< କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 1 >

1 ପାଉଲ, ଈଶ୍ବରଙ୍କ ଇଚ୍ଛାରେ ଖ୍ରୀଷ୍ଟ ଯୀଶୁଙ୍କର ଜଣେ ପ୍ରେରିତ, ଆଉ ଭ୍ରାତା ତୀମଥି, କରିନ୍ଥ ସହରରେ ଥିବା ଈଶ୍ବରଙ୍କ ମଣ୍ଡଳୀ, ପୁଣି, ସମୁଦାୟ ଆଖାୟାରେ ଥିବା ସମସ୍ତ ସାଧୁଙ୍କ ନିକଟକୁ ପତ୍ର;
ⲁ̅ⲧⲉⲡⲣⲟⲥ· ·ⲕⲟⲣⲓⲛⲑⲓⲟⲩⲥ· ⲃ̅· ⲡⲁⲩⲗⲟⲥ ⲡⲁⲡⲟⲥⲧⲟⲗⲟⲥ ⲙ̅ⲡⲉⲭ̅ⲥ̅ ⲓ̅ⲥ̅ ϩⲓⲧⲙ̅ⲡⲟⲩⲱϣ ⲙ̅ⲡⲛⲟⲩⲧⲉ ⲙⲛ̅ⲧⲓⲙⲟⲑⲉⲟⲥ ⲡⲥⲟⲛ ⲉⲩⲥϩⲁⲓ̈ ⲛ̅ⲧⲉⲕⲕⲗⲏⲥⲓⲁ ⲙ̅ⲡⲛⲟⲩⲧⲉ. ⲧⲁⲓ̈ ⲉⲧϣⲟⲟⲡ ϩⲛ̅ⲕⲟⲣⲓⲛⲑⲟⲥ. ⲙⲛ̅ⲛⲉⲧⲟⲩⲁⲁⲃ ⲧⲏⲣⲟⲩ ⲉⲧϣⲟⲟⲡ ϩⲛ̅ⲧⲁⲭⲁⲓⲁ ⲧⲏⲣⲥ̅.
2 ଆମ୍ଭମାନଙ୍କ ପିତା ଈଶ୍ବର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ।
ⲃ̅ⲧⲉⲭⲁⲣⲓⲥ ⲛⲏⲧⲛ̅ ⲙⲛ̅ϯⲣⲏⲛⲏ ⲉⲃⲟⲗ ϩⲓⲧⲙ̅ⲡⲛⲟⲩⲧⲉ ⲡⲉⲛⲉⲓⲱⲧ. ⲁⲩⲱ ⲉⲃⲟⲗ ϩⲓⲧⲙ̅ⲡϫⲟⲓ̈ⲥ ⲓ̅ⲥ̅ ⲡⲉⲭ̅ⲥ̅·
3 ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଈଶ୍ବର ଓ ପିତା ଧନ୍ୟ, ସେ ଦୟାମୟ ପିତା ଓ ସମସ୍ତ ସାନ୍ତ୍ୱନାଦାତା ଈଶ୍ବର;
ⲅ̅ϥⲥⲙⲁⲙⲁⲁⲧ ⲛ̅ϭⲓⲡⲛⲟⲩⲧⲉ ⲁⲩⲱ ⲡⲉⲓⲱⲧ ⲙ̅ⲡⲉⲛϫⲟⲉⲓⲥ ⲓ̅ⲥ̅ ⲡⲉⲭ̅ⲥ̅. ⲡⲉⲓⲱⲧ ⲛ̅ⲙ̅ⲙⲛⲧ̅ϣⲁⲛϩ̅ⲧⲏϥ ⲁⲩⲱ ⲡⲛⲟⲩⲧⲉ ⲛ̅ⲥⲟⲡⲥ̅ ⲛⲓⲙ.
