< ଦ୍ୱିତୀୟ ରାଜାବଳୀ 2 >
1 ଏଥିଉତ୍ତାରେ ସଦାପ୍ରଭୁ ଏଲୀୟଙ୍କୁ ଘୂର୍ଣ୍ଣିବାୟୁରେ ସ୍ୱର୍ଗକୁ ଘେନିଯିବା ପାଇଁ ଉଦ୍ୟତ ହୁଅନ୍ତେ, ଏଲୀୟ ଇଲୀଶାୟଙ୍କ ସହିତ ଗିଲ୍ଗଲ୍ରୁ ଗଲେ।
Nígbà tí Olúwa ń fẹ́ gbé Elijah lọ sí òkè ọ̀run nínú àjà, Elijah àti Eliṣa wà ní ọ̀nà láti Gilgali.
2 ପୁଣି ଏଲୀୟ ଇଲୀଶାୟଙ୍କୁ କହିଲେ, “ମୁଁ ବିନୟ କରୁଅଛି, ତୁମ୍ଭେ ଏଠାରେ ଥାଅ; କାରଣ ସଦାପ୍ରଭୁ ମୋତେ ବେଥେଲ୍ ପର୍ଯ୍ୟନ୍ତ ପଠାଇଅଛନ୍ତି।” ତହିଁରେ ଇଲୀଶାୟ କହିଲେ, “ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ଓ ଆପଣଙ୍କ ପ୍ରାଣ ଜୀବିତ ଥିବା ପ୍ରମାଣେ ମୁଁ ଆପଣଙ୍କୁ ଛାଡ଼ିବି ନାହିଁ।” ତହୁଁ ସେମାନେ ବେଥେଲ୍କୁ ଗଲେ।
Elijah wí fún Eliṣa pé, “Dúró níbí; Olúwa rán mi lọ sí Beteli.” Ṣùgbọ́n Eliṣa wí pé, “Gẹ́gẹ́ bí ó ti dájú pé Olúwa wà láyé àti gẹ́gẹ́ bí ó ti yẹ, èmi kò ní fi ọ́ sílẹ̀.” Bẹ́ẹ̀ ni wọ́n sọ̀kalẹ̀ lọ sí Beteli.
3 ସେତେବେଳେ ବେଥେଲ୍ ନିବାସୀ ଭବିଷ୍ୟଦ୍ବକ୍ତାଗଣଙ୍କ ଦଳ ଇଲୀଶାୟଙ୍କ ନିକଟକୁ ବାହାରି ଆସି ତାଙ୍କୁ କହିଲେ, “ଆଜି ସଦାପ୍ରଭୁ ତୁମ୍ଭଠାରୁ ତୁମ୍ଭ ପ୍ରଭୁଙ୍କୁ ନେଇଯିବେ ବୋଲି ତୁମ୍ଭେ କʼଣ ଜାଣୁଅଛ?” ତହୁଁ ସେ କହିଲେ, “ହଁ, ମୁଁ ଜାଣୁଅଛି; ତୁମ୍ଭେମାନେ ତୁନି ହୁଅ।”
Àwọn ọmọ wòlíì ní Beteli jáde wá sí ọ̀dọ̀ Eliṣa wọ́n sì béèrè pé, “Ṣé ìwọ mọ̀ pé Olúwa yóò gba ọ̀gá rẹ kúrò lọ́dọ̀ rẹ lónìí?” “Bẹ́ẹ̀ ni, èmi mọ̀,” Eliṣa dáhùn, “Ṣùgbọ́n ẹ má ṣe sọ̀rọ̀ nípa rẹ̀.”
