< କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 1 >

1 ପାଉଲ, ଈଶ୍ବରଙ୍କ ଇଚ୍ଛାରେ ଖ୍ରୀଷ୍ଟ ଯୀଶୁଙ୍କର ଜଣେ ପ୍ରେରିତ, ଆଉ ଭ୍ରାତା ତୀମଥି, କରିନ୍ଥ ସହରରେ ଥିବା ଈଶ୍ବରଙ୍କ ମଣ୍ଡଳୀ, ପୁଣି, ସମୁଦାୟ ଆଖାୟାରେ ଥିବା ସମସ୍ତ ସାଧୁଙ୍କ ନିକଟକୁ ପତ୍ର;
ମୁୟ୍‌ଁ ପାଉଲ୍‌, ଇସ୍ୱରାର୍‌ ଇଚାୟ୍‌ କ୍ରିସ୍ଟ ଜିସୁର୍‌ ଗଟେକ୍‌ ପେରିତ୍‌ ଆର୍‌ ବାୟ୍‌ ତିମତି, କରନ୍ତି ମଣ୍ଡ୍‌ଳି ତଃୟ୍‌ ରେତା ଇସ୍ୱରାର୍‌ ମଣ୍ଡ୍‌ଳି, ଆରେକ୍‌ ସଃବୁ ଆକାୟା ତଃୟ୍‌ ରେତା ସଃବୁ ଦଃର୍ମିମଃନାର୍‌ ତଃୟ୍‌ ଚିଟି ଲେକୁଲୁ ।
2 ଆମ୍ଭମାନଙ୍କ ପିତା ଈଶ୍ବର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ।
ଅଃମାର୍‌ ଉବା ଇସ୍ୱର୍‌ ଆର୍‌ ମାପ୍ରୁ ଜିସୁ କ୍ରିସ୍ଟ ତଃୟ୍‌ହୁଣି ଦଃୟା ଆର୍‌ ସୁସ୍ତା ତୁମିମଃନାର୍‌ ଉହ୍ରେ ଅଃଉଅ ।
3 ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଈଶ୍ବର ଓ ପିତା ଧନ୍ୟ, ସେ ଦୟାମୟ ପିତା ଓ ସମସ୍ତ ସାନ୍ତ୍ୱନାଦାତା ଈଶ୍ବର;
ଆସା, ଅଃମାର୍‌ ଇସ୍ୱର୍‌ ଆର୍‌ ମାପ୍ରୁ ଜିସୁ କ୍ରିସ୍ଟର୍‌ ଉବାକେ ଦନ୍ୟବାଦ୍‌ ଜାଣାଉଁଆ, ସେ ଦଃୟା କଃର୍ତା ଉବା ଆର୍‌ ଜାର୍‌ ତଃୟ୍‌ହୁଣି ସଃବୁ ସୁସ୍ତା ଆସେଦ୍‌ ।
4 ଈଶ୍ବରଙ୍କ ଦ୍ୱାରା ଯେଉଁ ସାନ୍ତ୍ୱନାରେ ଆମ୍ଭେମାନେ ସାନ୍ତ୍ୱନାପ୍ରାପ୍ତ ହେଉଅଛୁ, ସେହି ସାନ୍ତ୍ୱନା ଦ୍ୱାରା ଯେପରି ସମସ୍ତ ପ୍ରକାର କ୍ଳେଶ ଭୋଗୁଥିବା ଲୋକମାନଙ୍କୁ ସାନ୍ତ୍ୱନା ଦେଇପାରୁ, ଏଥିପାଇଁ ସେ ଆମ୍ଭମାନଙ୍କ ସମସ୍ତ କ୍ଳେଶରେ ଆମ୍ଭମାନଙ୍କୁ ସାନ୍ତ୍ୱନା ପ୍ରଦାନ କରନ୍ତି।
