< ଦ୍ୱିତୀୟ ରାଜାବଳୀ 9 >

1 ଏଥିଉତ୍ତାରେ ଇଲୀଶାୟ ଭବିଷ୍ୟଦ୍‍ବକ୍ତା ଭବିଷ୍ୟଦ୍‍ବକ୍ତାଗଣଙ୍କ ଦଳ ମଧ୍ୟରୁ ଜଣକୁ ଡାକି କହିଲେ, “ତୁମ୍ଭ କଟି ବାନ୍ଧ ଓ ଏହି ତୈଳ ଶିଶି ହସ୍ତରେ ନେଇ ରାମୋତ୍‍-ଗିଲୀୟଦକୁ ଯାଅ।
Prorok pak Elizeus povolal jednoho z synů prorockých, a řekl jemu: Přepaš bedra svá, a vezmi tuto nádobku oleje do ruky své, a jdi do Rámot Galád.
2 ପୁଣି ତୁମ୍ଭେ ସେଠାରେ ଉପସ୍ଥିତ ହେଲେ, ନିମ୍‍ଶିଙ୍କର ପୌତ୍ର ଯିହୋଶାଫଟ୍‍ଙ୍କର ପୁତ୍ର ଯେହୂଙ୍କର ଅନ୍ୱେଷଣ କର ଓ ଭିତରକୁ ଯାଇ ତାଙ୍କର ଭ୍ରାତୃଗଣ ମଧ୍ୟରୁ ତାଙ୍କୁ ଉଠାଇ ଏକ ଭିତର କୋଠରିକୁ ନେଇଯାଅ।
A když tam přijdeš, uzříš tam Jéhu, syna Jozafata syna Namsi. K němuž když přijdeš, vyvoláš ho z prostředku bratří jeho, a uvedeš ho do nejtajnějšího pokojíku.
3 ପୁଣି ତୈଳ ଶିଶି ନେଇ ତାଙ୍କ ମସ୍ତକରେ ଢାଳି କୁହ, ‘ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ ତୁମ୍ଭକୁ ଇସ୍ରାଏଲ ଉପରେ ରାଜାଭିଷିକ୍ତ କରିଅଛୁ।’ ତହୁଁ ତୁମ୍ଭେ ଦ୍ୱାର ଫିଟାଇ ପଳାଇ ଯାଅ ଓ ବିଳମ୍ବ ନ କର।”
A vezma nádobku oleje, vyleješ na hlavu jeho a díš: Toto praví Hospodin: Pomazuji tebe za krále nad Izraelem. A hned otevra dvéře, utec a nemeškej se.
4 ତହିଁରେ ସେ ଯୁବା, ଅର୍ଥାତ୍‍, ସେହି ଯୁବା ଭବିଷ୍ୟଦ୍‍ବକ୍ତା ରାମୋତ୍‍-ଗିଲୀୟଦକୁ ଗଲେ।
I odšel mládenec ten služebník prorokův do Rámot Galád.
5 ଆଉ ସେ ଉପସ୍ଥିତ ହେବା ବେଳେ ଦେଖ, ସେନାପତିମାନେ ବସିଅଛନ୍ତି; ତହିଁରେ ସେ କହିଲେ, “ହେ ସେନାପତି, ତୁମ୍ଭଠାରେ ମୋହର ଏକ କାର୍ଯ୍ୟ ଅଛି।” ତହୁଁ ଯେହୂ କହିଲେ, “ଆମ୍ଭ ସମସ୍ତଙ୍କ ମଧ୍ୟରୁ କାହାଠାରେ?” ତହିଁରେ ସେ କହିଲେ, “ହେ ସେନାପତି, ତୁମ୍ଭଠାରେ।”
A když přišel, aj, knížata vojska seděli. I řekl: Mámť něco povědíti, ó kníže. I řekl Jéhu: Komu ze všech nás? Odpověděl: Tobě, ó kníže.
