< ଦ୍ୱିତୀୟ ରାଜାବଳୀ 12 >
1 ଯେହୂଙ୍କ ରାଜତ୍ଵର ସପ୍ତମ ବର୍ଷରେ ଯୋୟାଶ୍ ରାଜତ୍ୱ କରିବାକୁ ଆରମ୍ଭ କରି ଯିରୂଶାଲମରେ ଚାଳିଶ ବର୍ଷ ରାଜ୍ୟ କଲେ; ତାଙ୍କର ମାତାର ନାମ ସିବୀୟା, ସେ ବେର୍ଶେବା ନିବାସିନୀ ଥିଲେ।
Isala: ili hina bagade Yihiu da Isala: ili soge ode fesuale ouligilalu, Youa: se da muni Yuda hina bagade hamoi. E da Yelusaleme moilai bai bagade ganodini esala, ode 40agoanega Yuda fi ouligilalu. Ea ame da Biasiba moilai uda galu, ea dio amo Sibia.
2 ଯିହୋୟାଦା ଯାଜକ ଯୋୟାଶ୍ଙ୍କୁ ଯେତେ ଦିନ ଶିକ୍ଷା ଦେଲା, ସେତେ ଦିନ ସେ ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ।
Youa: se ea esalusu huluane amoga, Hina Gode hahawane ba: ma: ne hou hamonanusu. Bai gobele salasu dunu Yihoida da hou noga: idafa ema olelei.
3 ତଥାପି ଉଚ୍ଚସ୍ଥଳୀସକଳ ଦୂରୀକୃତ ହେଲା ନାହିଁ; ଲୋକମାନେ ସେସମୟରେ ହେଁ ଉଚ୍ଚସ୍ଥଳୀମାନରେ ବଳିଦାନ କଲେ ଓ ଧୂପ ଜ୍ୱଳାଇଲେ।
Be e da Gode Ea hou hame lalegagui dunu ilia ogogosu ‘gode’ma nodone sia: ne gadosu sogebi, amo hame wadela: lesi, amola amogawi Yuda fi dunu mogili da ohe amola gabusiga: manoma gobele sasalilalu.
4 ଏଥିଉତ୍ତାରେ ଯୋୟାଶ୍ ଯାଜକମାନଙ୍କୁ କହିଲେ, “ପବିତ୍ରୀକୃତ ବସ୍ତୁର ଯେସକଳ ମୁଦ୍ରା ସଦାପ୍ରଭୁଙ୍କ ଗୃହକୁ ଅଣାଯାଏ, ଅର୍ଥାତ୍, ପ୍ରଚଳିତ ମୁଦ୍ରା, ପ୍ରାଣୀମାନଙ୍କ ନିମନ୍ତେ ପ୍ରତ୍ୟେକ ଲୋକ ଉପରେ ନିରୂପିତ ମୁଦ୍ରା ଓ ଯେସକଳ ମୁଦ୍ରା ସଦାପ୍ରଭୁଙ୍କ ଗୃହକୁ ଆଣିବା ପାଇଁ କୌଣସି ମନୁଷ୍ୟର ମନରେ ବାଞ୍ଛା ହୁଏ,
Youa: se da gobele salasu dunu ili ema misa: ne sia: ne, ilia da muni amo da Debolo diasuga gobele salimusa: lai, amola hahawane udigili iasu muni, amo huluane momagele lelegema: ne sia: i.
5 ତାହାସବୁ ଯାଜକମାନେ ଆପଣା ଆପଣା ପରିଚିତ ଲୋକମାନଙ୍କଠାରୁ ଆପଣାମାନଙ୍କ ପାଇଁ ଗ୍ରହଣ କରନ୍ତୁ; ପୁଣି ସେହି ଗୃହର ଯେକୌଣସି ସ୍ଥାନ ଭଗ୍ନ ଦେଖାଯାଏ, ତାହାସବୁ ସେମାନେ ପୁନଃନିର୍ମାଣ କରନ୍ତୁ।”
Gobele salasu dunu afae afae ilia da muni ouligisu dunu ilia muni ilima i amoga lale, ilia da Debolo liligi wadela: lesi amo ba: sea, bu hahamoma: ne, Youa: se ea sia: i.
