< କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 12 >

1 ଯଦ୍ୟପି ଦର୍ପ କରିବା ହିତକର ନୁହେଁ, ତଥାପି ମୋତେ ଦର୍ପ କରିବାକୁ ପଡ଼ୁଅଛି; ମୁଁ ପ୍ରଭୁଙ୍କ ଦର୍ଶନ ଓ ପ୍ରକାଶିତ ବିଷୟ କହିବି।
ⲁ̅ⲉϣϫⲉϣϣⲉ ⲉϣⲟⲩϣⲟⲩ ⲛⲥ̅ⲣ̅ⲛⲟϥⲣⲉ ⲙⲉⲛ ⲁⲛ. ϯⲛⲏⲩ ⲇⲉ ⲉϩⲉⲛⲟⲩⲱⲛϩ̅ ⲉⲃⲟⲗ ⲙⲛ̅ⲟⲩϭⲱⲗⲡ̅ ⲉⲃⲟⲗ ⲛ̅ⲧⲉⲡϫⲟⲉⲓⲥ·
2 ମୁଁ ଖ୍ରୀଷ୍ଟାଶ୍ରିତ ଜଣେ ଲୋକକୁ ଜାଣେ, ସେ ଚଉଦ ବର୍ଷ ପୂର୍ବେ ତୃତୀୟ ସ୍ୱର୍ଗ ପର୍ଯ୍ୟନ୍ତ ନୀତ ହେଲା, (ସେ ଶରୀରରେ ଥିଲା କି ଶରୀରର ବାହାରେ ଥିଲା, ମୁଁ ଜାଣେ ନାହିଁ; ଈଶ୍ବର ଜାଣନ୍ତି)।
ⲃ̅ϯⲥⲟⲟⲩⲛ ⲛ̅ⲟⲩⲣⲱⲙⲉ ϩⲙ̅ⲡⲉⲭ̅ⲥ̅ ϩⲁⲑⲏ ⲙ̅ⲙⲛ̅ⲧⲁϥⲧⲉ ⲛ̅ⲣⲟⲙⲡⲉ. ⲉⲓⲧⲉ ⲉϥϩⲙ̅ⲡⲥⲱⲙⲁ ⲛ̅ϯⲥⲟⲟⲩⲛ ⲁⲛ. ⲉⲓⲧⲉ ⲉϥⲙ̅ⲡⲃⲟⲗ ⲙ̅ⲡⲥⲱⲙⲁ ⲛ̅ϯⲥⲟⲟⲩⲛ ⲁⲛ. ⲡⲛⲟⲩⲧⲉ ⲡⲉⲧⲥⲟⲟⲩⲛ. ⲉⲁⲩⲧⲱⲣⲡ̅ ⲙ̅ⲡⲁⲓ̈ ⲛ̅ⲧⲉⲉⲓⲙⲓⲛⲉ ϣⲁⲧⲙⲉϩϣⲟⲙⲧⲉ ⲙ̅ⲡⲉ.
3 ହଁ, ମୁଁ ଏହିପରି ଜଣେ ଲୋକକୁ ଜାଣେ, ସେ ପାରଦୀଶକୁ ନୀତ ହେଲା (ସେ ଶରୀରରେ ଥିଲା କି ଶରୀରର ବାହାରେ ଥିଲା, ମୁଁ ଜାଣେ ନାହିଁ; ଈଶ୍ବର ଜାଣନ୍ତି)।
ⲅ̅ⲁⲩⲱ ϯⲥⲟⲟⲩⲛ ⲙ̅ⲡⲉⲓ̈ⲣⲱⲙⲉ ⲛ̅ⲧⲉⲓ̈ⲙⲓⲛⲉ. ⲉⲓⲧⲉ ϩⲙ̅ⲡⲥⲱⲙⲁ. ⲉⲓⲧⲉ ⲡⲃⲟⲗ ⲙ̅ⲡⲥⲱⲙⲁ. ⲡⲛⲟⲩⲧⲉ ⲡⲉⲧⲥⲟⲟⲩⲛ
4 ଆଉ ଯାହା ମନୁଷ୍ୟ ପକ୍ଷରେ କହିବା ବିଧେୟ ନୁହେଁ, ଏପରି ଅକଥନୀୟ ବାକ୍ୟ ଶ୍ରବଣ କଲା।
ⲇ̅ϫⲉ ⲁⲩⲧⲟⲣⲡϥ̅ ⲉⲡⲡⲁⲣⲁⲇⲓⲥⲟⲥ. ⲁⲩⲱ ⲁϥⲥⲱⲧⲙ̅ ⲉϩⲉⲛϣⲁϫⲉ ⲉⲩϩⲏⲡ ⲛⲁⲓ̈ ⲉⲧⲉⲛ̅ⲥⲧⲟ ⲁⲛ ⲉϫⲟⲟⲩ ⲉⲣⲱⲙⲉ.