ସେ ଅଃମାର୍‌ ସଃବୁ ଦୁକ୍‌କଃସ୍ଟେ ସୁସ୍ତା ଦଃୟ୍‌ଦ୍‌, ସେ ସୁସ୍ତା ତଃୟ୍‌ ଅଃମି କଃସ୍ଟ୍‌ ବୟଃଗ୍ କଃର୍ତା ଦିନ୍ ଲକ୍‌ମଃନ୍‌କେ ସୁସ୍ତା ଦେଉଁ ହାରୁ, ଜୁୟ୍‌ ସୁସ୍ତା ଅଃମି ନିଜେ ଇସ୍ୱର୍‌ ତଃୟ୍‌ହୁଣି ହାୟ୍‌ଆଚୁ ।
5 କାରଣ ଖ୍ରୀଷ୍ଟଙ୍କ ସକାଶେ ଆମ୍ଭମାନଙ୍କ ଦୁଃଖଭୋଗ ଯେପରି ପ୍ରଚୁର, ସେହିପରି ଖ୍ରୀଷ୍ଟଙ୍କ ଦ୍ୱାରା ଆମ୍ଭମାନଙ୍କର ସାନ୍ତ୍ୱନା ମଧ୍ୟ ପ୍ରଚୁର।
କାୟ୍‌ତାକ୍‌ବଃଲେକ୍‌ କ୍ରିସ୍ଟର୍‌ ତଃୟ୍‌ ଆଚୁ ଗିନେ ଅଃମାର୍‌ ଦୁକ୍‌ ବୟଃଗ୍ ଜଃନ୍‌କଃରି ବୁତେକ୍‌, ସେବାନ୍ୟା କ୍ରିସ୍ଟର୍‌ ତଃୟ୍‌ ଆଚ୍‌ତା ଗିନେ ଅଃମିମଃନାର୍‌ ଇସ୍ୱରାର୍‌ ସୁସ୍ତା ହେଁ ବୁତେକ୍‌ ।
6 କିନ୍ତୁ ଆମ୍ଭେମାନେ ଦୁଃଖଭୋଗ କଲେ ତାହା ତୁମ୍ଭମାନଙ୍କର ସାନ୍ତ୍ୱନା ଓ ପରିତ୍ରାଣ ନିମନ୍ତେ; କିମ୍ବା ଆମ୍ଭେମାନେ ସାନ୍ତ୍ୱନାପ୍ରାପ୍ତ ହେଲେ ତାହା ତୁମ୍ଭମାନଙ୍କର ସାନ୍ତ୍ୱନା ନିମନ୍ତେ; ଆମ୍ଭେମାନେ ଯେଉଁ ପ୍ରକାର ଦୁଃଖଭୋଗ କରୁ, ସେହି ପ୍ରକାର ଦୁଃଖଭୋଗ ଧୈର୍ଯ୍ୟ ସହିତ ସହ୍ୟ କରିବାରେ ସେହି ସାନ୍ତ୍ୱନା କାର୍ଯ୍ୟ ସାଧନ କରୁଅଛି।
ମଃତର୍‌ ଅଃମିମଃନ୍‌ ଦୁକ୍‌ ବୟଃଗ୍ କଃଲେକ୍‌, ସେରି ତୁମାର୍‌ ସୁସ୍ତା ଆର୍‌ ମୁକ୍‌ଳାଉତାର୍‌ ଗିନେ । କି ଅଃମିମଃନ୍‌ ସୁସ୍ତା ହାୟ୍‌ଲେକ୍‌, ସେରି ତୁମିମଃନାର୍‌ ସୁସ୍ତାର୍‌ ଗିନେ; ଅଃମିମଃନ୍‌ ଜୁୟ୍‌ ରଃକମାର୍‌ ଦୁକ୍‌ ବୟଃଗ୍ କଃରୁଲୁ, ସେରଃକମ୍‌ ଦୁକ୍‌ ବୟଃଗ୍ ସାସ୍‌ ସଃଙ୍ଗ୍ ସଃମ୍ବାଳୁକ୍‌ ସେ ସୁସ୍ତା କାମ୍‌ ହୁରୁଣ୍ କଃରୁଲି ।
7 ଆଉ, ତୁମ୍ଭମାନଙ୍କ ବିଷୟରେ ଆମ୍ଭମାନଙ୍କ ଭରସା ଅଟଳ, ଯେଣୁ ତୁମ୍ଭେମାନେ ଯେପରି ଦୁଃଖଭୋଗର ସହଭାଗୀ, ସେହିପରି ମଧ୍ୟ ସାନ୍ତ୍ୱନାର ଯେ ସହଭାଗୀ ଅଟ, ଏହା ଆମ୍ଭେମାନେ ଜାଣୁ।
