< କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 7 >
1 ଅତଏବ, ହେ ପ୍ରିୟମାନେ, ଏହି ସମସ୍ତ ପ୍ରତିଜ୍ଞାପ୍ରାପ୍ତ ହେବାରୁ ଆସ, ଶରୀର ଓ ଆତ୍ମାର ସମସ୍ତ ଅଶୁଚିତାରୁ ଆପଣା ଆପଣାକୁ ଶୁଚି କରୁ, ପୁଣି, ଈଶ୍ବରଙ୍କୁ ଭୟ କରି ପବିତ୍ରତାରେ ସିଦ୍ଧ ହେଉ।
ଅ ବୟାଁ ଆରି ତନାଇଂ, ଏନ୍ ସାପା ପାର୍ମାନ୍ ନେ ଇସ୍ପର୍ନେ ବାନ୍ ବାନେଲେଃକେ । ତେସା ପାଙ୍ଗ୍ଲାପା ଗାଗ୍ଡ଼େ ବାରି ଆତ୍ମାକେ ଦଦ୍ୟା ଡିଙ୍ଗ୍ମ୍ୟାକ୍ନେ ସାପା ବିସୟ୍ବାନ୍ ନିଜେ ନିଜେକେ ପର୍ଚଲ୍ ନେଡିଙ୍ଗ୍ପା । ବାରି ଇସ୍ପର୍କେ ବୁଟଚେ ସମାନ୍ ପବିତ୍ର ରକମ୍ ବାସା ନେଃଲେପା ।
2 ତୁମ୍ଭମାନଙ୍କ ହୃଦୟରେ ଆମ୍ଭମାନଙ୍କୁ ସ୍ଥାନ ଦିଅ; ଆମ୍ଭେମାନେ କାହାରି ଅନ୍ୟାୟ କରି ନାହୁଁ, କାହାକୁ ନଷ୍ଟ କରି ନାହୁଁ, କାହାରି କ୍ଷତି କରି ନାହୁଁ।
ପେଇଂନେ ଗାଗ୍ଡ଼େନ୍ନିଆ ଆନେକେ ଜାଗା ବିଃପା । ନେନେ ଜାଣ୍ତେନେ ଆଡ଼ାତ୍ରା ଅନ୍ୟାୟ୍ ନେଡିଙ୍ଗ୍କେ ଣ୍ତୁ, ଜାଣ୍ତେନେ ମେଃଡିଗ୍ ନସ୍ଟ ନେଡିଙ୍ଗ୍କେ ଣ୍ତୁ ଣ୍ତୁଲା ଜାଣ୍ତେନେବାନ୍ ମେଃଡିଗ୍ ପାଇଦା ଉଟେନ୍ସା ଚେସ୍ଟା ନେଡିଙ୍ଗ୍କେ ଣ୍ତୁ ।
3 ମୁଁ ତୁମ୍ଭମାନଙ୍କୁ ଦୋଷ ଦେବା ନିମନ୍ତେ ଏହା କହୁ ନାହିଁ; କାରଣ ମୁଁ ପୂର୍ବରେ କହିଅଛି, ତୁମ୍ଭେମାନେ ଆମ୍ଭମାନଙ୍କ ହୃଦୟରେ ଏପରି ସ୍ଥାନ ପାଇଅଛ ଯେ, ମଲେ ଆମ୍ଭେମାନେ ଏକତ୍ର ମରିବା, ପୁଣି, ବଞ୍ଚିଲେ ଏକତ୍ର ବଞ୍ଚିବା।
