< ଦ୍ୱିତୀୟ ରାଜାବଳୀ 4 >
1 ଭବିଷ୍ୟଦ୍ବକ୍ତାମାନଙ୍କ ଦଳର ଭାର୍ଯ୍ୟାମାନଙ୍କ ମଧ୍ୟରୁ ଜଣେ ବିଧବା ଇଲୀଶାୟଙ୍କ ନିକଟରେ କ୍ରନ୍ଦନ କରି କହିଲା, “ଆପଣଙ୍କ ଦାସ ମୋʼ ସ୍ୱାମୀ ମରିଅଛନ୍ତି; ପୁଣି ଆପଣଙ୍କ ଦାସ ଯେ ସଦାପ୍ରଭୁଙ୍କୁ ଭୟ କରୁଥିଲେ, ଏହା ଆପଣ ଜାଣନ୍ତି; ଏବେ ମହାଜନ ମୋହର ଦୁଇ ସନ୍ତାନଙ୍କୁ ଆପଣାର ଦାସ କରିବା ନିମନ୍ତେ ନେବାକୁ ଆସିଅଛି।”
Ìyàwó ọkùnrin kan láti ara ẹgbẹ́ wòlíì sọkún tọ Eliṣa wá, “Ìránṣẹ́ rẹ ọkọ mi ti kú, ó sì mọ̀ wí pé ó bu ọlá fún Olúwa. Ṣùgbọ́n nísinsin yìí, onígbèsè rẹ̀ ti ń bọ̀ láti wá kó ọmọ ọkùnrin mi gẹ́gẹ́ bí ẹrú rẹ̀.”
2 ତହିଁରେ ଇଲୀଶାୟ ତାହାକୁ କହିଲେ, “ମୁଁ ତୁମ୍ଭ ପାଇଁ କʼଣ କରିବି? ମୋତେ କୁହ; ଘରେ ତୁମ୍ଭର କʼଣ ଅଛି?” ଏଥିରେ ସେ କହିଲା, “ଏକ ପାତ୍ର ତୈଳ ଛଡ଼ା ଗୃହରେ ଆପଣଙ୍କ ଦାସୀର ଆଉ କିଛି ନାହିଁ।”
Eliṣa dá a lóhùn pé, “Báwo ni èmi ṣe lè ràn ọ́ lọ́wọ́? Sọ fún mi; kí ni ìwọ ní ní ilé rẹ?” Ó wí pé, “Ìránṣẹ́ rẹ kò ní ohunkóhun níbẹ̀ rárá, àyàfi òróró kékeré.”
3 ତହୁଁ ଇଲୀଶାୟ କହିଲେ, “ଯାଅ, ବାହାରୁ ଆପଣାର ସମସ୍ତ ପ୍ରତିବାସୀଠାରୁ ପାତ୍ର, ଅର୍ଥାତ୍, ଶୂନ୍ୟପାତ୍ର ଉଧାର କରି ଆଣ; ଅଳ୍ପ ଉଧାର କର ନାହିଁ।
Eliṣa wí pé, “Lọ yíká kí o sì béèrè lọ́wọ́ gbogbo àwọn aládùúgbò fún ìkòkò òfìfo. Má ṣe béèrè fún kékeré.
4 ପୁଣି ତୁମ୍ଭେ ଗୃହ ଭିତରକୁ ଯାଇ ଆପଣାର ଓ ଆପଣା ପୁତ୍ରମାନଙ୍କ ପଛେ ଦ୍ୱାର ବନ୍ଦ କରି ସେସବୁ ପାତ୍ରରେ ତୈଳ ଅଜାଡ଼; ଆଉ ଯେଉଁ ପାତ୍ର ପୂର୍ଣ୍ଣ ହୁଏ, ତାହା ଅଲଗା କରି ରଖ।”
Nígbà náà, lọ sí inú ilé kí o sì pa lẹ́kun dé ní ẹ̀gbẹ́ ìwọ àti àwọn ọmọ rẹ ọkùnrin, dà òróró sínú gbogbo ìkòkò, gẹ́gẹ́ bí gbogbo rẹ̀ ti kún, kó o sí apá kan.”
5 ତହୁଁ ସେହି ବିଧବା ଇଲୀଶାୟଙ୍କ ନିକଟରୁ ଯାଇ ଆପଣାର ଓ ଆପଣା ପୁତ୍ରମାନଙ୍କ ପଛେ ଦ୍ୱାର ବନ୍ଦ କଲା; ସେମାନେ ତାହା ନିକଟକୁ ପାତ୍ର ଆଣନ୍ତେ, ସେ ଅଜାଡ଼ିଲା।
Ó sì fi sílẹ̀ lẹ́yìn náà ó ti ìlẹ̀kùn ní ẹ̀gbẹ́ rẹ̀ àti àwọn ọmọ rẹ̀. Wọ́n gbé ìkòkò wá fún un ó sì ń dà á.
