< ଦ୍ୱିତୀୟ ରାଜାବଳୀ 13 >

1 ଯିହୁଦାର ଅହସୀୟ ରାଜାଙ୍କର ପୁତ୍ର ଯୋୟାଶ୍‍ଙ୍କ ରାଜତ୍ଵର ତେଇଶ ବର୍ଷରେ ଯେହୂଙ୍କର ପୁତ୍ର ଯିହୋୟାହସ୍‍ ଶମରୀୟାରେ ଇସ୍ରାଏଲ ଉପରେ ରାଜତ୍ୱ କରିବାକୁ ଆରମ୍ଭ କରି ସତର ବର୍ଷ ରାଜ୍ୟ କଲେ।
Ní ọdún kẹtàlélógún ti Joaṣi ọmọ ọba Ahasiah ti Juda, Jehoahasi ọmọ Jehu di ọba Israẹli ní Samaria. Ó sì jẹ ọba fún ọdún mẹ́tàdínlógún.
2 ସେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ, ପୁଣି ନବାଟର ପୁତ୍ର ଯାରବୀୟାମ ଯଦ୍ଦ୍ୱାରା ଇସ୍ରାଏଲକୁ ପାପ କରାଇଥିଲେ, ତାଙ୍କର ସେହି ପାପର ଅନୁଗାମୀ ହେଲେ; ଯିହୋୟାହସ୍‍ ତହିଁରୁ ବିମୁଖ ହେଲେ ନାହିଁ।
Ó ṣe búburú níwájú Olúwa nípa títẹ̀lé ẹ̀ṣẹ̀ Jeroboamu ọmọ Nebati, èyí tí ó ti fa Israẹli láti dá, kò sì yípadà kúrò nínú wọn.
3 ଏଥିରେ ସଦାପ୍ରଭୁଙ୍କ କ୍ରୋଧ ଇସ୍ରାଏଲ ବିରୁଦ୍ଧରେ ପ୍ରଜ୍ୱଳିତ ହୁଅନ୍ତେ; ସେ ଅରାମର ରାଜା ହସାୟେଲ ହସ୍ତରେ ଓ ହସାୟେଲର ପୁତ୍ର ବିନ୍‍ହଦଦ୍‍ ହସ୍ତରେ ସେମାନଙ୍କୁ ନିତ୍ୟ ସମର୍ପଣ କଲେ।
Bẹ́ẹ̀ ni ìbínú Olúwa ru sí àwọn ọmọ Israẹli, àti fún ìgbà pípẹ́, ó fi wọ́n pamọ́ sí abẹ́ agbára ọba Hasaeli ọba Siria àti Beni-Hadadi ọmọ rẹ̀.
4 ପୁଣି ଯିହୋୟାହସ୍‍ ସଦାପ୍ରଭୁଙ୍କ ନିକଟରେ ନିବେଦନ କରନ୍ତେ, ସଦାପ୍ରଭୁ ତାଙ୍କ ପ୍ରତି ମନୋଯୋଗ କଲେ; କାରଣ ଅରାମର ରାଜା ଇସ୍ରାଏଲ ପ୍ରତି କିପରି ଅତ୍ୟାଚାର କଲା, ସେମାନଙ୍କର ସେହି ଅତ୍ୟାଚାର ସେ ଦେଖିଲେ।
Nígbà náà Jehoahasi kígbe ó wá ojúrere Olúwa, Olúwa sì tẹ́tí sí i. Nítorí ó rí bí ọba Siria ti ń ni Israẹli lára gidigidi.
5 ଯେହେତୁ ଅରାମର ରାଜା ଲୋକମାନଙ୍କ ମଧ୍ୟରୁ କେବଳ ପଚାଶ ଜଣ ଅଶ୍ୱାରୂଢ଼ ଓ ଦଶ ରଥ ଓ ଦଶ ସହସ୍ର ପଦାତିକ ଛଡ଼ା ଯିହୋୟାହସ୍‍ ନିମନ୍ତେ ଆଉ କାହାକୁ ଅବଶିଷ୍ଟ ନ ରଖି ସେମାନଙ୍କୁ ବିନଷ୍ଟ ଓ ମର୍ଦ୍ଦିତ ଧୂଳି ତୁଲ୍ୟ କରିଥିଲା।
Olúwa pèsè olùgbàlà fún Israẹli, wọ́n sì sá kúrò lọ́wọ́ agbára Siria. Bẹ́ẹ̀ ni àwọn ọmọ Israẹli gbé nínú ilé ara wọn gẹ́gẹ́ bí wọ́n ti wà tẹ́lẹ̀.
