< ଦ୍ୱିତୀୟ ରାଜାବଳୀ 10 >
1 ଶମରୀୟାରେ ଆହାବଙ୍କର ସତୁରି ପୁତ୍ର ଥିଲେ। ଏଣୁ ଯେହୂ ଶମରୀୟାରେ ଯିଷ୍ରିୟେଲର ଅଧ୍ୟକ୍ଷଗଣ, ପ୍ରାଚୀନମାନଙ୍କୁ ଓ ଆହାବଙ୍କର ପୁତ୍ରମାନଙ୍କ ପ୍ରତିପାଳକମାନଙ୍କ ନିକଟକୁ ଏହିପରି ପତ୍ରମାନ ଲେଖି ପଠାଇଲେ, ଯଥା,
Nísinsin yìí, Ahabu ṣì ní àádọ́rin ọmọkùnrin ní ìdílé rẹ̀ ní Samaria. Bẹ́ẹ̀ ni, Jehu kọ lẹ́tà, ó sì fi wọ́n ránṣẹ́ sí Samaria: sí àwọn oníṣẹ́ Jesreeli, sí àwọn àgbàgbà àti sí àwọn olùtọ́jú àwọn ọmọ Ahabu. Ó wí pé,
2 “ତୁମ୍ଭମାନଙ୍କ ପ୍ରଭୁର ପୁତ୍ରଗଣ ତୁମ୍ଭମାନଙ୍କ ନିକଟରେ ଅଛନ୍ତି, ପୁଣି ରଥ ଓ ଅଶ୍ୱଗଣ, ମଧ୍ୟ ଏକ ପ୍ରାଚୀର-ବେଷ୍ଟିତ ନଗର ଓ ଅସ୍ତ୍ରଶସ୍ତ୍ର ତୁମ୍ଭମାନଙ୍କର ହସ୍ତଗତ ଅଛି।
“Ní kété tí lẹ́tà bá ti dé ọ̀dọ̀ rẹ̀, níwọ̀n ìgbà tí àwọn ọmọ ọ̀gá rẹ wà pẹ̀lú rẹ, ìwọ sì ní àwọn kẹ̀kẹ́ àti àwọn ẹṣin, ìlú olódi kan pẹ̀lú ohun ìjà,
3 ଏହେତୁ ତୁମ୍ଭମାନଙ୍କ ନିକଟରେ ଏହି ପତ୍ର ଉପସ୍ଥିତ ହେବା ମାତ୍ରେ ତୁମ୍ଭେମାନେ ଆପଣା ପ୍ରଭୁର ପୁତ୍ରଗଣ ମଧ୍ୟରୁ ସର୍ବାପେକ୍ଷା ଉତ୍ତମ ଓ ଉପଯୁକ୍ତ ଜଣକୁ ବାଛ ଓ ତାହାକୁ ତାହାର ପିତାର ସିଂହାସନରେ ବସାଅ ଓ ତୁମ୍ଭେମାନେ ଆପଣା ପ୍ରଭୁର ବଂଶ ପକ୍ଷରେ ଯୁଦ୍ଧ କର।”
yan èyí tí ó dára àti èyí tí ó níye jùlọ nínú àwọn ọmọkùnrin ọ̀gá à rẹ, kí o sì gbé e lé orí ìtẹ́ baba a rẹ̀. Nígbà náà, kí o sì jà fún ilé ọ̀gá à rẹ.”
4 ମାତ୍ର ସେମାନେ ଅତିଶୟ ଭୀତ ହୋଇ କହିଲେ, “ଦେଖ, ସେ ଦୁଇ ରାଜା ତାହା ସମ୍ମୁଖରେ ଠିଆ ହୋଇ ପାରିଲେ ନାହିଁ; ତେବେ ଆମ୍ଭେମାନେ କିପରି ଠିଆ ହେବା?”
Ṣùgbọ́n ẹ̀rù bà wọ́n, wọ́n sì wí pé, “Tí ọba méjì kò bá le kojú ìjà sí i, báwo ni a ṣẹ le è ṣe é?”
