< ଦ୍ବିତୀୟ ବଂଶାବଳୀ 34 >
1 ଯୋଶୀୟ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ଆଠ ବର୍ଷ ବୟସ୍କ ଥିଲେ; ଆଉ ସେ ଯିରୂଶାଲମରେ ଏକତିରିଶ ବର୍ଷ ରାଜ୍ୟ କଲେ।
Åtta åra gammal var Josia, då han Konung varat, och regerade ett och tretio år i Jerusalem;
2 ପୁଣି, ସେ ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ ଓ ଆପଣା ପୂର୍ବପୁରୁଷ ଦାଉଦଙ୍କର ପଥରେ ଚାଲିଲେ, ଆଉ, ଦକ୍ଷିଣରେ କି ବାମରେ ଫେରିଲେ ନାହିଁ।
Och gjorde det godt var för Herranom, och vandrade uti sins faders Davids vägom, och vek hvarken på den högra eller venstra sidona.
3 ତାହାଙ୍କ ରାଜତ୍ଵର ଅଷ୍ଟମ ବର୍ଷରେ ସେ ଅଳ୍ପ ବୟସ୍କ ଥାଉ ଥାଉ ଆପଣା ପୂର୍ବପୁରୁଷ ଦାଉଦଙ୍କର ପରମେଶ୍ୱରଙ୍କୁ ଅନ୍ୱେଷଣ କରିବାକୁ ଆରମ୍ଭ କଲେ ଓ ସେ ଦ୍ୱାଦଶ ବର୍ଷରେ ଉଚ୍ଚସ୍ଥଳୀ ଓ ଆଶେରା ମୂର୍ତ୍ତି ଓ ଖୋଦିତ ପ୍ରତିମା ଓ ଛାଞ୍ଚରେ ଢଳା ପ୍ରତିମାରୁ ଯିହୁଦା ଓ ଯିରୂଶାଲମକୁ ଶୁଚି କରିବାକୁ ଲାଗିଲେ।
Ty i åttonde årena af sitt rike, medan han ännu en dräng var, begynte han att söka sins faders Davids Gud. Och i tolfte årena begynte han till att rensa Juda och Jerusalem af höjder, och lundar, och afgudar, och gjuten beläte;
4 ପୁଣି, ଲୋକମାନେ ତାଙ୍କ ସାକ୍ଷାତରେ ବାଲ୍ ଦେବଗଣର ଯଜ୍ଞବେଦିସବୁ ଭାଙ୍ଗି ପକାଇଲେ, ଆଉ ସେ ତହିଁ ଉପରେ ସ୍ଥାପିତ ସୂର୍ଯ୍ୟ-ପ୍ରତିମାସବୁ କାଟି ପକାଇଲେ ଓ ଆଶେରା ମୂର୍ତ୍ତି, ଖୋଦିତ ପ୍ରତିମା ଓ ଛାଞ୍ଚରେ ଢଳା ପ୍ରତିମାସବୁ ଭାଙ୍ଗି ଚୂର୍ଣ୍ଣ କରି ସେସବୁର ଉଦ୍ଦେଶ୍ୟରେ ବଳିଦାନକାରୀ ଲୋକମାନଙ୍କ କବର ଉପରେ ତାହା ବିଞ୍ଚିଲେ।
Och lät afbryta för sig Baalims altare; och beläten deruppå högg han neder; och de lundar, och afgudar, och beläte, slog han sönder, och gjorde dem till stoft, och strödde dem på deras grifter, som för dem offrat hade;
5 ଆଉ, ସେମାନଙ୍କ ଯଜ୍ଞବେଦି ଉପରେ ଯାଜକମାନଙ୍କ ଅସ୍ଥି ଦଗ୍ଧ କରି ଯିହୁଦା ଓ ଯିରୂଶାଲମକୁ ଶୁଚି କଲେ।
Och brände upp Presternas ben på altaren, och rensade alltså Juda och Jerusalem.