5 ଏହିପରି ଜଣକ ବିଷୟରେ ମୁଁ ଦର୍ପ କରିବି, କିନ୍ତୁ ମୋʼ ନିଜ ବିଷୟରେ ମୋହର ଦୁର୍ବଳତା ବିନା ଆଉ କାହିଁରେ ଦର୍ପ କରିବି ନାହିଁ।
ⲉ̅ⲉⲓ̈ⲛⲁϣⲟⲩϣⲟⲩ ⲙ̅ⲙⲟⲓ̈ ϩⲁⲡⲁⲓ̈ ⲛ̅ⲧⲉⲓ̈ⲙⲓⲛⲉ. ϩⲁⲣⲟⲓ̈ ⲇⲉ ⲛ̅ⲛⲁϣⲟⲩϣⲟⲩ ⲙ̅ⲙⲟⲓ̈ ⲉⲓⲙⲏⲧⲓ ϩⲛ̅ⲙ̅ⲙⲛ̅ⲧϭⲱⲃ.
6 ଆଉ ଦର୍ପ କରିବାକୁ ଇଚ୍ଛା କଲେ ହେଁ ମୁଁ ନିର୍ବୋଧ ହେବି ନାହିଁ, ଯେଣୁ ମୁଁ ସତ୍ୟ କହିବି କିନ୍ତୁ କାଳେ କୌଣସି ଲୋକ ମୋତେ ଯେପ୍ରକାର ଦେଖେ କିମ୍ବା ମୋʼଠାରୁ ଯେପ୍ରକାର ଶୁଣେ, ମୋʼ ପ୍ରତି ପ୍ରକାଶିତ ବିଷୟରେ ଅତ୍ୟଧିକ ଶ୍ରେଷ୍ଠତା ହେତୁ ଯେପରି ମୋʼ ବିଷୟରେ ଅଧିକ ବୋଧ ନ କରେ, ଏଥିପାଇଁ ମୁଁ କ୍ଷାନ୍ତ ହୋଇଥାଏ।
ⲋ̅ⲉⲓ̈ϣⲁⲛⲟⲩⲉϣϣⲟⲩϣⲟⲩ ⲅⲁⲣ ⲙ̅ⲙⲟⲓ̈ ⲛ̅ϯⲛⲁϣⲱⲡⲉ ⲁⲛ ⲛ̅ⲁⲑⲏⲧ· ⲟⲩⲙⲉ ⲅⲁⲣ ⲧⲉϯϫⲱ ⲙ̅ⲙⲟⲥ. ϯϯⲥⲟ ⲇⲉ ϫⲉ ⲙ̅ⲡⲣ̅ⲧⲣⲉⲟⲩⲁ ⲙⲉⲉⲩⲉ ⲉⲣⲟⲓ̈ ⲉϩⲟⲩⲉⲑⲉ ⲉⲧϥ̅ⲛⲁⲩ ⲉⲣⲟⲓ̈ ⲙ̅ⲙⲟⲥ. ⲏ̅ ⲉϥⲥⲱⲧⲙ̅ ⲉⲃⲟⲗ ϩⲓⲧⲟⲟⲧ.