ଆର୍‌, ତୁମିମଃନାର୍‌ କଃତାୟ୍‌ ଅଃମିମଃନାର୍‌ ବଃର୍ସା ଅଃଟୁଆ ଆଚେ, ଜୁୟ୍‌ତାର୍‌ ଗିନେ ତୁମିମଃନ୍‌କେ ଜଃନ୍‌କଃରି ଦୁକ୍‌ ବୟ୍‌ଗାର୍‌ ବାଗି ହାଉତା ଲକ୍‌, ସେରଃକମ୍‌ ସୁସ୍ତାର୍‌ ହେଁ ବାଗ୍ ହାଉତା ଲକ୍‌, ଇତି ଅଃମିମଃନ୍‌ ଜାଣୁ ।
8 କାରଣ, ହେ ଭାଇମାନେ, ଏସିଆରେ ଆମ୍ଭମାନଙ୍କ ଉପରେ ଘଟିଥିବା କ୍ଳେଶ ସମ୍ବନ୍ଧରେ ତୁମ୍ଭେମାନେ ଯେ ଅଜ୍ଞ ଥାଅ, ଏହା ଆମ୍ଭମାନଙ୍କର ଇଚ୍ଛା ନୁହେଁ; ଆମ୍ଭେମାନେ ଆମ୍ଭମାନଙ୍କ ଶକ୍ତିରୁ ଅତିରିକ୍ତ ରୂପେ ଭାରଗ୍ରସ୍ତ ହୋଇଥିଲୁ, ଏପରିକି ଜୀବନର ଆଶା ମଧ୍ୟ ପରିତ୍ୟାଗ କରିଥିଲୁ;
କାୟ୍‌ତାକ୍‌ବଃଲେକ୍‌ ଏ ବାୟ୍‌ ଆର୍‌ ବେଣିମଃନ୍‌, ଆସିଆ ହଲି ତଃୟ୍‌ ଅଃମାର୍‌ ଉହ୍ରେ ଗଃଟିରିଲା କଃସ୍ଟାର୍‌ କଃତା ତୁମିମଃନ୍‌କେ ଜେ ଲୁକ୍‌ଣେ ରିଆ, ଇତି ଅଃମିମଃନାର୍‌ ମଃନ୍ ନାୟ୍‌; ଅଃମିମଃନ୍‌ ଅଃମିମଃନାର୍‌ ସଃକ୍ତିୟେ ଅଃଦିକ୍‌ ବାବେ ବଜ୍‌ ହାୟ୍‌ ରିଲୁ, ଇବାନ୍ୟାକି ଜିବନାର୍‌ ଆସା ହେଁ ଚାଡି ରିଲୁ ।
9 ହଁ, ଆମ୍ଭେମାନେ ମୃତ୍ୟୁରେ ସମର୍ପିତ ହୋଇଅଛୁ ବୋଲି ନିଜ ନିଜ ମନରେ ବୋଧ ପାଇଥିଲୁ, ଯେପରି ଆମ୍ଭେମାନେ ଆପଣା ଆପଣା ଉପରେ ନିର୍ଭର ନ ଦେଇ ବରଂ ଯେଉଁ ଈଶ୍ବର ମୃତମାନଙ୍କୁ ଉଠାନ୍ତି, ତାହାଙ୍କ ଉପରେ ନିର୍ଭର କରୁ;
ଅଃମିମଃନ୍‌ ମଃର୍ନ୍‌ ଡଃଣ୍ଡ୍‌ ହାୟ୍‌ଆଚୁ ବଃଲି ବାବିରିଲୁ, ମଃତର୍‌ ଇ ସଃବୁ ଗଃଟ୍‌ଲି, ଜଃନ୍‌କଃରି ଅଃମିମଃନ୍‌ ଅଃହ୍‌ଣାର୍‌ ଉହ୍ରେ ବଃର୍ସା ନଃକେରି, ମଃତର୍‌ ଜୁୟ୍‌ ଇସ୍ୱର୍‌ ମଃଲା ଲକ୍‌ମଃନ୍‌କେ ଉଟାୟ୍‌ଦ୍‌, ତାର୍‌ ଉହ୍ରେ ବଃର୍ସା କଃରୁନ୍ଦ୍‌ ।
