< କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 4 >

1 ଅତଏବ, ଆମ୍ଭେମାନେ ଦୟା ପ୍ରାପ୍ତ ହୋଇ ଏହି ସେବକପଦ ପାଇବାରୁ ସାହସବିହୀନ ନୋହୁଁ,
ପର୍‌ମେସର୍‌ ତାର୍‌ ଜିବନ୍‌ ଦୁକାଇକରି ଆମ୍‌କେ ଏ ସେବାକାମ୍‌ ଦେଲାଆଚେ । ସେଟାର୍‌ପାଇ, ଆମେ ବପୁ ନଇଲା ଲକର୍‌ ପାରା କାମ୍‌ କରୁନାଇ ।
2 ମାତ୍ର ଆମ୍ଭେମାନେ ଲଜ୍ଜାଜନକ ଗୁପ୍ତ ବିଷୟସବୁ ପରିତ୍ୟାଗ କରିଅଛୁ; ଏଣୁ ଆମ୍ଭେମାନେ ଧୂର୍ତ୍ତତାରେ ଆଚରଣ କରୁ ନାହୁଁ ଅବା ଈଶ୍ବରଙ୍କ ବାକ୍ୟ ଛଳରେ ବ୍ୟବହାର କରୁ ନାହୁଁ, କିନ୍ତୁ ସତ୍ୟ ପ୍ରକାଶ ଦ୍ୱାରା ଈଶ୍ବରଙ୍କ ସାକ୍ଷାତରେ ପ୍ରତ୍ୟେକ ମନୁଷ୍ୟର ବିବେକ ନିକଟରେ ଆପଣା ଆପଣାକୁ ଯୋଗ୍ୟ ଦେଖାଉଅଛ।
ଆମେ ଲୁଚ୍‌ତେ ରଇବା କାମ୍‌ କି ଲାଜ୍‌ କରାଇବା କାମ୍‌ କରୁନାଇ । ଆମେ ଲକ୍‌ମନ୍‌କେ ନାଡାଉ ନାଇ । ଆମେ ଜାନାଇତେରଇବା ମାପ୍‌ରୁର୍‌ ବାକିଅ ତେଇ ମିଚ୍‌ ସିକିଆ ମିସାଉ ନାଇ । ମାତର୍‌ ସବୁଲକ୍‌ ବୁଜ୍‌ଲାପାରା ସତ୍‌ ସିକିଆ ଦେଲୁନି । ଜେନ୍ତାର୍‌ କି, ମୁଇ କଇଲା ବାକିଅ ଲକ୍‌ମନ୍‌ ତାକର୍‌ ବିବେକ୍‌ଟାନେ ସତ୍‌ ବଲି ଜାନ୍‌ବାଇ । ଆମେ କର୍‌ବା ସବୁ କାମ୍‌ ପର୍‌ମେସରର୍‌ ମୁଆଟେ ଆଚେ ।
3 କିନ୍ତୁ ଯଦ୍ୟପି ଆମ୍ଭମାନଙ୍କ ସୁସମାଚାର ଆଚ୍ଛାଦିତ ଥାଏ, ତାହା ବିନାଶପ୍ରାପ୍ତମାନଙ୍କ ପକ୍ଷରେ ଆଚ୍ଛାଦିତ;
ଜଦି ଆମେ ଜାନାଇବା ସୁବ୍‍କବର୍‌ ନ ବୁଜ୍‌ବା ଲକ୍‌ ଆଚତ୍‌, ସେନ୍ତାର୍‌ ଆଲେ ସେମନ୍‌ସେ ଆଜିଜାଇରଇବା ଲକ୍‌ ।
4 ଈଶ୍ବରଙ୍କ ପ୍ରତିମୂର୍ତ୍ତି ଯେ ଖ୍ରୀଷ୍ଟ ତାହାଙ୍କ ଗୌରବମୟ ସୁସମାଚାରର ଆଲୋକ ଯେପରି ଏହି ପ୍ରକାର ଲୋକଙ୍କ ପ୍ରତି ପ୍ରକାଶିତ ନ ହୁଏ, ଏଥିନିମନ୍ତେ ଏହି ଜଗତ୍‍ପତି ଅବିଶ୍ୱାସୀମାନଙ୍କର ଜ୍ଞାନଚକ୍ଷୁ ଅନ୍ଧ କରିଅଛି। (aiōn g165)