5 ଏହେତୁ ଗୃହାଧ୍ୟକ୍ଷ ଓ ନଗରାଧ୍ୟକ୍ଷ, ମଧ୍ୟ ପ୍ରାଚୀନମାନେ ଓ ସନ୍ତାନଗଣର ପ୍ରତିପାଳକମାନେ ଯେହୂଙ୍କ ନିକଟକୁ ଏହି କଥା କହି ପଠାଇଲେ, “ଆମ୍ଭେମାନେ ଆପଣଙ୍କର ଦାସ ଓ ଆପଣ ଆମ୍ଭମାନଙ୍କୁ ଯାହା ଯାହା ଆଜ୍ଞା କରିବେ, ଆମ୍ଭେମାନେ ତାହାସବୁ କରିବୁ; ଆମ୍ଭେମାନେ କୌଣସି ଲୋକକୁ ରାଜା କରିବୁ ନାହିଁ; ଆପଣଙ୍କ ଦୃଷ୍ଟିରେ ଯାହା ଭଲ, ତାହା ଆପଣ କରନ୍ତୁ।”
Bẹ́ẹ̀ ẹni tí ń ṣe olórí ilé, ẹni tí ń ṣe olórí ìlú ńlá, àwọn àgbàgbà àti àwọn olùtọ́jú náà rán iṣẹ́ yìí sí Jehu, pé, “Ìránṣẹ́ rẹ ni àwa jẹ́ pẹ̀lú, àwa yóò ṣe ohunkóhun tí o bá sọ. Àwa kì yóò yan ẹnikẹ́ni gẹ́gẹ́ bí ọba; ìwọ ṣe ohunkóhun tí o rò pé ó dára jù lójú rẹ.”
6 ତହୁଁ ଯେହୂ ଦ୍ୱିତୀୟ ଥର ସେମାନଙ୍କ ନିକଟକୁ ପତ୍ର ଲେଖିଲେ, ଯଥା, “ଯଦି ତୁମ୍ଭେମାନେ ମୋହର ପକ୍ଷ ଓ ଯଦି ତୁମ୍ଭେମାନେ ମୋʼ କଥାରେ ମନୋଯୋଗ କରିବ, ତେବେ ତୁମ୍ଭେମାନେ ଆପଣା ପ୍ରଭୁର ପୁତ୍ରମାନଙ୍କ ମସ୍ତକ ଘେନି ଆସନ୍ତାକାଲି ଏହି ସମୟରେ ଯିଷ୍ରିୟେଲକୁ ମୋʼ ନିକଟକୁ ଆସ।” ସେହି ସତୁରି ଜଣ ରାଜପୁତ୍ର ଆପଣାମାନଙ୍କ ପ୍ରତିପାଳକ ନଗରସ୍ଥ ପ୍ରଧାନ ଲୋକଙ୍କ ସଙ୍ଗରେ ଥିଲେ।
Nígbà náà ni Jehu kọ lẹ́tà kejì sí wọn, wí pé, “Tí ìwọ bá wà ní ìhà tèmi, tí o sì pa ọ̀rọ̀ mi mọ́, mú orí àwọn ọmọkùnrin ọ̀gá à rẹ wá sí ọ̀dọ̀ mi ní Jesreeli ní ìwòyí ọ̀la.” Nísinsin yìí, àwọn ọmọ-aládé àádọ́rin ọkùnrin, ń bẹ pẹ̀lú àwọn ènìyàn ńlá ìlú náà tí ń tọ́ wọn.
7 ଏଥିଉତ୍ତାରେ ସେମାନଙ୍କ ନିକଟରେ ପତ୍ର ଉପସ୍ଥିତ ହୁଅନ୍ତେ, ସେମାନେ ସେହି ସତୁରି ଜଣ ରାଜପୁତ୍ରଙ୍କୁ ନେଇ ବଧ କଲେ ଓ ସେମାନଙ୍କର ମସ୍ତକ ଟୋକେଇରେ ରଖି ଯିଷ୍ରିୟେଲକୁ ଯେହୂଙ୍କ ନିକଟକୁ ପଠାଇଲେ।
Nígbà tí ìwé náà dé ọ̀dọ̀ wọn, àwọn ọkùnrin wọ̀nyí mú gbogbo àwọn ọmọ ọba tí gbogbo wọ́n jẹ́ àádọ́rin wọ́n sì pa gbogbo wọn. Wọ́n gbé orí wọn sí inú apẹ̀rẹ̀, wọ́n fi ránṣẹ́ sí Jehu ní Jesreeli.
8 ଏଥିରେ ଜଣେ ଦୂତ ଆସି ଯେହୂଙ୍କୁ ଜଣାଇ କହିଲା, “ସେମାନେ ରାଜପୁତ୍ରମାନଙ୍କ ମସ୍ତକ ଆଣିଅଛନ୍ତି।” ତହିଁରେ ସେ କହିଲେ, “ଦ୍ୱାର-ପ୍ରବେଶ ସ୍ଥାନରେ ଦୁଇ ଗଦା କରି ପ୍ରାତଃକାଳ ପର୍ଯ୍ୟନ୍ତ ସେସବୁ ରଖ।”
Nígbà tí ìránṣẹ́ náà dé, ó sọ fún Jehu, “Wọ́n ti gbé orí àwọn ọmọ ọba náà wá.” Nígbà náà Jehu pàṣẹ, “Ẹ tò wọ́n ní òkìtì méjì ní àtiwọ ẹnu ibodè ìlú ńlá títí di òwúrọ̀.”