10 ସେ ଆମ୍ଭମାନଙ୍କୁ ଏପରି ଭୟାନକ ମୃତ୍ୟୁରୁ ଉଦ୍ଧାର କଲେ ଓ ଉଦ୍ଧାର କରିବେ, ପୁଣି, ସେ ଯେ ଭବିଷ୍ୟତରେ ସୁଦ୍ଧା ଉଦ୍ଧାର କରିବେ, ତାହାଙ୍କଠାରେ ଆମ୍ଭମାନଙ୍କର ଏହି ଭରସା ଅଛି;
ସେ ଅଃମିମଃନ୍‌କେ ଇବାନ୍ୟା ବୟଃଙ୍କାର୍‌ ମଃର୍ତା ତଃୟ୍‌ହୁଣି ରଃକ୍ୟା କଃଲା ଆର୍‌ ରଃକ୍ୟା କଃରେଦ୍‌, ଆରେକ୍‌ ସେ ଜେ ଆସୁଲା ଦିନ୍‌ମଃନ୍‌ ହେଁ ରଃକ୍ୟା କଃରେଦ୍‌, ତାର୍‌ ତଃୟ୍‌ ଅଃମିମଃନାର୍‌ ଇ ଆସା ଆଚେ ।
11 ତୁମ୍ଭେମାନେ ମଧ୍ୟ ଯୋଗ ଦେଇ ପ୍ରାର୍ଥନାରେ ଆମ୍ଭମାନଙ୍କର ଉପକାର କରୁଅଛ, ଯେପରି ଆମ୍ଭମାନଙ୍କୁ ଯେଉଁ ଅନୁଗ୍ରହ ଦାନ ଦିଆଯାଇଅଛି, ସେଥିନିମନ୍ତେ ଅନେକଙ୍କ ମୁଖରୁ ଆମ୍ଭମାନଙ୍କ ସକାଶେ ବହୁତ ଧନ୍ୟବାଦ ଦିଆଯାଏ।
ତୁମିମଃନ୍‌କେ ହେଁ ତ ଅଃମାର୍‌ ସଃଙ୍ଗ୍ ମିସି ପାର୍ତନାୟ୍‌ ଅଃମିମଃନାର୍‌ ଉହ୍‌କାର୍‌ କଃରୁଲାସ୍‌ । ସେତାକ୍‌ ଅଃମାର୍‌ ଗିନେ କଃରା ଅଃଉତା ଗାଦେକ୍‌ ପାର୍ତ୍‌ନାର୍‌ ଉତୁର୍‌ ମିଳେଦ୍‌, ଆର୍‌ ଇସ୍ୱର୍‌ ଅଃମିକ୍‌ ଆସିର୍ବାଦ୍‌ କଃରେଦ୍‌; ଆର୍‌ ଗାଦେକ୍‌ ଲକାର୍‌ ମୁଏଁ ହୁଣି ଅଃମିମଃନାର୍‌ ଗିନେ ଇସ୍ୱର୍‌କେ ବୁତେକ୍‌ ଦନ୍ୟବାଦ୍‌ ଦିଆ ଅୟ୍‌ଦ୍‌ ।
12 ଜଗତରେ, ବିଶେଷତଃ ତୁମ୍ଭମାନଙ୍କ ପ୍ରତି, ଆମ୍ଭେମାନେ ସାଂସାରିକ ଜ୍ଞାନରେ ଆଚରଣ ନ କରି ବରଂ ଈଶ୍ବରଙ୍କ ଅନୁଗ୍ରହରେ, ତାହାଙ୍କ ପବିତ୍ର ଓ ସରଳ ଭାବାନୁସାରେ ଆଚରଣ କରିଥିଲୁ ବୋଲି ଆମ୍ଭମାନଙ୍କର ବିବେକ ଯେ ସାକ୍ଷ୍ୟ ଦେଉଅଛି, ଏହା ଆମ୍ଭମାନଙ୍କ ଦର୍ପର ବିଷୟ।
