< କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 13 >

1 ଏହି ତୃତୀୟ ଥର ମୁଁ ତୁମ୍ଭମାନଙ୍କ ନିକଟକୁ ଯାଉଅଛି। “ଦୁଇ ବା ତିନି ସାକ୍ଷୀଙ୍କ ମୁଖରେ ସମସ୍ତ କଥା ସ୍ଥିର କରାଯିବ।”
ଏଟାସଙ୍ଗ୍‍ ତିନ୍‌ତର୍‌ ଅଇଲାବେ ତମର୍‌ ଲଗେ ମୁଇ ଆଇଲିନି । ସାସ୍‌ତର୍‌ କଇଲାପାରା "ମଣ୍ଡଲିର୍‌ ବାଇମନର୍‌ ବିରୁଦେ ନିନ୍ଦା କାତା ଉଟ୍‌ଲେ, ସେଟା ତିନ୍‌ ଲକ୍‌ ନଇଲେ ଦୁଇଲକର୍‌ ସାକିର୍‌ ମୁଆଟେ ସବୁଜାକ ରାଜିନାମା କରାଇବାର୍‌ ଆଚେ ।
2 ଯେଉଁମାନେ ପୂର୍ବରେ ପାପ କରିଥିଲେ, ସେମାନଙ୍କୁ ଓ ଅବଶିଷ୍ଟ ସମସ୍ତଙ୍କୁ ମୁଁ ଯେପରି ପୂର୍ବେ ଦ୍ୱିତୀୟ ଥର ଉପସ୍ଥିତ ଥିବା ସମୟରେ କହିଥିଲି, ଏବେ ଅନୁପସ୍ଥିତ ଥାଇ ସେହିପରି ପୂର୍ବରୁ କହୁଅଛି ଯେ, ଯଦି ମୁଁ ପୁନର୍ବାର ଯାଏ, ତାହାହେଲେ ସେମାନଙ୍କୁ ଛାଡ଼ିବି ନାହିଁ;
ଆଗେ ପାପ୍‌କରି ରଇବା ଲକ୍‌ମନ୍‌କେ, ଆରି ଏବେ ପାପ୍‌ କଲା ଲକ୍‌ମନ୍‌କେ ମୁଇ ତମର୍‌ ଲଗେ ଦୁଇପାଲି ଆଇଲା ବେଲେ କଇରଇଲି । ମୁଇ ତେଇ ନ ଆଇବା ଆଗ୍‌ତୁ କଇଲିନି, ମୁଇ ଆରିତରେକ୍‌ ଆଇଲାବେଲେ କେ ଜଦି ତାକର୍‌ ପାପେ ଅନି ନ ବାଉଡତ୍‌, । ସେମନ୍‌କେ ଦୟା ନ ଦେକାଇ ।
3 ଯେଣୁ ଯେଉଁ ଖ୍ରୀଷ୍ଟ ମୋʼ ଠାରେ କଥା କହୁଅଛନ୍ତି, ତୁମ୍ଭେମାନେ ତାହାଙ୍କର ପ୍ରମାଣ ଖୋଜୁଅଛ;
ମୁଇ କଇବାଟା ଏ ସବୁ କିରିସ୍‌ଟର୍‌ ଆଦେସେ ଅନି ଆଚେବଲି ଜାନ୍‌ବାକେ ଚିନ୍‌ ମାଙ୍ଗ୍‌ଲାସ୍‌ନି । ମୁଇ ତମ୍‌କେ ଡଣ୍ଡ୍‌ ଦେଲାବେଲେ ସେ ଚିନ୍‌ ବିସଇ ଜାନ୍‌ସା । କିରିସ୍‌ଟ ତମର୍‌ ବିତ୍‌ରେ କାଇ କାମ୍‌ କଲେ ମିସା ବପୁର୍‌ ସଙ୍ଗ୍‍ କର୍‌ସି, ଦୁର୍‌ବଲ୍‌ ଅଇକରି ନାଇ ।
