< ଦ୍ବିତୀୟ ବଂଶାବଳୀ 36 >
1 ଏଥିଉତ୍ତାରେ ଦେଶର ଲୋକମାନେ ଯୋଶୀୟଙ୍କର ପୁତ୍ର ଯିହୋୟାହସ୍ଙ୍କୁ ନେଇ ତାଙ୍କର ପିତାଙ୍କ ପଦରେ ତାଙ୍କୁ ଯିରୂଶାଲମରେ ରାଜା କଲେ।
Àwọn ènìyàn ilẹ̀ náà mú Jehoahasi ọmọ Josiah wọn sì fi jẹ ọba ní Jerusalẹmu ni ipò baba rẹ̀.
2 ଯିହୋୟାହସ୍ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ତେଇଶ ବର୍ଷ ବୟସ୍କ ହୋଇଥିଲେ ଓ ସେ ଯିରୂଶାଲମରେ ତିନି ମାସ ରାଜ୍ୟ କଲେ।
Jehoahasi sì jẹ́ ẹni ọdún mẹ́tàlélógún nígbà tí ó di ọba, ó sì jẹ ọba ní Jerusalẹmu fún oṣù mẹ́ta.
3 ଏଥିଉତ୍ତାରେ ମିସରର ରାଜା ଯିରୂଶାଲମରେ ତାଙ୍କୁ ପଦଚ୍ୟୁତ କରି ଦେଶ ଉପରେ ଏକ ଶହ ତାଳନ୍ତ ରୂପା ଓ ଏକ ତାଳନ୍ତ ସୁନା ଅର୍ଥଦଣ୍ଡ ନିର୍ଦ୍ଧାରଣ କଲା।
Ọba Ejibiti yọ kúrò lórí ìtẹ́ ní Jerusalẹmu, ó sì bù fún un lórí Juda, ọgọ́rùn-ún tálẹ́ǹtì fàdákà àti tálẹ́ǹtì wúrà kan.
4 ଆହୁରି, ମିସରର ରାଜା ତାଙ୍କର ଭ୍ରାତା ଇଲିୟାକୀମ୍ଙ୍କୁ ଯିହୁଦା ଓ ଯିରୂଶାଲମ ଉପରେ ରାଜା କଲା ଓ ତାଙ୍କର ନାମ ବଦଳାଇ ଯିହୋୟାକୀମ୍ ରଖିଲା, ପୁଣି ନଖୋ ତାଙ୍କର ଭ୍ରାତା ଯିହୋୟାହସ୍ଙ୍କୁ ଧରି ମିସରକୁ ନେଇଗଲା।
Ọba Ejibiti sì mú Eliakimu, arákùnrin Joahasi, jẹ ọba lórí Juda àti Jerusalẹmu, ó sì yí orúkọ Eliakimu padà sí Jehoiakimu, ṣùgbọ́n Neko mú Joahasi arákùnrin Eliakimu lọ sí Ejibiti.
5 ଯିହୋୟାକୀମ୍ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ପଚିଶ ବର୍ଷ ବୟସ୍କ ହୋଇଥିଲେ ଓ ସେ ଯିରୂଶାଲମରେ ଏଗାର ବର୍ଷ ରାଜ୍ୟ କଲେ; ପୁଣି, ସେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ଦୃଷ୍ଟିରେ କୁକର୍ମ କଲେ।
Jehoiakimu sì jẹ́ ẹni ọdún mẹ́ẹ̀ẹ́dọ́gbọ̀n nígbà tí ó di ọba, ó sì jẹ ọba ní Jerusalẹmu fún ọdún méjìlá. Ó sì ṣe búburú ní ojú Olúwa Ọlọ́run rẹ̀.
6 ତାଙ୍କ ବିରୁଦ୍ଧରେ ବାବିଲର ରାଜା ନବୂଖଦ୍ନିତ୍ସର ଆସି ବାବିଲକୁ ନେଇଯିବା ନିମନ୍ତେ ତାଙ୍କୁ ଶିକୁଳିରେ ବାନ୍ଧିଲା।
Nebukadnessari ọba Babeli sì mú un, ó sì dè é pẹ̀lú ẹ̀wọ̀n láti mú un lọ sí Babeli.