4 ଈଶ୍ବରଙ୍କ ଦ୍ୱାରା ଯେଉଁ ସାନ୍ତ୍ୱନାରେ ଆମ୍ଭେମାନେ ସାନ୍ତ୍ୱନାପ୍ରାପ୍ତ ହେଉଅଛୁ, ସେହି ସାନ୍ତ୍ୱନା ଦ୍ୱାରା ଯେପରି ସମସ୍ତ ପ୍ରକାର କ୍ଳେଶ ଭୋଗୁଥିବା ଲୋକମାନଙ୍କୁ ସାନ୍ତ୍ୱନା ଦେଇପାରୁ, ଏଥିପାଇଁ ସେ ଆମ୍ଭମାନଙ୍କ ସମସ୍ତ କ୍ଳେଶରେ ଆମ୍ଭମାନଙ୍କୁ ସାନ୍ତ୍ୱନା ପ୍ରଦାନ କରନ୍ତି।
ⲇ̅ⲡⲉⲧⲥⲟⲡⲥ̅ ⲙ̅ⲙⲟⲛ ϩⲛ̅ⲛⲉⲛⲑⲗⲓⲯⲓⲥ ⲧⲏⲣⲟⲩ. ϫⲉ ⲉⲛⲉϣϭⲙ̅ϭⲟⲙ ϩⲱⲱⲛ ⲉⲥⲉⲡⲥ̅ⲛⲉⲧϩⲛ̅ⲑⲗⲓⲯⲓⲥ ⲛⲓⲙ. ⲉⲃⲟⲗ ϩⲓⲧⲙ̅ⲡⲥⲟⲡⲥ̅ ⲉⲧⲟⲩⲥⲟⲡⲥ̅ ⲙ̅ⲙⲟⲛ ⲙ̅ⲙⲟϥ ⲉⲃⲟⲗ ϩⲓⲧⲙ̅ⲡⲛⲟⲩⲧⲉ.
5 କାରଣ ଖ୍ରୀଷ୍ଟଙ୍କ ସକାଶେ ଆମ୍ଭମାନଙ୍କ ଦୁଃଖଭୋଗ ଯେପରି ପ୍ରଚୁର, ସେହିପରି ଖ୍ରୀଷ୍ଟଙ୍କ ଦ୍ୱାରା ଆମ୍ଭମାନଙ୍କର ସାନ୍ତ୍ୱନା ମଧ୍ୟ ପ୍ରଚୁର।
ⲉ̅ϫⲉ ⲛ̅ⲑⲉ ⲉⲧⲉⲣⲉⲙ̅ⲙⲟⲕϩⲥ̅ ⲙ̅ⲡⲉⲭ̅ⲥ̅ ⲟϣ ⲉϩⲟⲩⲛ ⲉⲣⲟⲛ. ⲧⲁⲓ̈ ⲟⲛ ⲧⲉ ⲑⲉ ϩⲓⲧⲙ̅ⲡⲉⲭ̅ⲥ̅ ϥⲣ̅ϩⲟⲩⲟ ⲛ̅ϭⲓⲡⲉⲛⲕⲉⲥⲟⲡⲥ̅.
6 କିନ୍ତୁ ଆମ୍ଭେମାନେ ଦୁଃଖଭୋଗ କଲେ ତାହା ତୁମ୍ଭମାନଙ୍କର ସାନ୍ତ୍ୱନା ଓ ପରିତ୍ରାଣ ନିମନ୍ତେ; କିମ୍ବା ଆମ୍ଭେମାନେ ସାନ୍ତ୍ୱନାପ୍ରାପ୍ତ ହେଲେ ତାହା ତୁମ୍ଭମାନଙ୍କର ସାନ୍ତ୍ୱନା ନିମନ୍ତେ; ଆମ୍ଭେମାନେ ଯେଉଁ ପ୍ରକାର ଦୁଃଖଭୋଗ କରୁ, ସେହି ପ୍ରକାର ଦୁଃଖଭୋଗ ଧୈର୍ଯ୍ୟ ସହିତ ସହ୍ୟ କରିବାରେ ସେହି ସାନ୍ତ୍ୱନା କାର୍ଯ୍ୟ ସାଧନ କରୁଅଛି।
ⲋ̅ⲉⲓⲧⲉ ⲇⲉ ⲥⲉⲑⲗⲓⲃⲉ ⲙ̅ⲙⲟⲛ ⲉⲩⲑⲗⲓⲃⲉ ⲙ̅ⲙⲟⲛ ϩⲁⲡⲉⲧⲛ̅ⲥⲟⲡⲥ̅ ⲙⲛ̅ⲡⲉⲧⲛ̅ⲟⲩϫⲁⲓ̈. ⲉⲓⲧⲉ ⲥⲉⲥⲟⲡⲥ̅ ⲙ̅ⲙⲟⲛ ⲉⲩⲥⲟⲡⲥ̅ ⲙ̅ⲙⲟⲛ ϩⲁⲡⲉⲧⲛ̅ⲥⲟⲡⲥ̅. ⲡⲁⲓ̈ ⲉⲧⲉⲛⲉⲣⲅⲓ ϩⲛ̅ⲑⲩⲡⲟⲙⲟⲛⲏ ⲛ̅ⲛⲓϩⲓⲥⲉ ⲛ̅ⲟⲩⲱⲧ. ⲛⲁⲓ̈ ϩⲱⲱⲛ ⲉⲧⲛ̅ϣⲱⲡ ⲙ̅ⲙⲟⲟⲩ. ⲁⲩⲱ ⲧⲉⲛϩⲉⲗⲡⲓⲥ ⲧⲁϫⲣⲏⲩ ϩⲁⲣⲱⲧⲛ̅.