6 ସେ ମନଃଶି ଓ ଇଫ୍ରୟିମ ଓ ଶିମୀୟୋନର ନଗରସମୂହରେ ନପ୍ତାଲି ପର୍ଯ୍ୟନ୍ତ କାନ୍ଥଡ଼ାର ଚତୁର୍ଦ୍ଦିଗରେ ଏହି ପ୍ରକାର କଲେ।
Sammalunda i Manasse städer, Ephraim, Simeon, och allt intill Naphthali, uti deras ökner, allt omkring.
7 ଆଉ, ସେ ଯଜ୍ଞବେଦିସବୁ ଭାଙ୍ଗି ପକାଇଲେ ଓ ଆଶେରା ମୂର୍ତ୍ତି ଓ ଖୋଦିତ ପ୍ରତିମାସବୁ ଚୂର୍ଣ୍ଣ କଲେ ଓ ଇସ୍ରାଏଲ ଦେଶର ସର୍ବତ୍ର ସୂର୍ଯ୍ୟ-ପ୍ରତିମାସବୁ କାଟି ପକାଇ ଯିରୂଶାଲମକୁ ଫେରି ଆସିଲେ।
Och då han hade afbrutit altaren och lundarna, och afgudarna sönderkrossat, och all beläte sönderslagit i hela Israels land, drog han åter till Jerusalem.
8 ଏଥିଉତ୍ତାରେ ସେ ଆପଣା ରାଜତ୍ଵର ଅଠର ବର୍ଷରେ ଦେଶ ଓ ଗୃହ ଶୁଚି କଲା ଉତ୍ତାରେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ଗୃହର ମରାମତି ନିମନ୍ତେ ଅତ୍ସଲୀୟର ପୁତ୍ର ଶାଫନ୍କୁ ଓ ନଗରାଧ୍ୟକ୍ଷ ମାସେୟକୁ ଓ ଯୋୟାହସର ପୁତ୍ର ଯୋୟାହ ଇତିହାସ ଲେଖକକୁ ପଠାଇଲେ।
Uti adertonde årena sins rikes, då han landet och huset renat hade, sände han Saphan, Azalia son, och Maaseja stadsfogdan, och Joah. Joahas son, cancelleren, till att förbättra Herrans sins Guds hus.
9 ତହୁଁ ସେମାନେ ହିଲ୍କୀୟ ମହାଯାଜକ ନିକଟକୁ ଆସି ଲେବୀୟ ଦ୍ୱାରପାଳମାନଙ୍କ ଦ୍ୱାରା ମନଃଶି ଓ ଇଫ୍ରୟିମ ଓ ସମଗ୍ର ଇସ୍ରାଏଲର ଅବଶିଷ୍ଟାଂଶ, ପୁଣି ସମଗ୍ର ଯିହୁଦା ଓ ବିନ୍ୟାମୀନ୍ ଓ ଯିରୂଶାଲମ ନିବାସୀମାନଙ୍କ ହସ୍ତରୁ ସଂଗୃହୀତ ପରମେଶ୍ୱରଙ୍କ ଗୃହକୁ ଆନୀତ ସକଳ ମୁଦ୍ରା ତାହା ନିକଟରେ ସମର୍ପଣ କଲେ।
Och de kommo till den öfversta Presten Hilkia, och man fick dem de penningar, som till Guds hus införde voro, hvilka Leviterna, som dörrarna vaktade, församlat hade, af Manasse, Ephraim, och af allom igenlefdom i Israel, och af hela Juda och BenJamin, och af dem som i Jerusalem bodde.
10 ଆଉ, ସେମାନେ ସଦାପ୍ରଭୁଙ୍କ ଗୃହର ତତ୍ତ୍ୱାବଧାରଣ କର୍ମକାରୀମାନଙ୍କ ହସ୍ତରେ ତାହା ସମର୍ପି ଦେଲେ; ପୁଣି ସଦାପ୍ରଭୁଙ୍କ ଗୃହର କର୍ମକାରୀମାନେ ସେହି ଗୃହର ଜୀର୍ଣ୍ଣସଂସ୍କାର ଓ ପୁନଃନିର୍ମାଣ ନିମନ୍ତେ ତାହା ଦେଲେ;
Och de gåfvo dem uti arbetarenas händer, som beställde voro till Herrans hus; och de gåfvo dem som arbetade på Herrans hus, der det förfallet var, att de skulle förbättra huset.
