< ଦ୍ୱିତୀୟ ରାଜାବଳୀ 9 >
1 ଏଥିଉତ୍ତାରେ ଇଲୀଶାୟ ଭବିଷ୍ୟଦ୍ବକ୍ତା ଭବିଷ୍ୟଦ୍ବକ୍ତାଗଣଙ୍କ ଦଳ ମଧ୍ୟରୁ ଜଣକୁ ଡାକି କହିଲେ, “ତୁମ୍ଭ କଟି ବାନ୍ଧ ଓ ଏହି ତୈଳ ଶିଶି ହସ୍ତରେ ନେଇ ରାମୋତ୍-ଗିଲୀୟଦକୁ ଯାଅ।
Na odiyifoɔ Elisa afrɛ adiyifoɔ no mu baako afiri adiyifoɔ kuo no mu. Ɔka kyerɛɛ no sɛ, “Siesie wo ho, na kɔ Ramot-Gilead. Fa saa toa a ngo wɔ mu yi ka wo ho kɔ.
2 ପୁଣି ତୁମ୍ଭେ ସେଠାରେ ଉପସ୍ଥିତ ହେଲେ, ନିମ୍ଶିଙ୍କର ପୌତ୍ର ଯିହୋଶାଫଟ୍ଙ୍କର ପୁତ୍ର ଯେହୂଙ୍କର ଅନ୍ୱେଷଣ କର ଓ ଭିତରକୁ ଯାଇ ତାଙ୍କର ଭ୍ରାତୃଗଣ ମଧ୍ୟରୁ ତାଙ୍କୁ ଉଠାଇ ଏକ ଭିତର କୋଠରିକୁ ନେଇଯାଅ।
Hwehwɛ Yehosafat babarima Yehu a ɔyɛ Nimsi nana no. Frɛ no firi ne nnamfo mu, na fa no kɔ piam,
3 ପୁଣି ତୈଳ ଶିଶି ନେଇ ତାଙ୍କ ମସ୍ତକରେ ଢାଳି କୁହ, ‘ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ ତୁମ୍ଭକୁ ଇସ୍ରାଏଲ ଉପରେ ରାଜାଭିଷିକ୍ତ କରିଅଛୁ।’ ତହୁଁ ତୁମ୍ଭେ ଦ୍ୱାର ଫିଟାଇ ପଳାଇ ଯାଅ ଓ ବିଳମ୍ବ ନ କର।”
na hwie ngo no gu ne tirim. Ka kyerɛ no sɛ, ‘Sɛdeɛ Awurade seɛ nie: Meresra wo ngo, ama woabɛdi Israel so ɔhene.’ Afei, bue ɛpono no na dwane, gye wo kra nkwa!”
4 ତହିଁରେ ସେ ଯୁବା, ଅର୍ଥାତ୍, ସେହି ଯୁବା ଭବିଷ୍ୟଦ୍ବକ୍ତା ରାମୋତ୍-ଗିଲୀୟଦକୁ ଗଲେ।
Enti, odiyifoɔ kumaa no yɛɛ deɛ wɔka kyerɛɛ no no, na ɔkɔɔ Ramot-Gilead.
5 ଆଉ ସେ ଉପସ୍ଥିତ ହେବା ବେଳେ ଦେଖ, ସେନାପତିମାନେ ବସିଅଛନ୍ତି; ତହିଁରେ ସେ କହିଲେ, “ହେ ସେନାପତି, ତୁମ୍ଭଠାରେ ମୋହର ଏକ କାର୍ଯ୍ୟ ଅଛି।” ତହୁଁ ଯେହୂ କହିଲେ, “ଆମ୍ଭ ସମସ୍ତଙ୍କ ମଧ୍ୟରୁ କାହାଠାରେ?” ତହିଁରେ ସେ କହିଲେ, “ହେ ସେନାପତି, ତୁମ୍ଭଠାରେ।”
Ɔduruu hɔ no, ɔhunuu Yehu sɛ ɔne asraafoɔ mpanimfoɔ bi reyɛ nhyiamu. Ɔkaa sɛ, “Ɔsahene, mewɔ nkra bi de ma wo.” Yehu bisaa sɛ, “Yɛn mu hwan?” Ɔbuaa sɛ, “Wo a woyɛ ɔsahene no.”
