< କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 7 >

1 ଅତଏବ, ହେ ପ୍ରିୟମାନେ, ଏହି ସମସ୍ତ ପ୍ରତିଜ୍ଞାପ୍ରାପ୍ତ ହେବାରୁ ଆସ, ଶରୀର ଓ ଆତ୍ମାର ସମସ୍ତ ଅଶୁଚିତାରୁ ଆପଣା ଆପଣାକୁ ଶୁଚି କରୁ, ପୁଣି, ଈଶ୍ବରଙ୍କୁ ଭୟ କରି ପବିତ୍ରତାରେ ସିଦ୍ଧ ହେଉ।
Bi sonta an na hi yoyu kini glatu bu wawu ni kpe wa ba kpa tsatsra ni me sisir Rji
2 ତୁମ୍ଭମାନଙ୍କ ହୃଦୟରେ ଆମ୍ଭମାନଙ୍କୁ ସ୍ଥାନ ଦିଅ; ଆମ୍ଭେମାନେ କାହାରି ଅନ୍ୟାୟ କରି ନାହୁଁ, କାହାକୁ ନଷ୍ଟ କରି ନାହୁଁ, କାହାରି କ୍ଷତି କରି ନାହୁଁ।
Nu ta ngon kina kpa sorbi ti meme na kina mytre ndoun ko ki myre yina.
3 ମୁଁ ତୁମ୍ଭମାନଙ୍କୁ ଦୋଷ ଦେବା ନିମନ୍ତେ ଏହା କହୁ ନାହିଁ; କାରଣ ମୁଁ ପୂର୍ବରେ କହିଅଛି, ତୁମ୍ଭେମାନେ ଆମ୍ଭମାନଙ୍କ ହୃଦୟରେ ଏପରି ସ୍ଥାନ ପାଇଅଛ ଯେ, ମଲେ ଆମ୍ଭେମାନେ ଏକତ୍ର ମରିବା, ପୁଣି, ବଞ୍ଚିଲେ ଏକତ୍ର ବଞ୍ଚିବା।
Ana wa me kpeyi ti meme na. me tren me riga lah ni yi wu hi he ne mesorbu ni kin, kyu yayi ni sun ni yin.
4 ତୁମ୍ଭମାନଙ୍କଠାରେ ମୋହର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି, ତୁମ୍ଭମାନଙ୍କ ବିଷୟରେ ମୋହର ଅତ୍ୟନ୍ତ ଦର୍ପ; ମୁଁ ସାନ୍ତ୍ୱନାରେ ପରିପୂର୍ଣ୍ଣ, ଆମ୍ଭମାନଙ୍କ ସମସ୍ତ କ୍ଳେଶରେ ମୋହର ଆନନ୍ଦ ଉଛୁଳି ପଡ଼ୁଅଛି।
Me he dindi ne gabagadi ne me bi me gbre yi san ne yoyi sor grenmu shun makil ne yah bu.
5 କାରଣ ମାକିଦନିଆରେ ଉପସ୍ଥିତ ହେଲା ଉତ୍ତାରେ ମଧ୍ୟ ବାହାରେ ଯୁଦ୍ଧ ଓ ଭିତରେ ଭୟ, ଏହିପରି ସର୍ବପ୍ରକାରେ କ୍ଳେଶଭୋଗ କରିବାରୁ ଆମ୍ଭମାନଙ୍କ ଶରୀରସୁଦ୍ଧା ବିଶ୍ରାମ ପାଇଲା ନାହିଁ।
Wa ki ye ne Makidoniya kpanbu na sun nsi na. naki rin ni matso loli ni kho wani ingon ni bubu kpan sur timeme ni zi ni sisir neme.
6 ତଥାପି ଭଗ୍ନୋତ୍ସାହମାନଙ୍କୁ ସାନ୍ତ୍ୱନା ଦିଅନ୍ତି ଯେ ଈଶ୍ବର, ସେ ତୀତସଙ୍କ ଆଗମନ ଦ୍ୱାରା ଆମ୍ଭମାନଙ୍କୁ ସାନ୍ତ୍ୱନା ଦେଲେ,
Rji wa a ta'ata ne raunana a ta'azata nita ne taye Titus.