9 ଏଥିଉତ୍ତାରେ ପ୍ରାତଃକାଳରେ ଯେହୂ ବାହାରକୁ ଯାଇ ଠିଆ ହୋଇ ସମସ୍ତ ଲୋକଙ୍କୁ କହିଲେ, “ତୁମ୍ଭେମାନେ ଧାର୍ମିକ ଲୋକ; ଦେଖ, ମୁଁ ଆପଣା ପ୍ରଭୁ ବିରୁଦ୍ଧରେ ଚକ୍ରାନ୍ତ କରି ତାହାକୁ ବଧ କଲି; ମାତ୍ର ଏସମସ୍ତଙ୍କୁ କିଏ ବଧ କଲା?
Ní òwúrọ̀ ọjọ́ kejì, Jehu jáde lọ. Ó dúró níwájú gbogbo àwọn ènìyàn, ó sì wí pé, “Ẹ̀yin jẹ́ aláìjẹ̀bi. Èmi ni mo dìtẹ̀ sí ọ̀gá mi, tí mo sì pa á, ṣùgbọ́n ta ni ó pa gbogbo àwọn wọ̀nyí?
10 ଏବେ ଜାଣ ଯେ, ସଦାପ୍ରଭୁ ଆହାବ-ବଂଶ ବିଷୟରେ ଯାହା କହିଅଛନ୍ତି, ସଦାପ୍ରଭୁଙ୍କ ସେହି ବାକ୍ୟରୁ କିଛି ହିଁ ତଳେ ପଡ଼ିବ ନାହିଁ; କାରଣ ସଦାପ୍ରଭୁ ଆପଣା ଦାସ ଏଲୀୟଙ୍କ ଦ୍ୱାରା ଯାହା କହିଥିଲେ, ତାହା ସଫଳ କରିଅଛନ୍ତି।”
Nígbà yìí, kò sí ọ̀rọ̀ kan tí Olúwa ti sọ sí ilé Ahabu tí yóò kùnà. Olúwa ti ṣe ohun tí ó ṣèlérí nípasẹ̀ ìránṣẹ́ rẹ̀ Elijah.”
11 ତହୁଁ ଯେହୂ ଆହାବଙ୍କର କାହାକୁ ଅବଶିଷ୍ଟ ନ ରଖିବା ପର୍ଯ୍ୟନ୍ତ ଯିଷ୍ରିୟେଲରେ ତାଙ୍କ ବଂଶର ଅବଶିଷ୍ଟ ସମସ୍ତଙ୍କୁ, ଓ ତାଙ୍କ ପ୍ରଧାନ ଲୋକ ସମସ୍ତଙ୍କୁ, ତାଙ୍କ ଆତ୍ମୀୟ ବନ୍ଧୁମାନଙ୍କୁ, ଓ ତାଙ୍କର ଯାଜକମାନଙ୍କୁ ବଧ କଲେ।
Bẹ́ẹ̀ ni Jehu pa gbogbo ẹni tí ó kù Jesreeli ní ilé Ahabu, pẹ̀lúpẹ̀lú gbogbo àwọn ọkùnrin ìjòyè rẹ̀, àwọn ọ̀rẹ́ rẹ̀ tímọ́tímọ́ àti àwọn àlùfáà rẹ̀, láì ku ẹni tí ó yọ nínú ewu fún un.
12 ଏଥିଉତ୍ତାରେ ଯେହୂ ଉଠି ପ୍ରସ୍ଥାନ କରି ଶମରୀୟାକୁ ଗଲେ। ପୁଣି ସେ ପଥ ମଧ୍ୟରେ ମେଷପାଳକମାନଙ୍କ ମେଷଲୋମ-ଚ୍ଛେଦନ ଗୃହ ନିକଟରେ ଉପସ୍ଥିତ ହୁଅନ୍ତେ,
Jehu jáde lọ, ó sì lọ sí ọ̀kánkán Samaria. Ní Beti-Ekedi tí àwọn olùṣọ́-àgùntàn.