6 ଏଥିରେ ସେ ଉଠି ଗୃହ ଭିତରକୁ ଗଲେ; ତହୁଁ ଭବିଷ୍ୟଦ୍‍ବକ୍ତା ତାଙ୍କର ମସ୍ତକରେ ତୈଳ ଢାଳି ତାଙ୍କୁ କହିଲେ, “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ‘ଆମ୍ଭେ ତୁମ୍ଭକୁ ସଦାପ୍ରଭୁଙ୍କ ଲୋକ, ଅର୍ଥାତ୍‍, ଇସ୍ରାଏଲ ଉପରେ ରାଜାଭିଷିକ୍ତ କଲୁ।
Vyvstav tedy, všel do vnitřku. I vylil olej na hlavu jeho a řekl jemu: Toto praví Hospodin, Bůh Izraelský: Pomazuji tebe za krále nad lidem Hospodinovým, nad Izraelem.
7 ପୁଣି ଆମ୍ଭେ ଯେପରି ଈଷେବଲ୍‍ ହସ୍ତରୁ ଆମ୍ଭ ଦାସ ଭବିଷ୍ୟଦ୍‍ବକ୍ତାଗଣଙ୍କ ରକ୍ତର ଓ ସଦାପ୍ରଭୁଙ୍କ ଦାସସମୂହର ରକ୍ତର ପରିଶୋଧ ନେବୁ, ଏଥିପାଇଁ ତୁମ୍ଭେ ଆପଣା ପ୍ରଭୁ ଆହାବର ବଂଶକୁ ଆଘାତ କରିବ।
A zmorduješ dům Achaba pána svého; neboť pomstím krve služebníků svých proroků, a krve všech služebníků Hospodinových z ruky Jezábel.
8 କାରଣ ଆହାବର ସମୁଦାୟ ବଂଶ ବିନଷ୍ଟ ହେବେ ଓ ଆମ୍ଭେ ଇସ୍ରାଏଲ ମଧ୍ୟରେ ଆହାବ ସମ୍ପର୍କୀୟ ପ୍ରତ୍ୟେକ ପୁଂସନ୍ତାନକୁ ଓ ବଦ୍ଧ କି ମୁକ୍ତ ଲୋକକୁ ଉଚ୍ଛିନ୍ନ କରିବା।
A tak zahyne všecken dům Achabův, a vypléním z domu Achabova močícího na stěnu, a zajatého i zanechaného v Izraeli.
9 ଆଉ ଆମ୍ଭେ ଆହାବ ବଂଶକୁ ନବାଟର ପୁତ୍ର ଯାରବୀୟାମର ବଂଶ ତୁଲ୍ୟ ଓ ଅହୀୟର ପୁତ୍ର ବାଶାର ବଂଶ ତୁଲ୍ୟ କରିବା।
Učiním zajisté domu Achabovu, jako domu Jeroboámovu syna Nebatova, a jako domu Bázy syna Achiášova.
10 ପୁଣି କୁକ୍କୁରମାନେ ଈଷେବଲ୍‍କୁ ଯିଷ୍ରିୟେଲ ଭୂମିରେ ଖାଇବେ ଓ ତାହାକୁ କବର ଦେବା ପାଇଁ କେହି ନ ଥିବ।’” ତହୁଁ ଭବିଷ୍ୟଦ୍‍ବକ୍ତା ଦ୍ୱାର ଫିଟାଇ ପଳାଇଗଲେ।
Jezábel pak sežerou psi na poli Jezreel, a nebude, kdo by ji pochoval. A rychle otevřev dvéře, utekl.
11 ତହିଁରେ ଯେହୂ ବାହାର ହୋଇ ଆପଣା ପ୍ରଭୁର ଦାସମାନଙ୍କ ନିକଟକୁ ଆସନ୍ତେ, ଜଣେ ତାଙ୍କୁ ପଚାରିଲା, “ସବୁ ମଙ୍ଗଳ ତ? ସେ ବାତୁଳଟି କାହିଁକି ତୁମ୍ଭ ନିକଟକୁ ଆସିଥିଲା?” ତହିଁରେ ଯେହୂ ସେମାନଙ୍କୁ କହିଲେ, “ସେ ଲୋକକୁ ଓ ତାହାର କଥା କଅଣ, ତୁମ୍ଭେମାନେ ତ ଜାଣ।”
A když Jéhu vyšel k služebníkům pána svého, řekl mu jeden: Dobře-li se děje? Proč přišel ten blázen k tobě? Odpověděl jim: Vy znáte člověka i řeč jeho.
