ୍ତର କରି କହିଲେ, “ଯେବେ ମୁଁ ପରମେଶ୍ୱରଙ୍କ ଲୋକ, ତେବେ ଆକାଶରୁ ଅଗ୍ନି ଆସି ତୁମ୍ଭକୁ ଓ ତୁମ୍ଭ ପଚାଶ ଲୋକଙ୍କୁ ଗ୍ରାସ କରୁ।” ଏଥିରେ ଆକାଶରୁ ଅଗ୍ନି ଆସି ତାହାକୁ ଓ ତାହାର ପଚାଶ ଲୋକଙ୍କୁ ଗ୍ରାସ କଲା।
Elijah sì dá balógun lóhùn pé, “Tí ó bá jẹ́ wí pé ènìyàn Ọlọ́run ni mí, kí iná kí ó sọ̀kalẹ̀ láti òkè ọ̀run wá kí ó sì jó ìwọ àti àwọn àádọ́ta ọkùnrin rẹ!” Nígbà náà iná náà sì sọ̀kalẹ̀ wá láti òkè ọ̀run ó sì jó balógun àti àwọn ènìyàn rẹ̀.
11 ଏଉତ୍ତାରେ ରାଜା ପୁନର୍ବାର ଏଲୀୟଙ୍କ ନିକଟକୁ ଆଉ ଏକ ପଚାଶପତିଙ୍କୁ ତାହାର ପଚାଶ ଲୋକ ସହିତ ପଠାଇଲେ। ତହୁଁ ଏହି ପଚାଶପତି ମଧ୍ୟ ଏଲୀୟଙ୍କୁ କହିଲେ, “ହେ ପରମେଶ୍ୱରଙ୍କ ଲୋକ, ରାଜା କହିଅଛନ୍ତି, ‘ଶୀଘ୍ର ତଳକୁ ଆସ।’”
Ọba sì tún rán balógun àádọ́ta pẹ̀lú àwọn ènìyàn àádọ́ta rẹ̀ sí Elijah. Balógun náà sì wí fún un pé, “Ènìyàn Ọlọ́run, èyí ni ohun tí ọba sọ, ‘Sọ̀kalẹ̀ kánkán!’”
12 ଏଥିରେ ଏଲୀୟ ସେମାନଙ୍କୁ ଉତ୍ତର କରି କହିଲେ, “ଯେବେ ମୁଁ ପରମେଶ୍ୱରଙ୍କ ଲୋକ, ତେବେ ଆକାଶରୁ ଅଗ୍ନି ଆସି ତୁମ୍ଭକୁ ଓ ତୁମ୍ଭ ପଚାଶ ଲୋକଙ୍କୁ ଗ୍ରାସ କରୁ।” ତହୁଁ ପରମେଶ୍ୱରଙ୍କ ଅଗ୍ନି ଆକାଶରୁ ଆସି ତାହାକୁ ଓ ତାହାର ପଚାଶ ଲୋକଙ୍କୁ ଗ୍ରାସ କଲା।
“Tí èmi bá jẹ́ ènìyàn Ọlọ́run,” Elijah sì dáhùn, “Ǹjẹ́ kí iná kí ó sọ̀kalẹ̀ láti ọ̀run kí ó sì jó ọ run àti àwọn àádọ́ta ènìyàn rẹ!” Nígbà náà iná Ọlọ́run sọ̀kalẹ̀ láti ọ̀run ó sì jó o run pẹ̀lú àwọn àádọ́ta ènìyàn rẹ̀.
13 ଏଥିରେ ରାଜା ପୁନର୍ବାର ତୃତୀୟ ପଚାଶପତିଙ୍କୁ ତାହାର ପଚାଶ ଲୋକ ସହିତ ପଠାଇଲେ। ପୁଣି ସେହି ତୃତୀୟ ପଚାଶପତି ଉପରକୁ ଗଲା ଓ ଏଲୀୟଙ୍କ ସମ୍ମୁଖରେ ଉପସ୍ଥିତ ହୋଇ ଆପଣା ଆଣ୍ଠୁପାତି ବିନୟ କରି ତାଙ୍କୁ କହିଲା, “ହେ ପରମେଶ୍ୱରଙ୍କ ଲୋକ, ମୁଁ ବିନୟ କରୁଅଛି, ଆପଣଙ୍କ ଦୃଷ୍ଟିରେ ମୋʼ ପ୍ରାଣ ଓ ଆପଣଙ୍କ ଦାସ ଏହି ପଚାଶ ଲୋକଙ୍କର ପ୍ରାଣ ବହୁମୂଲ୍ୟ ହେଉ।
Bẹ́ẹ̀ ni ọba tún rán balógun kẹta pẹ̀lú àwọn àádọ́ta ọkùnrin. Balógun ẹ̀ẹ̀kẹ́ta lọ sí òkè, ó sì kúnlẹ̀ lórí orókún rẹ̀ níwájú Elijah. “Ènìyàn Ọlọ́run,” Ó sì bẹ̀bẹ̀ pé, “Ìwọ ènìyàn Ọlọ́run, jọ̀wọ́ jẹ́ kí ẹ̀mí mi àti ẹ̀mí àwọn àádọ́ta ìránṣẹ́ rẹ wọ̀nyí ṣọ̀wọ́n ní ojú rẹ!
