< ଦ୍ବିତୀୟ ବଂଶାବଳୀ 33 >

1 ମନଃଶି ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ବାର ବର୍ଷ ବୟସ୍କ ଥିଲେ ଓ ସେ ଯିରୂଶାଲମରେ ପଞ୍ଚାବନ ବର୍ଷ ରାଜ୍ୟ କଲେ।
Manase alikuwa na umri wa miaka kumi na mbili alipoanza kutawala, alitawala miaka hamsini na tano katika Yerusalemu.
2 ପୁଣି, ସଦାପ୍ରଭୁ ଯେଉଁ ଅନ୍ୟ ଦେଶୀୟମାନଙ୍କୁ ଇସ୍ରାଏଲ-ସନ୍ତାନଗଣ ସମ୍ମୁଖରୁ ଦୂର କରି ଦେଇଥିଲେ, ସେମାନଙ୍କ ଘୃଣାଯୋଗ୍ୟ କ୍ରିୟାନୁସାରେ ସେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ।
Akafanya yalikuwa uovu katika macho ya Yahwe, kama yalivyo mambo ya machukizo ya mataifa ambao Yahwe alikuwa amewafukuza mbele ya watu wa Israeli.
3 କାରଣ ତାଙ୍କର ପିତା ହିଜକୀୟ ଯେଉଁ ଉଚ୍ଚସ୍ଥଳୀମାନ ଭାଙ୍ଗି ପକାଇଥିଲେ, ସେ ପୁନର୍ବାର ତାହାସବୁ ନିର୍ମାଣ କଲେ ଓ ସେ ବାଲ୍‍ଦେବଗଣ ନିମନ୍ତେ ଯଜ୍ଞବେଦି ପ୍ରସ୍ତୁତ କଲେ ଓ ଆଶେରା ମୂର୍ତ୍ତି ନିର୍ମାଣ କଲେ ଓ ଆକାଶସ୍ଥ ସକଳ ବାହିନୀକୁ ପୂଜା କରି ସେମାନଙ୍କର ସେବା କଲେ।
Kwa maana alizijenga tena sehemu za juu ambazo baba yake Hezekia alikuwa amezibomoa, na akajenga madhabahu kwa ajili ya mabaali, akatengeneza sanaamu za Maashera, na akaziinamia chini nyota zote za mbinguni na kuziabudu.
4 ପୁଣି, “ଯିରୂଶାଲମରେ ଆମ୍ଭର ନାମ ସଦାକାଳ ସ୍ଥାପିତ ହେବ” ବୋଲି ସଦାପ୍ରଭୁ ଯେଉଁ ଗୃହ ବିଷୟରେ କହିଥିଲେ, ସଦାପ୍ରଭୁଙ୍କ ସେହି ଗୃହରେ ସେ ଯଜ୍ଞବେଦିମାନ ନିର୍ମାଣ କଲେ।
Manase akajenga madhbahu za kipagani katika nyumba ya Yahwe, ingawa Yahwe alikuwa amemwamuru, “Ni katika Yerusalemu ambamo jina langu litawekwa milele”.
5 ଆହୁରି, ସେ ସଦାପ୍ରଭୁଙ୍କ ଗୃହର ଦୁଇ ପ୍ରାଙ୍ଗଣରେ ଆକାଶସ୍ଥ ସକଳ ବାହିନୀ ନିମନ୍ତେ ଯଜ୍ଞବେଦି ନିର୍ମାଣ କଲେ।
Alijenga madhabahu kwa ajili ya nyota zote za mbinguni katika vile viwanja viwili vya nyumba ya Yahwe.