6 ଏଣୁ ସଦାପ୍ରଭୁ ଇସ୍ରାଏଲକୁ ଏକ ଉଦ୍ଧାରକର୍ତ୍ତା ଦେଲେ, ତହିଁରେ ସେମାନେ ଅରାମୀୟମାନଙ୍କ ହସ୍ତାଧୀନରୁ ବାହାରିଗଲେ; ପୁଣି ଇସ୍ରାଏଲ-ସନ୍ତାନଗଣ ପୂର୍ବ ପରି ଆପଣା ଆପଣା ତମ୍ବୁରେ ବାସ କଲେ।
Ṣùgbọ́n wọn kò yípadà kúrò nínú ẹ̀ṣẹ̀ ilé Jeroboamu, èyí tí ó ti fa Israẹli láti dá, wọ́n tẹ̀síwájú nínú rẹ̀, ère òrìṣà Aṣerah sì wà síbẹ̀ ní Samaria pẹ̀lú.
7 ତଥାପି ଯାରବୀୟାମ ଯଦ୍ଦ୍ୱାରା ଇସ୍ରାଏଲକୁ ପାପ କରାଇଥିଲେ, ତାଙ୍କର ବଂଶର ସେହି ସବୁ ପାପରୁ ସେମାନେ ବିମୁଖ ହେଲେ ନାହିଁ, ମାତ୍ର ତହିଁରେ ହିଁ ଚାଲିଲେ। ପୁଣି ଶମରୀୟାରେ ଆଶେରା ମୂର୍ତ୍ତି ମଧ୍ୟ ରହିଲା।
Kò sí ohùn kan tí wọ́n fi sílẹ̀ ní ti ọmọ-ogun Jehoahasi àyàfi àádọ́ta ọkùnrin ẹlẹ́ṣin, kẹ̀kẹ́ mẹ́wàá, àti ẹgbẹ̀rún mẹ́wàá ọmọ-ogun ẹlẹ́ṣẹ̀, nítorí ọba Siria ti pa ìyókù run, ó sì ṣe wọ́n bí eruku nígbà pípa ọkà.
8 ଏହି ଯିହୋୟାହସ୍‍ଙ୍କ ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କ୍ରିୟା ଓ ତାଙ୍କର ପରାକ୍ରମ କʼଣ ଇସ୍ରାଏଲ ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖା ନାହିଁ?
Fún ti ìyókù ìṣe Jehoahasi fún ìgbà, tí ó fi jẹ ọba, gbogbo ohun tí ó ṣe àti àṣeyọrí rẹ̀ ṣé a kò kọ wọ́n sínú ìwé ìtàn ayé àwọn ọba Israẹli?
9 ଏଥିଉତ୍ତାରେ ଯିହୋୟାହସ୍‍ଙ୍କ ମୃତ୍ୟୁ ପରେ, ଲୋକମାନେ ତାଙ୍କୁ ଶମରୀୟାରେ କବର ଦେଲେ, ପୁଣି ତାଙ୍କର ପୁତ୍ର ଯୋୟାଶ୍‍ ତାଙ୍କର ପଦରେ ରାଜ୍ୟ କଲେ।
Jehoahasi pẹ̀lú àwọn baba rẹ̀. A sì sin ín sí Samaria. Jehoaṣi ọmọ rẹ̀ sì rọ́pò rẹ̀ gẹ́gẹ́ bí ọba.
10 ଯିହୁଦାର ଯୋୟାଶ୍‍ ରାଜାଙ୍କ ରାଜତ୍ଵର ସଇଁତିରିଶ ବର୍ଷରେ ଯିହୋୟାହସ୍‍ଙ୍କ ପୁତ୍ର ଯୋୟାଶ୍‍ ଇସ୍ରାଏଲ ଉପରେ ଶମରୀୟାରେ ରାଜତ୍ୱ କରିବାକୁ ଆରମ୍ଭ କରି ଷୋଳ ବର୍ଷ ରାଜ୍ୟ କଲେ।
Ní ọdún kẹtàdínlógójì tí Joaṣi ọba Juda, Jehoaṣi ọmọ Jehoahasi di ọba Israẹli ní Samaria ó sì jẹ ọba fún ọdún mẹ́rìndínlógún.