7 ଆଉ, ତୁମ୍ଭମାନଙ୍କ ବିଷୟରେ ଆମ୍ଭମାନଙ୍କ ଭରସା ଅଟଳ, ଯେଣୁ ତୁମ୍ଭେମାନେ ଯେପରି ଦୁଃଖଭୋଗର ସହଭାଗୀ, ସେହିପରି ମଧ୍ୟ ସାନ୍ତ୍ୱନାର ଯେ ସହଭାଗୀ ଅଟ, ଏହା ଆମ୍ଭେମାନେ ଜାଣୁ।
ⲍ̅ⲉⲛⲥⲟⲟⲩⲛ ⲇⲉ ⲛ̅ⲑⲉ ⲛ̅ⲧⲉⲧⲛ̅ϩⲉⲛⲕⲟⲓⲛⲱⲛⲟⲥ ⲉⲛⲉⲙⲕⲟⲟϩ. ⲧⲁⲓ̈ ⲟⲛ ⲧⲉ ⲑⲉ ⲙ̅ⲡⲕⲉⲥⲟⲡⲥ̅·
8 କାରଣ, ହେ ଭାଇମାନେ, ଏସିଆରେ ଆମ୍ଭମାନଙ୍କ ଉପରେ ଘଟିଥିବା କ୍ଳେଶ ସମ୍ବନ୍ଧରେ ତୁମ୍ଭେମାନେ ଯେ ଅଜ୍ଞ ଥାଅ, ଏହା ଆମ୍ଭମାନଙ୍କର ଇଚ୍ଛା ନୁହେଁ; ଆମ୍ଭେମାନେ ଆମ୍ଭମାନଙ୍କ ଶକ୍ତିରୁ ଅତିରିକ୍ତ ରୂପେ ଭାରଗ୍ରସ୍ତ ହୋଇଥିଲୁ, ଏପରିକି ଜୀବନର ଆଶା ମଧ୍ୟ ପରିତ୍ୟାଗ କରିଥିଲୁ;
ⲏ̅ⲛ̅ⲧⲛ̅ⲟⲩⲱϣ ⲅⲁⲣ ⲁⲛ ⲉⲧⲣⲉⲧⲛ̅ⲣⲁⲧⲥⲟⲟⲩⲛ ⲛⲉⲥⲛⲏⲩ ⲛ̅ⲧⲉⲛⲑⲗⲓⲯⲓⲥ ⲧⲁⲓ̈ ⲉⲛⲧⲁⲥϣⲱⲡⲉ ⲙ̅ⲙⲟⲛ ϩⲛ̅ⲧⲁⲥⲓⲁ. ϫⲉ ⲁⲩⲃⲁⲣⲓ ⲙ̅ⲙⲟⲛ ⲛ̅ϩⲟⲩⲟ ⲡⲁⲣⲁⲧⲉⲛϭⲟⲙ. ϩⲱⲥⲧⲉ ⲉⲧⲣⲉⲛⲟⲩⲉ ⲉⲡⲕⲉⲱⲛϩ̅.
