< ଦ୍ବିତୀୟ ବଂଶାବଳୀ 4 >
1 ଆହୁରି ସେ ଏକ ପିତ୍ତଳମୟ ଯଜ୍ଞବେଦି ନିର୍ମାଣ କଲେ, ତହିଁର ଦୈର୍ଘ୍ୟ କୋଡ଼ିଏ ହାତ ଓ ତହିଁର ପ୍ରସ୍ଥ କୋଡ଼ିଏ ହାତ ଓ ତହିଁର ଉଚ୍ଚତା ଦଶ ହାତ।
Ó ṣe pẹpẹ idẹ, ogún ìgbọ̀nwọ́ ní gígùn, ogún ìgbọ̀nwọ́ ní fífẹ̀ àti ìgbọ̀nwọ́ mẹ́wàá fún gíga.
2 ମଧ୍ୟ ସେ ଛାଞ୍ଚରେ ଢଳା ଗୋଲାକାର ସମୁଦ୍ରରୂପ ପାତ୍ର ନିର୍ମାଣ କଲେ, ତାହା ଫନ୍ଦଠାରୁ ଫନ୍ଦ ପର୍ଯ୍ୟନ୍ତ ଦଶ ହାତ ଓ ତହିଁର ଉଚ୍ଚତା ପାଞ୍ଚ ହାତ; ଆଉ ତହିଁର ପରିଧି ତିରିଶ ହାତ ଥିଲା।
Ó ṣe agbada dídà ńlá tí ó rí róbótó tí ìwọ̀n rẹ̀ jẹ́ ìgbọ̀nwọ́ mẹ́wàá láti etí kan dé etí èkejì ìgbọ̀nwọ́ márùn-ún sì ni gíga rẹ̀.
3 ତହିଁ ତଳେ ବଳଦମାନର ଆକୃତି ଥିଲା, ସେମାନେ ତହିଁର ଚତୁର୍ଦ୍ଦିଗ ଘେରିଲେ, ଦଶ ହାତ ଲେଖାଏଁ ଥାଇ ସମୁଦ୍ରରୂପ ପାତ୍ର ବେଷ୍ଟନ କଲେ। ସେହି ବଳଦମାନ ଦୁଇ ଧାଡ଼ିରେ ଥିଲେ, ସମୁଦ୍ରରୂପ ପାତ୍ର ଢଳାଯିବା ସମୟରେ ତାହାସବୁ ଢଳା ଯାଇଥିଲେ।
Lábẹ́ etí, àwòrán àwọn akọ màlúù yíká mẹ́wàá sí ìgbọ̀nwọ́ kan. Àwọn akọ màlúù náà ni á dá ní ọ̀nà méjì ní àwòrán kan pẹ̀lú okùn.
4 ସେହି ପାତ୍ର ବାର ଗୋରୁ ଉପରେ ସ୍ଥାପିତ ଥିଲା, ତିନିର ମୁଖ ଉତ୍ତରକୁ ଓ ତିନିର ମୁଖ ପଶ୍ଚିମକୁ ଓ ତିନିର ମୁଖ ଦକ୍ଷିଣକୁ ଓ ତିନିର ମୁଖ ପୂର୍ବକୁ ଥିଲା; ପୁଣି ସମୁଦ୍ରରୂପ ପାତ୍ର ସେମାନଙ୍କ ଉପରେ ଅବସ୍ଥାପିତ ଓ ସେମାନଙ୍କ ପଶ୍ଚାଦ୍ଭାଗସବୁ ଭିତରକୁ ଥିଲା।
Okùn náà dúró lórí akọ màlúù méjìlá, mẹ́ta kọjú sí àríwá, mẹ́ta kọjú sí ìwọ̀-oòrùn, mẹ́ta kọjú sí gúúsù mẹ́ta kọjú sí ìlà-oòrùn. Òkun náà sì sinmi lórí wọn àti gbogbo ìhà ẹ̀yìn wọn sì wà ní apá àárín.