11 ଆଉ ସେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ; ନବାଟର ପୁତ୍ର ଯାରବୀୟାମ ଯଦ୍ଦ୍ୱାରା ଇସ୍ରାଏଲକୁ ପାପ କରାଇଥିଲେ, ତାଙ୍କର ସେହି ସମସ୍ତ ପାପରୁ ସେ ବିମୁଖ ହେଲେ ନାହିଁ ମାତ୍ର ସେ ତହିଁରେ ହିଁ ଚାଲିଲେ।
Ó ṣe búburú ní ojú Olúwa, kò sì yípadà kúrò nínú ọ̀kankan nínú ẹ̀ṣẹ̀ Jeroboamu ọmọ Nebati èyí tí ó ti ti Israẹli láti fà. Ó sì tẹ̀síwájú nínú wọn.
12 ଏହି ଯୋୟାଶ୍‍ଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କ୍ରିୟା ଓ ଯେଉଁ ପରାକ୍ରମରେ ସେ ଯିହୁଦାର ରାଜା ଅମତ୍‍ସୀୟ ସଙ୍ଗେ ଯୁଦ୍ଧ କଲେ, ତାହାସବୁ କʼଣ ଇସ୍ରାଏଲ ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖା ନାହିଁ?
Fún ti ìyókù iṣẹ́ Jehoaṣi fún ìgbà tí ó fi jẹ ọba, gbogbo ohun tí ó ṣe, pẹ̀lú àṣeyọrí rẹ̀ pẹ̀lú ogun rẹ̀ sí Amasiah ọba Juda, ṣé a kò kọ wọ́n sínú ìwé ìtàn ayé àwọn ọba Israẹli?
13 ଏଥିଉତ୍ତାରେ ଯୋୟାଶ୍‍ ମୃତ୍ୟୁବରଣ କଲେ। ତହିଁରେ ଯାରବୀୟାମ ତାଙ୍କ ସିଂହାସନରେ ଉପବିଷ୍ଟ ହେଲେ, ପୁଣି ଯୋୟାଶ୍‍ ଇସ୍ରାଏଲ ରାଜାମାନଙ୍କ ସହିତ ଶମରୀୟାରେ କବରପ୍ରାପ୍ତ ହେଲେ।
Jehoaṣi sinmi pẹ̀lú àwọn baba a rẹ̀. Jeroboamu sì rọ́pò rẹ̀ lórí ìtẹ́. A sin Jehoaṣi sí Samaria pẹ̀lú àwọn ọba Israẹli.
14 ଇଲୀଶାୟ ଯେଉଁ ପୀଡ଼ାରେ ମଲେ, ସେହି ପୀଡ଼ାରେ ପୀଡ଼ିତ ହୁଅନ୍ତେ, ଇସ୍ରାଏଲର ରାଜା ଯୋୟାଶ୍‍ ତାଙ୍କ ନିକଟକୁ ଆସି ତାଙ୍କ ଉପରେ ରୋଦନ କରି କହିଲେ, “ହେ ଆମ୍ଭ ପିତଃ, ହେ ଆମ୍ଭ ପିତଃ, ହେ ଇସ୍ରାଏଲର ରଥ ଓ ତହିଁର ଅଶ୍ୱାରୋହୀଗଣ!”
Nísinsin yìí, Eliṣa ń jìyà lọ́wọ́ àìsàn, lọ́wọ́ èyí tí ó sì kú. Jehoaṣi ọba Israẹli lọ láti lọ wò ó, ó sì sọkún lórí rẹ̀. “Baba mi! Baba mi!” Ó sọkún. “Àwọn kẹ̀kẹ́ àti àwọn ọkùnrin ẹlẹ́ṣin Israẹli!”
15 ଏଥିରେ ଇଲୀଶାୟ ତାଙ୍କୁ କହିଲେ, “ଧନୁ ଓ ତୀର ଧର,” ତହୁଁ ସେ ଧନୁ ଓ ତୀର ଧରିଲେ।
Eliṣa wí pé, “Mú ọrun kan àti àwọn ọfà,” ó sì ṣe bẹ́ẹ̀.
16 ତେବେ ଇଲୀଶାୟ ଇସ୍ରାଏଲର ରାଜାଙ୍କୁ କହିଲେ, “ଧନୁ ଉପରେ ତୁମ୍ଭ ହାତ ଦିଅ,” ତହୁଁ ସେ ତହିଁ ଉପରେ ହାତ ଦେଲେ। ସେତେବେଳେ ଇଲୀଶାୟ ରାଜାଙ୍କ ହସ୍ତ ଉପରେ ଆପଣା ହସ୍ତ ରଖିଲେ।
“Mú ọrun ní ọwọ́ rẹ.” Ó wí fún ọba Israẹli. Nígbà tí ó ti mú u, Eliṣa mú ọwọ́ rẹ̀ lé ọwọ́ ọba.