7 ନବୂଖଦ୍ନିତ୍ସର ମଧ୍ୟ ସଦାପ୍ରଭୁଙ୍କ ଗୃହର କେତେକ ପାତ୍ର ବାବିଲକୁ ନେଇଯାଇ ବାବିଲସ୍ଥିତ ଆପଣା ମନ୍ଦିରରେ ରଖିଲା।
Nebukadnessari kó nínú ohun èlò ilé Olúwa lọ si Babeli pẹ̀lú, ó sì fi wọn sí ààfin rẹ̀ ní Babeli.
8 ଏହି ଯିହୋୟାକୀମ୍ଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର କୃତ ଓ ତାଙ୍କ ମଧ୍ୟରେ ପ୍ରାପ୍ତ ଘୃଣାଯୋଗ୍ୟ କ୍ରିୟାସକଳ, ଦେଖ, ଇସ୍ରାଏଲର ଓ ଯିହୁଦାର ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ଅଛି; ଏଉତ୍ତାରେ ତାଙ୍କର ପୁତ୍ର ଯିହୋୟାଖୀନ୍ ତାଙ୍କର ପଦରେ ରାଜ୍ୟ କଲେ।
Ìyókù iṣẹ́ ìjọba Jehoiakimu, àwọn ohun ìríra tí ó ṣe àti gbogbo ohun tí a rí nípa rẹ̀, ni a kọ sínú ìwé àwọn ọba Israẹli àti Juda. Jehoiakini ọmọ rẹ̀ sì jẹ ọba ní ipò rẹ̀.
9 ଯିହୋୟାଖୀନ୍ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ଆଠ ବର୍ଷ ବୟସ୍କ ହୋଇଥିଲେ ଓ ସେ ଯିରୂଶାଲମରେ ତିନି ମାସ ଦଶ ଦିନ ରାଜ୍ୟ କଲେ; ଆଉ, ସେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ।
Jehoiakini sì jẹ́ ẹni ọdún méjìdínlógún nígbà tí ó di ọba, ó sì jẹ́ ọba ní Jerusalẹmu fún oṣù mẹ́ta àti ọjọ́ mẹ́wàá ó sì ṣe búburú ní ojú Olúwa.
10 ପୁଣି, ବର୍ଷର ପରିବର୍ତ୍ତନ ସମୟରେ ନବୂଖଦ୍ନିତ୍ସର ରାଜା ଲୋକ ପଠାଇ ତାଙ୍କୁ ଓ ତାଙ୍କ ସଙ୍ଗେ ସଦାପ୍ରଭୁଙ୍କ ଗୃହର ମନୋହର ପାତ୍ରସବୁ ବାବିଲକୁ ଆଣିଲା ଓ ତାଙ୍କର ଭାଇ ସିଦିକୀୟଙ୍କୁ ଯିହୁଦା ଓ ଯିରୂଶାଲମ ଉପରେ ରାଜା କଲା।
Ní àkókò òjò, ọba Nebukadnessari ránṣẹ́ sí i ó sì mú un wá sí Babeli, pẹ̀lú ohun èlò dáradára láti ilé Olúwa, ó sì mú arákùnrin Jehoiakini, Sedekiah, jẹ ọba lórí Juda àti Jerusalẹmu.
11 ସିଦିକୀୟ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ଏକୋଇଶ ବର୍ଷ ବୟସ୍କ ହୋଇଥିଲେ ଓ ସେ ଯିରୂଶାଲମରେ ଏଗାର ବର୍ଷ ରାଜ୍ୟ କଲେ;
Sedekiah jẹ́ ẹni ọdún mọ́kànlélógún nígbà tí ó di ọba, ó sì jẹ ọba ní Jerusalẹmu fún ọdún mọ́kànlá.
12 ପୁଣି, ସେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ଦୃଷ୍ଟିରେ କୁକର୍ମ କଲେ; ସେ ସଦାପ୍ରଭୁଙ୍କ ମୁଖନିର୍ଗତ ବାକ୍ୟର ପ୍ରକାଶକ ଯିରିମୀୟ ଭବିଷ୍ୟଦ୍ବକ୍ତା ସମ୍ମୁଖରେ ଆପଣାକୁ ନମ୍ର କଲେ ନାହିଁ।
Ó sì ṣe búburú ní ojú Olúwa Ọlọ́run rẹ̀, kò sì rẹ ara rẹ̀ sílẹ̀ níwájú Jeremiah wòlíì ẹni tí ó sọ̀rọ̀ Olúwa.
