< ଦ୍ୱିତୀୟ ରାଜାବଳୀ 11 >

1 ଏଥିମଧ୍ୟରେ ଅହସୀୟଙ୍କର ମାତା ଅଥଲୀୟା ଆପଣା ପୁତ୍ରକୁ ମୃତ ଦେଖନ୍ତେ, ସେ ଉଠି ସମସ୍ତ ରାଜବଂଶ ବିନାଶ କଲା।
Nígbà tí Ataliah ìyá Ahasiah rí i wí pé ọmọ rẹ̀ ti kú, ó tẹ̀síwájú láti pa gbogbo ìdílé ọba náà run.
2 ମାତ୍ର ଯୋରାମ୍‍ ରାଜାଙ୍କର କନ୍ୟା, ଅହସୀୟଙ୍କର ଭଗିନୀ ଯିହୋଶେବା ଅହସୀୟଙ୍କର ପୁତ୍ର ଯୋୟାଶ୍‍କୁ ନେଇଗଲା ଓ ଯେଉଁ ରାଜପୁତ୍ରମାନେ ହତ ହେଲେ, ସେମାନଙ୍କ ମଧ୍ୟରୁ ତାହାକୁ ଚୋରାଇ ନେଇ ତାହାକୁ ଓ ତାହାର ଧାତ୍ରୀକୁ ଶୟନାଗାରରେ ରଖିଲା; ଆଉ ସେମାନେ ତାହାକୁ ଅଥଲୀୟାଠାରୁ ଲୁଚାଇ ରଖିବାରୁ ସେ ହତ ହେଲା ନାହିଁ।
Ṣùgbọ́n Jehoṣeba ọmọbìnrin ọba Jehoramu àti arábìnrin Ahasiah, mú Joaṣi ọmọ Ahasiah, ó sì jí i lọ kúrò láàrín àwọn ọmọ-aládébìnrin ti ọba náà, tí ó kù díẹ̀ kí a pa. Ó gbé òhun àti olùtọ́jú rẹ̀ sínú ìyẹ̀wù láti fi pamọ́ kúrò fún Ataliah; bẹ́ẹ̀ ni a kò pa á.
3 ଆଉ ସେ ତାହା ସହିତ ସଦାପ୍ରଭୁଙ୍କ ଗୃହରେ ଛଅ ବର୍ଷ ଗୋପନରେ ରହିଲା; ପୁଣି ଅଥଲୀୟା ଦେଶରେ ରାଜ୍ୟ କଲା।
Ó wà ní ìpamọ́ pẹ̀lú olùtọ́jú ní ilé tí a kọ́ fún Olúwa fún ọdún mẹ́fà nígbà tí Ataliah fi jẹ ọba lórí ilẹ̀ náà.
4 ଏଥିଉତ୍ତାରେ ସପ୍ତମ ବର୍ଷରେ ଯିହୋୟାଦା ଲୋକ ପଠାଇ କରୀୟମାନଙ୍କର ଓ ପ୍ରହରୀବର୍ଗର ଶତପତିମାନଙ୍କୁ ଅଣାଇ ସଦାପ୍ରଭୁଙ୍କ ଗୃହକୁ ଆପଣା ନିକଟକୁ ନେଲା; ଆଉ ସେ ସେମାନଙ୍କ ସହିତ ନିୟମ କରି ସଦାପ୍ରଭୁଙ୍କ ଗୃହରେ ସେମାନଙ୍କୁ ଶପଥ କରାଇ ରାଜପୁତ୍ରଙ୍କୁ ଦେଖାଇଲା।
Ní ọdún keje, Jehoiada ránṣẹ́ ó sí mú àwọn olórí lórí ọ̀rọ̀ọ̀rún, pẹ̀lú àwọn balógun àti àwọn olùṣọ́, ó sì mú wọn wá sí ọ̀dọ̀ rẹ̀ nínú ilé tí a kọ́ fún Olúwa. Ó ṣe májẹ̀mú pẹ̀lú wọn, ó sì fi wọ́n sí abẹ́ ìbúra nínú ilé tí a kọ́ fún Olúwa. Níbẹ̀ ni ó fi ọmọkùnrin ọba hàn wọ́n.