4 ଏଉତ୍ତାରେ ଏଲୀୟ ତାଙ୍କୁ କହିଲେ, “ହେ ଇଲୀଶାୟ, ମୁଁ ବିନୟ କରୁଅଛି, ତୁମ୍ଭେ ଏଠାରେ ଥାଅ; କାରଣ ସଦାପ୍ରଭୁ ମୋତେ ଯିରୀହୋକୁ ପଠାଇଅଛନ୍ତି।” ଏଥିରେ ଇଲୀଶାୟ କହିଲେ, “ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ଓ ଆପଣଙ୍କ ପ୍ରାଣ ଜୀବିତ ଥିବା ପ୍ରମାଣେ ମୁଁ ଆପଣଙ୍କୁ ଛାଡ଼ିବି ନାହିଁ।” ତହୁଁ ସେମାନେ ଯିରୀହୋକୁ ଗଲେ।
Nígbà náà Elijah sì wí fún un pé, “Dúró níbí, Eliṣa: Olúwa ti rán mi lọ sí Jeriko.” Ó sì dá a lóhùn pé, “Bí ó ti dájú pé Olúwa yè àti tí ìwọ náà yè, èmi kò ní fi ọ́ sílẹ̀.” Wọ́n sì jọ lọ sí Jeriko.
5 ଏଥିରେ ଯିରୀହୋ ନିବାସୀ ଭବିଷ୍ୟଦ୍ବକ୍ତାଗଣଙ୍କ ଦଳ ଇଲୀଶାୟଙ୍କ ନିକଟକୁ ଆସି ତାଙ୍କୁ କହିଲେ, “ସଦାପ୍ରଭୁ ଆଜି ତୁମ୍ଭଠାରୁ ତୁମ୍ଭ ପ୍ରଭୁଙ୍କୁ ନେଇଯିବେ ବୋଲି ତୁମ୍ଭେ କʼଣ ଜାଣୁଅଛ?” ସେ ଉତ୍ତର କଲେ, “ହଁ, ମୁଁ ଜାଣୁଅଛି; ତୁମ୍ଭେମାନେ ତୁନି ହୁଅ।”
Àwọn ọmọ wòlíì tí ó wà ní Jeriko sì gòkè tọ Eliṣa wá wọ́n sì béèrè lọ́wọ́ rẹ̀ pé, “Ṣé ìwọ mọ̀ wí pé Olúwa yóò gba ọ̀gá rẹ kúrò lọ́dọ̀ rẹ lónìí?” “Bẹ́ẹ̀ ni, èmi mọ̀,” Ó dá wọn lóhùn, “Ṣùgbọ́n ẹ má ṣe sọ nípa rẹ̀.”
6 ଏଥିଉତ୍ତାରେ ଏଲୀୟ ଇଲୀଶାୟଙ୍କୁ କହିଲେ, “ମୁଁ ବିନୟ କରୁଅଛି, ଏଠାରେ ଥାଅ; କାରଣ ସଦାପ୍ରଭୁ ମୋତେ ଯର୍ଦ୍ଦନକୁ ପଠାଇଅଛନ୍ତି।” ତହୁଁ ସେ କହିଲେ, “ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ଓ ଆପଣଙ୍କ ପ୍ରାଣ ଜୀବିତ ଥିବା ପ୍ରମାଣେ ମୁଁ ଆପଣଙ୍କୁ ଛାଡ଼ିବି ନାହିଁ।” ଏଥିରେ ସେ ଦୁହେଁ ଅଗ୍ରସର ହେଲେ।
Nígbà náà Elijah wí fún un pé, “Dúró níbí; Olúwa rán mi lọ sí Jordani.” Ó sì dá a lóhùn pé, “Gẹ́gẹ́ bí ó ti jẹ́ wí pé, Olúwa yè àti gẹ́gẹ́ bí o ti yè, èmi kò ní fi ọ́ sílẹ̀.” Bẹ́ẹ̀ ni àwọn méjèèjì sì jọ ń lọ.
7 ପୁଣି ଭବିଷ୍ୟଦ୍ବକ୍ତାଗଣଙ୍କ ଦଳ ମଧ୍ୟରୁ ପଚାଶ ଜଣ ଯାଇ ସେମାନଙ୍କ ସମ୍ମୁଖରେ ଦୂରରେ ଠିଆ ହେଲେ; ଆଉ ସେ ଦୁହେଁ ଯର୍ଦ୍ଦନ ନିକଟରେ ଠିଆ ହେଲେ।
Àádọ́ta àwọn ọkùnrin ọmọ wòlíì sì lọ láti lọ dúró ní ọ̀nà jíjìn, wọ́n sì kọ ojú da ibi tí Elijah àti Eliṣa ti dúró ní Jordani.