13 ଯେହୂ ଯିହୁଦାର ରାଜା ଅହସୀୟଙ୍କର ଭ୍ରାତୃଗଣକୁ ଭେଟି ପଚାରିଲେ, “ତୁମ୍ଭେମାନେ କିଏ?” ସେମାନେ ଉତ୍ତର କଲେ, “ଆମ୍ଭେମାନେ ଅହସୀୟଙ୍କର ଭାଇ; ଆଉ ଆମ୍ଭେମାନେ ରାଜାଙ୍କ ସନ୍ତାନମାନଙ୍କର ଓ ରାଣୀଙ୍କ ସନ୍ତାନମାନଙ୍କର ମଙ୍ଗଳବାଦ କରିବାକୁ ଯାଉଅଛୁ।”
Jehu pàdé díẹ̀ lára àwọn ìbátan Ahasiah ọba Juda, ó sì béèrè, “Ta ni ẹ̀yin ń ṣe?” Wọ́n wí pé, “Àwa jẹ́ ìbátan Ahasiah, àwa sì ti wá láti kí ìdílé ọba àti ti màmá ayaba.”
14 ଏଥିରେ ଯେହୂ କହିଲେ, “ଏମାନଙ୍କୁ ଜିଅନ୍ତା ଧର।” ତହୁଁ ଲୋକମାନେ ସେମାନଙ୍କୁ ଜୀଅନ୍ତା ଧରି ମେଷଲୋମ ଚ୍ଛେଦନଗୃହର ଗର୍ତ୍ତ ନିକଟରେ ସେହି ବୟାଳିଶ ଜଣଙ୍କୁ ବଧ କଲେ, ସେ ସେମାନଙ୍କର କାହାକୁ ଅବଶିଷ୍ଟ ରଖିଲେ ନାହିଁ।
“Mú wọn láààyè!” ó pàṣẹ. Bẹ́ẹ̀ ni wọ́n mú wọn láààyè, wọ́n sì pa wọ́n ní ẹ̀bá kọ̀nga Beti-Ekedi, ọkùnrin méjìlélógójì. Kò sì fi ẹnìkan sílẹ̀ láìkù.
15 ଏଥିଉତ୍ତାରେ ଯେହୂ ସେଠାରୁ ପ୍ରସ୍ଥାନ କରନ୍ତେ, ଆପଣା ସମ୍ମୁଖରେ ଆଗମନକାରୀ ରେଖବର ପୁତ୍ର ଯିହୋନାଦବ୍କୁ ଭେଟିଲେ। ସେ ତାହାକୁ ମଙ୍ଗଳବାଦ କରି ପଚାରିଲେ, “ଯେପରି ତୁମ୍ଭ ପ୍ରତି ମୋʼ ମନ ସରଳ, ସେପରି ତୁମ୍ଭ ମନ କି ମୋʼ ପ୍ରତି ଅଛି?” ଏଥିରେ ଯିହୋନାଦବ୍ ଉତ୍ତର କଲା, “ହଁ, ଅଛି।” “ତାହାହେଲେ ମୋତେ ତୁମ୍ଭ ହସ୍ତ ଦିଅ।” ତହୁଁ ଯିହୋନାଦବ୍ ତାଙ୍କୁ ଆପଣା ହସ୍ତ ଦିଅନ୍ତେ, ଯେହୂ ତାହାକୁ ଆପଣା ନିକଟକୁ ରଥ ଉପରକୁ ନେଲେ।
Nígbà tí a sì jáde níbẹ̀, ó rí Jehonadabu ọmọ Rekabu ń bọ̀ wá pàdé rẹ̀, ó sì súre fún un, ó sì wí fún pé, “Ọkàn rẹ ha ṣe déédé bí ọkàn mi ti rí sí ọkàn rẹ?” Jehonadabu dáhùn wí pé, “Èmi wà.” Jehu wí pé, “Bí ó bá jẹ́ bẹ́ẹ̀, fún mi ní ọwọ́ ọ̀ rẹ.” Bẹ́ẹ̀ ni ó ṣe pẹ̀lú, Jehu sì fà á lọ́wọ́ sókè sọ́dọ̀ rẹ̀ nínú kẹ̀kẹ́.
16 ପୁଣି ଯେହୂ କହିଲେ, “ମୋʼ ସଙ୍ଗେ ଆସ, ସଦାପ୍ରଭୁଙ୍କ ନିମନ୍ତେ ମୋହର ଉଦ୍ଯୋଗ ଦେଖ।” ଏହିରୂପେ ସେମାନେ ତାହାକୁ ତାଙ୍କ ରଥରେ ଚଢ଼ାଇଲେ।
Jehu wí pé, “Wá pẹ̀lú mi, kí o sì rí ìtara mi fún Olúwa.” Nígbà náà ó jẹ́ kí ó gun kẹ̀kẹ́ rẹ̀.