ଜଃଗତେ, ମୁଳ୍‌କଃରି ତୁମିମଃନ୍‌କେ ଅଃମିମଃନ୍‌ ସଂସାରାର୍‌ ଗ୍ୟାନେ ବେବାର୍‌ ନଃକେରି, ମଃତର୍‌ ଇସ୍ୱରାର୍‌ ଦଃୟାୟ୍‌, ତାର୍‌ ପବିତ୍ର ଆର୍‌ ବିସ୍ୱାସ୍‌ ହଃର୍‌କାରେ ବେବାର୍‌ କଃରି ରିଲୁ ବଃଲି ଅଃମିମଃନାର୍‌ ବାବ୍‌ନା ଜେ ସାକି ଦେଉଁଲି, ଇରି ଅଃମିମଃନାର୍‌ ଗିନେ ଗଃର୍ବାର୍‌ କଃତା ।
13 କାରଣ ତୁମ୍ଭେମାନେ ଯାହା ଯାହା ପାଠ କରି ବୁଝିପାର, ସେହିସବୁ ବିନା, ଆମ୍ଭେମାନେ ତୁମ୍ଭମାନଙ୍କ ନିକଟକୁ ଆଉ କିଛି ଲେଖୁ ନାହୁଁ,
କାୟ୍‌ତାକ୍‌ବଃଲେକ୍‌ ତୁମିମଃନ୍‌ ଜାୟ୍‌ ଜାୟ୍‌ରି ହଳିକଃରି ବୁଜୁ ହାରାସ୍‌, ସେ ସଃବୁ ଚାଡି ଅଃମିମଃନ୍‌ ତୁମିମଃନାର୍‌ ତଃୟ୍‌ ଆରେକ୍‌ କାୟ୍‌ରି ଆସା ନଃଲେକୁ ।
14 ପୁଣି, ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କ ଦିନରେ ତୁମ୍ଭେମାନେ ଯେପ୍ରକାରେ ଆମ୍ଭମାନଙ୍କ ଦର୍ପର କାରଣ, ସେହି ପ୍ରକାରେ ଆମ୍ଭେମାନେ ଯେ ତୁମ୍ଭମାନଙ୍କ ଦର୍ପର କାରଣ, ଏହା ତୁମ୍ଭେମାନେ ଯେପରି ଆମ୍ଭମାନଙ୍କ ବିଷୟରେ ଆଂଶିକ ଭାବରେ ବୁଝିଅଛ, ସେପରି ଶେଷ ପର୍ଯ୍ୟନ୍ତ ବୁଝୁଥିବ ବୋଲି ମୁଁ ଭରସା କରୁଅଛି।
ଆରେକ୍‌, ଅଃମିମଃନାର୍‌ ମାପ୍ରୁ ଜିସୁର୍‌ ଆରେକ୍‌ ଆସ୍ତା ଦିନ୍, ତୁମିମଃନାର୍‌ ଗିନେ ଜଃନ୍‌କଃରି ଅଃମିମଃନ୍‌ ଗଃର୍ବ୍‌ କଃରୁଲୁ, ସେରଃକମ୍‌ ଅଃମିମଃନାର୍‌ ଗିନେ ଜେ ତୁମିମଃନ୍‌କେ ଗଃର୍ବ୍‌ କଃରୁଲାସ୍‌, ଇରି ତୁମିମଃନ୍‌ ଜଃନ୍‌କଃରି ଅଃମିମଃନାର୍‌ କଃତାୟ୍‌ ଆଦ୍‌ବାଗ୍ ବୁଜି ଆଚାସ୍‌, ସେବାନ୍ୟା ସେସ୍‌ ହଃତେକ୍‌ ବୁଜି ରିଆସ୍‌ ବଃଲି ମୁୟ୍‌ଁ ବଃର୍ସା କଃରୁଲେ ।
15 ଆଉ, ତୁମ୍ଭେମାନେ ଯେପରି ଦ୍ୱିତୀୟ ଥର ଅନୁଗ୍ରହ ଲାଭ କରିପାର,
