< ଦ୍ୱିତୀୟ ରାଜାବଳୀ 18 >

1 ଇସ୍ରାଏଲର ରାଜା ଏଲାଙ୍କ ପୁତ୍ର ହୋଶେୟଙ୍କ ରାଜତ୍ଵର ତୃତୀୟ ବର୍ଷରେ ଯିହୁଦାର ରାଜା ଆହସ୍‌ଙ୍କର ପୁତ୍ର ହିଜକୀୟ ରାଜତ୍ୱ କରିବାକୁ ଆରମ୍ଭ କଲେ।
Ní ọdún kẹta Hosea ọmọ Ela ọba Israẹli, Hesekiah ọmọ Ahasi ọba Juda bẹ̀rẹ̀ ìjọba.
2 ସେ ରାଜତ୍ୱ କରିବାକୁ ଆରମ୍ଭ କରିବା ସମୟରେ ପଚିଶ ବର୍ଷ ବୟସ୍କ ଥିଲେ; ଆଉ ସେ ଯିରୂଶାଲମରେ ଅଣତିରିଶ ବର୍ଷ ରାଜ୍ୟ କଲେ; ତାଙ୍କର ମାତାଙ୍କର ନାମ ଅବୀ, ସେ ଜିଖରୀୟଙ୍କ କନ୍ୟା ଥିଲେ।
Ó jẹ́ ẹni ọdún mẹ́ẹ̀ẹ́dọ́gbọ̀n nígbà tí ó ti di ọba, ó sì jẹ ọba ní Jerusalẹmu fún ọdún mọ́kàndínlọ́gbọ̀n. Orúkọ ìyá rẹ̀ sì ni Abijah ọmọbìnrin Sekariah.
3 ପୁଣି ସେ ଆପଣା ପୂର୍ବପୁରୁଷ ଦାଉଦଙ୍କର ସମସ୍ତ କ୍ରିୟାନୁସାରେ ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ।
Ó sì ṣe ohun tí ó dára níwájú Olúwa, gẹ́gẹ́ bí i baba rẹ̀ Dafidi ti ṣe.
4 ସେ ଉଚ୍ଚସ୍ଥଳୀସକଳ ଦୂର କରିଦେଲେ ଓ ସ୍ତମ୍ଭସକଳ ଭାଙ୍ଗି ପକାଇଲେ ଓ ଆଶେରା ମୂର୍ତ୍ତି କାଟି ପକାଇଲେ; ପୁଣି ମୋଶା ନିର୍ମିତ ପିତ୍ତଳ ସର୍ପ ଖଣ୍ଡ ଖଣ୍ଡ କରି ଭାଙ୍ଗିଦେଲେ; କାରଣ ତହିଁ ଉଦ୍ଦେଶ୍ୟରେ ଇସ୍ରାଏଲ-ସନ୍ତାନଗଣ ସେସମୟ ପର୍ଯ୍ୟନ୍ତ ଧୂପ ଜ୍ୱଳାଉଥିଲେ; ଆଉ ସେ ତାହାର ନାମ ନହୁଷ୍ଟର୍ନ (ପିତ୍ତଳ ଖଣ୍ଡ) ରଖିଲେ।
Ó mú ibi gíga náà kúrò, ó sì fọ́ àwọn ère òkúta, ó sì gé àwọn ère Aṣerah lulẹ̀, ó sì fọ́ ejò idẹ tí Mose ti ṣe náà túútúú, títí di ọjọ́ tí àwọn ọmọ Israẹli ń sun tùràrí sí. (Wọ́n sì pè é ní Nehuṣitani.)
5 ସେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କଠାରେ ବିଶ୍ୱାସ କଲେ, ତାଙ୍କର ପରବର୍ତ୍ତୀ ଯିହୁଦାର ସମସ୍ତ ରାଜାଙ୍କ ମଧ୍ୟରେ କେହି ତାଙ୍କ ପରି ନ ଥିଲେ, କିଅବା ତାଙ୍କର ପୂର୍ବବର୍ତ୍ତୀମାନଙ୍କ ମଧ୍ୟରେ କେହି ନ ଥିଲେ।
Hesekiah sì gbẹ́kẹ̀lé Olúwa Ọlọ́run Israẹli. Kò sì ṣí ẹnìkan tí ó dàbí tirẹ̀ lára gbogbo àwọn ọba Juda, bóyá kí ó tó jẹ tàbí lẹ́yìn rẹ̀.