ଆପେକେ ଦସ୍ ବିନ୍ସା ନେଙ୍ଗ୍ ଏନ୍ ସାମୁଆଁ ବାସଙ୍ଗ୍ ନାଡିଙ୍ଗ୍କେ ଣ୍ତୁ । ନେଙ୍ଗ୍ ସେନୁଗ୍ ବାସଙ୍ଗ୍ମ୍ୱକେ, ପେଇଂ ନେନେ ଅଃକେନ୍ ଇକ୍ଚା ଜେ ନେଃ ନେଃମ୍ୱ୍ରଲା ମୁଇଂଅରିଆ ନେଃମ୍ୱ୍ରପା ବାରି ଗୁଏଃଲା ମୁଇଂଅରିଆ ନେଃଗୁଏଃପା ।
4 ତୁମ୍ଭମାନଙ୍କଠାରେ ମୋହର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି, ତୁମ୍ଭମାନଙ୍କ ବିଷୟରେ ମୋହର ଅତ୍ୟନ୍ତ ଦର୍ପ; ମୁଁ ସାନ୍ତ୍ୱନାରେ ପରିପୂର୍ଣ୍ଣ, ଆମ୍ଭମାନଙ୍କ ସମସ୍ତ କ୍ଳେଶରେ ମୋହର ଆନନ୍ଦ ଉଛୁଳି ପଡ଼ୁଅଛି।
ପେଇଂନେ ଆଡ଼ାତ୍ରା ନେଙ୍ଗ୍ନେ ମାଲେ ବିସ୍ବାସ୍ ଲେଃକେ । ପେଇଂନେ ସା ନେଙ୍ଗ୍ନେ ଗରବ୍ ଡିଗ୍ ଜାବର୍ । ଦୁକ୍ କସ୍ଟ ବେଲା ନେଙ୍ଗ୍ ଗୁଲୁଏ ସାହାସ୍ ଆଃସୁଏମ୍ୱକେ । ସାର୍ଦାରେ ଲାଡ଼୍ୟା ୱେଣ୍ତିଙ୍ଗ୍ ।
5 କାରଣ ମାକିଦନିଆରେ ଉପସ୍ଥିତ ହେଲା ଉତ୍ତାରେ ମଧ୍ୟ ବାହାରେ ଯୁଦ୍ଧ ଓ ଭିତରେ ଭୟ, ଏହିପରି ସର୍ବପ୍ରକାରେ କ୍ଳେଶଭୋଗ କରିବାରୁ ଆମ୍ଭମାନଙ୍କ ଶରୀରସୁଦ୍ଧା ବିଶ୍ରାମ ପାଇଲା ନାହିଁ।
ଦେକ୍ରକମ୍ କି ମାସିଦୋନିଆନିଆ ୱେଚାଚେ ଡିଗ୍ ନେପୁଣ୍ତେକେ ଣ୍ତୁ । ସାପା ଡାଗ୍ରା ସାନ୍ତି ଣ୍ତୁ ବାରି ବିତ୍ରେ ବୁଟମେଗ୍, ଡେକ୍ରକମ୍ ସାପା ରକମ୍ କଲ୍କଲା ଲାଗେ ଲେଃଗେ, ତେସା ନେନେ ଗାଗ୍ଡ଼େନ୍ନିଆ ସାନ୍ତି ଆଲେଃଗେ ଣ୍ତୁ ।
6 ତଥାପି ଭଗ୍ନୋତ୍ସାହମାନଙ୍କୁ ସାନ୍ତ୍ୱନା ଦିଅନ୍ତି ଯେ ଈଶ୍ବର, ସେ ତୀତସଙ୍କ ଆଗମନ ଦ୍ୱାରା ଆମ୍ଭମାନଙ୍କୁ ସାନ୍ତ୍ୱନା ଦେଲେ,
ମାତର୍ ଗାଡ଼୍ସୁ ରେମୁଆଁକେ ସାନ୍ତି ବିମ୍ୟାକ୍ନେ ଇସ୍ପର୍ ତିତସ୍କେ ବେଚେ ଆନେକେ ସାନ୍ତି ବିବକେ ।