6 ଏଥିରେ ସେ ଉଠି ଗୃହ ଭିତରକୁ ଗଲେ; ତହୁଁ ଭବିଷ୍ୟଦ୍ବକ୍ତା ତାଙ୍କର ମସ୍ତକରେ ତୈଳ ଢାଳି ତାଙ୍କୁ କହିଲେ, “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ‘ଆମ୍ଭେ ତୁମ୍ଭକୁ ସଦାପ୍ରଭୁଙ୍କ ଲୋକ, ଅର୍ଥାତ୍, ଇସ୍ରାଏଲ ଉପରେ ରାଜାଭିଷିକ୍ତ କଲୁ।
Enti, Yehu gyaa wɔn a aka no hɔ, kɔɔ efie. Na odiyifoɔ kumaa no hwiee ngo no guu Yehu tirim, kaa sɛ, “Sɛdeɛ Awurade, Israel Onyankopɔn, seɛ nie: Mesra wo ngo sɛ, di Awurade nkurɔfoɔ Israelfoɔ so ɔhene.
7 ପୁଣି ଆମ୍ଭେ ଯେପରି ଈଷେବଲ୍ ହସ୍ତରୁ ଆମ୍ଭ ଦାସ ଭବିଷ୍ୟଦ୍ବକ୍ତାଗଣଙ୍କ ରକ୍ତର ଓ ସଦାପ୍ରଭୁଙ୍କ ଦାସସମୂହର ରକ୍ତର ପରିଶୋଧ ନେବୁ, ଏଥିପାଇଁ ତୁମ୍ଭେ ଆପଣା ପ୍ରଭୁ ଆହାବର ବଂଶକୁ ଆଘାତ କରିବ।
Ɛsɛ sɛ wosɛe Ahab, wo wura, no fie. Saa ɛkwan no so na mɛfa atua mʼadiyifoɔ a wɔkunkumm wɔn ne Awurade asomfoɔ no nyinaa a Isebel kunkumm wɔn no so ka.
8 କାରଣ ଆହାବର ସମୁଦାୟ ବଂଶ ବିନଷ୍ଟ ହେବେ ଓ ଆମ୍ଭେ ଇସ୍ରାଏଲ ମଧ୍ୟରେ ଆହାବ ସମ୍ପର୍କୀୟ ପ୍ରତ୍ୟେକ ପୁଂସନ୍ତାନକୁ ଓ ବଦ୍ଧ କି ମୁକ୍ତ ଲୋକକୁ ଉଚ୍ଛିନ୍ନ କରିବା।
Ɛsɛ sɛ wɔpepa Ahab fiefoɔ nyinaa firi hɔ—ɔbarima biara, ɔsomfoɔ ne deɛ ɔde ne ho nyinaa a wɔwɔ Israel.
9 ଆଉ ଆମ୍ଭେ ଆହାବ ବଂଶକୁ ନବାଟର ପୁତ୍ର ଯାରବୀୟାମର ବଂଶ ତୁଲ୍ୟ ଓ ଅହୀୟର ପୁତ୍ର ବାଶାର ବଂଶ ତୁଲ୍ୟ କରିବା।
Mɛsɛe Ahab fie, sɛdeɛ mesɛee Nebat babarima Yeroboam ne Ahiya babarima Baasa afie no.
10 ପୁଣି କୁକ୍କୁରମାନେ ଈଷେବଲ୍କୁ ଯିଷ୍ରିୟେଲ ଭୂମିରେ ଖାଇବେ ଓ ତାହାକୁ କବର ଦେବା ପାଇଁ କେହି ନ ଥିବ।’” ତହୁଁ ଭବିଷ୍ୟଦ୍ବକ୍ତା ଦ୍ୱାର ଫିଟାଇ ପଳାଇଗଲେ।
Na nkraman bɛwe Isebel ɛnam wɔ Yesreel asase so, na obiara rensie no.” Afei, odiyifoɔ kumaa no buee ɛpono no, tuu mmirika dwaneeɛ.