ଏ ଜଗତର୍‌ କାରାପ୍‌ ସାସନ୍‌କାରିଆ ତାକର୍‌ ମନ୍‌ ଆନ୍ଦାର୍‌ କରି ଦେଇଆଚେ ଜେ, ସେମନ୍‌ ବିସ୍‌ବାସ୍‌ କରତ୍‌ ନାଇ । ଜନ୍‌ ଉଜଲ୍‌ ତାକର୍‌ ଉପ୍‌ରେ ଉଜଲ୍‌ ଦେଲାନି, ସେଟା ନ ଦେକ୍‌ବାକେ ସେ ଆଗ୍‌ଟିଦେଲାନି । କିରିସ୍‌ଟର୍‌ ମଇମାର୍‌ ଉଜଲ୍‌ ତାର୍‌ ସୁବ୍‍କବରେଅନି ଆଇସି । କିରିସ୍‌ଟ ସମାନ୍‌ ପର୍‌ମେସରର୍‌ ପାରାସେ ଆଚେ । (aiōn g165)
5 କାରଣ ଆମ୍ଭେମାନେ ଆପଣା ଆପଣାକୁ ପ୍ରଚାର କରୁ ନାହୁଁ, ମାତ୍ର ଖ୍ରୀଷ୍ଟ ଯୀଶୁ ଯେ ପ୍ରଭୁ, ପୁଣି, ଯୀଶୁଙ୍କ ସକାଶେ ଆମ୍ଭେମାନେ ଯେ ତୁମ୍ଭମାନଙ୍କର ସେବକ, ଏହା ପ୍ରଚାର କରୁ।
କାଇକେବଇଲେ ଆମେ ନିଜର୍‌ ବିସଇ ଜାନାଇ ଅଉନାଇ । ମାତର୍‌ ଜିସୁ କିରିସ୍‌ଟ ଜେ କି ମାପ୍‌ରୁ, ତାର୍‌ ବିସଇ ଜାନାଇଲୁନି । ଜିସୁର୍‌ ଲାଗି ତମର୍‌ ଗତିଦାଙ୍ଗ୍‌ଡା ଇସାବେ ଆମେ ନିଜେ ଜାନାଇଅଇଲୁନି ।
6 ଯେଣୁ ଅନ୍ଧକାରରୁ ଦୀପ୍ତି ପ୍ରକାଶ ପାଉ ବୋଲି ଆଜ୍ଞା ଦେଇଥିଲେ ଯେଉଁ ଈଶ୍ବର, ସେ ଖ୍ରୀଷ୍ଟଙ୍କ ମୁଖରେ ପ୍ରକାଶିତ ଈଶ୍ବରଙ୍କ ଗୌରବମୟ ଜ୍ଞାନର ଆଲୋକ ଦେଖାଇବା ନିମନ୍ତେ ଆମ୍ଭମାନଙ୍କ ହୃଦୟରେ ଆଲୋକ ପ୍ରକାଶ କରିଅଛନ୍ତି।
ପର୍‌ମେସର୍‌ ଜେ କି କଇଲା “ଉଜଲ୍‌ ଆନ୍ଦାରେ ଅନି ଉଜଲ୍‌ ଦେଇସି ।” ସେ ସମାନ୍‌ ପର୍‌ମେସର୍‌ କିରିସଟର୍‌ ମୁଏ ଅନି ତାର୍‌ ଉଜଲ୍‌ ଆମର୍‌ ବିତ୍‌ରେ ଉଜଲ୍‌ କରାଇଲା । ଜେନ୍ତାରି କି କିରିସ୍‌ଟ ତେଇ ରଇବା ପର୍‌ମେସରର୍‌ ମଇମା, ଆମେ ବୁଜି ପାର୍‌ବୁ ।
7 ମାତ୍ର ମହାଶକ୍ତି ଯେ ଈଶ୍ବରଙ୍କର, ପୁଣି, ତାହା ଯେ ଆମ୍ଭମାନଙ୍କଠାରୁ ଉତ୍ପନ୍ନ ନୁହେଁ, ଏହା ଯେପରି ପ୍ରକାଶ ପାଏ, ଏଥିନିମନ୍ତେ ଆମ୍ଭେମାନେ ଏହି ଧନ ମୃତ୍ତିକା ପାତ୍ରରେ ପାଇଅଛୁ;