11 ଅର୍ଥାତ୍, ଯିହୁଦା-ରାଜାଗଣ ଯେସକଳ ଗୃହ ବିନାଶ କରିଥିଲେ, ତହିଁ ନିମନ୍ତେ ଖୋଦିତ ପ୍ରସ୍ତର ଓ ବରଗା ଓ କଡ଼ିକାଠ କିଣିବା ପାଇଁ ତାହା ସୂତ୍ରଧର ଓ ଗାନ୍ଥକମାନଙ୍କୁ ଦେଲେ।
De samme gåfvo dem sedan timbermannom och byggningsmannom, till att köpa huggen sten, och höfladt trä till bjelkar, på de hus, som Juda Konungar förderfvat hade.
12 ଆଉ, ଲୋକମାନେ ବିଶ୍ୱସ୍ତ ରୂପେ କାର୍ଯ୍ୟ କଲେ; ମରାରି-ସନ୍ତାନଗଣ ମଧ୍ୟରୁ ଯହତ୍ ଓ ଓବଦୀୟ, ଏହି ଲେବୀୟମାନେ ସେମାନଙ୍କର ତତ୍ତ୍ୱାବଧାରକ ଥିଲେ; ପୁଣି, କହାତ-ସନ୍ତାନଗଣର ମଧ୍ୟରୁ ଜିଖରୀୟ ଓ ମଶୁଲ୍ଲମ୍ ଓ ଅନ୍ୟ ଲେବୀୟମାନେ, ଅର୍ଥାତ୍, ବାଦ୍ୟ ବଜାଇବାକୁ ନିପୁଣ ସମସ୍ତ ଲୋକ କର୍ମ ଚଳାଇବାକୁ ନିଯୁକ୍ତ ଥିଲେ।
Och männerna arbetade på verket på sina tro; och öfver dem voro skickade Jahath, och Obadja, Leviter, utaf Merari barn; Sacharia och Mesullam, utaf de Kehathiters barn, till att drifva arbetet; och voro alle Leviter, som på strängaspel kunde.
13 ଆହୁରି, ସେମାନେ ଭାରବାହକମାନଙ୍କର ତତ୍ତ୍ୱାବଧାରକ ଓ କର୍ମ ଚଳାଇବା ପାଇଁ ସର୍ବପ୍ରକାର ସେବାକାର୍ଯ୍ୟକାରୀମାନଙ୍କ ଉପରେ ନିଯୁକ୍ତ ଥିଲେ; ପୁଣି, ଲେବୀୟମାନଙ୍କ ମଧ୍ୟରୁ ଲେଖକ, କାର୍ଯ୍ୟଶାସକ ଓ ଦ୍ୱାରପାଳ ଥିଲେ।
Men öfver dragare, och dem som drefvo till allahanda arbete i all ämbeten, voro utaf Leviterna, skrifvare, ämbetsmän och dörravaktare.
14 ପୁଣି, ସେମାନେ ସଦାପ୍ରଭୁଙ୍କ ଗୃହକୁ ଆନୀତ ମୁଦ୍ରା ବାହାର କରି ଆଣିଲା ବେଳେ ହିଲ୍କୀୟ ଯାଜକ ମୋଶାଙ୍କ ଦ୍ୱାରା ଦତ୍ତ ସଦାପ୍ରଭୁଙ୍କ ବ୍ୟବସ୍ଥା-ପୁସ୍ତକ ପାଇଲା।
Och då de togo ut penningarna, som i Herrans hus inlagde voro, fann Hilkia Presten lagbokena, som Herren genom Mose gifvit hade.
15 ତହିଁରେ ହିଲ୍କୀୟ ଶାଫନ୍ ଲେଖକକୁ ଉତ୍ତର କରି କହିଲା, “ମୁଁ ସଦାପ୍ରଭୁଙ୍କ ଗୃହରେ ବ୍ୟବସ୍ଥା-ପୁସ୍ତକ ପାଇଅଛି।” ପୁଣି ହିଲ୍କୀୟ ଶାଫନ୍କୁ ସେହି ପୁସ୍ତକ ଦେଲା।
Och Hilkia svarade, och sade till Saphan skrifvaren: Jag hafver funnit lagbokena i Herrans hus. Och Hilkia fick Saphan bokena.
