< ୨ ଯୋହନ 1 >

1 ମୁଁ ଯେ ପ୍ରାଚୀନ, ମନୋନୀତା ମହିଳା ଓ ତାହାଙ୍କ ସନ୍ତାନମାନଙ୍କ ନିକଟକୁ ପତ୍ର ଲେଖୁଅଛି। ସେମାନଙ୍କୁ ମୁଁ ବାସ୍ତବରେ ପ୍ରେମ କରେ, ଆଉ କେବଳ ମୁଁ ନୁହେଁ, ମାତ୍ର ସତ୍ୟ ଜାଣିଥିବା ସମସ୍ତ ଲୋକ ମଧ୍ୟ ପ୍ରେମ କରନ୍ତି।
ପାର୍‌ଚିନ୍‌ ଜଅନ୍‌ଜେ ମୁଇ ଏ ଚିଟି ଲେକ୍‌ଲିନି । ଏ ଚିଟି ଆମର୍‌ ଆଲାଦର୍‌ ବଇନି ଆରି ତାର୍‌ ପିଲାମନର୍‌ପାଇ । ମୁଇ ସତଇସେ ତମ୍‌କେ ସବୁଲକ୍‌ମନ୍‌କେ ଆଲାଦ୍‌ କଲିନି । ଆରି ମୁଇସେ ନାଇ, ସତ୍‌ ବିସଇ ଜାନିରଇବା ସବୁଲକ୍‌ ମିସା ।
2 ଯେଉଁ ସତ୍ୟ ଆମ୍ଭମାନଙ୍କ ଅନ୍ତରରେ ରହିଅଛି ଅନନ୍ତକାଳ ଆମ୍ଭମାନଙ୍କ ସହିତ ରହିବ, ସେହି ସତ୍ୟ ସକାଶେ ସେମାନଙ୍କୁ ପ୍ରେମ କରୁଅଛୁ। (aiōn g165)
ଆମେ ସତ୍‌ ବିସଇ ଜାନିରଇଲାର୍‌ପାଇ ତମ୍‌କେ ଆଲାଦ୍‌ କଲିନି । ଆରି କାଲ୍‌କାଲ୍‌ ଜୁଗ୍‌ଜୁଗ୍‌ ପାଇ, ସେ ସତ୍‌ ବିସଇ ଜାନିରଇବୁ । (aiōn g165)
3 ପିତା ଈଶ୍ବର ଓ ସେହି ପିତାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ, ଦୟା ଓ ଶାନ୍ତି ଆମ୍ଭମାନଙ୍କ ସହିତ ସତ୍ୟ ଓ ପ୍ରେମରେ ରହିବ।
ଆମର୍‌ ବାବା ପର୍‌ମେସର୍‌ ଆରି ତାର୍‌ ପଅ ଜିସୁକିରିସ୍‌ଟ ଆମ୍‌କେ ଆସିର୍‌ବାଦ୍‌ କରି ଦୟା ଦେକାଅ ଆରି ସାନ୍ତି ଆରି ସତ୍‌ସଙ୍ଗ୍‍ ବଁଚ୍‌ବାକେ ଦେଅ । ତମେ ଗଟେକ୍‌ ଲକ୍‌ ଆରି ଗଟେକ୍‌ ଲକ୍‌କେ ଆଲାଦ୍‌ କରା ।
4 ତୁମ୍ଭର ସନ୍ତାନମାନଙ୍କ ମଧ୍ୟରୁ କେତେକଙ୍କୁ ପିତାଙ୍କଠାରୁ ପ୍ରାପ୍ତ ଆଜ୍ଞାନୁଯାୟୀ ସତ୍ୟରେ ଆଚରଣ କରୁଥିବା ଦେଖି ମୁଁ ବିଶେଷ ଆନନ୍ଦିତ।
ଆମର୍‌ ବାବା ପର୍‌ମେସର୍‌ ଆମ୍‌କେ ତିଆର୍‌ଲାପାରା ତମର୍‌ କେତେଟା ପିଲାଟକିମନ୍‌ ତାର୍‌ ସତ୍‌ବାଟେ ଇଣ୍ଡ୍‌ଲାଇନି ବଲି ସୁନିକରି ମୁଇ ବେସି ସାର୍‌ଦା ଅଇଲି ।
5 ହେ ଭଦ୍ରେ, ଏବେ ମୁଁ ଯେ ତୁମ୍ଭ ନିକଟକୁ କୌଣସି ନୂଆ ଆଜ୍ଞା ଲେଖୁଅଛି, ତାହା ନୁହେଁ, ମାତ୍ର ଆଦ୍ୟରୁ ପ୍ରାପ୍ତ ଆଜ୍ଞାଟି ଲେଖି ଅନୁରୋଧ କରୁଅଛି ଯେ, ଆମ୍ଭେମାନେ ପରସ୍ପରକୁ ପ୍ରେମ କରୁ।