13 ମଧ୍ୟ ଯେଉଁ ନବୂଖଦ୍ନିତ୍ସର ରାଜା ତାଙ୍କୁ ପରମେଶ୍ୱରଙ୍କ ନାମରେ ଶପଥ କରାଇଥିଲା, ସେ ତାହାର ବିଦ୍ରୋହୀ ହେଲେ; ଆଉ ସେ ଆପଣା ଗ୍ରୀବା ଶକ୍ତ କଲେ ଓ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ପ୍ରତି ଫେରିବାକୁ ଆପଣା ହୃଦୟ କଠିନ କଲେ।
Ó sì tún ṣọ̀tẹ̀ sí ọba Nebukadnessari pẹ̀lú, ẹni tí ó mú kí ó fi orúkọ Ọlọ́run búra. Ó sì di ọlọ́run líle, ó sì mú ọkàn rẹ̀ le láti má lè yípadà sí Olúwa, Ọlọ́run Israẹli.
14 ଆହୁରି, ଯାଜକମାନଙ୍କର ପ୍ରଧାନ ସମସ୍ତେ ଓ ଲୋକମାନେ ଅନ୍ୟ ଦେଶୀୟମାନଙ୍କ ସକଳ ଘୃଣାଯୋଗ୍ୟ କ୍ରିୟାନୁସାରେ ଅତିଶୟ ଅପରାଧ କଲେ; ପୁଣି, ସଦାପ୍ରଭୁ ଯିରୂଶାଲମରେ ଯେଉଁ ଗୃହ ପବିତ୍ର କରିଥିଲେ, ତାହାଙ୍କର ସେହି ଗୃହ ଅଶୁଚି କଲେ।
Síwájú sí i gbogbo àwọn olórí àlùfáà àti àwọn ènìyàn sì di ẹni tí ń dẹ́ṣẹ̀ gidigidi, pẹ̀lú gbogbo ìríra àwọn orílẹ̀-èdè wọ́n sì sọ ilé Olúwa di èérí, tí ó ti yà sí mímọ́ ní Jerusalẹmu.
15 ତଥାପି ସଦାପ୍ରଭୁ ସେମାନଙ୍କ ପୂର୍ବପୁରୁଷଗଣର ପରମେଶ୍ୱର ଆପଣା ଦୂତଗଣ ଦ୍ୱାରା ସେମାନଙ୍କ ନିକଟକୁ କହି ପଠାଇଲେ, ସେ ଆପଣା ଲୋକମାନଙ୍କ ପ୍ରତି ଓ ଆପଣା ନିବାସ ସ୍ଥାନ ପ୍ରତି ଦୟା ବହିବାରୁ ପ୍ରତ୍ୟୁଷରେ ଉଠି ପଠାଇଲେ;
Olúwa, Ọlọ́run àwọn baba wọn ránṣẹ́ sí wọn láti ọwọ́ àwọn ìránṣẹ́ rẹ̀ síwájú àti síwájú sí i, nítorí tí ó ní ìyọ́nú sí àwọn ènìyàn rẹ̀ àti sí ibùgbé rẹ̀.
16 ମାତ୍ର ସେମାନେ ପରମେଶ୍ୱରଙ୍କ ଦୂତଗଣକୁ ପରିହାସ କଲେ, ତାହାଙ୍କର ବାକ୍ୟ ତୁଚ୍ଛ କଲେ ଓ ତାହାଙ୍କ ଭବିଷ୍ୟଦ୍ବକ୍ତାଗଣକୁ ବିଦ୍ରୂପ କଲେ; ଏଣୁ ଆପଣା ଲୋକମାନଙ୍କ ଉପରେ ସଦାପ୍ରଭୁଙ୍କ କୋପ ଉତ୍ଥିତ ହେଲା, ଶେଷରେ ଆଉ ପ୍ରତିକାର ନୋହିଲା।
Ṣùgbọ́n wọ́n ń kùn sí àwọn ìránṣẹ́ Ọlọ́run, wọ́n kẹ́gàn ọ̀rọ̀ rẹ̀, wọ́n fi àwọn wòlíì rẹ̀ ṣẹ̀sín títí tí ìbínú Olúwa fi ru sórí wọn, sí àwọn ènìyàn rẹ̀ kò sì ṣí àtúnṣe.