7 ଆଉ, କେବଳ ତାହାଙ୍କ ଆଗମନ ଦ୍ୱାରା ନୁହେଁ, କିନ୍ତୁ ଯେଉଁ ସାନ୍ତ୍ୱନା ଦ୍ୱାରା ସେ ତୁମ୍ଭମାନଙ୍କ ବିଷୟରେ ସାନ୍ତ୍ୱନାପ୍ରାପ୍ତ ହୋଇଥିଲେ, ତାହା ଦ୍ୱାରା ମଧ୍ୟ ସାନ୍ତ୍ୱନା ଦେଲେ, କାରଣ ସେ ତୁମ୍ଭମାନଙ୍କ ଉଦ୍ଯୋଗ, ତୁମ୍ଭମାନଙ୍କ ବିଳାପ, ମୋʼ ସପକ୍ଷରେ ତୁମ୍ଭମାନଙ୍କ ଆଗ୍ରହ ବିଷୟ ଆମ୍ଭମାନଙ୍କୁ ଜଣାଇଲେ; ସେଥିରେ ମୁଁ ଆହୁରି ଅଧିକ ଆନନ୍ଦିତ ହେଲି।
ମାତର୍ ମେଁନେ ପାଙ୍ଗ୍ନେ ବାନ୍ ଣ୍ତୁ ମାତର୍ ମେଁ ପେଇଂନେ ଡାଗ୍ରା ୱେଚେ ଆଣ୍ଡିନେ ସାନ୍ତି ବାଲେଃକେ ଆତ୍ବାନ୍ ନେନେ ସାର୍ଦା ଡିଙ୍ଗ୍ନେଲେଃକେ । ଆନେଙ୍ଗ୍ କେନ୍ସା ପେଇଂନେ ଉଡ଼ି ଇକ୍ଚା ନେଙ୍ଗ୍ ନ୍ସା ପେନେ ଉଡ଼ି ଦୁକ୍ ଆନେଙ୍ଗ୍ ସାପଟ୍ ଡିଙ୍ଗ୍ନ୍ସା ପେ ଉଡ଼ି ତେରେପେତେ ଏନ୍ ସାପା ବିସୟ୍ ମେଁ ଆନେଙ୍ଗ୍ ଆମ୍ୟାବକେ । ଇଡ଼ିଙ୍ଗ୍ ନେଙ୍ଗ୍ ଜାବର୍ ସାର୍ଦା ଣ୍ତିଙ୍ଗ୍କେ ।
8 ଯେଣୁ ମୋହର ପତ୍ର ଦ୍ୱାରା ଯଦ୍ୟପି ମୁଁ ତୁମ୍ଭମାନଙ୍କୁ ଦୁଃଖ ଦେଲି, ତଥାପି ମୁଁ ସେଥିସକାଶେ ଦୁଃଖିତ ନୁହେଁ; ସେହି ପତ୍ର ତୁମ୍ଭମାନଙ୍କୁ ଅଳ୍ପ କାଳ ନିମନ୍ତେ ସୁଦ୍ଧା ଦୁଃଖ ଦେଇଥିବାର ଦେଖି ମୁଁ ଦୁଃଖିତ ହୋଇଥିଲେ ସୁଦ୍ଧା
ନେଙ୍ଗ୍ନେ ଚିଟି ପଡ଼େଚେ ପେଇଂ ଦୁକ୍ ଡିଙ୍ଗ୍ପେଲେଃଲା ଡିଗ୍ ଆତେନ୍ ଉଲିଆଃ ଗୁଆର୍ ବଲା ନେଙ୍ଗ୍ ମନ୍ନ୍ନିଆ ମେଃଡିଗ୍ ଦୁକ୍ ଣ୍ତୁ । ଉଲିଆଃ ଆପେକେ ପ୍ରେଗ୍ ନ୍ସା ଦୁକ୍ ଡିଗ୍ ବଲା ନେଙ୍ଗ୍ ଦୁକ୍ ମ୍ପାଡିଙ୍ଗ୍ ।
9 ଏବେ ଆନନ୍ଦ କରୁଅଛି, ତୁମ୍ଭେମାନେ ଯେ ଦୁଃଖିତ ହେଲ, ସେଥିପାଇଁ ନୁହେଁ, ମାତ୍ର ତୁମ୍ଭମାନଙ୍କର ଦୁଃଖ ଯେ ତୁମ୍ଭମାନଙ୍କ ମନ-ପରିବର୍ତ୍ତନର କାରଣ ହେଲା, ଏଥିପାଇଁ; ଯେଣୁ ଆମ୍ଭମାନଙ୍କର ଦ୍ୱାରା ତୁମ୍ଭମାନଙ୍କର ଯେପରି କୌଣସି କ୍ଷତି ନ ହୁଏ, ସେଥିପାଇଁ ତୁମ୍ଭେମାନେ ଈଶ୍ବରଙ୍କ ଇଚ୍ଛାନୁସାରେ ଦୁଃଖପ୍ରାପ୍ତ ହେଲ।