8 ଏଥିରେ ଏଲୀୟ ଆପଣା ବସ୍ତ୍ର ନେଇ ଏକତ୍ର ଗୁଡ଼ାଇ ଜଳକୁ ଆଘାତ କଲେ, ତହିଁରେ ଜଳ ଏପାଖେ ସେପାଖେ ବିଭକ୍ତ ହୋଇଯାଆନ୍ତେ, ସେ ଦୁହେଁ ଶୁଷ୍କ ଭୂମି ଦେଇ ପାର ହୋଇଗଲେ।
Elijah sì mú agbádá ó sì ká a sókè ó sì lu omi náà pẹ̀lú rẹ̀. Omi náà sì pín sí ọ̀tún àti sí òsì, àwọn méjèèjì sì rékọjá lórí ilẹ̀ gbígbẹ.
9 ପୁଣି ସେମାନେ ପାର ହୋଇଗଲା ଉତ୍ତାରେ ଏଲୀୟ ଇଲୀଶାୟଙ୍କୁ କହିଲେ, “ମୁଁ ତୁମ୍ଭ ପାଇଁ କଅଣ କରିବି, ଏହା ମୁଁ ତୁମ୍ଭ ନିକଟରୁ ନିଆଯିବା ପୂର୍ବରୁ ମାଗ।” ତହିଁରେ ଇଲୀଶାୟ କହିଲେ, “ମୁଁ ବିନୟ କରୁଅଛି, ଆପଣଙ୍କ ଆତ୍ମାର ଦୁଇଗୁଣ ଅଂଶ ମୋʼ ଉପରେ ବର୍ତ୍ତୁ।”
Nígbà tí wọ́n rékọjá, Elijah sì wí fún Eliṣa pé, “Sọ fún mi, kí ni èmi lè ṣe fún ọ kí ó tó di wí pé wọ́n gbà mí kúrò lọ́dọ̀ rẹ?” “Jẹ́ kí èmi kí ó jogún ìlọ́po méjì ẹ̀mí rẹ.” Ó dá a lóhùn.
10 ଏଥିରେ ଏଲୀୟ କହିଲେ, “ତୁମ୍ଭେ ଦୁଃସାଧ୍ୟ ବିଷୟ ମାଗିଲ; ତଥାପି ମୁଁ ତୁମ୍ଭ ନିକଟରୁ ନିଆଯିବା ବେଳେ ଯେବେ ତୁମ୍ଭେ ମୋତେ ଦେଖିବ, ତେବେ ତୁମ୍ଭ ପ୍ରତି ତଦ୍ରୂପ ବର୍ତ୍ତିବ; ମାତ୍ର ତାହା ନ ହେଲେ, ବର୍ତ୍ତିବ ନାହିଁ।”
“Ìwọ ti béèrè ohun tí ó ṣòro,” Elijah wí pé, “Síbẹ̀ tí ìwọ bá rí mi nígbà tí a bá gbà mí kúrò lọ́wọ́ rẹ, yóò jẹ́ tìrẹ bí bẹ́ẹ̀ kọ́ kò ní rí bẹ́ẹ̀.”
11 ଏହିରୂପେ ସେମାନେ ଯାଉ ଯାଉ ଓ କଥାବାର୍ତ୍ତା କରୁ କରୁ ଦେଖ, ଏକ ଅଗ୍ନିମୟ ରଥ ଓ ଅଗ୍ନିମୟ ଅଶ୍ୱମାନ ଉପସ୍ଥିତ ହୋଇ ସେ ଦୁହିଁଙ୍କୁ ପୃଥକ କଲା; ପୁଣି ଏଲୀୟ ଘୂର୍ଣ୍ଣିବାୟୁରେ ସ୍ୱର୍ଗାରୋହଣ କଲେ।
Gẹ́gẹ́ bí wọ́n ti ń rìn lọ tí wọ́n sì ń sọ̀rọ̀ pọ̀, lọ́gán kẹ̀kẹ́ iná àti ẹṣin iná yọ sí wọn ó sì ya àwọn méjèèjì nípa, Elijah sì gòkè lọ sí ọ̀run pẹ̀lú àjà.