12 ଏଥିରେ ସେମାନେ କହିଲେ, “ଏ ମିଛ; ଏବେ ଆମ୍ଭମାନଙ୍କୁ କୁହ।” ତହୁଁ ଯେହୂ କହିଲେ, “ସେ ମୋତେ ଏପରି ଏପରି କହିଲା, ସଦାପ୍ରଭୁ ଏହି କଥା କହନ୍ତି, ‘ଆମ୍ଭେ ତୁମ୍ଭକୁ ଇସ୍ରାଏଲ ଉପରେ ରାଜାଭିଷିକ୍ତ କଲୁ।’”
I řekli: Klamť jest, pověz nám medle. Kterýž řekl: Takto a takto mluvil mi, řka: Toto praví Hospodin: Pomazuji tě za krále nad Izraelem.
13 ତହୁଁ ସେମାନେ ପ୍ରତ୍ୟେକେ ଶୀଘ୍ର ଆପଣା ଆପଣା ବସ୍ତ୍ର ନେଇ ସୋପାନ ଉପରେ ଯେହୂଙ୍କର ତଳେ ରଖିଲେ ଓ ତୂରୀ ବଜାଇ କହିଲେ, “ଯେହୂ ରାଜା ହେଲେ।”
Tedy rychle vzali jeden každý roucho své, a prostřeli pod něj na nejvyšším stupni, a troubíce v troubu, pravili: Kralujeť Jéhu.
14 ଏଥିରେ ନିମ୍‍ଶିଙ୍କର ପୌତ୍ର ଯିହୋଶାଫଟ୍‍ଙ୍କର ପୁତ୍ର ଯେହୂ ଯୋରାମ୍‍ଙ୍କ ବିରୁଦ୍ଧରେ ଚକ୍ରାନ୍ତ କଲେ। (ସେସମୟରେ ଯୋରାମ୍‍ ଓ ସମସ୍ତ ଇସ୍ରାଏଲ ଅରାମର ରାଜା ହସାୟେଲଠାରୁ ରାମୋତ୍‍-ଗିଲୀୟଦ ରକ୍ଷା କରୁଥିଲେ।
Zatím spuntoval se Jéhu syn Jozafata, syna Namsi, proti Joramovi, (když Joram ostříhaje Rámot Galád spolu se vším Izraelem, před Hazaelem králem Syrským,
15 ମାତ୍ର ଯୋରାମ୍‍ ରାଜା ଅରାମର ରାଜା ହସାୟେଲ ସଙ୍ଗେ ଯୁଦ୍ଧ କରିବା ବେଳେ ଅରାମୀୟ ଲୋକମାନେ ତାଙ୍କୁ ଯେଉଁ କ୍ଷତବିକ୍ଷତ କରିଥିଲେ, ତହିଁରୁ ସେ ସୁସ୍ଥ ହେବା ନିମନ୍ତେ ଯିଷ୍ରିୟେଲକୁ ଫେରି ଯାଇଥିଲେ)। ପୁଣି ଯେହୂ କହିଲେ, “ଯେବେ ଏ ତୁମ୍ଭମାନଙ୍କ ମତ, ତେବେ ଯିଷ୍ରିୟେଲରେ ଏହା ଜଣାଇବା ପାଇଁ କାହାରିକୁ ନଗରର ବାହାରକୁ ପଳାଇ ଯିବାକୁ ନ ଦିଅ।”
Navrátil se byl Joram král, aby se hojil v Jezreel na rány, kterýmiž ho ranili Syrští, když bojoval proti Hazaelovi králi Syrskému). A řekl Jéhu: Vidí-li se vám, nechť nevychází žádný z města, kterýž by šel a oznámil to v Jezreel.
16 ତହିଁରେ ଯେହୂ ରଥରେ ଚଢ଼ି ଯିଷ୍ରିୟେଲକୁ ଗଲେ; କାରଣ ସେସ୍ଥାନରେ ଯୋରାମ୍‍ ଶଯ୍ୟାଗତ ହୋଇଥିଲେ। ପୁଣି ଯିହୁଦାର ରାଜା ଅହସୀୟ ଯୋରାମ୍‍ଙ୍କୁ ଦେଖିବାକୁ ଆସିଥିଲେ।
I vsedl na vůz Jéhu a jel do Jezreel, nebo Joram ležel tam. Ochoziáš také král Judský přijel byl, aby navštívil Jorama.