17 ଏନିମନ୍ତେ ସେ କଲ୍ଦୀୟମାନଙ୍କ ରାଜାକୁ ସେମାନଙ୍କ ପ୍ରତିକୂଳରେ ଆଣନ୍ତେ, ସେ ସେମାନଙ୍କ ଯୁବାମାନଙ୍କୁ ସେମାନଙ୍କ ଧର୍ମଧାମରେ ଖଡ୍ଗ ଦ୍ୱାରା ବଧ କଲା, ପୁଣି ଯୁବା କି ଯୁବତୀ, ବୃଦ୍ଧ କି ଜରାଜୀର୍ଣ୍ଣ, କାହାରିକୁ ଦୟା କଲା ନାହିଁ; ପରମେଶ୍ୱର ତାହା ହସ୍ତରେ ସମସ୍ତଙ୍କୁ ସମର୍ପି ଦେଲେ।
Ó sì mú wá sórí wọn ọba àwọn ará Babeli tí wọ́n bá àwọn ọ̀dọ́mọkùnrin wọn jà pẹ̀lú idà ní ilẹ̀ ibi mímọ́, kò sì ní ìyọ́nú sí àgbà ọkùnrin tàbí ọ̀dọ́mọdébìnrin, wúńdíá, tàbí arúgbó. Ọlọ́run sì fi gbogbo wọn lé Nebukadnessari lọ́wọ́.
18 ଆଉ, ପରମେଶ୍ୱରଙ୍କ ଗୃହର ବଡ଼ ସାନ ସମସ୍ତ ପାତ୍ର ଓ ସଦାପ୍ରଭୁଙ୍କ ଗୃହର ଧନ, ପୁଣି ରାଜାଙ୍କର ଓ ତାଙ୍କ ଅଧିପତିମାନଙ୍କ ଧନ, ଏହିସବୁ ବାବିଲକୁ ନେଇଗଲା।
Ó sì mú gbogbo ohun èlò láti ilé Ọlọ́run lọ sí Babeli, ńlá àti kékeré àti ìṣúra ilé Olúwa àti ìṣúra ọba àti ìjòyè rẹ̀.
19 ପୁଣି, ସେମାନେ ପରମେଶ୍ୱରଙ୍କ ଗୃହ ଦଗ୍ଧ କଲେ ଓ ଯିରୂଶାଲମର ପ୍ରାଚୀର ଭଗ୍ନ କଲେ ଓ ତହିଁର ଅଟ୍ଟାଳିକାସବୁ ଅଗ୍ନିରେ ଦଗ୍ଧ କରି ସେଠାରେ ଥିବା ମନୋହର ପାତ୍ରସବୁ ବିନାଶ କଲେ।
Wọ́n sì fi iná sun ilé Ọlọ́run, wọ́n sì wó gbogbo ògiri ilé Jerusalẹmu, wọ́n sì jó gbogbo ààfin wọn, wọ́n sì ba gbogbo ohun èlò ibẹ̀ jẹ́.
20 ପୁଣି, ସେ ଖଡ୍ଗରୁ ବଞ୍ଚିବା ଲୋକମାନଙ୍କୁ ବାବିଲକୁ ନେଇଗଲା; ତହିଁରେ ପାରସିକ ରାଜ୍ୟ ସ୍ଥାପନ ପର୍ଯ୍ୟନ୍ତ ସେମାନେ ତାହାର ଓ ତାହାର ସନ୍ତାନଗଣର ଦାସ ହୋଇ ରହିଲେ;
Ó sì kó èyí tí ó kù lọ sí Babeli àwọn tí ó rí ibi sá kúrò lẹ́nu idà wọ́n sì di ìránṣẹ́ fún un àti àwọn ọmọ rẹ̀ títí tí ìjọba Persia fi gba agbára.