7 ଏଣୁ ମୁଁ ଯେପରି ଅତିଶୟ ଗର୍ବୀ ନ ହୁଏ, ଏଥିନିମନ୍ତେ ମୋହର ଶରୀରରେ ଗୋଟିଏ କଣ୍ଟକ ଦିଆଗଲା, ମୋତେ ପ୍ରହାର କରିବା ପାଇଁ ଶୟତାନର ଦୂତକୁ ପଠାଗଲା, ଯେପରି ମୁଁ ଅତିଶୟ ଗର୍ବୀ ନ ହୁଏ।
ⲍ̅ⲁⲩⲱ ϫⲉⲕⲁⲁⲥ ⲉⲛⲛⲁϫⲓⲥⲉ ⲛ̅ϩⲏⲧ ϩⲛ̅ⲧⲙⲛ̅ⲧⲛⲟϭ ⲛ̅ⲁⲡⲟⲕⲁⲗⲩⲯⲓⲥ. ⲁⲩϯ ⲛ̅ⲟⲩⲥⲟⲩⲣⲉ ⲉⲧⲁⲥⲁⲣⲝ̅. ⲡⲁⲅⲅⲉⲗⲟⲥ ⲙ̅ⲡⲥⲁⲧⲁⲛⲁⲥ ϫⲉ ⲉϥⲉϯⲕⲗⲯ̅ ⲉϫⲱⲓ̈ ϫⲉ ⲛ̅ⲛⲁϫⲓⲥⲉ ⲙ̅ⲙⲟⲓ̈.
8 ଯେପରି ତାହା ମୋʼଠାରୁ ଦୂର ହୁଏ, ଏଥିପାଇଁ ମୁଁ ପ୍ରଭୁଙ୍କୁ ସେ ବିଷୟରେ ତିନି ଥର ବିନତି କଲି।
ⲏ̅ⲁⲓ̈ⲥⲉⲡⲥ̅ⲡϫⲟⲉⲓⲥ ⲛ̅ϣⲙ̅ⲧⲥⲱⲱⲡ ⲉⲧⲃⲉⲡⲁⲓ̈ ϫⲉ ⲉϥⲉⲥⲁϩⲱϥ ⲉⲃⲟⲗ ⲙ̅ⲙⲟⲓ̈.
9 ଆଉ, ସେ ମୋତେ କହିଅଛନ୍ତି, “ଆମ୍ଭର ଅନୁଗ୍ରହ ତୁମ୍ଭ ନିମନ୍ତେ ଯଥେଷ୍ଟ, କାରଣ ଦୁର୍ବଳତାରେ ଆମ୍ଭର ଶକ୍ତି ସିଦ୍ଧ ହୁଏ।” ଅତଏବ, ଯେପରି ଖ୍ରୀଷ୍ଟଙ୍କ ଶକ୍ତି ମୋ ଉପରେ ଅବସ୍ଥାନ କରେ, ଏଥିପାଇଁ ମୁଁ ଅତି ଆନନ୍ଦରେ ବରଂ ମୋହର ଦୁର୍ବଳତାରେ ଦର୍ପ କରିବି।
ⲑ̅ⲁⲩⲱ ⲡⲉϫⲁϥ ⲛⲁⲓ̈ ϫⲉ ϩⲱ ⲉⲣⲟⲕ ⲉⲧⲁⲭⲁⲣⲓⲥ ⲉϣⲁⲣⲉⲧϭⲟⲙ ⲅⲁⲣ ϫⲱⲕ ⲉⲃⲟⲗ ϩⲛ̅ⲧⲙⲛ̅ⲧϭⲱⲃ. ϩⲛ̅ⲟⲩⲙ̅ⲧⲟⲛ ϭⲉ ⲛ̅ϩⲏⲧ ⲛ̅ϩⲟⲩⲟ ϯⲛⲁϣⲟⲩϣⲟⲩ ⲙ̅ⲙⲟⲓ̈ ϩⲛ̅ⲛⲁⲁⲥⲑⲉⲛⲓⲁ. ϫⲉⲕⲁⲥ ⲉⲥⲉⲟⲩⲱϩ ⲉϩⲣⲁⲓ̈ ⲉϫⲱⲓ̈ ⲛ̅ϭⲓⲧϭⲟⲙ ⲙ̅ⲡⲉⲭ̅ⲥ̅.
