< କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 10 >
1 ତୁମ୍ଭମାନଙ୍କ ସାକ୍ଷାତରେ ତୁମ୍ଭମାନଙ୍କ ମଧ୍ୟରେ ନମ୍ର, କିନ୍ତୁ ଅସାକ୍ଷାତରେ ତୁମ୍ଭମାନଙ୍କ ପ୍ରତି ସାହସିକ ଯେ ମୁଁ ପାଉଲ, ମୁଁ ନିଜେ ଖ୍ରୀଷ୍ଟଙ୍କ ମୃଦୁ ଓ କୋମଳ ଭାବ ସ୍ମରଣ କରାଇ ତୁମ୍ଭମାନଙ୍କୁ ଅନୁରୋଧ କରେ;
යුෂ්මත්ප්රත්යක්ෂේ නම්රඃ කින්තු පරෝක්ෂේ ප්රගල්භඃ පෞලෝ(අ)හං ඛ්රීෂ්ටස්ය ක්ෂාන්ත්යා විනීත්යා ච යුෂ්මාන් ප්රාර්ථයේ|
2 ହଁ, ମୁଁ ପ୍ରାର୍ଥନା କରୁଅଛି ଯେ, ଆମ୍ଭେମାନେ ଶାରୀରିକ ଭାବାନୁସାରେ ଆଚରଣ କରୁଅଛୁ ବୋଲି ଯେଉଁମାନେ ମନେ କରନ୍ତି, ଏପରି କାହାରି କାହାରି ବିରୁଦ୍ଧରେ ସାହସ ଦେଖାଇବା ନିମନ୍ତେ ମୁଁ ଯେଉଁ ସଂକଳ୍ପ କରିଅଛି, ଉପସ୍ଥିତ ହୋଇ ଯେପରି ମୋତେ ସେହି ପ୍ରକାର ସାହସ ଦେଖାଇବାକୁ ନ ହୁଏ;
මම ප්රාර්ථනීයමිදං වයං යෛඃ ශාරීරිකාචාරිණෝ මන්යාමහේ තාන් ප්රති යාං ප්රගල්භතාං ප්රකාශයිතුං නිශ්චිනෝමි සා ප්රගල්භතා සමාගතේන මයාචරිතව්යා න භවතු|
3 କାରଣ ଆମ୍ଭେମାନେ ଶରୀରରେ ଥାଇ ଆଚରଣ କରୁଅଛୁ ସତ୍ୟ, କିନ୍ତୁ ଆମ୍ଭେମାନେ ଶାରୀରିକ ଭାବରେ ଯୁଦ୍ଧ କରୁ ନାହୁଁ,
යතඃ ශරීරේ චරන්තෝ(අ)පි වයං ශාරීරිකං යුද්ධං න කුර්ම්මඃ|
4 (ଯେଣୁ ଆମ୍ଭମାନଙ୍କ ଯୁଦ୍ଧର ଅସ୍ତ୍ରଶସ୍ତ୍ର ଶାରୀରିକ ନୁହେଁ, ମାତ୍ର ଦୃଢ଼ ଗଡ଼ ଭୂମିସାତ୍ କରିବା ନିମନ୍ତେ ଈଶ୍ବରଙ୍କ ଦୃଷ୍ଟିରେ ସେହିସବୁ ଶକ୍ତିଯୁକ୍ତ ଅଟେ);
අස්මාකං යුද්ධාස්ත්රාණි ච න ශාරීරිකානි කින්ත්වීශ්වරේණ දුර්ගභඤ්ජනාය ප්රබලානි භවන්ති,
5 ଆମ୍ଭେମାନେ ତର୍କବିତର୍କସବୁ ଓ ଈଶ୍ବରଙ୍କ ଜ୍ଞାନ ବିରୁଦ୍ଧରେ ଉତ୍ଥିତ ସମସ୍ତ ଉଚ୍ଚ ବିଷୟ ଭୂମିସାତ୍ କରୁ, ପୁଣି, ପ୍ରତ୍ୟେକ କଳ୍ପନାକୁ ଖ୍ରୀଷ୍ଟଙ୍କ ବାଧ୍ୟ ହେବା ନିମନ୍ତେ ବନ୍ଦୀ କରୁ,