6 କାରଣ ସେ ସଦାପ୍ରଭୁଙ୍କ ପ୍ରତି ଆସକ୍ତ ହେଲେ, ସେ ତାହାଙ୍କ ଅନୁଗମନରୁ ବିମୁଖ ହେଲେ ନାହିଁ, ଆଉ ସଦାପ୍ରଭୁ ମୋଶାଙ୍କୁ ଯାହା ଆଜ୍ଞା କରିଥିଲେ, ତାହାଙ୍କର ସେସବୁ ଆଜ୍ଞା ସେ ପାଳନ କଲେ।
Ó súnmọ́ Olúwa, kò sì dẹ́kun láti tì í lẹ́yìn: ó sì pa òfin Olúwa mọ́ tí ó ti fi fún Mose.
7 ପୁଣି ସଦାପ୍ରଭୁ ତାଙ୍କର ସହବର୍ତ୍ତୀ ହେଲେ; ସେ ଯେକୌଣସି ଆଡ଼େ ଗଲେ, ସେଆଡ଼େ କୁଶଳ ପ୍ରାପ୍ତ ହେଲେ। ଆଉ ସେ ଅଶୂର ରାଜାର ବିଦ୍ରୋହୀ ହୋଇ ତାହାର ସେବା କଲେ ନାହିଁ।
Olúwa sì wà pẹ̀lú rẹ̀; ó sì ń ṣe rere nínú gbogbo ohun tí ó dáwọ́lé. Ó ṣe ọ̀tẹ̀ sí ọba Asiria kò sì sìn ín.
8 ସେ ଘସା ଓ ତହିଁର ସୀମା ପର୍ଯ୍ୟନ୍ତ ପ୍ରହରୀମାନଙ୍କ ଦୁର୍ଗଠାରୁ ପ୍ରାଚୀର-ବେଷ୍ଟିତ ନଗର ପର୍ଯ୍ୟନ୍ତ ପଲେଷ୍ଟୀୟମାନଙ୍କୁ ସଂହାର କଲେ।
Láti ilé ìṣọ́ títí dé ìlú olódi, ó sì pa àwọn ará Filistini run, àti títí dé Gasa àti agbègbè rẹ̀.
9 ଏଥିଉତ୍ତାରେ ହିଜକୀୟ ରାଜାଙ୍କ ରାଜତ୍ଵର ଚତୁର୍ଥ ବର୍ଷରେ, ଅର୍ଥାତ୍‍, ଇସ୍ରାଏଲର ରାଜା ଏଲାଙ୍କର ପୁତ୍ର ହୋଶେୟଙ୍କ ରାଜତ୍ଵର ସପ୍ତମ ବର୍ଷରେ ଅଶୂରର ରାଜା ଶଲ୍‍ମନେଷର ଶମରୀୟା ପ୍ରତିକୂଳରେ ଆସି ତାହା ଅବରୋଧ କଲା।
Ní ọdún kẹrin ọba Hesekiah, nígbà tí ó jẹ́ ọdún keje Hosea ọmọ Ela ọba Israẹli. Ṣalamaneseri ọba Asiria yàn lára Samaria ó sì tẹ̀dó tì í.
10 ପୁଣି ତିନି ବର୍ଷର ଶେଷରେ ସେମାନେ ତାହା ହସ୍ତଗତ କଲେ; ହିଜକୀୟଙ୍କ ରାଜତ୍ଵର ଷଷ୍ଠ ବର୍ଷରେ, ଅର୍ଥାତ୍‍, ଇସ୍ରାଏଲର ରାଜା ହୋଶେୟଙ୍କ ରାଜତ୍ଵର ନବମ ବର୍ଷରେ ଶମରୀୟା ହସ୍ତଗତ କରାଗଲା।
Lẹ́yìn ọdún mẹ́ta Asiria gbé e. Bẹ́ẹ̀ ni wọ́n kó Samaria ní ọdún kẹfà Hesekiah tí ó sì jẹ́ ọdún kẹsànán Hosea ọba Israẹli.
11 ଏଥିଉତ୍ତାରେ ଅଶୂରର ରାଜା ଇସ୍ରାଏଲକୁ ଅଶୂରକୁ ନେଇଯାଇ ହଲହରେ ଓ ହାବୋରରେ, ଗୋଶନ ନଦୀ ତୀରରେ ଓ ମାଦୀୟମାନଙ୍କ ନାନା ନଗରରେ ସେମାନଙ୍କୁ ରଖିଲା।
Ọba Asiria lé Israẹli kúrò ní Asiria, wọ́n sì ṣe àtìpó wọn ní Hala, ní Gosani létí odò Habori àti ní ìlú àwọn ará Media.