6 ମାତ୍ର ଯୋୟାଶ୍ ରାଜାଙ୍କ ରାଜତ୍ଵର ତେଇଶ ବର୍ଷ ପର୍ଯ୍ୟନ୍ତ ଯାଜକମାନେ ଗୃହର ଭଗ୍ନସ୍ଥାନମାନ ପୁନଃନିର୍ମାଣ କରି ନ ଥିଲେ।
Be Youa: se ea ouligibi ode23 agoane da doaga: loba, gobele salasu dunu ilia da bu hame hahamobeba: le, Debolo Diasu da hame hahamoi dialebe ba: i.
7 ତହିଁରେ ଯୋୟାଶ୍ ରାଜା ଯିହୋୟାଦା ଯାଜକକୁ ଓ ଅନ୍ୟ ଯାଜକମାନଙ୍କୁ ଡକାଇ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଗୃହର ଭଗ୍ନସ୍ଥାନସବୁ କାହିଁକି ପୁନଃନିର୍ମାଣ କରୁ ନାହଁ? ଏହେତୁ ତୁମ୍ଭେମାନେ ଆପଣା ଆପଣା ପରିଚିତ ଲୋକମାନଙ୍କଠାରୁ ଆଉ ମୁଦ୍ରା ନିଅ ନାହିଁ, ମାତ୍ର ଗୃହର ଭଗ୍ନ ସ୍ଥାନ ନିମନ୍ତେ ତାହା ସମର୍ପଣ କର।”
Amaiba: le, Youa: se da Yihoida amola gobele salasu dunu huluane ema misa: ne sia: ne, amola ilima amane adole ba: i, “Dilia da abuliba: le Debolo Diasu bu hame hahamosala: ? Wali weganini, dilia muni lai amo mae modalegema! Dilia amo muni noga: le ouligima: ne, ouligisu dunuma ima.”
8 ତହିଁରେ ଯାଜକମାନେ ଲୋକମାନଙ୍କଠାରୁ ଆଉ ମୁଦ୍ରା ଗ୍ରହଣ ନ କରିବାକୁ, ଅବା ଗୃହର ଭଗ୍ନସ୍ଥାନସବୁ ପୁନଃନିର୍ମାଣ ନ କରିବାକୁ ସମ୍ମତ ହେଲେ।
Gobele salasu dunu ilia da amane hamoma: ne sia: i, amola ilila: da Debolo Diasu bu hame hahamomu sia: i.
9 ମାତ୍ର ଯିହୋୟାଦା ଯାଜକ ଏକ ସିନ୍ଦୁକ ନେଇ ତହିଁର ଢାଙ୍କୁଣୀରେ ଏକ ଛିଦ୍ର କରି ଯଜ୍ଞବେଦି ନିକଟରେ ସଦାପ୍ରଭୁଙ୍କ ଗୃହରେ ପ୍ରବେଶ ସ୍ଥାନର ଦକ୍ଷିଣ ପାର୍ଶ୍ୱରେ ରଖିଲା; ପୁଣି ଦ୍ୱାରରକ୍ଷକ ଯାଜକମାନେ ସଦାପ୍ରଭୁଙ୍କ ଗୃହକୁ ଆନୀତ ମୁଦ୍ରାସବୁ ତହିଁ ଭିତରେ ରଖିଲେ।
Amalalu, Yihoida da gagili lale, ga: lu da: iya gelabo doasili, gagili oloda bega: ligisi. Amo gagili da Debolo Diasu ea logo holei heda: su lobodafadini dialebe ba: i. Debolo Diasu logo holeiga gobele salasu hawa: hamosu dunu da, dunu amo da nodone sia: ne gadomusa: misi, ilia muni lale, gagili ganodini salasu.
10 ଏଥିଉତ୍ତାରେ ସେମାନେ ସିନ୍ଦୁକରେ ବହୁତ ମୁଦ୍ରା ଥିବାର ଦେଖନ୍ତେ, ରାଜାଙ୍କର ଲେଖକ ଓ ମହାଯାଜକ ଆସି ସଦାପ୍ରଭୁଙ୍କ ଗୃହରେ ପ୍ରାପ୍ତ ସେହି ସକଳ ମୁଦ୍ରା ଥଳୀରେ ରଖି ଗଣନା କଲେ।
Ilia da amo gagili ganodini muni bagade ba: loba, hina bagade ea sia: dedesu dunu amola Gobele Salasu Hina dunu ela da misini, silifa fage lai amo idili, amola ea dioi defei ba: su.
