< ଦ୍ବିତୀୟ ବଂଶାବଳୀ 1 >

1 ଏଥିଉତ୍ତାରେ ଦାଉଦଙ୍କର ପୁତ୍ର ଶଲୋମନ ଆପଣା ରାଜ୍ୟରେ ଦୃଢ଼ୀକୃତ ହେଲେ, ପୁଣି ସଦାପ୍ରଭୁ ତାଙ୍କର ପରମେଶ୍ୱର ତାଙ୍କର ସହବର୍ତ୍ତୀ ହୋଇ ତାଙ୍କୁ ଅତିଶୟ ମହାନ କଲେ।
Solomoni ọmọ Dafidi fìdí ara rẹ̀ múlẹ̀ ṣinṣin lórí ìjọba rẹ̀. Nítorí tí Olúwa Ọlọ́run rẹ̀ wà pẹ̀lú u rẹ̀, ó sì jẹ́ kí ó ga lọ́pọ̀lọ́pọ̀.
2 ପୁଣି ଶଲୋମନ ସମଗ୍ର ଇସ୍ରାଏଲକୁ, ସହସ୍ର ଓ ଶତପତିମାନଙ୍କୁ, ବିଚାରକର୍ତ୍ତୃଗଣକୁ ଓ ସମୁଦାୟ ଇସ୍ରାଏଲ ମଧ୍ୟରେ ପିତୃବଂଶର ପ୍ରଧାନ ପ୍ରତ୍ୟେକ ଅଧିପତିଙ୍କୁ ଆଜ୍ଞା ଦେଲେ।
Nígbà náà, Solomoni bá gbogbo Israẹli sọ̀rọ̀ sí àwọn alákòóso ẹgbẹẹgbẹ̀rún àti àwọn alákòóso ọ̀rọ̀ọ̀rún, sí àwọn adájọ́ àti sí gbogbo àwọn olórí Israẹli, àwọn olórí ìdílé
3 ତହୁଁ ଶଲୋମନ ଓ ତାଙ୍କ ସଙ୍ଗେ ସମଗ୍ର ସମାଜ ଗିବୀୟୋନ୍‍ସ୍ଥିତ ଉଚ୍ଚସ୍ଥଳୀକି ଗଲେ; କାରଣ ସଦାପ୍ରଭୁଙ୍କ ସେବକ ମୋଶାଙ୍କ ଦ୍ୱାରା ପ୍ରାନ୍ତରରେ ନିର୍ମିତ ପରମେଶ୍ୱରଙ୍କ ସମାଗମ-ତମ୍ବୁ ସେଠାରେ ଥିଲା।
pẹ̀lú Solomoni, àti gbogbo àpéjọ lọ sí ibi gíga ní Gibeoni, nítorí àgọ́ Ọlọ́run fún pípàdé wà níbẹ̀, tí Mose ìránṣẹ́ Olúwa ti pa ní aginjù.
4 ମାତ୍ର ଦାଉଦ କିରୀୟଥ୍‍-ଯିୟାରୀମ୍‍ଠାରୁ ପରମେଶ୍ୱରଙ୍କ ସିନ୍ଦୁକ ନିମନ୍ତେ ଆପଣାର ପ୍ରସ୍ତୁତ ସ୍ଥାନକୁ ତାହା ଆଣିଥିଲେ, କାରଣ ସେ ତହିଁ ନିମନ୍ତେ ଯିରୂଶାଲମରେ ଏକ ତମ୍ବୁ ସ୍ଥାପନ କରିଥିଲେ।
Nísinsin yìí, Dafidi ti gbé àpótí ẹ̀rí Ọlọ́run wá láti Kiriati-Jearimu sí ibi tí ó ti pèsè fún un, nítorí ó ti kọ́ àgọ́ fún un ni Jerusalẹmu.