12 କାରଣ ସେମାନେ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ୱରଙ୍କ ରବରେ ଅବଧାନ କଲେ ନାହିଁ, ମାତ୍ର ତାହାଙ୍କ ନିୟମ ଓ ସଦାପ୍ରଭୁଙ୍କ ସେବକ ମୋଶାଙ୍କର ସମସ୍ତ ଆଜ୍ଞାଲଙ୍ଘନ କଲେ ଓ ତାହା ଶୁଣିବାକୁ ସମ୍ମତ ହେଲେ ନାହିଁ କି ତାହା ପାଳନ କଲେ ନାହିଁ।
Èyí ṣẹlẹ̀ nítorí wọn kò pa àṣẹ Olúwa Ọlọ́run wọn mọ́. Ṣùgbọ́n wọ́n ti dà májẹ̀mú rẹ̀ gbogbo èyí tí Mose ìránṣẹ́ Olúwa ti pàṣẹ. Wọn kò fi etí wọn sílẹ̀ sí òfin wọn kò sì gbé wọn jáde.
13 ଏଥିଉତ୍ତାରେ ହିଜକୀୟ ରାଜାଙ୍କ ରାଜତ୍ଵର ଚଉଦ ବର୍ଷରେ ଅଶୂରର ରାଜା ସନ୍‍‌‌ହେରୀବ ଯିହୁଦାର ସକଳ ପ୍ରାଚୀର-ବେଷ୍ଟିତ ନଗର ବିରୁଦ୍ଧରେ ଆସି ତାହାସବୁ ହସ୍ତଗତ କଲା।
Ní ọdún kẹrìnlá tí Hesekiah jẹ ọba, Sennakeribu ọba Asiria kọlu gbogbo ìlú olódi ti Juda ó sì pa wọ́n run.
14 ଏଥିରେ ଯିହୁଦାର ରାଜା ହିଜକୀୟ ଲାଖୀଶ୍‍କୁ ଅଶୂରର ରାଜା ନିକଟକୁ ଲୋକ ପଠାଇ କହିଲେ, “ମୁଁ ଅପରାଧ କଲି; ମୋʼ ନିକଟରୁ ଫେରି ଯାଉନ୍ତୁ; ଆପଣ ମୋʼ ଉପରେ ଯେଉଁ ଭାର ଥୋଇବେ, ତାହା ମୁଁ ବହିବି।” ତହୁଁ ଅଶୂରର ରାଜା ଯିହୁଦାର ରାଜା ହିଜକୀୟଙ୍କ ଉପରେ ତିନି ଶହ ତାଳନ୍ତ ରୂପା ଓ ତିରିଶ ତାଳନ୍ତ ସୁନା ନିରୂପଣ କଲା।
Bẹ́ẹ̀ ni Hesekiah ọba Juda sì ránṣẹ́ yìí sí ọba Asiria ní Lakiṣi, wí pé, “Mo ti ṣẹ̀, padà lẹ́yìn mi: èmi yóò sì san ohunkóhun tí ìwọ bá béèrè lọ́wọ́ mi.” Ọba Asiria sì bu fún Hesekiah ọba Juda ọ̀ọ́dúnrún tálẹ́ǹtì fàdákà àti ọgbọ̀n tálẹ́ǹtì wúrà.
15 ତହିଁରେ ହିଜକୀୟ ସଦାପ୍ରଭୁଙ୍କ ଗୃହରେ ଓ ରାଜଗୃହର ଭଣ୍ଡାରମାନରେ ପ୍ରାପ୍ତ ସମସ୍ତ ରୂପା ତାହାକୁ ଦେଲେ।
Hesekiah fún un ní gbogbo fàdákà tí a rí nínú ilé Olúwa àti nínú ìṣúra ilé ọba.