17 ଆଉ ଇଲୀଶାୟ କହିଲେ, “ପୂର୍ବଆଡ଼ ଝରକା ଫିଟାଅ,” ତହିଁରେ ସେ ତାହା ଫିଟାଇଲେ। ତେବେ ଇଲୀଶାୟ କହିଲେ, “ତୀର ମାର,” ତହିଁରେ ସେ ତୀର ମାରିଲେ। ଏଥିରେ ଇଲୀଶାୟ କହିଲେ, “ସଦାପ୍ରଭୁଙ୍କର ଜୟତୀର, ଅରାମର ବିପକ୍ଷ ଜୟତୀର, କାରଣ ତୁମ୍ଭେ ଅଫେକରେ ଅରାମୀୟମାନଙ୍କୁ ନିଃଶେଷ କରିବା ପର୍ଯ୍ୟନ୍ତ ସେମାନଙ୍କୁ ସଂହାର କରିବ।”
“Ṣí fèrèsé apá ìlà-oòrùn,” ó wí, pẹ̀lú ó sì ṣí i: “Ta á!” Eliṣa wí, ó sì ta á. “Ọfà ìṣẹ́gun Olúwa; ọfà ìṣẹ́gun lórí Siria!” Eliṣa kéde. “Ìwọ yóò pa àwọn ará Siria run pátápátá ní Afeki.”
18 ଆହୁରି ସେ କହିଲେ, “ତୀରସବୁ ନିଅ,” ତହିଁରେ ସେ ତାହାସବୁ ନେଲେ। ତହୁଁ ସେ ଇସ୍ରାଏଲର ରାଜାଙ୍କୁ କହିଲେ, “ଭୂମିକୁ ଆଘାତ କର,” ତହିଁରେ ସେ ତିନି ଥର ଆଘାତ କରି ନିବୃତ୍ତ ହେଲେ।
Nígbà náà ó wí pé, “Mú àwọn ọfà náà,” ọba sì mú wọn. Eliṣa wí fún un pé, “Lu ilẹ̀.” Ó lù ú lẹ́ẹ̀mẹ́ta, ó sì dáwọ́ dúró.
19 ଏଥିରେ ପରମେଶ୍ୱରଙ୍କ ଲୋକ ତାଙ୍କ ପ୍ରତି କ୍ରୁଦ୍ଧ ହୋଇ କହିଲେ, “ତୁମ୍ଭେ ତ ପାଞ୍ଚ କି ଛଅ ଥର ଆଘାତ କରିଥାʼନ୍ତ; ତାହା କରିଥିଲେ, ତୁମ୍ଭେ ଅରାମକୁ ନିଃଶେଷ କରିବା ପର୍ଯ୍ୟନ୍ତ ଆଘାତ କରିଥାʼନ୍ତ; ମାତ୍ର ଏବେ ତୁମ୍ଭେ କେବଳ ତିନି ଥର ଅରାମକୁ ଆଘାତ କରିବ।”
Ènìyàn Ọlọ́run sì bínú sí i, ó sì wí pé, “Ìwọ kò bá ti lu ilẹ̀ ní ẹ̀ẹ̀márùn ún tàbí ní ẹ̀ẹ̀mẹ́fà, nígbà náà, ìwọ kò bá ti ṣẹ́gun Siria àti pa á run pátápátá ṣùgbọ́n nísinsin yìí, ìwọ yóò ṣẹ́gun rẹ̀ ní ẹ̀ẹ̀mẹ́ta péré.”
20 ଏଥିଉତ୍ତାରେ ଇଲୀଶାୟଙ୍କ ମୃତ୍ୟୁୁ ହୁଅନ୍ତେ, ଲୋକମାନେ ତାଙ୍କୁ କବର ଦେଲେ। ସେତେବେଳେ ମୋୟାବୀୟ ଲୁଟକାରୀ ଦଳ ବର୍ଷର ଆରମ୍ଭରେ ଦେଶ ଆକ୍ରମଣ କଲେ।
Eliṣa kú a sì sin ín. Ẹgbẹ́ àwọn ará Moabu máa ń wọ orílẹ̀-èdè ní gbogbo àmọ́dún.