5 ଆଉ ହୂରର ପୌତ୍ର ଊରିର ପୁତ୍ର ବତ୍ସଲେଲ ଯେଉଁ ପିତ୍ତଳମୟ ଯଜ୍ଞବେଦି ନିର୍ମାଣ କରିଥିଲା, ତାହା ସେଠାସ୍ଥିତ ସଦାପ୍ରଭୁଙ୍କ ଆବାସ ସମ୍ମୁଖରେ ଥିଲା; ପୁଣି ଶଲୋମନ ଓ ସମାଜ ତହିଁ ନିକଟରେ ଅନ୍ୱେଷଣ କଲେ।
Ṣùgbọ́n pẹpẹ idẹ tí Besaleli ọmọ Uri, ọmọ Huri, ti ṣe wà ní Gibeoni níwájú àgọ́ Olúwa, bẹ́ẹ̀ ni Solomoni àti gbogbo àpéjọ béèrè lọ́wọ́ rẹ̀ níbẹ̀.
6 ପୁଣି, ଶଲୋମନ ସେଠାକୁ, ସମାଗମ-ତମ୍ବୁ ନିକଟସ୍ଥ ସଦାପ୍ରଭୁଙ୍କ ସମ୍ମୁଖବର୍ତ୍ତୀ ପିତ୍ତଳମୟ ଯଜ୍ଞବେଦିକୁ ଯାଇ ତହିଁ ଉପରେ ଏକ ସହସ୍ର ହୋମବଳି ଉତ୍ସର୍ଗ କଲେ।
Solomoni gòkè lọ sí ibi pẹpẹ idẹ níwájú Olúwa ní ibi àgọ́ ìpàdé, ó sì rú ẹgbẹ̀rún ẹbọ sísun lórí rẹ̀.
7 ସେହି ରାତ୍ରି ପରମେଶ୍ୱର ଶଲୋମନଙ୍କୁ ଦର୍ଶନ ଦେଇ କହିଲେ, “ଆମ୍ଭେ ତୁମ୍ଭକୁ କʼଣ ଦେବା, ତାହା ମାଗ।”
Ní òru ọjọ́ náà, Ọlọ́run farahàn Solomoni, ó sì wí fún un pé, “Béèrè fún ohunkóhun tí ìwọ bá fẹ́ kí n fún ọ.”
8 ତହିଁରେ ଶଲୋମନ ପରମେଶ୍ୱରଙ୍କୁ କହିଲେ, “ତୁମ୍ଭେ ମୋʼ ପିତା ଦାଉଦଙ୍କ ପ୍ରତି ମହାଦୟା ପ୍ରକାଶ କରିଅଛ ଓ ତାଙ୍କର ପଦରେ ମୋତେ ରାଜା କରିଅଛ।
Solomoni dá Ọlọ́run lóhùn pé, “Ìwọ ti fi àánú ńlá han Dafidi baba mi, ìwọ sì ti fi mí jẹ ọba ní ipò rẹ̀.
9 ଏବେ, ହେ ସଦାପ୍ରଭୋ ପରମେଶ୍ୱର, ମୋʼ ପିତା ଦାଉଦଙ୍କ ପ୍ରତି ତୁମ୍ଭର ପ୍ରତିଜ୍ଞା ସ୍ଥିରୀକୃତ ହେଉ; କାରଣ ତୁମ୍ଭେ ପୃଥିବୀର ଧୂଳି ତୁଲ୍ୟ ବହୁସଂଖ୍ୟକ ଏକ ଗୋଷ୍ଠୀ ଉପରେ ମୋତେ ରାଜା କରିଅଛ।
Nísinsin yìí Olúwa Ọlọ́run, jẹ́ kí ìlérí rẹ sí baba à mi Dafidi wá sí ìmúṣẹ, nítorí ìwọ ti fi mí jẹ ọba lórí àwọn ènìyàn tí ó pọ̀ bí erùpẹ̀ ilẹ̀.