5 ଆଉ ସେ ସେମାନଙ୍କୁ ଆଜ୍ଞା ଦେଇ କହିଲା, “ତୁମ୍ଭେମାନେ ଏହି କର୍ମ କରିବ; ତୁମ୍ଭମାନଙ୍କ ମଧ୍ୟରୁ ଯେଉଁମାନେ ବିଶ୍ରାମବାରରେ ଆସନ୍ତି, ସେମାନଙ୍କ ତୃତୀୟାଂଶ ରାଜଗୃହର ରକ୍ଷଣୀୟ ରକ୍ଷା କରିବେ,
Ó pàṣẹ fún wọn, wí pé, “Ìwọ tí ó wà nínú àwọn ẹgbẹ́ mẹ́tẹ̀ẹ̀ta tí ó ń lọ fún iṣẹ́ ìsìn ní ọjọ́ ìsinmi—ìdámẹ́ta yín fún ṣíṣọ́ ààfin ọba.
6 ଓ ତୃତୀୟାଂଶ ସୂର ଦ୍ୱାରରେ ରହିବେ ଓ ତୃତୀୟାଂଶ ପ୍ରହରୀବର୍ଗର ପଶ୍ଚାତ୍‍ ଦ୍ୱାରରେ ରହିବେ; ଏହିରୂପେ ତୁମ୍ଭେମାନେ ଗୃହର ରକ୍ଷଣୀୟ ରକ୍ଷା କରି ପ୍ରତିରୋଧକ ହେବ।
Ìdámẹ́ta ní ẹnu ìlẹ̀kùn huri, àti ìdámẹ́ta ní ẹnu ìlẹ̀kùn ní ẹ̀yìn olùṣọ́, tí ó yípadà ní ṣíṣọ́ ilé tí a kọ́,
7 ଆଉ ତୁମ୍ଭମାନଙ୍କର ଦୁଇ ଦଳ, ଅର୍ଥାତ୍‍, ବିଶ୍ରାମବାରରେ ବାହାରକୁ ଯିବା ଲୋକ ସମସ୍ତେ ରାଜାଙ୍କ ସମୀପରେ ସଦାପ୍ରଭୁଙ୍କ ଗୃହର ରକ୍ଷଣୀୟ ରକ୍ଷା କରିବେ।
àti ẹ̀yin tí ó wà ní ẹgbẹ́ kejì yòókù tí kì í lọ ibi iṣẹ́ ìsìn ní ọjọ́ ìsinmi gbogbo ni kí ó ṣọ́ ilé tí a kọ́ fún Olúwa fún ọba.
8 ପୁଣି ତୁମ୍ଭେମାନେ ପ୍ରତ୍ୟେକେ ଆପଣା ଆପଣା ହସ୍ତରେ ଅସ୍ତ୍ର ନେଇ ରାଜାଙ୍କୁ ଚତୁର୍ଦ୍ଦିଗରେ ବେଷ୍ଟନ କରିବ; ଆଉ ଯେକେହି ଶ୍ରେଣୀ ଭିତରକୁ ଆସେ, ସେ ହତ ହେଉ ଓ ରାଜା ବାହାରକୁ ଯିବା ବେଳେ ଓ ଭିତରକୁ ଆସିବା ବେଳେ ତୁମ୍ଭେମାନେ ତାଙ୍କ ସଙ୍ଗେ ଥାଅ।”
Ẹ mú ibùjókòó yín yí ọba ká, olúkúlùkù ọkùnrin pẹ̀lú ohun ìjà rẹ̀ ní ọwọ́ rẹ̀. Ẹnikẹ́ni tí ó bá súnmọ́ ọgbà yìí gbọdọ̀ kú. Ẹ dúró súnmọ́ ọba ní ibikíbi tí ó bá lọ.”