17 ସେତେବେଳେ ଯିଷ୍ରିୟେଲ ଦୁର୍ଗ ଉପରେ ପ୍ରହରୀ ଠିଆ ହୋଇଥିଲା, ପୁଣି ଯେହୂ ଆସୁ ଆସୁ ପ୍ରହରୀ ତାଙ୍କର ଲୋକଦଳକୁ ଦେଖି କରି କହିଲା, “ମୁଁ ଏକ ଦଳ ଲୋକ ଦେଖୁଅଛି।” ତହିଁରେ ଯୋରାମ୍‍ କହିଲେ, “ଜଣେ ଅଶ୍ୱାରୋହୀକୁ ନେଇ ସେମାନଙ୍କୁ ସାକ୍ଷାତ କରିବା ପାଇଁ ପଠାଅ ଓ ସେ ପଚାରୁ, ‘କୁଶଳ କି?’”
V tom strážný, kterýž stál na věži v Jezreel, když viděl houf Jéhu přicházející, řekl: Vidím jakýsi houf. I řekl Joram: Povolej jízdného, a pošli vstříc jim, aby se otázal: Jest-li pokoj?
18 ତହିଁରେ ଜଣେ ଅଶ୍ୱ ଚଢ଼ି ତାଙ୍କୁ ସାକ୍ଷାତ କରିବାକୁ ଯାଇ କହିଲା, “ରାଜା ପଚାରୁଅଛନ୍ତି, ‘କୁଶଳ କି?’” ତହିଁରେ ଯେହୂ କହିଲେ, “କୁଶଳରେ ତୁମ୍ଭର କଅଣ ଅଛି? ତୁମ୍ଭେ ମୋʼ ପଛକୁ ଯାଅ।” ଏଥିରେ ପ୍ରହରୀ ଜଣାଇ କହିଲା, “ଦୂତ ସେମାନଙ୍କ ନିକଟକୁ ଗଲା, ମାତ୍ର ସେ ଫେରିଆସୁ ନାହିଁ।”
I vyjel jízdný proti nim a řekl: Takto praví král: Jest-li pokoj? Odpověděl Jéhu: Co tobě do pokoje? Jeď za mnou. Protož oznámil to strážný, řka: Přijel posel až k nim, ale nevracuje se.
19 ତହୁଁ ଯୋରାମ୍‍ ଦ୍ୱିତୀୟ ଜଣକୁ ଅଶ୍ୱରେ ପଠାନ୍ତେ, ସେ ସେମାନଙ୍କ ନିକଟକୁ ଯାଇ କହିଲା, “ରାଜା ପଚାରୁଅଛନ୍ତି, ‘କୁଶଳ କି?’” ପୁଣି ଯେହୂ ଉତ୍ତର କଲେ, “କୁଶଳରେ ତୁମ୍ଭର କଅଣ ଅଛି? ତୁମ୍ଭେ ମୋʼ ପଛକୁ ଯାଅ।”
Ještě poslal druhého jízdného. Kterýž přijel k nim a řekl: Takto praví král: Jest-li pokoj? Odpověděl Jéhu: Co tobě do pokoje? Jeď za mnou.
20 ଏଥିରେ ପ୍ରହରୀ ଜଣାଇ କହିଲା, “ସେ ଜଣ ହିଁ ସେମାନଙ୍କ ନିକଟକୁ ଗଲା, ଆଉ ସେ ଫେରିଆସୁ ନାହିଁ; ପୁଣି ରଥଚାଳନ ନିମ୍‍ଶିର ପୁତ୍ର ଯେହୂର ଚାଳନା ପରି; କାରଣ ସେ ଅତି ପ୍ରଚଣ୍ଡ ବେଗରେ ଚଳାଏ।”
Opět oznámil to strážný, řka: Přijel až k nim, ale nevrací se. Příjezd pak jest jako příjezd Jéhu syna Namsi; nebo vztekle jede.