17 ଏଥିଉତ୍ତାରେ ଯେହୂ ଶମରୀୟାରେ ଉପସ୍ଥିତ ହୁଅନ୍ତେ, ସଦାପ୍ରଭୁ ଏଲୀୟଙ୍କୁ ଯାହା କହିଥିଲେ, ସେହି ବାକ୍ୟାନୁସାରେ ଯେହୂ ଆହାବଙ୍କୁ ସଂହାର କରିବା ପର୍ଯ୍ୟନ୍ତ ଶମରୀୟାସ୍ଥ ତାଙ୍କର ଅବଶିଷ୍ଟ ସମସ୍ତଙ୍କୁ ବଧ କଲେ।
Nígbà tí Jehu wá sí Samaria, ó pa gbogbo àwọn tí a fi kalẹ̀ ní ìdílé Ahabu; ó pa wọ́n run, gẹ́gẹ́ bí ọ̀rọ̀ Olúwa tí a sọ sí Elijah.
18 ପୁଣି ଯେହୂ ସମଗ୍ର ଲୋକଙ୍କୁ ଏକତ୍ର କରି ସେମାନଙ୍କୁ କହିଲେ, “ଆହାବ ବାଲ୍ର ଅଳ୍ପ ସେବା କଲା, ମାତ୍ର ଯେହୂ ତାହାର ବହୁତ ସେବା କରିବ।
Nígbà náà, Jehu kó gbogbo àwọn ènìyàn jọ, ó sì wí fún wọn pé, “Ahabu sin Baali díẹ̀; ṣùgbọ́n Jehu yóò sìn ín púpọ̀.
19 ଏହେତୁ ଏବେ ବାଲ୍ର ସମସ୍ତ ଭବିଷ୍ୟଦ୍ବକ୍ତାଙ୍କୁ ଓ ତାହାର ପୂଜକ ସମସ୍ତଙ୍କୁ ଓ ତାହାର ଯାଜକ ସମସ୍ତଙ୍କୁ ମୋʼ ନିକଟକୁ ଡାକ; କେହି ଅନୁପସ୍ଥିତ ନ ରହନ୍ତୁ; କାରଣ ବାଲ୍ ଉଦ୍ଦେଶ୍ୟରେ ମୋହର ଏକ ବଡ଼ ଯଜ୍ଞ କରିବାର ଅଛି; ଯେକେହି ଅନୁପସ୍ଥିତ ହେବ, ସେ ବଞ୍ଚିବ ନାହିଁ।” ମାତ୍ର ଯେହୂ ବାଲ୍ର ପୂଜକମାନଙ୍କୁ ବିନାଶ କରିବା ଅଭିପ୍ରାୟରେ ଏହା ଛଳ ଭାବରେ କଲେ।
Nísinsin yìí, ẹ pe gbogbo àwọn wòlíì Baali jọ fún mi, gbogbo àwọn ìránṣẹ́ rẹ̀ àti gbogbo àlùfáà rẹ̀, má ṣe jẹ́ kí ọ̀kan kí ó kù, nítorí èmí yóò rú ẹbọ ńlá sí Baali. Ẹnikẹ́ni tí ó bá kọ̀ láti wá, kò ní wà láààyè mọ́.” Ṣùgbọ́n Jehu fi ẹ̀tàn ṣe é, kí ó lè pa àwọn òjíṣẹ́ Baali run.
20 ଆଉ ଯେହୂ କହିଲେ, “ବାଲ୍ ଉଦ୍ଦେଶ୍ୟରେ ଏକ ପବିତ୍ର ମହାସଭା ନିରୂପଣ କର।” ତହୁଁ ସେମାନେ ତାହା ଘୋଷଣା କଲେ।
Jehu wí pé, “ẹ pe àpéjọ ní ìwòyí ọ̀la fún Baali.” Bẹ́ẹ̀ ni wọ́n kéde rẹ.