9 ତହିଁରେ ଯିହୋୟାଦା ଯାଜକ ଯାହାସବୁ ଆଜ୍ଞା କଲା, ତଦନୁସାରେ ଶତପତିମାନେ କଲେ; ପୁଣି ସେମାନେ ପ୍ରତ୍ୟେକେ ବିଶ୍ରାମବାରରେ ଅନ୍ତର୍ଗାମୀ ଓ ବିଶ୍ରାମବାରରେ ବହିର୍ଗାମୀ ଆପଣା ଆପଣା ଲୋକମାନଙ୍କୁ ନେଇ ଯିହୋୟାଦା ଯାଜକ ନିକଟକୁ ଆସିଲେ।
Olórí àwọn ọ̀rọ̀ọ̀rún ṣe gẹ́gẹ́ bí Jehoiada àlùfáà ti pa á láṣẹ. Olúkúlùkù mú àwọn ọkùnrin rẹ̀ àwọn tí ó ń lọ sí iṣẹ́ ìsìn ní ọjọ́ ìsinmi àti àwọn tí wọ́n wá sí ọ̀dọ̀ Jehoiada àlùfáà.
10 ତହିଁରେ ଦାଉଦ ରାଜାଙ୍କର ଯେ ଯେ ବର୍ଚ୍ଛା ଓ ଢାଲ ସଦାପ୍ରଭୁଙ୍କ ଗୃହରେ ଥିଲା, ତାହାସବୁ ଯାଜକ ସେହି ଶତପତିମାନଙ୍କୁ ଦେଲା।
Nígbà náà, ó fún àwọn olórí ní àwọn ọ̀kọ̀ àti àwọn àpáta tí ó ti jẹ́ ti ọba Dafidi tí ó sì wà nínú ilé tí a kọ́ fún Olúwa.
11 ତହୁଁ ଗୃହର ଦକ୍ଷିଣ ପାର୍ଶ୍ୱରୁ ବାମ ପାର୍ଶ୍ୱ ପର୍ଯ୍ୟନ୍ତ ଯଜ୍ଞବେଦି ଓ ଗୃହ ନିକଟରେ ପ୍ରହରୀବର୍ଗର ପ୍ରତ୍ୟେକ ଲୋକ ହସ୍ତରେ ଆପଣା ଆପଣା ଅସ୍ତ୍ର ଧରି ରାଜାଙ୍କର ଚତୁର୍ଦ୍ଦିଗରେ ଠିଆ ହେଲେ।
Àwọn olùṣọ́, olúkúlùkù pẹ̀lú ohun ìjà rẹ̀ ní ọwọ́ rẹ̀, wọ́n sì dúró ṣinṣin yìí ọba ká—lẹ́bàá pẹpẹ àti ilé ìhà gúúsù sí ìhà àríwá ilé tí a kọ́ fun Olúwa náà.
12 ସେତେବେଳେ ସେ ରାଜପୁତ୍ର ଯୋୟାଶ୍‍ଙ୍କୁ ବାହାରକୁ ଆଣି ତାଙ୍କର ମସ୍ତକରେ ମୁକୁଟ ପିନ୍ଧାଇ ତାଙ୍କୁ ସାକ୍ଷ୍ୟ ପୁସ୍ତକ ଦେଲା; ତହିଁରେ ସେମାନେ ତାଙ୍କୁ ରାଜା କରି ଅଭିଷେକ କଲେ; ଆଉ ସେମାନେ କରତାଳି ଦେଇ କହିଲେ, “ରାଜା ଚିରଜୀବୀ ହେଉନ୍ତୁ।”
Jehoiada mú ọmọkùnrin ọba jáde, ó sì gbé adé náà lé e: ó fún un ní ẹ̀dà májẹ̀mú, wọ́n sì kéde ọba rẹ̀. Wọ́n fi àmì òróró yàn án, àwọn ènìyàn pa àtẹ́wọ́, wọ́n sì kígbe, “Kí ẹ̀mí ọba kí ó gùn.”
13 ଏଥିରେ ଅଥଲୀୟା ପ୍ରହରୀବର୍ଗର ଓ ଲୋକମାନଙ୍କର କୋଳାହଳ ଶୁଣି ସଦାପ୍ରଭୁଙ୍କ ଗୃହକୁ ଲୋକମାନଙ୍କ ନିକଟକୁ ଆସିଲା।
Nígbà tí Ataliah gbọ́ ariwo tí àwọn olùṣọ́ àti àwọn ènìyàn ń pa, ó lọ sí ọ̀dọ̀ àwọn ènìyàn nínú ilé tí a kọ́ fún Olúwa.