6 ତହୁଁ ପାତ୍ରସକଳ ପୂର୍ଣ୍ଣ ହୁଅନ୍ତେ, ସେ ଆପଣା ପୁତ୍ରକୁ କହିଲା, “ଆଉ ଗୋଟିଏ ପାତ୍ର ମୋʼ ନିକଟକୁ ଆଣ।” ଏଥିରେ ସେ ତାହାକୁ କହିଲା, “ଆଉ ପାତ୍ର ନାହିଁ।” ତହିଁରେ ତୈଳ ବନ୍ଦ ହେଲା।
Nígbà tí gbogbo ìkòkò náà kún, ó sọ fún ọmọ rẹ̀ pé, “Ẹ gbé òmíràn fún mi wá.” Ṣùgbọ́n wọ́n dáhùn pé, “Kò sí ìkòkò tí ó kù mọ́.” Nígbà náà ni òróró kò dà mọ́.
7 ତେବେ ସେହି ବିଧବା ଆସି ପରମେଶ୍ୱରଙ୍କ ଲୋକଙ୍କୁ ତାହା ଜଣାଇଲା। ଏଥିରେ ସେ କହିଲେ, “ଯାଅ, ତୈଳ ବିକ୍ରୟ କରି ଆପଣା ଋଣ ପରିଶୋଧ କର, ପୁଣି ଅବଶିଷ୍ଟରେ ତୁମ୍ଭେ ଓ ତୁମ୍ଭ ପୁତ୍ରମାନେ ଜୀବନ ଯାପନ କର।”
Ó sì lọ ó sì lọ sọ fún àwọn ènìyàn Ọlọ́run, ó sì wí pé, “Lọ, ta òróró náà kí o sì san gbèsè rẹ. Ìwọ àti ọmọ rẹ kí ẹ máa sinmi lórí èyí tí ó kù.”
8 ଏଥିଉତ୍ତାରେ ଦିନକରେ ଇଲୀଶାୟ ଶୂନେମ ନଗରକୁ ଗଲେ, ସେଠାରେ ଏକ ଧନବତୀ ସ୍ତ୍ରୀ ଥିଲା; ଆଉ ସେ ଇଲୀଶାୟଙ୍କୁ ଅନ୍ନ ଭୋଜନ ନିମନ୍ତେ ପ୍ରବର୍ତ୍ତାଇଲା। ଏଥିଉତ୍ତାରେ ଇଲୀଶାୟ ଯେତେ ଥର ସେହି ପଥ ଦେଇ ଗଲେ, ସେତେଥର ଅନ୍ନ ଭୋଜନ ନିମନ୍ତେ ସେଠାକୁ ଗଲେ।
Ní ọjọ́ kan Eliṣa lọ sí Ṣunemu. Obìnrin ọlọ́rọ̀ kan sì wà níbẹ̀, ẹni tí ó rọ̀ ọ́ kí ó dúró jẹun. Bẹ́ẹ̀ ni nígbàkígbà tí ó bá ń kọjá lọ, ó máa ń dúró níbẹ̀ láti jẹun.
9 ଏଥିଉତ୍ତାରେ ସେହି ସ୍ତ୍ରୀ ଆପଣା ସ୍ୱାମୀକୁ କହିଲା, “ଦେଖ, ମୁଁ ଜାଣି ପାରୁଅଛି, ଏହି ଯେଉଁ ଲୋକ ନିତ୍ୟ ଆମ୍ଭମାନଙ୍କ ନିକଟ ଦେଇ ଗତାୟାତ କରୁଅଛନ୍ତି, ସେ ପରମେଶ୍ୱରଙ୍କର ଏକ ପବିତ୍ର ଲୋକ ଅଟନ୍ତି।
Ó sọ fún ọkọ rẹ̀, “Mo mọ̀ pé ọkùnrin tí ó máa ń sábà wá sí ọ̀dọ̀ wa jẹ́ ọkùnrin mímọ́ Ọlọ́run.
10 ମୁଁ ବିନୟ କରୁଅଛି, ଆମ୍ଭେମାନେ ପ୍ରାଚୀର ଉପରେ ଗୋଟିଏ ସାନ କୋଠରି ନିର୍ମାଣ କରୁ ଓ ତହିଁରେ ତାଙ୍କ ପାଇଁ ଗୋଟିଏ ଖଟ, ମେଜ, ଆସନ ଓ ଦୀପରୁଖା ରଖୁ; ତହୁଁ ସେ ଆମ୍ଭମାନଙ୍କ ନିକଟକୁ ଆସିବା ବେଳେ ସେଠାରେ ରହିବେ।”
Jẹ́ kí a ṣe yàrá kékeré kan sórí ilé kí a sì gbé ibùsùn àti tábìlì oúnjẹ, àga kan àti fìtílà fún un. Nígbà náà ó lè dúró níbẹ̀ ní ìgbàkúgbà tí ó bá wá sọ́dọ̀ wa.”