10 ତେଣୁ ଖ୍ରୀଷ୍ଟଙ୍କ ନିମନ୍ତେ ଦୁର୍ବଳତାରେ, ଅପମାନରେ, ଦୁର୍ଦ୍ଦଶାରେ, ତାଡ଼ନାରେ, ସଙ୍କଟରେ ମୁଁ ସନ୍ତୁଷ୍ଟ ହୁଏ; କାରଣ ଯେତେବେଳେ ମୁଁ ଦୁର୍ବଳ, ସେତେବେଳେ ମୁଁ ବଳବାନ।
ⲓ̅ⲉⲧⲃⲉⲡⲁⲓ̈ ϭⲉ ϯⲧⲏⲧ ⲛ̅ϩⲏⲧ ⲉϣⲱⲡⲉ ϩⲛ̅ϩⲉⲛⲙⲛ̅ⲧⲁⲧϭⲟⲙ ϩⲛ̅ϩⲉⲛⲥⲱϣ. ϩⲛ̅ϩⲉⲛⲁⲛⲁⲅⲕⲏ. ϩⲛ̅ϩⲉⲛⲇⲓⲱⲅⲙⲟⲥ. ⲙⲛ̅ϩⲉⲛⲗⲱϫϩ̅ ϩⲁⲡⲉⲭ̅ⲥ̅. ϩⲟⲧⲁⲛ ⲅⲁⲣ ⲉⲓ̈ϣⲁⲛⲣ̅ⲁⲧϭⲟⲙ. ⲧⲟⲧⲉ ϣⲁⲓ̈ϭⲙ̅ϭⲟⲙ.
11 ମୁଁ ନିର୍ବୋଧ ହୋଇଅଛି, ତୁମ୍ଭେମାନେ ମୋତେ ବାଧ୍ୟ କଲ, କାରଣ ମୋହର ପ୍ରଶଂସା କରିବା ତୁମ୍ଭମାନଙ୍କର ଉଚିତ୍ ଥିଲା; ଯେଣୁ ଯଦ୍ୟପି ମୁଁ କିଛି ନୁହେଁ, ତଥାପି କୌଣସି ବିଷୟରେ ସେହି ଶ୍ରେଷ୍ଠତମ ପ୍ରେରିତମାନଙ୍କ ଅପେକ୍ଷା ଊଣା ନୁହେଁ।
ⲓ̅ⲁ̅ⲁⲓ̈ϣⲱⲡⲉ ⲛ̅ⲁⲑⲏⲧ. ⲛ̅ⲧⲱⲧⲛ̅ ⲁⲧⲉⲧⲛ̅ⲁⲛⲁⲅⲕⲁⲍⲉ ⲙ̅ⲙⲟⲓ̈. ⲁⲛⲟⲕ ⲅⲁⲣ ⲉϣϣⲉ ⲡⲉ ⲉⲧⲣⲉⲩⲥⲩⲛϩⲓⲥⲧⲁ ⲙ̅ⲙⲟⲓ̈ ϩⲓⲧⲉⲧⲏⲩⲧⲛ̅. ⲙ̅ⲡⲓϣⲱⲱⲧ ⲅⲁⲣ ⲛ̅ⲗⲁⲁⲩ ⲡⲁⲣⲁⲛ̅ⲛⲟϭ ⲛ̅ⲁⲡⲟⲥⲧⲟⲗⲟⲥ. ⲉϣϫⲉⲁⲛⲅ̅ⲟⲩⲗⲁⲁⲩ ⲟⲛ
12 ଯେ ସମସ୍ତ ଚିହ୍ନ ଓ ଅଦ୍ଭୁତ କର୍ମ ପୁଣି, ଶକ୍ତିର କାର୍ଯ୍ୟ ପ୍ରେରିତଙ୍କ ଲକ୍ଷଣ ସ୍ୱରୂପ, ସେହିସବୁ ପ୍ରକୃତରେ ତୁମ୍ଭମାନଙ୍କ ମଧ୍ୟରେ ସମ୍ପୂର୍ଣ୍ଣ ଧୈର୍ଯ୍ୟ ସହକାରେ ସାଧିତ ହୋଇଅଛି।
ⲓ̅ⲃ̅ⲙ̅ⲙⲁⲉⲓⲛ ⲛ̅ⲧⲙⲛ̅ⲧⲁⲡⲟⲥⲧⲟⲗⲟⲥ ⲁⲓ̈ⲁⲁⲩ ⲛ̅ϩⲏⲧⲧⲏⲩⲧⲛ̅. ϩⲛ̅ϩⲩⲡⲟⲙⲟⲛⲏ ⲛⲓⲙ. ϩⲛ̅ϩⲉⲛⲙⲁⲉⲓⲛ. ⲙⲛ̅ϩⲉⲛϣⲡⲏⲣⲉ. ⲙⲛ̅ϩⲉⲛϭⲟⲙ.