16 ଆଉ, ଶାଫନ୍ ରାଜାଙ୍କ ନିକଟକୁ ସେହି ପୁସ୍ତକ ନେଇଗଲା, ଆହୁରି ରାଜାଙ୍କ ନିକଟକୁ ପୁନର୍ବାର ସମ୍ବାଦ ନେଇ କହିଲା, “ଆପଣଙ୍କ ଦାସମାନଙ୍କ ପ୍ରତି ଅର୍ପିତ ସମସ୍ତ କାର୍ଯ୍ୟ ସେମାନେ କରୁଅଛନ୍ତି।
Och Saphan bar henne till Konungen, och gaf Konungenom svar igen, och sade: Allt det i dina tjenares händer befaldt är, det göra de.
17 ପୁଣି, ସେମାନେ ସଦାପ୍ରଭୁଙ୍କ ଗୃହରେ ଥିବା ମୁଦ୍ରା କାଢ଼ିନେଇ ତତ୍ତ୍ୱାବଧାରକମାନଙ୍କ ହସ୍ତରେ ଓ କର୍ମକାରୀମାନଙ୍କ ହସ୍ତରେ ସମର୍ପଣ କରିଅଛନ୍ତି।”
Och de penningar, som i Herrans hus funne äro, hafva de lagt ihop, och fått dem föreståndarenom och arbetaromen.
18 ଆହୁରି, ଶାଫନ୍ ଲେଖକ ରାଜାଙ୍କୁ ଜଣାଇ କହିଲା, ହିଲ୍କୀୟ ଯାଜକ ଆମ୍ଭକୁ ଖଣ୍ଡେ ପୁସ୍ତକ ଦେଇଅଛନ୍ତି ଆଉ, ଶାଫନ୍ ରାଜାଙ୍କ ସାକ୍ଷାତରେ ତହିଁରୁ ପାଠ କଲା।
Och Saphan skrifvaren underviste Konungen, och sade: Hilkia Presten hafver fått mig ena bok. Och Saphan las deruti för Konungenom.
19 ଏଥିରେ ରାଜା ସେହି ବ୍ୟବସ୍ଥାର ବାକ୍ୟ ଶ୍ରବଣ କରନ୍ତେ, ଆପଣା ବସ୍ତ୍ର ଚିରିଲେ।
Och då Konungen hörde lagsens ord, ref han sin kläder sönder.
20 ପୁଣି, ରାଜା ହିଲ୍କୀୟକୁ ଓ ଶାଫନ୍ର ପୁତ୍ର ଅହୀକାମକୁ ଓ ମୀଖାର ପୁତ୍ର ଅବ୍ଦୋନ୍କୁ ଓ ଶାଫନ୍ ଲେଖକକୁ ଓ ରାଜାର ଦାସ ଅସାୟକୁ ଆଜ୍ଞା କରି କହିଲେ,
Och Konungen böd Hilkia, och Ahikam, Saphans son, och Abdon, Micha son, och Saphan skrifvarenom, och Asaja, Konungens tjenare, och sade:
21 “ତୁମ୍ଭେମାନେ ଯାଇ ମୋʼ ନିମନ୍ତେ, ପୁଣି ଇସ୍ରାଏଲ ଓ ଯିହୁଦା ମଧ୍ୟରେ ଅବଶିଷ୍ଟ ଲୋକଙ୍କ ନିମନ୍ତେ ଏହି ପ୍ରାପ୍ତ ପୁସ୍ତକର ବାକ୍ୟ ବିଷୟରେ ସଦାପ୍ରଭୁଙ୍କୁ ପଚାର; କାରଣ ଆମ୍ଭମାନଙ୍କ ପିତୃଲୋକମାନେ ଏହି ପୁସ୍ତକର ସକଳ ଲିଖନାନୁସାରେ କର୍ମ କରିବା ପାଇଁ ସଦାପ୍ରଭୁଙ୍କ ବାକ୍ୟ ପାଳନ ନ କରିବାରୁ ଆମ୍ଭମାନଙ୍କ ଉପରେ ସଦାପ୍ରଭୁଙ୍କର ମହାକୋପ ବର୍ଷିଅଛି।”
Går bort, och fråger Herran för mig, och för dem som qvare äro i Israel, och för Juda, om bokens ord, som funnen är; förty Herrans grymhet är stor, som öfver oss upptänd är, att våre fäder icke hållit hafva Herrans ord, att de måtte gjort såsom i desso bok skrifvet står.