11 ପୁଣି ସେମାନେ ସେହି ପରିମିତ ମୁଦ୍ରା ସଦାପ୍ରଭୁଙ୍କ ଗୃହର କର୍ମକାରକ ଅଧ୍ୟକ୍ଷମାନଙ୍କ ହସ୍ତରେ ଦେଲେ; ତହୁଁ ସେମାନେ ସଦାପ୍ରଭୁଙ୍କ ଗୃହର କର୍ମକାରୀ ସୂତ୍ରଧର ଓ ଗାନ୍ଥକ
12 ଓ ରାଜମିସ୍ତ୍ରୀ ଓ ପ୍ରସ୍ତର ଖୋଦକମାନଙ୍କୁ, ଆଉ ସଦାପ୍ରଭୁଙ୍କ ଗୃହର ଭଗ୍ନସ୍ଥାନସବୁ ପୁନଃନିର୍ମାଣ କରିବା ନିମନ୍ତେ କାଷ୍ଠ ଓ ଖୋଦିତ ପ୍ରସ୍ତର କିଣିବାକୁ ଓ ଗୃହର ପୁନଃନିର୍ମାଣ କରିବାକୁ ପ୍ରୟୋଜନୀୟ ସର୍ବପ୍ରକାର ବ୍ୟୟ ପାଇଁ ତାହା ଦେଲେ।
Ilia da amo muni ea idi defele dedene, ilia amo muni Debolo Diasu hawa: hamosu ouligisu dunu ilima iasu. Amo dunu ilia da diasu gagusu dunu, gele goudasu dunu amola gele dadamusu dunu, ilima iasu. Amola ilia da ifa gaga: i, amola gele gadelalesa: i, amo bu hahamoma: ne, amola eno hawa: hamoma: ne, amo dabe iasu.
13 ମାତ୍ର ସଦାପ୍ରଭୁଙ୍କ ଗୃହକୁ ଆନୀତ ସେହି ମୁଦ୍ରା ଦ୍ୱାରା ସଦାପ୍ରଭୁଙ୍କ ଗୃହ ନିମନ୍ତେ ରୌପ୍ୟ ପାତ୍ର, କତୁରୀ, କୁଣ୍ଡ, ତୂରୀ, କୌଣସି ସୁବର୍ଣ୍ଣ ପାତ୍ର, କିଅବା ରୌପ୍ୟ ପାତ୍ର ନିର୍ମିତ ହେଲା ନାହିଁ।
Be amo muniga ilia da silifa faigelei, ofodo, dalabede, gamali gesosu liligi, amola eno silifa o gouli liligi huluane, amo hahamobe dunu iligili muni hame iasu.
14 କାରଣ ସେମାନେ କର୍ମକାରୀମାନଙ୍କୁ ସେହି ମୁଦ୍ରା ଦେଇ ତଦ୍ଦ୍ୱାରା ସଦାପ୍ରଭୁଙ୍କ ଗୃହ ପୁନଃନିର୍ମାଣ କଲେ।
Muni huluanedafa da Debolo Diasu wadela: i buga: le hawa: hamosu dunu, iligili bidi imunusa: amola amo gagumu liligi fawane amo muniga lidisu.
15 ମାତ୍ର ସେମାନେ କର୍ମକାରୀମାନଙ୍କୁ ଦେବା ପାଇଁ ଯେଉଁମାନଙ୍କ ହସ୍ତରେ ମୁଦ୍ରା ସମର୍ପଣ କଲେ, ସେମାନଙ୍କଠାରୁ ହିସାବ ନେଲେ ନାହିଁ; କାରଣ ସେମାନେ ବିଶ୍ୱସ୍ତ ଭାବରେ କର୍ମ କଲେ।
Amo hawa: hamosu dunu ilia da moloidafa dunu. Amaiba: le, ilia da amo muni ea asi hou dedene legele hogomu hamedei ba: i.
16 ଦୋଷାର୍ଥକ ବଳି ଓ ପାପାର୍ଥକ ବଳିର ମୁଦ୍ରା ସଦାପ୍ରଭୁଙ୍କ ଗୃହକୁ ଅଣାଗଲା ନାହିଁ, ତାହା ଯାଜକମାନଙ୍କର ହେଲା।
Be muni amo Yuda dunu da wadela: i hou dabe gobele salasu iasu hamoma: ne i, amo da gagili ganodini hame salasu. Bai amo muni da gobele salasu dunu ilia: galu.