ମାତର୍ ପେନେ ମନ୍ନ୍ନିଆ ଦୁକ୍ ବିବଲା ଣ୍ତୁ ମାତର୍ ଏନ୍ ଦୁକ୍ ପେଇଂନେ ଜିବନ୍ନେ ମନ୍ ବଦ୍ଲେ ବିବଲା ଏବେ ନେଙ୍ଗ୍ ସାର୍ଦା ଡିଙ୍ଗ୍ଣ୍ତିଂକେ । ଇସ୍ପର୍ନେ ଇକ୍ଚା ରକମ୍ ପେଇଂ ଏନ୍ ଦୁକ୍ ବାପେଲେକେ । ତେସା ନେନେ ବାନ୍ ପେଇଂ ମେଃଡିଗ୍ ରକମ୍ ନସ୍ଟ ପେଡିଙ୍ଗ୍କେ ଣ୍ତୁ ।
10 କାରଣ ଈଶ୍ବରଙ୍କ ଇଚ୍ଛାନୁସାରେ ଯେଉଁ ଦୁଃଖ, ତାହା ପରିତ୍ରାଣ ନିମନ୍ତେ ଏପରି ମନ-ପରିବର୍ତ୍ତନ ଜନ୍ମାଏ, ଯାହା ସକାଶେ ଅନୁତାପ କରିବାକୁ ପଡ଼େ ନାହିଁ; ମାତ୍ର ସାଂସାରିକ ଦୁଃଖ ମୃତ୍ୟୁ ଜନ୍ମାଏ।
ଡାଗ୍ଲା ଇସ୍ପର୍ନେ ଇକ୍ଚା ଅନୁସାରେ ଆଣ୍ଡିନେ ଦୁକ୍ ବାନ୍ ଉଦାର୍ ପେବାକେ ବାରି ମନ୍ ବଦ୍ଲେ ପେଡିଙ୍ଗ୍କେ ଆତେନ୍ସା ଦୁକ୍ ଡିଙ୍ଗ୍ନେ ଦର୍କାର୍ ଣ୍ତୁ । ମାତର୍ ସଂସାର୍ନେ ଦୁକ୍ ଗୁଏନେ ଡୁଙ୍ଗ୍ପାଙ୍ଗ୍ଏ ।
11 ଯେଣୁ ଦେଖ, ଈଶ୍ବରଙ୍କ ଇଚ୍ଛାନୁସାରେ ତୁମ୍ଭେମାନେ ଏହି ଯେଉଁ ଦୁଃଖ ପାଇଲ, ତାହା ତୁମ୍ଭମାନଙ୍କଠାରେ କେତେ ଉତ୍ସାହ, ହଁ, କେତେ ଅଭିଯୋଗ ଖଣ୍ଡନ, ହଁ, କେତେ ବିରକ୍ତି, ହଁ, କେତେ ଭୟ, ହଁ କେତେ ଆଗ୍ରହ, ହଁ, କେତେ ଉଦ୍ଯୋଗ, ହଁ, କେତେ ପ୍ରତିକାର ଜନ୍ମାଇଅଛି। ଏହି ବିଷୟରେ ତୁମ୍ଭେମାନେ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ବୋଲି ପ୍ରମାଣ ଦେଇଅଛ।
