< ଦ୍ବିତୀୟ ବଂଶାବଳୀ 7 >

1 ଶଲୋମନ ପ୍ରାର୍ଥନା କରିବାର ସମାପ୍ତ କରନ୍ତେ, ଆକାଶରୁ ଅଗ୍ନି ଓହ୍ଲାଇ ଆସି ହୋମ ଓ ବଳିଦାନ ସବୁକୁ ଗ୍ରାସ କଲା ଓ ସଦାପ୍ରଭୁଙ୍କର ପ୍ରତାପ ଗୃହକୁ ପରିପୂର୍ଣ୍ଣ କଲା।
Nígbà tí Solomoni sì ti parí àdúrà, iná sọ̀kalẹ̀ láti ọ̀run ó sì jó ẹbọ sísun àti ẹbọ, ògo Ọlọ́run sì kún ilé Olúwa.
2 ଏଣୁ ଯାଜକମାନେ ସଦାପ୍ରଭୁଙ୍କ ଗୃହରେ ପ୍ରବେଶ କରି ପାରିଲେ ନାହିଁ, କାରଣ ସଦାପ୍ରଭୁଙ୍କ ପ୍ରତାପ ସଦାପ୍ରଭୁଙ୍କ ଗୃହକୁ ପରିପୂର୍ଣ୍ଣ କଲା।
Àwọn àlùfáà kò sì le wo ilé Olúwa náà nítorí pé ògo Olúwa kún un.
3 ଆଉ ଅଗ୍ନି ଓହ୍ଲାଇବା ବେଳେ ଓ ଗୃହ ଉପରେ ସଦାପ୍ରଭୁଙ୍କ ପ୍ରତାପ ଅବସ୍ଥିତି କରିବା ବେଳେ ସମଗ୍ର ଇସ୍ରାଏଲ ସନ୍ତାନ ତାହା ଦେଖିଲେ ଓ ସେମାନେ ଚଟାଣ ଉପରେ ଭୂମିରେ ମୁହଁ ମାଡ଼ି ପଡ଼ି ପ୍ରଣାମ କଲେ, ପୁଣି ସଦାପ୍ରଭୁଙ୍କର ଧନ୍ୟବାଦ କରି କହିଲେ, “ସେ ମଙ୍ଗଳମୟ, ତାହାଙ୍କର କରୁଣା ସଦାକାଳସ୍ଥାୟୀ।”
Nígbà tí gbogbo àwọn ọmọ Israẹli rí iná tí ó ń sọ̀kalẹ̀ àti ògo Olúwa lórí ilé Olúwa náà, wọ́n sì kúnlẹ̀ lórí eékún wọn pẹ̀lú ojú ni dídàbolẹ̀, wọ́n sì sin Olúwa, wọ́n sì fi ìyìn fún Olúwa wí pé, “Nítorí tí ó dára; àánú rẹ̀ sì dúró títí láéláé.”
4 ତହୁଁ ରାଜା ଓ ସମଗ୍ର ଲୋକ ସଦାପ୍ରଭୁଙ୍କ ସମ୍ମୁଖରେ ବଳି ଉତ୍ସର୍ଗ କଲେ।
Nígbà náà ọba àti gbogbo àwọn ènìyàn sì rú ẹbọ níwájú Olúwa.
5 ପୁଣି ଶଲୋମନ ରାଜା ବାଇଶ ହଜାର ଗୋରୁ ଓ ଏକ ଲକ୍ଷ କୋଡ଼ିଏ ହଜାର ମେଷ ବଳିଦାନ କଲେ। ଏହିରୂପେ ରାଜା ଓ ସମସ୍ତ ଲୋକ ପରମେଶ୍ୱରଙ୍କ ଗୃହ ପ୍ରତିଷ୍ଠା କଲେ।
Ọba Solomoni sì rú ẹbọ ti ẹgbẹ̀rún méjìlélógún, orí màlúù àti àgùntàn àti ọ̀kẹ́ mẹ́fà àgùntàn àti ẹranko. Bẹ́ẹ̀ ni ọba àti gbogbo àwọn ènìyàn ya ilé Ọlọ́run sí mímọ́.