ଆମେ ଗଟେକ୍‌ ମାଟି ଆଣ୍ଡି ପାରା । କାଇକେବଇଲେ ଆମ୍‌କେ ବପୁ ନ ରଇଲେ ମିସା ପର୍‌ମେସର୍‌ ତାର୍‌ ବେସି ମୁଲିଅ ରଇବା ବାକିଅ ଆମ୍‌କେ ସର୍‌ପି ଦେଲାଆଚେ । ଜେନ୍ତାରି କି ଆମ୍‌କେ ବପୁ ନ ରଇକରି ପର୍‌ମେସର୍‌କେସେ ବେସି ବପୁ ଆଚେ ବଲି ଲକ୍‌ମନ୍‌ ଜାନ୍‌ବାଇ ।
8 ଆମ୍ଭେମାନେ ସର୍ବପ୍ରକାରେ କ୍ଳେଶଭୋଗ କରୁଅଛୁ, ତଥାପି ଅବରୁଦ୍ଧ ନୋହୁଁ; ହତବୁଦ୍ଧି ହେଉଅଛୁ, ତଥାପି ନିରାଶ ନୋହୁଁ;
ଆମେ ସବୁ ରକାମର୍‌ ଦୁକ୍‌କସ୍‌ଟ ଅଇକରି ଗାଲୁନି, ଏଲେ ମିସା କସ୍‌ଟ ପାଉ ନାଇ । କେବେ କେବେ କାଇଟା କର୍‌ବୁ ବଲି ଗିଆନ୍‌ ନ ରଇଲା ଲକର୍‌ପାରା ଅଇଲୁନି, ଅଇଲେମିସା ମନ୍‌ଦୁକ୍‌ କରୁ ନାଇ ।
9 ତାଡ଼ନା ପ୍ରାପ୍ତ ହେଉଅଛୁ, ତଥାପି ପରିତ୍ୟକ୍ତ ନୋହୁଁ; ଅଧଃପତିତ ହେଉଅଛୁ, ତଥାପି ବିନଷ୍ଟ ନୋହୁଁ;
ସତ୍‌ରୁମନର୍‌ ଟାନେଅନି ଉଡା ସୁନି ସୁନି ରଇଲୁ, ଏଲେମିସା ମାପ୍‌ରୁ ଆମ୍‌କେ ଚାଡେ ନାଇ । ଆମର୍‌ ଗାଗ୍‌ଡେ କେତେକ୍‌ କେତେକ୍‌ ମାଡ୍‌ ଅଇଲା । ଅଇଲେ ମିସା ମାପ୍‌ରୁ ଆମ୍‌କେ ବିନାସ୍‌ ଅଇବାକେ ଦେଏନାଇ ।
10 ଆମ୍ଭେମାନେ ସର୍ବଦା ଯୀଶୁଙ୍କ ମୃତ୍ୟୁଭୋଗ ଶରୀରରେ ଅନୁଭବ କରୁଅଛୁ, ଯେପରି ଯୀଶୁଙ୍କ ଜୀବନ ମଧ୍ୟ ଆମ୍ଭମାନଙ୍କ ଶରୀରରେ ପ୍ରକାଶିତ ହୁଏ।
୧୦ଆମେ ସବୁବେଲେ ଜିସୁର୍‌ ମରନ୍‌ ଆମର୍‌ ଗାଗ୍‌ଡେ ଏତାଇଲୁନି । ଜେନ୍ତିକି ଜିସୁର୍‌ ଜିବନ୍‌ମିସା ଆମର୍‌ ଗାଗ୍‌ଡେ ଡିସ୍‌ସି ।
11 କାରଣ ଯୀଶୁଙ୍କ ଜୀବନ ଯେପରି ଆମ୍ଭମାନଙ୍କ ମର୍ତ୍ତ୍ୟ ଶରୀରରେ ପ୍ରକାଶିତ ହୁଏ, ଏଥିପାଇଁ ଆମ୍ଭେମାନେ ଜୀବିତ ହେଲେ ହେଁ ସର୍ବଦା ଯୀଶୁଙ୍କ ସକାଶେ ମୃତ୍ୟୁମୁଖରେ ସମର୍ପିତ ହେଉଅଛୁ।