ମୁୟ୍‌ଁ ସେ ସଃବୁ ତଃୟ୍‌ ସଃତ୍‌ କଃରି ତୁମାର୍‌ ହାକ୍‌ ହଃର୍ତୁ ଜଃଉଁକେ ମଃନ୍ ରିଲି ଜୁୟ୍‌ତାର୍‌ ଗିନେ ତୁମିମଃନ୍‌ ମକ୍‌ ଦଃକି ଦୁୟ୍‌ ତରାର୍‌ ବଃଳ୍‌ ଦଃୟା ଲାବ୍‌ କଃରୁ ହାରାସ୍‌,
16 ପୁଣି, ତୁମ୍ଭମାନଙ୍କ ନିକଟ ଦେଇ ମାକିଦନିଆକୁ ଯାଇ ଓ ପୁନର୍ବାର ମାକିଦନିଆରୁ ତୁମ୍ଭମାନଙ୍କ ନିକଟକୁ ଆସି ତୁମ୍ଭମାନଙ୍କ ସାହାଯ୍ୟରେ ଯିହୂଦିୟା ପ୍ରଦେଶକୁ ଯାତ୍ରା କରିପାରେ, ଏଥିପାଇଁ ମୁଁ ସେହି ବିଶ୍ୱାସରେ ପ୍ରଥମରେ ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ ଇଚ୍ଛା କରୁଥିଲି।
ଆରେକ୍‌ ତୁମିମଃନାର୍‌ ଚଃମ୍‌ ଅୟ୍‌ ମାକିଦନିଆକ୍‌ ଜାୟ୍‌ ଆରେକ୍‌ ମାକିଦନିଆ ତଃୟ୍‌ହୁଣି ତୁମିମଃନାର୍‌ ତଃୟ୍‌ ଆସି ତୁମିମଃନାର୍‌ ଉହ୍‌କାରେ ଜିଉଦା ହଲି ଜଃଉଁ ହାରି, ଇତାର୍‌ ଗିନେ ମୁୟ୍‌ଁ ସେ ବିସ୍ୱାସେ ହଃର୍ତୁମ୍‌ ତୁମାର୍‌ ତଃୟ୍‌ ଜଃଉଁକେ ମଃନ୍ କଃର୍ତି ରିଲେ ।
17 ତେବେ ଏହି ପ୍ରକାର ଇଚ୍ଛା କରିବାରେ ମୁଁ କଅଣ ଅସ୍ଥିର ଭାବରେ ଆଚରଣ କରିଥିଲି? ଅବା, ମୁଁ ଯାହା ସଙ୍କଳ୍ପ କରିଥାଏ, ତାହା କଅଣ ସାଂସାରିକ ଭାବରେ କରିଥାଏ ଯେ, ମୋହର କଥା ହଁ ଓ ନା ଉଭୟ ହୁଏ?
ତଃବେ ଇରଃକମ୍‌ ମଃନ୍ କଃର୍ତା ତଃୟ୍‌ ମୁୟ୍‌ଁ କାୟ୍‌ ମିଚ୍ ବେବାର୍‌ କଃରି ରିଲେ? କି ମୁୟ୍‌ଁ ଜାୟ୍‌ରି ଜଃଜ୍‌ନା କଃରିନ୍ଦ୍‌, ସେରି କାୟ୍‌ ମୁୟ୍‌ଁ ମର୍‌ ନିଜାର୍‌ ଉହ୍‌କାର୍‌ କଃରି ରଃୟ୍‌ନ୍ଦ୍ ଜେ, ମର୍‌ କଃତା “ହେଁ ଆର୍‌ ନାୟ୍‌” ଜୁଳେକ୍‌ ଅୟ୍‌ଦ୍‌ ।
18 କିନ୍ତୁ ଈଶ୍ବର ବିଶ୍ୱସ୍ତ, ଏଣୁ ତୁମ୍ଭମାନଙ୍କ ପ୍ରତି ଆମ୍ଭମାନଙ୍କ ବାକ୍ୟ ହଁ ଓ ନା ହୁଏ ନାହିଁ।