6 ଆଉ ଯାଜକମାନେ ଆପଣା ଆପଣା ପଦ ଅନୁସାରେ ଠିଆ ହେଲେ; ଦାଉଦ ଲେବୀୟମାନଙ୍କ ପରିଚର୍ଯ୍ୟାକ୍ରମେ ପ୍ରଶଂସା ଗାନ କରିବା ସମୟରେ, ସଦାପ୍ରଭୁଙ୍କ କରୁଣା ସଦାକାଳସ୍ଥାୟୀ ବୋଲି ତାହାଙ୍କର ଧନ୍ୟବାଦ କରିବା ପାଇଁ ଦାଉଦ ରାଜା ଯେଉଁସବୁ ବାଦ୍ୟଯନ୍ତ୍ର ନିର୍ମାଣ କରିଥିଲେ, ସଦାପ୍ରଭୁଙ୍କର ସେହି ସବୁ ବାଦ୍ୟଯନ୍ତ୍ର ଘେନି ଲେବୀୟମାନେ ମଧ୍ୟ ଠିଆ ହେଲେ; ପୁଣି ଯାଜକମାନେ ସେମାନଙ୍କ ସମ୍ମୁଖରେ ତୂରୀ ବଜାଇଲେ; ଆଉ ସମଗ୍ର ଇସ୍ରାଏଲ ଠିଆ ହେଲେ।
Àwọn àlùfáà dúró ní ààyè wọn, gẹ́gẹ́ bí àwọn ọmọ Lefi ti ṣe pẹ̀lú ohun èlò orin Olúwa, tí ọba Dafidi ti ṣe fún ìyìn Olúwa àti tí á lò nígbà tí ó dúpẹ́, wí pé, “Àánú rẹ̀ sì dúró láéláé,” níwájú àwọn ọmọ Lefi, àwọn àlùfáà sì fọn ìpè, gbogbo àwọn ọmọ Israẹli sì dúró.
7 ଆହୁରି ଶଲୋମନ ସଦାପ୍ରଭୁଙ୍କ ଗୃହ ସମ୍ମୁଖସ୍ଥିତ ପ୍ରାଙ୍ଗଣର ମଧ୍ୟଦେଶ ପବିତ୍ର କଲେ; କାରଣ ସେ ସେଠାରେ ହୋମବଳି ଓ ମଙ୍ଗଳାର୍ଥକ ବଳିର ମେଦ ଉତ୍ସର୍ଗ କଲେ; ଯେହେତୁ ଶଲୋମନ ନିର୍ମିତ ପିତ୍ତଳମୟ ଯଜ୍ଞବେଦି, ହୋମବଳି ଓ ଭକ୍ଷ୍ୟ ନୈବେଦ୍ୟ ଓ ମେଦକୁ ଧରି ପାରିଲା ନାହିଁ।
Solomoni sì yà àgbàlá níwájú ilé Olúwa sọ́tọ̀, níbẹ̀ sì ni ó ti ṣe ìrúbọ ẹbọ sísun àti ọ̀rá ẹbọ àlàáfíà, nítorí pẹpẹ idẹ tí ó ti ṣe kò lè gba ẹbọ sísun, àti ọrẹ oúnjẹ, àti ọ̀rá náà.
8 ଏହିରୂପେ ସେସମୟରେ ଶଲୋମନ ଓ ତାଙ୍କ ସଙ୍ଗେ ହମାତ୍‍ର ପ୍ରବେଶ ସ୍ଥାନଠାରୁ ମିସରର ନଦୀ ପର୍ଯ୍ୟନ୍ତ ସମଗ୍ର ଇସ୍ରାଏଲର ମହାସମାଜ ସାତ ଦିନ ପର୍ଯ୍ୟନ୍ତ ଉତ୍ସବ କଲେ।
Bẹ́ẹ̀ ni Solomoni ṣe àsè ní àkókò náà fún ọjọ́ méje àti gbogbo àwọn ọmọ Israẹli pẹ̀lú rẹ̀ àti ìjọ ènìyàn ńlá, àwọn ènìyàn láti Lebo-Hamati títí dé odò Ejibiti.
9 ପୁଣି ଅଷ୍ଟମ ଦିନରେ ସେମାନେ ମହାସଭା କଲେ; କାରଣ ସେମାନେ ସାତ ଦିନ ଯଜ୍ଞବେଦିର ପ୍ରତିଷ୍ଠା ଓ ସାତ ଦିନ ଉତ୍ସବ କଲେ।
Ní ọjọ́ kẹjọ, wọ́n sì pe ìjọ ènìyàn jọ nítorí tí wọ́n pe àpèjẹ ìyàsímímọ́ ti orí pẹpẹ fún ọjọ́ méje àti àsè náà fún ọjọ́ méje sí i.