16 ସେସମୟରେ ହିଜକୀୟ ସଦାପ୍ରଭୁଙ୍କ ମନ୍ଦିର ଦ୍ୱାରସବୁରୁ ଓ ଯିହୁଦାର ରାଜା ହିଜକୀୟଙ୍କ ଦ୍ୱାରା ମଣ୍ଡିତ ସ୍ତମ୍ଭସବୁରୁ ସୁବର୍ଣ୍ଣ କାଟି ଅଶୂରର ରାଜାକୁ ଦେଲେ।
Ní àkókò yìí Hesekiah ọba Juda ké wúrà tí ó wà ní ẹnu ìlẹ̀kùn ilé Olúwa, kúrò àti ti òpó tí Hesekiah ọba Juda ti gbéró ó sì fi fún ọba Asiria.
17 ଏଥିଉତ୍ତାରେ ଅଶୂରର ରାଜା ଲାଖୀଶ୍‍ଠାରୁ ତର୍ତ୍ତାନ ଓ ରବ୍‍ସାରୀସ୍‍ ଓ ରବ୍‍ଶାକିକୁ ମହାସୈନ୍ୟ ସହିତ ଯିରୂଶାଲମକୁ ହିଜକୀୟ ରାଜାଙ୍କ ନିକଟକୁ ପଠାଇଲା। ତହୁଁ ସେମାନେ ଯାତ୍ରା କରି ଯିରୂଶାଲମକୁ ଆସିଲେ। ଆଉ ସେଠାରେ ଉପସ୍ଥିତ ହୁଅନ୍ତେ, ସେମାନେ ରଜକର କ୍ଷେତ୍ର ପଥସ୍ଥିତ ଉପର ପୁଷ୍କରିଣୀର ନାଳ ନିକଟରେ ଠିଆ ହେଲେ।
Ọba Asiria rán alákòóso gíga jùlọ, ìjòyè pàtàkì àti àwọn adarí pápá pẹ̀lú àwọn ọmọ-ogun tí ó pọ̀, láti Lakiṣi sí ọba Hesekiah ní Jerusalẹmu. Wọ́n wá sí òkè Jerusalẹmu wọ́n sì dúró ní etí ìdarí omi àbàtà òkè, ní ojú ọ̀nà tó lọ sí òpópó pápá alágbàfọ̀.
18 ପୁଣି ସେମାନେ ରାଜାଙ୍କୁ ଡାକନ୍ତେ, ହିଲ୍‍କୀୟର ପୁତ୍ର ଇଲିୟାକୀମ୍‍ ନାମକ ରାଜଗୃହାଧ୍ୟକ୍ଷ ଓ ଶିବ୍‍ନ ଲେଖକ ଓ ଆସଫର ପୁତ୍ର ଯୋୟାହ ନାମକ ଇତିହାସ ଲେଖକ ବାହାର ହୋଇ ସେମାନଙ୍କ ନିକଟକୁ ଆସିଲେ।
Wọ́n sì pe ọba; àti Eliakimu ọmọ Hilkiah ẹni tí í ṣe ilé olùtọ́jú, Ṣebna akọ̀wé, àti Joah ọmọkùnrin Asafu tí ó jẹ́ akọ̀wé ìrántí jáde pẹ̀lú wọn.
19 ତହିଁରେ ରବ୍‍ଶାକି ସେମାନଙ୍କୁ କହିଲା, ଏବେ ତୁମ୍ଭେମାନେ “ହିଜକୀୟଙ୍କୁ କୁହ, ମହାରାଜ ଅଶୂରର ରାଜା ଏହି କଥା କହନ୍ତି, ‘ତୁମ୍ଭେ ଏହି ଯେଉଁ ବିଶ୍ୱାସ କରୁଅଛ, ତାହା କିରୂପ ବିଶ୍ୱାସ?
Olùdarí pápá wí fún wọn pé, “Sọ fún Hesekiah pé, “‘Èyí ni ohun tí ọba ńlá, ọba Asiria sọ: Kí ni ìgbẹ́kẹ̀lé yìí tí ìwọ gbẹ́kẹ̀lé?
20 ଯୁଦ୍ଧ କରିବା ପାଇଁ ମନ୍ତ୍ରଣା ଓ ବଳ ଅଛି ବୋଲି ତୁମ୍ଭେ କହୁଅଛ, ମାତ୍ର ତାହା କେବଳ ବୃଥା କଥା। ତୁମ୍ଭେ କାହା ଉପରେ ନିର୍ଭର କରି ମୋହର ବିଦ୍ରୋହୀ ହୋଇଅଛ?
Ìwọ wí pé ìwọ ni ìmọ̀ àti agbára láti jagun, ṣùgbọ́n ìwọ sọ̀rọ̀ òfìfo lásán. Ǹjẹ́ ta ni ìwọ gbẹ́kẹ̀ rẹ lé, tí ìwọ fi ń ṣe ọ̀tẹ̀ sí mi?