11 ଦିନକରେ ଇଲୀଶାୟ ସେଠାକୁ ଆସିଲେ, ଆଉ ସେହି କୋଠରିକୁ ଯାଇ ଶୟନ କଲେ।
Ní ọjọ́ kan nígbà tí Eliṣa wá, ó lọ sí orí òkè ní yàrá rẹ̀ ó sì dùbúlẹ̀ síbẹ̀.
12 ପୁଣି ସେ ଆପଣା ଦାସ ଗିହେଜୀକୁ କହିଲେ, “ଏହି ଶୁନେମୀୟା ସ୍ତ୍ରୀକୁ ଡାକ।” ତହୁଁ ସେ ତାହାକୁ ଡାକନ୍ତେ, ସେ ସ୍ତ୍ରୀ ତାଙ୍କ ସମ୍ମୁଖରେ ଠିଆ ହେଲା।
Ó sì wí fún ìránṣẹ́ rẹ̀ Gehasi pé, “Pe ará Ṣunemu.” Bẹ́ẹ̀ ni ó sì pè é wá, ó sì dúró níwájú rẹ̀.
13 ଏଥିରେ ଇଲୀଶାୟ ଗିହେଜୀକୁ କହିଲେ, “ତାଙ୍କୁ କୁହ, ଦେଖ, ତୁମ୍ଭେ ଏସମସ୍ତ ଚିନ୍ତାରେ ଆମ୍ଭମାନଙ୍କ ନିମନ୍ତେ ଚିନ୍ତିତ ହୋଇଅଛ; ମୁଁ ତୁମ୍ଭ ନିମନ୍ତେ କʼଣ କରି ପାରିବି? ମୋତେ ତୁମ୍ଭ ସପକ୍ଷରେ ରାଜା କିମ୍ବା ସେନାପତିଙ୍କ ନିକଟରେ କିଛି କହିବାକୁ ଇଚ୍ଛା କରୁଅଛ କି?” ତହୁଁ ସେ ଉତ୍ତର କଲା, “ମୁଁ ନିଜ ଲୋକଙ୍କ ମଧ୍ୟରେ ବାସ କରୁଅଛି।”
Eliṣa wí fún un pé, “Wí fún un, ‘Ìwọ ti lọ ṣe gbogbo àníyàn iṣẹ́ ìyìnrere fún wa. Nísinsin yìí kí ni a lè ṣe fún ọ?’” “Ṣé a lè jẹ́ agbẹnusọ fún ọ ní ọ̀dọ̀ ọba tàbí olórí ogun?”
14 ପୁଣି ଇଲୀଶାୟ କହିଲେ, “ତେବେ ତାହା ପାଇଁ କʼଣ କରାଯିବ?” ତହିଁରେ ଗିହେଜୀ ଉତ୍ତର କଲା, “ତାହାର ପୁତ୍ର ନାହିଁ ଓ ତାହାର ସ୍ୱାମୀ ବୃଦ୍ଧ।”
“Kí ni a lè ṣe fún obìnrin yìí?” Eliṣa béèrè. Gehasi wí pé, “Bẹ́ẹ̀ ni, kò ní ọmọ, ọkọ rẹ̀ náà sì tún di arúgbó.”
15 ତେବେ ଇଲୀଶାୟ କହିଲେ, “ତାଙ୍କୁ ଡାକ।” ଏଣୁ ସେ ତାଙ୍କୁ ଡାକନ୍ତେ, ସେ ଦ୍ୱାରରେ ଠିଆ ହେଲା।
Nígbà náà Eliṣa wí pé, “Pè é,” bẹ́ẹ̀ ni ó sì pè é, ó sì dúró ní àbáwọlé ẹnu-ọ̀nà.
16 ତହୁଁ ଇଲୀଶାୟ କହିଲେ, “ଏହି ଋତୁ ପୁନର୍ବାର ଉପସ୍ଥିତ ହେବା ସମୟରେ ତୁମ୍ଭେ ପୁତ୍ରକୁ କୋଳ କରିବ।” ଏଥିରେ ସେ ସ୍ତ୍ରୀ କହିଲା, “ନା, ହେ ମୋର ପ୍ରଭୋ, ହେ ପରମେଶ୍ୱରଙ୍କ ଲୋକ, ଆପଣା ଦାସୀକୁ ଆପଣ ମିଥ୍ୟା ନ କହନ୍ତୁ।”
Eliṣa sọ wí pé, “Ìwòyí ọdún tí ń bọ̀, ìwọ yóò fi ọwọ́ rẹ gbé ọmọ.” “Bẹ́ẹ̀ kọ́, olúwa mi!” n kò fi ara mọ́ ọn. “Jọ̀wọ́, ìwọ ènìyàn Ọlọ́run, ma ṣe ṣi ìránṣẹ́ rẹ lọ́nà!”