5 ସେହି ପାତ୍ର ଚାରି ଅଙ୍ଗୁଳି ମୋଟ; ତହିଁର ଫନ୍ଦ ତାଟିଆର ଫନ୍ଦ ପରି ନିର୍ମିତ; କଇଁଫୁଲ ତୁଲ୍ୟ ଥିଲା; ତାହା ତିନି ହଜାର ମହଣ ଧରିଲା।
Ó nípọn tó ìbú àtẹ́lẹwọ́, etí rẹ̀ sì dàbí etí ife ìmumi, bí i ìtànná lílì ó sì dá ìwọ̀n ẹgbẹ̀rún mẹ́ta bati dúró.
6 ଆହୁରି ସେ ଦଶ ପ୍ରକ୍ଷାଳନ-ପାତ୍ର ନିର୍ମାଣ କଲେ ଓ ପ୍ରକ୍ଷାଳନାର୍ଥେ ପାଞ୍ଚୋଟି ଦକ୍ଷିଣ ଭାଗରେ ଓ ପାଞ୍ଚୋଟି ବାମ ଭାଗରେ ରଖିଲେ; ସେମାନେ ହୋମବଳି ସମ୍ବନ୍ଧୀୟ ସାମଗ୍ରୀ ସେସବୁରେ ପ୍ରକ୍ଷାଳନ କଲେ; ମାତ୍ର ସମୁଦ୍ରରୂପ ପାତ୍ର ଯାଜକମାନଙ୍କର ସ୍ନାନାର୍ଥେ ଥିଲା।
Ó ṣe ọpọ́n mẹ́wàá fún fífọ nǹkan, ó sì gbé márùn-ún ka ìhà gúúsù àti márùn-ún ní àríwá. Nínú wọn ni ó ti ń fọ àwọn nǹkan tí wọ́n ń lò fún ẹbọ sísun ṣùgbọ́n, àwọn àlùfáà ní ó ń lo Òkun fún fífọ nǹkan.
7 ଆଉ ସେ ଦୀପବୃକ୍ଷ ବିଷୟକ ବିଧାନାନୁସାରେ ଦଶ ସୁବର୍ଣ୍ଣମୟ ଦୀପବୃକ୍ଷ ନିର୍ମାଣ କଲେ; ଆଉ ପାଞ୍ଚୋଟି ଦକ୍ଷିଣ ଭାଗରେ ଓ ପାଞ୍ଚୋଟି ବାମ ଭାଗରେ ମନ୍ଦିରରେ ସ୍ଥାପନ କଲେ।
Ó ṣe ìgbé fìtílà dúró mẹ́wàá ti wúrà gẹ́gẹ́ bí èyí tí a yàn fún wọn. A sì gbé wọn kalẹ̀ sínú ilé Olúwa márùn un ní ìhà gúúsù àti márùn-ún ní ìhà àríwá.
8 ଆହୁରି ସେ ଦଶ ମେଜ ନିର୍ମାଣ କରି ମନ୍ଦିରର ଦକ୍ଷିଣ ଭାଗରେ ପାଞ୍ଚୋଟି ଓ ବାମ ଭାଗରେ ପାଞ୍ଚୋଟି ରଖିଲେ। ପୁଣି, ସେ ଏକ ଶତ ସୁବର୍ଣ୍ଣ କୁଣ୍ଡ ନିର୍ମାଣ କଲେ।
Ó ṣé tábìlì mẹ́wàá, ó sì gbé wọn sí inú ilé Olúwa, márùn un ní gúúsù àti márùn-ún ní ìhà àríwá. Ó ṣé ọgọ́rùn-ún ọpọ́n ìbùwọ́n wúrà.
9 ଆହୁରି ସେ ଯାଜକମାନଙ୍କର ପ୍ରାଙ୍ଗଣ ଓ ବୃହତ ପ୍ରାଙ୍ଗଣ ଓ ପ୍ରାଙ୍ଗଣ-ଦ୍ୱାର ନିର୍ମାଣ କଲେ, ଆଉ ତହିଁର କବାଟସବୁ ପିତ୍ତଳରେ ମଡ଼ାଇଲେ।
Ó ṣe àgbàlá àwọn àlùfáà àti ààfin ńlá àti àwọn ìlẹ̀kùn fún ààfin, ó sì tẹ́ àwọn ìlẹ̀kùn náà pẹ̀lú idẹ.