21 ସେସମୟରେ ଲୋକମାନେ ଜଣେ ମନୁଷ୍ୟକୁ କବର ଦେବା ବେଳେ ଏପରି ଘଟିଲା ଯେ, ଦେଖ, ସେମାନେ ଏକ ଲୁଟକାରୀ ଦଳକୁ ଦୂରରୁ ଦେଖିଲେ। ତହିଁରେ ସେମାନେ ସେହି ମନୁଷ୍ୟକୁ ଇଲୀଶାୟଙ୍କର କବରରେ ପକାଇ ଦିଅନ୍ତେ, ସେ ମନୁଷ୍ୟ ଇଲୀଶାୟଙ୍କର ଅସ୍ଥି ସ୍ପର୍ଶ କରିବା ମାତ୍ରେ ସଜୀବ ହୋଇ ଆପଣା ଚରଣରେ ଠିଆ ହେଲା।
Bí àwọn ọmọ Israẹli kan ti ń sin òkú ọkùnrin kan, lójijì wọ́n rí ẹgbẹ́ àwọn oníjadì, bẹ́ẹ̀ ni wọ́n ju òkú ọkùnrin náà sínú ibojì Eliṣa. Nígbà tí ara ọkùnrin náà kan egungun Eliṣa, ó padà wá sí ayé, ó sì dúró ní ẹsẹ̀ rẹ̀.
22 ଯିହୋୟାହସ୍‍ଙ୍କ ଅଧିକାରର ସମସ୍ତ କାଳ ଅରାମର ରାଜା ହସାୟେଲ ଇସ୍ରାଏଲ ପ୍ରତି ଅତ୍ୟାଚାର କଲା।
Hasaeli ọba Siria ni Israẹli lára ní gbogbo àkókò tí Jehoahasi fi jẹ ọba.
23 ମାତ୍ର ସଦାପ୍ରଭୁ ଅବ୍ରହାମ, ଇସ୍‌ହାକ ଓ ଯାକୁବଙ୍କ ସହିତ ଆପଣା କୃତ ନିୟମ ସକାଶୁ ସେମାନଙ୍କ ପ୍ରତି ଅନୁଗ୍ରହ କଲେ ଓ ସେମାନଙ୍କ ଉପରେ ଦୟା ବହି ସେମାନଙ୍କ ପ୍ରତି ସୁଦୃଷ୍ଟି କଲେ, ଆଉ ସେମାନଙ୍କୁ ବିନାଶ କରିବାକୁ ଅସମ୍ମତ ହେଲେ ଓ ଏପର୍ଯ୍ୟନ୍ତ ଆପଣା ସମ୍ମୁଖରୁ ସେମାନଙ୍କୁ ଦୂର କଲେ ନାହିଁ।
Ṣùgbọ́n Olúwa ṣàánú fún wọn ó sì ní ìyọ́nú, ó sì fiyèsí wọn nítorí májẹ̀mú rẹ̀ pẹ̀lú Abrahamu, Isaaki àti Jakọbu. Títí di ọjọ́ òní, kì í ṣe ìfẹ́ inú rẹ̀ láti pa wọ́n run tàbí lé wọn lọ níwájú rẹ̀.
24 ଏଥିଉତ୍ତାରେ ଅରାମର ରାଜା ହସାୟେଲ ମଲା; ତହୁଁ ତାହାର ପୁତ୍ର ବିନ୍‍ହଦଦ୍‍ ତାହାର ପଦରେ ରାଜ୍ୟ କଲା।
Hasaeli ọba Siria kú, Beni-Hadadi ọmọ rẹ̀ sì rọ́pò rẹ̀ gẹ́gẹ́ bí ọba.
25 ପୁଣି ଯୋୟାଶ୍‍ଙ୍କର ପିତା ଯିହୋୟାହାସ୍‍ଙ୍କଠାରୁ ହସାୟେଲ ଯେ ଯେ ନଗର ଯୁଦ୍ଧରେ ନେଇଥିଲା, ସେହି ସକଳ ନଗର ଯିହୋୟାହସ୍‍ଙ୍କ ପୁତ୍ର ଯୋୟାଶ୍‍ ହସାୟେଲର ପୁତ୍ର ବିନ୍‍ହଦଦ୍‍ଠାରୁ ପୁନର୍ବାର ନେଲେ। ଯୋୟାଶ୍‍ ତାହାକୁ ତିନି ଥର ଆଘାତ କରି ଇସ୍ରାଏଲର ସେହି ସକଳ ନଗର ପୁନର୍ବାର ନେଲେ।
Nígbà náà, Jehoaṣi ọmọ Jehoahasi gbà padà kúrò lọ́wọ́ Beni-Hadadi ọmọ Hasaeli àwọn ìlú tí ó ti gbà nínú ogun látọ̀dọ̀ baba rẹ̀ Jehoahasi. Ní ẹ̀ẹ̀mẹta, Jehoaṣi ṣẹ́gun rẹ̀, bẹ́ẹ̀ ni ó gba ìlú àwọn ọmọ Israẹli padà.

< ଦ୍ୱିତୀୟ ରାଜାବଳୀ 13 >