11 ତହିଁରେ ଯେହୂ ବାହାର ହୋଇ ଆପଣା ପ୍ରଭୁର ଦାସମାନଙ୍କ ନିକଟକୁ ଆସନ୍ତେ, ଜଣେ ତାଙ୍କୁ ପଚାରିଲା, “ସବୁ ମଙ୍ଗଳ ତ? ସେ ବାତୁଳଟି କାହିଁକି ତୁମ୍ଭ ନିକଟକୁ ଆସିଥିଲା?” ତହିଁରେ ଯେହୂ ସେମାନଙ୍କୁ କହିଲେ, “ସେ ଲୋକକୁ ଓ ତାହାର କଥା କଅଣ, ତୁମ୍ଭେମାନେ ତ ଜାଣ।”
Yehu sane kɔɔ ne nkurɔfoɔ mpanimfoɔ no nkyɛn. Wɔn mu baako bisaa no sɛ, “Ɛdeɛn na damfo a ne ti asɛe no rehwehwɛ? Biribiara yɛ anaa?” Yehu buaa sɛ, “Wo ara wonim, sɛdeɛ ɔbarima no keka ne nsɛm fa.”
12 ଏଥିରେ ସେମାନେ କହିଲେ, “ଏ ମିଛ; ଏବେ ଆମ୍ଭମାନଙ୍କୁ କୁହ।” ତହୁଁ ଯେହୂ କହିଲେ, “ସେ ମୋତେ ଏପରି ଏପରି କହିଲା, ସଦାପ୍ରଭୁ ଏହି କଥା କହନ୍ତି, ‘ଆମ୍ଭେ ତୁମ୍ଭକୁ ଇସ୍ରାଏଲ ଉପରେ ରାଜାଭିଷିକ୍ତ କଲୁ।’”
Wɔn nyinaa kaa sɛ, “Woboa. Ka nokorɛ.” Enti, Yehu kaa sɛ, odiyifoɔ no ayi akyerɛ no sɛ Awurade asra no ngo sɛ ɔmmɛdi Israel so ɔhene.
13 ତହୁଁ ସେମାନେ ପ୍ରତ୍ୟେକେ ଶୀଘ୍ର ଆପଣା ଆପଣା ବସ୍ତ୍ର ନେଇ ସୋପାନ ଉପରେ ଯେହୂଙ୍କର ତଳେ ରଖିଲେ ଓ ତୂରୀ ବଜାଇ କହିଲେ, “ଯେହୂ ରାଜା ହେଲେ।”
Wɔde wɔn ntadeɛ sesɛɛ ntwedeɛ no so ntɛm ara, hyɛnee totorobɛnto, teateaam sɛ, “Yehu yɛ ɔhene.”
14 ଏଥିରେ ନିମ୍ଶିଙ୍କର ପୌତ୍ର ଯିହୋଶାଫଟ୍ଙ୍କର ପୁତ୍ର ଯେହୂ ଯୋରାମ୍ଙ୍କ ବିରୁଦ୍ଧରେ ଚକ୍ରାନ୍ତ କଲେ। (ସେସମୟରେ ଯୋରାମ୍ ଓ ସମସ୍ତ ଇସ୍ରାଏଲ ଅରାମର ରାଜା ହସାୟେଲଠାରୁ ରାମୋତ୍-ଗିଲୀୟଦ ରକ୍ଷା କରୁଥିଲେ।
Enti, Yehosafat babarima Yehu a ɔyɛ Nimsi nana pam ɔhene Yoram tiri so. Afei, na Yoram de ne ho akɔbɔ akodɔm wɔ Ramot-Gilead a na wɔgyina de tia Aramhene Hasael akodɔm.