21 ତେବେ ଯୋରାମ୍‍ କହିଲେ, “ରଥ ପ୍ରସ୍ତୁତ କର।” ତହିଁରେ ସେମାନେ ତାଙ୍କର ରଥ ପ୍ରସ୍ତୁତ କଲେ। ପୁଣି ଇସ୍ରାଏଲର ରାଜା ଯୋରାମ୍‍ ଓ ଯିହୁଦାର ରାଜା ଅହସୀୟ ଆପଣା ଆପଣା ରଥରେ ବାହାରିଲେ, ଆଉ ସେମାନେ ଯେହୂଙ୍କୁ ଭେଟିବାକୁ ଯାଇ ଯିଷ୍ରିୟେଲୀୟ ନାବୋତର ଭୂମିରେ ତାଙ୍କୁ ଦେଖିଲେ।
Tedy řekl Joram: Zapřáhni. I zapřáhl k vozu jeho. Takž vyjel Joram král Izraelský a Ochoziáš král Judský, každý na voze svém, a vyjevše proti Jéhu, potkali se s ním na poli Nábota Jezreelského.
22 ପୁଣି ଯୋରାମ୍‍ ଯେହୂଙ୍କୁ ଦେଖନ୍ତେ, ତାଙ୍କୁ ପଚାରିଲେ, “ଯେହୂ କୁଶଳ କି?” ତହିଁରେ; ସେ ଉତ୍ତର କଲେ, “ଯେପର୍ଯ୍ୟନ୍ତ ତୁମ୍ଭ ମାତା ଈଷେବଲ୍‍ର ଏତେ ବ୍ୟଭିଚାର ଓ ମାୟାବୀତ୍ୱ ଅଛି, ସେପର୍ଯ୍ୟନ୍ତ କି କୁଶଳ?”
I stalo se, když uzřel Joram Jéhu, že řekl: Jest-liž pokoj, Jéhu? Odpověděl: Jaký pokoj, poněvadž ještě smilství Jezábel matky tvé a kouzelnictví její velmi mnohá trvají?
23 ଏଥିରେ ଯୋରାମ୍‍ ଆପଣା ହସ୍ତ ଫେରାଇ ପଳାଇଲେ ଓ ଅହସୀୟଙ୍କୁ କହିଲେ, “ହେ ଅହସୀୟ, ବିଶ୍ୱାସଘାତକତା ହେଲା।”
Pročež obrátiv se Joram, utíkal a řekl Ochoziášovi: Zrada, Ochoziáši!
24 ତହୁଁ ଯେହୂ ଆପଣାର ସମ୍ପୂର୍ଣ୍ଣ ବଳରେ ଧନୁ ଟାଣି ଯୋରାମ୍‍ଙ୍କର ଦୁଇ ବାହୁ ମଧ୍ୟକୁ ମାରନ୍ତେ, ତୀର ତାଙ୍କ ହୃଦୟ ଦେଇ ବାହାରିଗଲା, ତହିଁରେ ସେ ଆପଣା ରଥରେ ନଇଁ ପଡ଼ିଲେ।
Ale Jéhu pochytiv lučiště, postřelil Jorama mezi ramenem jeho, tak že střela pronikla srdce jeho. I padl na voze svém.
25 ତେବେ ଯେହୂ ଆପଣା ସେନାପତି ବିଦ୍‍କରକୁ କହିଲେ, “ତାହାକୁ ଉଠାଇ ନେଇ ଯିଷ୍ରିୟେଲୀୟ ନାବୋତର କ୍ଷେତ୍ରଭୂମିରେ ପକାଇଦିଅ; କାରଣ ମୁଁ ଓ ତୁମ୍ଭେ ଆରୋହଣ କରି ଏକତ୍ର ତାହାର ପିତା ଆହାବର ପଶ୍ଚାତ୍‍ଗମନ କରିବା ବେଳେ ସଦାପ୍ରଭୁ କିପ୍ରକାରେ ତାହା ଉପରେ ଏହି ଭାରୋକ୍ତି ଥୋଇଥିଲେ, ଏହା ସ୍ମରଣ କର:
Zatím řekl Jéhu Badakerovi, hejtmanu svému: Vezma, povrz jej na pole Nábota Jezreelského; nebo pamatuješ, když jsme já a ty jeli spolu za Achabem otcem jeho, že Hospodin vynesl proti němu pohrůžku tuto, řka:
26 ଯଥା, ସଦାପ୍ରଭୁ କହନ୍ତି, ‘ଆମ୍ଭେ ନିଶ୍ଚୟ ଗତ କାଲି ନାବୋତର ରକ୍ତ ଓ ତାହାର ପୁତ୍ରମାନଙ୍କ ରକ୍ତ ଦେଖିଲୁ; ପୁଣି ଆମ୍ଭେ ଏହି ଭୂମିରେ ତୁମ୍ଭକୁ ପ୍ରତିଫଳ ଦେବା, ଏହା ସଦାପ୍ରଭୁଙ୍କ ଉକ୍ତି।’ ଏହେତୁ ତୁମ୍ଭେ ସଦାପ୍ରଭୁଙ୍କ ଉକ୍ତି ଅନୁସାରେ ତାହାକୁ ନେଇ ସେହି କ୍ଷେତ୍ରଭୂମିରେ ପକାଇଦିଅ।”
Zajisté krve Nábotovy a krve synů jeho, kterouž jsem viděl včera, řekl Hospodin, pomstím na tobě na poli tomto. Hospodin to řekl, nyní tedy vezma, povrz jej na pole, vedlé řeči Hospodinovy.