6 ମଧ୍ୟ ସେ ହିନ୍ନୋମ ପୁତ୍ରର ଉପତ୍ୟକାରେ ଆପଣା ସନ୍ତାନସନ୍ତତିମାନଙ୍କୁ ଅଗ୍ନି ମଧ୍ୟଦେଇ ଗମନ କରାଇଲେ; ଆଉ, ସେ ଶୁଭାଶୁଭ କହିବାର ବିଦ୍ୟା ଓ ଗଣକତା ବ୍ୟବହାର କଲେ ଓ ମାୟାକର୍ମ କଲେ, ପୁଣି ଭୂତୁଡ଼ିଆ ଓ ଗୁଣିଆମାନଙ୍କ ସହିତ ବ୍ୟବହାର କଲେ; ସେ ସଦାପ୍ରଭୁଙ୍କୁ ବିରକ୍ତ କରିବା ନିମନ୍ତେ ତାହାଙ୍କ ଦୃଷ୍ଟିରେ ବହୁତ କୁକର୍ମ କଲେ।
Katika bonde la Beni Hinomu akawaweka wanaye katika moto. Akafanya misemo ya ubashiri, na uchawi, akassoma utabiri; akashauriana na wale waliozungumza na wafu na wale waliozungumza na na roho. Akafanaya maaovu mengi katika mcho ya Yahwe na alimfanya Mungu akasirike.
7 ଆଉ, ସେ ଆପଣା ନିର୍ମିତ ଦେବତାର ଖୋଦିତ ପ୍ରତିମା ପରମେଶ୍ୱରଙ୍କ ଗୃହରେ ସ୍ଥାପନ କଲେ; ସେହି ଗୃହ ବିଷୟରେ ପରମେଶ୍ୱର ଦାଉଦଙ୍କୁ ଓ ତାଙ୍କ ପୁତ୍ର ଶଲୋମନଙ୍କୁ କହିଥିଲେ, “ଏହି ଗୃହରେ ଓ ଇସ୍ରାଏଲର ସମୁଦାୟ ଗୋଷ୍ଠୀ ମଧ୍ୟରୁ ଆମ୍ଭର ମନୋନୀତ ଯିରୂଶାଲମରେ ଆମ୍ଭେ ଆପଣା ନାମ ସଦାକାଳ ସ୍ଥାପନ କରିବା;
Ile sanamu ya Maashera aliyokuwa amefanya, akaipeleka katika nyumba ya Mungu. Ni kuhusu nyumba hii ambayo Mungu alikuwa amesema kwa Daudi na Selemani mwanaye; alikuwa amesema, “Ni katika nyumba hii na katika Yerusalemu, ambao nimeuchangua kutoka makabila yote ya Israeli, kwamba nitaliweka jina langu milele.
8 ପୁଣି, ଆମ୍ଭେ ସେମାନଙ୍କୁ ଯେସମସ୍ତ ଆଜ୍ଞା ଦେଇଅଛୁ, ଅର୍ଥାତ୍‍, ମୋଶାର ହସ୍ତ ଦ୍ୱାରା ଯେସମସ୍ତ ବ୍ୟବସ୍ଥା, ବିଧି ଓ ବିଧାନ ଦେଇଅଛୁ, କେବଳ ତଦନୁସାରେ କର୍ମ କରିବା ପାଇଁ ଯେବେ ସେମାନେ ମନୋଯୋଗୀ ହେବେ, ତେବେ ଆମ୍ଭେ ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ନିମନ୍ତେ ଯେଉଁ ଦେଶ ନିରୂପଣ କରିଅଛୁ, ତହିଁରୁ ଇସ୍ରାଏଲର ପାଦକୁ ଆଉ ସ୍ଥାନାନ୍ତରିତ କରିବା ନାହିଁ।”
Sitawaondoa tena watu wa Israeli katina nchi hii ambayo niliitoa kwa babu zao, ikiwa tu watakuwa makini katika kuyashika yote niliyowaamuru, kuzishika sheria zangu, amri zangu, na sheria zangu nilizowapa kupitia Musa.”
9 ମାତ୍ର ମନଃଶି ଯିହୁଦା ଓ ଯିରୂଶାଲମ ନିବାସୀମାନଙ୍କୁ ବିପଥଗାମୀ କରାଇଲେ, ତହିଁରେ ସଦାପ୍ରଭୁ ଇସ୍ରାଏଲ-ସନ୍ତାନଗଣ ସମ୍ମୁଖରୁ ଯେଉଁ ଦେଶୀୟମାନଙ୍କୁ ବିନାଶ କରିଥିଲେ, ସେମାନଙ୍କ କ୍ରିୟା ଅପେକ୍ଷା ସେମାନେ ଅଧିକ କୁକ୍ରିୟା କଲେ।
Manase akawaongoza Yuda na wakaaji wa Yerusalemu hata kufanya uovu zaidi kuliko hata watu wa mataifa ambao Yahwe alikuwa amewateketeza mbele za Israeli.