14 ପୁଣି ସେ ଦୃଷ୍ଟିପାତ କରନ୍ତେ, ଦେଖ, ରାଜା ବିଧି ଅନୁସାରେ ସ୍ତମ୍ଭ ନିକଟରେ ଠିଆ ହୋଇଅଛନ୍ତି ଓ ରାଜାଙ୍କ ନିକଟରେ ସେନାପତିମାନେ ଓ ତୂରୀବାଦକମାନେ ଅଛନ୍ତି; ପୁଣି ଦେଶର ସମଗ୍ର ଲୋକ ଆନନ୍ଦ କରୁଅଛନ୍ତି ଓ ତୂରୀ ବଜାଉଅଛନ୍ତି। ଏଥିରେ ଅଥଲୀୟା ଆପଣା ବସ୍ତ୍ର ଚିରି “ରାଜଦ୍ରୋହ ରାଜଦ୍ରୋହ!” ବୋଲି ଡାକ ପକାଇଲା।
Ó wò ó, níbẹ̀ ni ọba, tí ó dúró lẹ́bàá òpó, gẹ́gẹ́ bí àṣà ti rí. Àwọn balógun àti àwọn afùnpè wà ní ẹ̀bá ọba, gbogbo àwọn ènìyàn ilé náà sì ń yọ̀, wọ́n sì ń fun ìpè pẹ̀lú. Nígbà náà Ataliah fa aṣọ ìgúnwà rẹ̀ ya. Ó sì kégbe pé, “Ọ̀tẹ̀! Ọ̀tẹ̀!”
15 ଏଥିରେ ଯିହୋୟାଦା ଯାଜକ ସୈନ୍ୟ ଉପରେ ନିଯୁକ୍ତ ଶତପତିମାନଙ୍କୁ ଆଜ୍ଞା ଦେଇ କହିଲା, “ସୈନ୍ୟଶ୍ରେଣୀର ମଧ୍ୟଦେଇ ଏହାକୁ ବାହାରକୁ ନେଇଯାଅ ଓ ଯେ ତାହାର ପଶ୍ଚାଦ୍‍ଗାମୀ ହୁଏ, ତାହାକୁ ଖଡ୍ଗରେ ବଧ କର।” କାରଣ ଯାଜକ କହିଲା, “ସେ ସଦାପ୍ରଭୁଙ୍କ ଗୃହ ଭିତରେ ହତ ନ ହେଉ।”
Jehoiada àlùfáà pàṣẹ fún olórí ọ̀rọ̀ọ̀rún, ta ni ó wà ní ìkáwọ́ ọ̀wọ́ ogun: “Mú u jáde láàrín àwọn ẹgbẹ́ ogun yìí kí o sì fi sí ipa idà ẹnikẹ́ni tí ó bá tẹ̀lé.” Nítorí àlùfáà ti sọ, “A kò gbọdọ̀ pa á nínú ilé tí a kọ́ fún Olúwa.”
16 ତହୁଁ ସେମାନେ ତାହା ପାଇଁ ପଥ ଛାଡ଼ନ୍ତେ, ସେ ରାଜଗୃହକୁ ଯିବା ଅଶ୍ୱଦ୍ୱାରର ପଥ ଦେଇ ଗଲା ଓ ସେଠାରେ ହତ ହେଲା।
Bẹ́ẹ̀ ni wọ́n fi agbára mú un bí ó ti dé ibi tí àwọn ẹṣin tí ń wọ ilẹ̀ ààfin ọba àti níbẹ̀ ni a ti pa á.
17 ଏଥିଉତ୍ତାରେ ସମସ୍ତେ ଯେପରି ସଦାପ୍ରଭୁଙ୍କର ଲୋକ ହେବେ, ଏଥିପାଇଁ ଯିହୋୟାଦା ସଦାପ୍ରଭୁଙ୍କର ଏବଂ ରାଜା ଓ ଲୋକମାନଙ୍କ ମଧ୍ୟରେ ଏକ ନିୟମ କଲା; ରାଜା ଓ ଲୋକମାନଙ୍କ ମଧ୍ୟରେ ହିଁ ନିୟମ କଲା।
Nígbà náà ni Jehoiada dá májẹ̀mú láàrín Olúwa àti ọba àti àwọn ènìyàn tí yóò jẹ́ ènìyàn Olúwa. Ó dá májẹ̀mú láàrín ọba àti àwọn ènìyàn pẹ̀lú.