21 ଦେଖ, ତୁମ୍ଭେ ଏହି ଛେଚାନଳର ଯଷ୍ଟି ରୂପ ମିସର ଉପରେ ନିର୍ଭର କରୁଅଛ; ମାତ୍ର କେହି ତହିଁ ଉପରେ ଆଉଜିଲେ, ତାହା ତାହାର ହାତରେ ପଶି ଫୋଡ଼ି ପକାଇବ। ଯେଉଁମାନେ ମିସରୀୟ ରାଜା ଫାରୋ ଉପରେ ନିର୍ଭର ରଖନ୍ତି, ସେସମସ୍ତଙ୍କ ପ୍ରତି ସେ ତ ଏହି ପ୍ରକାର।
Wò ó, nísinsin yìí, ìwọ gbẹ́kẹ̀ rẹ lé Ejibiti, ẹ̀rún ọ̀pá pẹlẹbẹ ìyè fífọ́ yìí, èyí tí yóò wọ inú ọwọ́ ẹni tí ó sì bá fi ara tì í. Bẹ́ẹ̀ ni Farao ọba Ejibiti ṣe rí fún gbogbo àwọn tí ó gbẹ́kẹ̀ wọn lé e.
22 ମାତ୍ର ଯେବେ ତୁମ୍ଭେମାନେ ମୋତେ କୁହ, ଆମ୍ଭେମାନେ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ୱରଙ୍କ ଉପରେ ନିର୍ଭର ରଖୁଅଛୁ; ତେବେ ହିଜକୀୟ ଯାହାଙ୍କ ଉଚ୍ଚସ୍ଥଳୀ ଓ ଯଜ୍ଞବେଦିସବୁ ଦୂର କରିଦେଇଅଛି, ଆଉ ଯିହୁଦାକୁ ଓ ଯିରୂଶାଲମକୁ କହିଅଛି, ତୁମ୍ଭେମାନେ ଯିରୂଶାଲମରେ ଏହି ଯଜ୍ଞବେଦି ସମ୍ମୁଖରେ ପ୍ରଣାମ କରିବ, ସେ କି ସେହି ନୁହନ୍ତି?’
Tí ìwọ bá sì sọ fún mi pé, “Àwa gbẹ́kẹ̀ wa lé Olúwa Ọlọ́run.” Òun ha kọ́ ní ẹnìkan náà tí ibi gíga àti àwọn pẹpẹ tí Hesekiah mú kúrò, tí ó wí fún Juda àti Jerusalẹmu pé, “O gbọdọ̀ sìn níwájú pẹpẹ yìí ní Jerusalẹmu”?
23 ଏବେ ମୁଁ ବିନୟ କରୁଅଛି, ମୋʼ ପ୍ରଭୁ ଅଶୂରର ରାଜାଙ୍କ ସଙ୍ଗେ ପଣ କର, ମୁଁ ତୁମ୍ଭକୁ ଦୁଇ ହଜାର ଅଶ୍ୱ ଦେବି, ଯେବେ ତୁମ୍ଭେ ପାର, ସେମାନଙ୍କ ଉପରେ ଚଢ଼ିବା ପାଇଁ ତୁମ୍ଭ ଆଡ଼ୁ ଲୋକ ଆଣ।
“‘Wá nísinsin yìí, ṣe àdéhùn pẹ̀lú ọ̀gá mi, ọba Asiria èmi yóò sì fún ọ ní ẹgbẹ̀rún méjì ẹṣin tí ìwọ bá lè kó àwọn tí yóò gùn ún sí orí rẹ!
24 ତେବେ କିପରି ତୁମ୍ଭେ ମୋʼ ପ୍ରଭୁଙ୍କ ଦାସମାନଙ୍କ ମଧ୍ୟରୁ ଏକ କ୍ଷୁଦ୍ରତମ ସେନାପତିକୁ ଫେରାଇ ଦେଇ ପାରିବ? କିପରି ତୁମ୍ଭେ ରଥ ଓ ଅଶ୍ୱାରୋହୀ ନିମନ୍ତେ ମିସର ଉପରେ ବିଶ୍ୱାସ କରୁଅଛ?