17 ଏଥିଉତ୍ତାରେ ଇଲୀଶାୟଙ୍କର ବାକ୍ୟାନୁସାରେ ସେହି ସ୍ତ୍ରୀ ଗର୍ଭଧାରଣ କରି ଉକ୍ତ ଋତୁ ପୁନର୍ବାର ଉପସ୍ଥିତ ହେବା ସମୟରେ ଏକ ପୁତ୍ର ପ୍ରସବ କଲା।
Ṣùgbọ́n obìnrin náà lóyún ní ọdún kejì ní àkókò náà, ó bí ọmọ ọkùnrin kan, gẹ́gẹ́ bí Eliṣa ti sọ fún un.
18 ପୁଣି ବାଳକ ବଢ଼ିଲା ଉତ୍ତାରେ ଦିନକରେ ସେ ଶସ୍ୟଚ୍ଛେଦକମାନଙ୍କ ନିକଟରେ ଆପଣା ପିତା ନିକଟକୁ ଗଲା।
Ọmọ náà dàgbà, ní ọjọ́ kan, ó jáde lọ sí ọ̀dọ̀ baba rẹ̀, ó wà pẹ̀lú àwọn olùkórè.
19 ଆଉ ସେ ଆପଣା ପିତାଙ୍କୁ କହିଲା, “ମୋʼ ମସ୍ତକ, ମୋʼ ମସ୍ତକ।” ତହୁଁ ପିତା ଆପଣା ଦାସକୁ କହିଲା, “ତାହାର ମାତା ନିକଟକୁ ତାହାକୁ ଉଠାଇ ନେଇଯାଅ।”
“Orí mi! Orí mi!” Ó wí fún baba rẹ̀. Baba rẹ̀ sọ fún ìránṣẹ́, “Gbé e lọ sọ́dọ̀ ìyá rẹ̀.”
20 ଆଉ ସେ ତାହାକୁ ଉଠାଇ ନେଇ ତାହାର ମାତା ନିକଟକୁ ଆଣନ୍ତେ, ବାଳକ ମଧ୍ୟାହ୍ନ ପର୍ଯ୍ୟନ୍ତ ତାହାର କୋଳରେ ବସି ମରିଗଲା।
Lẹ́yìn ìgbà tí ìránṣẹ́ náà ti gbé e sókè tí ó sì gbé e tọ ìyá rẹ̀ lọ, ọmọ ọkùnrin náà jókòó sórí ẹsẹ̀ rẹ̀ títí ó fi di ọ̀sán gangan, nígbà náà ó sì kú.
21 ଏଥିରେ ମାତା ଉପରକୁ ଯାଇ ପରମେଶ୍ୱରଙ୍କ ଲୋକଙ୍କ ଖଟରେ ତାହାକୁ ଶୁଆଇ ଦ୍ୱାର ବନ୍ଦ କରି ବାହାରି ଆସିଲା।
Ó lọ sí òkè ó sì tẹ́ ọmọ náà lórí ibùsùn ènìyàn Ọlọ́run, ó sì tìlẹ̀kùn, ó jáde lọ.
22 ପୁଣି ସେ ଆପଣା ସ୍ୱାମୀକୁ ଡାକି କହିଲା, “ମୁଁ ବିନୟ କରୁଅଛି, ଦାସମାନଙ୍କ ମଧ୍ୟରୁ ଜଣକୁ ଓ ଗର୍ଦ୍ଦଭୀରୁ ଗୋଟିଏ ମୋʼ ନିକଟକୁ ପଠାଇଦିଅ, ମୁଁ ପରମେଶ୍ୱରଙ୍କ ଲୋକଙ୍କ ନିକଟକୁ ଦୌଡ଼ିଯାଇ ଫେରି ଆସିବି।”
Ó pe ọkọ rẹ̀ ó sì wí pé, “Jọ̀wọ́ rán ọ̀kan lára àwọn ìránṣẹ́ rẹ àti kẹ́tẹ́kẹ́tẹ́ kan kí èmi kí ó lè lọ sí ọ̀dọ̀ ènìyàn Ọlọ́run kíákíá kí n sì padà.”
23 ତହିଁରେ ତାହାର ସ୍ୱାମୀ କହିଲା, “ତୁମ୍ଭେ କାହିଁକି ତାଙ୍କ ନିକଟକୁ ଆଜି ଯିବ? ଏ ତ ଅମାବାସ୍ୟା ନୁହେଁ କି ବିଶ୍ରାମବାର ନୁହେଁ।” ଏଥିରେ ସେ କହିଲା, “ଭଲ ହେବ।”
“Kí ni ó dé tí o fi fẹ́ lọ sọ́dọ̀ rẹ̀ lónìí?” Ó béèrè. “Kì í ṣe oṣù tuntun tàbí ọjọ́ ìsinmi.” Ó wí pé, “Gbogbo rẹ̀ ti dára.”