21 ଦେଶ ଆପଣାର ନାନା ବିଶ୍ରାମ ଭୋଗ କରିବା ପର୍ଯ୍ୟନ୍ତ ଯିରିମୀୟର ମୁଖ ଦ୍ୱାରା ଉକ୍ତ ସଦାପ୍ରଭୁଙ୍କ ବାକ୍ୟ ସଫଳ ହେବା ନିମନ୍ତେ ଏହା ଘଟିଲା; କାରଣ ସତୁରି ବର୍ଷ ପୂର୍ଣ୍ଣକରଣାର୍ଥେ ଦେଶ ଉଚ୍ଛିନ୍ନ ଅବସ୍ଥାରେ ଥିବା ପର୍ଯ୍ୟନ୍ତ ବିଶ୍ରାମ ପାଳନ କଲା।
Ilẹ̀ náà sì gbádùn ìsinmi rẹ̀, ní gbogbo ìgbà ìdahoro, òun sì ń sinmi títí àádọ́rin ọdún fi pé ní ìmúṣẹ ọ̀rọ̀ Olúwa tí a sọ láti ẹnu Jeremiah.
22 ଯିରିମୀୟଙ୍କ ମୁଖ ଦ୍ୱାରା ଉକ୍ତ ସଦାପ୍ରଭୁଙ୍କ ବାକ୍ୟ ସଫଳାର୍ଥେ ପାରସ୍ୟର ରାଜା କୋରସ୍ଙ୍କ ରାଜତ୍ଵର ପ୍ରଥମ ବର୍ଷରେ ସଦାପ୍ରଭୁ ପାରସ୍ୟର ରାଜା କୋରସ୍ର ମନରେ ପ୍ରବୃତ୍ତି ଜନ୍ମାନ୍ତେ, ସେ ଆପଣା ରାଜ୍ୟର ସର୍ବତ୍ର ଘୋଷଣା କରାଇ, ମଧ୍ୟ ଲେଖାଇ ଏହି କଥା ପ୍ରଚାର କରାଇଲା,
Ní ọdún kìn-ín-ní Kirusi ọba Persia, kí ọ̀rọ̀ Olúwa tí a tẹnu Jeremiah sọ bá à le ṣẹ pé, Olúwa run ẹ̀mí Kirusi ọba Persia láti ṣe ìkéde ní gbogbo ìjọba rẹ̀, ó sì kọ ọ́ sínú ìwé pẹ̀lú.
23 “ପାରସ୍ୟର ରାଜା କୋରସ୍ ଏହା କହନ୍ତି, ‘ସଦାପ୍ରଭୁ ସ୍ୱର୍ଗର ପରମେଶ୍ୱର ପୃଥିବୀର ସମସ୍ତ ରାଜ୍ୟ ଆମ୍ଭକୁ ପ୍ରଦାନ କରିଅଛନ୍ତି; ଆଉ, ସେ ଯିହୁଦା ଦେଶସ୍ଥ ଯିରୂଶାଲମରେ ତାହାଙ୍କ ପାଇଁ ଏକ ଗୃହ ନିର୍ମାଣ କରିବାକୁ, ଆମ୍ଭକୁ ଆଜ୍ଞା କରିଅଛନ୍ତି। ତାହାଙ୍କର ସମଗ୍ର ଲୋକଙ୍କ ମଧ୍ୟରେ ତୁମ୍ଭମାନଙ୍କର ଯେକେହି ହେଉ, ସଦାପ୍ରଭୁ ତାହାର ପରମେଶ୍ୱର ତାହାର ସହବର୍ତ୍ତୀ ହେଉନ୍ତୁ ଓ ସେ ଯାତ୍ରା କରୁ।’”
“Èyí ni ohun tí Kirusi ọba Persia sọ wí pé: “‘Olúwa, Ọlọ́run ọ̀run, ti fún mí ní gbogbo ìjọba ayé yìí, ó sì ti yàn mí láti kọ́ ilé Olúwa fún òun ní Jerusalẹmu ti Juda. Ẹnikẹ́ni nínú àwọn ènìyàn rẹ̀ láàrín yín le gòkè lọ pẹ̀lú rẹ̀; kí Olúwa Ọlọ́run rẹ̀ kí ó wà pẹ̀lú rẹ̀.’”