Báwo ni ìwọ yóò ha ti ṣe le yí ojú balógun kan tí ó kéré jùlọ padà nínú àwọn ìránṣẹ́ olúwa mi, tí ìwọ sì gbẹ́kẹ̀ rẹ lé Ejibiti fún àwọn kẹ̀kẹ́ àti ẹlẹ́ṣin?
25 ମୁଁ କʼଣ ସଦାପ୍ରଭୁଙ୍କ ବିନା ଏହି ସ୍ଥାନ ଧ୍ୱଂସ କରିବାକୁ ଆସିଅଛି? ସଦାପ୍ରଭୁ ମୋତେ କହିଲେ, ଏହି ଦେଶ ବିରୁଦ୍ଧରେ ଯାଇ ତାହା ଧ୍ୱଂସ କର।”
Síwájú sí i, èmi ti wá láti mú àti láti parun ibí yìí láìsí ọ̀rọ̀ láti ọ̀dọ̀ Olúwa? Olúwa fún rara rẹ̀ sọ fún mi pé kí n yára láti yan lórí ìlú yìí, kí n sì pa á run.’”
26 ଏଥିରେ ହିଲ୍‍କୀୟର ପୁତ୍ର ଇଲିୟାକୀମ୍‍ ଓ ଶିବ୍‍ନ ଓ ଯୋୟାହ ରବ୍‍ଶାକିକୁ କହିଲେ, “ବିନୟ କରୁଅଛୁ, ଆପଣ ଅରାମୀୟ ଭାଷାରେ ଆପଣା ଦାସମାନଙ୍କୁ କହନ୍ତୁ; କାରଣ ଆମ୍ଭେମାନେ ତାହା ବୁଝୁଅଛୁ। ପୁଣି ପ୍ରାଚୀରର ଉପରିସ୍ଥ ଲୋକମାନଙ୍କ କର୍ଣ୍ଣଗୋଚରରେ ଆମ୍ଭମାନଙ୍କୁ ଯିହୁଦୀୟ ଭାଷାରେ ନ କହନ୍ତୁ।”
Nígbà náà Eliakimu ọmọ Hilkiah, àti Ṣebna àti Joah sọ fún olùdarí pápá pé, “Jọ̀wọ́ sọ̀rọ̀ fún àwọn ìránṣẹ́ rẹ ní èdè Aramaiki, nítorí ti ó tí yé wa, má ṣe sọ̀rọ̀ fún wa pẹ̀lú èdè Heberu ní etí ìgbọ́ àwọn ènìyàn tí ń bẹ lórí odi.”
27 ମାତ୍ର ରବ୍‍ଶାକି ସେମାନଙ୍କୁ କହିଲା, “ମୋʼ ପ୍ରଭୁ କି ତୁମ୍ଭ ପ୍ରଭୁଙ୍କୁ ଓ ତୁମ୍ଭକୁ ଏସବୁ କଥା କହିବା ପାଇଁ ପଠାଇଅଛନ୍ତି? ଏହି ଯେଉଁ ଲୋକମାନେ ତୁମ୍ଭମାନଙ୍କ ସଙ୍ଗେ ଆପଣା ଆପଣା ବିଷ୍ଠା ଖାଇବାକୁ ଓ ମୂତ୍ର ପିଇବାକୁ ପ୍ରାଚୀର ଉପରେ ବସିଅଛନ୍ତି, ସେମାନଙ୍କ ନିକଟକୁ କʼଣ ମୋତେ ପଠାଇ ନାହାନ୍ତି?”
Ṣùgbọ́n aláṣẹ dáhùn pé, “Ṣé fún ọ̀gá rẹ àti ìwọ nìkan ní ọ̀gá mi rán mi sí láti sọ àwọn nǹkan wọ̀nyí kì í sì í ṣe fún àwọn ọkùnrin tí ó jókòó lórí odi ni gẹ́gẹ́ bí ìwọ, ni yóò ní láti jẹ ìgbẹ́ ará wọn kí wọ́n sì mu ìtọ̀ ará wọn?”
28 ତହୁଁ ରବ୍‍ଶାକି ଠିଆ ହୋଇ ଉଚ୍ଚସ୍ୱରରେ ଯିହୁଦୀୟ ଭାଷାରେ ଏହି କଥା କହିଲା, “ତୁମ୍ଭେମାନେ ମହାରାଜ ଅଶୂରର ରାଜାଙ୍କ କଥା ଶୁଣ।
Nígbà náà, aláṣẹ dìde, ó sì pè jáde ní èdè Heberu pé, “Ẹ gbọ́ ọ̀rọ̀ ọba ńlá, ọba Asiria!