24 ତହୁଁ ସେ ଗର୍ଦ୍ଦଭୀ ସଜାଇ ଆପଣା ଦାସକୁ କହିଲା, “ଅଡ଼ାଇ ଚାଲ; ମୋʼ ଆଜ୍ଞା ବିନା ଚଲାଇବାରେ ଢିଲା କର ନାହିଁ।”
Ó sì di kẹ́tẹ́kẹ́tẹ́ ní gàárì ó sì wí fún ìránṣẹ́ rẹ̀ pé, “Máa nìṣó; má ṣe dẹ́sẹ̀ dúró dè mí àyàfi tí mo bá sọ fún ọ.”
25 ଏହିରୂପେ ସେ ଯାଇ କର୍ମିଲ ପର୍ବତରେ ପରମେଶ୍ୱରଙ୍କ ଲୋକଙ୍କ ନିକଟରେ ପହଞ୍ଚିଲା। ତହିଁରେ ପରମେଶ୍ୱରଙ୍କ ଲୋକ ଦୂରରୁ ତାହାକୁ ଦେଖି ଆପଣା ଦାସ ଗିହେଜୀକୁ କହିଲେ, “ଦେଖ, ସେଠାରେ ଶୁନେମୀୟା ସ୍ତ୍ରୀ;
Bẹ́ẹ̀ ni ó sì jáde wá, ó sì wá sọ́dọ̀ ènìyàn Ọlọ́run ní orí òkè Karmeli. Nígbà tí ó sì rí i láti òkèrè, ènìyàn Ọlọ́run sọ fún ìránṣẹ́ rẹ̀ Gehasi, “Wò ó! Ará Ṣunemu nì!
26 ମୁଁ ବିନୟ କରୁଅଛି, ଦୌଡ଼ିଯାଇ ତାହାକୁ ସାକ୍ଷାତ କରି ପଚାର, ତୁମ୍ଭର ସମସ୍ତ ବିଷୟ ମଙ୍ଗଳ ତ? ତୁମ୍ଭ ସ୍ୱାମୀର ମଙ୍ଗଳ ତ? ବାଳକର ମଙ୍ଗଳ ତ?” ତହୁଁ ସେ ଉତ୍ତର କଲା, “ମଙ୍ଗଳ।”
Sáré lọ pàdé rẹ̀ kí o sì béèrè lọ́wọ́ rẹ̀, ‘Ṣé o wà dáradára? Ṣé ọkọ rẹ wà dáradára? Ṣé ọmọ rẹ wà dáradára?’” Ó wí pé, “Gbogbo nǹkan wà dáradára.”
27 ଏଥିଉତ୍ତାରେ ସେ ପର୍ବତରେ ପରମେଶ୍ୱରଙ୍କ ଲୋକଙ୍କ ନିକଟକୁ ଆସି ତାଙ୍କ ଚରଣ ଧରି ରହିଲା। ତହିଁରେ ଗିହେଜୀ ତାହାକୁ ଛଡ଼ାଇ ଦେବା ପାଇଁ ନିକଟକୁ ଆସିଲା; ମାତ୍ର ପରମେଶ୍ୱରଙ୍କ ଲୋକ କହିଲେ, “ତାହାକୁ ଛାଡ଼ିଦିଅ; କାରଣ ତାହାର ଅନ୍ତରରେ ତାହାର ପ୍ରାଣ ଶୋକାକୁଳ ହୋଇଅଛି; ମାତ୍ର ସଦାପ୍ରଭୁ ମୋʼ ଠାରୁ ତାହା ଗୋପନରେ ରଖିଅଛନ୍ତି, ପୁଣି ତାହା ମୋତେ ଜଣାଇ ନାହାନ୍ତି।”
Nígbà tí ó dé ọ̀dọ̀ ènìyàn Ọlọ́run ní orí òkè, ó gbá a ní ẹsẹ̀ mú. Gehasi wá láti wá lé e dànù, ṣùgbọ́n ènìyàn Ọlọ́run wí pé, “Fi í sílẹ̀! Ó wà nínú ìpọ́njú kíkorò, ṣùgbọ́n Olúwa fi pamọ́ fún mi kò sì sọ ìdí rẹ̀ fún mi.”
28 ଏଥିରେ ସେ ସ୍ତ୍ରୀ କହିଲା, “ମୋʼ ପ୍ରଭୁଙ୍କୁ ମୁଁ କʼଣ ପୁତ୍ର ମାଗିଥିଲି? ମୁଁ କି କହି ନ ଥିଲି, ମୋତେ ପ୍ରତାରଣା ନ କର?”
“Ṣé mo béèrè ọmọ lọ́wọ́ rẹ, olúwa mi?” Obìnrin náà wí pé, “Ṣé mi ò sọ fún ọ pé kí o, ‘Má ṣe fa ìrètí mi sókè’?”