10 ମୁଁ ଯେପରି ଏହି ଲୋକମାନଙ୍କ ସମ୍ମୁଖରେ ବାହାରେ ଯିବାକୁ ଭିତରେ ଆସିବାକୁ ପାରିବି, ଏଥିପାଇଁ ମୋତେ ଜ୍ଞାନ ଓ ବୁଦ୍ଧି ଦିଅ; କାରଣ ଏପରି ବୃହତ ତୁମ୍ଭର ଏହି ଗୋଷ୍ଠୀକୁ କିଏ ବିଚାର କରି ପାରିବ?”
Fún mi ní ọgbọ́n àti ìmọ̀, kí èmi kí ó lè máa wọ ilé kí ń sì máa jáde níwájú ènìyàn wọ̀nyí, nítorí ta ni ó le è ṣàkóso àwọn ènìyàn rẹ tí ó pọ̀ yanturu wọ̀nyí?”
11 ତହିଁରେ ପରମେଶ୍ୱର ଶଲୋମନଙ୍କୁ କହିଲେ, “ତୁମ୍ଭେ ଧନ, ସମ୍ପତ୍ତି, କି ସମ୍ଭ୍ରମ, କିଅବା ତୁମ୍ଭ ଘୃଣାକାରୀମାନଙ୍କ ପ୍ରାଣ, ଅଥବା ଦୀର୍ଘାୟୁ ହିଁ ମାଗି ନାହଁ; ମାତ୍ର ଆମ୍ଭେ ଆପଣାର ଯେଉଁ ଲୋକମାନଙ୍କ ଉପରେ ତୁମ୍ଭକୁ ରାଜା କରିଅଛୁ, ସେମାନଙ୍କ ବିଚାର କରିବା ନିମନ୍ତେ ଆପଣା ପାଇଁ ଜ୍ଞାନ ବୁଦ୍ଧି ମାଗିଅଛ;
Ọlọ́run wí fún Solomoni pé, “Níwọ́n ìgbà tí ó jẹ́ pé ìfẹ́ ọkàn rẹ nìyí, tí ìwọ kò sì béèrè, fún ọrọ̀, ọlá tàbí ọ̀wọ̀, tàbí fún ikú àwọn ọ̀tá rẹ, àti nígbà tí ìwọ kò ti béèrè fún ẹ̀mí gígùn, ṣùgbọ́n tí ìwọ béèrè fún ọgbọ́n àti ìmọ̀ láti ṣàkóso àwọn ènìyàn mi tí èmi fi ọ́ jẹ ọba lé lórí.
12 ଏଣୁ ଏହି କଥା ତୁମ୍ଭର ହୃଦ୍‍ଗତ ହେବାରୁ ଜ୍ଞାନ ଓ ବୁଦ୍ଧି ତୁମ୍ଭକୁ ଦତ୍ତ ହେଲା; ପୁଣି ଆମ୍ଭେ ତୁମ୍ଭକୁ ଏପରି ଧନ ଓ ସମ୍ପତ୍ତି ଓ ସମ୍ଭ୍ରମ ଦେବା ଯେ, ତୁମ୍ଭର ପୂର୍ବବର୍ତ୍ତୀ ରାଜାମାନଙ୍କ ମଧ୍ୟରୁ କେହି ସେପରି ପାଇ ନାହିଁ, କି ତୁମ୍ଭ ଉତ୍ତାରେ ଆଉ କେହି ସେପରି ପାଇବ ନାହିଁ।”
Nítorí náà, ọgbọ́n àti ìmọ̀ ni a ó fi fún ọ, Èmi yóò sì fún ọ ní ọrọ̀, ọlá àti ọ̀wọ̀, irú èyí tí ọba ti ó wà ṣáájú rẹ kò ní, tí àwọn tí ń bọ̀ lẹ́yìn rẹ kò sì ní ní irú rẹ̀.”
13 ତହୁଁ ଶଲୋମନ ଗିବୀୟୋନ୍‍ସ୍ଥିତ ଉଚ୍ଚସ୍ଥଳୀର ଯାତ୍ରାରୁ ଓ ସମାଗମ-ତମ୍ବୁ ସମ୍ମୁଖରୁ ଯିରୂଶାଲମକୁ ଆସିଲେ; ଆଉ ସେ ଇସ୍ରାଏଲ ଉପରେ ରାଜ୍ୟ କଲେ।
Nígbà náà ni Solomoni sì ti ibi gíga Gibeoni lọ sí Jerusalẹmu láti iwájú àgọ́ ìpàdé. Ó sì jẹ ọba lórí Israẹli.