9 ହଁ, ଆମ୍ଭେମାନେ ମୃତ୍ୟୁରେ ସମର୍ପିତ ହୋଇଅଛୁ ବୋଲି ନିଜ ନିଜ ମନରେ ବୋଧ ପାଇଥିଲୁ, ଯେପରି ଆମ୍ଭେମାନେ ଆପଣା ଆପଣା ଉପରେ ନିର୍ଭର ନ ଦେଇ ବରଂ ଯେଉଁ ଈଶ୍ବର ମୃତମାନଙ୍କୁ ଉଠାନ୍ତି, ତାହାଙ୍କ ଉପରେ ନିର୍ଭର କରୁ;
ⲑ̅ⲁⲗⲗⲁ ⲁⲛⲟⲛ ϩⲣⲁⲓ̈ ⲛ̅ϩⲏⲧⲛ̅ ⲁⲛⲕⲁⲡⲙⲟⲩ ϩⲁⲉⲓⲁⲧⲛ̅. ϫⲉⲕⲁⲁⲥ ⲉⲛⲛⲉⲛϣⲱⲡⲉ ⲉⲣⲉϩⲧⲏⲛ ⲕⲏ ⲉⲣⲟⲛ. ⲁⲗⲗⲁ ⲉⲡⲛⲟⲩⲧⲉ ⲡⲁⲓ̈ ⲉⲧⲧⲟⲩⲛⲟⲥ ⲛ̅ⲛ̅ⲣⲉϥⲙⲟⲟⲩⲧ
10 ସେ ଆମ୍ଭମାନଙ୍କୁ ଏପରି ଭୟାନକ ମୃତ୍ୟୁରୁ ଉଦ୍ଧାର କଲେ ଓ ଉଦ୍ଧାର କରିବେ, ପୁଣି, ସେ ଯେ ଭବିଷ୍ୟତରେ ସୁଦ୍ଧା ଉଦ୍ଧାର କରିବେ, ତାହାଙ୍କଠାରେ ଆମ୍ଭମାନଙ୍କର ଏହି ଭରସା ଅଛି;
ⲓ̅ⲡⲁⲓ̈ ⲉⲛⲧⲁϥⲧⲟⲩϫⲟⲛ ⲉⲃⲟⲗ ϩⲙ̅ⲡⲉⲓ̈ⲙⲟⲩ ⲛ̅ⲧⲉⲉⲓϭⲟⲧ. ⲁⲩⲱ ⲟⲛ ϥⲛⲁⲧⲟⲩϫⲟⲛ. ⲡⲁⲓ̈ ⲉⲛⲧⲁⲛⲛⲁϩⲧⲉ ⲉⲣⲟϥ ϫⲉ ⲉⲧⲉⲓ ⲟⲛ ϥⲛⲁⲧⲟⲩϫⲟⲛ·
11 ତୁମ୍ଭେମାନେ ମଧ୍ୟ ଯୋଗ ଦେଇ ପ୍ରାର୍ଥନାରେ ଆମ୍ଭମାନଙ୍କର ଉପକାର କରୁଅଛ, ଯେପରି ଆମ୍ଭମାନଙ୍କୁ ଯେଉଁ ଅନୁଗ୍ରହ ଦାନ ଦିଆଯାଇଅଛି, ସେଥିନିମନ୍ତେ ଅନେକଙ୍କ ମୁଖରୁ ଆମ୍ଭମାନଙ୍କ ସକାଶେ ବହୁତ ଧନ୍ୟବାଦ ଦିଆଯାଏ।
ⲓ̅ⲁ̅ⲉⲧⲉⲧⲛ̅ⲟ ⲛ̅ϣⲃⲣ̅ⲣ̅ϩⲱⲃ ϩⲁⲣⲟⲛ ϩⲙ̅ⲡⲥⲟⲡⲥ̅ ϫⲉⲕⲁⲁⲥ ϩⲙ̅ⲡϩⲟ ⲛ̅ϩⲁϩ. ⲡⲉϩⲙⲟⲧ ⲉⲛⲧⲁϥⲡⲱϩ ϣⲁⲣⲟⲛ. ⲉⲩⲉϣⲡ̅ϩⲙⲟⲧ ϩⲁⲣⲟϥ ϩⲓⲧⲛ̅ϩⲁϩ ϩⲁⲣⲟⲛ.