29 ତହୁଁ ଇଲୀଶାୟ ଗିହେଜୀକୁ କହିଲେ, “ଆପଣା ଅଣ୍ଟା ବାନ୍ଧ ଓ ଆପଣା ହସ୍ତରେ ମୋହର ଯଷ୍ଟି ନେଇ ଆପଣା ବାଟେ ଚାଲିଯାଅ; ଯଦି ତୁମ୍ଭେ କୌଣସି ଲୋକକୁ ସାକ୍ଷାତ କର, ତାହାକୁ ନମସ୍କାର କର ନାହିଁ; ଆଉ ଯଦି କେହି ତୁମ୍ଭକୁ ନମସ୍କାର କରନ୍ତି, ତାହାକୁ ଫେରି ଉତ୍ତର ଦିଅ ନାହିଁ; ପୁଣି ମୋʼ ଯଷ୍ଟି ସେହି ବାଳକର ମୁଖ ଉପରେ ରଖ।”
Eliṣa wí fún Gehasi pé, “Ká agbádá rẹ sínú ọ̀já àmùrè, mú ọ̀pá mi sí ọwọ́ rẹ kí o sì sáré. Tí o bá pàdé ẹnikẹ́ni má ṣe kí i, tí ẹnikẹ́ni bá kí ọ, má ṣe dá a lóhùn, fi ọ̀pá náà lé ojú ọmọ ọkùnrin náà.”
30 ଏଥିରେ ବାଳକର ମାତା କହିଲା, “ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ଓ ଆପଣଙ୍କ ପ୍ରାଣ ଜୀବିତ ଥିବା ପ୍ରମାଣେ ମୁଁ ଆପଣଙ୍କୁ ଛାଡ଼ିବି ନାହିଁ।” ତେଣୁ ଇଲୀଶାୟ ଉଠି ତାହାର ପଛେ ପଛେ ଗଲେ।
Ṣùgbọ́n ìyá ọmọ náà wí pé, “Gẹ́gẹ́ bí Olúwa ti ń bẹ láààyè àti gẹ́gẹ́ bí ó ti wà láààyè, èmi kò ní í fi ọ́ sílẹ̀.” Bẹ́ẹ̀ ni ó sì dìde ó sì tẹ̀lé e.
31 ଏଥିମଧ୍ୟରେ ଗିହେଜୀ ସେମାନଙ୍କ ଆଗେ ଯାଇ ବାଳକର ମୁଖ ଉପରେ ଯଷ୍ଟି ରଖିଲା; ମାତ୍ର କୌଣସି ରବ କି ଶ୍ରବଣ ହେଲା ନାହିଁ। ଏହେତୁ ଗିହେଜୀ ଇଲୀଶାୟଙ୍କୁ ସାକ୍ଷାତ କରିବା ପାଇଁ ଫେରିଆସି ତାଙ୍କୁ ଜଣାଇ କହିଲା, “ବାଳକ ଜାଗି ନାହିଁ।”
Gehasi sì ń lọ síbẹ̀ ó sì fi ọ̀pá náà lé ojú ọmọ náà, ṣùgbọ́n kò sí ohùn tàbí ìdáhùn. Bẹ́ẹ̀ ni Gehasi padà lọ láti lọ bá Eliṣa láti sọ fún un pé, “Ọmọ ọkùnrin náà kò tí ì dìde.”
32 ତହୁଁ ଇଲୀଶାୟ ସେ ଗୃହକୁ ଆସନ୍ତେ, ଦେଖ, ବାଳକ ମରି ତାଙ୍କର ଶଯ୍ୟାରେ ଶୋଇଅଛି।
Nígbà tí Eliṣa dé inú ilé, níbẹ̀ ni òkú ọmọ ọkùnrin náà dùbúlẹ̀ lórí ibùsùn.
33 ଏହେତୁ ସେ ଭିତରକୁ ଯାଇ ନିଜେ ଓ ବାଳକ ଉଭୟେ ରହି ଦ୍ୱାର ବନ୍ଦ କରି ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ।
Ó sì wọ ilé, ó sì ti ìlẹ̀kùn mọ́ àwọn méjèèjì ó sì gbàdúrà sí Olúwa.
34 ଆଉ ସେ ଉପରକୁ ଯାଇ ବାଳକ ଉପରେ ଶୟନ କଲେ ଓ ତାହା ମୁଖ ଉପରେ ଆପଣା ମୁଖ ଓ ତାହା ଚକ୍ଷୁ ଉପରେ ଆପଣା ଚକ୍ଷୁ ଓ ତାହା ହସ୍ତ ଉପରେ ଆପଣା ହସ୍ତ ରଖିଲେ; ଏରୂପେ ସେ ଆପଣାକୁ ବାଳକ ଉପରେ ଲମ୍ବମାନ କଲେ; ତହିଁରେ ବାଳକର ଶରୀର ଉଷ୍ଣ ହେବାକୁ ଲାଗିଲା।
Nígbà náà ó dé orí ibùsùn, ó sùn sórí ọmọ ọkùnrin náà, ẹnu sí ẹnu, ojú sí ojú, ọwọ́ sí ọwọ́. Gẹ́gẹ́ bí ó ti nà ara rẹ̀ lórí rẹ̀, ara ọmọ náà sì gbóná.