27 ମାତ୍ର ଯିହୁଦାର ରାଜା ଅହସୀୟ ଏହା ଦେଖି ଉଦ୍ୟାନ ଗୃହର ପଥ ଦେଇ ପଳାଇଲେ। ତହିଁରେ ଯେହୂ ତାଙ୍କର ପଛେ ପଛେ ଯାଇ କହିଲେ, “ତାହାକୁ ମଧ୍ୟ ରଥରେ ଆଘାତ କର।” ତହୁଁ ସେମାନେ ଯିବ୍ଲିୟିମ ନିକଟସ୍ଥ ଗୂର୍‍ ନାମକ ଉଠାଣି ନିକଟରେ ତାଙ୍କୁ ଆଘାତ କଲେ। ଆଉ ସେ ମଗିଦ୍ଦୋକୁ ପଳାଇ ସେଠାରେ ମଲେ।
Ochoziáš pak král Judský uzřev to, utíkal cestou k domu zahradnímu. Ale honil ho Jéhu a řekl: I toho zabíte na voze jeho. Takž ho ranili, když vyjížděl k Guru, kteréž jest podlé Jibleam. I utekl do Mageddo a tam umřel.
28 ତହୁଁ ତାଙ୍କର ଦାସମାନେ ତାଙ୍କୁ ରଥରେ ଯିରୂଶାଲମକୁ ନେଇଗଲେ ଓ ଦାଉଦ-ନଗରରେ ତାଙ୍କର ପିତୃଲୋକଙ୍କ ସହିତ ତାଙ୍କର କବରରେ ତାଙ୍କୁ କବର ଦେଲେ।
Kteréhož vloživše na vůz služebníci jeho, vezli jej do Jeruzaléma, a pochovali jej v hrobě jeho s otci jeho v městě Davidově.
29 ଆହାବଙ୍କର ପୁତ୍ର ଯୋରାମ୍‍ଙ୍କ ରାଜତ୍ଵର ଏକାଦଶ ବର୍ଷରେ ଅହସୀୟ ଯିହୁଦା ଉପରେ ରାଜତ୍ୱ କରିବାକୁ ଆରମ୍ଭ କରିଥିଲେ।
Léta jedenáctého Jorama syna Achabova počal kralovati Ochoziáš nad Judou.
30 ଏଉତ୍ତାରେ ଯେହୂ ଯିଷ୍ରିୟେଲରେ ଉପସ୍ଥିତ ହୁଅନ୍ତେ, ଈଷେବଲ୍‍ ତାହା ଶୁଣିଲା; ତହୁଁ ସେ ଆପଣା ଚକ୍ଷୁରେ ଅଞ୍ଜନ ଦେଇ ଓ ଆପଣା ମସ୍ତକ ଭୂଷିତ କରି ଝରକା ନିକଟରେ ବାହାରକୁ ଅନାଇଲା।
Potom Jéhu přijel do Jezreel. O čemž když uslyšela Jezábel, ulíčila tvář svou, a ozdobila hlavu svou, a vyhlédala z okna.
31 ପୁଣି ଯେହୂ ଦ୍ୱାରରେ ପ୍ରବେଶ କରିବା ବେଳେ ଈଷେବଲ୍‍ କହିଲା, “ହେ ଆପଣା ପ୍ରଭୁର ହତ୍ୟାକାରୀ ସିମ୍ରି, କୁଶଳ କି?”