තෛශ්ච වයං විතර්කාන් ඊශ්වරීයතත්ත්වඥානස්ය ප්රතිබන්ධිකාං සර්ව්වාං චිත්තසමුන්නතිඤ්ච නිපාතයාමඃ සර්ව්වසඞ්කල්පඤ්ච බන්දිනං කෘත්වා ඛ්රීෂ්ටස්යාඥාග්රාහිණං කුර්ම්මඃ,
6 ଆଉ, ଯେତେବେଳେ ତୁମ୍ଭେମାନେ ସମ୍ପୂର୍ଣ୍ଣ ରୂପେ ବାଧ୍ୟ ହେବ, ସେତେବେଳେ ସମସ୍ତ ଅବାଧ୍ୟତାର ପ୍ରତିକାର କରିବା ନିମନ୍ତେ ଆମ୍ଭେମାନେ ପ୍ରସ୍ତୁତ ଅଛୁ।
යුෂ්මාකම් ආඥාග්රාහිත්වේ සිද්ධේ සති සර්ව්වස්යාඥාලඞ්ඝනස්ය ප්රතීකාරං කර්ත්තුම් උද්යතා ආස්මහේ ච|
7 ତୁମ୍ଭେମାନେ ବାହ୍ୟ ବିଷୟସବୁ ଦେଖୁଅଛ। ଯଦି କେହି ଆପଣାକୁ ଖ୍ରୀଷ୍ଟଙ୍କର ବୋଲି ବିଶ୍ୱାସ କରେ, ତେବେ ସେ ଯେପରି ଖ୍ରୀଷ୍ଟଙ୍କର, ଆମ୍ଭେମାନେ ମଧ୍ୟ ଯେ ସେହିପରି ଖ୍ରୀଷ୍ଟଙ୍କର, ଏହା ସେ ପୁଣି, ଆପେ ବିବେଚନା କରୁ।
යද් දෘෂ්ටිගෝචරං තද් යුෂ්මාභි ර්දෘශ්යතාං| අහං ඛ්රීෂ්ටස්ය ලෝක ඉති ස්වමනසි යේන විඥායතේ ස යථා ඛ්රීෂ්ටස්ය භවති වයම් අපි තථා ඛ්රීෂ්ටස්ය භවාම ඉති පුනර්විවිච්ය තේන බුධ්යතාං|
8 କାରଣ ଆମ୍ଭମାନଙ୍କ ଅଧିକାର ସମ୍ବନ୍ଧରେ ମୁଁ କିଛି ଅଧିକ ଦର୍ପ କଲେ ସୁଦ୍ଧା ଲଜ୍ଜା ପାଇବି ନାହିଁ; ତୁମ୍ଭମାନଙ୍କୁ ଭୂମିସାତ୍ କରିବା ନିମନ୍ତେ ପ୍ରଭୁ ଆମ୍ଭମାନଙ୍କୁ ଏହି ଅଧିକାର ନ ଦେଇ ତୁମ୍ଭମାନଙ୍କର ଗଠନ ନିମନ୍ତେ ଦେଇଅଛନ୍ତି;
යුෂ්මාකං නිපාතාය තන්නහි කින්තු නිෂ්ඨායෛ ප්රභුනා දත්තං යදස්මාකං සාමර්ථ්යං තේන යද්යපි කිඤ්චිද් අධිකං ශ්ලාඝේ තථාපි තස්මාන්න ත්රපිෂ්යේ|
9 ମୋହର ପତ୍ରଗୁଡ଼ିକ ଦ୍ୱାରା ମୁଁ ତୁମ୍ଭମାନଙ୍କୁ ଭୟମାତ୍ର ଦେଖାଉଅଛି ବୋଲି ବୋଧ ନ ହେଉ।
අහං පත්රෛ ර්යුෂ්මාන් ත්රාසයාමි යුෂ්මාභිරේතන්න මන්යතාං|