29 ରାଜା ଏହି କଥା କହନ୍ତି, ‘ତୁମ୍ଭମାନଙ୍କୁ ଭୁଲାଇବା ପାଇଁ ହିଜକୀୟକୁ ନ ଦିଅ; କାରଣ ସେ ତୁମ୍ଭମାନଙ୍କୁ ମୋʼ ହସ୍ତରୁ ଉଦ୍ଧାର କରି ପାରିବ ନାହିଁ।
Èyí ni ohun tí ọba sọ, má ṣe jẹ́ kí Hesekiah tàn ọ́ jẹ kò le gbà ọ́ kúrò ní ọwọ́ mi.
30 କିଅବା ସଦାପ୍ରଭୁ ନିଶ୍ଚୟ ଆମ୍ଭମାନଙ୍କୁ ଉଦ୍ଧାର କରିବେ ଓ ଏହି ନଗର ଅଶୂରୀୟ ରାଜାର ହସ୍ତଗତ ହେବ ନାହିଁ। ଏହି କଥା କହି ହିଜକୀୟ ସଦାପ୍ରଭୁଙ୍କଠାରେ ତୁମ୍ଭମାନଙ୍କର ବିଶ୍ୱାସ ନ ଜନ୍ମାଉ।
Ẹ má ṣe jẹ́ kí Hesekiah mú yín gbẹ́kẹ̀lé Olúwa nípa sísọ pé, ‘Olúwa yóò gbà wá nítòótọ́; ìlú yìí ni wọn kò ní fi lé ọba ìlú Asiria lọ́wọ́.’
31 ହିଜକୀୟର କଥା ଶୁଣ ନାହିଁ; କାରଣ ଅଶୂରୀୟ ରାଜା ଏହି କଥା କହନ୍ତି, ତୁମ୍ଭେମାନେ ମୋʼ ସଙ୍ଗେ ସନ୍ଧି କର ଓ ମୋʼ ନିକଟକୁ ବାହାରି ଆସ ଓ ପ୍ରତ୍ୟେକେ ଆପଣା ଆପଣା ଦ୍ରାକ୍ଷାଫଳ ଓ ପ୍ରତ୍ୟେକେ ଆପଣା ଆପଣା ଡିମ୍ବିରି ଫଳ ଭୋଜନ କର, ଆଉ ପ୍ରତ୍ୟେକେ ଆପଣା ଆପଣା କୂପ ଜଳ ପାନ କର।
“Má ṣe tẹ́tí sí Hesekiah. Èyí ni ohun tí ọba Asiria wí pé, ‘Fi ẹ̀bùn wá ojúrere mi, kí o sì jáde tọ̀ mí wá.’ Nígbà náà olúkúlùkù yín yóò jẹun láti inú àjàrà rẹ̀ àti igi ọ̀pọ̀tọ́, yóò sì mu omi láti inú àmù rẹ̀,
32 ଶେଷରେ ମୁଁ ଆସି ତୁମ୍ଭମାନଙ୍କର ସ୍ୱଦେଶ ତୁଲ୍ୟ ଏକ ଦେଶକୁ, ଅର୍ଥାତ୍‍, ଶସ୍ୟ ଓ ଦ୍ରାକ୍ଷାରସମୟ ଦେଶ, ଆଉ ରୁଟି ଓ ଦ୍ରାକ୍ଷାକ୍ଷେତ୍ରମୟ ଦେଶ, ଆଉ ତୈଳଜୀତ ଓ ମଧୁମୟ ଦେଶକୁ ତୁମ୍ଭମାନଙ୍କୁ ନେଇଯିବି, ତହିଁରେ ତୁମ୍ଭେମାନେ ବଞ୍ଚିବ ଓ ମରିବ ନାହିଁ; ପୁଣି ସଦାପ୍ରଭୁ ଆମ୍ଭମାନଙ୍କୁ ଉଦ୍ଧାର କରିବେ ବୋଲି କହି ହିଜକୀୟ ତୁମ୍ଭମାନଙ୍କୁ ମଣାଇଲେ, ତାହାର କଥା ତୁମ୍ଭେମାନେ ଶୁଣ ନାହିଁ।
títí tí èmi yóò fi wá mú ọ lọ sí ilé gẹ́gẹ́ bí i tìrẹ, ilẹ̀ ọkà àti ọtí wáìnì, ilẹ̀ oúnjẹ àti ọgbà àjàrà, ilẹ̀ òróró olifi àti ti ilẹ̀ oyin; yàn ìyè má sì ṣe yàn ikú! “Kí ẹ má ṣe gbọ́ tí Hesekiah, nítorí ó ń tàn yín tí ó ba tí wí pé, ‘Olúwa yóò gbà wá?’