15 ମାତ୍ର ଯୋରାମ୍ ରାଜା ଅରାମର ରାଜା ହସାୟେଲ ସଙ୍ଗେ ଯୁଦ୍ଧ କରିବା ବେଳେ ଅରାମୀୟ ଲୋକମାନେ ତାଙ୍କୁ ଯେଉଁ କ୍ଷତବିକ୍ଷତ କରିଥିଲେ, ତହିଁରୁ ସେ ସୁସ୍ଥ ହେବା ନିମନ୍ତେ ଯିଷ୍ରିୟେଲକୁ ଫେରି ଯାଇଥିଲେ)। ପୁଣି ଯେହୂ କହିଲେ, “ଯେବେ ଏ ତୁମ୍ଭମାନଙ୍କ ମତ, ତେବେ ଯିଷ୍ରିୟେଲରେ ଏହା ଜଣାଇବା ପାଇଁ କାହାରିକୁ ନଗରର ବାହାରକୁ ପଳାଇ ଯିବାକୁ ନ ଦିଅ।”
Nanso, na wɔapira Yoram wɔ ɔko no mu, ama wasane aba Yesreel sɛ ɔrebɛsa ne ho yadeɛ. Enti, Yehu ka kyerɛɛ mmarima a wɔka ne ho no sɛ, “Esiane sɛ mopɛ sɛ medi ɔhene no enti, mma obiara nnwane nkɔ Yesreel nkɔka deɛ yɛayɛ wɔ hɔ.”
16 ତହିଁରେ ଯେହୂ ରଥରେ ଚଢ଼ି ଯିଷ୍ରିୟେଲକୁ ଗଲେ; କାରଣ ସେସ୍ଥାନରେ ଯୋରାମ୍ ଶଯ୍ୟାଗତ ହୋଇଥିଲେ। ପୁଣି ଯିହୁଦାର ରାଜା ଅହସୀୟ ଯୋରାମ୍ଙ୍କୁ ଦେଖିବାକୁ ଆସିଥିଲେ।
Na Yehu kɔtenaa teaseɛnam mu, kɔɔ Yesreel kɔhwehwɛɛ ɔhene Yoram a na wapira da hɔ no. Na Yudahene Ahasia nso wɔ hɔ bi.
17 ସେତେବେଳେ ଯିଷ୍ରିୟେଲ ଦୁର୍ଗ ଉପରେ ପ୍ରହରୀ ଠିଆ ହୋଇଥିଲା, ପୁଣି ଯେହୂ ଆସୁ ଆସୁ ପ୍ରହରୀ ତାଙ୍କର ଲୋକଦଳକୁ ଦେଖି କରି କହିଲା, “ମୁଁ ଏକ ଦଳ ଲୋକ ଦେଖୁଅଛି।” ତହିଁରେ ଯୋରାମ୍ କହିଲେ, “ଜଣେ ଅଶ୍ୱାରୋହୀକୁ ନେଇ ସେମାନଙ୍କୁ ସାକ୍ଷାତ କରିବା ପାଇଁ ପଠାଅ ଓ ସେ ପଚାରୁ, ‘କୁଶଳ କି?’”
Ɔwɛmfoɔ a na ɔwɔ Yesreel abantenten so no hunuu Yehu ne ne nkurɔfoɔ sɛ wɔreba enti, ɔteaam guu Yoram so sɛ, “Mehunu sɛ akodɔm reba. Soma ɔpɔnkɔkafoɔ bi, na ɔnkɔhwɛ sɛ wɔreba no asomdwoeɛ so anaa.” Ɔhene Yoram nso teaam.
18 ତହିଁରେ ଜଣେ ଅଶ୍ୱ ଚଢ଼ି ତାଙ୍କୁ ସାକ୍ଷାତ କରିବାକୁ ଯାଇ କହିଲା, “ରାଜା ପଚାରୁଅଛନ୍ତି, ‘କୁଶଳ କି?’” ତହିଁରେ ଯେହୂ କହିଲେ, “କୁଶଳରେ ତୁମ୍ଭର କଅଣ ଅଛି? ତୁମ୍ଭେ ମୋʼ ପଛକୁ ଯାଅ।” ଏଥିରେ ପ୍ରହରୀ ଜଣାଇ କହିଲା, “ଦୂତ ସେମାନଙ୍କ ନିକଟକୁ ଗଲା, ମାତ୍ର ସେ ଫେରିଆସୁ ନାହିଁ।”
Enti, ɔpɔnkɔkafoɔ no kɔhyiaa Yehu bisaa no sɛ, “Ɔhene pɛ sɛ ɔhunu sɛ moreba no asomdwoeɛ so anaa.” Yehu buaa sɛ, “Ɛdeɛn na wonim fa asomdwoeɛ ho? Ma mensene!” Ɔwɛmfoɔ no frɛɛ ɔhene sɛ, “Ɔpɔnkɔkafoɔ no ahyia wɔn, nanso ɔmma.”