12 ଆଉ ଇଲୀଶାୟ ତାହା ଦେଖି ଉଚ୍ଚସ୍ୱରରେ କହିଲେ, “ହେ ଆମ୍ଭ ପିତଃ, ହେ ଆମ୍ଭ ପିତଃ, ହେ ଇସ୍ରାଏଲର ରଥ ଓ ତହିଁର ଅଶ୍ୱାରୋହୀଗଣ!” ଏଉତ୍ତାରେ ସେ ଏଲୀୟଙ୍କୁ ଆଉ ଦେଖିଲେ ନାହିଁ; ଏଣୁ ସେ ଆପଣା ବସ୍ତ୍ର ଧରି ଦୁଇ ଖଣ୍ଡ କରି ଚିରିଲେ।
Eliṣa rí èyí ó sì kígbe sókè, “Baba mi! Baba mi! Kẹ̀kẹ́ àti ẹlẹ́ṣin Israẹli!” Eliṣa kò sì rí i mọ́. Ó sì mú aṣọ ara rẹ̀ ó sì fà wọ́n ya sọ́tọ̀.
13 ମଧ୍ୟ ସେ ଏଲୀୟଙ୍କଠାରୁ ପଡ଼ିଥିବା ବସ୍ତ୍ରଖଣ୍ଡ ଉଠାଇ ନେଲେ ଓ ଫେରିଯାଇ ଯର୍ଦ୍ଦନ ତୀରରେ ଠିଆ ହେଲେ।
Ó sì mú agbádá tí ó ti jábọ́ láti ọ̀dọ̀ Elijah ó sì padà lọ, ó sì dúró lórí bèbè Jordani.
14 ପୁଣି ସେ ଏଲୀୟଙ୍କଠାରୁ ପଡ଼ିଥିବା ବସ୍ତ୍ର ନେଇ ଜଳକୁ ଆଘାତ କରି କହିଲେ, “ସଦାପ୍ରଭୁ ଏଲୀୟଙ୍କର ପରମେଶ୍ୱର କାହାନ୍ତି?” ପୁଣି ସେ ମଧ୍ୟ ଜଳକୁ ଆଘାତ କରନ୍ତେ, ତାହା ଏପାଖେ ସେପାଖେ ବିଭକ୍ତ ହୋଇଗଲା; ତହିଁରେ ଇଲୀଶାୟ ପାର ହୋଇଗଲେ।
Ó sì mú agbádá náà tí ó jábọ́ láti ọwọ́ rẹ̀, ó sì lu omi pẹ̀lú rẹ̀. “Níbo ni Olúwa Ọlọ́run Elijah wà?” Ó béèrè. Nígbà tí ó lu omi náà, ó sì pín sí apá ọ̀tún àti sí òsì, Eliṣa sì rékọjá.
15 ଆଉ ଯିରୀହୋ ନିବାସୀ ଭବିଷ୍ୟଦ୍ବକ୍ତାଗଣଙ୍କ ଯେଉଁ ଦଳ ତାଙ୍କ ସମ୍ମୁଖରେ ଥିଲେ, ସେମାନେ ତାଙ୍କୁ ଦେଖି କହିଲେ, “ଏଲୀୟଙ୍କର ଆତ୍ମା ଇଲୀଶାୟଙ୍କ ଉପରେ ବର୍ତ୍ତିଲା।” ତହୁଁ ସେମାନେ ଇଲୀଶାୟଙ୍କୁ ଭେଟିବାକୁ ଆସି ତାଙ୍କ ସମ୍ମୁଖରେ ଭୂମିଷ୍ଠ ପ୍ରଣାମ କଲେ।
Àwọn ọmọ wòlíì láti Jeriko, tí wọ́n ń wò, wí pé, “Ẹ̀mí Elijah sinmi lé Eliṣa.” Wọ́n sì lọ láti lọ bá a, wọ́n sì dojúbolẹ̀ níwájú rẹ̀.