ଏବେ ଆରି ମର୍‌ ଆଲାଦର୍‌ ବଇନି, ମୁଇ ତକେ ଗଟେକ୍‌ ବିସଇ କର୍‌ବାକେ କଇବି । ଗଟେକ୍‌ ନୁଆ ଆଦେସ୍‌ କର୍‌ ବଲି କଇନାଇ । ମାତର୍‌ କିରିସ୍‌ଟ ସଙ୍ଗ୍‌ ଜିବାକେ ଆରାମ୍‌ କର୍‌ବା ବେଲେଅନି ଏଟା ଆମେ ସୁନି ଆଇଲୁନି । ମୁଇ ମାଙ୍ଗ୍‌ଲିନି ତମେ ଗଟେକ୍‌ ଲକ୍‌ ଆରି ଗଟେକ୍‌ ଲକ୍‌କେ ଆଲାଦ୍‌ କରା ।
6 ଆଉ ଆମ୍ଭେମାନେ ଯେ ତାହାଙ୍କ ଆଜ୍ଞାନୁସାରେ ଆଚରଣ କରୁ, ଏହା ହିଁ ପ୍ରେମର ସାର। ତୁମ୍ଭେମାନେ ଆଦ୍ୟରୁ ଯାହା ଶୁଣିଅଛ, ସେହି ଅନୁସାରେ ଆଚରଣ କର, ଏହା ସେହି ଆଜ୍ଞା।
ଏ ଆଲାଦର୍‌ ଅରତ୍‌ ଅଇଲାନି ଆମେ ପର୍‌ମେସରର୍‌ ଆଦେସ୍‌ ସବୁ ମାନ୍‌ବାର୍‌ ଆଚେ । କିରିସ୍‌ଟ ସଙ୍ଗ୍‌ ଜିବାକେ ଆରାମ୍‌ କର୍‌ବା ବେଲେଅନି ଏଟା ଆମେ ସୁନି ଆଇଲୁନି । ତମେ ଗଟେକ୍‌ ଲକ୍‌ ଆରି ଗଟେକ୍‌ ଲକ୍‌କେ ଆଲାଦ୍‌ କରା ।
7 କାରଣ ଯେଉଁମାନେ ଯୀଶୁ ଖ୍ରୀଷ୍ଟ ଦେହବନ୍ତ ହୋଇ ଅବତୀର୍ଣ୍ଣ ହୋଇଅଛନ୍ତି ବୋଲି ଅସ୍ୱୀକାର କରନ୍ତି, ଏପରି ଅନେକ ପ୍ରବଞ୍ଚକ ଜଗତରେ ବାହାରି ଆସିଅଛନ୍ତି। ଏହି ପ୍ରକାର ଲୋକ ସେହି ପ୍ରବଞ୍ଚକ ଓ ଭଣ୍ଡଖ୍ରୀଷ୍ଟ।
କାଇକେ ବଇଲେ ମୁଇ ଏନ୍ତିବଲି କଇଲିନିଜେ ସତ୍‌ ନ ରଇବା ବିସଇ ସିକାଇକରି ଲକ୍‌ମନ୍‌କେ ନାଡାଇବା ବେସି ଲକ୍‌ ଗୁଲାଇବାଟେ ଆଚତ୍‌ । ଜିସୁକିରିସ୍‌ଟ ନର୍‌ରୁପ୍‌ ଦାରି ଏ ଜଗତେ ଆସେନାଇ ବଲି ସେମନ୍‌ କଇବାଇ । ଜଦି କେ ମିସା ସେନ୍ତାରି କଇଲେ, ସେ ଲକ୍‌ମନ୍‌କେ ନାଡାଇବା କିରିସ୍‌ଟର୍‌ ବିରଦି ।
8 ତୁମ୍ଭେମାନେ ଯେପରି ଆମ୍ଭମାନଙ୍କର କୃତ କର୍ମର ଫଳ ନ ହରାଇ ବରଂ ସେଥିର ପୂର୍ଣ୍ଣ ପୁରସ୍କାର ପ୍ରାପ୍ତ ହୁଅ, ସେଥିନିମନ୍ତେ ଆପଣା ଆପଣା ବିଷୟରେ ସାବଧାନ ହୁଅ।
ଲକ୍‌ମନ୍‌ ତମ୍‌କେ ନାଡାଇ ନାପାରତ୍‌, ତମେ ଜାଗରତ୍‌ସଙ୍ଗ୍‌ ରଇବାର୍‌ ଆଚେ । ଜେନ୍ତାର୍‌କି ପର୍‌ମେସର୍‌କେ କର୍‌ବା ତମର୍‌ ସେବା କାମ୍‌ ବେକାର୍‌ ନ ଅ । ମାତର୍‌ ତମର୍‌ ସେବାକାମର୍‌ ପାଇ ପର୍‌ମେସର୍‌ ତମ୍‌କେ ପୁରାପୁରୁନ୍‌ ଅଇତେ ଇନାମ୍‌ ଦେଇସି ।