22 ତହିଁରେ ହିଲ୍କୀୟ ଓ ରାଜାଜ୍ଞାପ୍ରାପ୍ତ ଲୋକମାନେ ହସ୍ରର ପୌତ୍ର ତୋଖତର ପୁତ୍ର ଶଲ୍ଲୁମ୍ ନାମକ ବସ୍ତ୍ରାଗାରରକ୍ଷକର ଭାର୍ଯ୍ୟା ହୁଲ୍ଦା ଭବିଷ୍ୟଦ୍ବକ୍ତ୍ରୀ ନିକଟକୁ ଗଲେ; ସେ ଯିରୂଶାଲମର ଦ୍ୱିତୀୟ ବିଭାଗରେ ବାସ କରୁଥିଲା, ପୁଣି ସେମାନେ ତାହାକୁ ସେହି ଭାବର କଥା କହିଲେ।
Då gick Hilkia, samt med de andra, som af Konungenom sände voro, bort till den Prophetissan Hulda, Sallums hustru, Thakehaths sons, Hasra sons, klädevaktarens, som i Jerusalem bodde, uti den andra delenom, och talade detta med henne.
23 ତହିଁରେ ସେ ସେମାନଙ୍କୁ ଉତ୍ତର କଲା, “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ଯେଉଁ ଲୋକ ତୁମ୍ଭମାନଙ୍କୁ ଆମ୍ଭ କତିକି ପଠାଇଲା, ତାହାକୁ କୁହ,
Och hon sade till dem: Detta säger Herren Israels Gud: Säger dem mannenom, som eder till mig sändt hafver:
24 ‘ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଆମ୍ଭେ ଏହି ସ୍ଥାନ ଉପରେ ଓ ତନ୍ନିବାସୀମାନଙ୍କ ଉପରେ ଅମଙ୍ଗଳ, ଅର୍ଥାତ୍, ସେମାନେ ଯିହୁଦାର ରାଜା ସାକ୍ଷାତରେ ଯେଉଁ ପୁସ୍ତକ ପାଠ କରିଅଛନ୍ତି, ତହିଁରେ ଲିଖିତ ସକଳ ଅଭିଶାପ ଘଟାଇବା।
Detta säger Herren: Si jag skall låta komma olycko öfver detta rum, och dess inbyggare, nämliga all de förbannelse, som i bokene skrifven stå, som för Juda Konung läsen är;
25 କାରଣ ସେମାନେ ଆପଣାମାନଙ୍କ ହସ୍ତକୃତ ସକଳ କର୍ମ ଦ୍ୱାରା ଆମ୍ଭକୁ ବିରକ୍ତ କରିବା ପାଇଁ ଆମ୍ଭକୁ ପରିତ୍ୟାଗ କରିଅଛନ୍ତି ଓ ଅନ୍ୟ ଦେବଗଣ ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇ ଅଛନ୍ତି; ଏହେତୁ ଏହି ସ୍ଥାନ ଉପରେ ଆମ୍ଭର କୋପାନଳ ବର୍ଷିଅଛି ଓ ତାହା ନିର୍ବାଣ ନୋହିବ।
Derföre, att de hafva öfvergifvit mig, och rökt androm gudom, så att de hafva rett mig med allt deras händers verk; och min grymhet skall upptänd varda öfver detta rum, och icke utsläckt varda.