19 ତହୁଁ ଯୋରାମ୍ ଦ୍ୱିତୀୟ ଜଣକୁ ଅଶ୍ୱରେ ପଠାନ୍ତେ, ସେ ସେମାନଙ୍କ ନିକଟକୁ ଯାଇ କହିଲା, “ରାଜା ପଚାରୁଅଛନ୍ତି, ‘କୁଶଳ କି?’” ପୁଣି ଯେହୂ ଉତ୍ତର କଲେ, “କୁଶଳରେ ତୁମ୍ଭର କଅଣ ଅଛି? ତୁମ୍ଭେ ମୋʼ ପଛକୁ ଯାଅ।”
Enti, ɔhene no somaa ɔpɔnkɔkafoɔ a ɔtɔ so mmienu. Ɔkɔduruu wɔn nkyɛn bisaa sɛ, “Ɔhene pɛ sɛ ɔhunu sɛ moreba no asomdwoeɛ so anaa.” Bio, Yehu bisaa sɛ, “Ɛdeɛn na wonim fa asomdwoeɛ ho? Di mʼakyi!”
20 ଏଥିରେ ପ୍ରହରୀ ଜଣାଇ କହିଲା, “ସେ ଜଣ ହିଁ ସେମାନଙ୍କ ନିକଟକୁ ଗଲା, ଆଉ ସେ ଫେରିଆସୁ ନାହିଁ; ପୁଣି ରଥଚାଳନ ନିମ୍ଶିର ପୁତ୍ର ଯେହୂର ଚାଳନା ପରି; କାରଣ ସେ ଅତି ପ୍ରଚଣ୍ଡ ବେଗରେ ଚଳାଏ।”
Ɔwɛmfoɔ no teaam sɛ, “Ɔpɔnkɔkafoɔ no ahyia wɔn, nanso ɔno nso mma. Ɛbɛyɛ Nimsi babarima Yehu a ɔka ɔpɔnkɔ mmirikatɛntɛ so no.”
21 ତେବେ ଯୋରାମ୍ କହିଲେ, “ରଥ ପ୍ରସ୍ତୁତ କର।” ତହିଁରେ ସେମାନେ ତାଙ୍କର ରଥ ପ୍ରସ୍ତୁତ କଲେ। ପୁଣି ଇସ୍ରାଏଲର ରାଜା ଯୋରାମ୍ ଓ ଯିହୁଦାର ରାଜା ଅହସୀୟ ଆପଣା ଆପଣା ରଥରେ ବାହାରିଲେ, ଆଉ ସେମାନେ ଯେହୂଙ୍କୁ ଭେଟିବାକୁ ଯାଇ ଯିଷ୍ରିୟେଲୀୟ ନାବୋତର ଭୂମିରେ ତାଙ୍କୁ ଦେଖିଲେ।
Ɔhene Yoram hyɛɛ sɛ, “Ntɛm, monyɛ me teaseɛnam no krado mma me.” Na Israelhene Yoram ne Yudahene Ahasia tenatenaa wɔn nteaseɛnam mu kɔhyiaa Yehu. Wɔhyiaa no wɔ asase a na ɛyɛ Nabot, Yesreelni dea no so.
22 ପୁଣି ଯୋରାମ୍ ଯେହୂଙ୍କୁ ଦେଖନ୍ତେ, ତାଙ୍କୁ ପଚାରିଲେ, “ଯେହୂ କୁଶଳ କି?” ତହିଁରେ; ସେ ଉତ୍ତର କଲେ, “ଯେପର୍ଯ୍ୟନ୍ତ ତୁମ୍ଭ ମାତା ଈଷେବଲ୍ର ଏତେ ବ୍ୟଭିଚାର ଓ ମାୟାବୀତ୍ୱ ଅଛି, ସେପର୍ଯ୍ୟନ୍ତ କି କୁଶଳ?”