12 ଜଗତରେ, ବିଶେଷତଃ ତୁମ୍ଭମାନଙ୍କ ପ୍ରତି, ଆମ୍ଭେମାନେ ସାଂସାରିକ ଜ୍ଞାନରେ ଆଚରଣ ନ କରି ବରଂ ଈଶ୍ବରଙ୍କ ଅନୁଗ୍ରହରେ, ତାହାଙ୍କ ପବିତ୍ର ଓ ସରଳ ଭାବାନୁସାରେ ଆଚରଣ କରିଥିଲୁ ବୋଲି ଆମ୍ଭମାନଙ୍କର ବିବେକ ଯେ ସାକ୍ଷ୍ୟ ଦେଉଅଛି, ଏହା ଆମ୍ଭମାନଙ୍କ ଦର୍ପର ବିଷୟ।
ⲓ̅ⲃ̅ⲡⲉⲛϣⲟⲩϣⲟⲩ ⲅⲁⲣ ⲡⲁⲓ̈ ⲡⲉ. ⲧⲙⲛ̅ⲧⲙⲛ̅ⲧⲣⲉ ⲛ̅ⲧⲉⲛⲥⲩⲛⲓⲇⲏⲥⲓⲥ. ϫⲉ ϩⲣⲁⲓ̈ ϩⲛ̅ⲟⲩⲟⲩⲟⲡ ⲙⲛ̅ⲟⲩⲧⲃ̅ⲃⲟ ⲛ̅ⲧⲉⲡⲛⲟⲩⲧⲉ ϩⲛ̅ⲟⲩⲥⲟⲫⲓⲁ ⲁⲛ ⲛ̅ⲥⲁⲣⲕⲓⲕⲟⲛ. ⲁⲗⲗⲁ ϩⲛ̅ⲟⲩⲭⲁⲣⲓⲥ ⲛ̅ⲧⲉⲡⲛⲟⲩⲧⲉ. ⲁⲛⲙⲟⲟϣⲉ ϩⲙ̅ⲡⲕⲟⲥⲙⲟⲥ ⲛ̅ϩⲟⲩⲟ ⲇⲉ ϩⲁⲧⲉⲧⲏⲩⲧⲛ̅.
13 କାରଣ ତୁମ୍ଭେମାନେ ଯାହା ଯାହା ପାଠ କରି ବୁଝିପାର, ସେହିସବୁ ବିନା, ଆମ୍ଭେମାନେ ତୁମ୍ଭମାନଙ୍କ ନିକଟକୁ ଆଉ କିଛି ଲେଖୁ ନାହୁଁ,
ⲓ̅ⲅ̅ⲛ̅ϩⲉⲛⲕⲟⲟⲩⲉ ⲅⲁⲣ ⲁⲛ ⲛⲉϯⲥϩⲁⲓ̈ ⲙ̅ⲙⲟⲟⲩ ⲛⲏⲧⲛ̅. ⲁⲗⲗⲁ ⲛⲉⲧⲉⲧⲛ̅ⲱϣ ⲙ̅ⲙⲟⲟⲩ ⲛⲉ. ⲁⲩⲱ ⲛⲉⲧⲉⲧⲛ̅ⲥⲟⲟⲩⲛ ⲙ̅ⲙⲟⲟⲩ. ϯϩⲉⲗⲡⲓⲍⲉ ⲇⲉ ϫⲉ ⲧⲉⲧⲛⲁⲥⲟⲟⲩⲛ ϣⲁⲃⲟⲗ.
14 ପୁଣି, ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କ ଦିନରେ ତୁମ୍ଭେମାନେ ଯେପ୍ରକାରେ ଆମ୍ଭମାନଙ୍କ ଦର୍ପର କାରଣ, ସେହି ପ୍ରକାରେ ଆମ୍ଭେମାନେ ଯେ ତୁମ୍ଭମାନଙ୍କ ଦର୍ପର କାରଣ, ଏହା ତୁମ୍ଭେମାନେ ଯେପରି ଆମ୍ଭମାନଙ୍କ ବିଷୟରେ ଆଂଶିକ ଭାବରେ ବୁଝିଅଛ, ସେପରି ଶେଷ ପର୍ଯ୍ୟନ୍ତ ବୁଝୁଥିବ ବୋଲି ମୁଁ ଭରସା କରୁଅଛି।
ⲓ̅ⲇ̅ⲕⲁⲧⲁⲑⲉ ⲟⲛ ⲉⲛⲧⲁⲧⲉⲧⲛ̅ⲥⲟⲩⲱⲛⲛ̅ ⲁⲡⲟⲙⲉⲣⲟⲩⲥ. ϫⲉ ⲁⲛⲟⲛⲡⲉⲧⲛ̅ϣⲟⲩϣⲟⲩ. ⲕⲁⲧⲁⲑⲉ ⲉⲛⲧⲉⲧⲛ̅ⲡⲱⲛ ϩⲙ̅ⲡⲉϩⲟⲟⲩ ⲙ̅ⲡⲉⲛϫⲟⲓ̈ⲥ ⲓ̅ⲥ̅.