17 ସେସମୟରେ ଅରାମର ରାଜା ହସାୟେଲ ଯାତ୍ରା କରି ଗାଥ୍ ବିରୁଦ୍ଧରେ ଯୁଦ୍ଧ କରି ତାହା ହସ୍ତଗତ କଲା; ତହିଁ ଉତ୍ତାରେ ହସାୟେଲ ଯିରୂଶାଲମ ଆଡ଼କୁ ଯିବା ପାଇଁ ମୁଖ କଲା।
Amogalu, Silia hina bagade Ha: sa: iele da Ga: de moilai bai bagade doagala: le, hasali. Amalu, e da Yelusaleme doagala: musa: ilegei.
18 ତହିଁରେ ଯିହୁଦାର ରାଜା ଯୋୟାଶ୍ ଆପଣା ପୂର୍ବପୁରୁଷ ଯିହୋଶାଫଟ୍ ଓ ଯିହୋରାମ୍ ଓ ଅହସୀୟ, ଯିହୁଦାର ଏହି ରାଜାମାନଙ୍କ ପ୍ରତିଷ୍ଠିତ ସମସ୍ତ ପବିତ୍ରୀକୃତ ବସ୍ତୁ ଓ ଆପଣାର ପବିତ୍ରୀକୃତ ବସ୍ତୁ ଓ ସଦାପ୍ରଭୁଙ୍କ ଗୃହର ଭଣ୍ଡାରରେ ଓ ରାଜଗୃହସ୍ଥ ଭଣ୍ଡାରରେ ପ୍ରାପ୍ତ ସମସ୍ତ ସ୍ୱର୍ଣ୍ଣ ନେଇ ଅରାମର ରାଜା ହସାୟେଲ ନିକଟକୁ ପଠାଇଲେ; ତହୁଁ ସେ ଯିରୂଶାଲମରୁ ବାହାରିଗଲା।
Yuda hina bagade Youa: se da iasu liligi huluane amo e bisili hina bagade Yihosiafa: de amola Yihoula: me amola A: ihasaia ilia Hina Godema imunusa: ilegei, amola hisu iasu, amola gouli huluane Debolo Diasu amola hina bagade diasu ganodini dialu, amo huluane lale, hina bagade Ha: sa: iele ema iasi. Amalalu, Ha: sa: iele da ea dadi gagui wa: i, amo Yelusaleme fisili, masa: ne sia: i.
19 ଏହି ଯୋୟାଶ୍ଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କ୍ରିୟା କʼଣ ଯିହୁଦାର ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖା ନାହିଁ?
Hina bagade Youa: se ea hamoi eno huluane da “Yuda hina bagade Ilia Hamonanu Meloa” amo ganodini dedene legei.
20 ଏଥିଉତ୍ତାରେ ତାଙ୍କର ଦାସମାନେ ଉଠି ଚକ୍ରାନ୍ତ କରି ସିଲ୍ଲାକୁ ଯିବା ପଥରେ ମିଲ୍ଲୋ ନାମକ ଗୃହରେ ଯୋୟାଶ୍ଙ୍କୁ ବଧ କଲେ।
21 ଶିମୀୟତର ପୁତ୍ର ଯୋଷାଖର୍ ଓ ଶୋମରର ପୁତ୍ର ଯିହୋଷାବଦ୍ ନାମକ ତାଙ୍କର ଏହି ଦାସମାନେ ତାଙ୍କୁ ଆଘାତ କରନ୍ତେ, ସେ ମଲେ; ତହିଁରେ ସେମାନେ ଦାଉଦ-ନଗରରେ ଯୋୟାଶ୍ଙ୍କୁ ତାଙ୍କର ପିତୃଲୋକଙ୍କ ସହିତ କବର ଦେଲେ; ପୁଣି ତାଙ୍କ ପୁତ୍ର ଅମତ୍ସୀୟ ତାଙ୍କ ପଦରେ ରାଜ୍ୟ କଲେ।
Hina bagade Youa: se ea eagene ouligisu dunu ilia da e medomusa: wamo sia: hahamoi. Ouligisu dunu aduna, amo Yosaga (Simia: de egefe) amola Yihosaba: de (Siouma egefe) ela da Sila sogega ahoasu logoa, diasu amo da osobo gasa: le lelegela heda: i Yelusaleme gusudili dialu, amo diasua Youa: se fane legei. Ilia da Youa: se amo hina bagade uli dogosu sogebi, Da: ibidi Moilai Bai Bagade ganodini, uli dogone sali. Youa: se egefe A: masaia da e bagia hina bagade hamoi.