26 ମାତ୍ର ସଦାପ୍ରଭୁଙ୍କୁ ପଚାରିବା ପାଇଁ ତୁମ୍ଭମାନଙ୍କୁ ପଠାଇଲା ଯେ ଯିହୁଦାର ରାଜା, ତାହାକୁ ତୁମ୍ଭେମାନେ କହିବ, ତୁମ୍ଭର ଶୁଣିବା ବାକ୍ୟ ବିଷୟରେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି;
Och Juda Konunge, som eder utsändt hafver till att fråga Herran, skolen I så säga: Detta säger Herren Israels Gud, om de ord, som du hörde:
27 ଏହି ସ୍ଥାନ ବିରୁଦ୍ଧରେ ଓ ତନ୍ନିବାସୀମାନଙ୍କ ବିରୁଦ୍ଧରେ ଉକ୍ତ ପରମେଶ୍ୱରଙ୍କ ବାକ୍ୟ ଶୁଣିବାମାତ୍ରେ ତୁମ୍ଭର ଅନ୍ତଃକରଣ କୋମଳ ହେଲା ଓ ତୁମ୍ଭେ ତାହାଙ୍କ ସାକ୍ଷାତରେ ଆପଣାକୁ ନମ୍ର କଲ; ଏଣୁ ତୁମ୍ଭେ ଆମ୍ଭ ସାକ୍ଷାତରେ ଆପଣାକୁ ନମ୍ର କରିବାରୁ ଓ ଆପଣା ବସ୍ତ୍ର ଚିରି ଆମ୍ଭ ସାକ୍ଷାତରେ ରୋଦନ କରିବାରୁ, ସଦାପ୍ରଭୁ କହନ୍ତି, ଆମ୍ଭେ ମଧ୍ୟ ତୁମ୍ଭ କଥା ଶୁଣିଲୁ।
Derföre, att ditt hjerta hafver bevekt sig, och du hafver ödmjukat dig för Gudi, då du hans ord hörde emot detta rum, och emot dess inbyggare, och hafver ödmjukat dig för mig, och rifvit din kläder, och gråtit för mig; så hafver jag ock hört dig, säger Herren.
28 ଦେଖ, ଆମ୍ଭେ ତୁମ୍ଭର ପିତୃଲୋକମାନଙ୍କ ନିକଟରେ ତୁମ୍ଭକୁ ସଂଗ୍ରହ କରିବା, ଆଉ ତୁମ୍ଭେ ଶାନ୍ତିରେ ଆପଣା କବରରେ ସଂଗୃହୀତ ହେବ, ପୁଣି ଆମ୍ଭେ ଏହି ସ୍ଥାନ ଉପରେ ଓ ତନ୍ନିବାସୀମାନଙ୍କ ଉପରେ ଯେଉଁ ଯେଉଁ ଅମଙ୍ଗଳ ଘଟାଇବା, ତାହାସବୁ ତୁମ୍ଭର ଚକ୍ଷୁ ଦେଖିବ ନାହିଁ।’” ଏଥିଉତ୍ତାରେ ସେମାନେ ପୁନର୍ବାର ରାଜା ନିକଟକୁ ସମାଚାର ଆଣିଲେ।
Si, jag vill samka dig till dina fader, att du uti dina graf med frid samkad varder, att din ögon icke skola se all denna olyckon, som jag öfver detta rum och dess inbyggare skall komma låta. Och de sade Konungenom detta igen.
29 ଏଥିଉତ୍ତାରେ ରାଜା ଲୋକ ପଠାଇ ଯିହୁଦାର ଓ ଯିରୂଶାଲମର ସମସ୍ତ ପ୍ରାଚୀନବର୍ଗଙ୍କୁ ଏକତ୍ର କଲେ।
Då sände Konungen bort, och lät tillhopakomma alla de äldsta i Juda och Jerusalem.