10 ତହୁଁ ସଦାପ୍ରଭୁ ମନଃଶି ଓ ତାଙ୍କର ଲୋକମାନଙ୍କୁ ନାନା କଥା କହିଲେ, ମାତ୍ର ସେମାନେ କିଛି ମନୋଯୋଗ କଲେ ନାହିଁ।
Yahwe akasema kwa Manase, na kwa watu wake wote, lakini hawakumsikiliza.
11 ଏହେତୁ ସଦାପ୍ରଭୁ ସେମାନଙ୍କ ପ୍ରତିକୂଳରେ ଅଶୂରୀୟ ରାଜାର ସେନାପତିମାନଙ୍କୁ ଆଣିଲେ, ତହିଁରେ ସେମାନେ ମନଃଶିଙ୍କୁ ବେଡ଼ିରେ ଧରି ଶିକୁଳିରେ ବାନ୍ଧି ବାବିଲକୁ ନେଇଗଲେ।
Kwa hiyo Yahwe akaleta juu yao maamri jeshsi wa jeshi la Ashuru, ambao walimchukua Manase katika minyonyoro, wakamfunga kwa pingu, na wakampeleka Babeli.
12 ପୁଣି, ସେ ଦୁଃଖରେ ଥିବା ବେଳେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କର ଅନ୍ୱେଷଣ କଲେ ଓ ଆପଣା ପୂର୍ବପୁରୁଷଗଣର ପରମେଶ୍ୱରଙ୍କ ଛାମୁରେ ଆପଣାକୁ ଅତିଶୟ ନମ୍ର କଲେ।
Manase alipokuwa katika dhika, alimuomba Yahwe, Mungu wake, na akajinyenyekesha sana mbele za Mungu wa babu zake.
13 ଆଉ, ସେ ତାହାଙ୍କ ନିକଟରେ ପ୍ରାର୍ଥନା କରନ୍ତେ, ସେ ତାଙ୍କ ପ୍ରତି ପ୍ରସନ୍ନ ହେଲେ ଓ ତାଙ୍କର ନିବେଦନ ଶୁଣି ତାଙ୍କୁ ପୁନର୍ବାର ତାଙ୍କର ରାଜ୍ୟ ଯିରୂଶାଲମକୁ ଆଣିଲେ। ସେତେବେଳେ ମନଃଶି ଜାଣିଲେ ଯେ, ସଦାପ୍ରଭୁ ପରମେଶ୍ୱର ଅଟନ୍ତି।
Akaomba kwake; na Mungu akamsikiliza, na Mungu akasikia kuomba kwake na akamrudisha Yerusalemu, katika ufalme wake. Kisha Manase akafahamu kwamba Yahwe alikuwa Mungu.
14 ଏଥିଉତ୍ତାରେ ସେ ଗୀହୋନର ପଶ୍ଚିମ ପାର୍ଶ୍ଵରେ ଉପତ୍ୟକା ମଧ୍ୟରେ ମତ୍ସ୍ୟ ଦ୍ୱାରର ପ୍ରବେଶ ସ୍ଥାନ ପର୍ଯ୍ୟନ୍ତ ଦାଉଦ-ନଗରର ବାହାର-ପ୍ରାଚୀର ନିର୍ମାଣ କଲେ; ଆଉ, ସେ ଓଫଲର ଚତୁର୍ଦ୍ଦିଗ ବେଷ୍ଟନ କରି ପ୍ରାଚୀର ଅତି ଉଚ୍ଚ କଲେ ଓ ଯିହୁଦାର ପ୍ରାଚୀର-ବେଷ୍ଟିତ ନଗରସମୂହରେ ବିକ୍ରମୀ ସେନାପତିମାନଙ୍କୁ ନିଯୁକ୍ତ କଲେ।
Baada ya hayo, manase akajenga ukuta wa nje ya mji wa Daudi, upande wa magharibi wa Gihoni, katika bonde, hadi kwenye lango la Samaki. Akauzungushia mlima wa Ofeli na akaupandisha ukuta hadi usawa mrefu sana. Akaweka maamri jeshi jasiri katika ngome zote za miji ya Yuda.