13 କାରଣ ମୁଁ ନିଜେ ଯେ ତୁମ୍ଭମାନଙ୍କର ଭାର ସ୍ୱରୂପ ହୋଇ ନାହିଁ, ଏହି ଗୋଟିଏ ବିଷୟ ଛଡ଼ା ଅବଶିଷ୍ଟ ମଣ୍ଡଳୀ-ସମୂହଠାରୁ ତୁମ୍ଭେମାନେ କାହିଁରେ ନିକୃଷ୍ଟ ହୋଇଅଛ? ମୋହର ଏହି ଦୋଷ କ୍ଷମା କର।
ⲓ̅ⲅ̅ⲟⲩ ⲅⲁⲣ ⲡⲉⲛⲧⲁⲧⲉⲧⲛϣⲱⲱⲧ ⲙ̅ⲙⲟϥ ⲡⲁⲣⲁⲡⲕⲉⲥⲉⲉⲡⲉ ⲛ̅ⲛ̅ⲉⲕⲕⲗⲏⲥⲓⲁ ⲉⲓⲙⲏⲧⲉⲓ ϫⲉ ⲁⲛⲟⲕ ⲙ̅ⲡⲓⲟⲩⲉϩϩⲓⲥⲉ ⲉⲣⲱⲧⲛ̅. ⲕⲱ ⲛⲁⲓ̈ ⲉⲃⲟⲗ ⲙ̅ⲡⲉⲓ̈ϫⲓ ⲛ̅ϭⲟⲛⲥ̅.
14 ଦେଖ, ମୁଁ ତୁମ୍ଭମାନଙ୍କ ନିକଟକୁ ଯିବା ନିମନ୍ତେ ଏହି ତୃତୀୟ ଥର ପ୍ରସ୍ତୁତ ଅଛି, ଆଉ ମୁଁ ତୁମ୍ଭମାନଙ୍କର ଭାର ସ୍ୱରୂପ ହେବି ନାହିଁ, କାରଣ ମୁଁ ତୁମ୍ଭମାନଙ୍କର ଧନ ନ ଖୋଜି ତୁମ୍ଭମାନଙ୍କୁ ଖୋଜୁଅଛି। ଯେଣୁ ସନ୍ତାନସନ୍ତତିମାନଙ୍କର ପିତାମାତାମାନଙ୍କ ନିମନ୍ତେ ସଞ୍ଚୟ କରିବା ଉଚିତ୍ ନୁହେଁ, ମାତ୍ର ସନ୍ତାନସନ୍ତତିମାନଙ୍କ ନିମନ୍ତେ ପିତାମାତାଙ୍କର ସଞ୍ଚୟ କରିବା ଉଚିତ।
ⲓ̅ⲇ̅ⲡⲙⲉϩϣⲟⲙⲛ̅ⲧ ⲛ̅ⲥⲟⲡ ⲡⲉ ⲡⲁⲓ̈ ϯⲥⲃ̅ⲧⲱⲧ ⲉⲉⲓ ϣⲁⲣⲱⲧⲛ̅. ⲁⲩⲱ ⲛ̅ϯⲛⲁⲟⲩⲉϩϩⲓⲥⲉ ⲉⲣⲱⲧⲛ̅ ⲁⲛ. ⲛ̅ⲛⲉⲓ̈ϣⲓⲛⲉ ⲅⲁⲣ ⲁⲛ ⲛ̅ⲥⲁⲛⲉⲧⲛ̅ⲛ̅ⲕⲁ. ⲁⲗⲗⲁ ⲛ̅ⲥⲱⲧⲛ̅. ⲛ̅ⲉϣϣⲉ ⲅⲁⲣ ⲁⲛ ⲉⲛϣⲏⲣⲉ ⲉⲥⲱⲟⲩϩ ⲉϩⲟⲩⲛ ⲛ̅ⲛ̅ⲉⲓⲟⲧⲉ. ⲁⲗⲗⲁ ⲛ̅ⲉⲓⲟⲧⲉ ⲛ̅ⲛ̅ϣⲏⲣⲉ.