10 କାରଣ କେତେକେ କହନ୍ତି, ତାହାର ପତ୍ରସବୁ ଗୁରୁଭାବପୂର୍ଣ୍ଣ ଓ ଶକ୍ତିଯୁକ୍ତ, ମାତ୍ର ସାକ୍ଷାତରେ ତାହାର ଶରୀର ଦୁର୍ବଳ ଓ ତାହାର ବାକ୍ୟ ତୁଚ୍ଛନୀୟ।
තස්ය පත්රාණි ගුරුතරාණි ප්රබලානි ච භවන්ති කින්තු තස්ය ශාරීරසාක්ෂාත්කාරෝ දුර්බ්බල ආලාපශ්ච තුච්ඡනීය ඉති කෛශ්චිද් උච්යතේ|
11 ଆମ୍ଭେମାନେ ଅନୁପସ୍ଥିତ ଥିବା ସମୟରେ ପତ୍ର ଦ୍ୱାରା ବାକ୍ୟରେ ଯେପରି, ଉପସ୍ଥିତ ଥିବା ସମୟରେ କାର୍ଯ୍ୟରେ ମଧ୍ୟ ସେହିପରି, ଏହା ଏହିପରି ଲୋକେ ବୁଝନ୍ତୁ।
කින්තු පරෝක්ෂේ පත්රෛ ර්භාෂමාණා වයං යාදෘශාඃ ප්රකාශාමහේ ප්රත්යක්ෂේ කර්ම්ම කුර්ව්වන්තෝ(අ)පි තාදෘශා ඒව ප්රකාශිෂ්යාමහේ තත් තාදෘශේන වාචාලේන ඥායතාං|
12 କାରଣ ଯେଉଁମାନେ ଆତ୍ମପ୍ରଶଂସା କରନ୍ତି, ସେମାନଙ୍କ ମଧ୍ୟରୁ କାହାରି କାହାରି ସାଙ୍ଗରେ ନିଜର ଗଣନା ବା ତୁଳନା କରିବାକୁ ଆମ୍ଭେମାନେ ସାହସ କରୁ ନାହୁଁ; କିନ୍ତୁ ସେମାନେ ନିଜେ ନିଜେ ନିଜ ଦ୍ୱାରା ନିଜର ପରିମାଣ ଓ ନିଜ ସହିତ ନିଜର ତୁଳନା କରି ନିର୍ବୋଧତା ପ୍ରକାଶ କରନ୍ତି।
ස්වප්රශංසකානාං කේෂාඤ්චින්මධ්යේ ස්වාන් ගණයිතුං තෛඃ ස්වාන් උපමාතුං වා වයං ප්රගල්භා න භවාමඃ, යතස්තේ ස්වපරිමාණේන ස්වාන් පරිමිමතේ ස්වෛශ්ච ස්වාන් උපමිභතේ තස්මාත් නිර්බ්බෝධා භවන්ති ච|
13 କିନ୍ତୁ ଆମ୍ଭେମାନେ ସୀମା ଲଙ୍ଘନ କରି ଦର୍ପ କରିବୁ ନାହିଁ; ମାତ୍ର ତୁମ୍ଭେମାନେ ମଧ୍ୟ ଆମ୍ଭମାନଙ୍କ ସୀମାର ଅନ୍ତର୍ଭୁକ୍ତ ହେବା ପାଇଁ ଈଶ୍ବର ଆମ୍ଭମାନଙ୍କ ନିମନ୍ତେ ପରିମାଣ ସ୍ୱରୂପେ ଯେଉଁ ସୀମା ନିରୂପଣ କରିଅଛନ୍ତି, ସେଥିର ପରିମାଣ ଅନୁସାରେ ଦର୍ପ କରିବ।
වයම් අපරිමිතේන න ශ්ලාඝිෂ්යාමහේ කින්ත්වීශ්වරේණ ස්වරජ්ජ්වා යුෂ්මද්දේශගාමි යත් පරිමාණම් අස්මදර්ථං නිරූපිතං තේනෛව ශ්ලාඝිෂ්යාමහේ|