A když Jéhu jel skrze bránu, řekla: Jest-li pokoj, ó Zamri, mordéři pána svého?
32 ଏଥିରେ ଯେହୂ ଝରକା ଆଡ଼େ ଆପଣା ମୁଖ ଉଠାଇ କହିଲେ, “କିଏ ମୋʼ ପକ୍ଷରେ ଅଛି? କିଏ?” ତହୁଁ ତାଙ୍କ ଆଡ଼କୁ ଦୁଇ ବା ତିନି ନପୁଂସକ ଅନାଇଲେ।
On pak pozdvih tváři své k oknu, řekl: Kdo drží se mnou, kdo? I vyhlédli na něj dva či tři komorníci její.
33 ଏଥିରେ ଯେହୂ କହିଲେ, “ତାକୁ ତଳକୁ ପକାଇଦିଅ।” ତହୁଁ ସେମାନେ ଈଷେବଲ୍‍କୁ ତଳକୁ ପକାଇଦେଲେ; ପୁଣି ତାହାର କିଛି ରକ୍ତ ପ୍ରାଚୀର ଓ ଅଶ୍ୱମାନଙ୍କ ଉପରେ ଛିଟ୍‍କି ପଡ଼ିଲା ଓ ସେ ତାକୁ ପାଦ ତଳେ ଦଳିଲେ।
Jimž řekl: Svrzte ji. Kteřížto svrhli ji. I pokropena jest krví její stěna i koni; a tak pošlapal ji.
34 ଏଥିଉତ୍ତାରେ ଯେହୂ ଭିତରକୁ ଯାଇ ଭୋଜନପାନ କଲେ; ଆଉ ସେ କହିଲେ, “ଏବେ ସେହି ଅଭିଶପ୍ତ ସ୍ତ୍ରୀର ବିଷୟ ବୁଝ ଓ ତାକୁ କବର ଦିଅ; କାରଣ ସେ ରାଜକନ୍ୟା।”
A když přijel, jedl a pil, a řekl: Pohleďte již na tu zlořečenou a pochovejte ji, nebť jest dcera královská.
35 ଏଥିରେ ସେମାନେ ତାକୁ କବର ଦେବାକୁ ଗଲେ; ମାତ୍ର ତାହା ମୁଣ୍ଡର ଖପୁରୀ ଓ ପାଦ ଓ ହାତ ପାପୁଲି ଛଡ଼ା ଆଉ କିଛି ପାଇଲେ ନାହିଁ
Protož odšedše, aby ji pochovali, nenalezli z ní než leb a nohy a dlaně rukou.
36 ଏହେତୁ ସେମାନେ ଫେରିଆସି ଯେହୂଙ୍କୁ ଜଣାଇଲେ। ତହିଁରେ ସେ କହିଲେ, “ଏ ତ ସଦାପ୍ରଭୁଙ୍କ ବାକ୍ୟ, ସେ ଆପଣା ଦାସ ତିଶ୍‍ବୀୟ ଏଲୀୟଙ୍କ ଦ୍ୱାରା ଏହା କହିଥିଲେ, ଯଥା, ‘ଯିଷ୍ରିୟେଲୀୟ ଭୂମିରେ କୁକ୍କୁରମାନେ ଈଷେବଲ୍‍ର ମାଂସ ଖାଇବେ;
A navrátivše se, pověděli jemu. Kterýž řekl: Slovo Hospodinovo jest, kteréž mluvil skrze služebníka svého, Eliáše Tesbitského, řka: Na poli Jezreel žráti budou psi tělo Jezábel.
37 ଆଉ ଯିଷ୍ରିୟେଲୀୟ ଭୂମିରେ ଈଷେବଲ୍‍ର ଶବ କ୍ଷେତ୍ର ଉପରେ ଖତ ପରି ହେବ; ତହିଁରେ ଏ ଈଷେବଲ୍‍ ବୋଲି ଲୋକେ କହିବେ ନାହିଁ।’”
Budiž tedy tělo Jezábel na poli Jezreel, jako hnůj na svrchku pole, tak aby žádný neřekl: Tato jest Jezábel.

< ଦ୍ୱିତୀୟ ରାଜାବଳୀ 9 >