କେଲାପା, ଇସ୍ପର୍ନେ ଇକ୍ଚା ଅନୁସାରେ ପେଇଂ ଆଣ୍ଡିନେ ଦୁକ୍ ପେବାକେ ଆତେନ୍ ପେଇଂନେ ମନ୍ନ୍ନିଆ ଉଡ଼ି ଇକ୍ଚା ଉଡ଼ି ବୁଟ ଉଡ଼ି ସାର୍ଦା ନେନେ ଏତେ ମିସେନ୍ସା ପେଇଂନେ ବିତ୍ରେ ଇକ୍ଚା ଜାଗ୍ରତ୍ ଡିଙ୍ଗ୍ ବକେ । ଏନ୍ ଆପେକେ ଜାବର୍ ଅପେଃ ଡିଂକେ । ଏନ୍ ଆପେକେ ନ୍ୟାୟ୍ ବିବକେ । ପେଇଂ ସାପା ସାମୁଆଁକେ ପର୍ମାନ୍ ଡିଙ୍ଗ୍ ବିପେବକେ ଜେ ପେଇଂ ଆତେନ୍ ଜାମ୍ଲାନେ ମେଃଡିଗ୍ ଇଃକୁଡ଼ା ନ୍ସା ଡିଗ୍ ଦସ୍ ଣ୍ଡୁ ଡାଗ୍ଚେ ପାର୍ମାନ୍ ବିଃପେବକେ ।
12 ଏଣୁ ଯଦ୍ୟପି ମୁଁ ତୁମ୍ଭମାନଙ୍କ ନିକଟକୁ ଲେଖିଲି, ତଥାପି ଯେ ଅନ୍ୟାୟ କରିଅଛି, ବା ଯେ ଅନ୍ୟାୟ ସହିଅଛି, ତାହା ନିମନ୍ତେ ଯେ ଲେଖିଲି, ତାହା ନୁହେଁ, ମାତ୍ର ଆମ୍ଭମାନଙ୍କ ନିମନ୍ତେ ତୁମ୍ଭମାନଙ୍କ ଆଗ୍ରହ ଯେପରି ଈଶ୍ବରଙ୍କ ଛାମୁରେ ତୁମ୍ଭମାନଙ୍କ ମଧ୍ୟରେ ପ୍ରକାଶିତ ହୁଏ, ସେଥିନିମନ୍ତେ ଲେଖିଲି। ଅତଏବ, ଆମ୍ଭେମାନେ ସାନ୍ତ୍ୱନାପ୍ରାପ୍ତ ହୋଇଅଛୁ।
ପେଇଂନେ ବିତ୍ରେ ଜା ଅନ୍ୟାୟ୍ ଡିଙ୍ଗ୍ବକେ ବା ଜା ଅନ୍ୟାୟ୍ ସାମ୍ୱାଲେକେ ମେଁନେ ଉଦେସ୍ରେ ନେଙ୍ଗ୍ ଆତେନ୍ ଚିଟି ଗୁଆର୍ ନାବକେ ଣ୍ତୁ । ବାରି ଇସ୍ପର୍ନେ ମୁଆଃନ୍ନିଆ ନେନେ ଆଡ଼ାତ୍ରା ପେନେ ବକ୍ତି ଉଡ଼ି ସ୍ରି ବାରି ।
13 ପୁଣି, ଆମ୍ଭମାନଙ୍କ ସାନ୍ତ୍ୱନାରେ ଆମ୍ଭେମାନେ ତୀତସଙ୍କ ଆନନ୍ଦ ହେତୁ ଆହୁରି ଅଧିକ ଆନନ୍ଦ କଲୁ, କାରଣ ତାହାଙ୍କ ଆତ୍ମା ତୁମ୍ଭ ସମସ୍ତଙ୍କ ଦ୍ୱାରା ସଞ୍ଜୀବିତ ହୋଇଅଛି।
ଆତେନ୍ସା ନେନେ ଉଡ଼ି ସାର୍ଦା ଆତେନ୍ ଆମ୍ୟାବିନ୍ସା ନେଙ୍ଗ୍ ଆତେନ୍ ଚିଟି ଗୁଆର୍ମ୍ୱକ୍ନେ ମାତର୍ ସାର୍ଦା ନେଡିଙ୍ଗ୍କେ ଣ୍ତୁ । ପେଇଂ ତିତସ୍କେ ସାପା ରକମ୍ ସାଇଜ ଡିଙ୍ଗ୍ଚେ ଡିରକମ୍ ବାବ୍ରେ ସାର୍ଦା ଡିଙ୍ଗ୍ପେବକେ ଆତେନ୍ ଆନେକେ ଜାବର୍ ସାର୍ଦା ବିବକେ ।