Ɔhene Yoram bisaa sɛ, “Wobaa no asomdwoeɛ so anaa, Yehu?” Yehu buaa sɛ, “Mpɛn dodoɔ a wo maame Isebel abosom ne ne bayie atwa yɛn ho ahyia yi, ɛbɛyɛ dɛn na maba no asomdwoeɛ so?”
23 ଏଥିରେ ଯୋରାମ୍ ଆପଣା ହସ୍ତ ଫେରାଇ ପଳାଇଲେ ଓ ଅହସୀୟଙ୍କୁ କହିଲେ, “ହେ ଅହସୀୟ, ବିଶ୍ୱାସଘାତକତା ହେଲା।”
Ɛnna ɔhene Yoram twee ne teaseɛnam pɔnkɔ no ahoma, de danee ɔpɔnkɔ no ani, dwaneeɛ a ɔreteateam sɛ, “Ɔmammɔfoɔ Ahasia!”
24 ତହୁଁ ଯେହୂ ଆପଣାର ସମ୍ପୂର୍ଣ୍ଣ ବଳରେ ଧନୁ ଟାଣି ଯୋରାମ୍ଙ୍କର ଦୁଇ ବାହୁ ମଧ୍ୟକୁ ମାରନ୍ତେ, ତୀର ତାଙ୍କ ହୃଦୟ ଦେଇ ବାହାରିଗଲା, ତହିଁରେ ସେ ଆପଣା ରଥରେ ନଇଁ ପଡ଼ିଲେ।
Na Yehu twee nʼagyan to wɔɔ Yoram mmati ntam. Agyan no hwiree nʼakoma mu, ma ɔbu hwee ne teaseɛnam no mu, wuiɛ.
25 ତେବେ ଯେହୂ ଆପଣା ସେନାପତି ବିଦ୍କରକୁ କହିଲେ, “ତାହାକୁ ଉଠାଇ ନେଇ ଯିଷ୍ରିୟେଲୀୟ ନାବୋତର କ୍ଷେତ୍ରଭୂମିରେ ପକାଇଦିଅ; କାରଣ ମୁଁ ଓ ତୁମ୍ଭେ ଆରୋହଣ କରି ଏକତ୍ର ତାହାର ପିତା ଆହାବର ପଶ୍ଚାତ୍ଗମନ କରିବା ବେଳେ ସଦାପ୍ରଭୁ କିପ୍ରକାରେ ତାହା ଉପରେ ଏହି ଭାରୋକ୍ତି ଥୋଇଥିଲେ, ଏହା ସ୍ମରଣ କର:
Yehu ka kyerɛɛ ne kunini Bidkar sɛ, “To no twene Nabot, Yesreelni no asase no so. Wokae ɛberɛ a na yɛtete nteaseɛnam mu di nʼagya Ahab akyi no? Awurade kaa sɛ,
26 ଯଥା, ସଦାପ୍ରଭୁ କହନ୍ତି, ‘ଆମ୍ଭେ ନିଶ୍ଚୟ ଗତ କାଲି ନାବୋତର ରକ୍ତ ଓ ତାହାର ପୁତ୍ରମାନଙ୍କ ରକ୍ତ ଦେଖିଲୁ; ପୁଣି ଆମ୍ଭେ ଏହି ଭୂମିରେ ତୁମ୍ଭକୁ ପ୍ରତିଫଳ ଦେବା, ଏହା ସଦାପ୍ରଭୁଙ୍କ ଉକ୍ତି।’ ଏହେତୁ ତୁମ୍ଭେ ସଦାପ୍ରଭୁଙ୍କ ଉକ୍ତି ଅନୁସାରେ ତାହାକୁ ନେଇ ସେହି କ୍ଷେତ୍ରଭୂମିରେ ପକାଇଦିଅ।”
‘Meka ntam di nse sɛ, mɛtua no so ka wɔ Nabot agyapadeɛ yi mu. Sɛ ɔkum Nabot ne ne mmammarima nnora a mehunuu no enti, mɛtua no ka. Enti, to no twene wɔ Nabot asase yi so.’”