35 ଏଥିରେ ଇଲୀଶାୟ ଫେରି ଗୃହ ମଧ୍ୟରେ ଏଣେତେଣେ ଥରେ ବୁଲିଲେ; ତହୁଁ ଉପରକୁ ଯାଇ ବାଳକ ଉପରେ ଆପଣାକୁ ଲମ୍ବମାନ କଲେ; ତହିଁରେ ବାଳକ ସାତ ଥର ଛିଙ୍କିଲା ଓ ବାଳକ ଚକ୍ଷୁ ଫିଟାଇଲା।
Eliṣa yípadà lọ, ó sì rìn padà ó sì jáde wá sínú ilé nígbà náà ó sì padà sí orí ibùsùn ó sì tún nà lé e ní ẹ̀ẹ̀kan sí i. Ọmọ ọkùnrin náà sì sín ní ìgbà méje ó sì ṣí ojú rẹ̀.
36 ଏଥିରେ ସେ ଗିହେଜୀକୁ ଡାକି କହିଲେ, “ସେହି ଶୁନେମୀୟା ସ୍ତ୍ରୀକୁ ଡାକ।” ତହୁଁ ସେ ତାହାକୁ ଡାକିଲା। ଆଉ ସେ ତାଙ୍କ ନିକଟକୁ ଆସନ୍ତେ, ସେ କହିଲେ, “ତୁମ୍ଭ ପୁତ୍ରକୁ ନିଅ।”
Eliṣa sì pe Gehasi ó sì wí pé, “Pe ará Ṣunemu.” Ó sì ṣe bẹ́ẹ̀. Nígbà tí ó dé, ó wí pé, “Gba ọmọ rẹ.”
37 ସେତେବେଳେ ସେ ସ୍ତ୍ରୀ ଭିତରକୁ ଯାଇ ତାଙ୍କର ଚରଣରେ ଭୂମିଷ୍ଠ ପ୍ରଣାମ କଲା ଓ ଆପଣା ପୁତ୍ରକୁ ନେଇ ବାହାରକୁ ଗଲା।
Ó sì wọlé, ó sì kúnlẹ̀ síwájú ẹsẹ̀ rẹ̀ ó sì tẹ̀ orí sílẹ̀. Nígbà náà ó sì mú ọmọ rẹ̀ ó sì jáde lọ.
38 ଏଥିଉତ୍ତାରେ ଇଲୀଶାୟ ପୁନର୍ବାର ଗିଲ୍ଗଲ୍କୁ ଆସିଲେ; ସେସମୟରେ ଦେଶରେ ଦୁର୍ଭିକ୍ଷ ଥିଲା; ପୁଣି ଭବିଷ୍ୟଦ୍ବକ୍ତାଗଣଙ୍କ ଦଳ ତାଙ୍କ ସମ୍ମୁଖରେ ବସୁଥିବା ସମୟରେ ସେ ଆପଣା ଦାସକୁ କହିଲେ, “ଏକ ବଡ଼ ହଣ୍ଡା ବସାଇ ଭବିଷ୍ୟଦ୍ବକ୍ତାଗଣଙ୍କ ଦଳ ନିମନ୍ତେ ଖାଦ୍ୟ ରନ୍ଧନ କର।”
Eliṣa padà sí Gilgali ìyàn sì wà ní ilẹ̀ náà. Nígbà tí àwọn ọmọ wòlíì ṣe ìpàdé pẹ̀lú rẹ̀, ó sì wí fún ìránṣẹ́ rẹ̀ pé, “Gbé ìkòkò ńlá ka iná kí o sì se ọbẹ̀ aláta díẹ̀ fún àwọn ọkùnrin yìí.”
39 ତହୁଁ ଜଣେ ଶାକ ସଂଗ୍ରହ କରିବା ପାଇଁ କ୍ଷେତ୍ରକୁ ଯାଇ ବନ୍ୟ ଲତା ପାଇ ତହିଁର ଫଳରେ ଅଣ୍ଟି ପୂର୍ଣ୍ଣ କରି ଆସି ତାହା ଖଣ୍ଡ ଖଣ୍ଡ କାଟି ଖାଦ୍ୟ-ହଣ୍ଡାରେ ପକାଇଲା; କାରଣ ସେମାନେ ତାହା ଚିହ୍ନିଲେ ନାହିଁ।
Ọ̀kan lára wọn jáde lọ sí orí pápá láti kó ewébẹ̀ jọ àti láti wá àjàrà igbó. Ó sì kó díẹ̀ nínú ẹ̀fọ́ gbọ̀rọ̀ rẹ̀ jọ, ó sì ka a kún aṣọ agbádá rẹ̀. Nígbà tí ó padà dé, ó sì gé wọn sínú ìkòkò ọbẹ̀, bí ó tilẹ̀ jẹ́ pé kò sí ẹni tí ó mọ ohun tí wọ́n ń jẹ.