10 ପୁଣି ସେ ପୂର୍ବଦିଗସ୍ଥ ଗୃହର ଡାହାଣ ପାଖରେ ଦକ୍ଷିଣ ଆଡ଼କୁ ସମୁଦ୍ରରୂପ ପାତ୍ର ସ୍ଥାପନ କଲେ।
Ó gbé Òkun náà ka orí ìhà gúúsù ní ẹ̀bá igun gúúsù àríwá.
11 ଆଉ ହୂରମ୍ ପାତ୍ର ଓ କୋଦାଳ ଓ କୁଣ୍ଡସବୁ ନିର୍ମାଣ କଲା। ଏହିରୂପେ ହୂରମ୍ ପରମେଶ୍ୱରଙ୍କ ଗୃହରେ ଶଲୋମନ ରାଜାଙ୍କ ନିମନ୍ତେ ଆପଣା କରିବା କାର୍ଯ୍ୟ ସମାପ୍ତ କଲା।
Huramu ṣe àwọn ìkòkò pẹ̀lú, àti ọkọ́ àti àwọn ọpọ́n ìbùwọ́n. Bẹ́ẹ̀ ni Huramu parí iṣẹ́ tí ó ti dáwọ́lé fún ọba Solomoni ní ilé Ọlọ́run.
12 ଅର୍ଥାତ୍, ଦୁଇ ସ୍ତମ୍ଭ ଓ ସେହି ସ୍ତମ୍ଭ ଉପରିସ୍ଥ ଗୋଲାକାର ଓ ଦୁଇ ମୁଣ୍ଡାଳି ଓ ସ୍ତମ୍ଭ ଉପରିସ୍ଥ ମୁଣ୍ଡାଳିର ଦୁଇ ଗୋଲାକାର ଆଚ୍ଛାଦନାର୍ଥେ ଦୁଇ ଜାଲିକର୍ମ
Àwọn ọ̀wọ́n méjì; ọpọ́n méjì ìparí tí ó wà lókè àwọn ọ̀wọ́n iṣẹ́; àwọn méjì ní láti bo ọpọ́n méjì ìparí tí ń bẹ lókè àwọn ọ̀wọ́n;
13 ଓ ସେହି ଦୁଇ ଜାଲିକର୍ମ ନିମନ୍ତେ ଚାରି ଶହ ଡାଳିମ୍ବ; ଅର୍ଥାତ୍, ସ୍ତମ୍ଭ ଉପରିସ୍ଥ ମୁଣ୍ଡାଳିର ଦୁଇ ଗୋଲାକାର ଆଚ୍ଛାଦନାର୍ଥେ ପ୍ରତ୍ୟେକ ଜାଲିକର୍ମ ପାଇଁ ଦୁଇ ଦୁଇ ଧାଡ଼ି ଡାଳିମ୍ବ କଲା।
irinwó pomegiranate fún iṣẹ́ ẹ̀wọ̀n méjì náà, ẹsẹ̀ méjì pomegiranate ni fún iṣẹ́ ẹ̀wọ̀n kan, láti bo ọpọ́n rìbìtì méjì náà tí ó wà lórí àwọn òpó náà;
14 ଆହୁରି ସେ ବୈଠିକିମାନ ନିର୍ମାଣ କଲା ଓ ସେ ବୈଠିକି ଉପରିସ୍ଥ ପ୍ରକ୍ଷାଳନ-ପାତ୍ର ନିର୍ମାଣ କଲା;
ó sì ṣe àgbéró ó sì ṣe agbada sí orí wọn;
15 ଏକ ସମୁଦ୍ରରୂପ ପାତ୍ର ଓ ତହିଁ ତଳସ୍ଥ ବାର ଗୋରୁ
agbada ńlá kan àti màlúù méjìlá lábẹ́ rẹ̀;
16 ମଧ୍ୟ ତାହାର ପିତା ହୂରମ୍ ଶଲୋମନ ରାଜାଙ୍କ ନିମନ୍ତେ ସଦାପ୍ରଭୁଙ୍କ ଗୃହ ପାଇଁ ଉଜ୍ଜ୍ୱଳ ପିତ୍ତଳରେ ହାଣ୍ଡି ଓ କୋଦାଳ ଓ ତ୍ରିଶୂଳ ଓ ତହିଁର ସକଳ ପାତ୍ର ନିର୍ମାଣ କଲା।
àwọn ìkòkò àti ọ̀kọ̀ àti àmúga ẹran àti gbogbo ohun èlò tí ó fi ara pẹ́ ẹ. Gbogbo ohun èlò ti Huramu-Abi fi idẹ dídán ṣe fún Solomoni ọba, fún ilé Olúwa jẹ́ idẹ dídán.