15 ଆଉ, ତୁମ୍ଭେମାନେ ଯେପରି ଦ୍ୱିତୀୟ ଥର ଅନୁଗ୍ରହ ଲାଭ କରିପାର,
ⲓ̅ⲉ̅ⲁⲩⲱ ϩⲙ̅ⲡⲉⲉⲓⲛⲁϩⲧⲉ. ⲛⲉⲓ̈ⲟⲩⲱϣ ⲛ̅ϣⲟⲣⲡ̅ ⲉⲉⲓ ϣⲁⲣⲱⲧⲛ̅. ϫⲉ ⲉⲧⲉⲧⲛⲉϫⲓ ⲙ̅ⲡⲙⲉϩⲥⲛⲁⲩ ⲛ̅ϩⲙⲟⲧ.
16 ପୁଣି, ତୁମ୍ଭମାନଙ୍କ ନିକଟ ଦେଇ ମାକିଦନିଆକୁ ଯାଇ ଓ ପୁନର୍ବାର ମାକିଦନିଆରୁ ତୁମ୍ଭମାନଙ୍କ ନିକଟକୁ ଆସି ତୁମ୍ଭମାନଙ୍କ ସାହାଯ୍ୟରେ ଯିହୂଦିୟା ପ୍ରଦେଶକୁ ଯାତ୍ରା କରିପାରେ, ଏଥିପାଇଁ ମୁଁ ସେହି ବିଶ୍ୱାସରେ ପ୍ରଥମରେ ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ ଇଚ୍ଛା କରୁଥିଲି।
ⲓ̅ⲋ̅ⲁⲩⲱ ⲉⲃⲱⲕ ⲉⲃⲟⲗ ϩⲓⲧⲉⲧⲏⲩⲧⲛ̅ ⲉⲧⲙⲁⲕⲉⲇⲟⲛⲓⲁ. ⲁⲩⲱ ⲉⲃⲟⲗ ϩⲛ̅ⲧⲙⲁⲕⲉⲇⲟⲛⲓⲁ ⲉⲉⲓ ϣⲁⲣⲱⲧⲛ̅ ⲛ̅ⲥⲉⲑⲡⲟⲓ̈ ϩⲓⲧⲉⲧⲏⲩⲧⲛ̅ ⲉϯⲟⲩⲇⲁⲓⲁ.
17 ତେବେ ଏହି ପ୍ରକାର ଇଚ୍ଛା କରିବାରେ ମୁଁ କଅଣ ଅସ୍ଥିର ଭାବରେ ଆଚରଣ କରିଥିଲି? ଅବା, ମୁଁ ଯାହା ସଙ୍କଳ୍ପ କରିଥାଏ, ତାହା କଅଣ ସାଂସାରିକ ଭାବରେ କରିଥାଏ ଯେ, ମୋହର କଥା ହଁ ଓ ନା ଉଭୟ ହୁଏ?
ⲓ̅ⲍ̅ⲡⲁⲓ̈ ϭⲉ ⲉⲁⲓ̈ⲟⲩⲁϣϥ̅. ⲙⲏⲧⲉⲓ ⲁⲓ̈ⲭⲣⲱ ϩⲛ̅ⲟⲩⲁⲥⲁⲓ̈. ⲏ̅ ⲛⲉϯⲙⲉⲉⲩⲉ ⲉⲣⲟⲟⲩ. ⲙⲏ ⲉⲉⲓⲙⲉⲉⲩⲉ ⲉⲣⲟⲟⲩ ⲕⲁⲧⲁⲥⲁⲣⲝ̅. ϫⲉⲕⲁⲁⲥ ⲉϥⲉϣⲱⲡⲉ ⲛ̅ⲧⲟⲟⲧ ⲛ̅ϭⲓⲡⲥⲉ ⲛ̅ⲥⲉ ⲁⲩⲱ ⲡⲙ̅ⲙⲟⲛ ⲛ̅ⲙ̅ⲙⲟⲛ·
18 କିନ୍ତୁ ଈଶ୍ବର ବିଶ୍ୱସ୍ତ, ଏଣୁ ତୁମ୍ଭମାନଙ୍କ ପ୍ରତି ଆମ୍ଭମାନଙ୍କ ବାକ୍ୟ ହଁ ଓ ନା ହୁଏ ନାହିଁ।
ⲓ̅ⲏ̅ⲟⲩⲡⲓⲥⲧⲟⲥ ⲇⲉ ⲡⲉ ⲡⲛⲟⲩⲧⲉ. ϫⲉ ⲡⲉⲛϣⲁϫⲉ ⲉⲛⲧⲁϥⲡⲱϩ ϣⲁⲣⲱⲧⲛ̅ ⲛ̅ⲟⲩⲥⲉ ⲁⲛ ⲡⲉ. ⲙⲛ̅ⲟⲩⲙ̅ⲙⲟⲛ.