14 ଯେଣୁ ଯଦି କୌଣସି ବିଷୟରେ ତୀତସଙ୍କ ନିକଟରେ ତୁମ୍ଭମାନଙ୍କ ସମ୍ବନ୍ଧରେ ମୁଁ ଦର୍ପ କରିଅଛି, ତେବେ ଲଜ୍ଜିତ ହୋଇ ନାହିଁ, ବରଂ ଯେପରି ଆମ୍ଭେମାନେ ସମସ୍ତ ବିଷୟରେ ତୁମ୍ଭମାନଙ୍କୁ ସତ୍ୟ କହିଥିଲୁ, ସେହିପରି ତୀତସଙ୍କ ସମ୍ମୁଖରେ ଆମ୍ଭମାନଙ୍କ ଦର୍ପ ମଧ୍ୟ ସତ୍ୟ ବୋଲି ଜଣାଯାଇଅଛି।
ମେଁନେ ଡାଗ୍ରା ପେଇଂନେ ସା ନେଙ୍ଗ୍ ବଡ଼୍ପନ୍ ଡିଙ୍ଗ୍ମ୍ୱକେ । ବାରି ଆତେନ୍ସା ନେଙ୍ଗ୍ ବାଆଃ ଆଲ ଡିଙ୍ଗ୍ ଆୱେକେ ଣ୍ତୁ । ଡିରକମ୍ ପେଇଂନେ ଡାଗ୍ରା ନେନେ କାଲାଆଃ ସତ୍ ବାସଙ୍ଗ୍ ପାଙ୍ଗ୍ନେଡିଙ୍ଗ୍କେ ଦେତ୍ରକମ୍ ତିତସ୍ନେ ଡାଗ୍ରା ନେନେ ଡିଙ୍ଗ୍ ନେବକ୍ନେ ବଡ଼୍ପନ୍ ମିଚ୍ ଡାଗ୍ଚେ ପର୍ମାନ୍ ଆଡିଙ୍ଗ୍କେ ଣ୍ତୁ ।
15 ଆଉ, କିପରି ଭୟ ଓ କମ୍ପରେ ତୁମ୍ଭେମାନେ ତାହାଙ୍କୁ ଗ୍ରହଣ କରି ସମସ୍ତେ ତାଙ୍କର ବାଧ୍ୟ ହେଲ, ଏହା ସ୍ମରଣ କରି ତୁମ୍ଭମାନଙ୍କ ପ୍ରତି ତାହାଙ୍କ ଅନ୍ତରର ସ୍ନେହ ଅଧିକ ବୃଦ୍ଧି ପାଇଅଛି।
ପେଇଂ ସାପାରେ ଡିରକମ୍ ବାବ୍ରେ ମେଁନେ ବାଦ୍ୟ ଡିଙ୍ଗ୍ପେଲେକେ ବାରି ବୁଟ ବାରି ଜୁର୍ଚେ ଗାଗ୍ଡ଼େନ୍ନିଆ ଆମେକେ ଗ୍ରଅନ୍ ଡିଙ୍ଗ୍ପେବକେ ଏନ୍ ସାମୁଆଁ ଏତେଚେ ପେଇଂନେ ଆଡ଼ାତ୍ରା ମେଁନେ ଆଲାଦ୍ ବାରି ମ୍ନା ୱେଗେ ।
16 ମୁଁ ଯେ ସର୍ବ ବିଷୟରେ ତୁମ୍ଭମାନଙ୍କଠାରେ ପୂର୍ଣ୍ଣ ବିଶ୍ୱାସ କରିପାରେ, ଏଥିପାଇଁ ଆନନ୍ଦ କରୁଅଛି।
ପେଇଂନେ ଆଡ଼ାତ୍ରା ଆସା ବନେ ୟାଲା ନେଙ୍ଗ୍ ଉଡ଼ି ସାର୍ଦା ।