୧୧ଆମେ ଜିସୁର୍‌ ସଙ୍ଗ୍‍ ରଇଲାର୍‌ ପାଇ ବଁଚ୍‌ବାଜାକ ମର୍‌ବା ବିପଦେ ଆଚୁ । ଜେନ୍ତିକି ଲକ୍‌ମନ୍‌ ଏ ମର୍‌ବା ଗାଗ୍‌ଡେ ଜିସୁ ବଁଚିରଇବାଟା ଦେକ୍‌ବାଇ ।
12 ଏହି ପ୍ରକାରେ ଆମ୍ଭମାନଙ୍କଠାରେ ମୃତ୍ୟୁ, କିନ୍ତୁ ତୁମ୍ଭମାନଙ୍କଠାରେ ଜୀବନ କାର୍ଯ୍ୟ ସାଧନ କରୁଅଛି।
୧୨ଏନ୍ତାରିସେ ଆମେ ମରନ୍‌ ଦାରିଆଚୁ । ମାତର୍‌ ତମର୍‌ଟାନେ ଜିବନ୍‌ ଅଇ ଆଇଲାନି । କାଇକେବଇଲେ ତମେ ନ ସାର୍‌ବା ଜିବନ୍‌ ପାଇସା ।
13 “ମୁଁ ବିଶ୍ୱାସ କଲି, ଏଣୁ କଥା କହିଲି,” ଶାସ୍ତ୍ରରେ ଏହି ଲିଖିତ ବାକ୍ୟ ଅନୁସାରେ ସେହି ବିଶ୍ୱାସଜନକ ଆତ୍ମା ପାଇଥିବାରୁ ଆମ୍ଭେମାନେ ମଧ୍ୟ ବିଶ୍ୱାସ କରୁ, ଏଣୁ ମଧ୍ୟ କଥା କହୁ;
୧୩ସାସ୍‌ତରେ ଲେକା ଅଇଲାପାରା “ମୁଇ ବିସ୍‌ବାସ୍‌ କଲି, ତେବର୍‌ପାଇ ମୁଇ କାତା ଅଇଲି”। ସେ ସମାନ୍‌ ବିସ୍‌ବାସର୍‌ ଆତ୍‌ମାଇ, ଜନ୍‌ ବାକିଅ ମୁଇ ବିସ୍‌ବାସ୍‌ କଲିଆଚି, ସେଟାସେ ମୁଇ ଏବେ ଲକ୍‌ମନ୍‌କେ ଜାନାଇଲିନି ।
14 କାରଣ ଆମ୍ଭେମାନେ ଜାଣୁ, ପ୍ରଭୁ ଯୀଶୁଙ୍କୁ ଯେ ଉଠାଇଲେ, ସେ ଆମ୍ଭମାନଙ୍କୁ ମଧ୍ୟ ଯୀଶୁଙ୍କ ସହିତ ଉଠାଇବେ ଓ ତାହାଙ୍କ ଛାମୁରେ ତୁମ୍ଭମାନଙ୍କ ସହିତ ଉପସ୍ଥିତ କରିବେ।
୧୪କାଇକେ ବଇଲେ ଆମେ ଜାନିଆଚୁ ପର୍‌ମେସର୍‌ ଜେ କି ମାପ୍‌ରୁ ଜିସୁକେ ଜିବନ୍‌ କରି ଉଟାଇଲା, ସେ ଆମ୍‌କେ ମିସା ମାପ୍‌ରୁ ଜିସୁର୍‌ ସଙ୍ଗ୍‍ ଉଟାଇସି । ଆରି ତମର୍‌ ସଙ୍ଗ୍‌ ଆମ୍‌କେ ମିସା ପର୍‌ମେସରର୍‌ ମୁଆଟେ ନେଇସି ।
15 ଯେଣୁ ସମସ୍ତ ବିଷୟ ତୁମ୍ଭମାନଙ୍କ ସକାଶେ ହେଉଅଛି, ସେହିପରି ଅନେକ ଲୋକଙ୍କଠାରେ ଅନୁଗ୍ରହ ଅତ୍ୟଧିକ ବୃଦ୍ଧି ପାଇ ଈଶ୍ବରଙ୍କ ଗୌରବାର୍ଥେ ବହୁଳ ଧନ୍ୟବାଦର କାରଣ ହେଉ।