14 କାରଣ ତୁମ୍ଭେମାନେ ଆମ୍ଭମାନଙ୍କ ସୀମାର ଅନ୍ତର୍ଭୁକ୍ତ ନ ଥିଲା ପରି ଆମ୍ଭେମାନେ ଯେ ସୀମା ଲଙ୍ଘନ କରୁଅଛୁ, ତାହା ନୁହେଁ, ଯେଣୁ ଖ୍ରୀଷ୍ଟଙ୍କ ସୁସମାଚାର ପ୍ରଚାର କରୁ କରୁ ଆମ୍ଭେମାନେ ତୁମ୍ଭମାନଙ୍କ ପର୍ଯ୍ୟନ୍ତ ସୁଦ୍ଧା ପ୍ରଥମେ ଯାଇଥିଲୁ;
යුෂ්මාකං දේශෝ(අ)ස්මාභිරගන්තව්යස්තස්මාද් වයං ස්වසීමාම් උල්ලඞ්ඝාමහේ තන්නහි යතඃ ඛ්රීෂ්ටස්ය සුසංවාදේනාපරේෂාං ප්රාග් වයමේව යුෂ්මාන් ප්රාප්තවන්තඃ|
15 ଆମ୍ଭେମାନେ ପରିମାଣ ଅତିକ୍ରମ କରି ଅନ୍ୟର ପରିଶ୍ରମ ବିଷୟରେ ଦର୍ପ କରୁ ନାହୁଁ, ମାତ୍ର ତୁମ୍ଭମାନଙ୍କ ବିଶ୍ୱାସର ବୃଦ୍ଧି ସଙ୍ଗେ ସଙ୍ଗେ ଆମ୍ଭମାନଙ୍କ ପରିମାଣ ଅନୁସାରେ ଆମ୍ଭମାନଙ୍କ କାର୍ଯ୍ୟ ତୁମ୍ଭମାନଙ୍କ ଦ୍ୱାରା ଯେପରି ଅଧିକରୁ ଅଧିକତର ବିସ୍ତାରିତ ହେବ,
වයං ස්වසීමාම් උල්ලඞ්ඝ්ය පරක්ෂේත්රේණ ශ්ලාඝාමහේ තන්නහි, කිඤ්ච යුෂ්මාකං විශ්වාසේ වෘද්ධිං ගතේ යුෂ්මද්දේශේ(අ)ස්මාකං සීමා යුෂ්මාභිර්දීර්ඝං විස්තාරයිෂ්යතේ,
16 ପୁଣି, ଆମ୍ଭେମାନେ ଅନ୍ୟର ସୀମା ମଧ୍ୟରେ ତାହାର କୃତ କର୍ମ ବିଷୟରେ ଦର୍ପ ନ କରି ତୁମ୍ଭମାନଙ୍କ ପରବର୍ତ୍ତୀ ଅଞ୍ଚଳଗୁଡ଼ିକରେ ଯେପରି ସୁସମାଚାର ପ୍ରଚାର କରିପାରିବା, ଏହା ଭରସା କରୁଅଛୁ।
තේන වයං යුෂ්මාකං පශ්චිමදික්ස්ථේෂු ස්ථානේෂු සුසංවාදං ඝෝෂයිෂ්යාමඃ, ඉත්ථං පරසීමායාං පරේණ යත් පරිෂ්කෘතං තේන න ශ්ලාඝිෂ්යාමහේ|
17 କିନ୍ତୁ ଯେ ଦର୍ପ କରେ, ସେ ପ୍ରଭୁଙ୍କଠାରେ ଦର୍ପ କରୁ।
යඃ කශ්චිත් ශ්ලාඝමානඃ ස්යාත් ශ්ලාඝතාං ප්රභුනා ස හි|
18 କାରଣ ଯେ ନିଜର ପ୍ରଶଂସା କରେ, ସେ ପରୀକ୍ଷାସିଦ୍ଧ ନୁହେଁ, ମାତ୍ର ପ୍ରଭୁ ଯାହାର ପ୍ରଶଂସା କରନ୍ତି, ସେ ପରୀକ୍ଷାସିଦ୍ଧ।
ස්වේන යඃ ප්රශංස්යතේ ස පරීක්ෂිතෝ නහි කින්තු ප්රභුනා යඃ ප්රශංස්යතේ ස ඒව පරීක්ෂිතඃ|