21 ପୁଣି ଯେହୂ ସମଗ୍ର ଇସ୍ରାଏଲ ମଧ୍ୟକୁ ଲୋକ ପଠାଇଲେ; ତହିଁରେ ବାଲ୍ର ପୂଜକ ସମସ୍ତେ ଆସିଲେ, ଯେ ନ ଆସିଲା, ଏପରି ଜଣେ ଅବଶିଷ୍ଟ ରହିଲା ନାହିଁ। ଆଉ ଲୋକମାନେ ବାଲ୍ର ମନ୍ଦିରକୁ ଆସନ୍ତେ, ବାଲ୍ର ମନ୍ଦିରର ଏକ ସୀମାରୁ ଅନ୍ୟ ସୀମା ପର୍ଯ୍ୟନ୍ତ ପୂର୍ଣ୍ଣ ହେଲା।
Nígbà náà, Jehu rán ọ̀rọ̀ káàkiri Israẹli, gbogbo àwọn òjíṣẹ́ Baali sì wá: kò sí ẹnìkan tí ó dúró lẹ́yìn. Wọ́n kún ilé tí a kọ́ fún òrìṣà títí tí ó fi kún láti ìkangun èkínní títí dé èkejì.
22 ତେବେ ସେ ବସ୍ତ୍ରାଗାରର ଅଧ୍ୟକ୍ଷଙ୍କୁ କହିଲେ, “ବାଲ୍ର ସମସ୍ତ ପୂଜକଙ୍କ ନିମନ୍ତେ ବସ୍ତ୍ର ବାହାର କରି ଆଣ।” ଏଥିରେ ସେ ବସ୍ତ୍ର ବାହାର କରି ଆଣିଲା।
Jehu sì sọ fún olùṣọ́ pé, “Kí ó mú aṣọ ìgúnwà wá fún gbogbo àwọn òjíṣẹ́ Baali.” Bẹ́ẹ̀ ni ó mú aṣọ ìgúnwà jáde wá fún wọn.
23 ତହିଁରେ ଯେହୂ ଓ ରେଖବର ପୁତ୍ର ଯିହୋନାଦବ୍ ବାଲ୍ ମନ୍ଦିରକୁ ଗଲେ; ଆଉ ସେ ବାଲ୍ର ପୂଜକମାନଙ୍କୁ କହିଲେ, “ଏଠାରେ ତୁମ୍ଭମାନଙ୍କ ମଧ୍ୟରେ ବାଲ୍ର ପୂଜକମାନଙ୍କ ବ୍ୟତୀତ ସଦାପ୍ରଭୁଙ୍କ ଦାସମାନଙ୍କ ମଧ୍ୟରୁ କେହି ଯେପରି ନ ଥାଏ, ଏଥିପାଇଁ ଖୋଜି ଦେଖ।”
Nígbà náà, Jehu àti Jehonadabu ọmọ Rekabu lọ sí inú ilé tí a kọ́ fún òrìṣà Baali. Jehu sì wí fún àwọn òjíṣẹ́ Baali pé, “Wò ó yíká, kí o sì rí i pé kò sí ìránṣẹ́ Olúwa kankan pẹ̀lú yín níbí—kìkì òjíṣẹ́ Baali.”
24 ଏଥିଉତ୍ତାରେ ସେମାନେ ବଳିଦାନ ଓ ହୋମ କରିବାକୁ ଭିତରକୁ ଗଲେ। ଯେହୂ ଆପଣାର ଅଶୀ ଜଣକୁ ବାହାରେ ନିଯୁକ୍ତ କରି କହିଥିଲେ, “ମୁଁ ଯେଉଁ ଲୋକମାନଙ୍କୁ ତୁମ୍ଭମାନଙ୍କର ହସ୍ତଗତ କରାଇବି, ସେମାନଙ୍କ ମଧ୍ୟରୁ କେହି ଯେବେ ପଳାଏ, ତେବେ ଯେ ତାହାକୁ ଛାଡ଼ିଦିଏ, ତାହାର ପ୍ରାଣ ସେ ଲୋକର ପ୍ରାଣର ବଦଳ ହେବ।”
Bẹ́ẹ̀ ni wọ́n wọ inú ilé lọ láti lọ rú ẹbọ àti ẹbọ sísun. Nísinsin yìí Jehu ti rán ọgọ́rin ọkùnrin sí ìta pẹ̀lú ìkìlọ̀ yìí: “Tí ẹnikẹ́ni nínú yín bá jẹ́ kí ẹnikẹ́ni nínú àwọn ọkùnrin tí mo ń gbé sí ọwọ́ yín ó sálọ, yóò jẹ́ ẹ̀mí yín fún ẹ̀mí rẹ.”