7 ଆଉ, କେବଳ ତାହାଙ୍କ ଆଗମନ ଦ୍ୱାରା ନୁହେଁ, କିନ୍ତୁ ଯେଉଁ ସାନ୍ତ୍ୱନା ଦ୍ୱାରା ସେ ତୁମ୍ଭମାନଙ୍କ ବିଷୟରେ ସାନ୍ତ୍ୱନାପ୍ରାପ୍ତ ହୋଇଥିଲେ, ତାହା ଦ୍ୱାରା ମଧ୍ୟ ସାନ୍ତ୍ୱନା ଦେଲେ, କାରଣ ସେ ତୁମ୍ଭମାନଙ୍କ ଉଦ୍‌ଯୋଗ, ତୁମ୍ଭମାନଙ୍କ ବିଳାପ, ମୋʼ ସପକ୍ଷରେ ତୁମ୍ଭମାନଙ୍କ ଆଗ୍ରହ ବିଷୟ ଆମ୍ଭମାନଙ୍କୁ ଜଣାଇଲେ; ସେଥିରେ ମୁଁ ଆହୁରି ଅଧିକ ଆନନ୍ଦିତ ହେଲି।
A na ye bakadai Rji yin cintaba ni ta bubu cin Titus me to ni yin a llah ta wu bin matsanaciya sunbi, kpa sor bu timeme (ko fun) ni zurfi mleyi ya kana. megren kpokpome.
8 ଯେଣୁ ମୋହର ପତ୍ର ଦ୍ୱାରା ଯଦ୍ୟପି ମୁଁ ତୁମ୍ଭମାନଙ୍କୁ ଦୁଃଖ ଦେଲି, ତଥାପି ମୁଁ ସେଥିସକାଶେ ଦୁଃଖିତ ନୁହେଁ; ସେହି ପତ୍ର ତୁମ୍ଭମାନଙ୍କୁ ଅଳ୍ପ କାଳ ନିମନ୍ତେ ସୁଦ୍ଧା ଦୁଃଖ ଦେଇଥିବାର ଦେଖି ମୁଁ ଦୁଃଖିତ ହୋଇଥିଲେ ସୁଦ୍ଧା
An mu nita kpa surbi timeme, me lah mini to nakina da meto nha kpa sur bi timeme mi yin me ni to infu bi a wu ton finme in.
9 ଏବେ ଆନନ୍ଦ କରୁଅଛି, ତୁମ୍ଭେମାନେ ଯେ ଦୁଃଖିତ ହେଲ, ସେଥିପାଇଁ ନୁହେଁ, ମାତ୍ର ତୁମ୍ଭମାନଙ୍କର ଦୁଃଖ ଯେ ତୁମ୍ଭମାନଙ୍କ ମନ-ପରିବର୍ତ୍ତନର କାରଣ ହେଲା, ଏଥିପାଇଁ; ଯେଣୁ ଆମ୍ଭମାନଙ୍କର ଦ୍ୱାରା ତୁମ୍ଭମାନଙ୍କର ଯେପରି କୌଣସି କ୍ଷତି ନ ହୁଏ, ସେଥିପାଇଁ ତୁମ୍ଭେମାନେ ଈଶ୍ବରଙ୍କ ଇଚ୍ଛାନୁସାରେ ଦୁଃଖପ୍ରାପ୍ତ ହେଲ।
Ziza me he nigrin, ana dun fun bi na, in funbi ghreye dun yikpa Rji, fuskaci funbi ne bra Baci, to na yin bi na hama wu don me ba.
10 କାରଣ ଈଶ୍ବରଙ୍କ ଇଚ୍ଛାନୁସାରେ ଯେଉଁ ଦୁଃଖ, ତାହା ପରିତ୍ରାଣ ନିମନ୍ତେ ଏପରି ମନ-ପରିବର୍ତ୍ତନ ଜନ୍ମାଏ, ଯାହା ସକାଶେ ଅନୁତାପ କରିବାକୁ ପଡ଼େ ନାହିଁ; ମାତ୍ର ସାଂସାରିକ ଦୁଃଖ ମୃତ୍ୟୁ ଜନ୍ମାଏ।
Nfunbi wa a he Rji a khri yi hi tuba da kammala vren ba tse wu to ba nfun wu gbuglu grin yi ye ni kyu.
11 ଯେଣୁ ଦେଖ, ଈଶ୍ବରଙ୍କ ଇଚ୍ଛାନୁସାରେ ତୁମ୍ଭେମାନେ ଏହି ଯେଉଁ ଦୁଃଖ ପାଇଲ, ତାହା ତୁମ୍ଭମାନଙ୍କଠାରେ କେତେ ଉତ୍ସାହ, ହଁ, କେତେ ଅଭିଯୋଗ ଖଣ୍ଡନ, ହଁ, କେତେ ବିରକ୍ତି, ହଁ, କେତେ ଭୟ, ହଁ କେତେ ଆଗ୍ରହ, ହଁ, କେତେ ଉଦ୍‌ଯୋଗ, ହଁ, କେତେ ପ୍ରତିକାର ଜନ୍ମାଇଅଛି। ଏହି ବିଷୟରେ ତୁମ୍ଭେମାନେ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ବୋଲି ପ୍ରମାଣ ଦେଇଅଛ।
Ya dindi emre a he ne me nfun bi ni wo Rji a ghrini minebi ina misali son tu bi ba, a tsro yi ne bana kho ukun (laifi) ina misali son tun funbu, sisirbi ni ye sorbi himmar bi ni mar maribi ni ya niti adalci ne ko ge ni tsron tu bi bi na bi laifiba, nime al'amariba.