4 କିନ୍ତୁ ସେ ତୁମ୍ଭମାନଙ୍କ ପ୍ରତି ଦୁର୍ବଳ ନୁହଁନ୍ତି, ମାତ୍ର ତୁମ୍ଭମାନଙ୍କ ମଧ୍ୟରେ ଶକ୍ତିମାନ ଅଟନ୍ତି। କାରଣ ଯଦ୍ୟପି ସେ ଦୁର୍ବଳତା ହେତୁ କ୍ରୁଶାର୍ପିତ ହେଲେ, ତଥାପି ଈଶ୍ବରଙ୍କ ଶକ୍ତି ହେତୁ ସେ ଜୀବିତ। ଆମ୍ଭେମାନେ ମଧ୍ୟ ତାହାଙ୍କଠାରେ ଦୁର୍ବଳ, ମାତ୍ର ଈଶ୍ବରଙ୍କ ଶକ୍ତି ହେତୁ ଆମ୍ଭେମାନେ ତୁମ୍ଭମାନଙ୍କ ପ୍ରତି ତାହାଙ୍କ ସହିତ ଜୀବିତ ହେବା।
କାଇକେବଇଲେ କୁର୍‌ସେ ଚଗାଇଲାବେଲେ ସେ ଦୁର୍‌ବଲ୍‌ ପାରା ଡିସ୍‌ଲେ ମିସା ପର୍‌ମେସରର୍‌ ବପୁସଙ୍ଗ୍‌ ସେ ବଁଚିଆଚେ । ସେନ୍ତାରିସେ କିରିସ୍‌ଟର୍‍ତେଇ ମିସି ରଇଲାର୍‌ପାଇ ଆମେ ମିସା ଦୁର୍‌ବଲ୍‌ ପାରା ଡିସ୍‌ଲୁନି । ମାତର୍‌ ପର୍‌ମେସରର୍‌ ବପୁ ସଙ୍ଗ୍‌ ଜିଇ ରଇବୁ ଆରି ତମର୍‌ ବିତ୍‌ରେ କର୍‌ବା ଜନ୍‌ କାମେ ମିସା ତାର୍‌ ବପୁ ରଇସି ।
5 ତୁମ୍ଭେମାନେ ବିଶ୍ୱାସରେ ଅଛ କି ନାହିଁ, ସେ ବିଷୟରେ ଆପଣା ଆପଣାକୁ ପରୀକ୍ଷା କର, ଆପଣା ଆପଣାର ବିଚାର କର କିମ୍ବା ଯୀଶୁ ଖ୍ରୀଷ୍ଟ ଯେ ତୁମ୍ଭମାନଙ୍କଠାରେ ଅଛନ୍ତି, ଏହା କି ତୁମ୍ଭେମାନେ ନିଜ ନିଜ ବିଷୟରେ ଜାଣ ନାହିଁ? ଯଦି ଏହା ନ ହୁଏ, ତାହାହେଲେ ତୁମ୍ଭେମାନେ ପରୀକ୍ଷାସିଦ୍ଧ ନୁହଁ।
ତମେ ନିଜେ ନିଜେ ବିସ୍‌ବାସେ ଆଚାସ୍‌ କି ନାଇ, ବିଚାର୍‌ କରି ଦେକା । ଜିସୁକିରିସ୍‌ଟ ତମର୍‌ ବିତ୍‌ରେ ବାସା ଅଇଆଚେ ବଲି ନାଜାନାସ୍‌ କି? ତମେ ବିସ୍‌ବାସ୍‌ କରାସ୍‌ ନାଇକେ, କିରିସ୍‌ଟ ତମର୍‌ଟାନେ ବାସା ଅଏନାଇ ।
6 କିନ୍ତୁ ମୁଁ ଭରସା କରେ, ଆମ୍ଭେମାନେ ଯେ ପରୀକ୍ଷାସିଦ୍ଧ, ଏହା ତୁମ୍ଭେମାନେ ଜାଣିବ।
ମାତର୍‌ ମୁଇ ଆସା କଲିନିଜେ, ଆମେ ସବୁଲକ୍‌ କିରିସ୍‌ଟର୍‌ ପେରିତ୍‌ ଅଇଆଚୁ ।