15 ଆଉ, ସେ ଅନ୍ୟ ଦେବଗଣକୁ ଓ ସଦାପ୍ରଭୁଙ୍କ ଗୃହସ୍ଥିତ ପ୍ରତିମାକୁ ଦୂର କଲେ ଓ ସେ ସଦାପ୍ରଭୁଙ୍କ ଗୃହର ପର୍ବତରେ ଓ ଯିରୂଶାଲମରେ ଆପଣାର ନିର୍ମିତ ସମସ୍ତ ଯଜ୍ଞବେଦି ନଗରର ବାହାରେ ପକାଇଦେଲେ।
Akaipeleka mbali miungu yote ya kigeni, akaondoa sanamu zote kwenye nyumba ya Yahwe, na madhabahu zote ambazo alikuwa amejenga juu ya mlima wa nyumba ya Yahwe na katika Yerusalemu, na kuvitupa nje ya mji.
16 ପୁଣି, ସେ ସଦାପ୍ରଭୁଙ୍କ ଯଜ୍ଞବେଦି ନିର୍ମାଣ କରି ତହିଁ ପରେ ମଙ୍ଗଳାର୍ଥକ ଓ ପ୍ରଶଂସାର୍ଥକ ବଳି ଉତ୍ସର୍ଗ କଲେ ଓ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ସେବା କରିବା ପାଇଁ ଯିହୁଦାକୁ ଆଜ୍ଞା କଲେ।
Akaijenga tena madhabahu ya Yahwe na juu yake akatoa sadaka za amani na sadaka za shukrani; akamwamuru Yuda amtumikie Yahwe, Mungu wa Israeli.
17 ତଥାପି ଲୋକମାନେ ଉଚ୍ଚସ୍ଥଳୀରେ ବଳିଦାନ କଲେ, ମାତ୍ର ତାହା କେବଳ ସଦାପ୍ରଭୁ ସେମାନଙ୍କ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ କଲେ।
Hata hivyo watu bado walitoa sadaka mahali pa sehemu za juu, lakini kwa Yahwe, Mungu wao pekee.
18 ଏହି ମନଃଶିଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ଆପଣା ପରମେଶ୍ୱରଙ୍କ ନିକଟରେ ତାଙ୍କର ପ୍ରାର୍ଥନା ଓ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ନାମରେ ତାଙ୍କ ପ୍ରତି ଉକ୍ତ ଦର୍ଶକମାନଙ୍କ ବାକ୍ୟ, ଏହିସବୁ ଇସ୍ରାଏଲର ରାଜାମାନଙ୍କ ଇତିହାସରେ ଲିଖିତ ଅଛି।
Katika mambo mengine kuhusu Manase, maombi yake kwa Mungu wake, na maneno ya waonaji ambao walisema kwake katika jina la Yahwe, Mungu wa Israeli, tazama, yameandikwa miongoni mwa matendo ya wafalme wa Israeli.
19 ମଧ୍ୟ ତାଙ୍କର ପ୍ରାର୍ଥନା ଓ ପରମେଶ୍ୱର ତାଙ୍କ ପ୍ରତି କିପରି ପ୍ରସନ୍ନ ହେଲେ ଓ ତାଙ୍କର ସକଳ ପାପ ଓ ସତ୍ୟ-ଲଙ୍ଘନ ଓ ସେ ଆପଣାକୁ ନମ୍ର କରିବା ପୂର୍ବେ ଯେଉଁ ଯେଉଁ ସ୍ଥାନରେ ଉଚ୍ଚସ୍ଥଳୀ ନିର୍ମାଣ କରିଥିଲେ, ଆଉ ଆଶେରା ମୂର୍ତ୍ତି ଓ ଖୋଦିତ ପ୍ରତିମା ସ୍ଥାପନ କରିଥିଲେ; ଦେଖ, ତାହାସବୁ ହୋଶେୟର ପୁସ୍ତକରେ ଲିଖିତ ଅଛି।
Katika matukio hayo kuna historia ya maombi yake, na jinsi Mungu alivyoguswa na maomabi hayo. Pia kuna kumbu kumbu ya dhambi zake zote na makosa yake, na sehemu ambako alikuwa amejenga sehemu za juu na kuzisimamisha Maashera na sanamu za kuchonga, kambla ya kujinyenyekesha mwenyewe — na imeandikwa kuhusu hayo katika tarehe ya waonaji. (Maandishi ya kale yanasema hivi, “tarehe ya Hozai,” ambayo ni maandishi ya kifungu asili. Lakini matoleo mengi ya kisasa yamesahihisha na kusomeka “tarehe ya waonaj” Pia, matoleo machache ya kisasa yanasema “tarehe ya waonaji”.).