15 ଆଉ, ମୁଁ ତୁମ୍ଭମାନଙ୍କ ଆତ୍ମା ନିମନ୍ତେ ମହାନନ୍ଦରେ ବ୍ୟୟ କରିବି, ହଁ, ମୋହର ପ୍ରାଣ ସୁଦ୍ଧା ବ୍ୟୟ କରିବି। ମୁଁ ତୁମ୍ଭମାନଙ୍କୁ ଅଧିକ ପ୍ରଚୁରଭାବେ ପ୍ରେମ କରୁଅଛି ବୋଲି କଅଣ ଊଣା ପ୍ରେମ ପ୍ରାପ୍ତ ହେଉଅଛି?
ⲓ̅ⲉ̅ⲁⲛⲟⲕ ⲇⲉ ϩⲛ̅ⲟⲩⲡⲓⲑⲉ ϯϫⲟ ⲉⲃⲟⲗ ⲁⲩⲱ ⲥⲉⲛⲁϫⲟⲓ̈ ⲉⲃⲟⲗ ϩⲁⲛⲉⲧⲙ̅ⲯⲩⲭⲏ. ⲉϣϫⲉϯⲙⲉ ⲙ̅ⲙⲱⲧⲛ̅ ⲉⲙⲁⲧⲉ ⲉⲧⲉⲧⲛ̅ⲙⲉ ⲁⲛⲟⲕ ⲙ̅ⲙⲟⲓ̈ ⲛ̅ⲟⲩϣⲏⲙ.
16 କିନ୍ତୁ ଯାହା ହେଉ, ମୁଁ ନିଜେ ତୁମ୍ଭମାନଙ୍କୁ ଭାରଗ୍ରସ୍ତ କଲି ନାହିଁ, ମାତ୍ର ଧୂର୍ତ୍ତ ହୋଇ ମୁଁ ତୁମ୍ଭମାନଙ୍କୁ ଛଳରେ ଧରିଲି!
ⲓ̅ⲋ̅ⲉⲥⲧⲱ ⲇⲉ ⲁⲛⲟⲕ ⲙ̅ⲡⲓⲃⲁⲣⲉⲓ ⲙ̅ⲙⲱⲧⲛ̅. ⲁⲗⲗⲁ ⲉⲓ̈ⲟ ⲙ̅ⲡⲁⲛⲟⲩⲣⲅⲟⲥ ⲁⲓ̈ϫⲓⲧⲏⲩⲧⲛ̅ ⲛ̅ⲕⲣⲟϥ.
17 ମୁଁ ତୁମ୍ଭମାନଙ୍କ ନିକଟକୁ ଯେଉଁମାନଙ୍କୁ ପଠାଇଅଛି, ସେମାନଙ୍କ ମଧ୍ୟରୁ କୌଣସି ଜଣକ ଦ୍ୱାରା କି ତୁମ୍ଭମାନଙ୍କଠାରୁ କିଛି ଲାଭ କରିଅଛି?
ⲓ̅ⲍ̅ⲙⲏ ⲁⲓ̈ϥⲉϭⲧⲏⲩⲧⲛ̅ ϩⲓⲧⲛ̅ⲗⲁⲁⲩ ⲛ̅ⲛⲉⲛⲧⲁⲓ̈ⲧⲛ̅ⲛⲟⲟⲩⲥⲉ ϣⲁⲣⲱⲧⲛ̅.