19 କାରଣ ଈଶ୍ବରଙ୍କ ପୁତ୍ର ଖ୍ରୀଷ୍ଟ ଯୀଶୁ, ଯେ ଆମ୍ଭମାନଙ୍କ ଦ୍ୱାରା, ଅର୍ଥାତ୍‍, ମୋʼ ଦ୍ୱାରା ଏବଂ ସିଲ୍ୱାନ ଓ ତୀମଥିଙ୍କ ଦ୍ୱାରା ତୁମ୍ଭମାନଙ୍କ ମଧ୍ୟରେ ପ୍ରଚାରିତ ହେଲେ, ସେ ହଁ ଓ ନା ହୋଇ ନାହାନ୍ତି, ବରଂ ତାହାଙ୍କଠାରେ ହଁ ହୋଇଅଛି।
ⲓ̅ⲑ̅ⲡϣⲏⲣⲉ ⲅⲁⲣ ⲙ̅ⲡⲛⲟⲩⲧⲉ ⲓ̅ⲥ̅ ⲡⲉⲭ̅ⲥ̅. ⲡⲉⲛⲧⲁⲩⲧⲁϣⲉⲟⲉⲓϣ ⲙ̅ⲙⲟϥ ⲛ̅ϩⲏⲧⲧⲏⲩⲧⲛ̅. ⲉⲃⲟⲗ ϩⲓⲧⲟⲟⲧⲛ̅. ⲉⲃⲟⲗ ϩⲓⲧⲟⲟⲧ ⲙⲛ̅ⲥⲓⲗⲟⲩⲁⲛⲟⲥ ⲙⲛ̅ⲧⲓⲙⲟⲑⲉⲟⲥ ⲙ̅ⲡϥ̅ϣⲱⲡⲉ ⲛ̅ⲥⲉ. ⲁⲩⲱ ⲙ̅ⲙⲟⲛ. ⲁⲗⲗⲁ ⲥⲉ ⲡⲉⲛⲧⲁϥϣⲱⲡⲉ ⲛ̅ϩⲏⲧϥ̅.
20 ଯେଣୁ ଈଶ୍ବରଙ୍କର ଯେତେ ପ୍ରତିଜ୍ଞା, ସେସମସ୍ତର ହଁ ତାହାଙ୍କଠାରେ ଅଛି; ଏଥିସକାଶେ ମଧ୍ୟ ତାହାଙ୍କ ଦ୍ୱାରା ଈଶ୍ବରଙ୍କ ଗୌରବ ଉଦ୍ଦେଶ୍ୟରେ ଆମ୍ଭେମାନେ ଆମେନ୍‍ କହିଥାଉ।
ⲕ̅ⲛⲉⲣⲏⲧ ⲅⲁⲣ ⲧⲏⲣⲟⲩ ⲙ̅ⲡⲛⲟⲩⲧⲉ ⲥⲉ ⲡⲉⲧϣⲱⲡⲉ ⲛ̅ϩⲏⲧϥ̅. ⲉⲧⲃⲉⲡⲁⲓ̈ ⲉⲃⲟⲗ ϩⲓⲧⲟⲟⲧϥ̅ ⲡⲉ ⲡϩⲁⲙⲏⲛ ⲉⲡϯⲉⲟⲟⲩ ⲙ̅ⲡⲛⲟⲩⲧⲉ ⲉⲃⲟⲗ ϩⲓⲧⲟⲟⲧⲛ̅·
21 ପୁଣି, ଯେ ଆମ୍ଭମାନଙ୍କୁ ତୁମ୍ଭମାନଙ୍କ ସହିତ ଖ୍ରୀଷ୍ଟଙ୍କଠାରେ ସ୍ଥିର କରନ୍ତି, ପୁଣି, ଆମ୍ଭମାନଙ୍କୁ ଅଭିଷେକ କରିଅଛନ୍ତି, ସେ ଈଶ୍ବର;
ⲕ̅ⲁ̅ⲡⲉⲧⲧⲁϫⲣⲟ ⲇⲉ ⲙ̅ⲙⲟⲛ ⲛⲙ̅ⲙⲏⲧⲛ̅ ⲉϩⲟⲩⲛ ⲉⲡⲉⲭ̅ⲥ̅. ⲁⲩⲱ ⲡⲉⲛ(ⲧⲁϥ)ⲧⲁϩⲥⲛ̅ ⲡⲉ ⲡⲛⲟⲩⲧⲉ.