14 ଏଉତ୍ତାରେ ଶଲୋମନ ରଥ ଓ ଅଶ୍ୱାରୋହୀମାନଙ୍କୁ ସଂଗ୍ରହ କଲେ; ତାଙ୍କର ଏକ ହଜାର ଚାରି ଶହ ରଥ ଓ ବାର ହଜାର ଅଶ୍ୱାରୋହୀ ଥିଲେ; ସେମାନଙ୍କୁ ସେ ରଥ-ନଗରମାନରେ ଓ ରାଜାଙ୍କ ନିକଟରେ ଯିରୂଶାଲମରେ ରଖିଲେ।
Solomoni kó kẹ̀kẹ́ àti ẹṣin jọ, ó sì ní ẹgbàáje kẹ̀kẹ́ àti ẹgbàá mẹ́fà ẹlẹ́ṣin, tí ó kó pamọ́ sí ìlú kẹ̀kẹ́ ogun àti pẹ̀lú rẹ̀ ni Jerusalẹmu.
15 ପୁଣି ରାଜା ଯିରୂଶାଲମରେ ରୂପା ଓ ସୁନାକୁ ପଥର ପରି ଓ ବାହୁଲ୍ୟ ହେତୁରୁ ଏରସ କାଷ୍ଠକୁ ତଳଭୂମିସ୍ଥ ଡିମ୍ବିରିବୃକ୍ଷ ପରି କଲେ।
Ọba náà ṣe fàdákà àti wúrà gẹ́gẹ́ bí ó ti wọ́pọ̀ ní Jerusalẹmu bí òkúta, àti kedari ó pọ̀ bí igi sikamore ní àwọn ẹsẹ̀ òkè.
16 ଆଉ ଶଲୋମନଙ୍କର ଅଶ୍ୱସବୁ ମିସରରୁ ଅଣାଗଲା; ରାଜାଙ୍କର ବଣିକମାନେ ପ୍ରତ୍ୟେକ ପଲର ମୂଲ୍ୟ ଦେଇ ପଲ ପଲ କରି ପାଇଲେ।
Àwọn ẹṣin Solomoni ní a gbà láti ìlú òkèrè Ejibiti àti láti kún ọ̀gbọ̀ oníṣòwò ti ọba ni gba okun náà ní iye kan.
17 ଆଉ ମିସରରୁ କ୍ରୀତ ଓ ଆନୀତ ଏକ ଏକ ରଥର ମୂଲ୍ୟ ଛଅ ଶହ ଶେକଲ ରୌପ୍ୟ ମୁଦ୍ରା ଓ ଏକ ଏକ ଅଶ୍ୱର ମୂଲ୍ୟ ଏକ ଶହ ପଚାଶ ଶେକଲ ରୌପ୍ୟ ମୁଦ୍ରା ଥିଲା; ଏହିରୂପେ ସେମାନଙ୍କ ଦ୍ୱାରା ହିତ୍ତୀୟ ଓ ଅରାମୀୟ ସମସ୍ତ ରାଜାଙ୍କ ନିମନ୍ତେ ହିଁ ସେହି ସବୁ ଅଣାଯିବାର ରୀତି ଥିଲା।
Wọ́n ra kẹ̀kẹ́ kan láti Ejibiti. Fún ẹgbẹ̀ta ṣékélì fàdákà àti ẹṣin kan fún ọgọ́rin méjìdínláàádọ́ta. Wọ́n ko wọn lọ sọ́dọ̀ àwọn ọba mìíràn ti Hiti àti ti àwọn ará Aramu.

< ଦ୍ବିତୀୟ ବଂଶାବଳୀ 1 >