27 ମାତ୍ର ଯିହୁଦାର ରାଜା ଅହସୀୟ ଏହା ଦେଖି ଉଦ୍ୟାନ ଗୃହର ପଥ ଦେଇ ପଳାଇଲେ। ତହିଁରେ ଯେହୂ ତାଙ୍କର ପଛେ ପଛେ ଯାଇ କହିଲେ, “ତାହାକୁ ମଧ୍ୟ ରଥରେ ଆଘାତ କର।” ତହୁଁ ସେମାନେ ଯିବ୍ଲିୟିମ ନିକଟସ୍ଥ ଗୂର୍ ନାମକ ଉଠାଣି ନିକଟରେ ତାଙ୍କୁ ଆଘାତ କଲେ। ଆଉ ସେ ମଗିଦ୍ଦୋକୁ ପଳାଇ ସେଠାରେ ମଲେ।
Ɛberɛ a Yudahene Ahasia hunuu asɛm a asi no, ɔdwane kɔɔ Bet-Hagan. Yehu taa no teateaam sɛ, “Monkum ɔno nso bi.” Enti, wɔtoo Ahasia agyan wɔ ne teaseɛnam mu wɔ Gur aforoeɛ a ɛbɛn Yibleam. Ɔtumi kɔeɛ ara kɔduruu Megido, na ɔwuu wɔ hɔ.
28 ତହୁଁ ତାଙ୍କର ଦାସମାନେ ତାଙ୍କୁ ରଥରେ ଯିରୂଶାଲମକୁ ନେଇଗଲେ ଓ ଦାଉଦ-ନଗରରେ ତାଙ୍କର ପିତୃଲୋକଙ୍କ ସହିତ ତାଙ୍କର କବରରେ ତାଙ୍କୁ କବର ଦେଲେ।
Ne mpanimfoɔ de no too teaseɛnam mu, kɔɔ Yerusalem, kɔsiee no ne mpanimfoɔ ho wɔ Dawid kurom.
29 ଆହାବଙ୍କର ପୁତ୍ର ଯୋରାମ୍ଙ୍କ ରାଜତ୍ଵର ଏକାଦଶ ବର୍ଷରେ ଅହସୀୟ ଯିହୁଦା ଉପରେ ରାଜତ୍ୱ କରିବାକୁ ଆରମ୍ଭ କରିଥିଲେ।
Na Ahasia dii adeɛ wɔ Yuda no, na Israelhene Yoram nso adi adeɛ mfeɛ dubaako.
30 ଏଉତ୍ତାରେ ଯେହୂ ଯିଷ୍ରିୟେଲରେ ଉପସ୍ଥିତ ହୁଅନ୍ତେ, ଈଷେବଲ୍ ତାହା ଶୁଣିଲା; ତହୁଁ ସେ ଆପଣା ଚକ୍ଷୁରେ ଅଞ୍ଜନ ଦେଇ ଓ ଆପଣା ମସ୍ତକ ଭୂଷିତ କରି ଝରକା ନିକଟରେ ବାହାରକୁ ଅନାଇଲା।
Ɛberɛ a ɔhemmaa Isebel tee sɛ Yehu aba Yesreel no, ɔkekaa nʼanintɔn, yɛɛ ne ti fɛfɛɛfɛ, tɛɛ mpomma mu.
31 ପୁଣି ଯେହୂ ଦ୍ୱାରରେ ପ୍ରବେଶ କରିବା ବେଳେ ଈଷେବଲ୍ କହିଲା, “ହେ ଆପଣା ପ୍ରଭୁର ହତ୍ୟାକାରୀ ସିମ୍ରି, କୁଶଳ କି?”
Ɛberɛ a Yehu wuraa ahemfie ɛpono no mu no, ɔhemmaa no teaam guu ne so sɛ, “Owudifoɔ, wobaa no asomdwoeɛ so anaa? Wote sɛ Simri a ɔkumm ne wura no.”
32 ଏଥିରେ ଯେହୂ ଝରକା ଆଡ଼େ ଆପଣା ମୁଖ ଉଠାଇ କହିଲେ, “କିଏ ମୋʼ ପକ୍ଷରେ ଅଛି? କିଏ?” ତହୁଁ ତାଙ୍କ ଆଡ଼କୁ ଦୁଇ ବା ତିନି ନପୁଂସକ ଅନାଇଲେ।
Yehu pagyaa nʼani hunuu no wɔ mpomma no mu teaam sɛ, “Hwan na ɔwɔ mʼafa!” Na apiafoɔ baanu anaa baasa hwɛɛ no.