ସଃତ୍‌କଃରି ଇସ୍ୱର୍‌ ବିସ୍ୱାସି, ଇତାର୍‌ ଗିନେ ତୁମିମଃନାର୍‌ ଗିନେ ଅଃମିମଃନାର୍‌ କଃତା “ହେଁ” ଆର୍‌ “ନାୟ୍‌” ଜଳେକ୍‌ ଅଃଉଁ ନାହାରେ ।
19 କାରଣ ଈଶ୍ବରଙ୍କ ପୁତ୍ର ଖ୍ରୀଷ୍ଟ ଯୀଶୁ, ଯେ ଆମ୍ଭମାନଙ୍କ ଦ୍ୱାରା, ଅର୍ଥାତ୍‍, ମୋʼ ଦ୍ୱାରା ଏବଂ ସିଲ୍ୱାନ ଓ ତୀମଥିଙ୍କ ଦ୍ୱାରା ତୁମ୍ଭମାନଙ୍କ ମଧ୍ୟରେ ପ୍ରଚାରିତ ହେଲେ, ସେ ହଁ ଓ ନା ହୋଇ ନାହାନ୍ତି, ବରଂ ତାହାଙ୍କଠାରେ ହଁ ହୋଇଅଛି।
କାୟ୍‌ତାକ୍‌ବଃଲେକ୍‌ ଇସ୍ୱରାର୍‌ ହୟ୍‌ସି ଜିସୁ କ୍ରିସ୍ଟ, ଜେ ଅଃମିମଃନାର୍‌ ଗିନେ, ବଃଲେକ୍‌ ମର୍‌ ଗିନେ ଆର୍‌ ସିଲ୍‌ବାନ୍ ଆର୍‌ ତିମତିର୍‌ ଗିନେ ତୁମିମଃନାର୍‌ ବିତ୍ରେ ପର୍ଚାର୍‌ କଃରା ଅୟ୍‌ଲା, ସେ “ହେଁ” ଆର୍‌ “ନାୟ୍‌” ନୟେ, ମଃତର୍‌ ଇସ୍ୱର୍‌ ତାର୍‌ ବିସୟେ “ହେଁ ।”
20 ଯେଣୁ ଈଶ୍ବରଙ୍କର ଯେତେ ପ୍ରତିଜ୍ଞା, ସେସମସ୍ତର ହଁ ତାହାଙ୍କଠାରେ ଅଛି; ଏଥିସକାଶେ ମଧ୍ୟ ତାହାଙ୍କ ଦ୍ୱାରା ଈଶ୍ବରଙ୍କ ଗୌରବ ଉଦ୍ଦେଶ୍ୟରେ ଆମ୍ଭେମାନେ ଆମେନ୍‍ କହିଥାଉ।
ଜୁୟ୍‌ତାର୍‌ ଗିନେ ଇସ୍ୱରାର୍‌ ଜଃତେକ୍‌ ସଃୟ୍‌ତ୍‌ ଆଚେ, ସେ ସଃବୁର୍‌ “ହେଁ” ଜିସୁ କ୍ରିସ୍ଟ ତଃୟ୍‌ ଆଚେ; ଇତାର୍‌ ଗିନେ ହେଁ ଜିସୁ କ୍ରିସ୍ଟର୍‌ ତଃୟ୍‌ ଇସ୍ୱରାର୍‌ ଜଃଜ୍‌ମାନ୍ ଗିନେ ଅଃମିମଃନ୍‌ ସଃବୁବଃଳ୍‌ “ଆମେନ୍‌” ବଃଲି କଃଉନ୍ଦ୍ ।
21 ପୁଣି, ଯେ ଆମ୍ଭମାନଙ୍କୁ ତୁମ୍ଭମାନଙ୍କ ସହିତ ଖ୍ରୀଷ୍ଟଙ୍କଠାରେ ସ୍ଥିର କରନ୍ତି, ପୁଣି, ଆମ୍ଭମାନଙ୍କୁ ଅଭିଷେକ କରିଅଛନ୍ତି, ସେ ଈଶ୍ବର;
ସେ ଇସ୍ୱର୍‌ ନିଜେ, ଜେ ଅଃମିମଃନ୍‌ ତୁମିମଃନାର୍‌ ସଃଙ୍ଗ୍ କ୍ରିସ୍ଟର୍‌ ତଃୟ୍‌ ଗଟେକ୍‌ କଃରି ତିର୍‌ କଃରିଆଚେ, ଆରେକ୍‌ ଅଃମିମଃନ୍‌କ୍‌ ଅବିସେକ୍‌ କଃରିଆଚେ;