18 ମୁଁ ତୀତସଙ୍କୁ ଯିବା ନିମନ୍ତେ ଅନୁରୋଧ କରିଥିଲି, ପୁଣି, ତାହାଙ୍କ ସହିତ ସେହି ଭାଇଙ୍କୁ ପଠାଇଥିଲି। ତୀତସ କି ତୁମ୍ଭମାନଙ୍କଠାରୁ କିଛି ଲାଭ କରିଅଛନ୍ତି? ଆମ୍ଭେମାନେ କଅଣ ଏକ ଆତ୍ମାରେ ଆଚରଣ କରି ନାହୁଁ? ଆମ୍ଭେମାନେ କଅଣ ଏକ ପଦଚିହ୍ନରେ ଗମନ କରି ନାହୁଁ?
ⲓ̅ⲏ̅ⲁⲓ̈ⲡⲁⲣⲁⲕⲁⲗⲓ ⲛ̅ⲧⲓⲧⲟⲥ ⲁⲩⲱ ⲁⲓⲧⲛ̅ⲛⲉⲩⲡⲥⲟⲛ ⲛⲙ̅ⲙⲁϥ. ⲙⲏⲧⲓ ⲁⲧⲓⲧⲟⲥ ϥⲉϭⲧⲏⲩⲧⲛ̅. ⲛ̅ⲧⲁⲛⲙⲟⲟϣⲉ ⲁⲛ ϩⲙ̅ⲡⲓⲡ̅ⲛ̅ⲁ̅ ⲛ̅ⲟⲩⲱⲧ. ϩⲛ̅ⲛⲓϩⲓⲟⲟⲩⲉ ⲁⲛ ⲛ̅ⲟⲩⲱⲧ.
19 ଏପର୍ଯ୍ୟନ୍ତ ତୁମ୍ଭେମାନେ ଭାବୁଅଛ ଯେ, ଆମ୍ଭେମାନେ ତୁମ୍ଭମାନଙ୍କ ନିକଟରେ ଦୋଷ କଟାଉଅଛୁ। ଈଶ୍ବରଙ୍କ ସାକ୍ଷାତରେ ଖ୍ରୀଷ୍ଟଙ୍କ ସେବକ ସ୍ୱରୂପେ ଆମ୍ଭେମାନେ କଥା କହୁଅଛୁ। କିନ୍ତୁ ହେ ପ୍ରିୟମାନେ, ସମସ୍ତ ବିଷୟ ତୁମ୍ଭମାନଙ୍କ ନିଷ୍ଠା ନିମନ୍ତେ କହୁଅଛୁ।
ⲓ̅ⲑ̅ⲙⲉϣⲁⲕ ⲉⲧⲉⲧⲛⲙⲉⲉⲩⲉ ϫⲉ ⲉⲛⲁⲡⲟⲗⲟⲅⲓⲍⲉ ⲛⲏⲧⲛ̅ ⲙ̅ⲡⲉⲙⲧⲟ ⲉⲃⲟⲗ ⲙ̅ⲡⲛⲟⲩⲧⲉ ⲉⲛϣⲁϫⲉ ϩⲙ̅ⲡⲉⲭ̅ⲥ̅. ⲉⲛⲉⲓⲣⲉ ⲇⲉ ⲙ̅ⲡⲧⲏⲣϥ̅ ⲛⲁⲙⲉⲣⲁⲧⲉ ϩⲁⲡⲉⲧⲛ̅ⲕⲱⲧ.