14 ଦେଖନ୍ତୁ, ଆକାଶରୁ ଅଗ୍ନି ଆସି ପୂର୍ବ ଦୁଇ ପଚାଶପତିଙ୍କୁ ଓ ସେମାନଙ୍କ ପଚାଶ ପଚାଶ ଲୋକଙ୍କୁ ଗ୍ରାସ କଲା; ମାତ୍ର ଏବେ ଆପଣଙ୍କ ଦୃଷ୍ଟିରେ ମୋʼ ପ୍ରାଣ ବହୁମୂଲ୍ୟ ହେଉ।”
Wò ó, iná ti sọ̀kalẹ̀ láti ọ̀run láti jó àwọn balógun méjì àràádọ́ta àkọ́kọ́ pẹ̀lú àràádọ́ta wọn. Ṣùgbọ́n nísinsin yìí ní ojúrere fún ẹ̀mí mi!”
15 ଏଥିରେ ସଦାପ୍ରଭୁଙ୍କ ଦୂତ ଏଲୀୟଙ୍କୁ କହିଲେ, “ତାହା ସଙ୍ଗରେ ତଳକୁ ଯାଅ; ତାହାକୁ ଭୟ କର ନାହିଁ।” ତହୁଁ ଏଲୀୟ ଉଠି ପଚାଶପତି ସଙ୍ଗରେ ତଳକୁ ଯାଇ ରାଜାଙ୍କ ନିକଟକୁ ଗଲେ।
Angẹli Olúwa sọ fún Elijah pé, “Sọ̀kalẹ̀ lọ pẹ̀lú rẹ̀; má ṣe bẹ̀rù rẹ̀.” Bẹ́ẹ̀ ni Elijah dìde ó sì sọ̀kalẹ̀ lọ pẹ̀lú rẹ̀ sí ọ̀dọ̀ ọba.
16 ପୁଣି ସେ ରାଜାଙ୍କୁ କହିଲେ, “ସଦାପ୍ରଭୁ ଏହି କଥା କହନ୍ତି, ‘କଥା ପଚାରିବା ପାଇଁ ଇସ୍ରାଏଲ ମଧ୍ୟରେ ପରମେଶ୍ୱର ନାହାନ୍ତି ବୋଲି କି ତୁମ୍ଭେ ଇକ୍ରୋଣର ଦେବତା ବାଲ୍‍ସବୂବକୁ ପଚାରିବା ପାଇଁ ଦୂତମାନଙ୍କୁ ପଠାଇଲ? ଏହେତୁ ତୁମ୍ଭେ ଯେଉଁ ଶଯ୍ୟା ଉପରକୁ ଯାଇଅଛ, ତହିଁରୁ ତଳକୁ ଆସିବ ନାହଁ, ମାତ୍ର ନିଶ୍ଚୟ ମରିବ।’”
Ó sọ fún ọba pé, “Èyí ni ohun tí Olúwa wí, ‘Ṣé nítorí wí pé kò sí Ọlọ́run ní Israẹli fún ọ láti pè ni ìwọ fi rán ìránṣẹ́ lọ sí ọ̀dọ̀ Baali-Sebubu, òrìṣà Ekroni láti lọ ṣe ìwádìí?’ Nítorí pé o ṣe èyí, ìwọ kò ní dìde lórí ibùsùn tí o dùbúlẹ̀ lé láìsí àní àní ìwọ yóò kú!”
17 ଏଥିଉତ୍ତାରେ ଏଲୀୟଙ୍କ ଦ୍ୱାରା ଉକ୍ତ ସଦାପ୍ରଭୁଙ୍କ ବାକ୍ୟାନୁସାରେ ସେ ମଲେ। ପୁଣି ତାଙ୍କର ପୁତ୍ର ନ ଥିବାରୁ ଯିହୁଦାର ରାଜା ଯିହୋଶାଫଟ୍‍ଙ୍କର ପୁତ୍ର ଯିହୋରାମ୍‍ଙ୍କ ରାଜତ୍ଵର ଦ୍ୱିତୀୟ ବର୍ଷରେ ଯିହୋରାମ୍‍ ତାଙ୍କର ପଦରେ ରାଜ୍ୟ କରିବାକୁ ଆରମ୍ଭ କଲେ।
Bẹ́ẹ̀ ó sì kú, gẹ́gẹ́ bí ọ̀rọ̀ Olúwa tí Elijah ti sọ. Nítorí Ahasiah kò ní ọmọ, Jehoramu jẹ ọba ní ọdún kejì tí Jehoramu ọmọ Jehoṣafati ọba Juda.
18 ଏହି ଅହସୀୟଙ୍କର କ୍ରିୟାର ଅବଶିଷ୍ଟ ବୃତ୍ତାନ୍ତ କି ଇସ୍ରାଏଲ ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖା ନାହିଁ?
Àti ní ti gbogbo àwọn ohun tí ó ṣẹlẹ̀ nígbà ìjọba Ahasiah, àti ohun tí ó ṣe, ṣe a kò ha kọ wọ́n sí inú ìwé ọdọọdún ti àwọn ọba Israẹli?

< ଦ୍ୱିତୀୟ ରାଜାବଳୀ 1 >