25 ଏଥିଉତ୍ତାରେ ଯେହୂ ହୋମବଳି ଉତ୍ସର୍ଗ ଶେଷ କରିବା କ୍ଷଣେ, ସେ ପ୍ରହରୀ ଓ ସେନାପତିମାନଙ୍କୁ କହିଲେ, “ଭିତରକୁ ଯାଅ, ସେମାନଙ୍କୁ ବଧ କର; କାହାକୁ ବାହାରକୁ ଆସିବାକୁ ଦିଅ ନାହିଁ।” ତହୁଁ ସେମାନେ ଖଡ୍ଗଧାରରେ ସେମାନଙ୍କୁ ବଧ କଲେ; ଆଉ ପ୍ରହରୀ ଓ ସେନାପତିମାନେ ସେମାନଙ୍କୁ ବାହାରେ ପକାଇଦେଇ ବାଲ୍ ମନ୍ଦିରର ଗୃହକୁ ଗଲେ।
Ní kété tí Jehu ti parí ṣíṣe ẹbọ sísun, ó pàṣẹ fún àwọn olùṣọ́ àti àwọn ìjòyè: “Wọlé lọ, kí o sì pa wọ́n, má ṣe jẹ́ kí ẹnikẹ́ni kí ó sálọ.” Bẹ́ẹ̀ ni wọ́n gé wọn lulẹ̀ pẹ̀lú idà. Àwọn olùṣọ́ àti ìjòyè ju ara wọn síta, wọ́n sì wọ inú ojúbọ ti ilé tí a kọ́ fún òrìṣà Baali.
26 ପୁଣି ସେମାନେ ବାଲ୍ ମନ୍ଦିରରୁ ସ୍ତମ୍ଭମାନ ବାହାର କରି ଆଣି ପୋଡ଼ି ପକାଇଲେ।
Wọ́n gbé òkúta bíbọ náà jáde láti inú ilé tí a kọ́ fún òrìṣà Baali, wọ́n sì jó o.
27 ଆଉ ବାଲ୍ର ସ୍ତମ୍ଭ ଭାଙ୍ଗି ପକାଇଲେ ଓ ବାଲ୍ର ମନ୍ଦିର ଭାଙ୍ଗି ପକାଇ ତାକୁ ମଳଗୃହ କଲେ, ତାହା ଆଜି ପର୍ଯ୍ୟନ୍ତ ଅଛି।
Wọ́n fọ́ òkúta bíbọ ti Baali náà túútúú, wọ́n sì ya ilé òrìṣà Baali bolẹ̀. Àwọn ènìyàn sì ń lò ó fún ilé ìgbẹ́ títí di ọjọ́ òní.
28 ଏହି ପ୍ରକାରେ ଯେହୂ ଇସ୍ରାଏଲ ମଧ୍ୟରୁ ବାଲ୍କୁ ଉଚ୍ଛିନ୍ନ କଲେ।
Bẹ́ẹ̀ ni Jehu pa sí sin Baali run ní Israẹli.
29 ତଥାପି ବେଥେଲ୍ ଓ ଦାନ୍ରେ ଥିବା ଯେଉଁ ସୁବର୍ଣ୍ଣ ଗୋବତ୍ସ ଦ୍ୱାରା ନବାଟର ପୁତ୍ର ଯାରବୀୟାମ ଇସ୍ରାଏଲକୁ ପାପ କରାଇଥିଲେ, ଯେହୂ ତାଙ୍କର ସେହି ପାପାନୁଗମନ ତ୍ୟାଗ କଲେ ନାହିଁ।
Bí ó ti wù kí ó rí, Jehu kò yípadà kúrò nínú ẹ̀ṣẹ̀ Jeroboamu ọmọ Nebati, tí ó ṣokùnfà Israẹli láti dá—ti sí sin ẹgbọrọ màlúù wúrà ní Beteli àti Dani.
30 ଏଥିଉତ୍ତାରେ ସଦାପ୍ରଭୁ ଯେହୂଙ୍କୁ କହିଲେ, “ଆମ୍ଭ ଦୃଷ୍ଟିରେ ଯାହା ଯଥାର୍ଥ, ତାହା ସାଧନ କରି ତୁମ୍ଭେ ଭଲ କରିଅଛ ଓ ଆମ୍ଭ ମନରେ ଯାହା ଯାହା ଥିଲା, ତଦନୁସାରେ ତୁମ୍ଭେ ଆହାବ-ବଂଶ ପ୍ରତି କରିଅଛ, ଏହେତୁ ଚତୁର୍ଥ ପୁରୁଷ ପର୍ଯ୍ୟନ୍ତ ତୁମ୍ଭର ସନ୍ତାନମାନେ ଇସ୍ରାଏଲର ସିଂହାସନରେ ଉପବିଷ୍ଟ ହେବେ।”
Olúwa sì sọ fún Jehu pé, “Nítorí ìwọ ti ṣe dáradára ní ṣíṣe èyí tí ó tọ́ ní ojú mi, tí o sì ti ṣe sí ilé Ahabu gẹ́gẹ́ bí gbogbo èyí tí ó wà ní ọkàn mi, àwọn ọmọ ọ̀ rẹ yóò jókòó lórí ìtẹ́ Israẹli títí dé ìran kẹrin.”