୧୫ତେବର୍‌ପାଇ ଜେତ୍‌କି ସବୁ ସାଦ୍‌ନା ବାନ୍ଦ୍‌ନା ଆଇଲାନି, ସେ ସବୁ ବିସଇ ତମର୍‌ ମଙ୍ଗଲର୍‌ପାଇ ସେ ଅଇଲାନି । ପର୍‌ମେସରର୍‌ ଜିବନ୍‌ ଦୁକାଇଲାଟା ଅଦିକ୍‌ ଅଦିକ୍‌ ଅଇକରି ଲକ୍‌ମନର୍‌ଟାନେ କେଟ୍‌ସି, ଆରି ସେମନ୍‌ ସବୁଲକ୍‌ ତାକେ ଦନିଅବାଦ୍‌ ଦେବାଇ ।
16 ତେଣୁ ଆମ୍ଭେମାନେ କ୍ଳାନ୍ତ ହେଉ ନାହୁଁ, କିନ୍ତୁ ଆମ୍ଭମାନଙ୍କର ବାହ୍ୟିକ ପୁରୁଷ କ୍ଷୟ ପାଇଲେ ସୁଦ୍ଧା ଆମ୍ଭମାନଙ୍କ ଆନ୍ତରିକ ପୁରୁଷ ଦିନକୁ ଦିନ ନୂତନୀକୃତ ହେଉଅଛି।
୧୬ତେବର୍‌ପାଇ ଆମେ ସାଆସ୍‌ ନ ଅଇରଇବା ଲକର୍‌ ପାରା ନ ଅଉଁ । କାଇକେବଇଲେ ଆମର୍‌ ବାଇରର୍‌ ଗାଗଡ୍‌ ମରିମରି ଆଇଲେ, ମିସା ବିତ୍‌ରେ ରଇବା ଲକ୍‌ ଦିନ୍‌କେ ଦିନ୍‌ ନୁଆ ଅଇ ଆଇଲାନି ।
17 କାରଣ ଏହି କ୍ଷଣକାଳସ୍ଥାୟୀ ଲଘୁ କ୍ଳେଶ ଅତ୍ୟଧିକ ବାହୁଲ୍ୟ ରୂପେ ଆମ୍ଭମାନଙ୍କ ନିମନ୍ତେ ଅନନ୍ତକାଳସ୍ଥାୟୀ ମହା ଗୌରବ ସାଧନ କରୁଅଛି; (aiōnios g166)
୧୭କାଇକେ ବଇଲେ ଆମର୍‌ ଦୁକ୍‌ କସ୍‌ଟ ସବୁ ଉନା ଅଇକରି ଚନେକର୍‌ପାଇ । ମାତର୍‌ ସେଟା ଆମ୍‌କେ ନ ସର୍‌ବା ସବୁଦିନର୍‌ ମଇମା ଆନ୍‌ସି । ସେଟା ଆମର୍‌ ଦୁକ୍‌ କସ୍‌ଟ ଟାନେଅନି ବଡ୍‌ ରଇସି । (aiōnios g166)
18 ଯେଣୁ ଆମ୍ଭେମାନେ ଦୃଶ୍ୟ ବିଷୟ ପ୍ରତି ଲକ୍ଷ୍ୟ ନ କରି ଅଦୃଶ୍ୟ ବିଷୟ ପ୍ରତି ଲକ୍ଷ୍ୟ କରୁଅଛୁ; କାରଣ ଦୃଶ୍ୟ ବିଷୟ କ୍ଷଣକାଳସ୍ଥାୟୀ, କିନ୍ତୁ ଅଦୃଶ୍ୟ ବିଷୟ ଅନନ୍ତକାଳସ୍ଥାୟୀ। (aiōnios g166)
୧୮ତେବର୍‌ ପାଇ ଆମେ ଏ ଜଗତେ ଡିସ୍‌ବା ବିସଇ ଆସା ନ କରି ନ ଡିସ୍‌ବା ବିସଇ ଆସା କଲୁନି । କାଇକେବଇଲେ ଦେକ୍‌ବା ବିସଇ ସବୁଦିନ୍‌ ନ ରଏ, ମାତର୍‌ ନ ଦେକ୍‌ବା ବିସଇ ସବୁ ଦିନର୍‌ପାଇ ରଇସି । (aiōnios g166)

< କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 4 >