40 ତହୁଁ ସେମାନେ ଲୋକମାନଙ୍କର ଭୋଜନ ନିମନ୍ତେ ତାହା ଢାଳିଲେ। ପୁଣି ଲୋକମାନେ ସେହି ଖାଦ୍ୟ ଭୋଜନ କରୁ କରୁ ଡାକ ପକାଇ କହିଲେ, “ହେ ପରମେଶ୍ୱରଙ୍କ ଲୋକ, ହଣ୍ଡାରେ ମୃତ୍ୟୁୁ ଅଛି।” ଆଉ ସେମାନେ ତହିଁରୁ ଭୋଜନ କରି ପାରିଲେ ନାହିଁ।
Wọ́n da ọbẹ̀ náà jáde fun àwọn ọkùnrin náà, ṣùgbọ́n bí wọ́n ti bẹ̀rẹ̀ sí ní jẹ oúnjẹ náà, wọ́n sọkún jáde, “Ìwọ ènìyàn Ọlọ́run ikú ń bẹ nínú ìkòkò yìí!” Wọn kò sì le jẹ ẹ́.
41 ମାତ୍ର ଇଲୀଶାୟ କହିଲେ, “ତେବେ କିଛି ଅଟା ଆଣ।” ଆଉ ସେ ତାହା ହଣ୍ଡାରେ ପକାଇ କହିଲେ, “ଲୋକମାନଙ୍କ ନିମନ୍ତେ ତାହା ଢାଳ, ସେମାନେ ଭୋଜନ କରନ୍ତୁ।” ତହୁଁ ହଣ୍ଡାରେ କିଛି ମନ୍ଦ ରହିଲା ନାହିଁ।
Eliṣa sì wí pé, “Mú ìyẹ̀fun díẹ̀ wá,” Ó sì fi sínú ìkòkò ó sì wí pé, “Kí ó sì fi fún àwọn ènìyàn láti jẹ.” Kò sì sí ohun tí ó léwu nínú ìkòkò náà.
42 ଏଥିଉତ୍ତାରେ ବାଲ୍-ଶାଲିଶାରୁ ଜଣେ ପରମେଶ୍ୱରଙ୍କ ଲୋକଙ୍କ ନିକଟକୁ ପ୍ରଥମ ଫଳର ରୁଟି, ଅର୍ଥାତ୍, କୋଡ଼ିଏ ଯବ ରୁଟି ଓ ନୂତନ ଶସ୍ୟର ଶିଷା ଆପଣା ଝୁଲିରେ ନେଇ ଆସିଲା। ତହିଁରେ ଇଲୀଶାୟ କହିଲେ, “ଲୋକମାନଙ୍କୁ ଦିଅ, ସେମାନେ ଭୋଜନ କରନ୍ତୁ।”
Ọkùnrin kan wá láti Baali-Ṣaliṣa, ó sì mú àkàrà àkọ́so èso, ogún ìṣù àkàrà barle, tí wọ́n dín láti ara àkọ́so èso àgbàdo, àti pẹ̀lú síírí ọkà tuntun nínú àpò rẹ̀ wá fún ènìyàn Ọlọ́run náà. Òun sì wí pé, “Fún àwọn ènìyàn láti jẹ.”
43 ତହୁଁ ତାଙ୍କ ଦାସ କହିଲା, “କʼଣ, ଶହେ ଲୋକଙ୍କ ଆଗରେ ଏହା ରଖିବି?” ମାତ୍ର ଇଲୀଶାୟ କହିଲେ, “ଲୋକମାନଙ୍କୁ ଦିଅ, ସେମାନେ ଭୋଜନ କରନ୍ତୁ; କାରଣ ସଦାପ୍ରଭୁ ଏହା କହନ୍ତି, ‘ସେମାନେ ଭୋଜନ କରିବେ ଓ ତହିଁରୁ ଅବଶିଷ୍ଟାଂଶ ରଖିବେ।’”
“Báwo ni èmi yóò ṣe gbé èyí ka iwájú àwọn ọgọ́rùn-ún ènìyàn?” ìránṣẹ́ rẹ̀ béèrè. Ṣùgbọ́n Eliṣa dá a lóhùn pé, “Gbé e fún àwọn ènìyàn láti jẹ, nítorí èyí ni ohun tí Olúwa sọ: ‘Wọn yóò jẹ yóò sì tún ṣẹ́kù.’”
44 ତହୁଁ ସେ ତାହା ଲୋକମାନଙ୍କ ଆଗରେ ରଖନ୍ତେ, ସେମାନେ ଭୋଜନ କଲେ ଓ ସଦାପ୍ରଭୁଙ୍କ ବାକ୍ୟାନୁସାରେ ସେମାନେ ଅବଶିଷ୍ଟାଂଶ ରଖିଲେ।
Nígbà náà ó gbé e ka iwájú wọn, wọ́n sì jẹ ẹ́, wọ́n sì ní èyí tó ṣẹ́kù, gẹ́gẹ́ bí ọ̀rọ̀ Olúwa.