17 ରାଜା ଯର୍ଦ୍ଦନ-ପଦାରେ ସୁକ୍କୋତ ଓ ସରେଦା ମଧ୍ୟସ୍ଥିତ ଚିକ୍କଣ ଭୂମିରେ ତାହାସବୁ ଢଳାଇଲେ।
Ọba dà wọ́n ní ilẹ̀ amọ̀ ní pẹ̀tẹ́lẹ̀ Jordani ní àárín méjì Sukkoti àti Sereda.
18 ଏହି ପ୍ରକାରେ ଶଲୋମନ ଅତି ବହୁଳ ରୂପେ ଏହିସବୁ ପାତ୍ର ନିର୍ମାଣ କଲେ; ପିତ୍ତଳର ପରିମାଣ ଜଣାଯାଇ ପାରିଲା ନାହିଁ।
Gbogbo nǹkan wọ̀nyí tí Solomoni ṣe ní iye lórí púpọ̀ tí a kò le mọ ìwọ̀n iye idẹ tí ó wọ́n.
19 ପୁଣି ଶଲୋମନ ପରମେଶ୍ୱରଙ୍କ ଗୃହସ୍ଥିତ ସମସ୍ତ ସାମଗ୍ରୀ, ମଧ୍ୟ ସ୍ୱର୍ଣ୍ଣମୟ ଯଜ୍ଞବେଦି ଓ ଦର୍ଶନୀୟ ରୁଟି ରଖିବାର ମେଜ;
Solomoni pẹ̀lú ṣe gbogbo ohun èlò tí ó wà ní ilé Ọlọ́run: pẹpẹ wúrà tábìlì èyí tí àkàrà ìfihàn wà lórí rẹ̀;
20 ଆଉ ବିଧିମତେ ଗର୍ଭାଗାର ସମ୍ମୁଖରେ ଜ୍ୱଳାଇବା ନିମନ୍ତେ ନିର୍ମଳ ସ୍ୱର୍ଣ୍ଣମୟ ଦୀପବୃକ୍ଷ ଓ ତହିଁର ପ୍ରଦୀପସକଳ
àwọn ọ̀pá fìtílà tí a fi ojúlówó wúrà ṣe pẹ̀lú fìtílà wọn kí wọn lè máa jó gẹ́gẹ́ bí àṣẹ ní iwájú ibi mímọ́ jùlọ gẹ́gẹ́ bí a ṣe fi lélẹ̀;
21 ଓ ସ୍ୱର୍ଣ୍ଣମୟ ପୁଷ୍ପ, ପ୍ରଦୀପ ଓ ଚିମୁଟାସବୁ ଶୁଦ୍ଧ ସୁବର୍ଣ୍ଣରେ ନିର୍ମାଣ କଲେ;
pẹ̀lú ìtànná wúrà àti fìtílà àti ẹ̀mú ni ó jẹ́ kìkìdá wúrà tí ó gbópọn;
22 ଆଉ କତୁରୀ ଓ କୁଣ୍ଡ ଓ ଚାମଚ ଓ ଅଙ୍ଗାରଧାନୀଗୁଡ଼ିକ ନିର୍ମଳ ସୁବର୍ଣ୍ଣରେ ନିର୍ମାଣ କଲେ; ପୁଣି ଗୃହର ପ୍ରବେଶାର୍ଥକ ମହାପବିତ୍ର ସ୍ଥାନର ଭିତର ଦ୍ୱାର ଓ ଗୃହର, ଅର୍ଥାତ୍, ମନ୍ଦିରର ଦ୍ୱାରସବୁ ସୁବର୍ଣ୍ଣର ଥିଲା।
pẹ̀lú ọ̀pá fìtílà, àti àwokòtò àti ṣíbí àti àwokòtò tùràrí àti àwọn ìlẹ̀kùn wúrà ti inú tẹmpili, àwọn ìlẹ̀kùn ibi mímọ́ sí Ibi Mímọ́ Jùlọ àti àwọn ìlẹ̀kùn à bá wọ inú gbọ̀ngàn ńlá.