20 କାରଣ କାଳେ ଅବା ମୁଁ ଉପସ୍ଥିତ ହେଲେ, ତୁମ୍ଭମାନଙ୍କୁ ଯେପରି ଦେଖିବାକୁ ଇଚ୍ଛା କରୁଅଛି, ସେପରି ତୁମ୍ଭମାନଙ୍କୁ ନ ଦେଖେ, ଆଉ, ତୁମ୍ଭେମାନେ ମୋତେ ଯେପରି ଦେଖିବାକୁ ଇଚ୍ଛା ନ କର, ସେପରି ମୋତେ ଦେଖ, ଏଥିପାଇଁ ମୁଁ ଭୟ କରୁଅଛି; କାଳେ ଅବା ବିବାଦ, ଈର୍ଷା, କ୍ରୋଧ, ଦଳାଦଳି, ପରନିନ୍ଦା, କାନକୁହାକୋହି, ଦାମ୍ଭିକତା, ଗଣ୍ଡଗୋଳ ହୁଏ;
ⲕ̅ϯⲣ̅ϩⲟⲧⲉ ⲅⲁⲣ ϫⲉ ⲙⲏⲡⲟⲧⲉ ⲧⲁⲉⲓ ϣⲁⲣⲱⲧⲛ̅ ⲧⲁϩⲉ ⲉⲣⲱⲧⲛ̅ ⲛ̅ⲑⲉ ⲉⲛϯⲟⲩⲁϣⲥ̅ ⲁⲛ. ⲁⲩⲱ ⲛ̅ⲧⲉⲧⲛ̅ϩⲉ ⲉⲣⲟⲓ̈ ⲛ̅ⲑⲉ ⲉⲛⲧⲉⲧⲛ̅ⲟⲩⲁϣⲧ̅ ⲙ̅ⲙⲟⲥ ⲁⲛ. ⲙⲏⲡⲟⲧⲉ ϩⲉⲛϯⲧⲱⲛ ⲛⲉ. ⲙⲛ̅ϩⲉⲛⲕⲱϩ. ⲙⲛ̅ϩⲉⲛϭⲱⲛⲧ̅ ⲙⲛ̅ϩⲉⲛϫⲟⲕϫⲕ̅. ⲙⲛ̅ϩⲉⲛⲕⲁⲧⲁⲗⲁⲗⲓⲁ. ⲙⲛ̅ϩⲉⲛⲕⲁⲥⲕⲥ̅. ⲙⲛ̅ϩⲉⲛϫⲓⲥⲉ ⲛ̅ϩⲏⲧ. ⲙⲛ̅ϩⲉⲛϣⲧⲟⲣⲧⲣ̅.
21 କାଳେ ମୁଁ ପୁନର୍ବାର ଉପସ୍ଥିତ ହେଲେ ମୋହର ଈଶ୍ବର ତୁମ୍ଭମାନଙ୍କ ସମ୍ବନ୍ଧରେ ମୋତେ ପୁନର୍ବାର ଅବନତ କରନ୍ତି, ପୁଣି, ଯେଉଁମାନେ ପୂର୍ବରେ ପାପ କରିଅଛନ୍ତି, ଆଉ ଆପଣା ଆପଣା କୃତ ଅଶୁଚିତା, ବ୍ୟଭିଚାର ଓ କାମୁକତା ସକାଶେ ଅନୁତାପ କରି ନାହାନ୍ତି, ଏପରି ଅନେକ ଲୋକଙ୍କ ନିମନ୍ତେ ମୁଁ ଶୋକ କରେ।
ⲕ̅ⲁ̅ⲙⲏⲡⲟⲧⲉ ⲟⲛ ⲧⲁⲉⲓ ⲛ̅ⲧⲉⲡⲁⲛⲟⲩⲧⲉ ⲑⲃ̅ⲃⲓⲟⲓ̈ ⲉⲧⲃⲉⲧⲏⲩⲧⲛ̅ ⲧⲁⲣ̅ϩⲏⲃⲉ ⲛ̅ⲟⲩⲙⲏⲏϣⲉ ⲉⲁⲩⲣ̅ⲛⲟⲃⲉ ϫⲓⲛⲛ̅ϣⲟⲣⲡ̅. ⲁⲩⲱ ⲙ̅ⲡⲟⲩⲙⲉⲧⲁⲛⲟⲓ̈ ⲉϩⲣⲁⲓ̈ ⲉϫⲛ̅ⲧⲁⲕⲁⲑⲁⲣⲥⲓⲁ. ⲙⲛ̅ⲧⲡⲟⲣⲛⲓⲁ. ⲙⲛ̅ⲡⲥⲱⲱϥ ⲉⲛⲧⲁⲩⲁⲁϥ·

< କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 12 >