7 ମାତ୍ର ତୁମ୍ଭେମାନେ ଯେପରି କୌଣସି ମନ୍ଦ କର୍ମ ନ କର, ଏଥିପାଇଁ ଆମ୍ଭେମାନେ ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରୁଅଛୁ; ଆମ୍ଭେମାନେ ଯେପରି ପରୀକ୍ଷାସିଦ୍ଧ ବୋଲି ଦେଖାଯାଉ, ଏଥିନିମନ୍ତେ ପ୍ରାର୍ଥନା କରୁ ନାହୁଁ, ମାତ୍ର ପରୀକ୍ଷାସିଦ୍ଧ ନ ହେବା ପରି ଦେଖାଗଲେ ସୁଦ୍ଧା ଯେପରି ତୁମ୍ଭେମାନେ ଉତ୍ତମ କାର୍ଯ୍ୟ କର, ଏଥିପାଇଁ ପ୍ରାର୍ଥନା କରୁଅଛୁ।
ତମେ କାଇ କରାପ୍‌ କାମ୍‌ ନ କରା ବଲି, ଆମେ ପର୍‌ମେସର୍‌କେ ଗୁଆରି କଲୁନି । ଇତି ପୁରାପୁରୁନ୍‌ ଟିକ୍ କରିଆଚୁ ବଲି ଆମେ ଦେକାଇବାକେ ଜାଉନାଇ, ମାତର୍‌ ସେଟା ନାପାରି ରଇଲେ ମିସା, ତମେ ଜେନ୍ତିକି ସତ୍‌କାମ୍‌ କର୍‌ସା, ଏଟାର୍‌ପାଇ ଆମେ ପାର୍‌ତନା କଲୁନି ।
8 କାରଣ ଆମ୍ଭେମାନେ ସତ୍ୟ ବିପକ୍ଷରେ କିଛି କରିପାରୁ ନାହୁଁ, କିନ୍ତୁ ସତ୍ୟ ପକ୍ଷରେ କରିପାରୁ।
ସତ୍‌ ବିସଇର୍‌ ବିରୁଦେ ଆମେ କାଇଟା ନ କରୁ, ମାତର୍‌ ତାର୍‌ ପାଇ ଟିଆ ଅଇବୁ ।
9 ଯେଣୁ ଆମ୍ଭେମାନେ ଯେତେବେଳେ ଦୁର୍ବଳ ଓ ତୁମ୍ଭେମାନେ ସବଳ, ସେତେବେଳେ ଆମ୍ଭେମାନେ ଆନନ୍ଦ କରୁ; ତୁମ୍ଭେମାନେ ଯେପରି ସିଦ୍ଧ ହୁଅ, ଏହା ମଧ୍ୟ ଆମ୍ଭେମାନେ ପ୍ରାର୍ଥନା କରୁ।
ଜଦି ଲକ୍‌ମନ୍‌ ଆମ୍‌କେ ଦୁର୍‌ବଲ୍‌ ଆଚତ୍‌ ବଲି କଇଲେ ମିସା, ଆମେ ସାର୍‌ଦାସଙ୍ଗ୍‌ ଆଚୁ । ତମେ ଆକା ବିସ୍‌ବାସେ ଡାଁଟ୍‌ ରଇବାର୍‌ଆଚେ । ଆରି ତମର୍‌ ଚଲାଚଲ୍‌ତି ସିଦ୍‌ ଅଇଜାଅ ବଲି ଆମେ ଗୁଆରି କଲୁନି ।
10 ଏଥିନିମନ୍ତେ ଅନୁପସ୍ଥିତ ହୋଇ ମୁଁ ଏହିସବୁ ଲେଖୁଅଛି, ଯେପରି ଉପସ୍ଥିତ ହୋଇ, ପ୍ରଭୁ ମୋତେ ଯେଉଁ ଅଧିକାର ଭଗ୍ନ କରିବା ନିମନ୍ତେ ନ ଦେଇ ଗଠନ କରିବା ନିମନ୍ତେ ଦେଇଅଛନ୍ତି, ସେହି ଅଧିକାର ଅନୁସାରେ କଠୋର ବ୍ୟବହାର କରିବାକୁ ମୋତେ ନ ହୁଏ।