10 ଆଉ ସେ ସପ୍ତମ ମାସର ତେଇଶ ଦିନରେ ଲୋକମାନଙ୍କୁ ସେମାନଙ୍କ ତମ୍ବୁକୁ ବିଦାୟ କଲେ; ସଦାପ୍ରଭୁ ଦାଉଦଙ୍କ ପ୍ରତି ଓ ଶଲୋମନଙ୍କ ପ୍ରତି ଓ ଆପଣା ଲୋକ ଇସ୍ରାଏଲ ପ୍ରତି ଯେଉଁ ମଙ୍ଗଳ ଦେଖାଇଥିଲେ, ତହିଁ ସକାଶୁ ସେମାନେ ଆନନ୍ଦିତ ଓ ହୃଷ୍ଟଚିତ୍ତ ହେଲେ।
Ní ọjọ́ kẹtàlélógún tí oṣù keje, ó sì rán àwọn ènìyàn padà sí ilé wọn, pẹ̀lú ayọ̀ àti ìdùnnú nínú wọn fún ohun rere tí Olúwa ti ṣe fún Dafidi àti Solomoni, àti fún àwọn ènìyàn Israẹli.
11 ଏହିରୂପେ ଶଲୋମନ ସଦାପ୍ରଭୁଙ୍କ ଗୃହ ଓ ରାଜଗୃହ ସମାପ୍ତ କଲେ; ପୁଣି ସଦାପ୍ରଭୁଙ୍କ ଗୃହରେ ଓ ଆପଣା ଗୃହରେ ଯାହା ଯାହା କରିବା ପାଇଁ ଶଲୋମନଙ୍କର ମନକୁ ଆସିଲା, ତାହାସବୁ ସେ କୁଶଳରେ ସାଧନ କଲେ।
Nígbà tí Solomoni ti parí ilé Olúwa àti ibi ilé ọba, nígbà tí ó sì ti ṣe àṣeyọrí láti gbé jáde gbogbo ohun tí ó ní lọ́kàn láti ṣe nínú ilé Olúwa àti nínú ilé òun tìkára rẹ̀,
12 ଏଥିଉତ୍ତାରେ ସଦାପ୍ରଭୁ ଶଲୋମନଙ୍କୁ ରାତ୍ରିରେ ଦର୍ଶନ ଦେଇ କହିଲେ, “ଆମ୍ଭେ ତୁମ୍ଭର ପ୍ରାର୍ଥନା ଶୁଣିଲୁ ଓ ଏହି ସ୍ଥାନକୁ ବଳିଦାନର ଗୃହ ରୂପେ ଆପଣା ପାଇଁ ମନୋନୀତ କଲୁ।
Olúwa sì farahàn Solomoni ní òru ó sì wí pé: “Èmi ti gbọ́ àdúrà rẹ mo sì ti yàn ibí yìí fún ara mi gẹ́gẹ́ bí ilé fún ẹbọ.
13 ଆମ୍ଭେ ବୃଷ୍ଟି ନୋହିବା ପାଇଁ ଆକାଶ ରୁଦ୍ଧ କଲେ, କିଅବା ଦେଶ ବିନାଶ କରିବା ପାଇଁ ପଙ୍ଗପାଳମାନଙ୍କୁ ଆଜ୍ଞା ଦେଲେ, ଅଥବା ଆମ୍ଭେ ଆପଣା ଲୋକମାନଙ୍କ ମଧ୍ୟକୁ ମହାମାରୀ ପଠାଇଲେ,
“Nígbà tí mo bá sé ọ̀run kí ó ma bá à sí òjò, tàbí láti pàṣẹ fún eṣú láti jẹ ilẹ̀ náà run tàbí rán àjàkálẹ̀-ààrùn sí àárín àwọn ènìyàn mi,
14 ଯେବେ ଆମ୍ଭ ନାମରେ ବିଖ୍ୟାତ ଆମ୍ଭ ଲୋକମାନେ ଆପଣାମାନଙ୍କୁ ନମ୍ର କରି ପ୍ରାର୍ଥନା କରିବେ ଓ ଆମ୍ଭର ମୁଖ ଅନ୍ୱେଷଣ କରି ଆପଣା ଆପଣା କୁପଥରୁ ଫେରିବେ, ତେବେ ଆମ୍ଭେ ସ୍ୱର୍ଗରୁ ଶୁଣିବା ଓ ସେମାନଙ୍କର ପାପ କ୍ଷମା କରିବା ଓ ସେମାନଙ୍କ ଦେଶ ସୁସ୍ଥ କରିବା।
tí àwọn ènìyàn, tí a fi orúkọ mi pè, tí wọ́n bá rẹ ara wọn sílẹ̀, tí wọ́n sì gbàdúrà, tí wọ́n sì rí ojú mi, tí wọ́n sì yí kúrò nínú ọ̀nà búburú wọn, nígbà náà, èmi yóò gbọ́ láti ọ̀run, èmi yóò sì dárí ẹ̀ṣẹ̀ wọn jì wọ́n èmi yóò sì wo ilẹ̀ wọn sàn.