22 ସେ ମଧ୍ୟ ଆମ୍ଭମାନଙ୍କୁ ମୁଦ୍ରାଙ୍କିତ କରିଅଛନ୍ତି ଓ ଆମ୍ଭମାନଙ୍କ ହୃଦୟରେ ପବିତ୍ର ଆତ୍ମାଙ୍କୁ ବଇନା ସ୍ୱରୂପେ ଦାନ କରିଅଛନ୍ତି।
ⲕ̅ⲃ̅ⲡⲁⲓ̈ ⲉⲛⲧⲁϥⲥⲫⲣⲁⲅⲓⲍⲉ ⲙ̅ⲙⲟⲛ. ⲁⲩⲱ ⲉⲛⲧⲁϥϯ ⲛⲁⲛ ⲙ̅ⲡⲁⲣⲏⲃ ⲙ̅ⲡⲉⲡ̅ⲛ̅ⲁ̅ ϩⲣⲁⲓ̈ ϩⲛ̅ⲛⲉⲛϩⲏⲧ.
23 କିନ୍ତୁ ମୁଁ ଈଶ୍ବରଙ୍କୁ ସାକ୍ଷୀ ମାନି ମୋʼ ପ୍ରାଣର ଶପଥ କରୁଅଛି ଯେ, ତୁମ୍ଭମାନଙ୍କ ପ୍ରତି ଦୟା ବହି ମୁଁ କରିନ୍ଥ ସହରକୁ ପୁନର୍ବାର ଯାଇ ନାହିଁ।
ⲕ̅ⲅ̅ⲁⲛⲟⲕ ⲇⲉ ϯⲉⲡⲓⲕⲁⲗⲉⲓ ⲙ̅ⲡⲛⲟⲩⲧⲉ ⲙ̅ⲙⲛ̅ⲧⲣⲉ ⲉϫⲛ̅ⲧⲁⲯⲩⲭⲏ ϫⲉ ⲉⲓ̈ϯⲥⲟ ⲉⲣⲱⲧⲛ̅ ⲙ̅ⲡⲓⲉⲓ ϭⲉ ⲉⲕⲟⲣⲓⲛⲑⲟⲥ.
24 ତୁମ୍ଭମାନଙ୍କ ବିଶ୍ୱାସ ଉପରେ ଯେ ଆମ୍ଭମାନଙ୍କର ପ୍ରଭୁତ୍ୱ ଅଛି, ତାହା ନୁହେଁ, ବରଂ ତୁମ୍ଭମାନଙ୍କର ଆନନ୍ଦ ନିମନ୍ତେ ତୁମ୍ଭମାନଙ୍କର ସହକର୍ମୀ ଅଟୁ ଯେଣୁ ବିଶ୍ୱାସରେ ତୁମ୍ଭେମାନେ ସ୍ଥିର ହୋଇ ରହିଅଛ।
ⲕ̅ⲇ̅ⲟⲩⲭ ⲟⲧⲉⲓ ϫⲉ ⲉⲛⲟ ⲛ̅ϫⲟⲉⲓⲥ ⲉⲧⲉⲧⲛ̅ⲡⲓⲥⲧⲓⲥ. ⲁⲗⲗⲁ ⲁⲛⲟⲛ ⲛⲉ ⲛⲉϣⲃⲣ̅ⲣ̅ϩⲱⲃ ⲙ̅ⲡⲉⲧⲛ̅ⲣⲁϣⲉ. ⲉⲧⲉⲧⲛ̅ⲁϩⲉⲣⲁⲧⲧⲏⲩⲧⲛ̅ ⲅⲁⲣ ϩⲛ̅ⲧⲡⲓⲥⲧⲓⲥ.

< କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 1 >