୧୦ମୁଇ ନ ଆଇତେ ଏ ସବୁଜାକ ତମ୍‌କେ କାଇକେ ଲେକ୍‌ଲିନି ବଇଲେ, ଜେନ୍ତିକି ମୁଇ ଆଇଲାବେଲେ ମାପ୍‌ରୁ ମକେ ଦେଇରଇବା ଅଦିକାର୍‌ ସଙ୍ଗ୍‌ ତମ୍‌କେ ଡଣ୍ଡ୍‌ ଦେବାକେ ନ ପଡେ । ଜନ୍‌ ଅଦିକାର୍‌ ତମର୍‌ ବିସ୍‌ବାସ୍‌ ବଡାଇବାକେ ଦେଲାଆଚେ, ମାତର୍‌ ସେଟା ଉନା କର୍‌ବାକେ ନାଇ ।
11 ଶେଷରେ, ହେ ଭାଇମାନେ, ଆନନ୍ଦ କର, ସିଦ୍ଧ ହୁଅ, ପରସ୍ପରକୁ ଉତ୍ସାହିତ କର, ଏକମନା ହୁଅ, ଶାନ୍ତିରେ ବାସ କର, ଆଉ ପ୍ରେମ ଓ ଶାନ୍ତିର ଈଶ୍ବର ତୁମ୍ଭମାନଙ୍କ ସହିତ ରହିବେ।
୧୧ଏବେ ଏ ମର୍‌ ବାଇବଇନିମନ୍‌ ମୁଇ ରଇଲିନି । ତମର୍‌ ଚଲାଚଲ୍‌ତି ସିଦ୍‌ କର୍‌ବାକେ ଜବର୍‌ ଚେସ୍‌ଟା କରା । ମର୍‌ ଆଦେସ୍‌ ସବୁ ମାନିକରି ରୁଆ । ସବୁଲକ୍‍ ଗଟେକ୍‌ ମନ୍‌ ଅଇକରି ସାନ୍ତିଅଇ ରୁଆ । ତେବେ ଆଲାଦ୍‌ ଆରି ସାନ୍ତିର୍‌ ପର୍‌ମେସର୍‌ ତମର୍‌ ସଙ୍ଗ୍‍ ରଇସି ।
12 ପବିତ୍ର ଚୁମ୍ବନ ଦେଇ ପରସ୍ପରକୁ ନମସ୍କାର କର।
୧୨ତମେ ରୁଣ୍ଡ୍‌ଲା ବେଲେ ନିଜର୍‌ ନିଜର୍‌ ବିତ୍‌ରେ କିରିସ୍‌ଟର୍‌ ଆଲାଦେ ଜୁଆର୍‌ବେଟ୍‌ ଉଆ ।
13 ସମସ୍ତ ସାଧୁ ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛନ୍ତି।
୧୩ଇତି ରଇବା ପର୍‌ମେସରର୍‌ ଲକ୍‌ମନ୍‌ ତମ୍‌କେ ଜୁଆର୍‌ ଜାନାଇଲାଇନି ।
14 ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ, ଈଶ୍ବରଙ୍କ ପ୍ରେମ ଓ ପବିତ୍ର ଆତ୍ମାଙ୍କ ସହଭାଗିତା ତୁମ୍ଭ ସମସ୍ତଙ୍କ ସହବର୍ତ୍ତୀ ହେଉ।
୧୪ଆମର୍‌ ମାପ୍‌ରୁ ଜିସୁକିରିସ୍‌ଟର୍‌ ଜିବନ୍‌ ଦୁକାଇଲାଟା, ପର୍‌ମେସରର୍‌ ଆଲାଦ୍‌ ଆରି ସୁକଲ୍‌ ଆତ୍‌ମାର୍‍ ମିସିକରି ରଇବାଟା, ତମର୍‌ ସବୁ ଲକର୍‌ ସଙ୍ଗ୍‍ ରଅ । ଜୁଆର୍‌ ।

< କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 13 >