16 ଆଉ ସେମାନେ ଇଲୀଶାୟଙ୍କୁ କହିଲେ, “ଏବେ ଦେଖନ୍ତୁ, ଆପଣଙ୍କ ଦାସମାନଙ୍କ ସଙ୍ଗେ ପଚାଶ ବଳବାନ ଲୋକ ଅଛନ୍ତି; ଆମ୍ଭେମାନେ ବିନୟ କରୁଅଛୁ, ସେମାନେ ଯାଇ ଆପଣଙ୍କ ପ୍ରଭୁଙ୍କୁ ଖୋଜନ୍ତୁ; ହୋଇପାରେ, ସଦାପ୍ରଭୁଙ୍କ ଆତ୍ମା ତାଙ୍କୁ ଊର୍ଦ୍ଧ୍ୱକୁ ନେଇ କୌଣସି ପର୍ବତ ଅବା ଉପତ୍ୟକାରେ ପକାଇ ଦେଇଥିବେ।” ଏଥିରେ ଇଲୀଶାୟ କହିଲେ, “ତୁମ୍ଭେମାନେ ପଠାଅ ନାହିଁ।”
“Wò ó,” wọ́n wí pé, “Àwa ìránṣẹ́ ni àádọ́ta ọkùnrin alágbára. Jẹ́ kí wọ́n lọ láti lọ wá ọ̀gá rẹ wá. Bóyá ẹ̀mí Olúwa ti gbé e sókè, ó sì gbé e kalẹ̀ lórí òkè ńlá tàbí lórí ilẹ̀.” “Rárá,” Eliṣa dá a lóhùn pé, “Má ṣe rán wọn.”
17 ତଥାପି ଇଲୀଶାୟ ଲଜ୍ଜିତ ହେବା ପର୍ଯ୍ୟନ୍ତ ସେମାନେ ତାଙ୍କୁ ପ୍ରବର୍ତ୍ତାନ୍ତେ, ସେ କହିଲେ, “ପଠାଅ।” ଏହେତୁ ସେମାନେ ପଚାଶ ଲୋକ ପଠାଇଲେ, ଆଉ ସେମାନେ ତାଙ୍କୁ ତିନି ଦିନ ଖୋଜିଲେ, ମାତ୍ର ପାଇଲେ ନାହିଁ।
Ṣùgbọ́n wọ́n rọ̀ ọ́ títí ojú fi tì í láti gbà. Ó wí pé, “Rán wọn.” Wọ́n sì rán àádọ́ta ènìyàn tí ó wá a fún ọjọ́ mẹ́ta ṣùgbọ́n wọn kò rí i.
18 ପୁଣି ଇଲୀଶାୟ ଯିରୀହୋରେ ଥାଉ ଥାଉ ସେମାନେ ତାଙ୍କ ନିକଟକୁ ଫେରି ଆସିଲେ; ଏଥିରେ ସେ ସେମାନଙ୍କୁ କହିଲେ, “ନ ଯାଅ ବୋଲି ମୁଁ କʼଣ ତୁମ୍ଭମାନଙ୍କୁ କହି ନ ଥିଲି।”
Nígbà tí wọ́n padà dé ọ̀dọ̀ Eliṣa, tí ó dúró ní Jeriko, ó wí fún wọn pé, “Ṣé èmi kò sọ fún un yín kí ẹ má lọ?”
19 ଏଥିଉତ୍ତାରେ ନଗରସ୍ଥ ଲୋକମାନେ ଇଲୀଶାୟଙ୍କୁ କହିଲେ, “ଦେଖନ୍ତୁ, ଆମ୍ଭେମାନେ ବିନୟ କରୁଅଛୁ, ଆମ୍ଭମାନଙ୍କ ପ୍ରଭୁ ଦେଖୁଅଛନ୍ତି ଯେ, ଏହି ନଗରର ସ୍ଥାନ ମନୋରମ; ମାତ୍ର ଜଳ ମନ୍ଦ ଓ ଭୂମି ଫଳନାଶକ।”
Àwọn ọkùnrin ìlú wí fún Eliṣa, pé, “Wò ó, olúwa wa, ìtẹ̀dó ìlú yìí dára, gẹ́gẹ́ bí ẹ ti rí i, ṣùgbọ́n omi náà burú, ilẹ̀ náà sì sá.”