20 ଏଥିଉତ୍ତାରେ ମନଃଶିଙ୍କ ମୃତ୍ୟୁ ପରେ, ଲୋକମାନେ ତାଙ୍କୁ ତାଙ୍କର ନିଜ ଗୃହରେ କବର ଦେଲେ; ତହୁଁ ତାଙ୍କର ପୁତ୍ର ଆମୋନ୍‍ ତାଙ୍କର ପଦରେ ରାଜ୍ୟ କଲେ।
Kwa hiyo Manase akalala na babu zake, na wakamzika katika nyumba yake mwenyewe. Amoni, mwaye, akawa mfalme katika nafasi yake.
21 ଆମୋନ୍‍ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ବାଇଶ ବର୍ଷ ବୟସ୍କ ଥିଲେ ଓ ସେ ଯିରୂଶାଲମରେ ଦୁଇ ବର୍ଷ ରାଜ୍ୟ କଲେ।
Amoni alikuwa na umri wa miaka ishirini na mbili alipoanza kutawala; alitawala miaka miwili katika Yerusalemu.
22 ପୁଣି, ସେ ଆପଣା ପିତା ମନଃଶିଙ୍କ ତୁଲ୍ୟ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ; ଆମୋନ୍‍ ଆପଣା ପିତା ମନଃଶିଙ୍କ ନିର୍ମିତ ସକଳ ଖୋଦିତ ପ୍ରତିମା ଉଦ୍ଦେଶ୍ୟରେ ବଳିଦାନ କରି ସେମାନଙ୍କର ସେବା କଲେ।
Akafanya yaliyokuwa uovu katika macho ya Yaahwe, kama Manase, baba yake, alivyofanya. Amoni alitoa sadaka katika sanamau zote za kuchonga ambazo alitengeneza Manase baba yake, na aliziabudu.
23 ପୁଣି, ତାଙ୍କର ପିତା ମନଃଶି ଯେପରି ଆପଣାକୁ ନମ୍ର କରିଥିଲେ, ସେ ସଦାପ୍ରଭୁଙ୍କ ଛାମୁରେ ଆପଣାକୁ ସେପରି ନମ୍ର କଲେ ନାହିଁ; ମାତ୍ର ଏହି ଆମୋନ୍‍ ଅଧିକ ଅଧିକ ଅପରାଧ କଲେ।
Hakujinyenyekesha mbele za Yahwe, kama baba yake Manase alivyokuwa amefanya. Badala yake, Amoni huyu huyu alifanya makosa zaidi na zaidi.
24 ଏଉତ୍ତାରେ ତାଙ୍କର ଦାସମାନେ ତାଙ୍କ ବିରୁଦ୍ଧରେ ଚକ୍ରାନ୍ତ କରି ତାଙ୍କର ନିଜ ଗୃହରେ ତାଙ୍କୁ ବଧ କଲେ।
Watumishi wake wakapanga njama wa zidi yake na wakamua katika nyumba yake mwenyewe.
25 ମାତ୍ର ଯେଉଁମାନେ ଆମୋନ୍‍ ରାଜାଙ୍କ ବିରୁଦ୍ଧରେ ଚକ୍ରାନ୍ତ କରିଥିଲେ, ସେସମସ୍ତଙ୍କୁ ଦେଶସ୍ଥ ଲୋକମାନେ ବଧ କଲେ; ଆଉ, ଦେଶର ଲୋକମାନେ ତାଙ୍କର ପଦରେ ତାଙ୍କର ପୁତ୍ର ଯୋଶୀୟଙ୍କୁ ରାଜା କଲେ।
Lakini watu wa nchi wakawaua wote waliofanya njama zidi ya Mfalme Amoni, na wakamfanya Yosia, mwanaye, mfalme katika nafasi yake.

< ଦ୍ବିତୀୟ ବଂଶାବଳୀ 33 >