33 ନାନା ଗୋଷ୍ଠୀୟମାନଙ୍କ ଦେବତାଗଣ ମଧ୍ୟରୁ କୌଣସି ଦେବତା କʼଣ ଅଶୂରୀୟ ରାଜାଙ୍କ ହସ୍ତରୁ ଆପଣା ଦେଶ ଉଦ୍ଧାର କରିଅଛି?
Ṣé òrìṣà àwọn orílẹ̀-èdè kankan ti gba ilé rẹ lọ́wọ́ àwọn ọba Asiria?
34 ହମାତର ଓ ଅର୍ପଦର ଦେବତାମାନେ କାହାନ୍ତି? ସଫର୍ବୟିମର ଓ ହେନାର ଓ ଅବ୍ବାର ଦେବତାମାନେ କାହାନ୍ତି? ସେମାନେ କʼଣ ମୋʼ ହସ୍ତରୁ ଶମରୀୟାକୁ ଉଦ୍ଧାର କରିଅଛନ୍ତି?
Níbo ni àwọn òrìṣà Hamati àti Arpadi gbé wà? Níbo ni àwọn òrìṣà Sefarfaimi, Hena àti Iffa gbé wà? Wọ́n ha gba Samaria kúrò lọ́wọ́ mi bí?
35 ନାନା ଗୋଷ୍ଠୀୟ ସମସ୍ତ ଦେବତା ମଧ୍ୟରେ କିଏ ଆପଣା ଦେଶକୁ ମୋʼ ହସ୍ତରୁ ଉଦ୍ଧାର କରିଅଛି ଯେ, ସଦାପ୍ରଭୁ ମୋʼ ହସ୍ତରୁ ଯିରୂଶାଲମକୁ ଉଦ୍ଧାର କରିବେ?’”
Ta ni nínú gbogbo àwọn òrìṣà ilẹ̀ yìí tí ó ti gbìyànjú láti gba ilẹ̀ rẹ̀ kúrò lọ́wọ́ mi? Báwo ni Olúwa yóò ṣe gba Jerusalẹmu kúrò lọ́wọ́ mi?”
36 ମାତ୍ର ଲୋକମାନେ ନୀରବ ହୋଇ ରହିଲେ, ଗୋଟିଏ କଥା ଉତ୍ତର କଲେ ନାହିଁ। କାରଣ ତାହାକୁ ଉତ୍ତର ନ ଦିଅ ବୋଲି ରାଜାଙ୍କର ଆଜ୍ଞା ଥିଲା।
Ṣùgbọ́n gbogbo àwọn ènìyàn náà dákẹ́ síbẹ̀ wọn kò sì sọ ohunkóhun, láti fi fèsì, nítorí ọba ti paláṣẹ, “Ẹ má ṣe dá a lóhùn.”
37 ଏଥିଉତ୍ତାରେ ହିଲ୍‍କୀୟର ପୁତ୍ର ଇଲିୟାକୀମ୍‍ ନାମକ ରାଜଗୃହାଧ୍ୟକ୍ଷ ଓ ଶିବ୍‍ନ ଲେଖକ ଓ ଆସଫର ପୁତ୍ର ଯୋୟାହ ନାମକ ଇତିହାସ ଲେଖକ ଆପଣା ଆପଣା ବସ୍ତ୍ର ଚିରି ହିଜକୀୟଙ୍କ ନିକଟକୁ ଆସି ରବ୍‍ଶାକିର କଥାସବୁ ତାଙ୍କୁ ଜଣାଇଲେ।
Nígbà náà Eliakimu ọmọ Hilkiah olùtọ́jú ààfin, Ṣebna akọ̀wé àti Joah ọmọ Asafu akọ̀wé ránṣẹ́ lọ sí ọ̀dọ̀ Hesekiah, pẹ̀lú aṣọ wọn yíya, ó sì wí fún un ohun tí olùdarí pápá ti sọ.

< ଦ୍ୱିତୀୟ ରାଜାବଳୀ 18 >