15 ଏହି ସ୍ଥାନରେ ଯେଉଁ ପ୍ରାର୍ଥନା କରାଯାଏ, ତହିଁ ପ୍ରତି ଆମ୍ଭର ଚକ୍ଷୁ ମୁକ୍ତ ଓ ଆମ୍ଭର କର୍ଣ୍ଣ ନିବିଷ୍ଟ ଥିବ।
Nísinsin yìí, ojú mi yóò sì là etí mi yóò sì là, sí àdúrà ọrẹ níbí yìí.
16 କାରଣ ଏହି ଗୃହରେ ଆମ୍ଭର ନାମ ଅନନ୍ତକାଳ ରହିବା ପାଇଁ ଆମ୍ଭେ ତାହା ମନୋନୀତ ଓ ପବିତ୍ର କଲୁ; ଆଉ, ଏହି ସ୍ଥାନ ପ୍ରତି ଆମ୍ଭର ଚକ୍ଷୁ ଓ ଆମ୍ଭର ଚିତ୍ତ ନିରନ୍ତର ଥିବ।
Èmi sì ti yàn, èmi sì ti ya ilé yìí sí mímọ́ bẹ́ẹ̀ ni kí orúkọ mi kí ó le wà níbẹ̀ títí láéláé.
17 ପୁଣି ତୁମ୍ଭ ପିତା ଦାଉଦ ଯେପରି ଚାଲିଲେ, ସେପରି ଯେବେ ତୁମ୍ଭେ ଆମ୍ଭ ସମ୍ମୁଖରେ ଚାଲିବ ଓ ଆମ୍ଭେ ତୁମ୍ଭକୁ ଯେସବୁ ଆଜ୍ଞା ଦେଇଅଛୁ, ତଦନୁସାରେ କରିବ, ପୁଣି ଆମ୍ଭର ବିଧି ଓ ଶାସନସବୁ ପାଳନ କରିବ;
“Ní ti bí ìwọ bá rìn níwájú mi gẹ́gẹ́ bí Dafidi baba rẹ ti ṣe, tí o sì ṣe gbogbo ohun tí mo paláṣẹ, tí ìwọ sì ṣe àkíyèsí àṣẹ mi láti ọ̀run,
18 ତେବେ ଇସ୍ରାଏଲ ଉପରେ କର୍ତ୍ତୃତ୍ୱ କରିବା ପାଇଁ ତୁମ୍ଭ ସମ୍ବନ୍ଧୀୟ ଲୋକର ଅଭାବ ନୋହିବ ବୋଲି ଯେଉଁ ନିୟମ ଆମ୍ଭେ ତୁମ୍ଭ ପିତା ଦାଉଦ ସଙ୍ଗେ କରିଅଛୁ, ତଦନୁସାରେ ଆମ୍ଭେ ତୁମ୍ଭର ରାଜସିଂହାସନ ସ୍ଥିର କରିବା।
Èmi yóò fi ìdí ìtẹ́ ìjọba rẹ múlẹ̀, gẹ́gẹ́ bí mo ti ṣe pẹ̀lú Dafidi baba rẹ nígbà tí mo bá a dá májẹ̀mú wí pé, ìwọ kò ní fẹ́ ẹnìkan kù láti ṣe alákòóso lórí Israẹli.