30 ପୁଣି, ରାଜା ସଦାପ୍ରଭୁଙ୍କ ଗୃହକୁ ଗମନ କଲେ, ଆଉ ଯିହୁଦାର ସମସ୍ତ ଲୋକ ଓ ଯିରୂଶାଲମ ନିବାସୀମାନେ ଓ ଯାଜକମାନେ ଓ ଲେବୀୟମାନେ ଓ ବଡ଼ ସାନ ସମସ୍ତ ଲୋକ ଗମନ କଲେ; ତହୁଁ ସେ ସଦାପ୍ରଭୁଙ୍କ ଗୃହରେ ପ୍ରାପ୍ତ ନିୟମ-ପୁସ୍ତକର ସମସ୍ତ ବାକ୍ୟ ସେମାନଙ୍କ କର୍ଣ୍ଣଗୋଚରରେ ପାଠ କଲେ।
Och Konungen gick upp i Herrans hus, och hvar man i Juda, och inbyggarena i Jerusalem, Presterna, Leviterna, och allt folket, både små och store; och vordo för deras öron läsen all ord i förbundsens bok, som i Herrans hus funnen var.
31 ପୁଣି, ରାଜା ଆପଣା ସ୍ଥାନରେ ଠିଆ ହୋଇ ସଦାପ୍ରଭୁଙ୍କର ଅନୁଗାମୀ ହେବାକୁ ଓ ଆପଣାର ସମସ୍ତ ଅନ୍ତଃକରଣ ଓ ସମସ୍ତ ପ୍ରାଣ ସହିତ ତାହାଙ୍କର ଆଜ୍ଞା ଓ ସାକ୍ଷ୍ୟ କଥା ଓ ବିଧି ପାଳନ କରି ଏହି ପୁସ୍ତକ-ଲିଖିତ ନିୟମ-ବାକ୍ୟ ସଫଳ କରିବାକୁ ସଦାପ୍ରଭୁଙ୍କ ସାକ୍ଷାତରେ ନିୟମ କଲେ।
Och Konungen gick i sitt rum, och gjorde ett förbund för Herranom, att man skulle vandra efter Herranom, till att hålla hans bud, vittnesbörd och rätter, af allt hjerta, och af allo själ, till att göra efter all förbundsens ord, som skrifne stodo i desso bok.
32 ଆଉ, ଯିରୂଶାଲମର ଓ ବିନ୍ୟାମୀନ୍ର ଯେତେ ଲୋକ ବିଦ୍ୟମାନ ଥିଲେ, ସେ ସମସ୍ତଙ୍କୁ ସେହି ନିୟମରେ ସେ ସମ୍ମତ କରାଇଲେ। ତହିଁରେ ଯିରୂଶାଲମ ନିବାସୀମାନେ ପରମେଶ୍ୱରଙ୍କର, ଆପଣାମାନଙ୍କ ପୂର୍ବପୁରୁଷଗଣର ପରମେଶ୍ୱରଙ୍କ ନିୟମାନୁସାରେ କର୍ମ କଲେ।
Och stodo der alle de, som i Jerusalem och i BenJamin för handene voro. Och Jerusalems inbyggare gjorde efter Guds förbund, deras fäders Guds.
33 ପୁଣି, ଯୋଶୀୟ ଇସ୍ରାଏଲ-ସନ୍ତାନଗଣର ଅଧିକୃତ ସମସ୍ତ ଦେଶରୁ ଘୃଣାଯୋଗ୍ୟ ସକଳ ବିଷୟ ଦୂର କଲେ ଓ ଇସ୍ରାଏଲ ମଧ୍ୟରେ ବିଦ୍ୟମାନ ସମସ୍ତ ଲୋକଙ୍କୁ ସେବା, ଅର୍ଥାତ୍, ସଦାପ୍ରଭୁ ସେମାନଙ୍କ ପରମେଶ୍ୱରଙ୍କର ସେବା କରାଇଲେ। ସେମାନେ ତାଙ୍କର ଜୀବନଯାଏ ସଦାପ୍ରଭୁ ସେମାନଙ୍କ ପିତୃଗଣର ପରମେଶ୍ୱରଙ୍କ ଅନୁଗମନରୁ କ୍ଷାନ୍ତ ନୋହିଲେ।
Och Josia hof bort all styggelse utur all land, som Israels barnas voro, och skaffade att alle de, som i Israel funne vordo, tjente Herranom deras Gud. Så länge Josia lefde, veko de intet ifrå Herranom deras fäders Gud.