22 ସେ ମଧ୍ୟ ଆମ୍ଭମାନଙ୍କୁ ମୁଦ୍ରାଙ୍କିତ କରିଅଛନ୍ତି ଓ ଆମ୍ଭମାନଙ୍କ ହୃଦୟରେ ପବିତ୍ର ଆତ୍ମାଙ୍କୁ ବଇନା ସ୍ୱରୂପେ ଦାନ କରିଅଛନ୍ତି।
ସେ ହେଁ ଅଃମିମଃନ୍‌କେ ବିନେ କଃରିଆଚେ ଆର୍‌ ଅଃମାର୍‌ ମଃନେ ତାର୍‌ ପବିତ୍ର ଆତ୍ମାକେ ତାହୁନ୍ କଃଲାକ୍‌ ଅଃମାର୍‌ ଉହ୍ରେ ସେ ଅଃଦିକାର୍‌ କଃରିଆଚେ, ପବିତ୍ର ଆତ୍ମା ଅଃମାର୍‌ ଉହ୍ରେ ଅଃଦିକାରାର୍‌ ମୁଦ୍ରା ଆର୍‌ ଆଗ୍‌ବାଟ୍ୟା ଜାୟ୍‌ରି ହାଉନ୍ଦ୍ ସେରି ଇସ୍ୱରାର୍‌ ଚିନ୍ ଅୟ୍‌ଦ୍‌ ।
23 କିନ୍ତୁ ମୁଁ ଈଶ୍ବରଙ୍କୁ ସାକ୍ଷୀ ମାନି ମୋʼ ପ୍ରାଣର ଶପଥ କରୁଅଛି ଯେ, ତୁମ୍ଭମାନଙ୍କ ପ୍ରତି ଦୟା ବହି ମୁଁ କରିନ୍ଥ ସହରକୁ ପୁନର୍ବାର ଯାଇ ନାହିଁ।
ମଃତର୍‌ ଇସ୍ୱର୍‌କେ ସାକି, ସେ ମର୍‌ ମଃନ୍ ଜାଣିଆଚେ, ଇତାର୍‌ ଗିନେ ମୁୟ୍‌ଁ ତୁମିମଃନ୍‌କେ ଆରେକ୍‌ କଃସ୍ଟ୍‌ ନଃଦେଉଁକେ ମୁୟ୍‌ଁ କରନ୍ତି ତଃୟ୍‌ ଆରେକ୍‌ ଜଃଉଁକେ ମଃନ୍ ନଃକେଲେ ।
24 ତୁମ୍ଭମାନଙ୍କ ବିଶ୍ୱାସ ଉପରେ ଯେ ଆମ୍ଭମାନଙ୍କର ପ୍ରଭୁତ୍ୱ ଅଛି, ତାହା ନୁହେଁ, ବରଂ ତୁମ୍ଭମାନଙ୍କର ଆନନ୍ଦ ନିମନ୍ତେ ତୁମ୍ଭମାନଙ୍କର ସହକର୍ମୀ ଅଟୁ ଯେଣୁ ବିଶ୍ୱାସରେ ତୁମ୍ଭେମାନେ ସ୍ଥିର ହୋଇ ରହିଅଛ।
ତୁମିମଃନ୍‌କେ କୁୟ୍‌ କଃତା ବିସ୍ୱାସ୍‌ କଃରାସ୍‌ ଇ ବିସୟେ ତୁମାର୍‌ ଉହ୍ରେ ରାଜ୍‌ କଃରୁକେ ଚେସ୍ଟା ନଃକେରୁ, କାୟ୍‌ତାକ୍‌ବଃଲେକ୍‌ ତୁମିମଃନ୍‌ ବିସ୍ୱାସେ ଅଃଟୁଆ ଅୟ୍‌ ତିର୍‌ ଅୟ୍‌ ଆଚାସ୍‌ । ମଃତର୍‌ ତୁମିମଃନ୍‌କେ ଅଃବ୍‌କା ସୁକି କଃରୁକେ ତୁମିମଃନାର୍‌ ସଃଙ୍ଗ୍ ମିଳିମିସି ଅଃମି କାମ୍‌ କଃରୁଲୁ ।

< କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 1 >