33 ଏଥିରେ ଯେହୂ କହିଲେ, “ତାକୁ ତଳକୁ ପକାଇଦିଅ।” ତହୁଁ ସେମାନେ ଈଷେବଲ୍କୁ ତଳକୁ ପକାଇଦେଲେ; ପୁଣି ତାହାର କିଛି ରକ୍ତ ପ୍ରାଚୀର ଓ ଅଶ୍ୱମାନଙ୍କ ଉପରେ ଛିଟ୍କି ପଡ଼ିଲା ଓ ସେ ତାକୁ ପାଦ ତଳେ ଦଳିଲେ।
Yehu teaam sɛ, “Monto no ntwene fam.” Enti, wɔtoo no firii mpomma no mu, maa ne mogya bi bɔ petee ɔfasuo no ne nʼapɔnkɔ ho. Na Yehu maa nʼapɔnkɔ tiatiaa nʼamu no so.
34 ଏଥିଉତ୍ତାରେ ଯେହୂ ଭିତରକୁ ଯାଇ ଭୋଜନପାନ କଲେ; ଆଉ ସେ କହିଲେ, “ଏବେ ସେହି ଅଭିଶପ୍ତ ସ୍ତ୍ରୀର ବିଷୟ ବୁଝ ଓ ତାକୁ କବର ଦିଅ; କାରଣ ସେ ରାଜକନ୍ୟା।”
Na Yehu kɔɔ ahemfie hɔ kɔdidi, nomeeɛ. Akyire yi, ɔkaa sɛ, “Monkɔ nkɔsie ɔbaa a wɔadome no yi, ɛfiri sɛ, ɔyɛ ɔhene babaa.”
35 ଏଥିରେ ସେମାନେ ତାକୁ କବର ଦେବାକୁ ଗଲେ; ମାତ୍ର ତାହା ମୁଣ୍ଡର ଖପୁରୀ ଓ ପାଦ ଓ ହାତ ପାପୁଲି ଛଡ଼ା ଆଉ କିଛି ପାଇଲେ ନାହିଁ
Nanso, wɔkɔɔ sɛ wɔrekɔsie no no, ne tikwankoraa, ne nan ne ne nsa nko ara na wɔhunuiɛ.
36 ଏହେତୁ ସେମାନେ ଫେରିଆସି ଯେହୂଙ୍କୁ ଜଣାଇଲେ। ତହିଁରେ ସେ କହିଲେ, “ଏ ତ ସଦାପ୍ରଭୁଙ୍କ ବାକ୍ୟ, ସେ ଆପଣା ଦାସ ତିଶ୍ବୀୟ ଏଲୀୟଙ୍କ ଦ୍ୱାରା ଏହା କହିଥିଲେ, ଯଥା, ‘ଯିଷ୍ରିୟେଲୀୟ ଭୂମିରେ କୁକ୍କୁରମାନେ ଈଷେବଲ୍ର ମାଂସ ଖାଇବେ;
Ɛberɛ a wɔbɛbɔɔ Yehu amaneɛ no, ɔkaa sɛ, “Yei hyɛ asɛm a Awurade nam ne ɔsomfoɔ Tisbini Elia so kaeɛ no ma sɛ, ‘Asase tam bi a ɛda Yesreel no so na nkraman bɛwe Isebel ɛnam.
37 ଆଉ ଯିଷ୍ରିୟେଲୀୟ ଭୂମିରେ ଈଷେବଲ୍ର ଶବ କ୍ଷେତ୍ର ଉପରେ ଖତ ପରି ହେବ; ତହିଁରେ ଏ ଈଷେବଲ୍ ବୋଲି ଲୋକେ କହିବେ ନାହିଁ।’”
Na nʼamu bɛbɔ apete, te sɛ wura wɔ Yesreel haban mu a ne saa enti, obiara ntumi nhunu no.’”