18 ଏଥିଉତ୍ତାରେ ଦେଶର ସମଗ୍ର ଲୋକ ବାଲ୍‍ ମନ୍ଦିରକୁ ଯାଇ ତାହା ଭାଙ୍ଗି ପକାଇଲେ; ସେମାନେ ତାହାର ଯଜ୍ଞବେଦି ଓ ତାହାର ପ୍ରତିମାସବୁ ସମ୍ପୂର୍ଣ୍ଣ ରୂପେ ଚୂର୍ଣ୍ଣ କଲେ ଓ ଯଜ୍ଞବେଦିମାନର ସମ୍ମୁଖରେ ବାଲ୍‍ର ଯାଜକ ମତ୍ତନକୁ ବଧ କଲେ। ପୁଣି ଯାଜକ ସଦାପ୍ରଭୁଙ୍କ ଗୃହରେ କର୍ମଚାରୀମାନଙ୍କୁ ନିଯୁକ୍ତ କଲା।
Gbogbo àwọn ènìyàn ilẹ̀ náà lọ sí ilé tí a kọ́ fún òrìṣà Baali wọ́n sì ya á bolẹ̀. Wọ́n fọ́ àwọn pẹpẹ àti òrìṣà sí wẹ́wẹ́. Wọ́n sì pa Mattani àlùfáà Baali níwájú àwọn pẹpẹ. Nígbà náà, Jehoiada àlùfáà náà sì yan àwọn olùṣọ́ sí ilé tí a kọ́ fún Olúwa.
19 ପୁଣି ଯିହୋୟାଦା ଶତପତିମାନଙ୍କୁ ଓ କରୀୟମାନଙ୍କୁ ଓ ପ୍ରହରୀବର୍ଗକୁ ଓ ଦେଶର ସମଗ୍ର ଲୋକଙ୍କୁ ନେଲା; ତହୁଁ ସେମାନେ ସଦାପ୍ରଭୁଙ୍କ ଗୃହରୁ ରାଜାଙ୍କୁ ଆଣି ପ୍ରହରୀବର୍ଗର ଦ୍ୱାର ଦେଇ ରାଜଗୃହକୁ ଆସିଲେ। ଏଥିରେ ଯୋୟାଶ୍‍ ରାଜସିଂହାସନରେ ଉପବିଷ୍ଟ ହେଲେ।
Ó mú pẹ̀lú u rẹ̀ àwọn olórí ọ̀rọ̀ọ̀rún àti gbogbo balógun àti àwọn olùṣọ́ àti gbogbo àwọn ènìyàn ilẹ̀ náà àti lápapọ̀, wọ́n mú ọba sọ̀kalẹ̀ wá láti ilé tí a kọ́ fún Olúwa. Wọ́n sì wọ inú ààfin lọ, wọ́n sì wọlé nípa ìlẹ̀kùn ti àwọn olùṣọ́. Ọba sì mú ààyè rẹ̀ ní orí ìtẹ́ ọba.
20 ଏହିରୂପେ ଦେଶର ସମୁଦାୟ ଲୋକ ଆନନ୍ଦ କଲେ ଓ ନଗର ସୁସ୍ଥିର ହେଲା; ଆଉ ସେମାନେ ରାଜଗୃହ ନିକଟରେ ଅଥଲୀୟାଙ୍କୁ ଖଡ୍ଗରେ ବଧ କଲେ।
Gbogbo àwọn ènìyàn ilẹ̀ náà sì yọ̀, ìlú náà sì dákẹ́ jẹ́ẹ́. Nítorí a pa Ataliah pẹ̀lú idà náà ní ààfin ọba.
21 ଯୋୟାଶ୍‍ ସାତ ବର୍ଷ ବୟସରେ ରାଜ୍ୟ କରିବାକୁ ଆରମ୍ଭ କଲେ।
Joaṣi jẹ́ ọmọ ọdún méje nígbà tí ó bẹ̀rẹ̀ ìjọba rẹ̀.

< ଦ୍ୱିତୀୟ ରାଜାବଳୀ 11 >