19 ମାତ୍ର ଯେବେ ତୁମ୍ଭେମାନେ ବିମୁଖ ହେବ ଓ ତୁମ୍ଭମାନଙ୍କ ସମ୍ମୁଖରେ ଆମ୍ଭର ସ୍ଥାପିତ ବିଧି ଓ ଆଜ୍ଞାସବୁ ପରିତ୍ୟାଗ କରିବ, ପୁଣି ଯାଇ ଅନ୍ୟ ଦେବଗଣକୁ ସେବା ଓ ପ୍ରଣାମ କରିବ;
“Ṣùgbọ́n tí ìwọ bá yípadà tí o sì kọ òfin mi sílẹ̀ àti àṣẹ tí mo ti fi fún yín tí ẹ sì lọ sókè láti lọ sin ọlọ́run mìíràn tí ẹ sì bọ wọ́n,
20 ତେବେ ଆମ୍ଭେ ସେମାନଙ୍କୁ ଦତ୍ତ ଆମ୍ଭ ଦେଶରୁ ସମୂଳେ ଉତ୍ପାଟନ କରିବା; ପୁଣି ଆମ୍ଭ ନାମ ନିମନ୍ତେ ଏହି ଯେଉଁ ଗୃହକୁ ଆମ୍ଭେ ପବିତ୍ର କରିଅଛୁ, ତାହା ଆମ୍ଭ ଦୃଷ୍ଟିରୁ ଦୂର କରିବା ଓ ସକଳ ଗୋଷ୍ଠୀ ମଧ୍ୟରେ ଗଳ୍ପ ଓ ଉପହାସର ବିଷୟ କରିବା।
nígbà náà ni èmi yóò fa Israẹli tu kúrò láti ilẹ̀ mi, èyí tí èmi ti fi fún wọn, èmi yóò sì kọ̀ ilé náà sílẹ̀ èyí tí èmi ti yà sọ́tọ̀ fún orúkọ mi, èmi yóò sì fi ṣe ọ̀rọ̀ òwe, n ó fi ṣe ẹlẹ́yà láàrín gbogbo ènìyàn,
21 ଆଉ, ଏହି ଯେ ଗୃହ ଏଡ଼େ ଉଚ୍ଚ ହୋଇଅଛି, ତହିଁ ନିକଟ ଦେଇ ଗମନକାରୀ ପ୍ରତ୍ୟେକ ଲୋକ ଚମତ୍କୃତ ହୋଇ ପଚାରିବେ, ‘ଏହି ଦେଶ ଓ ଗୃହ ପ୍ରତି ସଦାପ୍ରଭୁ କାହିଁକି ଏପରି କଲେ?’
àti ní gbogbo àyíká ilé yìí nísinsin yìí, bẹ́ẹ̀ ni yóò di ohun ìtànjẹ; gbogbo àwọn tí ó bá sì kọjá níbẹ̀ ni yóò jáláyà, wọn yóò sì wí pé, ‘Kí ni ó dé tí Olúwa fì ṣe irú èyí sí ilẹ̀ yí àti sí ilé yìí?’
22 ତହିଁରେ ଲୋକେ ଉତ୍ତର କରି କହିବେ, ‘ସଦାପ୍ରଭୁ ସେମାନଙ୍କ ପୂର୍ବପୁରୁଷଗଣର ଯେଉଁ ପରମେଶ୍ୱର ସେମାନଙ୍କୁ ମିସର ଦେଶରୁ ବାହାର କରି ଆଣିଥିଲେ, ତାହାଙ୍କୁ ସେମାନେ ପରିତ୍ୟାଗ କରି ଅନ୍ୟ ଦେବଗଣକୁ ଅବଲମ୍ବନ କଲେ ଓ ସେମାନଙ୍କୁ ପ୍ରଣାମ କରି ସେବା କଲେ; ଏହେତୁ ସେ ସେମାନଙ୍କ ଉପରେ ଏହିସବୁ ଅମଙ୍ଗଳ ବର୍ତ୍ତାଇଅଛନ୍ତି।’”
Àwọn ènìyàn yóò sì dáhùn wí pé, ‘Nítorí tí wọ́n ti kọ̀ Olúwa sílẹ̀, Ọlọ́run baba wọn ẹni tí ó mú wọn jáde láti Ejibiti wá, wọ́n sì ti fi ọwọ́ gba ọlọ́run mìíràn mọ́ra, wọ́n bọ wọ́n, bẹ́ẹ̀ ni wọ́n sì ń sìn wọ́n, ìdí nìyí tí ó fi mú gbogbo ìjàǹbá náà wá sórí wọn.’”

< ଦ୍ବିତୀୟ ବଂଶାବଳୀ 7 >