9 ଯେକେହି ଖ୍ରୀଷ୍ଟଙ୍କ ଶିକ୍ଷାର ସୀମା ମଧ୍ୟରେ ନ ରହି ତାହା ଅତିକ୍ରମ କରେ, ସେ ଈଶ୍ବରଙ୍କୁ ପାଇ ନାହିଁ; ଯେ ଶିକ୍ଷାର ସୀମା ମଧ୍ୟରେ ରହେ, ସେ ପିତା ଓ ପୁତ୍ର ଉଭୟଙ୍କୁ ପାଇଅଛି।
ଜଦି କେ କିରିସ୍‌ଟ ସିକାଇଲା ବିସଇ ବିସ୍‌ବାସ୍‌ ନ କରେ, ଆରି ତାର୍‌ ସିକିଆର୍‌ ସଙ୍ଗ୍‌ ତାର୍‌ ନିଜର୍‌ଟା ମିସାଇଲେ, ସେ କିରିସ୍‌ଟର୍‌ ସଙ୍ଗ୍‌ ମିସେନାଇ । ମାତର୍‌ କେ ଜଦି କିରିସ୍‌ଟ ସିକାଇଲା ବିସଇ ବିସ୍‌ବାସ୍‌ କର୍‌ତେରଇସି, ସେ ବାବା ପର୍‌ମେସର୍‌ ସଙ୍ଗ୍‌ ଆରି ତାର୍‌ ପଅ ଜିସୁକିରିସ୍‌ଟ ସଙ୍ଗ୍‌ ମିସ୍‌ଲାଆଚେ ।
10 କେହି ଯଦି ଏହି ଶିକ୍ଷା ନ ଘେନି ତୁମ୍ଭମାନଙ୍କ ନିକଟକୁ ଆସେ, ତେବେ ତାହାକୁ ଗୃହରେ ଅତିଥି ନ କର ଓ ସମ୍ବର୍ଦ୍ଧନା ଜଣାଅ ନାହିଁ;
୧୦ତେବର୍‌ପାଇ କେ ଜଦି ତମର୍‌ଟାନେ ଆସି, କିରିସ୍‌ଟ ସିକାଇରଇବା ବିସଇତେଇଅନି ବିନ୍‌ ବିସଇ କଇଲେ, ତାକେ ତମର୍‌ ଗରେ ମୁଲ୍‌କେ ଡାକିନିଆ ନାଇ, କି ସଙ୍ଗର୍‌ ବିସ୍‌ବାସି ଇସାବେ ଜୁଆର୍‌ବିଆର୍‌ କରାନାଇ ।
11 କାରଣ ଯେକେହି ତାହାକୁ ସମ୍ବର୍ଦ୍ଧନା ଜଣାଏ, ସେ ତାହାର ଦୁଷ୍କର୍ମର ସହଭାଗୀ ହୁଏ।
୧୧ଜଦି କେ ମିସା ସେନ୍ତାରି ଲକ୍‌କେ ଜୁଆର୍‌ବିଆର୍‌ କର୍‌ସି, ସେ ବୁଲ୍‌ ସିକାଉର୍‌ ସଙ୍ଗ୍‌ ମିସିକରି ତାର୍‌ କାରାପ୍‌ କାମେ ମିସ୍‌ଲାନି ।
12 ତୁମ୍ଭମାନଙ୍କ ନିକଟକୁ ଅନେକ ବିଷୟ ଲେଖିବାକୁ ଅଛି, କିନ୍ତୁ କାଗଜ ଓ କାଳିରେ ତାହା ଲେଖିବାକୁ ଇଚ୍ଛା କରୁ ନାହିଁ; ମୋହର ଆଶା ଯେ; ତୁମ୍ଭମାନଙ୍କ ନିକଟରେ ଉପସ୍ଥିତ ହୋଇ ମୁଖାମୁଖି କଥାବାର୍ତ୍ତା କରିବି, ଯେପରି ଆମ୍ଭମାନଙ୍କ ଆନନ୍ଦ ସମ୍ପୂର୍ଣ୍ଣ ହେବ।
୧୨ମୁଇ ତମ୍‌କେ ବେସି ବିସଇ ଲେକ୍‌ବାକେ ମନ୍‌ କଲିନି, ମାତର୍‌ ଚିଟିଟାନେ ଲେକ୍‌ବାକେ ମନ୍‌ କରିନାଇ । ତାର୍‌ବାଦୁଲେ ଆସିକରି ତମର୍‌ ମୁଆଟେ କାତା ଅଇବି । ତେବେ ଆମେ ପୁରାପୁରୁନ୍‌ ସାର୍‌ଦା ଅଇବୁ ।
13 ତୁମ୍ଭର ମନୋନୀତା ଭଉଣୀର ସନ୍ତାନମାନେ ତୁମ୍ଭକୁ ନମସ୍କାର ଜଣାଉଅଛନ୍ତି।
୧୩ପର୍‌ମେସର୍‌ ବାଚିରଇବା ବଇନିର୍‌ ପିଲାମନ୍‌, ତମ୍‌କେ ଜୁଆର୍‌ ଜାନାଇଲାଇନି ।

< ୨ ଯୋହନ 1 >