20 ତହିଁରେ ସେ କହିଲେ, “ମୋʼ ନିକଟକୁ ଗୋଟିଏ ନୂତନ ପାତ୍ର ଆଣ ଓ ତହିଁରେ ଲବଣ ଦିଅ।” ତହୁଁ ସେମାନେ ତାଙ୍କ ନିକଟକୁ ତାହା ଆଣିଲେ।
Ó sì wí pé, “Mú àwokòtò tuntun fún mi wá, kí o sì mú iyọ̀ sí inú rẹ̀.” Wọ́n sì gbé e wá fún un.
21 ଏଥିରେ ସେ ଜଳ ନିର୍ଝର ନିକଟକୁ ଗଲେ ଓ ତହିଁରେ ଲବଣ ପକାଇ କହିଲେ, ସଦାପ୍ରଭୁ ଏହି କଥା କହନ୍ତି, “ମୁଁ ଏହି ଜଳ ଭଲ କଲି; ତାହା ମୃତ୍ୟୁୁଜନକ ଅବା ଫଳନାଶକ ଆଉ ହେବ ନାହିଁ।”
Nígbà náà ó sì jáde lọ sí ibi orísun omi, ó sì da iyọ̀ sí inú rẹ̀, ó wí pé, “Èyí ni ohun tí Olúwa wí: ‘Èmi ti wo omi yìí sàn. Kò ní mú ikú wá mọ́ tàbí mú ilẹ̀ náà sá.’”
22 ଏହିରୂପେ ଇଲୀଶାୟଙ୍କର ଉକ୍ତ ବାକ୍ୟାନୁସାରେ ସେହି ଜଳ ଆଜି ପର୍ଯ୍ୟନ୍ତ ଭଲ ହୋଇଅଛି।
Omi náà sì ti dára ni mímu títí di òní, gẹ́gẹ́ bí ọ̀rọ̀ tí Eliṣa ti sọ.
23 ଏଥିଉତ୍ତାରେ ଇଲୀଶାୟ ସେଠାରୁ ବେଥେଲ୍କୁ ଗଲେ; ପୁଣି ସେ ପଥରେ ଯାଉ ଯାଉ କେତେକ କ୍ଷୁଦ୍ର ବାଳକ ନଗରରୁ ବାହାରି ଆସି ତାଙ୍କୁ ପରିହାସ କରି କହିଲେ, “ଆରେ ଟାଙ୍ଗରାମୁଣ୍ଡା, ଉପରକୁ ଯା; ଆରେ ଟାଙ୍ଗରାମୁଣ୍ଡା, ଉପରକୁ ଯା।”
Láti ibẹ̀ Eliṣa lọ sókè ní Beteli gẹ́gẹ́ bí ó ti ń rìn lọ lójú ọ̀nà, àwọn ọ̀dọ́ kan jáde wá láti ìlú náà wọ́n sì fi ṣe ẹlẹ́yà. “Máa lọ sókè ìwọ apárí!” Wọ́n wí pé. “Máa lọ sókè ìwọ apárí!”
24 ଏଥିରେ ସେ ଆପଣା ପଛକୁ ଅନାଇ ସେମାନଙ୍କୁ ଦେଖିଲେ ଓ ସଦାପ୍ରଭୁଙ୍କ ନାମରେ ସେମାନଙ୍କୁ ଅଭିଶାପ ଦେଲେ। ସେତେବେଳେ ବନରୁ ଦୁଇ ଭଲ୍ଲୁକୀ ବାହାରି ଆସି ସେମାନଙ୍କ ମଧ୍ୟରୁ ବୟାଳିଶ ଜଣ ବାଳକଙ୍କୁ ବିଦୀର୍ଣ୍ଣ କଲେ।
Ó sì yípadà, ó sì wò wọ́n ó sì fi wọ́n bú ní orúkọ Olúwa. Nígbà náà beari méjì sì jáde wá láti inú igbó ó sì lu méjìlélógójì lára àwọn ọ̀dọ́ náà.
25 ଏଥିଉତ୍ତାରେ ସେ ସେଠାରୁ କର୍ମିଲ ପର୍ବତକୁ ଗଲେ ଓ ସେଠାରୁ ଶମରୀୟାକୁ ଫେରିଗଲେ।
Ó sì lọ sí orí òkè Karmeli láti ibẹ̀ ó sì padà sí Samaria.