12 ଏଣୁ ଯଦ୍ୟପି ମୁଁ ତୁମ୍ଭମାନଙ୍କ ନିକଟକୁ ଲେଖିଲି, ତଥାପି ଯେ ଅନ୍ୟାୟ କରିଅଛି, ବା ଯେ ଅନ୍ୟାୟ ସହିଅଛି, ତାହା ନିମନ୍ତେ ଯେ ଲେଖିଲି, ତାହା ନୁହେଁ, ମାତ୍ର ଆମ୍ଭମାନଙ୍କ ନିମନ୍ତେ ତୁମ୍ଭମାନଙ୍କ ଆଗ୍ରହ ଯେପରି ଈଶ୍ବରଙ୍କ ଛାମୁରେ ତୁମ୍ଭମାନଙ୍କ ମଧ୍ୟରେ ପ୍ରକାଶିତ ହୁଏ, ସେଥିନିମନ୍ତେ ଲେଖିଲି। ଅତଏବ, ଆମ୍ଭେମାନେ ସାନ୍ତ୍ୱନାପ୍ରାପ୍ତ ହୋଇଅଛୁ।
Ko ahe me anh ni yi wu, ba anh niton bi laifiba ko wa ba te laifi me anh nito yo tunbi ni ta nito yi ni khushishi Rji.
13 ପୁଣି, ଆମ୍ଭମାନଙ୍କ ସାନ୍ତ୍ୱନାରେ ଆମ୍ଭେମାନେ ତୀତସଙ୍କ ଆନନ୍ଦ ହେତୁ ଆହୁରି ଅଧିକ ଆନନ୍ଦ କଲୁ, କାରଣ ତାହାଙ୍କ ଆତ୍ମା ତୁମ୍ଭ ସମସ୍ତଙ୍କ ଦ୍ୱାରା ସଞ୍ଜୀବିତ ହୋଇଅଛି।
Dalili wa yi ki kpa ngurin (karfafa) baya kogun cin yin ki grendinding me sabo da ni grin Titus, ni ruhunsa a fei gbengbelen ni yi wawu'bi.
14 ଯେଣୁ ଯଦି କୌଣସି ବିଷୟରେ ତୀତସଙ୍କ ନିକଟରେ ତୁମ୍ଭମାନଙ୍କ ସମ୍ବନ୍ଧରେ ମୁଁ ଦର୍ପ କରିଅଛି, ତେବେ ଲଜ୍ଜିତ ହୋଇ ନାହିଁ, ବରଂ ଯେପରି ଆମ୍ଭେମାନେ ସମସ୍ତ ବିଷୟରେ ତୁମ୍ଭମାନଙ୍କୁ ସତ୍ୟ କହିଥିଲୁ, ସେହିପରି ତୀତସଙ୍କ ସମ୍ମୁଖରେ ଆମ୍ଭମାନଙ୍କ ଦର୍ପ ମଧ୍ୟ ସତ୍ୟ ବୋଲି ଜଣାଯାଇଅଛି।
Me ta gbresan ni yin nish'ma mena klu sha na ni bubu. koge me lah ni wu ni tu naki din ikpie ba wawu wa mihla. a jaji gresan bi ni tun Titus a tsorota jaji
15 ଆଉ, କିପରି ଭୟ ଓ କମ୍ପରେ ତୁମ୍ଭେମାନେ ତାହାଙ୍କୁ ଗ୍ରହଣ କରି ସମସ୍ତେ ତାଙ୍କର ବାଧ୍ୟ ହେଲ, ଏହା ସ୍ମରଣ କରି ତୁମ୍ଭମାନଙ୍କ ପ୍ରତି ତାହାଙ୍କ ଅନ୍ତରର ସ୍ନେହ ଅଧିକ ବୃଦ୍ଧି ପାଇଅଛି।
In sunbi a he bran wa ani taka, wa wu trebe wa bi kpa a ni sisir kpa.
16 ମୁଁ ଯେ ସର୍ବ ବିଷୟରେ ତୁମ୍ଭମାନଙ୍କଠାରେ ପୂର୍ଣ୍ଣ ବିଶ୍ୱାସ କରିପାରେ, ଏଥିପାଇଁ ଆନନ୍ଦ କରୁଅଛି।
Me gren mataukarkpo kpomu ne cikake gabagadi ni me bi

< କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 7 >