31 ତଥାପି ଯେହୂ ଆପଣାର ସର୍ବାନ୍ତଃକରଣ ସହିତ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ବ୍ୟବସ୍ଥାନୁସାରେ ଚାଲିବାକୁ କିଛି ମନୋଯୋଗ କଲେ ନାହିଁ; ଯାରବୀୟାମ ଇସ୍ରାଏଲକୁ ଯେଉଁ ପାପ କରାଇଥିଲେ, ତାଙ୍କର ସେହି ପାପ ସେ ପରିତ୍ୟାଗ କଲେ ନାହିଁ।
Síbẹ̀ Jehu kò ṣe pẹ̀lẹ́ láti pa òfin Olúwa, Ọlọ́run Israẹli mọ́ pẹ̀lú tọkàntọkàn. Òun kò yípadà kúrò nínú ẹ̀ṣẹ̀ Jeroboamu èyí tí ó ṣokùnfà Israẹli láti dá.
32 ସେସମୟରେ ସଦାପ୍ରଭୁ ଇସ୍ରାଏଲକୁ ଊଣା କରିବାକୁ ଲାଗିଲେ; ପୁଣି ହସାୟେଲ ଇସ୍ରାଏଲର ସମସ୍ତ ସୀମାରେ ସେମାନଙ୍କୁ ଆଘାତ କଲା;
Ní ọjọ́ wọ̀n-ọn-nì, Olúwa ti bẹ̀rẹ̀ sí ní dín iye Israẹli kù. Hasaeli fi agbára jẹ ọba lórí àwọn ọmọ Israẹli ní gbogbo agbègbè wọn.
33 ଯର୍ଦ୍ଦନଠାରୁ ପୂର୍ବ ଦିଗରେ ସମସ୍ତ ଗିଲୀୟଦ ଦେଶ, ଅର୍ଣ୍ଣୋନ-ଉପତ୍ୟକା ନିକଟସ୍ଥ ଅରୋୟେରଠାରୁ ଗାଦ୍ ଓ ରୁବେନ୍ ଓ ମନଃଶି-ବଂଶୀୟ ଲୋକମାନଙ୍କ ଦେଶ, ଅର୍ଥାତ୍, ଗିଲୀୟଦ ଓ ବାଶନକୁ ଆଘାତ କଲା।
Ìlà-oòrùn ti Jordani ni gbogbo ilẹ̀ ti Gileadi (ẹ̀kún ilẹ̀ ti ará Gadi, Reubeni, àti Manase) láti Aroeri, tí ó wà létí kòtò Arnoni láti ìhà Gileadi sí Baṣani.
34 ଯେହୂଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ସମସ୍ତ କ୍ରିୟା ଓ ତାଙ୍କର ସମସ୍ତ ପରାକ୍ରମ କʼଣ ଇସ୍ରାଏଲର ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖା ନାହିଁ?
Fún ti òmíràn ti iṣẹ́ ìjọba Jehu, gbogbo ohun tí ó ṣe, gbogbo àṣeyọrí rẹ̀, ṣé a kò kọ wọ́n sí inú ìwé ìtàn ayé àwọn ọba Israẹli?
35 ପୁଣି ଯେହୂଙ୍କ ମୃତ୍ୟୁ ପରେ, ଲୋକମାନେ ତାଙ୍କୁ ଶମରୀୟାରେ କବର ଦେଲେ। ତହିଁ ଉତ୍ତାରେ ତାଙ୍କର ପୁତ୍ର ଯିହୋୟାହସ୍ ତାଙ୍କ ପଦରେ ରାଜ୍ୟ କଲେ।
Jehu sinmi pẹ̀lú baba a rẹ̀, a sì sin ín sí Samaria Jehoahasi ọmọ rẹ̀ sì rọ́pò rẹ̀ gẹ́gẹ́ bí ọba.
36 ଶମରୀୟାରେ ଇସ୍ରାଏଲ ଉପରେ ଯେହୂଙ୍କର ରାଜ୍ୟ କରିବାର ସମୟ ଅଠାଇଶ ବର୍ଷ ଥିଲା।
Àkókò tí Jehu fi jẹ ọba lórí Israẹli ní Samaria jẹ́ ọdún méjìdínlọ́gbọ̀n.